Mumbai: Actor and reality television show Big Boss Season 12 host Salman Khan on the sets of the show’s ‘Weekend Ka Vaar’ episode in Mumbai on Nov 9, 2018. (Photo: IANS)
Author: Samikhsya Bureau
ସମୀକ୍ଷା ବ୍ୟୁରୋ ବାଣପୁର ବଜାର ସାହି ମଧ୍ୟରେ ଆଜି ୧୭ ବର୍ଷ ବୟସର ଜଣେ ନାବାଳକ ସୁଶାନ୍ତ ସାମଲଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଜଣେ ଅସାମାଜିକ ବ୍ୟକ୍ତି କୌଣସି କାରଣରୁ ସମ୍ପୃକ୍ତ ନାବାଳାକକୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ପରେ ନାବାଳକ ଜଣକ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ନାବାଳାକର ମା ସୁଷମା ସାମଲ୍ ଏହି ଘଟଣା ନେଇ ବାଣପୁର ଥାନାରେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଆକ୍ରମଣକାରୀ ଯୁବକଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ମାନ ରହିଥିବାବେଳେ ସେ ପୋଲିସ୍କୁ ଚକ୍ମା ଦେଇ ଘୂରି ବୁଲୁଛି। ତେବେ, ପୋଲିସ୍ ଏହି ଘଟଣାର ତଦନ୍ତ କରୁଛି।
ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଜାରି ରହିଛି ସସପେନ୍ସ। ଶିବସେନାର ମୁଖପତ୍ର ସଞ୍ଜୟ ରାଉତ ଆଜି ବାଲାସାହେବଙ୍କ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଶିବସେନା ହେବ ବୋଲି କହିଛନ୍ତି । ସଞ୍ଜୟ ରାଉତ ଓ ଅରବିନ୍ଦ ସାଓ୍ବନ୍ତ ମୁମ୍ବାଇର ଶିବାଜୀ ପାର୍କଠାରେ ଶିବସେନା ସଂସ୍ଥାପକ ବାଲା ସାହେବ ଠାକ୍ରେଙ୍କ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ବାଲାଠାକ୍ରେଙ୍କ ସ୍ମୃତିଚାରଣ କରି ସଞ୍ଜୟ ରାଉତ କହିଛନ୍ତି – ବାଲା ସାହେବ ଦେଶକୁ ହିନ୍ଦୁତ୍ବର ସନ୍ଦେଶ ଦେଇଥିଲେ। ବାଲା ସାହେବ ଯେଉଁ କଥା ଦେଇଥିଲେ, ତାହା ଏବେ ପୂରା ହେବ । ମହାରାଷ୍ଟ୍ରରେ ଏବେ ଶିବସେନା ମୁଖ୍ୟମନ୍ତ୍ରୀ ହେବ। କେବଳ ୫ ବର୍ଷ ପାଇଁ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଶିବସେନା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବ ବୋଲି ସଞ୍ଜୟ ରାଉତ କହିଛନ୍ତି। ବିଜେପି ସହିତ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସହମତି ନ ହେବାରୁ ୩୦ ବର୍ଷର ସମ୍ପର୍କକୁ ତୁଟାଇଛି ଶିବସେନା । ଏବେ…
ସମୀକ୍ଷା ବୁରୋ ବାଣପୁର-ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ପକ୍ଷରୁ ‘ଚିଲିକା – ଏକ ଦୃଷ୍ଟିପାତ’ ପ୍ରସଙ୍ଗ ଭିତ୍ତିକ ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ପାଠଚକ୍ର ଓଡ଼ିଆ ବିଭାଗୀୟ ମୁଖ୍ୟ ପାର୍ଥସାରଥୀ ସାମନ୍ତରାୟଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ପାଠଚକ୍ରରେ ଯୁକ୍ତ ତିନିର ପ୍ରଥମ, ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହାକୁ ଉପସ୍ଥାପନା କରିଥିଲେ ତୃତୀୟ ବର୍ଷର ଛାତ୍ରୀ ଝୁମାରାଣୀ ପାତ୍ର। ରାଧାନାଥଙ୍କ ଚିଲିକା କାବ୍ୟ ସମ୍ପର୍କରେ ଅଧ୍ୟାପକ ଚିତ୍ତରଞ୍ଜନ ବେହେରା, ତୃପ୍ତିରାଣୀ ସ୍ବାଇଁ ଓ ଯଯାତି କେଶରୀ ବଡ଼ଜେନା ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ବିଭାଗୀୟ ମୁଖ୍ୟ ପାର୍ଥସାରଥୀ ସାମନ୍ତରାୟ ରଧାନାଥ ଓ ଚିଲିକା କାବ୍ୟର ସୌନ୍ଦର୍ଯ୍ୟ ତାତ୍ତ୍ବିକ ତଥ୍ୟ ପ୍ରଦାନ କରିଥିଲେ। ଶେଷେର ତୃତୀୟ ବର୍ଷର ଛାତ୍ରୀ ଶୋଭାରାଣୀ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ।
ସିଲିଣ୍ଡରୁ ଗ୍ୟାସ ଲିକ ହୋଇ ଗୁରୁତର ଅବସ୍ଥାରେ ଥିବା ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛି। ବାପ ଓ ପୁଅ ଦିଲ୍ଲୀରେ କାମ କରୁଥିଲେ ଓ ଏକ ଭଡ଼ାଘରେ ରହୁଥିଲେ। ଗତ ୧୨ ତାରିଖରେ ଭଡ଼ା ଘରେ ଥିବା ବେଳେ ହଠାତ୍ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗିଯାଇ ଏଭଳି ଅଘଟଣ ଘଟିଥିଲା। ଗୁରୁତର ଅବସ୍ଥାରେ ବାପା ଦିଲ୍ଲୀର ଏକ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଦୁହେଁ ସୋର ସୋର ଅନ୍ତରା ପଞ୍ଚାୟତ କନ୍ଦାଡ଼ ଗ୍ରାମର।
ଗଙ୍ଗାକୁ ପ୍ରଦୂଷଣମୁକ୍ତ କରିବାକୁ ସରକାର କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଆସନ୍ତାକାଲି ଠାରୁ ସଂସଦରେ ହେବାକୁ ଥିବା ଶୀତକାଳୀନ ଅଧିବେଶନରେ ସରକାର ଗଙ୍ଗା ସଫା ସୁତୁରା ରଖାଯିବା ନେଇ ବିଲ୍ ଆଗତ କରିବେ। ଏହା ସହ ଗଙ୍ଗା ପ୍ରଦୂଷଣ କରୁଥିବା ଲୋକମାନଙ୍କୁ ୫ ବର୍ଷ ଜେଲଦଣ୍ଡ ତଥା ୫୦ ହଜାର ଟଙ୍କାର ଜରିମାନା ବ୍ୟବସ୍ଥା କରାଯାଇପାରେ ବୋଲି ସୂଚନା ମିଳିଛି। ସୂଚନା ମୁତାବକ, ଏନେଇ ଜଳଶକ୍ତି ମନ୍ତ୍ରାଳୟ ବିଲ ପ୍ରସ୍ତୁତ କରି କ୍ୟାବିନେଟରେ ମଞ୍ଜୁରୀ ପାଇଁ ପଠାଇଛି। ଏଥିରେ ବେଆଇନ ନିର୍ମାଣ କାର୍ଯ୍ୟ, ଗଙ୍ଗାରେ କୌଣସି ବିଷାକ୍ତ ଜିନିଷ ନପାକଇବା ପାଇଁ ନିୟମ କରାଯାଇଛି। ଏହି ବିଲରେ କୁହାଯାଇଛି ଯେ, ଯଦି କେହି ବେଆଇନ ଭାବରେ ଗଙ୍ଗାର ଗତି ରୋକିବା ପାଇଁ ଚେଷ୍ଟା କରନ୍ତି ତେବେ ସେମାନଙ୍କ ଉପରେ ଅତି କମରେ ୫୦ କୋଟି ଟଙ୍କାର ଜରିମାନା ଲଗାଯିବ। ଏତଦ୍ ବ୍ୟତୀତ ଯଦି ଗଙ୍ଗା କୂଳରେ କେହି ଘର କିମ୍ଵା ଦୋକାନ ପାଇଁ…
ରାଉରକେଲା ସହରରେ ପାଗଳା କୁକୁରଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏଥିରେ ଜଣେ ଶିଶୁଙ୍କ ସମେତ ୩୦ଜଣ ଆହତ ହୋଇଛନ୍ତି । ଗତକାଲିଠାରୁ ରାଉରକେଲା ଡେଲି ମାର୍କେଟରେ ଏକ ପାଗଳା କୁକୁର ଆତଙ୍କ ସୃଷ୍ଟି କରିଛି । ଗତକାଲି ଏହାର ଆକ୍ରମଣରେ ୨୫ଜଣ ଆହତ ହୋଇଥିବା ବେଳେ ଆଜି ଆଉ ୫ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ କେତେକ ଶିଶୁ ମଧ୍ୟ ରହିଛନ୍ତି । ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ପ୍ରଶାସନ ଏହି ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ଜମି ବିବାଦକୁ କେନ୍ଦ୍ର କରି କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ ପିପଳ ପଙ୍ଗା ଗାଁରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗାଁ ଦାଣ୍ଡରେ ଜଣେ ବ୍ୟକ୍ତିଙ୍କ ତଣ୍ଟିକୁ ଗୋଡ଼ରେ ଚାପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଯୋଗେଶ୍ୱର ପ୍ରଧାନ। ଏନେଇ ମୃତ ବ୍ୟକ୍ତିଙ୍କ ପୁଅ ସମିଳନ ପ୍ରଧାନ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଯୋଗେଶ୍ୱର ନିଜ ପିଣ୍ଡାରେ ବସିଥିଲେ। ଏହି ସମୟରେ ହଠାତ୍ ଗାଁର ନୋଜାର ପ୍ରଧାନ ଆସି ତାଙ୍କୁ ଗାଳିଗୁଲଜ କରିଥିଲେ ଓ ହାତରେ ବାଡ଼େଇ ଥିଲେ। ଫଳରେ ଯୋଗେଶ୍ୱର ତଳେ ପଡ଼ିଯାଇଥିଲେ। ପରେ ନିଜାମ ତାଙ୍କ ବେକକୁ ଗୋଡ଼ରେ ଚାପି ଦେଇଥିଲେ। ଘଟଣାସ୍ଥଳରେ ଯୋଗେଶ୍ୱରଙ୍କ ମୃତ୍ୟୁ ଘଟିଥିଲା। ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ଏପରି ଘଟିଛି ବୋଲି ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଧରା ପଡିନଥିବାବେଳେ ପୁଲିସ୍…
ଆଦିତ୍ୟ ରୟ କପୁର୍ ଓ ଦିଶା ପଟ୍ଟାନୀଙ୍କ ଅଭିନୀତ ଅପକମିଙ୍ଗ ଫିଲ୍ମ ‘ମଲଙ୍ଗ୍’ର ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି। ଫିଲ୍ମର ନିର୍ଦ୍ଦେଶକ ମୋହିତ୍ ସୁରୀ ଫିଲ୍ମର ଫାଷ୍ଟ ଲୁକ୍ ଜାରି କରି ଆଦିତ୍ୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଫିଲ୍ମରେ ଆଦିତ୍ୟ ଓ ଦିଶାଙ୍କ ଫ୍ରେସ୍ ଯୋଡ଼ି ବେଶ୍ ଆକର୍ଷକ ଲାଗୁଛି । ମୋହିତ ଏହି ଫଟୋକୁ ସେୟା କରି ଲେଖିଛନ୍ତି ଯ, ଚାଲନ୍ତୁ କିଛି ସମୟ ମଜା କରିବା ପାଇଁ ଗୋଆ ଯିବା….. ପାଗଲ ଆଦି ତୁମକୁ ତୁମ ଜନ୍ମଦିନର ଶୁଭେଚ୍ଛା’ । ଏହି ଫାଷ୍ଟଲୁକ୍ରେ ବିଦେଶୀଙ୍କ ମଧ୍ୟରେ ଆଦିତ୍ୟ ରୟ କପୁର୍ ଓ ଦିଶା ପଟ୍ଟାନୀ ନଜର ଆସିଛନ୍ତି । ଆଦିତ୍ୟ ବିନା ସାର୍ଟରେ ସନଗ୍ଲାସ୍ ଲଗାଇ ବେଶ୍ କୁଲ୍ ନଜର ଆସିଥିବାବେଳେ ଦିଶା ବହୁତ୍ ସୁନ୍ଦର ଲାଗୁଛନ୍ତି । ଏହି ଫଟୋରେ ଦୁହିଁଙ୍କ କେମେଷ୍ଟ୍ରିକୁ ଦର୍ଶକେ ବେଶ୍ ପସନ୍ଦ କରିଛନ୍ତି । ଏହି ସିନ୍ଟି ହ୍ରିଥିକ୍ ଓ…
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପାର୍ଟି ଅଧ୍ୟକ୍ଷ ଅମିତ ଶାହା, କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସହିତ ଅନେକ ଜଣାଶୁଣା ନେତା ସାମିଲ ଅଛନ୍ତି । ପାର୍ଟି ତରଫରୁ କୁହାଯାଇଛି ଯେ, କେନ୍ଦ୍ର ଗୃହମନ୍ତ୍ରୀ ଓ ବିଜେପି ଅଧ୍ୟକ୍ଷ ଅମିତ ଶାହା ନଭେମ୍ବର ୨୧ରେ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରିବେ। ସୂତ୍ର ଅନୁସାରେ ଅମିତ ଶାହା ଝାଡ଼ଖଣ୍ଡରେ ପାଖାପାଖି ୨୦ଟି ରାଲିକୁ ସମ୍ବୋଧିତ କରିବେ । ଏହା ବ୍ୟତୀତ ଅନେକ ବୈଠକରେ ଅଂଶଗ୍ରହଣ କରିବେ । ଶାହା ନଭେମ୍ବର ୨୧ ଓ ୨୫ରେ ରାଲି କରିବେ । ସେହିଭଳି ସେ ଡିସେମ୍ବର ୨, ୫, ୯, ୧୪ ଓ ୧୭ରେ ପ୍ରଚାର କରିବେ । ଏହାରି ଭିତରେ ସେ ଦିନିକୁ ୨ ରୁ…
ଦେବୋତ୍ତର ବିଭାଗର ନିୟନ୍ତ୍ରଣରୁ ମୁକ୍ତ ହେଲା ପୁରୀ ଗୋବର୍ଦ୍ଧନ ମଠ। ଏଣିକି ଏହା ଏକ ସ୍ଵୟଂଚାଳିତ ସଂସ୍ଥା ଭାବେ ପରିଚାଳିତ ହେବ। ରାଜ୍ୟ ସରକାର ଓଡିଶା ହିନ୍ଦୁ ସଂଶୋଧନ ଦେବୋତ୍ତର ବିଲ୍ ବିଧାନସଭାରେ ପାରିତ କରିବା ପରେ ଗୋବର୍ଦ୍ଧନ ମଠ ଦେବୋତ୍ତର ନିୟନ୍ତ୍ରଣରୁ ମୁକ୍ତ ହୋଇଛି। ଗୋବର୍ଦ୍ଧନ ମଠ ସହ ରାଜ୍ୟର ୧୮ ହଜାର ମଠ ଦେବୋତ୍ତର ଅଧୀନରେ ରହିଛି। ତେବେ ଗୋବରଦ୍ଧନ ମଠ ଆଦି ଶଙ୍କରାଚାର୍ୟ୍ୟଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିବା ୪ଟି ଧାମରୁ ଗୋଟିଏ ଧାମ ହୋଇଥିବାରୁ ଏହାକୁ ଅନ୍ୟ ସାଧାରଣ ମଠ ସହ ତୁଳନା କରାଯିବ ନାହିଁ ବୋଲି କୁହାଯାଇଛି। ସେହିପରି ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନାରେ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିବା ସହ ସେ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ମୁଖ୍ୟ ଅଟନ୍ତି। ତା ସହ ରଥଯାତ୍ରା ସମୟରେ ଶଙ୍କରାଚାର୍ଯ୍ୟଙ୍କର ସ୍ଵତନ୍ତ୍ର ସେବାର ବ୍ୟବସ୍ଥା ରହିଛି। ତାଙ୍କୁ ହିନ୍ଦୁ ଧର୍ମରେ…
ଆଜିଠାରୁ ଭଗବାନ ବଦ୍ରିନାଥଙ୍କ ଦର୍ଶନ ୬ମାସ ପାଇଁ ବନ୍ଦ ହୋଇଯିବ। ଆଜି ସନ୍ଧ୍ୟା ୫ଟା ୧୩ ମିନିଟ୍ ପରଠାରୁ ୬ ମାସ ବନ୍ଦ ରହିବ । କୁହାଯାଇଥାଏ ଯେ, ବଦ୍ରିନାଥଙ୍କୁ ୬ ମାସ ମନୁଷ୍ୟମାନେ ପୂଜା କରିଥାନ୍ତି ଏବଂ ଆଉ ୬ ମାସ ଦେବତାମାନେ ପୂଜା କରନ୍ତି। ଗ୍ରୀଷ୍ମକାଳରେ ମନୁଷ୍ୟମାନେ ଏଠାରେ ଭଗବାନ ବଦ୍ରିବିଶାଳଙ୍କ ପୂଜା କରୁଥିବା ବେଳେ ଶୀତଋତୁରେ ଦେବତାମାନେ ପୂଜାର୍ଚ୍ଚନା କରିଥାନ୍ତି। ଭଗବାନ ବଦ୍ରିନାଥଙ୍କ କବାଟ ନଭେମ୍ବର ୧୭ ସନ୍ଧ୍ୟା ୫ଟା ୧୩ ମିନିଟରୁ ଆଗାମୀ ୬ ମାସ ପାଇଁ ବନ୍ଦ ରହିବ। ଏଥିପାଇଁ ରବିବାର ବଦ୍ରିନାଥଙ୍କ ଶୀତଋତୁ ପାଇଁ ଅନ୍ତିମ ଦର୍ଶନ ମିଳିପାରିବ। ଏଥିପାଇଁ ଶନିବାର ଭଗବାନ ବଦ୍ରିନାଥ ଧାମକୁ ୫୫ କୁଇଣ୍ଟାଲ ଫୁଲରେ ସଜା ଯାଇଛି। ଭଗବାନଙ୍କ ଅନ୍ତିମ ଦର୍ଶନ ପାଇଁ ବହୁ ଦୂରରୁ ଶ୍ରଦ୍ଧାଳୁମାନେ ଆସିଛନ୍ତି। ପୂରା ଦିନ କବାଟ ଖୋଲା ରହିବ। ଅପରାହ୍ଣରେ ଭୋଗ ଲାଗିବା ପରେ ସନ୍ଧ୍ୟାରେ କବାଟ ବନ୍ଦ କରି…
କେଦାର ମିଶ୍ର ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ତଥ୍ୟକୁ ଭାରତ ସରକାର ଚପେଇ ଦେଇଛନ୍ତି। ତିନିଦିନ ତଳେ ଅର୍ଥନୈତିକ ସମ୍ବାଦପତ୍ର “ବିଜନେସ ଷ୍ଟାଣ୍ଡାର୍ଡ” ରେ ଜାତୀୟ ପରିସଙ୍ଖ୍ୟାନ କାର୍ଯ୍ୟାଳୟ କରିଥିବା ଏକ ସର୍ବେକ୍ଷଣ ବିଷୟରେ ଏକ ଉଦବେଗଜନକ ତଥ୍ୟ ପ୍ରକାଶ କରିଥିଲା। ଚାଳିଶ ବର୍ଷ ପରେ ପ୍ରଥମଥର ଲାଗି ଜଣେ ବ୍ୟକ୍ତିର ଖର୍ଚ୍ଚ କରିବାର କ୍ଷମତା କମିଛି ବୋଲି ଏହି ରିପୋର୍ଟରୁ ଜଣାପଡିଛି। ଆଠ ବର୍ଷ ତଳେ (୨୦୧୧-୧୨)ଜଣେ ଭାରତୀୟ ମାସକୁ ୧୫୦୧ଟଙ୍କା ଖର୍ଚ୍ଚ କରିପାରୁଥିବା ବେଳେ ୨୦୧୭-୧୮ରେ ଏହା ୧୪୪୬ ଟଙ୍କାକୁ ଖସି ଆସିଛି। ଏହି ରିପୋର୍ଟର ସବୁଠୁ ଚିନ୍ତାଜନକ ତଥ୍ୟଟି ହେଉଛି ଗ୍ରାମୀଣ ଭାରତରେ ଲୋକଙ୍କ କିଣି ପାରିବାର କ୍ଷମତା ୮.୮% କମିଥିବା ବେଳେ ସହରୀ ଭାରତରେ ଏହା ୨% ବଢିଛି। ଅର୍ଥନୀତିରେ କିଣି ପାରିବାର କ୍ଷମତାରୁ ଗରିବୀର ଆକଳନ କରାଯାଇଥାଏ। ସେଇ ଆଧାରରେ କୁହା ଯାଇପାରିବ ଯେ ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗି ପଡୁଛି ଓ ତାରି…
ଅଯୋଧ୍ୟା ରାମ ଜନ୍ମଭୂମି ସମ୍ପର୍କିତ ସୁପ୍ରିମ୍କୋର୍ଟ ରାୟକୁ ନେଇ ରବିବାର ବୈଠକ ଡାକିଛି ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ। ଏହି ଅବସରରେ ରାମ ଜନ୍ମଭୂମି ଏବଂ ବାବ୍ରି ମସଜିଦ୍ ସମ୍ପର୍କିତ ରାୟ ବାବଦରେ ଆଲୋଚନା କରାଯିବ। ସେମାନେ ଅଯୋଧ୍ୟା ରାୟ ବିରୋଧରେ ରିଭ୍ୟୁ ପିଟିସନ୍ ଦାଖଲ କରିବେ କି ନା ଏହି ଅବସରରେ ନିଷ୍ପତ୍ତି ହେବ। ଲକ୍ଷ୍ନୌର ନାଦଭା କଲେଜଠାରେ ଆଜି ଏହି ବୈଠକ ହେବ ବୋଲି ଜିଲାନି କହିଛନ୍ତି। ଏଠାରେ ରିଭ୍ୟୁ ପିଟିସନ୍ ବାବଦରେ ନିଷ୍ପତ୍ତି ହେବ। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ଦେଇଥିବା ୫ ଏକର ଜମି ଗ୍ରହଣ କରାଯିବ କି ନାହିଁ ଆମେ ନିଷ୍ପତ୍ତି ନେବୁ। ବୋର୍ଡ ଯଦି ନିଷ୍ପତ୍ତି ନେବ ତାହାଲେ ରିଭ୍ୟୁ ପିଟିସନ୍ ଦାଖଲ କରାଯିବ।”
DAV Chandrasekharpur Runners Up In the recently concluded CBSE National Girls Shooting Championship at Karnal, Haryana the 3 member girls team of DAV Public School, Chandrasekharpur bagged the runners up title and won silver medal. The team of Manyata Singh, Shravani Das and Shivangi Meher, all class 7 scored 1078 points where as a team from Ranchi became the Champion with 1092 points. The team participated in the event under the guidance of Sports teacher Anand Chandra Das. The Principal of the school Dr K C Satapathy among others congratulated the winners for bringing laurels for the school as well…
The outgoing Melsanthi (chief priest)Vasudevan Nampoothiri opened by the sreekovil of lord Ayyappa Temple in the prsesence of Thantri Mahesh Mohanaru as per of two month long Mandala Makaravilakku festival season at Sabarimala on Saturday.
ଏବେ ରାଜଧାନୀ ଭୁବନେଶ୍ୱର ହେବ ଖୋଲା ଶୌଚମୁକ୍ତ ଅଞ୍ଚଳ । ବାହାରେ ଶୌଚକଲେ ଦେବାକୁ ପଡିବ ଫାଇନ। ଆଜି ଏନେଇ ବିଏମସି ପକ୍ଷରୁ ନୋଟିସ ଜାରି ହୋଇଛି । ରାଜଧାନୀକୁ ପ୍ରଦୂଷଣରୁ ମୁକ୍ତ କରିବା ପାଇଁ ଏବେ ବିଏମସି ସହରକୁ ଖୋଲା ଶୌଚମୁକ୍ତ ଅଂଚଳ କରିବା ନେଇ ନିଷ୍ପତି ନେଇଛି । ଏନେଇ ନୋଟିସ ମଧ୍ୟ ଜାରି କରିଛି । ଏପରିକି ବାହାରେ ଶୌଚ କଲେ ଫାଇନର ବ୍ୟବସ୍ଥା ମଧ୍ୟ ହୋଇଛି । ବାହାରେ ଶୌଚ କଲେ ଏବେ ୨୦୦ ଟଙ୍କା ଫାଇନ ଦେବାକୁ ପଡିବ । ସେହିପରି ପରିଶ୍ରା କଲେ ୧୫୦ ଟଙ୍କା ଫାଇନ ଗଣିବାକୁ ହେବ । ଜରିମାନା ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
ସମୀକ୍ଷା ବ୍ୟୁରୋ ଦୁର୍ଘଟଣାରୁ ଅଳ୍ପେକ ବର୍ତ୍ତିଲା ଭୁବନେଶ୍ବର-ଆନନ୍ଦବିହାର ଏକ୍ସପ୍ରେସ୍। ଭିଏସ୍ଏସ୍ ନଗର ଲେଭଲ୍କ୍ରସିଂ ଗେଟ୍ମ୍ୟାନ୍ଙ୍କ ପାଇଁ ଦୁର୍ଘଟଣାରୁ ବର୍ତ୍ତିଲା। ଟ୍ରେନ୍ଟି ଦ୍ରୁତ ଗତିରେ ଆସୁଥିବାବେଳେ ମଇଁଷି ପଲ ଲାଇନ୍କୁ ଚାଲିଆସିଥିଲେ। ମଇଁଷି ପଲ ଦେଖି ତୁରନ୍ତ ରେଡ୍ ସିଗ୍ନାଲ୍ ଦେଇଥିଲେ ଗେଟ୍ମ୍ୟାନ୍। ସିଗ୍ନାଲ୍ ଦେଖି ଟ୍ରେନ୍ ଲୋକୋ ପାଇଲଟ୍ ଟ୍ରେନ୍କୁ ଅଟକାଇଥିଲେ।
ସମୀକ୍ଷା ବ୍ୟୁରୋ ୯ଜଣ ଡିଏସ୍ପିଙ୍କୁ ପଦୋନ୍ନତି ମିଳିଛି। ଏହି ସମସ୍ତ ଡିଏସ୍ପିଙ୍କୁ ଅତିରିକ୍ତ ଏସ୍ପି ପାହ୍ୟାକୁ ପଦୋନ୍ନତି ଦେଇ ରାଜ୍ୟ ସରକାର। ପଦୋନ୍ନତି ମିଳିଥିବା ଡିଏସ୍ପିଙ୍କ ମଧ୍ୟରେ ରହିଛନ୍ତି ପ୍ରଦୀପ ଜାଲି, ମନୋରଞ୍ଜନ ପ୍ରଧାନ, ବିପିନ୍ ବେହେରା, ଇତିକାନ୍ତ ମହାପାତ୍ର, ଜ୍ଞାନରଞ୍ଜନ, କିଶୋର ପାଣିଗ୍ରାହୀ, ପ୍ରମୋଦ ରଥ, ସୟଦ ମୁଜିବର ରେହମାନ ଓ ସୁଦାମ ସାହୁ ପ୍ରମୁଖ।
କେନ୍ଦ୍ର ସରକାର ଦେଶର ୨୧ଟି ସହରର ପାଣିର ଗୁଣବତ୍ତାକୁ ଯାଞ୍ଚ ପରେ ଏକ ସୂଚୀ ଜାରି କରିଛନ୍ତି କେନ୍ଦ୍ର ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରାମ ବିଳାସ ପାସୱାନ ଆଜି ପାଣିର ମାନ ଆଧାରରେ ଦେଶର ୨୧ଟି ସହରର ଲିଷ୍ଟ ଜାରି କରିଛନ୍ତି । ଏହି ସୂଚୀରେ ମୁମ୍ବାଇ ସହରର ପାଣି ସବୁଠାରୁ ବିଶୁଦ୍ଧ ବୋଲି ରହିଥିବାବେଳେ ଦିଲ୍ଲୀର ବାୟୁ ପରି ପାଣି ମଧ୍ୟ ବିଷାକ୍ତ ବୋଲି ରହିଛି । ତେବେ ବିଶୁଦ୍ଧ ପାଣି ଲିଷ୍ଟ୍ରେ ପ୍ରଥମ ପାଞ୍ଚଟି ସ୍ଥାନରେ ମୁମ୍ୱାଇ, ହାଇଦ୍ରାବାଦ, ଭୁବନେଶ୍ୱର, ରାଞ୍ଚି ଏବଂ ରାୟପୁର ରହିଛି । କେନ୍ଦ୍ର ସରକାର ବ୍ୟୁର ଅଫ ଇଣ୍ଡିଆନ ଷ୍ଟଣ୍ଡାର୍ଡସ (ବିଆଇଏସ)ରୁ ସାରା ଦେଶର ବିଭିନ୍ନ ସହରରେ ପାଣିର ନମୁନା ଏକାଠି କରି ତାହାର ଗୁଣବତ୍ତା ଯାଞ୍ଚ କରିଛନ୍ତି । ଏଥିରେ ୧୦ଟି ମାନଦଣ୍ଡକୁ ନେଇ ପାଣିର ଗୁଣବତ୍ତାକୁ ପରୀକ୍ଷା କରାଯାଇଛି ।

