Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପି ପ୍ରତିଦିନ ଗାନ୍ଧୀଙ୍କୁ ହତ୍ୟା କରି ଚାଲିଛି, ଏହାର ପ୍ରମାଣ ପ୍ରଜ୍ଞା ଠାକୁର ଓ ବିଜେପି ଆଇଟି ସେଲ ଦେଇ ଚାଲିଛନ୍ତି
ବିଶେଷ ଖବର

ବିଜେପି ପ୍ରତିଦିନ ଗାନ୍ଧୀଙ୍କୁ ହତ୍ୟା କରି ଚାଲିଛି, ଏହାର ପ୍ରମାଣ ପ୍ରଜ୍ଞା ଠାକୁର ଓ ବିଜେପି ଆଇଟି ସେଲ ଦେଇ ଚାଲିଛନ୍ତି

November 28, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗାନ୍ଧୀଙ୍କୁ ନାଥୁରାମ ଗଡସେ ତିନୋଟି ଗୁଳି ମାରିଥିଲା, ହେଲେ ଗଡସେର ଦାୟାଦମାନେ ଗାନ୍ଧୀଙ୍କୁ ପ୍ରତିଦିନ ହତ୍ୟା କରି ଚାଲିଛନ୍ତି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଯେତେବେଳେ ସାରା ବିଶ୍ଵ ପାଳନ କରୁଛି, ସେତେବେଳେ ଗାନ୍ଧୀଙ୍କ ଦେଶରେ ତାଙ୍କ ହତ୍ୟାକାରୀର ସମର୍ଥକମାନେ ଲୋକପ୍ରତିନିଧି ଭାବରେ ନିର୍ବାଚିତ ହୋଇ ଗାନ୍ଧୀଙ୍କୁ ବାରମ୍ବାର ହତ୍ୟା କରୁଛନ୍ତି। ଶାସକ ବିଜେପି ଦଳ ବଡ ନିରୀହ ଭାବରେ କହୁଛି, ଆମେ ଏହାର ସମର୍ଥକ ନୋହୁ, ଅଥଚ ଶାସକ ଦଳର ପ୍ରତିନିଧି ଓ ଶାସକ ଦଳର ଆଇଟି ସେଲ ଗାନ୍ଧୀଙ୍କ ବିରୋଧରେ କୁତ୍ସା ରଟନା କରି ଚାଲିଛନ୍ତି। ଲୋକସଭାରେ ଆତଙ୍କବାଦୀ ଭାବେ ଅଭିଯୁକ୍ତ ହୋଇଥିବା ପ୍ରଜ୍ଞା ସିଂ ଠାକୁର ଗତକାଲି ଯେତେବେଳେ ନାଥୁରାମ ଗଡସେକୁ ଦେଶଭକ୍ତ ବୋଲି କହିଲେ, ସେଠି ଲୋକସଭା ବାଚସ୍ପତି ତାଙ୍କ ବିରୋଧରେ ତୁରନ୍ତ କାର୍ୟାନୁଷ୍ଠାନ ନେବା ଉଚିତ ହୋଇଥାନ୍ତା। ଜଣେ ହତ୍ୟାକାରୀକୁ, ସେ ପୁଣି ଦେଶର ସର୍ବୋଚ୍ଚ ଜନନେତା ଓ ସ୍ଵାଧୀନତା ଆନ୍ଦୋଳନର ମହାନାୟକଙ୍କୁ ହତ୍ୟା କରିଥିବା ଗୋଟେ ସନ୍ତ୍ରାସବାଦୀକୁ ସଂସଦରେ ପ୍ରଶଂସା କରିବା ଭଳି ନିନ୍ଦନୀୟ କାର୍ୟକୁ ଏକ ଅପରାଧ ଭାବରେ ବିବେଚନା ନକରି, କେବଳ ପ୍ରଜ୍ଞାଙ୍କ ବକ୍ତବ୍ୟକୁ ଲୋକସଭା ରେକର୍ଡ ରୁ ବାଦ ଦିଆ ଯାଇଛି।

ଆଜି ବିଜେପି ପ୍ରଜ୍ଞାଙ୍କୁ ପ୍ରତିରକ୍ଷା ସଙ୍କ୍ରାନ୍ତୀୟ ସଂସଦୀୟ କମିଟିରୁ ବାଦ ଦେଇଛି। ପ୍ରଶ୍ନ ଉଠୁଛି, ସନ୍ତ୍ରାସବାଦ ସହ ସମ୍ପୃକ୍ତି ଅଭିଯୋଗ ଥିବା ଜଣେ ବ୍ୟକ୍ତିଙ୍କୁ ପ୍ରତିରକ୍ଷା ପାନେଲରେ ରଖାଗଲା କେମିତି? ପ୍ରଜ୍ଞା ଠାକୁର ଗାନ୍ଧୀଙ୍କ ବିରୋଧରେ ବିଷୋଦଗାର କରି ବିଜେପିର ଟିକଟ ପାଇନାହିଁ କି? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟେ ସମୟରେ “ବ୍ୟକ୍ତିଗତ ଭାବରେ ମୁଁ ତାଙ୍କୁ କ୍ଷମା କରିପାରିବି ନାହିଁ ” ବୋଲି କହିଥିବା ବେଳେ ତାଙ୍କୁ ବିଜେପିର ଏତେ ଆଶୀର୍ବାଦ ମିଳୁଛି କେମିତି?

କେବଳ ପୃଥିବୀ ଆଗରେ ନିନ୍ଦିତ ହେବାର ଭୟ ଯୋଗୁଁ ବିଜେପି ଗାନ୍ଧୀଙ୍କୁ ଭଲ ପାଇବାର ଛଳନା କରୁଛି। ବିଜେପିର ଅସଂଖ୍ୟ ବିଧାୟକ ଓ ସାଂସଦ ଅଛନ୍ତି, ଯେଉଁମାନେ ଗାନ୍ଧୀଙ୍କ ହତ୍ୟାକାରୀକୁ ଦେଶଭକ୍ତ ବୋଲି କହିବାକୁ ପଛାନ୍ତି ନାହିଁ। କାଲିର ଘଟଣାକ୍ରମ ପରେ ବିଜେପି ପ୍ରଜ୍ଞା ଠାକୁରଙ୍କ ବକ୍ତବ୍ୟକୁ ନିନ୍ଦା କରିଥିଲେ ମଧ୍ୟ ବିଜେପି ଆଇଟି ସେଲର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ “ସାବାସ ପ୍ରଜ୍ଞା” (#well_done_Pragya) ନାଁରେ ଏକ ଟ୍ରେଣ୍ଡ ଟୁଇଟରରେ ଏକ ନମ୍ବର ରହିଛି। ଗାନ୍ଧୀ ଘୃଣା ପାଇଁ ବିଜେପିର ଏକ ବଡ ଷଡଯନ୍ତ୍ର ସବୁବେଳେ ଏହାର ରଣନୀତିର ଅଂଶ ବିଶେଷ ହୋଇ ରହି ଆସିଛି। ଗୋଟେ ପକ୍ଷରେ ସଂଘ ମୁଖିଆ ମୋହନ ଭାଗବତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧୀ ବନ୍ଦନା କରୁଥିବା ବେଳେ ତାଙ୍କ ଦଳର ନେତା ଓ କର୍ମୀ ଗାନ୍ଧୀ ହତ୍ୟାକାରୀର ଭକ୍ତ ଭାବରେ ଗୌରବବୋଧ କରୁଛନ୍ତି।

ସଂସଦରେ ନିଜର ବକ୍ତବ୍ୟ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି- “ନାଥୁରାମ ଗଡ଼ସେଙ୍କୁ ଦେଶଭକ୍ତ କହିବା କଥା ତ ଦୂର କଥା, ଦେଶଭକ୍ତ ମାନିବାର ଚିନ୍ତାଧାରାକୁ ଆମ ପାର୍ଟି ନିନ୍ଦା କରେ l ମହାତ୍ମା ଗାନ୍ଧୀ ଆମ ପାଇଁ ଆଦର୍ଶ, ସେ ଆମର ମାର୍ଗଦର୍ଶକ ଥିଲେ ଏବଂ ଭବିଷ୍ୟତରେ ମଧ୍ୟ ରହିବେ l ତାଙ୍କର ବିଚାରଧାରା ସେହି ସମୟରେ ମଧ୍ୟ ପ୍ରାସଙ୍ଗିକ ଥିଲା ଏବଂ ଆଜି ବି ପ୍ରାସଙ୍ଗିକ ରହିଛି। ”

ଠିକ ସେହି ସମୟରେ ଟୁଇଟରରେ ସାବାସ ପ୍ରଜ୍ଞା ବୋଲି ବିଜେପି ସମର୍ଥକମାନେ ଟୁଇଟ କରିଚାଲିଛନ୍ତି। ଏହାହିଁ ବିଜେପିର ବଢିଆ ରଣନୀତି! ନେତାଏ ଗାନ୍ଧୀଙ୍କ ଭକ୍ତ ହେଲେ କର୍ମୀମାନେ ଗାନ୍ଧୀ ବିଦ୍ଵେଷ ବ୍ୟତୀତ ଅଧିକ କିଛି ଜାଣନ୍ତି ନାହିଁ।

ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀରେ ଶାସକ ଦଳର ସଦସ୍ୟମାନେ ଗାନ୍ଧୀଙ୍କ ବିରୋଧରେ ଯେଉଁ ଅପରାଧ କରୁଛନ୍ତି, ସେଥିଲାଗି ଇତିହାସ ସେମାନଙ୍କୁ କେବେହେଲେ କ୍ଷମା ଦେବନାହିଁ।

godse mahatma gandhi pragya singh thakur
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରାଖଣ୍ଡରେ ଲୋକଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କାହିଁକି?

April 14, 2026

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ସମ୍ରାଟ ଚୌଧୁରୀ: ଆସନ୍ତାକାଲି ଶପଥଗ୍ରହଣ

April 14, 2026

ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର 

April 14, 2026

ବିଜେଡି-କଂଗ୍ରେସ ମେଣ୍ଟ ଚର୍ଚ୍ଚା: ପ୍ରତ୍ରିକ୍ରିୟା ପ୍ରକାଶ କଲେ ସମସ୍ତ ରାଜନୈତିକ ଦଳ

April 14, 2026
Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି

April 15, 2026

ଆଜି ଏପ୍ରିଲ ୧୫ ତାରିଖ ବୁଧବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 15, 2026

ଖୋର୍ଦ୍ଧା ରୋଡ୍- ପୁରୀ ସେକ୍ସନର ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

April 14, 2026

ଚିଲିକା ବଜରଙ୍ଗ ଦଳର ବିଶାଳ ଶୋଭାଯାତ୍ରା: ଯୋଗଦେଲେ ଆଇନ ମନ୍ତ୍ରୀ

April 14, 2026

ଉତ୍ତରାଖଣ୍ଡରେ ଲୋକଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କାହିଁକି?

April 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.