ମୁମ୍ବାଇ, ୨୬/୧୧: ମହାରାଷ୍ଟ୍ର ରାଜନୀତିରେ ଘଟଣାକ୍ରମେ ବେଶ୍ ଚମକପ୍ରଦ ରହୁଛି । ଆଜି ସୁପ୍ରିମ୍କୋର୍ଟ ବୁଧବାର ଦିନ ଫ୍ଲୋର ଟେଷ୍ଟ କରିବାକୁ ଆଦେଶ ଦେଇଥିବାବେଳେ ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ୍ ପାଓ୍ବାରା ଇସ୍ତଫା ଦେଇଥିଲେ । ସେହିପରି ସରକାର ଗଢିବାର ୮୦ ଘଣ୍ଟା ପରେ ଦେବେନ୍ଦ୍ର ଫଡ୍ନଭୀସ୍ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏବେ ଶିବସେନା- ଏନ୍ସିପି- କଂଗ୍ରେସ ତିନି ଦଳ ସନ୍ଧ୍ୟା ୭ଟା ସମୟରେ ସରକାର ଗଢିବା ପାଇଁ ଦାବି ଉପସ୍ଥାପନ କରିପାରନ୍ତି । ଆଜି ସନ୍ଧ୍ୟାରେ ଏହି ତିନି ଦଳଙ୍କ ନେତା ରୂପେ ଉଦ୍ଧବ ଠାକ୍ରେ ନିର୍ବାଚିତ ହେବାକୁ ଥିବାବେଳେ ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଏନ୍ସିପିରୁ ଜିତେନ୍ଦ୍ର ଆହେଟ୍ଟ ଓ କଂଗ୍ରେସର ବାଲାସାହେବ ଥୋରାଟେ ଏହି ଦୌଡ଼ରେ ରହିଛନ୍ତି ।
Author: Samikhsya Bureau
ମୁମ୍ବାଇ, ୨୬/୧୧: ମହାରାଷ୍ଟ୍ରର ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡ୍ନଭୀସ୍। ଅପରାହ୍ନ ୩ଟା୩୦ରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସେ ଏହା ଘୋଷଣା କରିବା ସହିତ ନୂତନ ସରକାରକୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ସେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି। ସୁପ୍ରିମ୍କୋର୍ଟଙ୍କ ରାୟ ପରେ ଉପମୁଖ୍ୟମନ୍ତ୍ରୀ ପଦରୁ ଏନସିପି ନେତା ଅଜିତ୍ ପାଓ୍ବାରା ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଅଜିତ୍ ପାଓ୍ବାରାଙ୍କ ଇସ୍ତଫା ଦେବା ପରେ ମହାରାଷ୍ଟ୍ରର ବିଜେପି ନେତୃତ୍ୱାଧିନ ସରକାର ଏବେ ଭାଙ୍ଗି ଯାଇଛି। ଅନ୍ୟପଟେ ଶିବସେନା, ଏନ୍ସିପି ଓ କଂଗ୍ରେସ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଚାହିଁ ବସିଛନ୍ତି। ଗତକାଲି ମୁମ୍ବାଇର ଗ୍ରାଣ୍ଡ ହୟାତ୍ ହୋଟେଲ୍ରେ ୧୬୨ ବିଧାୟକଙ୍କ ପ୍ୟାରେଡ୍ ପ୍ରଦର୍ଶନ କରିଥିଲେ ଶିବସେନା। ଚଳିତ ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ଜନାଦେଶ ପାଇଥିବା ସତ୍ତ୍ବେ ଆସନ ବୁଝାମଣାକୁ ନେଇ ଉଭୟଙ୍କ…
ସାଗରିକା ଭାରତୀୟ ରାଜନୀତିରେ କ୍ଷମତା ପାଇଁ ବାପ-ପୁଅ, ଭାଇ –ଭାଇ ମଧ୍ୟରେ ବିବାଦ କିଛି ନୂଆ କଥା ନୁହେଁ। ରାଜତନ୍ତ୍ରଠାରୁ ଆରମ୍ଭକରି ଆଜିର ଗଣତନ୍ତ୍ର ପର୍ଯ୍ୟନ୍ତ ସବୁଠି କ୍ଷମତାର ମାୟାରେ ବାୟା। କ୍ଷମତା ପାଇଁ କେତେ ପରିବାର ଭାଙ୍ଗିଛି, ପୁଣି କେତେ ଶତ୍ରୁ ମିତ୍ର ହୋଇଛନ୍ତି, ତାହା ଆକଳନ କରିବା ଅସମ୍ଭବ। ତେବେ ନିକଟରେ ଚାଲିଥିବା ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ କ୍ଷମତା ପାଇଁ ପରିବାର ଫାଟ ସୃଷ୍ଟି ହୋଇଛି। ମହାରାଷ୍ଟ୍ରରେ ବିଜେପିକୁ ସମର୍ଥନ ଦେଇ ଏନ୍ସିପି ନେତା ଅଜିତ୍ ପାଓ୍ବାର ନିଜ ପରିବାର ବିରୋଧରେ ଯାଇଛନ୍ତି। ତେବେ ପ୍ରଥମଥର ପାଇଁ ଅଜିତ୍ ପାଓ୍ବାରା କ୍ଷମତା ପାଇଁ ପରିବାର ବିରୋଧରେ ଯାଇନାହାନ୍ତି। ରାଜନୀତିରେ ଏହି ମାହୋଲ୍ରେ ବହୁ ଖ୍ୟାତିସମ୍ପନ୍ନ ପରିବାର ମଧ୍ୟ କ୍ଷମତା ପାଇଁ ଭାଗବଣ୍ଟା ହୋଇଯାଇଛନ୍ତି। ରାଜନୀତିରେ କ୍ଷମତା ପାଇଁ ସମେସ୍ତ ନିଜ ନିଜ ବାଟକୁ ବାଛିନେଇଥା’ନ୍ତି। ଭାରତୀୟ ରାଜନୀତିର ସବୁଠୁ ପ୍ରଭାବଶାଳୀ ତଥା ଚର୍ଚ୍ଚିତ ରାଜନୈତିକ ପରିବାର ହେଉଛି…
ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ଖେଳ ଓଲଟପାଲଟ ହୋଇଗଲା । ସାପ ଶିଡିର ଖେଳ ଭିତରେ ପୁଣି ଥରେ ମହାରାଷ୍ଟ୍ରର ରାଜନୀତି । ଅଜିତ୍ ପାଓ୍ବାରା ଉପ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇ ପୁଣି ମହାରାଷ୍ଟ୍ର ରାଜନୀତିରେ ରୋଚକ ମୋଡ଼ ଆଣିଛନ୍ତି । ଏନ୍ସିପି ନେତା ଶରଦ ପାଓ୍ବାରା ବିଜେପିକୁ ସମର୍ଥନ ଦେଇ ରାତାରାତି ସରକାର ଗଢିଥିବାବେଳେ ଆଜି ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଚାଲିଥିବା ସଂଶୟ ଉପରୁ ଇତି ମଧ୍ୟରେ ପରଦା ଉଠିବାକୁ ଯାଉଛି । ଆସନ୍ତାକାଲି ଫ୍ଲୋର୍ ଟେଷ୍ଟ୍ ହେବାକୁ ଥିବାବେଳେ ଆଜି ଶରଦ ପାଓ୍ବାର ସରକାରରୁ ଇସ୍ତଫା ଦେଇ ରାଜନୀତିର ପଟ୍ଟ ପରିବର୍ତ୍ତନ କରିଛନ୍ତି । ବୁଧବାର ସନ୍ଧ୍ୟା ୫ଟାରେ ବିଜେପି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଥିବା ବେଳେ ଅଜିତ୍ ଇସ୍ତଫା ଦେବା ଏବେ ବିଜେପି ପାଇଁ ଶକ୍ତ ଧକ୍କା ହୋଇଛି ।
ଚିଟ୍ଫଣ୍ଡ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଜାମିନ ମିଳିଛି । ଓଡିଶା ହାଇକୋର୍ଟଙ୍କ ପକ୍ଷରୁ ଆଶୀର୍ବାଦଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି । ଦେଢ ଲକ୍ଷ ଟଙ୍କାର ଦୁଇ ଜାମିନଦାରଙ୍କ ମୁଚାଲିକାରେ ଆଶୀର୍ବାଦଙ୍କୁ ଜାମିନ ପ୍ରଦାନ କରାଯାଇଛି । ସାକ୍ଷୀଙ୍କୁ ପ୍ରଭାବିତ ନକରିବା ଏବଂ ତଦନ୍ତ ପ୍ରଭାବିତ ନକରିବାକୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆଶୀର୍ବାଦଙ୍କ ବିଦେଶ ଗସ୍ତ ଉପରେ ରୋକ୍ ଲଗାଇଛନ୍ତି କୋର୍ଟ । କୋର୍ଟରେ ନିଜର ପାସପୋର୍ଟ ଦାଖଲ କରିବା ପାଇଁ ମଧ୍ୟ ଆଶୀର୍ବାଦଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅର୍ଥତତ୍ତ୍ବ ମାମଲାରେ ସିବିଆଇ ପକ୍ଷରୁ ଆଶୀର୍ବାଦଙ୍କୁ ଗିରଫ କରିଥିଲା ।
ନ୍ୟୁୟର୍କ,26/11: ନ୍ୟୁୟର୍କର ହିଲ୍ଟନ୍ରେ ସମାପିତ ହୋଇଛି 47 ତମ ଏମ୍ମୀ ଆଓ୍ବାର୍ଡ । ଭାରତୀୟ ଅଭିନେତ୍ରୀ ରାଧିକା ଆପ୍ତେ ଏମ୍ମୀର ରେଡ କାର୍ପେଟରେ ନଜର ଆସିଥିଲେ । ଏକ ଲେଜର୍ କଟ୍ ଆଇରିସ୍ ଭାନ୍ ହର୍ପେନ୍ରେ ନଜର ଆସିଥିଲେ ଏହି ଅନ୍ଧାନ୍ଧୁନ ଅଭିନେତ୍ରୀ । ଟିଭି ଜଗତର ଓସ୍କାର ଭାବରେ ପରଚିତ ଏହି ପୁରସ୍କାର ଉତ୍ସବରେ ଟିଭି ଜଗତର 1000 କଳାକାର ଯୋଗ ଦେଇଥିଲେ । ଡଚ୍ ଫିଲ୍ମ ଡ୍ୟାନ୍ସ ଅର୍ ଡାଇକୁ ଶ୍ରେଷ୍ଠ ପୁରସ୍କାର ମିଳିଛି । ଯୁଦ୍ଧ ପ୍ରପୀଡିତ ସିରିଆରେ ନାଚିବାର ନିଜର ସ୍ବପ୍ନ ପୂରଣ କରୁଥିବା ଅହମ୍ମଦ ଜୁଡ୍ଙ୍କ କାହାଣୀ ଦେଖିବାକୁ ମିଳିଛି । 11ଟି ଅନ୍ତର୍ଜାତୀୟ କାହାଣୀକୁ ପଛରେ ପକାଇ ଡ୍ୟାନ୍ସ ଅର୍ ଡାଇ ଶ୍ରେଷ୍ଠ ପୁରସ୍କାର ହାତେଇଥିଲେ । ଆମେରିକାନ୍ ଟିଭି ସିରିଜ୍ ଏମ୍ସି ମାଫିଆ ଶ୍ରେଷ୍ଠ ଡ୍ରାମା ଟିଭି ସିରିଜ୍ ପୁରସ୍କାର ହାସଲ କରିଛି । ତୁର୍କୀର ହାଲୁକ୍ ବିଲ୍ଜିନରଙ୍କୁ ଶ୍ରେଷ୍ଠ ଅଭିନେତା…
ମୁମ୍ବାଇ, 26/11: ମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଆସନ୍ତାକାଲି ଆସ୍ଥା ଭୋଟ ହେବ।ତେବେ ଆସ୍ଥା ଭୋଟ ପୂର୍ବରୁ ଜଣେ ଅସ୍ଥାୟୀ ବାଚସ୍ପତି ନିଯୁକ୍ତ କରାଯାଇ ସଦସ୍ୟ ମାନଙ୍କ ଶପଥ ପାଠ କରାଯିବ। ଏହି ଅସ୍ଥାୟୀ ବାଚସ୍ପତି ଦୌଡରେ ବର୍ତ୍ତମାନ 6 ଜଣଙ୍କ ନାମ ଆଗକୁ ଆସିଛି। ଏଥିରେ ବିଜେପିର ତିନି ଜଣ,କଂଗ୍ରେସର ଦୁଇ ଜଣ ଏବଂ ଏନ୍ସିପିର ଜଣଙ୍କ ନାମ ଆଗକୁ ଆସିଛି। ବିଜେପି ପକ୍ଷରୁ ରାଧାକ୍ରିଷ୍ଣ ଭିଖେ ପାଟିଲ,କାଳିଦାସ କୋଲାମ୍ବକାର ଏବଂ ବାବନରାଓ ଭିଖାଜୀ ପାଚପୁଟେଙ୍କ ନାମ ଥିବା ବେଳେ କଂଗ୍ରେସ ପକ୍ଷରୁ ବାଲାସାହେବ ଥୋରାଟ ଏବଂ କେସି ପାବଡିଙ୍କ ନାମ ରହିଛି। ସେହିପରି ଏନ୍ସିପିର ଦିଲ୍ଲୀପ ପାଟିଲଙ୍କ ନାମ ମଧ୍ୟ ଅସ୍ଥାୟୀ ବାଚସ୍ପତି ପଦବୀ ଦୌଡରେ ଅଛନ୍ତି। (ଏଜେନ୍ସି)
ଭାରତୀୟ ସେୟାର ବଜାର ମଙ୍ଗଳବାର ଏକ ନୂତନ ମାଇଲଖୁଣ୍ଟ ଛୁଇଁଛି । ପ୍ରଥମ ଥର ପାଇଁ ସେନସେକ୍ସ 41 ହଜାର ପଏଣ୍ଟ ଅତିକ୍ରମ କରିଛି । ମଙ୍ଗଳବାର 200 ପଏଣ୍ଟ ବୃଦ୍ଧି ସହିତ ସେନ୍ସେକ୍ସ 41 ହଜାର ପଏଣ୍ଟ ଛୁଇଁଛି । ଏହା ସହିତ ନିଫ୍ଟୀ ମଧ୍ୟ 12 ହଜାର ପଏଣ୍ଟ ଅତିକ୍ରମ କରିଛି । 204 ପଏଣ୍ଟର ଅଭିବୃଦ୍ଧି ସହିତ ସେନସେକ୍ସ 41093.64 ପଏଣ୍ଟରେ ପହଞ୍ଚିଥିବା ବେଳେ 50 ପଏଣ୍ଟର ଅଭିବୃଦ୍ଧି ସହିତ 12123.75 ପଏଣ୍ଟରେ ପହଞ୍ଚିଛି । ମଙ୍ଗଳବାର ଆଇସିଆଇସିଆଇ ବ୍ୟାଙ୍କ, ରିଲାଏନ୍ସ.,ଇନ୍ଫୋସିସ୍ ଏବଂ ଏଚ୍ଡିଏଫ୍ସି ବ୍ୟାଙ୍କ ଏହି ସମୟରେ ସର୍ବାଧିକ ଅଭିବୃଦ୍ଧି ହାସଲ କରିଛି । ୟେସ୍ ବ୍ୟାଙ୍କ ଅଂଶଧନ ମୂଲ୍ୟ ସର୍ବାଧିକ 4.47 ପ୍ରତିଶତ ଉପରକୁ ଉଠିଛି । ସେହିପରି ଡଲାର ତୁଳନାରେ ପଇସାର ମୂଲ୍ୟ 4 ପଇସା ବୃଦ୍ଧି ଘଟିଛି । ପୂର୍ବରୁ ଡଲାରର ମୂଲ୍ୟ 71.68 ପଇସା ରହିଥିବା ବେଳେ ମଙ୍ଗଳବାର 71.72…
କେଦାର ମିଶ୍ର ରବି ରାୟ (୨୬ ନଭେମ୍ବର ୧୯୨୬-୬ ମାର୍ଚ୍ଚ ୨୦୧୭) ଭାରତୀୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଚରିତ୍ର। ଷାଠିଏ ଦଶକରୁ ଆଜି ପର୍ଯ୍ୟନ୍ତ ଭାରତର ରାଜନୀତିରେ ଏକ ବିକଳ୍ପଧାରାର ରାଜନୀତି ସହ ସମ୍ପୃକ୍ତ ରହି ସେ ଉଦାହରଣ ପ୍ରସ୍ତୁତ କରି ଯାଇଛନ୍ତି। ଭାରତୀୟ ସମାଜବାଦୀ ରାଜନୀତିରେ ରାମ ମନୋହର ଲୋହିଆ ପରବର୍ତ୍ତୀ ପ୍ରଜନ୍ମର ସେ ଥିଲେ ଅନ୍ୟତମ ଶକ୍ତିଶାଳୀ ନେତା। ୧୯୬୭ରେ ଚତୁର୍ଥ ଲୋକସଭାକୁ ପ୍ରଥମଥର ପାଇଁ ନିର୍ବାଚିତ ହୋଇ ସେ ଲୋହିଆଙ୍କର ସହଯୋଗୀ ଭାବରେ ଦଳର ଉପନେତା ଭାବରେ ନିଜର ସଂସଦୀୟ କାର୍ଯ୍ୟ ଆରମ୍ଭ କରିଥିଲେ। ତାଙ୍କ ରାଜନୀତିକୁ ଆଜିର ପୃଷ୍ଠଭୂମିରେ ଆଉ ଥରେ ବିଶ୍ଲେଷଣ କଲେ, ଆମକୁ ଅନେକାଂଶରେ ବିସ୍ମିତ ହେବାକୁ ପଡ଼େ। ତାଙ୍କର ଗୁରୁ ଆଚାର୍ଯ୍ୟ ରାମ ମନୋହର ଲୋହିଆଙ୍କ ବିଚାର ଉପରେ ସେ ସାରାଜୀବନ ଏକନିଷ୍ଠ ସାଧନା ଅବ୍ୟାହତ ରଖିଛନ୍ତି। ବହୁ ସାଥୀ ଆସିଛନ୍ତି ଓ ଯାଇଛନ୍ତି। କିନ୍ତୁ ରବି ରାୟ ଅବିଚଳିତ ଭାବରେ…
ସମୀକ୍ଷା ବ୍ୟୁରୋ,26/11: ଜିଏସ୍ଟି ଠକେଇ ଅଭିଯୋଗରେ ରାଉରକେଲାର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ମଙ୍ଗଳବାର ଜିଏସ୍ଟି ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଶିକ୍ଷାନୁଷ୍ଠାନ ସମେତ 4ଟି ସ୍ଥାନରେ ଜିଏସ୍ଟି ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଭୁବନେଶ୍ବର ଏବଂ ରାଉରକେଲା ଜିଏସ୍ଟି ଟିମ୍ ପକ୍ଷରୁ ମିଳିତ ଭାବରେ ଏହି ଚଢାଉ କରାଯାଇଥିବା ଜଣାପଡିଛି ।

