Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୋଲିସ କ୍ବାଟରରେ ଗଣଦୁଷ୍କର୍ମ ଅଭିଯୋଗ, ପୁରୀ ଓ ଭୁବନେଶ୍ବରରେ ଯୁବ କଂଗ୍ରେସର ବିକ୍ଷୋଭ
ବିଶେଷ ଖବର

ପୋଲିସ କ୍ବାଟରରେ ଗଣଦୁଷ୍କର୍ମ ଅଭିଯୋଗ, ପୁରୀ ଓ ଭୁବନେଶ୍ବରରେ ଯୁବ କଂଗ୍ରେସର ବିକ୍ଷୋଭ

December 3, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Girl gang-raped in police quarter in Puri

ସମୀକ୍ଷା ବ୍ୟୁରୋ

ପୁରୀ: ଜଣେ ଯୁବତୀଙ୍କୁ ଲିଫ୍ଟ ଦେବା ବାହନାରେ ପୁରୀରେ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି। ଚାରି ଜଣ ଦୁର୍ବୃତ୍ତ ଲିଫ୍ଟ ଦେବା ବାହାନାରେ ଜଣେ ଯୁବତୀଙ୍କୁ ଏକ କାରରେ ନିମାପଡାରୁ ପୁରୀ ନେଇ ଯାଇଥିଲେ। ସେଠାରେ ଦୁର୍ବୃତ୍ତମାନେ ଏକ ପୋଲିସ କ୍ବାଟରରେ ଦୁଷ୍କର୍ମ କରିଛନ୍ତି ବୋଲି ପିଡିତା ପୁରୀ କୁମ୍ଭାରପଡା ଥାନାରେ ଏତଲା ଦେଇଛନ୍ତି। ଏହି ଘଟଣାରେ ଜଣେ ନିଳମ୍ବିତ ପୋଲିସ କନେଷ୍ଟବଳ ସଂପୃକ୍ତ ଅଛନ୍ତି ବୋଲି କୁହାଯାଇଛି।

ଘଟଣାରୁ ଜଣାପଡିଛି ଯେ, ଜଣେ ଯୁବତୀ କାକଟପୁର ଯିବା ପାଇଁ ନିମାପଡା ବସ ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। ହେଲେ ହଠାତ ବସଟି ଛାଡି ଦେବାରୁ ଯୁବତୀ ଜଣଙ୍କ ବସରେ ଚଢି ପାରି ନ ଥିଲେ। ଏହାର ସୁଯୋଗ ନେଇ 4ଜଣ ଦୁର୍ବୃତ୍ତ ଯୁବତୀଙ୍କୁ ପୋଲିସର ପରିଚୟ ଦେଇ କାରରେ ଛାଡିଦେବେ ବୋଲି କହିଥିଲେ। ପୋଲିସ ନା ଶୁଣି ଯୁବତୀ ଜଣଙ୍କ ତାଙ୍କ ସାଥୀରେ ଯିବା ପାଇଁ ରାଜି ହୋଇ କାରରେ ବସିଥିଲେ। ହେଲେ କାରଟି କାକଟପୁର ନ ଯାଇ ପୁରୀ ଆଡକୁ ଯିବାରୁ ପାଟି କରିଥିଲେ। ହେଲେ ଦୁର୍ବୃତ୍ତମାନେ ତାଙ୍କୁ ଦୁବ୍ୟବହାର କରି ଚୁପ କରାଇ ଦେଇ ପୁରୀ ନେଇ ଯାଇଥିଲେ। ସେଠାରେ ଝାଡେଶ୍ବରୀ କ୍ଲବ ନିକଟରେ ଥିବା ଏକ ପୋଲିସ କ୍ବାଟରରେ ଗଣ ଦୁଷ୍କର୍ମ କରାଯାଇଛି ବୋଲି ପିଡିତା ଲିଖିତ ଅଭିଯୋଗ କରିଛନ୍ତି।

ଭୁବନେଶ୍ବର: ପୁରୀ ଗଣଦୁଷ୍କର୍ମ ପ୍ରସଙ୍ଗରେ ଯୁବ କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ

ଖବର ପାଇ ପୁରୀ ଏସପି କୁମ୍ଭାରପଡା ଥାନାରେ ପହଁଚି ପିଡିତାଙ୍କୁ ପଚାରାଉଚୁରା କରି 4 ଜଣକୁ ଅଟକ ରଖିଛନ୍ତି। ଅଟକଙ୍କୁ ଅଧିକ ଜେରା କରିବା ପାଇଁ ପୋଲିସ ତାଙ୍କୁ ଅଜଣା ସ୍ଥାନକୁ ନେଇଯାଇଥିବାର ଜଣାପଡିଛି। ଖବର ପ୍ରଚାର ପରେ ପୁରୀ ଯୁବ କଂଗ୍ରେସ ତରଫରୁ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତକୁ ନଜରରେ ରଖି ସେଠାରେ 2 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଏହି ଘଟଣା ପଛରେ ପୋଲିସ କିମ୍ବା ଯେ କୌଣସି ବ୍ୟକ୍ତି ହୁଅନ୍ତୁ ନା କାହିଁକି, ତାଙ୍କୁ ଛଡା ଯିବ ନାହିଁ ବୋଲି ପୁରୀ ଏସପି କହିଛନ୍ତି।

ଏହି ଖବର ପ୍ରଚାର ହେବା ପରେ ଭୁବନେଶ୍ବରରେ ଯୁବ କଂଗ୍ରେସ ତରଫରୁ ମଧ୍ୟ ନବୀନ ନିବାସ ଘେରାଉ କରିବା ପାଇଁ ଉଦ୍ୟମ କରାଯାଇଥିଲା। ଯୁବ କଂଗ୍ରେସ କର୍ମିମାନେ କଂଗ୍ରେସ ଭବନରୁ ବାହାରି ନବୀନ ନିବାସ ଆଡକୁ ମାଡି ଆସିଥିଲେ। ହେଲେ ପୋଲିସ ବାଟରେ ଅଟକାଇବାରୁ ସେମାନେ ରୋଡ ଉପରେ ବସି ବିକ୍ଷୋଭ କରିଥିଲେ। ଏହି ଘଟଣା ପରବର୍ତ୍ତି ସମୟରେ ଭିନ୍ନ ରୂପ ନେବାର ସମ୍ଭାବନା ସୃଷ୍ଟି ହୋଇଥିବାରୁ ପୁରୀ ଓ ଭୁବନେଶ୍ବରରେ ପୋଲିସକୁ ସଜାଗ ରହିବାକୁ କୁହାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ହେଲିକପ୍ଟର କ୍ରାସ୍‌ ଓ ବସ ଦୁର୍ଘଟଣାରେ ୫ ମୃତ, ବହୁ ଆହତ

September 16, 2026

ୟୁପି ନିର୍ବାଚନରେ ସମସ୍ୟା ବଢ଼ାଇବେ କି ପୂର୍ବତନ ବିଜେପି ନେତା?: ​​୫୦ଟି ଆସନରେ ଦେବେ ପ୍ରାର୍ଥୀ

September 16, 2026

ଭାରତକୁ UNSCରେ ସ୍ଥାୟୀ ସ୍ଥାନ କାହିଁକି ମିଳିବା ଉଚିତ?: ଜାଣନ୍ତୁ ୫ ଟି ବଡ଼ କାରଣ

September 16, 2026

ଭାରତ ସହିତ ବାଣିଜ୍ୟ ଚୁକ୍ତିକୁ ମଞ୍ଜୁରୀ ଦେଲା ନ୍ୟୁଜିଲ୍ୟାଣ୍ଡ: ୯୫% ରପ୍ତାନି ଉପରେ ଉଚ୍ଛେଦ ହେବ ଶୁଳ୍କ!

September 16, 2026
Latest News

ସମୁଦ୍ରରେ ଭାରତୀୟ ଯୁଦ୍ଧଜାହାଜକୁ ଧକ୍କା ଦେଲା ପାକିସ୍ତାନ ଯୁଦ୍ଧଜାହାଜ: ଆକ୍ସନ ମୋଡରେ ଭାରତ

September 16, 2026

ହେଲିକପ୍ଟର କ୍ରାସ୍‌ ଓ ବସ ଦୁର୍ଘଟଣାରେ ୫ ମୃତ, ବହୁ ଆହତ

September 16, 2026

ଗାଁ ନାଟକ ଶିଖୁଥିବା ବେଳେ ମାରଣାନ୍ତକ ଆକ୍ରମଣ: ଯୁବକଙ୍କ ପ୍ରାଣହାନୀ

September 16, 2026

ୟୁପି ନିର୍ବାଚନରେ ସମସ୍ୟା ବଢ଼ାଇବେ କି ପୂର୍ବତନ ବିଜେପି ନେତା?: ​​୫୦ଟି ଆସନରେ ଦେବେ ପ୍ରାର୍ଥୀ

September 16, 2026

ମଣିପୁରରେ ପୁଣି ଉତ୍ତେଜନା: ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ମହିଳା ମୃତ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.