Author: Samikhsya Bureau

ସମୀକ୍ଷା ବ୍ୟୁରୋ ବାଣପୁର, ୧୫ ନଭେମ୍ବର: ଖୋର୍ଧା ଜିଲ୍ଲା, ବାଣପୁରସ୍ଥିତ “ସତ ସଙ୍ଗ ବିହାର ଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଆଚାର୍ଯ୍ୟ ଦେବଙ୍କ ମଧ୍ୟମ ପୁତ୍ର ଶ୍ରୀ ଅନିନ୍ଦ୍ୟଦୃତି ଚକ୍ରବର୍ତ୍ତି ବା ବିଙ୍କିଦାଙ୍କ ଉପସ୍ଥିତରେ ଏହି ବିଗ୍ରହ ପ୍ରତିଷ୍ଠା କରାଯାଇଛି। ଏହି ଅବସରରେ ବିଙ୍କି ଦା ଶ୍ରଦ୍ଧାଳୁଙ୍କୁ ଆଶିର୍ବାଦ ଦେବା ସହିତ ଉଦବୋଧନ ମଧ୍ୟ ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ଶ୍ରୀ ଠାକୁରଙ୍କ ଇଚ୍ଛା ଓ ତାଙ୍କର ଆଶିର୍ବାଦରେ ବାଣପୁରରେ ପହଚିଂବା ସମ୍ଭବ ହୋଇପାରିଛି। ବାଣପୁରବାସୀଙ୍କ ଭକ୍ତି ଯୋଗୁଁ ଏଠାରେ ଏକ ଆକର୍ଷଣୀୟ ଏବଂ ଅଦଭୁତ ମନ୍ଦିର ନିର୍ମାଣ ହୋଇପାରିଛି। ଏଥିସହିତ ଭକ୍ତିଭାବ ଯୋଗୁଁ ଠାକୁର ଏଠାରେ ଅଧିଷ୍ଠିତ  ହୋଇପାରିଛନ୍ତି। ଯେଉଁମାନେ ନିଜ ଜୀବନରେ ଶ୍ରୀ ଠାକୁରଙ୍କୁ ଗ୍ରହଣ କରି ତାଙ୍କୁ ନିଜର କରିଛନ୍ତି ସେ ନିଶ୍ଚିତ ହୃଦବୋଧ କରି ପାରୁଥିବେ ଆଜିର ଦିନର ଗୁରୁତ୍ବ କେତେ। …

Read More

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କର ଶୁକ୍ରବାର ଥିଲା ଶେଷ କାର୍ଯ୍ୟଦିବସ। ଏହି ଅବସରରେ ତାଙ୍କୁ ସୁପ୍ରିମକୋର୍ଟ ପରିସରରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ନଭେମ୍ବର ୧୭ରେସେ ଅବସର ଗ୍ରହଣ କରିବେ। ନଭେମ୍ବର ୧୮ରେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ। ନିଜ କାର୍ଯ୍ୟକାଳର ଶେଷ ଦିନରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କିଛି ସମୟ ପାଇଁ ନିଜ କାର୍ଯ୍ୟାଳୟର ଦାୟିତ୍ୱ ଭାର ସମ୍ଭାଳିଥିଲେ। ପରମ୍ପରା ଅନୁସାରେ ସିଜେଆଇ ଗୋଗୋଇ ନିଜ ଉତ୍ତରାଧିକାରୀ ବିଚାରପତି ଏସ୍‌.ଏ. ବୋବଡେଙ୍କ ସହ କୋର୍ଟରେ ବସିଥିବାବେଳେ ଏହି ସମୟରେ ମାତ୍ର ୩ମିନିଟ୍‌ରେ ସେ ୧୦ଟି ମାମଲାରେ ନୋଟିସ ଜାରି କରିଥିଲେ ।  ଶାବରୀମାଲା, ରାଫେଲ୍‌, ଅଯୋଧ୍ୟା ପରି ବହୁ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି ବିଚାରପତି ରଞ୍ଜନ ଗୋଗେଇ ।

Read More

ସମୀକ୍ଷା ବ୍ୟୁରୋ ବିଳମ୍ବରେ ହେଲେ ମଧ୍ୟ ଓଡିଶା କଂଗ୍ରେସ ଗାନ୍ଧୀଙ୍କ ହତ୍ୟା ପ୍ରସଙ୍ଗକୁ ଘୋଡାଇବାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅପପ୍ରୟାସ ବିରୋଧରେ ସ୍ଵର ଉଠାଇଛି। ଏ ସଙ୍କ୍ରାନ୍ତରେ ଗତ କିଛିଦିନ ହେଲା ଗଣମାଧ୍ୟମ, ସୋସିଆଲ ମିଡିଆ ଓ ସମାଜକର୍ମୀଙ୍କ ପ୍ରତିକ୍ରିୟା ଶୁଣିବାକୁ ମିଳୁଥିଲା। ଗାନ୍ଧୀଜୀଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ପ୍ରସ୍ତୁତ ଏକ ପୁସ୍ତିକାରେ ଗାନ୍ଧୀଙ୍କ ହତ୍ୟା ଆକସ୍ମିକ କାରଣରୁ ହୋଇଥିଲା ବୋଲି ଲେଖାଯାଇଛି ଓ ଏ ପ୍ରକାର ବିଭ୍ରାନ୍ତିକର ତଥ୍ୟ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଏ ସମ୍ପର୍କରେ ସବୁ ବର୍ଗର ପ୍ରତିକ୍ରିୟା ମିଳି ସାରିବା ପରେ ଗାନ୍ଧୀଙ୍କ ନିଜ ଦଳ କଂଗ୍ରେସ ଶେଷରେ ଯାଇ ପ୍ରତିକ୍ରିୟା ରଖିଛି। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏକ ପ୍ରଶ୍ନ ପଚାରିବା ଛଳରେ, ଏହି ପ୍ରସଙ୍ଗ ଉଠାଇଥିଲେ। ରାଜସ୍ଵ ମନ୍ତ୍ରୀଙ୍କୁ ନୂଆ ଗ୍ରାମ…

Read More

ଅପକମିଙ୍ଗ ବଲିଉଡ୍‌ ଫିଲ୍ମ ‘ତାନାଜୀ’ର ଟିଜିର୍‌ ରିଲିଜ୍‌ ହୋଇଯାଇଛି । ଟିଜର୍‌ଟି ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ୍‌ ହୋଇଛି । ଏହି ଫିଲ୍ମରେ ଅଜୟ ଦେବଗନ ଓ କାଜୋଲ୍‌ଙ୍କ ବହୁ ବର୍ଷ ପରେ ଏକାଠି ଦେଖିବାକୁ ମିଳିବ । ଏହି ଫିଲ୍ମରେ ସୈଫ୍‌ଅଲ୍ଲୀ ଖାନ୍‌, ପଙ୍କଜ ତ୍ରିପାଠୀଙ୍କ ପରି ବହୁ ଅଭିଜ୍ଞ କଳାକାରମାନେ ରହିଛନ୍ତି । ଏହି ଟିଜର୍‌ରେ ଅଜୟ ଦେବଗନ୍‌ ଏକ ଧ୍ବଜା ଧରିଥିବାର ନଜର ଆସିଥିବାବେଳେ ଏଥିରେ ‘ସ୍ବରାଜ ସେ ବଡ୍‌ କର କ୍ୟା’ର ଦମଦାର ଡାଇଲଗ୍‌ ଶୁଣିବାକୁ ମିଳିଛି । ଐତିହାସିକ ଫିଲ୍ମ ‘ତାନାଜୀ’ ଜାନୁଆରୀ ୧୦ରେ ପରଦାକୁ ଆସିବ । ଏହି ଫିଲ୍ମଟି ଅଜୟ ଦେବଗନ୍‌ଙ୍କ ୧୦୦ତମ ଫିଲ୍ମ ହୋଇଥିବାରୁ ତାଙ୍କ ଫ୍ୟାନ୍‌ମାନେ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି । ଏହି ଫିଲ୍ମର ଟ୍ରେଲର୍‌ ୧୯ ତାରିଖରେ ରିଲିଜ୍‌ ହେବ ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର- ବିଜେଡିରେ ପ୍ରଥମ ଥର ପାଇଁ ସଂଗଠନ ସଂପାଦକ ଦାୟିତ୍ୱ ସୃଷ୍ଟି ହୋଇଛି । ଆଉ ଏହି ଦାୟତ୍ବ ଦଳର ଟାଣୁଆ ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରଦାନ କରାଯାଇଛି। ଆଜି ଦଳ ତରଫରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପୂର୍ବରୁ ପ୍ରଣବ କୌଣସି ପଦ ପଦବୀରେ ନ ଥିଲେ ମଧ୍ୟ ଜଣେ ଭଲ ସଂଗଠକ ଭାବେ ଦଳ ପାଇଁ କାର୍ଯ୍ୟ କରି ଆସୁଛନ୍ତି। 2014 ସରକାର ବେଳେ ପ୍ରଣବ ସଂଗଠନ ଦାୟିତ୍ବ ନେବା ପାଇଁ ଆଉ କେତେକଙ୍କ ସହିତ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରଠାରୁ ସେ ବିଜେଡିର ଜଣେ ଭଲ ସଂଗଠକ ଭାବେ କାର୍ଯ୍ୟ କରିଆସୁଛନ୍ତି। 2019 ନିର୍ବାଚନ ତାଙ୍କର ନେତୃତ୍ୟରେ ପରିଚାଳନା କରାଯାଇଥିଲା। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଣବଙ୍କ ଉପରେ ବେଶ୍ ଭରସା ରଖିଛନ୍ତି। ବର୍ତ୍ତମାନ ସରକାରରେ ସେ ମନ୍ତ୍ରୀ ନ ଥିଲେ ମଧ୍ୟ…

Read More

ସମୀକ୍ଷା ବ୍ୟୁରୋ ଭାରତୀୟ ରାଜନୀତିରେ ସବୁବେଳେ କିଛି ନା କିଛି ବ୍ୟତିକ୍ରମ ଦେଖିବାକୁ ମିଳିଥାଏ । ରାଜନୀତିର କୂଟନୀତି ଭିତରେ ଏଠି କୌଣସି ଦଳ ଅନ୍ୟ ଦଳର ଶତ୍ରୁ ବା ମିତ୍ର ହୋଇନଥାନ୍ତି । କ୍ଷମତାର ନିଶା ଭିତରେ ସମେସ୍ତ ସମସ୍ତଙ୍କ ପ୍ରତି ଗୋଟିଏ ପ୍ରକାରର ଭାବ ପୋଷଣ କରିଥା’ନ୍ତି । ନିକଟରେ ବିଜେପି ଓ ଶିବସେନା ୩୦ ବର୍ଷର ସମ୍ପର୍କକୁ ତୁଟାଇଛନ୍ତି । ଜଣେ କ୍ଷମତାର ଅହମିକାରେ ଅନ୍ଧ ହୋଇ ଅନ୍ୟକୁ ନ୍ୟୁନ କରୁଥିବାବେଳେ ଅନ୍ୟ ଜଣେ ନିଜ ଶକ୍ତିକୁ ପ୍ରମାଣିତ କରିବା ପାଇଁ ଲାଗିପଡିଛି । ମହାରାଷ୍ଟ୍ରରେ ଏହି ଦୁଇ ଦଳ ଗତ ତିନି ଦଶନ୍ଧି ମିତ୍ର ରୂପେ ରହିଥିବାବେଳେ କ୍ଷମତାର ଜଟିଳ ଗଣିତ ପାଇଁ  ଦୁହିଁଙ୍କର ସମ୍ପର୍କରେ ଭଟ୍ଟା ପଡ଼ିଯାଇଛି ।  ଗତ ପାଞ୍ଚ ବର୍ଷ ଭିତରେ ବିଜେପି ନିଜକୁ ବାହୁବଳି ରୂପେ ପ୍ରମାଣିତ କରିବାକୁ ଚେଷ୍ଟା କରୁଛି । କ୍ଷମତାର ନିଶାରେ କେବଳ ଶିବସେନା ନୁହଁ,…

Read More

ପୁଣି ଥରେ ଗାଡ଼ି ଚାଳକଙ୍କ ଚିନ୍ତା ବଢିଲା । ଡିସେମ୍ବର ପହିଲାରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ନୂଆ ଟ୍ରାଫିକ ନିୟମ । ପୂର୍ବରୁ ଯେଉଁ ପରିମାଣର ମୋଟ ଅଙ୍କର ଫାଇନ ଆଦାୟ ହେଉଥିଲା ଆଉ କୋହଳ ହେବ ନାହିଁ । ଏନେଇ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।ନୂଆ ମୋଟର ଯାନ ଆଇନ ଅନୁସାରେ ଆବଶକୀୟ ଗାଡ଼ି କାଗଜପତ୍ର ନଥିଲେ ଗାଡ଼ି ଚାଳକଙ୍କୁ ଭରିବାକୁ ପଡ଼ିବ ମୋଟା ଅଙ୍କର ତଣ୍ଡ । ସେପ୍ଟେମ୍ବର ପହିଲାରୁ ସାରା ଦେଶରେ ସଂଶୋଧିତ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ରାଜ୍ୟରେ ମଧ୍ୟ କଡ଼ାକଡ଼ି ଭାବେ ପାଳନ କରାଯାଉଥିଲା । କିନ୍ତୁ ମାତ୍ରାଧିକ ଅର୍ଥ ଦଣ୍ଡ ହେତୁ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଗଜପତ୍ର ପ୍ରସ୍ତୁତ ପାଇଁ ୩ମାସ କୋହଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଯେଉଁ…

Read More

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିବା ସମୟରେ ଏନ୍‌ସିପି, କଂଗ୍ରେସ ଓ ଶିବସେନା ରାଜ୍ୟରେ ସରକାର ଗଢିବାକୁ ନେଇ ପ୍ରସ୍ତୁତ ହୋଇସାରିଲେଣି। ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ରହିଥିବା ସସ୍‌ପେନ୍ସ ଉପରୁ ବହୁ୍‌ ଶୀଘ୍ର ପରଦା ଉଠିବାକୁ ଯାଉଛି । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ପ୍ରମୁଖ ଶରଦ ପାଓ୍ବାର କହିଛନ୍ତି ଯେ, ରାଜ୍ୟରେ ସରକାର ଗଠନ ହେବା ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ଯିଏ ବି ସରକାର ଗଢିବ, ତାହା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିବ  ଇତିମଧ୍ୟରେ ଶିବସେନା, ଏନ୍‌ସିପି ଓ କଂଗ୍ରେସର ନେତାମାନେ ଗତକାଲି ଅର୍ଥାତ୍‌ ଶନିବାର ଦିନ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ସହ ସାକ୍ଷାତ କରି ସମୟ ମାଗିଛନ୍ତି । ଏହି ତିନି ରାଜନୈତିକ ଦଳ ଏହି ସମୟରେ ଚାଷୀଙ୍କ ସମସ୍ୟାକୁ ନେଇ ଆଲୋଚନା କରିଛନ୍ତି । ମହାରାଷ୍ଟ୍ରରେ ସରକାର ଗଢିବାକୁ ନେଇ ତିନି ଦଳଙ୍କ ମଧ୍ୟରେ ଫର୍ମୁଲା ପ୍ରସ୍ତୁତ ହୋଇଯାଇଛି । ମିଳିଥିବା ସୂତ୍ରରୁ…

Read More

ରାଜଧାନୀ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ ସମସ୍ୟା ଏବେ ଚିନ୍ତାର ବିଷୟ । ସେଠାରେ ପ୍ରଦୂଷଣ ପାଇଁ ଦିଲ୍ଲୀ ଏନ୍‌ସିଆର ସ୍କୁଲ ଗୁଡ଼ିକୁ ଛୁଟି ଦିଆଯାଇଛି । ଦୀପାବଳି ପରଠାରୁ ଦିଲ୍ଲୀର ବାୟୁର ଗୁଣବତ୍ତା ସ୍ତର ଅତି ନିମ୍ନମାନକୁ ଖସିଆସିଛି । ଦିଲ୍ଲୀରେ ପ୍ରଦୂଷଣମାତ୍ରାକୁ ଦୃଷ୍ଟିରେ ରଖି ନଭେମ୍ବର ୪ରୁ ୧୫ ପର୍ଯ୍ୟନ୍ତ ଅଡ୍‌-ଇଭିନ୍‌ ସ୍କିମ୍‌ ଯୋଜନା ଲାଗୁ କରାଯାଇଥିଲା । ତେବେ ଦିଲ୍ଲୀର ବାୟୁମଣ୍ଡଳରେ କୌଣସି ପରିବର୍ତ୍ତନ ଘଟିନଥିବାବେଳେ ପ୍ରଦୂଷଣର ମାତ୍ରା ମଧ୍ୟ ସେହିପରି ରହିଛି । ଏହାକୁ ଦୃଷ୍ଟିରେ ରଖି ଅଡ୍‌-ଇଭିନ୍‌ ସ୍କିମ୍‌ର ସମୟସୀମା ବୃଦ୍ଧି କରାଯିବା ନେଇ ଅନୁମାନ କରାଯାଉଛି । ଆଜି ମୁଖ୍ୟମନ୍ତ୍ରୀ କେଜରିୱାଲ ଅଡ ଇଭିନ୍ ସ୍କିମର ସମୟସୀମା ବୃଦ୍ଧି ନେଇ କହିଛନ୍ତି ଯେ, ସମୟସୀମା ବୃଦ୍ଧି ହେବ କି ନାହିଁ ତାହା ସୋମବାର ନିଷ୍ପତ୍ତି ନିଆଯିବ। ତେବେ ଦିଲ୍ଲୀ ଏନସିଆରରେ ପ୍ରଦୂଷଣର ମାତ୍ରା ବୃଦ୍ଧି ନଡା ଜଳାଇବା କାରଣରୁ ହେଉଛି ବୋଲି ସେ କହିଛନ୍ତି।…

Read More

ସମୀକ୍ଷା ବ୍ୟୁରୋ ଅଲାଇଡିହ ଛକଠାରେ ଘଟିଥିବା ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବୀର ରାଉତଙ୍କର ମୃତ୍ୟୁ ଘଟିଛି। ଆଜି ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ଅଲାଇଡିହ ଛକରେ ଏହି ଦୁର୍ଘଟଣା ଘଟିଥିଲା। ସାଇକେଲ ଚଲାଇ ଯାଉଥିବା ସମୟରେ ଏକ କାର୍‌ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ  ପ୍ରଥମେ ତାଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବରସ୍ଥ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ବୀର ରାଉତଙ୍କ ଘର ବନ୍ଧମୁଣ୍ଡାଇ ଗ୍ରାମରେ। କିଛି କାମ ପାଇଁ ବାଲୁଗାଁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ସ୍ବିପ୍ଟ ଡିଜାୟର୍‌ ତାଙ୍କୁ ଧକ୍କା ଦେଇଥିଲା।

Read More

ଏଣିକି ଟ୍ରେନ୍‌ରେ ଖାଇବା ହୋଇଯିବା ମହଙ୍ଗା । ରେଲ୍‌ଓ୍ବେ ବୋର୍ଡରେ ପର୍ଯ୍ୟଟନ ଏବଂ ଖାଦ୍ୟ ପେୟ ବିଭାଗର ନିର୍ଦ୍ଦେଶକଙ୍କ ପକ୍ଷରୁ ଜାରି ହୋଇଥିବା ସର୍କୁଲାରୁ ଏହା ଜଣାପଡିଛି । ରାଜଧାନୀ, ଶତାବ୍ଦୀ ଏବଂ ଦୂରନ୍ତ  ଏକ୍ସପ୍ରେସ୍‌ରେ ଚା’, ଜଳଖିଆ ଓ ଖାଦ୍ୟପେୟ ମହଙ୍ଗା ହୋଇପଡ଼ିବ । ଏହି ସମସ୍ତ ଟ୍ରେନ୍‌ରେ ଟିକେଟ୍‌ କରିବା ସମୟରେ ଚା’ ଜଳଖିଆ ଏବଂ ଖାଦ୍ୟ ପାଇଁ ଟଙ୍କା ଦେବାକୁ ପଡ଼ିବ । ସେହିପରି ଅନ୍ୟ ଟ୍ରେନ୍‌ରେ ମଧ୍ୟ ଖାଦ୍ୟପେୟ ମହଙ୍ଗା ହେବ ବୋଲି ଅନୁମାନ କରାଯାଉଛି । ରାଜଧାନୀ, ଦୂରନ୍ତ ଏବଂ ଶତାବ୍ଦୀ ଟ୍ରେନରେ ଖାଦ୍ୟପେୟ ଉପରେ ଲାଗୁ ହୋଇଥିବା ନୂତନ ଦର ଅନୁସାରେ, ଯାତ୍ରୀମାନଙ୍କୁ ଏବେ ଚା’ର ଦାମ୍ ୧୦ ଟଙ୍କା ସ୍ଥାନରେ ୨୦ ଟଙ୍କା, ସ୍ଲିପର କ୍ଲାସର ଯାତ୍ରୀଙ୍କ ପାଇଁ ୧୫ ଟଙ୍କା ରହିବ। ସେହିପରି ଦୂରନ୍ତ ସ୍ଲିପର କ୍ଲାସରେ ନାସ୍ତା ଖାଦ୍ୟପେୟ ୮୦ ଟଙ୍କାରେ ମିଳୁଥିଲା। ତାହା ଏବେ ପରିବର୍ତ୍ତନ କରାଯାଇ…

Read More