Mumbai: Actress Bhumi Pednekar during the promotions of her upcoming film “Pati Patni Aur Woh” in Mumbai on Nov 28, 2019. (Photo: IANS)
Author: Samikhsya Bureau
Mumbai: Uddhav Thackeray takes oath as the 17th Chief Minister of Maharashtra during his swearing-in ceremony in Mumbai on Nov 28, 2019. (Photo: IANS)
BEIJING, Nov. 28, 2019 (Xinhua) — This photo shows the artistic rendering of the black hole LB-1. A Chinese-led research team has discovered a surprisingly huge stellar black hole about 14,000 light-years from Earth — our “backyard” of the universe — forcing scientists to re-examine how such black holes form. The team, headed by Liu Jifeng, of the National Astronomical Observatory of the Chinese Academy of Sciences (NAOC), spotted the black hole, which has a mass 70 times greater than the Sun. Researchers named the monster black hole LB-1. Xinhua/UNI PHOTO-10F
ସମୀକ୍ଷା ବ୍ୟୁରୋ ପଶ୍ଚିମବଙ୍ଗ, ୨୮/୧୧: ମହାରାଷ୍ଟ୍ରରେ ନୂତନ ସରକାର ଶପଥ ଗ୍ରହଣ ନେବା ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ସିଧା ଟାର୍ଗେଟ୍ କରିଛନ୍ତି। ମମତା କହିଛନ୍ତି ଯେ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ଏବେ ବିଜେପି ମୁକ୍ତ ହୋଇଗଲା। ଏବେ ଝାରଖଣ୍ଡର ପାଳି। ଝାରଖଣ୍ଡରେ ବିଜେପି ହାରିବ ବୋଲି କହିଛନ୍ତି ମମତା। ମମତା ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଏନ୍ସିପି ପ୍ରମୁଖ ଶରଦ ପାଓ୍ବାର ଓ ମହାରାଷ୍ଟ୍ର କଂଗ୍ରେସର ପ୍ରମୁଖ ବାଲାସାହେବ ଥୋରେଟ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନୂତନ ନେତୃତ୍ବରେ ମହାରାଷ୍ଟ୍ରରେ ଜନହିତୈଷୀ ଓ ସ୍ଥିର ସରକାର ମିଳିବ ଓ ବିକାଶ ହେବ ବୋଲି ମମତା କହିଛନ୍ତି। ଆଜି ଏନ୍ସିପି-କଂଗ୍ରେସ-ଶିବସେନା ମେଣ୍ଟ ‘ମହାରାଷ୍ଟ୍ର ବିକାଶ ଅଘାଡ଼ି’ ମେଣ୍ଟର ମୁଖ୍ୟମନ୍ତ୍ରୀ ଭାବେ ଶିବସେନା ପ୍ରମୁଖ ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତ।
ମୁମ୍ବାଇ, ୨୮/୧୧: ଆଜି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଶିବସେନା ପ୍ରମୁଖ ଉଦ୍ଧବ ଠାକ୍ରେ। ଶିବାଜୀ ପାର୍କରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଉଦ୍ଧବ ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ବହୁ ଜାତୀୟସ୍ତରୀୟ ନେତା ଉପସ୍ଥିତ ଅଛନ୍ତି। ଏନ୍ସିପି, କଂଗ୍ରେସର ବହୁ ନେତା ସମେତ ଦେବେନ୍ଦ୍ର ଫଡ୍ନଭୀସ୍, ରାଜ ଠାକ୍ରେ, ଶିଳ୍ପପତି ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ ପ୍ରମୁଖ ଉପସ୍ଥିତ ରହିଛନ୍ତି ଉଦ୍ଧବଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଭଗତ ସିଂ କୋଶିୟାରୀ। ଉଦ୍ଧବଙ୍କ ସମେତ ଏକନାଥ ସିନ୍ଧେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି।(ଏଜନ୍ସି)
ଭୁବନେଶ୍ବର, ୨୮/୧୧ : (ସମୀକ୍ଷା ବ୍ୟୁରୋ) : ଭୁବନେଶ୍ବର ନନ୍ଦନକାନନଠାରେ ଆନାକୋଣ୍ଡା ସାପର ମୃତ୍ୟୁ ଘଟିଛି । ଅକ୍ଟୋବର ୨୨ରେ ଚେନ୍ନାଇରୁ ୮ଟି ଆନାକୋଣ୍ଡା ଭୁବନେଶ୍ବର ନନ୍ଦନକାନନକୁ ଆସିଥିଲେ । ମୃତ ଆନାକୋଣ୍ଡାର ବୟସ ୨ ବର୍ଷ । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କର୍ତ୍ତୃପକ୍ଷ ଜଣାଇଛନ୍ତି ।
ମୁମ୍ବାଇ,୨୮/୧୧: ମହାରାଷ୍ଟ୍ରର ୧୯ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଶିବସେନା-ଏନ୍ସିପି-କଂଗ୍ରେସର ମେଣ୍ଟ ସରକାର ସାମାନ୍ୟ ନ୍ୟୁନତମ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି। ମହାରାଷ୍ଟ୍ର ବିକାଶ ଅଘାଡ଼ି ମେଣ୍ଟ ସିଏମ୍ପିରେ କୃଷକ, ଶିକ୍ଷା, ସ୍ବାସ୍ଥ୍ୟ, ବେରାଜଗାର ଓ ଧର୍ମନିରପେକ୍ଷତାକୁ ସ୍ଥାନ ଦେଇଛନ୍ତି। ଏହି ସିଏମ୍ପିରେ ପ୍ରଥମେ ସେକ୍ୟୁଲାରଜିମ୍ ବା ଧର୍ମନିରପେକ୍ଷତା ସ୍ଥାନ ପାଇଛି। ଏଥିରେ ସରକାରଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସାମାନ୍ୟ ସୂଚନା ରହିଛି। ଏହା ସହିତ ଏହି ମେଣ୍ଟ ସରକାର କୃଷକ, ସ୍ବାସ୍ଥ୍ୟ, ଉଦ୍ୟୋଗ, ସାମାଜିକ ନ୍ୟାୟ, ମହିଳା ସୁରକ୍ଷା, ଶିକ୍ଷା, ଗ୍ରାମୀଣବିକାଶ ଆଦି ବିଷୟକୁ ପ୍ରାଥମିକତା ମଧ୍ୟ ଦେଇଛନ୍ତି। ସେହିପରି ସରକାରୀ ବିଭାଗରେ ଥିବା ଖାଲି ପଦବୀକୁ ପୂରଣ କରାଯିବା ଓ ରାଜ୍ୟର ନାଗରିକଙ୍କୁ ଏକ ଟଙ୍କାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାର ଏଜେଣ୍ଡା ମଧ୍ୟ ଏଥିରେ ସାମିଲ୍ ହୋଇଛି। ସେହିପରି ମରୁଡି ତଥା ଋଣଗ୍ରସ୍ତ ଚାଷୀଙ୍କୁ ଋଣ ଛାଡ଼ କରାଯିବା ନେଇ ସୂଚନା ରହିଛି। ଉଦ୍ଧବ ଠାକ୍ରେଙ୍କ ନେତୃତ୍ବାଧୀନ ସରକାରରେ…
ଭୁବନେଶ୍ବର,୨୮/୧୧: (ସମୀକ୍ଷା ବ୍ୟୁରୋ) : ଏଣିକି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ବୁଝିବେ । ସ୍ୱଚ୍ଛତା ପାଇଁ ମିଶନ ଶକ୍ତି ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରାଥମିକ ଭାବେ ଶହେରୁ ଅଧିକ ପିଲା ଥିବା ସ୍କୁଲ ଖାଦ୍ୟ ଦାୟିତ୍ୱ ଏସଏଚଜି ଗ୍ରୁପ ନେବେ। ମଧ୍ୟାହ୍ନ ଭୋଜନ ବିତରଣ ବେଳେ ଏସଏଚଜି ସଦସ୍ୟ ଓ ପ୍ରଧାନଶିକ୍ଷକ ଉପସ୍ଥିତ ରହିବେ। ପୂର୍ବରୁ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ସେଣ୍ଟ୍ରାଲ କିଚେନ ଓ ସ୍କୁଲ ଶିକ୍ଷକ ବୁଝୁଥିଲେ। ନିମ୍ନମାନର ମଧ୍ୟାହ୍ନ ଭୋଜନ ସହ ଛାତ୍ରଛାତ୍ରୀଙ୍କୁ କାମ କରାଯାଉଥିବା ମଧ୍ୟ ଅଭିଯୋଗ ଆସୁଥିଲା।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ହାଇଦ୍ରାବାଦରେ ହୋଇଥିବା ପର୍ଯ୍ୟଟନ ରୋଡ ସୋ ରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଦୁଇ ମହିଳାଙ୍କୁ ସାଥିରେ ନେଇ ବିବାଦ ବଢିବାରେ ଲାଗିଛି। ଗତକାଲି କଂଗ୍ରେସ ତରଫରୁ ଏହାକୁ ନେଇ ଅଭିଯୋଗ କରାଯାଇଥିବା ବେଳେ, ଆଜି ବିଧାନସଭାରେ ବିରୋଧୀ ଏ ପ୍ରସଙ୍ଗରେ ପ୍ରବଳ ହଙ୍ଗାମା କରିଥିଲେ। ତାରିଖରେ ହାଇଦ୍ରାବାଦରେ ଏକ ପାଇଁ ମନ୍ତ୍ରୀଙ୍କ ସହିତ ଦୁଇ ମହିଳା ଯାଇଥିଲେ। ତେବେ ସରକାରୀ ଖର୍ଚ୍ଚାରେ ଏହି ମହିଳା ଦ୍ବାୟ କିପରି ଗଲେ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଏହି ଦୁଇ ଜଣ ପର୍ଯ୍ୟଟନ ବିଭାଗ ସହିତ ସଂପର୍କ ନ ଥିବା ବେଳେ ମନ୍ତ୍ରୀ କିପରି ତାଙ୍କୁ ସରକାରୀ ଖର୍ଚ୍ଚରେ ହାଇଦ୍ରାବାଦ ନେଲେ ତାହା ବିବାଦ ସୃଷ୍ଟି କରିଛି। ସେତେକି ନୁହେଁ ମନ୍ତ୍ରୀ ହାଇଦ୍ରାବାବ ବିମାନ ବନ୍ଦରରେ ଯେପରି ସେହି ମହିଳାଙ୍କ ସହିତ ସେଲଫି ଉଠାଇଲେ ତାହା ସନ୍ଦେହକୁ ଘନିଭୂତ କରିଦେଇଛି। ସେହିପରି ଜଣେ ମହିଳା ବିମାନରେ…
ନୂଆଦିଲ୍ଲ,28/11 : ସାଂସଦ ତଥା ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ବାରୀଙ୍କୁ ସମନ । ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପକ୍ଷରୁ ଦାୟର କରାଯାଇଥିବା ମାନହାନି ମୋକଦ୍ଦମା ମାମଲାରେ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ବାରୀ ଏବଂ ଅନ୍ୟ 5 ଜଣଙ୍କୁ କୋର୍ଟଙ୍କ ପକ୍ଷରୁ ସମନ କରାଯାଇଛି । ସିସୋଦିଆଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି ସହକାରୀ ମେଟ୍ରପଲିଟାନ୍ ମାଜିଷ୍ଟ୍ରେଟ୍ ବିଶାଲ ପାହୁଜା କରିଥିଲେ । ତିଓ୍ବାରୀଙ୍କ ସମେତ ସାଂସଦ ହଂସ ରାଜ ହଂସ, ପ୍ରବେଶ ବର୍ମା, ହରିଶ ଖୁରାନା ଏବଂ ଦୁଇ ବିଧାୟକ ଶୀର୍ଷା ସିଂ ଏବଂ ବିଜେନ୍ଦର ଗୁପ୍ତାଙ୍କୁ କୋର୍ଟରେ ହାଜର ହେବା ପାଇଁ ନୋଟିସ୍ ଜାରି କରାଯାଇଛି । ଡିସେମ୍ବର 18ରେ କୋର୍ଟରେ ହାଜର ହେବାପାଇଁ କୋର୍ଟଙ୍କ ପକ୍ଷରୁ ସମନ ଜାରି କରାଯାଇଛି ।
ଭୁବନେଶ୍ବର, ୨୮/୧୧: (ସମୀକ୍ଷା ବ୍ୟୁରୋ) ଡ଼ିସେମ୍ବର ୧ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରଠାରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ପ୍ରତ୍ୟହ ସନ୍ଧ୍ୟା ୬ ଘଟିକା ଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ନୃତ୍ୟୋତ୍ସବର ଆୟୋଜନ ହେବାକୁ ଯାଉଛି । ଓଡ଼ିଶାର ଅନ୍ତର୍ନିହିତ ଐତିହ୍ୟକୁ ବାଦ ଦେଲେ ଏହି ଉତ୍ସବ ଉତ୍କୃଷ୍ଟ ମାନର ପାରମ୍ପରିକ ତଥା ଶାସ୍ତ୍ରୀୟ ନୃତ୍ୟର ଆୟୋଜନ କରୁଅଛି । କୋଣାର୍କ ଉତ୍ସବ ଯେଉଁଥିରେ ବହୁ ପ୍ରତିଭାବାନ୍ ନୃତ୍ୟ ବିଶାରଦ ପ୍ରାୟ ଶାସ୍ତ୍ରୀୟ ନୃତ୍ୟର କଳାକାରବୃନ୍ଦ ଓଡ଼ିଶୀ, ଭାରତନାଟ୍ୟମ, କଥକ, କୁଚିପୁଡ଼ି, ମୋହିନିଆଟ୍ଟମ ଏବଂ ଏବର୍ଷର ବିଶେଷ ଆକର୍ଷଣ ଇଣ୍ଡୋନେସିଆର ବାଲିନିଜ୍ ଦଳଗତ ନୃତ୍ୟ ପ୍ରଦର୍ଶନ କରିବେ । ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ୨୦୧୯ କୋଣାର୍କ ସୂର୍ଯ୍ୟ ମନ୍ଦିରଠାରୁ ୩ କି.ମି. ଦୂରରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସଡ଼ର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚନ୍ଦ୍ରଭାଗାର…
ପଞ୍ଜାବ,28/11 ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ପାଇଁ 6 ଜଣ ନୂତନ ବିଚାରପତିଙ୍କୁ ନିଯୁକ୍ତ କରାଯାଇଛି । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ମୁଖ୍ୟ ବିଚାରପତି ରବି ଶଙ୍କର ଝା ଏହି 6 ଜଣ ନୂତନ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି । ଅଶୋକ କୁମାର ବର୍ମା, ସନ୍ତ ପ୍ରକାଶ, ମୀନାକ୍ଷୀ ଆଇ ମେହଟା, କର୍ମଜିତ ସିଂ, ବିବେକ ପୁରୀ ଏବଂ ଅର୍ଚ୍ଚନା ପୁରୀ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରେ ବିବେକ ଏବଂ ଅର୍ଚ୍ଚନା ପୁରୀ ପତିପତ୍ନୀ । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ପତି-ପତ୍ନୀ ଏକାସାଙ୍ଗରେ ଶପଥ ଗ୍ରହଣ କରିବାର ଏହା ଏକ ବିରଳ ମୁହୂର୍ତ୍ତ ଥିଲା । 6 ଜଣ ନୂତନ ବିଚାରପତିଙ୍କ ସହିତ ବିଚାରପତିଙ୍କ ସଂଖ୍ୟା 56କୁ ବୃଦ୍ଧି ପାଇଛି ।
ସମୀକ୍ଷା ବ୍ୟୁରୋ, ଭୁବନେଶ୍ବର: ଆରଟିଓ ଯାଞ୍ଚକୁ ପୁଣି ତିନି ମାସ ପାଇଁ କୋହଳ କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ଆରଟିଓରେ ଅସମ୍ଭାଳ ଭିଡ କାରଣରୁ ସରକାର ନିୟମକୁ ପୁଣି ତିନି ମାସ କୋହଳ କରିଛନ୍ତି । ଗୁରୁବାର ଦିନ ବିଧାନସଭାରେ ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ଏହି ଘୋଷଣା କରିଛନ୍ତି । ସେପ୍ଟେମ୍ବରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ମୋଟର ଯାନ ଆଇନ ଲାଗୁ କରାଯାଇଥିବା ବେଳେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେବାରୁ ସରକାର ତିନି ମାସର ମହଲତ ପ୍ରଦାନ କରିଥିଲେ । ଆସନ୍ତା ନଭେମ୍ବର 30ରେ ଏହି ମହଲତର ଶେଷ ତାରିଖ ରହିଥିଲା । ମାତ୍ର ବର୍ତ୍ତମାନ ସୁଦ୍ଧା ମଧ୍ୟ ଅନେକ ଲୋକଙ୍କର ଲାଇସେନ୍ସ ହୋଇନଥିବାରୁ ଓଡିଶା ସରକାରଙ୍କ ପକ୍ଷରୁ ପୁନର୍ବାର ତିନି ମାସର ମହଲତ ପ୍ରଦାନ କରାଯାଇଛି ।
ସାଗରିକା ମହାରାଷ୍ଟ୍ରର ୧୯ତମ ମୁଖ୍ୟମନ୍ତ୍ରୀ ରୁପେ ଆଜି ଶପଥ ନେବେ ଉଦ୍ଧବ ଠାକରେ । ଆଜି ସନ୍ଧ୍ୟା ଶିବାଜୀ ପାର୍କରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଶିବସେନା-କଂଗ୍ରେସ-ଏନସିପି ମିଳିତ ଭାବରେ ‘ମହାରାଷ୍ଟ୍ର ବିକାଶ ଅଘାଡ଼ି’ ମେଣ୍ଟ ଗଠନ କରିଛନ୍ତି । ଏହି ମେଣ୍ଟର ନେତା ଭାବେ ଆଜି ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ । ମାସେ କାଳ ଲାଗି ରହିଥିବା ରାଜନୈତିକ ସଂକଟ ପରେ ରାଜ୍ୟ ତା’ର ଆଗାମୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଲାଗିପଡିଛି । ତେବେ ଆସନ୍ତୁ ଜାଣିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଇତିହାସ ଓ ପୃଷ୍ଠଭୂମି ସମ୍ପର୍କରେ କିଛି କଥା- ୧୯୬୦ରେ ମହାରାଷ୍ଟ୍ର ସୌରାଷ୍ଟ୍ର ବା ବମ୍ବେ ପ୍ରଦେଶ (ଗୁଜରାଟ ଓ ମହାରାଷ୍ଟ୍ର)ରୁ ଅଲଗା ରାଜ୍ୟ ଭାବେ ମାନ୍ୟତା ପାଇଥିଲା । ସେହି ସମୟରେ ବମ୍ବେ ପ୍ରଦେଶରେ ଦୁଇ ମୁଖ୍ୟମନ୍ତ୍ରୀ ରହୁଥିଲେ। ପରେ ପରେ ବମ୍ବେ ପ୍ରଦେଶ ଅଲଗା ହୋଇ ଗୁଜୁରାଟ ଓ…
କେଦାର ମିଶ୍ର ଗାନ୍ଧୀଙ୍କୁ ନାଥୁରାମ ଗଡସେ ତିନୋଟି ଗୁଳି ମାରିଥିଲା, ହେଲେ ଗଡସେର ଦାୟାଦମାନେ ଗାନ୍ଧୀଙ୍କୁ ପ୍ରତିଦିନ ହତ୍ୟା କରି ଚାଲିଛନ୍ତି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଯେତେବେଳେ ସାରା ବିଶ୍ଵ ପାଳନ କରୁଛି, ସେତେବେଳେ ଗାନ୍ଧୀଙ୍କ ଦେଶରେ ତାଙ୍କ ହତ୍ୟାକାରୀର ସମର୍ଥକମାନେ ଲୋକପ୍ରତିନିଧି ଭାବରେ ନିର୍ବାଚିତ ହୋଇ ଗାନ୍ଧୀଙ୍କୁ ବାରମ୍ବାର ହତ୍ୟା କରୁଛନ୍ତି। ଶାସକ ବିଜେପି ଦଳ ବଡ ନିରୀହ ଭାବରେ କହୁଛି, ଆମେ ଏହାର ସମର୍ଥକ ନୋହୁ, ଅଥଚ ଶାସକ ଦଳର ପ୍ରତିନିଧି ଓ ଶାସକ ଦଳର ଆଇଟି ସେଲ ଗାନ୍ଧୀଙ୍କ ବିରୋଧରେ କୁତ୍ସା ରଟନା କରି ଚାଲିଛନ୍ତି। ଲୋକସଭାରେ ଆତଙ୍କବାଦୀ ଭାବେ ଅଭିଯୁକ୍ତ ହୋଇଥିବା ପ୍ରଜ୍ଞା ସିଂ ଠାକୁର ଗତକାଲି ଯେତେବେଳେ ନାଥୁରାମ ଗଡସେକୁ ଦେଶଭକ୍ତ ବୋଲି କହିଲେ, ସେଠି ଲୋକସଭା ବାଚସ୍ପତି ତାଙ୍କ ବିରୋଧରେ ତୁରନ୍ତ କାର୍ୟାନୁଷ୍ଠାନ ନେବା ଉଚିତ ହୋଇଥାନ୍ତା। ଜଣେ ହତ୍ୟାକାରୀକୁ, ସେ ପୁଣି ଦେଶର ସର୍ବୋଚ୍ଚ ଜନନେତା ଓ ସ୍ଵାଧୀନତା ଆନ୍ଦୋଳନର…
THIRUVANANTHAPURAM, NOV 28 (UNI) CITU staging a day-night strike in front of Kerala Secretariat to press their various demands, in Thiruvananthapuram on Thursday. UNI PHOTO-6U
ଭୋପାଳ,28/11: ଭାରତୀୟ ସେନା ପକ୍ଷରୁ ଏକ ଆଣ୍ଟିଟ୍ୟାଙ୍କ ମିଶାଇଲ୍ର ସଫଳ ପରୀକ୍ଷଣ କରାଯାଇଛି । ଦୂରଗାମୀ ରେଞ୍ଜର ଏହି ଆଣ୍ଟିଟ୍ୟାଙ୍କ ମିଶାଇଲ୍ର ପରୀକ୍ଷଣ ମଧ୍ୟପ୍ରଦେଶର ମୋହରେ ହୋଇଥିଲା । ଏହି ପରୀକ୍ଷଣ ସମୟରେ ସ୍ଥଳସେନା ମୁଖ୍ୟ ବିପିନ ରାଓ୍ବତ ଉପସ୍ଥିତ ରହିଥିଲେ । ଗୁରୁବାର ସେନା ପକ୍ଷରୁ ଦୁଇଟି ଦୂରଗାମୀ ଆଣ୍ଟି ଟ୍ୟାଙ୍କ ମିଶାଇଲ୍ର ସଫଳ ପରୀକ୍ଷଣ କରାଯାଇଥିଲା । ଦୁଇଟି ମିଶାଇଲ୍ 90 ପ୍ରତିଶତ ଲକ୍ଷ୍ୟ ଭେଦରେ ସଫଳ ହୋଇଛି । ଏହି ପରୀକ୍ଷଣ ପରେ ଯଦି ଭାରତ ଏହାକୁ ସେନାବାହିନୀରେ ସାମିଲ କରେ ତେବେ 33ତମ ରାଷ୍ଟ୍ର ଭାବରେ ସ୍ପାଇକ୍ ଏଲ୍ କ୍ଷେପଣାସ୍ତ୍ର ବ୍ୟବହାର କରିବ ।
କଲିକତା, ୨୮/୧୧: ପଶ୍ଚିମବଙ୍ଗର କାଲିଆଗଞ୍ଜ ଓ ଖଡ୍ଗପୁର ସଦର ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ଟିଏମ୍ସି ବିଜୟୀ ହୋଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳର ଏହି ବିଜୟର ଶ୍ରେୟକୁ ରାଜ୍ୟବାସୀଙ୍କୁ ଦେଇ ଏହି ଅବସରରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ମମତା କହିଛନ୍ତି ଯେ, ବିଜେପି ନିଜର ଅହଙ୍କାର ଓ ରାଜ୍ୟର ଲୋକଙ୍କୁ ଅପମାନିତ କରିବାର ପରିଣାମ ଭୋଗୁଛି । ସୂଚନାଯୋଗ୍ୟ, କାଲିଆଗଞ୍ଜ ଆସନରୁ ଟିଏମ୍ସି ପ୍ରାର୍ଥୀ ତପନ ଦେବ ସିହ୍ନା ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର କମଲ ଚନ୍ଦ୍ର ସରକାରଙ୍କୁ ୨,୩୦୪ ଭୋଟରେ ହରାଇଛନ୍ତି । ସେହିପରି ଖଡଗପୁର ସଦରର ଟିଏମ୍ସି ପ୍ରାର୍ଥୀ ପ୍ରଦୀପ ସରକାର ୨୦,୮୧୧ ଭୋଟ୍ରେ ଜିତିଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ତିନୋଟି ଆସନରେ ଗତ ୨୫ ତାରିଖରେ ଉପନିର୍ବାଚନ ହୋଇଥିଲା । (ଏଜେନ୍ସି)

