Author: Samikhsya Bureau

ବରଗଡ଼ ପଦ୍ମପୁର ଉପଜିଲ୍ଲାପାଳ ଅଫିସର ବରିଷ୍ଠ ରାଜସ୍ବ ଅଧିକାରୀ ଗିରଫ ହୋଇଛନ୍ତି । ଲାଞ୍ଚ ନେବା ବେଳେ ଦିଲେଶ୍ଵର ଭୁଏଙ୍କୁ ଭିଜିଲାନ୍ସ, ଗିରଫ କରିଛି । ଷ୍ଟାମ୍ପ ଭେଣ୍ଡର କରାଇ ଦେବାକୁ କହି ଦିଲେଶ୍ବର 1500 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା ।

Read More

ସମୀକ୍ଷା ବ୍ୟୁରୋ ଏଣିକି ଅଗ୍ନିଶମ ବିଭାଗରେ ୫ଟି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି। ଏହି ନୂତନ ବ୍ୟବସ୍ଥା ଅନୁଯାୟୀ ଏଣିକି ଅଗ୍ନିଶମ ବିଭାଗର ସମସ୍ତ ପ୍ରକ୍ରିୟା ଅନ୍‌ଲାଇନ୍‌ କରାଯିବ। ଫଳରେ ଆବଶ୍ୟକୀୟ ପ୍ରମାଣପତ୍ର ଏବଂ ଅନୁମୋଦନ ପାଇଁ ଅଗ୍ନିଶମ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡିଛି। ଆବେଦନର ୧୮ ଦିନ ମଧ୍ୟରେ ଅଗ୍ନିଶମ ସାର୍ଟିଫିକେଟ୍‌ ପ୍ରଦାନ କରାଯିବାକୁ ମଧ୍ୟ ନିର୍ଦ୍ଦେଶନାମାରେ କୁହାଯାଇଛି। ପ୍ରମାଣପତ୍ରର ଅବଧି ୨ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ଆବାସିକ କୋଠାବାଡି କ୍ଷେତ୍ରରେ ୫ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ।

Read More

ଐତିହାସିକ ବଲିଉଡ୍‌ ଫିଲ୍ମ ତାନାଜୀର ଟ୍ରେଲର ରିଲିଜ୍‌ ହୋଇଛି । ଅଜୟ ଦେବଗନଙ୍କ 100 ତମ ଫିଲ୍ମ ତାନାଜୀରେ ସୈଫ ଅଲ୍ଲୀ ଖାନ ଓ କାଜଲଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଅଜୟ ତାନାଜୀ ମାଲୁସାରେଙ୍କ ଚରିତ୍ରରେ ନଜର ଆସୁଥିବା ବେଳେ କାଜୋଲ୍‌ ତାଙ୍କ ପତ୍ନୀ ସାବିତ୍ରୀ ବାଇ ମାଲୁସାରେଙ୍କ ଚରିତ୍ରରେ ନଜର ଆସୁଛନ୍ତି । ସୈଫ୍‌ ଅଲ୍ଲୀ ଖାନ୍‌ ଉଦୟ ଭାନ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମରେ ମରାଠା ଏବଂ ମୋଗଲଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ । ଫିଲ୍ମଟି 10 ଜାନୁୟାରୀ 2020ରେ ରିଲିଜ୍‌ ହେବାକୁ ଯାଉଛି । ଫିଲ୍ମଟି ଉଭୟ 2ଡି ଏବଂ 3ଡିରେ ରିଲିଜ୍‌ ହେବାକୁ ଯାଉଛି ।

Read More

କେଦାର ମିଶ୍ର ମୁଁ ଜୱାହରଲାଲ ନେହେରୁ ବିଶ୍ଵ ବିଦ୍ୟାଳୟର ଛାତ୍ର ନୁହେଁ କିମ୍ବା ମୋର କେହି ସମ୍ପର୍କୀୟ ସେହି ବିଶ୍ଵ ବିଦ୍ୟାଳୟରେ ପଢୁନାହାନ୍ତି। ହେଲେ ମୁଁ ଗତ ପାଞ୍ଚବର୍ଷ ଧରି ନିଜକୁ ଜେଏନୟୁର ଅଂଶ ବିଶେଷ ବୋଲି ମନେ କରୁଛି। ପୃଥିବୀର ଇତିହାସରେ ବୋଧହୁଏ ଜେଏନୟୁ ହେଉଛି ଏକମାତ୍ର ଶିକ୍ଷାନୁଷ୍ଠାନ ଯାହାକୁ ଏ ଦେଶର ସବୁଠୁ କ୍ଷମତାଶାଳୀ ଲୋକମାନେ ମାରିଦେବାକୁ ଚାହାନ୍ତି। ମୁଁ ଜେଏନୟୁ ସହିତ ଠିଆ ହେବାର ଏହାହିଁ ପ୍ରଥମ କାରଣ। ଭାରତର ସବୁଠୁ ଉତ୍କୃଷ୍ଟ ବିଶ୍ଵ ବିଦ୍ୟାଳୟ ଭାବରେ ଏହା ସବୁ ଭାରତୀୟଙ୍କ ଲାଗି ଗର୍ବର କାରଣ। ହେଲେ କିଛି ଲୋକଙ୍କୁ ଏହି ବିଶ୍ଵ ବିଦ୍ୟାଳୟର ଉତ୍କର୍ଷ ଦେଖି ବହୁତ ପୀଡା ହୁଏ। କଂସ ଯେମିତି କୃଷ୍ଣ କଥା ଚିନ୍ତା କରି ରାତି ରାତି ଶୋଇ ପାରୁନଥିଲା, ଆଜିର ଶାସକ ଦଳ ଓ ତାଙ୍କର ବୈଚାରିକ ପରିବାର ଜେଏନୟୁ କୁ ପ୍ରବଳ ଭୟ କରୁଛନ୍ତି। ଏହି ଭୟର ଏକମାତ୍ର…

Read More

ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ସୁପରଷ୍ଟାର ତଥା ଏମ୍ଏନ୍‌ଏମ୍‌ ଦଳର ଅଧ୍ୟକ୍ଷ କମଲ ହସନଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କମଲ ହାସନଙ୍କୁ ଏହି ଉପାଧି ପ୍ରଦାନ କରିଛନ୍ତି । ଏହା ସହ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଚିତ୍ରକଳାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଓ କମଲ ହସନ୍ ଉନ୍ମଚୋନ କରିଛନ୍ତି । ଏହି ସମାରୋହ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କମଲ ହସନ ସେଞ୍ଚୁରିଅନର ସବୁଜିମାଭରା ସୁନ୍ଦର କ୍ୟାମ୍ପସ ପରିଦର୍ଶନ କରିଥିଲେ । ଇଡକୋ ସହାୟତାରେ ପ୍ରତିଷ୍ଠିତ ଆପାରେଲ ଓ ଟେକ୍ସଟାଇଲ୍ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଏବଂ କାଫେ କଫି ଡେ ସହଯୋଗରେ ପ୍ରତିଷ୍ଠିତ ହସ୍ପିଟାଲ ସେଣ୍ଟର ଅଫ୍ ଏକ୍ସିଲେନ୍ସ ପରିଦର୍ଶନ କରିବା ସମୟରେ ସେଠାରେ ଶିକ୍ଷା ଲାଭ କରୁଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ପାଠପଢା ବିଷୟରେ ପଚାରି ବୁଝିଥିଲେ ।

Read More

ପଶ୍ଚିମବଙ୍ଗରେ ଆସନ ହରେଇବା ନେଇ ମମତା ଭୟଭୀତ ଅଛନ୍ତି ବୋଲି ଏଆଇଏମଆଇଏମ ମୁଖ୍ୟ ଅସଦ୍ଦୁଦ୍ଦିନ ଓଓ୍ବେସୀ ମତ ଦେଇଛନ୍ତି । ଗତକାଲି ଓଓ୍ବେସୀଙ୍କ ଦଳ ଏଆଇଏମଆଇଏମ ପଶ୍ଚିମବଙ୍ଗରେ ନିର୍ବାଚନରେ ଅଂଶଗ୍ରହଣ ନେଇ ଘୋଷଣା କରିଥିଲା । ଏହା ପରେ ମମତା ଓଓ୍ବେସୀଙ୍କ ଦଳକୁ ଉଗ୍ର ମୁସଲିମ ମାନସିକତା ଦଳ ବୋଲି କହିଥିଲେ । ଏହି ଘୋଷଣା ପରେ ମଙ୍ଗଳବାର ଦିନ ଓଓ୍ବେସୀ ମମତାଙ୍କୁ ପ୍ରତି ଆକ୍ରମଣ କରିଛନ୍ତି । ସାମାଜିକ ବିକାଶ କ୍ଷେତ୍ରରେ ପଶ୍ଚିମବଙ୍ଗ ପଛୁଆ ରହିଥିବା ବେଳେ ଦିଦି ଏଆଆଇଏମଏମ୍‌କୁ ଆକ୍ରମଣ କରିବା ପରାଜୟକୁ ନେଇ ସେ କେତେ ଭୟଭୀତ ତାହା ପ୍ରମାଣ କରୁଛି । ମମତା ଉଗ୍ର ଚିନ୍ତାଧାରା ଦଳ କଥା କହୁଛନ୍ତି ମାତ୍ର ବିଜେପି ପଶ୍ଚିମବଙ୍ଗରେ 42ରୁ 18 ଲୋକସଭା ଆସନରେ କିପରି ବିଜୟୀ ହେଲା ବୋଲି ଓଓ୍ବେସୀ ପ୍ରକାଶ କରିଛନ୍ତି ।

Read More

ରଙ୍ଗାଚରଣ ପ୍ରଧାନ ଗତକାଲି ପ୍ରୀୟା ରେଷ୍ଟୁରାଣ୍ଟ ଯାଇଥିଲି ଖାଇବାକୁ । ସେଠାରେ ଏତେ ଭିଡ ଥିଲା ଯେ ବସିବାକୁ ସିଟ୍ ମିଳିଲାନି । ଫେରିଆସିଲି । ରେଷ୍ଟୁରାଣ୍ଟ ବାହାରେ କାର୍ ଓ ବାଇକ୍ ରଖିବା ମୁସ୍କିଲ୍ ଥିଲା। ମୁଁ ଭାବିଲି ସତରେ ଯଦି ଆର୍ଥିକ ମାନ୍ଦାବସ୍ଥା ଚାଲିଛି ତାହେଲେ ଏତେ ଲୋକ ରେଷ୍ଟୁରାଣ୍ଟକୁ ଖାଇବାକୁ କେମିତି ଆସୁଛନ୍ତି ? କିଛି ଦିନ ପୁର୍ବେ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ ଯେ ଦୁଇଟା ଫିଲିମ୍ ରିଲିଜ୍ ହେବାର ଅଳ୍ପଦିନ ମଧ୍ୟରେ ୨୦୦ କୋଟି ଟଙ୍କାର ବ୍ୟବସାୟ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ଲୋକେ ଯଦି ଫିଲିମ୍ ଦେଖିବା ଛାଡି ନାହାନ୍ତି ତେବେ ମାନ୍ଦାବସ୍ଥା କୁଆଡୁ ଆସିଲା ? ସେମିତି ରେଳମନ୍ତ୍ରୀ କହିଲେଣି ଯେ ଟ୍ରେନ୍ ଓ ବିମାନବନ୍ଦରରେ ବହୁତ ଲୋକ ଗହଳି ରହୁଛି ଏବଂ ଲୋକମାନେ ବାହା ବି ହେଉଛନ୍ତି ତେଣୁ ଅଯଥା ମାନ୍ଦାବସ୍ଥା କଥା କହି ପ୍ରଧାନମନ୍ତ୍ରୀଙ୍କର…

Read More

ଦୁନିଆର ବିଶ୍ବସ୍ତ ପ୍ରାଣୀ କୁକୁର ହୋଇଥାଏ। ତେବେ କୁକୁରଙ୍କ ବିଶ୍ବସ୍ତତାର ଏକ ଅଲଗା ନଜର ଚେନ୍ନାଇଠାରେ ଦେଖିବାକୁ ମିଳିଛି । ଚେନ୍ନାଇର ପାର୍କ ଟାଉନ୍‌ ଷ୍ଟେସନ୍‌ଠାରେ ପଡି ରହୁଥିବା ବୁଲା କୁକୁର ଏବେ ଯାତ୍ରୀଙ୍କ ମଧ୍ୟରେ ଏକ କୌତହଳର ବିଷୟ ପାଲଟିଛନ୍ତି । ଷ୍ଟେସନରେ ରହୁଥିବା ବୁଲା କୁକୁର ସେହି ଯାତ୍ରୀମାନଙ୍କ ଉପରେ ଭୋକିଥା’ନ୍ତି, ଯେଉଁମାନେ ଷ୍ଟେସନରେ ପ୍ଲାଟର୍ଫମ ବଦଳିବା ସମୟରେ ରେଲ୍‌ଧାରଣା ପାର୍‌ କରିଥାନ୍ତି । ଏହି କୁକୁରମାନେ ସେହି ଯାତ୍ରୀମାନଙ୍କୁ ଉପରେ ଭୋକିଥା’ନ୍ତି, ଯେଉଁ ମାନେ ଟ୍ରେନ୍‌ରେ ଚଢିବା ବା ଉତ୍ତାରିବା ପାଇଁ ପ୍ଲାଟଫର୍ମରେ ସଠିକ୍‌ ରାସ୍ତାରେ ନ ଆସି ରେଳଧାରଣାକୁ ପାର୍‌ ହୋଇଥା’ନ୍ତି । ଏହି କୁକୁରମାନେ ଯାତ୍ରୀମାନଙ୍କର କୌଣସି କ୍ଷତି ପହଞ୍ଚାଇନଥା’ନ୍ତି ବରଂ ସେମାନଙ୍କୁ ସଚେତନ କରାଇଥାନ୍ତି । ଏହି କୁକୁର ରେଳବାଇ ପୋଲିସ୍‌ ସହିତ ମଧ୍ୟ ଯାତ୍ରା କରିଥା’ନ୍ତି ।

Read More

ସମୀକ୍ଷା ବ୍ୟୁରୋ ବାଣପୁର – ବାଲୁଗାଁ ମୁଖ୍ୟ ରାସ୍ତା ପାରିନୂଆଗାଁ ଛକ ନିକଟରେ ଜଣେ ଅଜଣା ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ମହିଳା ଜଣକ ଅଚେତ ଅବସ୍ଥାରେ ରାସ୍ତା ଉପରେ ପଡିଥିବାବେଳେ ତାଙ୍କ ମୁଖରୁ ରକ୍ତସ୍ରାବ ହେଉଥିବାର ଦେଖାଯାଇଥିଲା। ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିବାବେଳେ ଗୋଦାବରୀଶ ମହାବିଦ୍ୟାଳୟ ଛାତ୍ରମାନେ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ। ମହିଳାଜଣକ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ବେଶ୍‌ ଉଦ୍‌ବେଗଜନକ ରହିଥିବାରୁ ଡ. ସ୍ବାଇଁ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ସମ୍ପୃକ୍ତ ମହିଳା ଜଣକ ଅଚେତ ରହିଥିବାରୁ ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ତେବେ ନିଛାଟିଆ ରାସ୍ତାରେ ଯାଉଥିବା ସମୟରେ କୌଣସି ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିବାର ଅନୁମାନ କରାଯାଉଛି। ପୋଲିସ୍‌ ଏହି ଘଟଣାର ତଦନ୍ତ କରୁଥିବାବେଳେ ମହିଳା ଜଣକ ପରିଚୟ ସମ୍ପର୍କରେ କିଛି ସୂଚନା ପାଇପାରି ନାହିଁ।

Read More

ରାଜ୍ୟ ସରକାର ଗଞ୍ଜେଇ ଚାଷକୁ ବେଆଇନ ଘୋଷଣା କରିଥିବା ବେଳେ ପୂର୍ବତନ ବିଜେଡି ସାଂସଦ ତଥାଗତ ଶତପଥୀ ଏହା ସମ୍ପର୍କରେ ମତ ରଖିଛନ୍ତି । ଗଞ୍ଜେଇର ଅନେକ ଔଷଧୀୟ ଗୁଣ ରହିଛି । କ୍ୟାନ୍‌ସର ଏବଂ ଶ୍ବାସ ରୋଗର ଔଷଧ ପ୍ରସ୍ତୁତି ପାଇଁ ଗଞ୍ଜେଇ ବ୍ୟବହାର କରାଯାଉଥିବାରୁ ଏହାର ଚାଷକୁ ସମର୍ଥନ କରିଛନ୍ତି ତଥାଗତ । ଗଞ୍ଜେଇ ଚାଷର ଆଇନକରଣକୁ ବିରୋଧ କରି ତଥାଗତ କହିଛନ୍ତି କ୍ଷୁଦ୍ର ଚାଷୀଙ୍କୁ ସରକାର ଏହାର ଉତ୍ପାଦନ ପାଇଁ ଅନୁମତି ପ୍ରଦାନ କରିବା ଉଚିତ୍‌ ବୋଲି ତଥାଗତ କହିଛନ୍ତି । ଗଞ୍ଜେଇ ଚାଷ ପାଇଁ ଅଳ୍ପ ପାଣି, ଖତ ଏବଂ ସାର ଆବଶ୍ୟକ ପଡୁଥିବାରୁ କ୍ଷୁଦ୍ର ଚାଷୀ ମାନେ ଏହି ଚାଷରୁ ଲାଭବାନ ହୋଇ ପାରିବେ ବୋଲି ତଥାଗତ କହିଛନ୍ତି । ଦେଶରେ ଉତ୍ତରାଖଣ୍ଡ ସରକାର ଗଞ୍ଜେଇ ଚାଷକୁ ଅନୁମତି ପ୍ରଦାନ କରିଥିବାରୁ ସରକାର କ୍ଷୁଦ୍ର ଚାଷୀଙ୍କୁ ଅନୁମତି ପ୍ରଦାନ କରିବା ଉଚିତ୍‌ ବୋଲି ତଥାଗତ…

Read More

ଫିଫା 2022 ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ପାଇଁ ଆଜି ଭାରତ ଓମାନର ସମ୍ମୁଖୀନ ହେବ । ଯୋଗ୍ୟତା ପର୍ଯ୍ୟାୟର ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବାକୁ ହେଲେ ଭାରତକୁ ଏହି ମ୍ୟାଚ୍‌ରେ ନିଶ୍ଚିତ ବିଜୟ ଆବଶ୍ୟକ । ପୂର୍ବରୁ ବାଂଲାଦେଶ ଏବଂ ଆଫଗାନିସ୍ତାନ ବିପକ୍ଷରେ ଖରାପ ପ୍ରଦର୍ଶନ କରିଥିବା ଭାରତ ପାଇଁ ଏହି ମ୍ୟାଚ୍‌ରେ ବିଜୟ ହାସଲ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । ଗ୍ରୁପ୍‌ ଇରେ କାତାର ପରେ ଓମାନ୍‌ ଦ୍ବିତୀୟ ସ୍ଥାନରେ ରହିଥିବାରୁ ଏହି ମ୍ୟାଚ୍‌ରେ ବିଜୟୀ ହେଲେ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଭାରତର ଆଶା ବଳବତ୍ତର ରହିବ । ସୁନୀଲ ଛେତ୍ରୀ ଏବଂ ଜେଜେଙ୍କ ପ୍ରତ୍ୟାବର୍ତ୍ତନ ପରେ ଭାରତୀୟ ଫରଓ୍ବାର୍ଡ ବିଭାଗ ମଜବୁତ ହୋଇଛି । ଅପରପକ୍ଷରେ ଆଇଗର ଷ୍ଟୋମାକଙ୍କ ଦଳ ଗୌହାଟୀରେ ଅନୁଷ୍ଠିତ ମ୍ୟାଚ୍‌ରେ 2-1ରେ ଭାରତକୁ ପରାସ୍ତ କରିଥିବାରୁ ମାନସିକ ଭାବରେ ଦୃଢ ସ୍ଥିତିରେ ରହିଛି । । ଓମାନର ଅଲ୍‌ ସଇବ୍‌ ଷ୍ଟାଡିୟମରେ ମଙ୍ଗଳବାର ସନ୍ଧ୍ୟା 8.30…

Read More

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି କ୍ଷମା ପ୍ରାର୍ଥନା କରିଛନ୍ତି । ସ୍ମିତାରାଣୀ ପ୍ରସଙ୍ଗରେ ବିରୋଧୀ ଦଳର ନେତା କିଛି କହିବାକୁ ଯାଉଥିବା ବେଳେ ବାଚସ୍ପତି ଗୃହ ମୁଲତବୀ କରିଥିଲେ । ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ନିଜର ଅଭିଯୋଗ ଜଣାଇଥିଲେ । ଏହାପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିରୋଧୀ ଦଳ ନେତାଙ୍କୁ କ୍ଷମା ମାଗିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ଓ ଦୁର୍ଷ୍କମ ଘଟଣାର ସିବିଆଇ ତଦନ୍ତ ଦାବି ଓ ବିଧାନସଭା ବାଚସ୍ପତିଙ୍କ ପକ୍ଷପାତପୂର୍ଣ୍ଣ ଆଚରଣ ସମ୍ପର୍କରେ ବିଜେପି ବିଧାୟକମାନେ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ।

Read More

ସିଆଚେନ୍‌ ଗ୍ଲାସିଅର୍‌ରେ ବରଫ ଝଡରେ 4 ଯବାନଙ୍କ ସମେତ 6 ଜଣଙ୍କ ପ୍ରାଣହାନି ଘଟିଛି । 19 ହଜାର ଫୁଟ ଉପରେ ଅବସ୍ଥାପିତ ବିଶ୍ବର ଏହି ଉଚ୍ଚତମ ସେନା ପୋଷ୍ଟରେ ସୋମବାର ଅପରାହ୍ନ 3.30ରେ ବରଫ ଝଡ ଆଭାଲାଞ୍ଚେ ପ୍ରଭାବରେ ଏହି ଦୁଃଖଦ ଘଟଣା ଘଟିଯାଇଛି । ସେନା ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ବରଫ ଝଡ ସମୟରେ ଉକ୍ତ ଅଞ୍ଚଳରେ 8 ଜଣ ଯବାନ ପହରା ଦେଉଥିଲେ । ସେନା ପକ୍ଷରୁ 4 ଜଣ ଯବାନଙ୍କ ସମେତ 2 ଜଣ ସାଧାରଣ ବ୍ୟକ୍ତିଙ୍କ ମରଶରୀର ଉଦ୍ଧାର କରାଯାଇଛି । ନିଖୋଜ ଯବାନଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ କମ ତାପମାତ୍ରାରେ ଦୀର୍ଘସମୟ ବରଫ ମଧ୍ୟରେ ରହିବା କାରଣରୁ ତିନି ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି ।

Read More

କେଦାର ମିଶ୍ର ଗତକାଲି ରାଜ୍ୟସଭାର ୨୫୦ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ବିଜୁ ଜନତା ଦଳକୁ ସଂସଦୀୟ ଗରିମା ରକ୍ଷା ଲାଗି ଉଚ୍ଛ୍ଵସିତ ପ୍ରଶଂସା କରୁଥିଲେ ଓ ବିଜେଡ଼ିଠୁ ବିଜେପି ଅନେକ କିଛି ଶିଖିବା ଉଚିତ ବୋଲି କହୁଥିଲେ, ସେହି ସମାନ ସମୟରେ ଓଡିଶା ବିଧାନସଭାରେ ବିଜେପି ବିଧାୟକମାନେ ଗୃହକାର୍ୟ ଚଳାଇ ନ ଦେବାକୁ ଉଦ୍ୟମ କରୁଥିଲେ। ଇତିହାସର ବିଡମ୍ବନା ହେଉଛି, ବିଜେପି ଯେତେବେଳେ ଯାହାକୁ ଆଦର୍ଶ ବୋଲି ସ୍ଵୀକାର କରିଛି, ତାକୁ ଭାଙ୍ଗିବାରେ ମଧ୍ୟ ବିଜେପିର ଉତ୍ସାହ କିଛି କମ ନୁହେଁ। ସଂସଦୀୟ ଗରିମା କଥା କହୁଥିବା ପ୍ରଧାନମନ୍ତ୍ରୀ ଖୋଦ ନିର୍ବାଚନୀ ସଭାକୁ ଗଲେ ନିଜ ପଦର ଗରିମା ଭୁଲିଯାଆନ୍ତି।  ଗତକାଲି ସଂସଦରେ ସେ ଶରଦ ପାୱାରଙ୍କ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି ଓ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳକୁ ପ୍ରଶଂସା କରିବା ପଛରେ ସଂସଦୀୟ ଗରିମା ଅପେକ୍ଷା ବିଜେପିର ରାଜନୈତିକ ଆବଶ୍ୟକତା ମୁଖ୍ୟ କାରଣ ବୋଲି କୁହାଯାଇପାରେ।…

Read More