ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ଅଚଳାବସ୍ଥା ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ମହାରାଷ୍ଟ୍ରରେ ଏନ୍ସିପି, କଂଗ୍ରେସ ଓ ଶିବସେନା ମେଣ୍ଟ ସରକାର ଗଠନ କରିବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ କିଏ ହେବ ନେଇ ସସ୍ପେନ୍ସ ଜାରି ରହିଥିଲା। ତେବେ ମିଳିଥିବା ସୂଚନା ଅନୁସାରେ ଉଭୟ କଂଗ୍ରେସ ଓ ଏନ୍ସିପି ଶିବସେନାର ପ୍ରମୁଖ ଉଦ୍ଧବ ଠାକ୍ରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ସହମତି ପ୍ରକାଶ କରିଛନ୍ତି। ଆଜି ନେହେରୁ ସେଣ୍ଟରଠାରେଏହି ତିନି ଦଳଙ୍କ ବୈଠକରେ ଉଭୟ ସରକାର ଗଠନକୁ ନେଇ ବୁଝାମଣା କରିଛନ୍ତି। ତେବେ ଆସନ୍ତା ଦିନେ ଦୁଇଦିନ ଭିତରେ ଏହାର ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଉଦ୍ଧବ ଠାକ୍ରେ କହିଛନ୍ତି।
Author: Samikhsya Bureau
ଟେସ୍ଲାର ମୁଖ୍ୟ ଏଲନ୍ ମସ୍କ ଏକ ନୂତନ କାର୍ ଲଞ୍ଚ କରାଇଛନ୍ତି । ଶୁକ୍ରବାର ଲଞ୍ଚ ହୋଇଥିବା ଏହି ପିକ୍ଅପ୍ କାର୍ଟି ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ୍ ହୋଇଥିବା ବେଳେ ଏହାର ମୂଲ୍ୟ 39900 ଡଲାର ରହିଛି । କାର୍ଟିର ନାମ ଲୋଟସ୍ ଇ ସ୍ପିରିଟ୍-1 ରହିଛି । କାର୍ଟି ତିନି ଭ୍ୟାରିଆଣ୍ଟରେ ବଜାରକୁ ଆସୁଛି । ଥରେ ଚାର୍ଜ ହେଲେ ଏହି କାର୍ 250, 300 ଏବଂ 500 ମାଇଲ୍ ପର୍ଯ୍ୟନ୍ତ ଯାତ୍ରା କରିବାରେ ସକ୍ଷମ ହେବ । ଫୋର୍ଡ ଏଫ୍-150 ସହିତ ଏହି କାର୍ଟି ପ୍ରତିଦ୍ବନ୍ଦିତା କରିବ । ଏହି କାର୍ର ମୂଲ୍ୟ 39900 ଡଲାର ରହିଥିବା ବେଳେ ଅଲଗା ମଡେଲରେ ଏହା 50 ହଜାର ଡଲାର ପର୍ଯ୍ୟନ୍ତ ରହିଥିବା ନେଇ ଟେସ୍ଲା ସୂଚନା ଦେଇଛନ୍ତି ।
କେଦାର ମିଶ୍ର ଯେଉଁମାନେ ଓଡିଆ ଥିଏଟର୍ ଓ ସିନେମାର ଇତିହାସ ସହ ଜଡିତ ସେମାନଂକ ପାଇଁ ମଣିମାଳା ଦେବୀ ହୁଏତ ଏକ ପରିଚିତ ନାମ, ହେଲେ ଆଜିର ମିଲେନିଆଲ ଓଡିଆମାନେ କଣ ଜାଣନ୍ତି ସେ କିଏ? ସେ ଥିଲେ ପଚାଶରୁ ସତୁରୀ ଦଶକ ଭିତରେ ପ୍ରସିଦ୍ଧ ଅନ୍ନପୂର୍ଣ୍ଣା ଥିଏଟର୍ ର ମହାନାୟିକା। ୧୯୬୦ ରୁ ପ୍ରାୟ ପଚାଶ ବର୍ଷ ଧରି ଓଡିଆ ସିନେମାରେ ଓ ୧୯୩୭ ରୁ ୧୯୬୦, ପ୍ରାୟ ୨୩ ବର୍ଷ ପେଶାଦାର ଥିଏଟର୍ ରେ ମଣିମାଳା ଦେବୀଙ୍କ ଯାଦୁକରୀ ଅଭିନୟ ଦର୍ଶକଂକୁ ବାନ୍ଧି ରଖିଥିଲା। ସେ ଥିଲେ ଗୋଟେ ଯୁଗର ନାୟିକା। ଯେଉଁ ସମୟରେ ଓଡିଆ ଝିଅ ଘରର ଏରୁଣ୍ଡି ଟପିବା ଅସମ୍ଭବ ଥିଲା, ସେଇ ସମୟରେ ସାତ ବର୍ଷର ବାଳିକା ମଣିମାଳା ରଂଗମଂଚର ମୋହରେ ଘର ଛାଡ଼ି ମଂଚକୁ ସବୁଦିନ ଲାଗି ନିଜର ଜୀବନ ଭାବେ ବରଣ କରିନେଇଥିଲେ। ଓଡିଆ ସିନେମାର ଏହି ମହାନାୟିକାଂକ କଳା ଓ ଜୀବନକୁ ନେଇ…
କୋଲକାତା,22/11 : ଇଡେନ ଗାର୍ଡେନ୍ରେ ଆରମ୍ଭ ହୋଇଥିବା ଭାରତ ଏବଂ ବାଂଲାଦେଶ ଐତିହାସିକ ଦିବାରାତ୍ର ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ସଙ୍କଟରେ ପଡିଛି । ଭାରତୀୟ ପେସ୍ ବୋଲରଙ୍କ ସଫଳତା କାରଣରୁ ବାଂଲାଦେଶ 103 ରନ୍ରେ 8 ଓ୍ବିକେଟ ହରାଇ ସଙ୍କଟରେ ପଡିଛି । ଭାରତ ପକ୍ଷରୁ ଉମେଶ ଯାଦବ 3ଟି ଏବଂ ଇଶାନ୍ତ ଶର୍ମା 4ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିବା ବେଳେ ମହମ୍ମଦ ସାମି ଅନ୍ୟ ଏକ ଓ୍ବିକେଟଟି ହାସଲ କରିଥିଲେ । ଓପ୍ନର ସଦ୍ମାନ ଇସ୍ଲାମ ସର୍ବାଧିକ 29 ରନ୍ ସଂଗ୍ରହ କରିଥିଲେ । ଲିଟନ୍ ଦାସ(24) ରିଟାୟର୍ଡ ହର୍ଟ ହେବାପରେ ବଦଳ ଖେଳାଳି ନଇମ ହସନ୍(16) ରନ୍ରେ ବ୍ୟାଟିଂ କରୁଛନ୍ତି । ଏହି ତିନି ଜଣଙ୍କ ବ୍ୟତିତ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନାହାନ୍ତି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ : ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ପରିଜା ଲାଇବ୍ରେରୀ ଛାତରେ ଚଢିଥିବା ଯୁବକଙ୍କୁ ଶେଷରେ ଉଦ୍ଧାର କରାଯାଇଛି । ଦୀର୍ଘ ତିନି ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଯୁବକଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଜୀବନ୍ତ ଉଦ୍ଧାର କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ତିନି ପ୍ରକାରର ବ୍ୟବସ୍ଥା ଆପଣାଯାଇଥିଲା । ଲାଇବ୍ରେରୀ ଚତୁପାର୍ଶ୍ବକୁ ଜାଲରେ ଘେରାଉ କରାଯାଇଥିବା ବେଳେ ଦୁଇଟି ବ୍ରୁଣ୍ଟୋ ସ୍କାଏ ଗାଡି ନିୟୋଜନ କରାଯାଇଛି । ବ୍ରୁଣ୍ଟୋ ସ୍କାଏରେ ଜଣେ ଅଧିକାରୀ ଉପରକୁ ଯାଇ ଯୁବକଙ୍କୁ କାବୁ କରିଥିଲେ । ଯୁବକ ଜଣଙ୍କ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର ବୋଲି ଜଣାପଡିଛି । ଯୁବକ ଜଣଙ୍କୁ ଉଦ୍ଧାର କରାଯାଇ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନା ନିଆଯାଇଥିବା ଜଣାପଡିଛି ।
ସମୀକ୍ଷା ବ୍ୟୁରୋ ମୋଦୀ ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯେଉଁ କମ୍ପାନୀ ବିରୋଧରେ ସନ୍ତ୍ରାସବାଦୀ କାର୍ୟକଳାପ ପାଇଁ ଅର୍ଥ ଯୋଗାଉଥିବା ଅଭିଯୋଗର ତଦନ୍ତ କରୁଛି, ସେହି କମ୍ପାନୀଠାରୁ ଭାରତୀୟ ଜନତା ପାର୍ଟି ଦଶ କୋଟି ଟଙ୍କାର ଚାନ୍ଦା ନେଇଛି। ଏକଥା ଖୋଦ ବିଜେପି ସ୍ଵୀକାର କରିଛି। ନିର୍ବାଚନ କମିଶନଙ୍କ ପାଖରେ ବିଜେପି ଯେଉଁ ହିସାବ ଦାଖଲ କରିଛି, ସେଥିରେ ଆରକେଡବ୍ଲୁ ଡେଭଲପର୍ସ ନାମକ ଏକ କମ୍ପାନୀଠାରୁ ୨୦୧୪-୧୫ ମସିହାରେ ୧୦ କୋଟି ଓ ଏହାର ସହଯୋଗୀ କମ୍ପାନୀ ଦର୍ଶନ ଡେଭଲପର୍ସ ପ୍ରାଇଭେଟ ଲିମିଟେଡ କମ୍ପାନୀ ଠାରୁ ୭.୫ କୋଟି ଟଙ୍କା ଚାନ୍ଦା ନେଇଥିବା କଥା ସୂଚନା ଦେଇଛି। ଏହି କମ୍ପାନୀ ସହିତ ୧୯୯୩ ମୁମ୍ବାଇ ବୋମା ବିଷ୍ଫୋରଣର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଇକବାଲ ମେମନ ଓରଫ ଇକବାଲ ମିର୍ଚ୍ଚିର ସମ୍ପର୍କ ରହିଥିବା କଥା ଭାରତ ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି। ଏ ସମ୍ପର୍କରେ ଆଜି ପ୍ରସିଦ୍ଧ ପୋର୍ଟାଲ “ଦି ୱାୟାର” ଏକ ବିଶେଷ…
କୋଲକାତା,22/11 ଇଡେନ ଗାର୍ଡେନ୍ରେ ଆରମ୍ଭ ହୋଇଥିବା ଭାରତ ଏବଂ ବାଂଲାଦେଶ ଐତିହାସିକ ଦିବାରାତ୍ର ମ୍ୟାଚ୍ରେ ଇଶାନ୍ତ ଶର୍ମାଙ୍କୁ ପ୍ରଥମ ସଫଳତା ମିଳିଛି । ଇଶାନ୍ତ ବାଂଲାଦେଶ ଓପ୍ନର ଇମରୁଲ କାଏସ୍ଙ୍କୁ ଲେଗବିଫୋର କରି ପ୍ରଥମ ସଫଳତା ହାସଲ କରିଥିଲେ । ମ୍ୟାଚ୍ର ସପ୍ତମ ଓଭରରେ କାଏସ୍ଙ୍କୁ ଆଉଟ କରିଥିଲେ ଇଶାନ୍ତ । ନବମ ଓଭର ଖେଳ ଶେଷ ସୁଦ୍ଧା ବାଂଲାଦେଶ 1 ଓ୍ବିକେଟ୍ ହରାଇ 16 ରନ୍ ସଂଗ୍ରହ କରିଛି ।(ଏଜେନ୍ସୀ)
ଉତ୍ତରପ୍ରଦେଶ,22/11 ସମାଜବାଦୀ ପାର୍ଟିର ସଂସ୍ଥାପକ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଆଜି ୮୦ ବର୍ଷରେ ପଦାର୍ପଣ କରିଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟାଳୟଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସ୍ଥାନରେ ମୁଲାୟମଙ୍କ ଜନ୍ମଦିନ ଖୁବ୍ ଆଡମ୍ବରର ସହ ପାଳନ କରାଯାଉଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଲାୟମଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି। (ଏଜେନ୍ସୀ)
କୋଲକାତା,22/11 ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହେଉଥିବା ଐତିହାସିକ ଦିବାରାତ୍ର ଟେଷ୍ଟରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ବାଂଲାଦେଶ । ବାଂଲା ଅଧିନାୟକ ମୋମିନୁଲ ହକ୍ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଛନ୍ତି । ଭାରତ ଗତ ମ୍ୟାଚ୍ର ଏକାଦଶ ସହିତ ପଡିଆକୁ ଓହ୍ଲାଇଥିବା ବେଳେ ବାଂଲାଦେଶ ଟିମ୍ରେ ଦୁଇଟି ପରିବର୍ତ୍ତନ କରିଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ସଚିନ୍ ତେନ୍ଦୁଲକର, ବାଂଲାଦେଶ ମୁଖ୍ୟମନ୍ତ୍ରୀ ଶେଖ୍ ହସିନା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖ ଏହି ମ୍ୟାଚ୍ ଦେଖିବା ପାଇଁ ଉପସ୍ଥିତ ଅଛନ୍ତି । ଟସ୍ ପରେ ମମତା ଏବଂ ହସିନା ଉଭୟ ଦଳର ଖେଳାଳିଙ୍କ ସହିତ ହାତ ମିଳାଇଥିଲେ । (ଏଜେନ୍ସୀ)
ଡିସେମ୍ବରରେ ଭାରତ ଗସ୍ତରେ ଆସୁଥିବା ଓ୍ବିଣ୍ଡିଜ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଦୁଇ ଦ୍ରୁତ ବୋଲର ମହମ୍ମଦ ସାମି ଏବଂ ଭୁବନେଶ୍ବର କୁମାର ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ବାଂଲାଦେଶ ବିପକ୍ଷ ଟି20 ଦଳରେ ଥିବା ଶିବମ ଦୁବେ ପ୍ରଥମ ଥର ପାଇଁ ଦିନିକିଆ ଦଳରେ ମନୋନୀତ ହୋଇଛନ୍ତି । ଖରାପ ଫର୍ମ ସତ୍ତ୍ବେ ଋଷଭ ପନ୍ତଙ୍କ ଉପରେ ଚୟନକର୍ତ୍ତା ପୁନର୍ବାର ଭରସା ପ୍ରକଟ କରିଛନ୍ତି । ଉଭୟ ଦଳରେ ପନ୍ତଙ୍କୁ ସାମିଲ କରାଯାଇଛି । ଦିନିକିଆ ଦଳ : ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧଓ୍ବନ୍, କେ ଏଲ୍ ରାହୁଲ, ଋଷଭ ପନ୍ତ, ମନୀଷ ପାଣ୍ଡେ, ଶ୍ରେୟସ ଆୟାର, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ଶିବମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ,ମହମ୍ମଦ ସାମି, ଦୀପକ ଚହର ଏବଂ ଭୁବନେଶ୍ବର କୁମାର । ଟି20 ଦଳ : ବିରାଟ କୋହଲି, ରୋହିତ ଶର୍ମା,…
ସମୀକ୍ଷା ବ୍ୟୁରୋ ଛାତ୍ରୀଙ୍କୁ ଅସଦାଚରଣ କରିବା ମହଙ୍ଗା ପଡ଼ିଲା । ଅସଦାଚରଣ ଅଭିଯୋଗରେ ବାରିପଦାସ୍ଥିତ ଏମ୍ପିସି ସ୍ୱୟଂଶାସିତ କଲେଜର ଇଂରାଜୀ ବିଭାଗ ମୁଖ୍ୟ ବିଦ୍ୟାଧର ଅଣ୍ଡିଆ ଗିରଫ ହୋଇଛନ୍ତି । କଲେଜ କର୍ତ୍ତୃପକ୍ଷ ଏ ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବେଳେ ଛାତ୍ର ଉତ୍ତେଜନା ଲାଗି ରହିଥିଲା । କଲେଜ କର୍ତ୍ତୃପକ୍ଷ ଅଧ୍ୟାପକଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେ କଲେଜ ପରିସରରେ ଲୁଚି ରହିଥିଲେ । ଏହା ଜାଣି ଛାତ୍ରମାନେ ତାଙ୍କୁ କାବୁ କରି ପୁଲିସ୍ ଜିମା ଦେଇଥିଲେ । ପୁଲିସ୍ ଅଧ୍ୟାପକଙ୍କୁ ଗିରଫ କରି ପଚରାଉଚରା କରୁଛି ।
ସମୀକ୍ଷା ବ୍ୟୁରୋ ସାଲେପୁରରେ ଏକ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ଯାତ୍ରାପାର୍ଟି ସଦସ୍ୟଙ୍କୁ ଅଟକ ରଖିଛି ପୋଲିସ୍ । ପରିବାର ସହ ଯାତ୍ରା ଦେଖିବାକୁ ଯାଇଥିବା ନେମାଳର ଏହି 6 ବର୍ଷୀୟା ବାଳିକାକୁ ଦୁଷ୍କର୍ମର ଅଭିଯୋଗ ଆସିଛି । ଯାତ୍ରା ପାର୍ଟିର କୌଣସି ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହେବା ପରେ ପୋଲିସ୍ ଯାତ୍ରାପାର୍ଟି କର୍ମଚାରୀଙ୍କୁ ଅଟକ ରଖିଛି । ନେମାଳ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାତ୍ରାପାର୍ଟି କର୍ମଚାରୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।
ନୂଆଦିଲ୍ଲୀ,22/11 ଗାନ୍ଧୀ ପରିବାରର ଏସ୍ପିଜି ସୁରକ୍ଷା ବ୍ୟବସ୍ଥା ହଟାଯାଇଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଏସ୍ପିଜି ପ୍ରତ୍ୟାହାର ନିଷ୍ପତ୍ତି ଏକ ରାଜନୈତିକ ଚାଲ୍ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି । ନରେନ୍ଦ୍ର ମୋଦିଙ୍କ ସରକାର ଗାନ୍ଧୀ ପରିବାରର ଏସ୍ପିଜି ସୁରକ୍ଷା ବ୍ୟବସ୍ଥା ହଟାଇବା ସହିତ ସୁରକ୍ଷା ବ୍ୟବସ୍ଥାକୁ ଜେଡ୍ ପ୍ଲସ୍କୁ ହ୍ରାସ କରିଥିଲେ । ଏହି ଘଟଣାକୁ ନେଇ ଗତକାଲି କଂଗ୍ରେସ ସଦସ୍ୟ ମାନେ ସଂସଦରେ ଆନ୍ଦୋଳନ କରିଥିଲେ । ଆନ୍ଦୋଳନ ପ୍ରତି କେନ୍ଦ୍ର ସରକାର କର୍ଣ୍ଣପାତ ନକରି ଏହାକୁ ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତି ବୋଲି କହିବା ପରେ ପ୍ରିୟଙ୍କା ଏହାକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତି । ଉଲ୍ଳେଖଯୋଗ୍ୟ ଯେ, 1985ରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ସ୍ଥାପନ କରାଯାଇଥିବା ଏସ୍ପିଜି 1988 ମସିହା ପର ଠାରୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ରହିଛି । (ଏଜେନ୍ସୀ)
କେଦାର ମିଶ୍ର କେତେବେଳେ ବଜ୍ରପାତ ହେବ, ସେକଥା ହୁଏତ ଆକଳନ କରିହେବ, କିନ୍ତୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେବେଳେ କି ନିଷ୍ପତ୍ତି ନେବେ, ସେକଥା କହି ହେବନାହିଁ। ନବୀନଙ୍କ କାମ କରିବାର ତରିକା ସବୁ ପାରମ୍ପରିକ ଚିନ୍ତା ଓ ଆକଳନର ବାହାରେ। ଓଡିଶା ରାଜନୀତି ବିଷୟରେ ଯେଉଁମାନେ ଖବର ରଖନ୍ତି, ସେମାନଙ୍କ ପାଖରେ ଏଇ ମୁହୂର୍ତ୍ତ ପରେ ନବୀନ ପଟ୍ଟନାୟକଙ୍କ ପଦକ୍ଷେପ କଣ ହେବ, ସେକଥା ଭାବିବା ମଧ୍ୟ ଅସମ୍ଭବ । ଦୁଇ ଦିନ ତଳେ ହଠାତ ବିଳମ୍ବିତ ସନ୍ଧ୍ୟାରେ ରାଜ୍ୟ ପୋଲିସ ବିଭାଗର ମୁଖ୍ୟ ବିଜୟ କୁମାର ଶର୍ମାଙ୍କୁ ତାଙ୍କ ପଦରୁ ଅପସାରଣ କରାଗଲା। କେବଳ ତାଙ୍କୁ ଅପସାରଣ କରାଗଲା ନାହିଁ, ତାଙ୍କ ବିରୋଧରେ ତଦନ୍ତ କରିବା ଲାଗି ଏକ ଉଚ୍ଚ ସ୍ତରୀୟ କମିଟି ମଧ୍ୟ ଗଠନ କରାଗଲା। ଏତେ ବଡ ନିଷ୍ପତ୍ତି ନେବା ପୂର୍ବରୁ, ଏକଥାର ଟେର କେହି ପାଇନଥିଲେ। ନା ଗଣମାଧ୍ୟମ ନା ରାଜନୀତିର ଅର୍ଗଳି,…

