Author: Samikhsya Bureau

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,30/11: ବିଗତ ଦୁଇ ଦିନ ମଧ୍ୟରେ ନନ୍ଦନକାନନରେ ଦୁଇଟି ଆନାକୋଣ୍ଡା ପ୍ରାଣ ହରାଇଛନ୍ତି । ଗତମାସରେ ନନ୍ଦନକାନନକୁ 8ଟି ଆନାକୋଣ୍ଡା ଆସିଥିବା ବେଳେ ଗତକାଲି ଏହାମଧ୍ୟରୁ ଗୋଟିଏ ଆନାକୋଣ୍ଡା ପ୍ରାଣ ହରାଇଥିଲା । ଗତକାଲି ମୃତ ଆନାକୋଣ୍ଡାର ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବା ବେଳେ ଆଜି ଆଉ ଏକ ଆନାକୋଣ୍ଡା ପ୍ରାଣ ହରାଇଛି । ହର୍ପିସ୍‌ କାରଣରୁ କିଛି ଦିନ ତଳେ ହାତୀ ମାନେ ପ୍ରାଣ ହରାଉଥିବା ବେଳେ ଆନାକୋଣ୍ଡାଙ୍କ ପ୍ରାଣହାନି ପରେ ପଶୁପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Read More

ନୂଆଦିଲ୍ଲୀ,30/11: ଗତକାଲି ସରକାରଙ୍କ ପକ୍ଷରୁ ତୃତୀୟ କ୍ବାର୍ଟର ଅର୍ଥନୈତିକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ ଭାରତୀୟ ଘରୋଇ ଅଭିବୃଦ୍ଧି ହାରରେ 0.5 ପ୍ରତିଶତ ହ୍ରାସ ପାଇ 4.5 ପ୍ରତିଶତରେ ପହଞ୍ଚିଛି । ଏହା ସହିତ 8ଟି ମୁଖ୍ୟ ଉତ୍ପାଦନ କ୍ଷେତ୍ରରେ ମଧ୍ୟ 5.8 ପ୍ରତିଶତର ହ୍ରାସ ଘଟିଛି । ମାନ୍ଦାବସ୍ଥା ଦେଇ ଗତି କରୁଥିବା ଭାରତୀୟ ଅର୍ଥନୀତି ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମନମୋହନ ସିଂ କହିଛନ୍ତି । ମୋଦି ସରକାରଙ୍କୁ ମନମୋହନ ସିଂ ଚେତାବନୀ ଦେଇ କହିଛନ୍ତି, ଏହି ଅବସ୍ଥା ଜାରି ରହିଲେ ଦେଶର ଅର୍ଥନୀତି ରସାତଳକୁ ଚାଲିଯିବ ବୋଲି ମନମୋହନ ମତ ଦେଇଛନ୍ତି । ସରକାର ଅର୍ଥନୈତିକ ବ୍ୟବସ୍ଥା ସୁଧାରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଉଚିତ୍‌ ବୋଲି ମନମୋହନ ମତ ଦେଇଛନ୍ତି । ଦେଶର ବେକାରୀ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇଥିବା ବେଳେ…

Read More

ରାଞ୍ଚି,30/11: ଝାରଖଣ୍ଡରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଶନିବାର ଆରମ୍ଭ ହୋଇଛି । 13ଟି ଆସନରେ ଅନୁଷ୍ଠିତ ହେଉଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସକାଳ 10ଟା ସୁଦ୍ଧା11.2 ପ୍ରତିଶତ ଭୋଟଗ୍ରହଣ ହୋଇଛି । ଛତରା, ଗୁମଲା, ବିଷ୍ଣୁପୁର, ଲୋହରଦଗା, ମଣିକା, ଲାତେହାର, ପାଙ୍କି, ଡାଲଟନଗଞ୍ଜ, ବିଶ୍ରାମପୁର, ଛତରପୁର, ହୁସେନବାଦ, ଘରୱା ଓ ଭବନାଥପୁର ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ଭୋଟଗ୍ରହଣ ସମୟରେ ମାଓପ୍ରବଣ ଗୁମ୍‌ଲାରେ ମାଓବାଦୀ ମାନେ ଏକ ବ୍ରିଜ୍‌ ଉଡାଇ ଦେଇଛନ୍ତି । ଝାରଖଣ୍ଡରେ ପ୍ରଥମ ପର୍ଯ୍ୟାୟରେ ସମୁଦାୟ 189 ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିବା ବେଳେ 37 ଲକ୍ଷ 83 ହଜାର 55 ଜଣ ଭୋଟର ଏହି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

Read More

ମୁମ୍ବାଇ,30/11: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏନ୍‌ସିପି ବିଧାୟକ ଅଜିତ ପଓ୍ବାରଙ୍କୁ ଭେଟିଛନ୍ତି ବିଜେପି ସାଂସଦ ପ୍ରତାପରାଓ ଗୋବିନ୍ଦରାଓ ଚିଖାଲିକର ଭେଟିଛନ୍ତି । ଶନିବାର ସକାଳ 9.30 ମିନିଟ୍‌ରେ ଅଜିତ୍‌ଙ୍କ ବାସଭବନରେ ନାନ୍ଦେଡ୍‌ର ବିଜେପି ସାଂସଦ ତାଙ୍କୁ ଭେଟିଥିଲେ । ଏହି ଭେଟ ପରେ ମହାରାଷ୍ଟ୍ର ରାଜନୀତିରେ ନୂତନ ସମୀକରଣର ସମ୍ଭାବନା ଦେଖାଦେଇଛି । ଉଦ୍ଧବ ଠାକ୍‌ରେ ଆଜି ଅପରାହ୍ନ 2ଟା ସୁଦ୍ଧା ସରକାରର ବହୁମତ କରିବାକୁ ଯାଉଥିବା ବେଳେ ଅଜିତଙ୍କ ଭେଟ ନୂତନ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉଦ୍ଧବଙ୍କ ସହିତ ଏନ୍‌ସିପି,କଂଗ୍ରେସ ଏବଂ ଶିବସେନାର ଦୁଇଜଣ ଲେଖାଏଁ ବିଧାୟକ ଶପଥ ଗ୍ରହଣ କରିଥିଲେ ।

Read More

ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାର ବାଲାକୋଟ ଏବଂ କୃଷ୍ଣା ଘାଟି ସହିତ ବାରାମୁଳାର ଉରି ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ଼ କରିଛି । ଶୁକ୍ରବାର ବିଳମ୍ବିତ ରାତିରେ ପାକିସ୍ତାନ ପକ୍ଷରୁ ଲାଗାତର ମୋର୍ଟାର ମାଡ଼ କରାଯାଇଛି । ଉରିର ସିଲିକୁଟ ଅଞ୍ଚଳରେ କ୍ରମାଗତ 2 ଘଣ୍ଟା ଧରି ଗୁଳିମାଡ଼ କରାଯାଇଥିଲା । ଭାରତୀୟ ସେନା ପକ୍ଷରୁ ଏହି ଆକ୍ରମଣର କଡ଼ା ଜବାବ ଦିଆଯାଇଥିଲା । ଦୀର୍ଘ ଦୁଇରୁ ତିନି ଘଣ୍ଟା ଧରି ଉଭୟ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ଏହି ଆକ୍ରମଣରେ କୌଣସି ପ୍ରାଣହାନି ଘଟିନଥିବା ଜଣାପଡିଛି ।

Read More

ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶନିବାର ଆରମ୍ଭ ହୋଇଛି । 13ଟି ଆସନରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ସକାଳ 7ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ନିର୍ବାଚନ ଅନୁଷ୍ଠିତ ହେବ । ଛତରା, ଗୁମଲା, ବିଷ୍ଣୁପୁର, ଲୋହରଦଗା, ମଣିକା, ଲାତେହାର, ପାଙ୍କି, ଡାଲଟନଗଞ୍ଜ, ବିଶ୍ରାମପୁର, ଛତରପୁର, ହୁସେନବାଦ, ଘରୱା ଓ ଭବନାଥପୁର ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାରେ 37 ଲକ୍ଷ 83 ହଜାର 55 ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବ ।

Read More

କେଦାର ମିଶ୍ର  ଆମେ ଗୋଟେ ଅଦ୍ଭୁତ ସମୟରେ ବଞ୍ଚୁଛୁ। ଆମ ପାଖରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ନାହିଁ। ତାର ଏକ ଛୋଟିଆ ଉଦାହରଣ ହେଉଛି, ଦେଶସାରା ବଢି ଚାଲିଥିବା ନିଆଁଲଗା ପିଆଜ ଦର। ଆଜିର ତାରିଖରେ ଭୁବନେଶ୍ବରରେ ପିଆଜ ଦର କିଲୋ ପିଛା ୯୦ ରୁ ୧୦୦ ଟଙ୍କା। ଏହା କେବଳ ଓଡିଶାରେ ସୀମିତ ନୁହେଁ। ସାରା ଦେଶରେ ପିଆଜ ଦର କିଲୋ ପିଛା ୯୦ ରୁ ୧୦୦ ଭିତରେ ରହିଛି। ତେବେ ଏହାକୁ ନେଇ କୌଣସି ରାଜନୈତିକ ପ୍ରତିକ୍ରିୟା ଦେଖିବାକୁ ମିଲୁନି କାହିଁକି? ସଂସଦର ଅଧିବେଶନ ଚାଲିଛି। ପିଆଜର ଏହି ଅହେତୁକ ଦରବୃଦ୍ଧିକୁ ନେଇ ସଂସଦରେ ଆଲୋଚନା ହେଲାଣି କି? ଗୋଡସେ ଭଳି ଅପରାଧୀକୁ ନେଇ ଦୁଇ ଦିନ ଚର୍ଚ୍ଚା କରୁଥିବା ଆମର ସାଂସଦ, ପ୍ରତ୍ୟେକ ସାଧାରଣ ଲୋକକୁ କନ୍ଦାଉଥିବା ପିଆଜ ଦର ବିଷୟରେ ଆଲୋଚନା କରୁନି କାହିଁକି? କୌଣସି ବି ରାଜନୈତିକ ଦଳ ଏହି ପ୍ରସଙ୍ଗରେ ରାସ୍ତାକୁ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର-29/11: ରାଜଧାନୀର ମାଷ୍ଟର କ୍ୟାଣ୍ଟିନ୍ ବସ ଷ୍ଟାଣ୍ଡରେ ଏକ ଅଚିହ୍ନା ବ୍ୟକ୍ତିର ଶବ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଜଣା ପଡିନଥିବା ବେଳେ ତାଙ୍କୁ କେହି ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡରେ ଏପରି ଦୁର୍ଘଟଣା କିପରି ଘଟିଲା ତାହା ସନ୍ଦେହ ସୃଷ୍ଟି କରିଛି। ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ତେବେ ଏ ପର୍ଯ୍ୟନ୍ତ ସେହି ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ।

Read More

ଉତ୍ତରପ୍ରଦେଶ,29/11: ଭାରତର ସାମରିକ ଶକ୍ତି ପ୍ରଦର୍ଶନ ପାଇଁ ଲକ୍ଷ୍ନୌରେ ଆୟୋଜିତ ହେବାକୁ ଥିବା ପ୍ରତିରକ୍ଷା ପ୍ରଦର୍ଶନୀ ପାଇଁ ବଳି ପଡିବେ 63799ଟି ନୂଆ ପୁରୁଣା ଗଛ। ତୁରନ୍ତ ଏହି ଗଛ କାଟି ସଫା କରିବା ପାଇଁ ଲକ୍ଷ୍ମୌ ଉନ୍ନୟନ କର୍ତ୍ତୁପକ୍ଷ ଲକ୍ଷ୍ନୌ ନଗର ନିଗମକୁ ଏକ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରଦର୍ଶନୀ ଆସନ୍ତା ଫେବୃୟାରୀରେ ହେବାକୁ ଥିବାରୁ ଜାନୁୟାରୀ 15 ତାରିଖ ସୁଦ୍ଧା ସବୁ ଗଛ କାଟି ଖାଲି ସ୍ଥାନକୁ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରି ଚିଠିକୁ ନେଇ ଉତ୍ତର ପ୍ରଦେଶ ପରିବେଶବିତଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। କାରଣ ତିନିବର୍ଷ ତଳେ ଲକ୍ଷ୍ନୌ ନଗର ନିଗମ 59 ଲକ୍ଷ ଟଙ୍କା ଖର୍ଚ୍ଚ କରି ଗୋମତୀ ନଦୀ ତଟ ଏବଂ ଏହାର ଆଖପାଖ ଅଞ୍ଚଳରେ ଚାରା ରୋପଣ କରିଥିଲେ।  ଏଥିସହିତ ସେଠାରେ ପ୍ରାଚୀନ କାଳରୁ ବହୁ ବଡ ବଡ ଗଛ ମଧ୍ୟ ରହିଛି।…

Read More

ସମୀକ୍ଷା ବ୍ୟୁରୋ ବାଣପୁର,୨୯/୧୧: ବାଣପୁରରେ ଆରଟିଓ କ୍ୟାମ୍ପ ସ୍ଥାପନ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।୧୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଅମରେନ୍ଦ୍ର ରଣସିଂହ ଏନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ମୋଟର ଯାନ ଆଇନ୍ ସେପ୍ଟମ୍ବର ୧ ତାରିଖରେ ଲାଗୁ କରାଯାଇଥିଲା। ଏହି ଆଇନ୍ ବଳରେ ପୋଲିସ ଚେକିଂରେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେବା ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ମାସର ମହଲତ ପ୍ରଦାନ କରାଯାଇଥିଲା। ଏତଦବ୍ୟତୀତ ରାଜ୍ୟର ପ୍ରତି ବ୍ଲକରେ ଅସ୍ଥାୟୀ ଆରଟିଓ କ୍ୟାମ୍ପ ସ୍ଥାପନର ପ୍ରତିଶ୍ରୁତି ଦିଆଯାଇଥିଲା। ଏହି ସମସ୍ତ କ୍ୟାମ୍ପରେ ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟ ସୁବିଧା ପ୍ରଦାନର ବ୍ୟବସ୍ଥା ରହିବା ନେଇ ଘୋଷଣା କରାଯାଇଥିଲା। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରଥମ ଅବଧି ଶେଷ ହେବା ସହିତ ପୁନର୍ବାର ତିନି ମାସର ମହଲତ ପ୍ରଦାନ କରାଗଲାଣି ମାତ୍ର ବର୍ତ୍ତମାନ ସୁଦ୍ଧା ବାଣପୁରରେ…

Read More

ନୂଆଦିଲ୍ଲୀ,29/11: ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞାଙ୍କ ବିବାଦୀୟ ଗୋଡ୍‌ସେ ବୟାନକୁ ନେଇ ବାଚସ୍ପତି ଓମ୍‌ ବିର୍ଲା ସର୍ବଦଳୀୟ ବୈଠକ ଡାକିଥିଲେ । ଏହି ବୈଠକରେ ସମସ୍ତ ସାଂସଦ ପ୍ରଜ୍ଞାଙ୍କ ନିଃସର୍ତ୍ତ କ୍ଷମାପ୍ରାର୍ଥନା ଦାବି କରିଛନ୍ତି । ଗଡ୍‌ସେଙ୍କୁ ଦେଶଭକ୍ତ ବୋଲି ମତ ଦେବା ପରେ ଶୁକ୍ରବାର ଲୋକସଭାରେ କ୍ଷମା ପ୍ରାର୍ଥନା କରିଥିଲେ । ମାତ୍ର ତାଙ୍କ ବୟାନକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରାଯାଇଛି ବୋଲି ମଧ୍ୟ ସେ ଅଭିଯୋଗ କରିଥିଲେ । ଏହି କ୍ଷମାପ୍ରାର୍ଥନାକୁ ବିରୋଧୀ ଦଳ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯିବା ସହିତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରିଥିଲେ ।

Read More

ମୁମ୍ବାଇ,29/11 : ମାର୍ଭେଲ୍‌ ସିନେମାଟିକ୍‌ ୟୁନିଭର୍ସ (ଏମ୍‌ସିୟୁ)ର ଆସନ୍ତା ଚଳଚିତ୍ର ବ୍ଲାକ୍‌ ଓ୍ବିଡୋ ଆସନ୍ତା 1 ମେ 2020ରେ ରିଲିଜ୍‌ ହେବାକୁ ଯାଉଛି । ରିଲିଜ୍‌ ହେବାକୁ ସମୟ ବାକିଥିଲେ ମଧ୍ୟ ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ତାରିଖ ଘୋଷଣା କରାଯାଇଛି । ଏହି ଫିଲ୍ମର କାହାଣୀ କ୍ୟାପ୍‌ଟେନ୍‌ ଆମେରିକା: ସିଭିଲଓ୍ବାର ଏବଂ ଆଭେଞ୍ଜର୍ସ :ଇନ୍‌ଫିନିଟି ଓ୍ବାର ସମୟ ମଧ୍ୟରେ ରହିଛି । ଫିଲ୍ମରେ ନତାଶା ରମାନୋଫ ଭୂମିକାରେ ସ୍କାର୍ଲେଟ୍‌ ଜୋହାନ୍‌ସନ୍‌ ନଜର ଆସୁଛନ୍ତି । ଆସନ୍ତା ଡିସେମ୍ବର 3 ତାରିଖରେ ଫିଲ୍ମର ଟ୍ରେଲର ରିଲିଜ୍‌ ହେବାକୁ ଯାଉଛି । ଋଷୋ ବ୍ରଦର୍ସ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ।

Read More

ନୂଆଦିଲ୍ଲୀ,୨୯/୧୧: ଅର୍ଥନୈତିକ ମାନ୍ଦାବସ୍ଥା ମଧ୍ୟରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଶିଳ୍ପର ଉତ୍ପାଦନ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇଛି। ଅକ୍ଟୋବର ମାସରେ ଅର୍ଥନୈତିକ ମାନ୍ଦାବସ୍ଥା ସମ୍ପର୍କିତ ସରକାରୀ ରିପୋର୍ଟ ପ୍ରକାଶ ପାଇଛି। ୮ଟି ମୁଖ୍ୟଶିଳ୍ପର ଉତ୍ପାଦନରେ ହାରାହାରି ୫.୮ ପ୍ରତିଶତ ହ୍ରାସ ପାଇଥିବା ବେଳେ ୬ଟି ଶିଳ୍ପର ପ୍ରଦର୍ଶନ ଦୟନୀୟ ରହିଛି। କୋଇଲା ଶିଳ୍ପ ଉତ୍ପାଦନରେ ୧୭.୬ ପ୍ରତିଶତ ହ୍ରାସ ପାଇଥିବା ବେଳେ, ଅଶୋଧିତ ତୈଳ ଉତ୍ପାଦନରେ ୫.୧ ପ୍ରତିଶତ ହ୍ରାସ ପାଇଛି। ପ୍ରାକୃତିକ ଗ୍ୟାସ୍‌ ଉତ୍ପାଦନରେ ୫.୭ ପ୍ରତିଶତ ହ୍ରାସ ପାଇଛି। ସିମେଣ୍ଟ ଉତ୍ପାଦନ(-୭.୭), ଷ୍ଟିଲ୍‌(-୧.୬) ଏବଂ ବିଦ୍ୟୁତ୍‌(-୧୨.୪) ଉତ୍ପାଦନ ହାର ନକରାତ୍ମକ ରହିଛି। ଅକ୍ଟୋବରରେ କେବଳ ସାର ଉତ୍ପାଦନରେ ୧୧.୮ ପ୍ରତିଶତର ଅଭିବୃଦ୍ଧି ଘଟିଛି। ବିଶୋଧନ କ୍ଷେତ୍ରରେ ୦.୪ ପ୍ରତିଶତର ହ୍ରାସ ଘଟିଛି ଯାହାକି ଗତବର୍ଷ ଅକ୍ଟୋବରରେ ୧.୩ ପ୍ରତିଶତ ରହିଥିଲା। ୨୦୧୮ରେ ୮ଟି ମୁଖ୍ୟଶିଳ୍ପର ଉତ୍ପାଦନ ୪.୮ ପ୍ରତିଶତର ଅଭିବୃଦ୍ଧି ଘଟିଥିଲା। ଏପ୍ରିଲ୍‌-ଅକ୍ଟୋବର ମଧ୍ୟରେ ଅଭିବୃଦ୍ଧି ହାର ୦.୨…

Read More

ସମୀକ୍ଷା ବ୍ୟୁରୋ ସମ୍ବଲପୁର,29/11: ଯାତ୍ରା ପାର୍ଟି ଟ୍ରକ୍‌ ଓଲଟି ୧୩ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୬୫ ନମ୍ୱର ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଘଟିଛି। କଟକ-ସମ୍ବଲପୁର ରାସ୍ତାର କନ୍ତୋଲ ବାରବାଟି ପୋଖରୀ ନିକଟରେ ଟ୍ରକ୍‌ ସମ୍ମୁଖକୁ ଏକ ବାଇକ ଚାଲି ଆସିଥିଲା। ଏହା ଦେଖି ଟ୍ରକ୍‌ ଚାଳକ ହଠାତ ବ୍ରେକ ମାରିଥିଲେ। ଫଳରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଟ୍ରକ୍‌ରେ ଥିବା ଯାତ୍ରା ପାର୍ଟିର ୧୩ ଜଣ କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ମଧ୍ୟରୁ ୭ ଜଣ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ କେତେକଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

Read More

ମୁମ୍ବାଇ,29/11: ଶପଥ ଗ୍ରହଣ କରିଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଆସନ୍ତା କାଲି ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ । ଶନିବାର ଅପରାହ୍ନ 2ଟା ସୁଦ୍ଧା ଉଦ୍ଧବ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାପାଇଁ ରାଜ୍ୟପାଳ ଉଦ୍ଧବଙ୍କୁ କହିଥିବା ବେଳେ ଏନ୍‌ସିପି ନେତା ଦିଲ୍ଲୀପ ଓ୍ବାଲ୍‌ସେ ପାଟିଲଙ୍କୁ ଅସ୍ଥାୟୀ ବାଚସ୍ପତି ଭାବରେ ଘୋଷଣା କରାଯାଇଛି । ପୂର୍ବରୁ ଏନ୍‌ସିପି ନେତା ଅବ୍‌ଦୁଲ ସତ୍ତାର ମଧ୍ୟ ଶନିବାର ଫ୍ଲୋର ଟେଷ୍ଟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମେଣ୍ଟ ପ୍ରାରମ୍ଭରୁ ମହା ଅଘାଡି ବିକାଶ ନିକଟରେ 162 ବିଧାୟକଙ୍କ ସମର୍ଥନ ରହିଥିବା ବେଳେ ବର୍ତ୍ତମାନ ଏହା 170କୁ ବୃଦ୍ଧି ପାଇଛି ବୋଲି ସତ୍ତାର କହିଛନ୍ତି । ମନୋହର ଯୋଶୀ ଏବଂ ନାରାୟଣ ରାଣେଙ୍କ ପରେ ତୃତୀୟ ଶିବସେନା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଉଦ୍ଧବ ଠାକ୍‌ରେ । ଉଲ୍ଲେଖଯୋଗ୍ୟ ଯେ, ଠାକ୍‌ରେ ପରିବାରର ପ୍ରଥମ ବ୍ୟକ୍ତି ଭାବରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଉଦ୍ଧବ ।

Read More