କେଦାର ମିଶ୍ର ଆଧୁନିକ ଭାରତୀୟ ରାଜନୀତିରେ ନିୟାମକ ଓ ନିର୍ଣ୍ଣାୟକ ଭାବରେ ନିର୍ବିାବାଦରେ ତିନୋଟି ନାଁ ନିଆ ଯାଇପାରେ – ଗାନ୍ଧି, ଆମ୍ବେଦକର ଓ ନେହେରୁ। ଗାନ୍ଧିଜୀ ଆଧୁନିକ ଭାରତୀୟ ରାଜନୀତିକୁ ଏକ ବୃହତ୍ତର ମାନବୀୟ ମୂଲ୍ୟବୋଧ ସହ ଯୋଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଆମ୍ବେଦକର ସାମାଜିକ ଆନ୍ଦୋଳନ ଓ ସାମାଜିକ ନ୍ୟାୟକୁ ରାଜନୀତିର କେନ୍ଦ୍ରଭୂମିରେ ଏକ ପ୍ରମୁଖ ପ୍ରସଙ୍ଗ ଭାବରେ ଉପସ୍ଥାପନ କରିଛନ୍ତି। ସେହିପରି ପଣ୍ଡିତ ନେହେରୁ ରାଷ୍ଟ୍ର ନିର୍ମାଣରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ପ୍ରୟୋଗ ସହିତ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଭାରତୀୟ ଜୀବନରେ ଚିରସ୍ଥାୟୀ ପ୍ରତିଷ୍ଠା ଦେଇଛନ୍ତି। ଗାନ୍ଧି ଏବଂ ଆମ୍ବେଦକରଙ୍କ ପ୍ରସଙ୍ଗକୁ ବାଦ୍ ଦେଇ ଆଜି କେବଳ ନେହେରୁଙ୍କ ପ୍ରସଙ୍ଗରେ ଆଲୋଚନା କରାଯାଉ। ଆଜିର ତାରିଖରେ ନେହେରୁଙ୍କର ରାଜନୀତି, ଅର୍ଥନୀତି, ବିଦେଶ ନୀତି ଓ ତାଙ୍କର ଦୃଷ୍ଟିଭଙ୍ଗୀକୁ ନେଇ ସମାଲୋଚନା ଖୁବ୍ ତୀବ୍ର। ନେହେରୁଙ୍କ ଜୀବନକାଳ ଭିତରେ ଯେଉଁମାନେ ତାଙ୍କର ପ୍ରଚଣ୍ଡ ବିରୋଧୀ ଥିଲେ ଆଜି ସେମାନଙ୍କର ଶିଷ୍ୟ…
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର-ନଭେମ୍ବର 13 ଓଡିଶାରେ ଘଟିଯାଇଥିବା ବୁଲବୁଲ ବାତ୍ୟାର କ୍ଷୟକ୍ଷତି ଅନୁଧ୍ୟାନ କରିବା ପାଇଁ ଆସନ୍ତାକାଲି ଓଡିଶା ଆସୁଛନ୍ତି ସାତ ଜଣିଆ କେନ୍ଦ୍ରୀୟ ଟିମ। ଗୃହ ବିଭାଗର ଯୁଗ୍ନ ସଚିବ ସାହିଲ ଘୋଷ ରାୟଙ୍କ ଅଧ୍ୟକ୍ଷତାରେ ଏହି ଟିମ ଆସୁଛନ୍ତି। ଏହି ଟିମରେ ଅନ୍ୟ ଯେଉଁମାନେ ଅଛନ୍ତି ସେମାନେ ହେଲେ କେନ୍ଦ୍ର ଶକ୍ତି ବିଭାଗର ମୁଖ୍ୟଯନ୍ତ୍ରୀ ବନ୍ଦନା ସିଙ୍ଘଲ, ବ୍ୟୟ ବିଭାଗର ପରାମର୍ଶଦାତା ଦୀନା ନାଥ, ଗ୍ରାମ୍ୟ ଉନ୍ନୟନ ବିଭାଗର ଉପସଚିବ ଏସ.ଏସ. ମୋଦୀ, ସିଡବ୍ଲୁସି ଓଡିଶାର ସୁପରିଟେଣ୍ଡଣ୍ଟ ଇଂଜିନିୟର ଅମରିଶ ପାଲ ସିଂ , ପାଟନା କୃଷି ବିଭାଗର ନିର୍ଦ୍ଦେଶକ ବୀରେନ୍ଦ୍ର ସିଂ ଏବଂ କେନ୍ଦ୍ର ପରିବହନ ମନ୍ତ୍ରଣାଳୟର ଓଡିଶା ମୁଖ୍ୟ ସୁନୀଲ କୁମାର ଅଛନ୍ତି। ଏହି ଦଳ ପ୍ରଥମେ ବାତ୍ୟା କ୍ଷତିଗସ୍ତ ଭଦ୍ରକ ଜିଲ୍ଲାକୁ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଗୋଟିଏ ଦିନ ବିଭିନ୍ନ ବାତ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିବେ। ଏହାପରେ 15 ତାରିଖରେ କେନ୍ଦ୍ରାପଡାର…
A man dressed as Lord Shiva begging for alms in Daltanganj, in Jharkhand on Wednesday.UNI PHOTO-36U
Members of All Kerala Tailors Association (AKTA) staging a dharna in front of state secretariat to press their various issue in Thiruvanathapuram on wednesday.UNI PHOTO-21U
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: 13 Nov ଭାରତର କଳା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ ଉଲ୍ଲେଖନୀୟ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିବାରୁ ଫିଲାନଥ୍ରୋପିଷ୍ଟ, ଶିକ୍ଷାଦ୍ୟୋଗୀ ତଥା ମହିଳା ଉଦ୍ୟୋଗୀ ନୀତା ଅମ୍ବାନିଙ୍କୁ ନ୍ୟୁୟର୍କ ସ୍ଥିତ ମେଟ୍ରୋପଲିଟାନ୍ ମ୍ୟୁଜିୟମ୍ ଅଫ୍ ଆର୍ଟ ର ବୋର୍ଡରେ ସାମିଲ କରାଯାଇଛି। ସର୍ବାଧିକ ଲୋକ ପରିଦର୍ଶନ କରୁଥିବା ବିଶ୍ୱର ସର୍ବବୃହତ ମ୍ୟୁଜିୟମ ଭାବେ ଜଣାଶୁଣା ଏହି ସଂଗ୍ରହାଳୟର ଅଧ୍ୟକ୍ଷ ଡାନିଏଲ୍ ବ୍ରୋଡ୍ସ୍କି କହିଛନ୍ତି ଯେ ନୀତା ଅମ୍ବାନିଙ୍କୁ ଅବୈତନିକ ଟ୍ରଷ୍ଟି ଭାବେ ଘୋଷଣା କରାଯାଇଛି। ମଙ୍ଗଳବାର ନ୍ୟୁୟର୍କରେ ଅନୁଷ୍ଠିତ ହୋଇଥିବା ବୋର୍ଡର ବୈଠକରେ ତାଙ୍କୁ ନିର୍ବାଚିତ କରାଯାଇଛି ଏବଂ ଏହିଭଳି ସ୧ାନର ଅଧିକାରିଣୀ ହେବାରେ ସେ ପ୍ରଥମ ଭାରତୀୟ। ସଂଗ୍ରହାଳୟର ବୋର୍ଡକୁ ନୀତା ଅମ୍ବାନିଙ୍କୁ ସ୍ୱାଗତ କରି ଶ୍ରୀଯୁକ୍ତ ବ୍ରୋଡ୍ସ୍କି କହିଛନ୍ତି ଯେ, “ଭାରତର କଳା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ଦିଗରେ ଏବଂ ଦି ମେଟ୍ ପ୍ରତି ତାଙ୍କ ପ୍ରତିବଦ୍ଧତା ବାସ୍ତବରେ ଉଲ୍ଲେଖନୀୟ।…
ସମୀକ୍ଷା ବ୍ୟୁରୋ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ପଲିଥିନ ଯାଞ୍ଚ ଆଳରେ ସାଧାରଣ ଜନତାଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ଆସିଛି। ଏନ.ଏ.ସି କର୍ମଚାରୀଙ୍କ ପରିଚୟ ଦେଇ କିଛି ମହିଳା ସାଧାରଣ ଜନତାଙ୍କୁ ହଇରାଣ କରୁଥିବା ଦେଖିବାକୁ ମିଳୁଛି। ଏପରି ଏକ ଦୃଷ୍ଟାନ୍ତ ଆଜି ସହରରେ ଦେଖିବାକୁ ମିଳିଥିଲା। ଦ୍ବିପ୍ରହର ସମୟରେ ସହରର ପୁରୁଣା ବଜାରରେ କିଛି ମହିଳା ସ୍ବେଚ୍ଛାସେବୀ ବିଭିନ୍ନ ଦୋକାନରେ ପ୍ରବେଶ କରି ପଲିଥିନ୍ର ଉପସ୍ଥିତି ନେଇ ଯାଞ୍ଚ କରିଥିଲେ। ଉକ୍ତ ମହିଳା ମାନେ ନିଜକୁ ଏନ.ଏ.ସିର ଯାଞ୍ଚ ଅଫିସର ପରିଚୟ ଦେଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଉକ୍ତ ମହିଳା ମାନେ ସ୍ବେଚ୍ଛାସେବୀ ବୋଲି ଜଣାପଡିଥିଲା। ଯାଞ୍ଚ କରାଯାଉ ଏବଂ କରାଯିବା ଉଚିତ୍ ମାତ୍ର ଯେଉଁଭଳି ଭାବରେ ଏହି ଯାଞ୍ଚ କରାଯାଉଛି ତାହା ସଠିକ୍ ନୁହେଁ ବୋଲି ଦୋକାନୀ ମାନେ ଅଭିଯୋଗ କରିଛନ୍ତି। ଅଧିକାରୀ ମାନେ ବିନା ପରିଚୟପତ୍ର, ନିର୍ଦେଶନାମା ପତ୍ର ଏବଂ ବିନା ଅନୁମତିରେ ଯାଞ୍ଚ କରିବା ସମ୍ପୂର୍ଣ୍ଣ…
ସମୀକ୍ଷା ବ୍ୟୁରୋ ଆଜି ଏକ ଐତିହାସିକ ରାୟରେ ଭାରତର ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ସୂଚନା ଅଧିକାର ଆଇନ ପରିସରଭୁକ୍ତ ବୋଲି କହିଛନ୍ତି। ସୂଚନା ଅଧିକାର ଆଇନ-୨୦୦୫ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତିଙ୍କ କ୍ଷେତ୍ରରେ ଲାଗୁ ହେବ କାରଣ ମୁଖ୍ୟ ବିଚାରପତି ମଧ୍ୟ ଦେଶର ଏକ ଲୋକ ଅନୁଷ୍ଠାନ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ନ୍ୟାୟିକ ସ୍ଵାୟତ୍ତତା ଓ ଲୋକଙ୍କ ପ୍ରତି ଉତ୍ତର ଦାୟିତ୍ଵ ପରଷ୍ପରର ପରିପୂରକ ତେଣୁ ଏହାକୁ ଅଲଗା କରା ଯାଇପାରିବ ନାହିଁ। ପୂର୍ବରୁ ୨୦୧୦ ମସିହାରେ ଦିଲ୍ଲୀ ହାଇ କୋର୍ଟ ଭାରତର ମୁଖ୍ୟ ବିଚାରପତି ସୂଚନା ଅଧିକାର ଆଇନର ପରିସରଭୁକ୍ତ ବୋଲି ରାୟ ଦେଇଥିଲେ। ମାନ୍ୟବର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ, ଡି.ୱାଇ, ଚନ୍ଦ୍ରଚୂଡ, ସଂଜୀବ ଖାନ୍ନା, ଦୀପକ ଗୁପ୍ତା ଓ ଏନ.ଭି.ରମନାଙ୍କୁ ନେଇ ଗଠିତ ଏକ ଖଣ୍ଡ ପୀଠ ଏ ସମ୍ପର୍କିତ ରାୟ ଶୁଣାଇଛନ୍ତି।
ଆଜିଠାରୁ ଆରମ୍ଭ ହୋଇଥିବା ହଂକଂ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତକୁ ମିଶ୍ରିତ ଫଳ ମିଳିଛି । ଭାରତୀୟ ଷ୍ଟାର ସଟ୍ଲର ସାଇନା ନେହ୍ବାଲ ପ୍ରଥମ ରାଉଣ୍ଡରୁ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିବା ବେଳେ ଅନ୍ୟତମ ଭାରତୀୟ ଖେଳାଳି କେ ଶ୍ରୀକାନ୍ତଙ୍କୁ ପ୍ରଥମ ରାଉଣ୍ଡରେ ଓ୍ବାକଓଭର ମିଳିଛି । ବୁଧବାର ଅନୁଷ୍ଠିତ ପ୍ରଥମ ରାଉଣ୍ଡ ମୁକାବିଲାରେ ସାଇନା ଚୀନ୍ର ସାଇ ୟାନ୍ ୟାନ୍ଙ୍କ ନିକଟରୁ ପରାଜିତ ହୋଇଛନ୍ତି । ସାାଇନା 21-13 ଏବଂ 22-20 ସେଟ୍ରେ ପରାଜିତ ହୋଇଥିଲେ । ନିଜର ଶେଷ 6ଟି ଟୁର୍ଣ୍ଣାମେଣ୍ଟରୁ ପାଞ୍ଚଟିରେ ସାଇନା ପ୍ରଥମ ରାଉଣ୍ଡରୁ ପରାସ୍ତ ହୋଇଛନ୍ତି । ବିଶ୍ବ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଥିବା କେଣ୍ଟୋ ମୋମୋଟା ଅନ୍ତିମ ମୂହୂର୍ତ୍ତରେ ଟୁର୍ଣ୍ଣାମେଣ୍ଟରୁ ଓହରିଯିବା କାରଣରୁ କିଦାମ୍ବୀ ଶ୍ରୀକାନ୍ତଙ୍କୁ ଓ୍ବାକଓଭର ମିଳିଥିଲା ।
କେଦାର ମିଶ୍ର ସୁପ୍ରିମ କୋର୍ଟ ଆସନ୍ତାକାଲି ରାଫାଲେ ସମ୍ପର୍କିତ ତାଙ୍କର ପୂର୍ବ ରାୟକୁ ସମୀକ୍ଷା କରି ରାୟ ପ୍ରକାଶ କରିବେ। ତେବେ ଏହି ମାମଲା ସହିତ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପି ଲୋକସଭା ସଦସ୍ୟ ମୀନାକ୍ଷୀ ଲେଖି କରିଥିବା ମାନହାନି ମକଦ୍ଦମାର ରାୟ ଯୋଡି ହୋଇ ରହିଛି। ତେଣୁ ରାଫାଲେ ସମ୍ପର୍କିତ ରାୟ ସହିତ ଦେଶର ରାଜନୈତିକ ଭବିଷ୍ୟତ ମଧ୍ୟ ଜଡିତ। ପୂର୍ବରୁ ରାଫାଲେ ମାମଲାରେ ସରକାର ସୁପ୍ରିମ କୋର୍ଟଙ୍କୁ ଭୁଲ ତଥ୍ୟ ଦେଇଥିବା ସ୍ଵୀକାର କରି, ଏହା ଛୋଟିଆ ଭୁଲ ବୋଲି କହିଛନ୍ତି। ତେବେ ସୁପ୍ରିମ କୋର୍ଟ ସରକାରଙ୍କ ଯୁକ୍ତିକୁ ସ୍ଵୀକାର କରିବେ କି ନାହିଁ, ତାହା ଆସନ୍ତା କାଲି ସ୍ପଷ୍ଟ ହେବ। ଦେଶର ରାଜନୈତିକ ଭବିଷ୍ୟତକୁ ଏହି ରାୟ ଏକ ନିର୍ଣ୍ଣାୟକ ମୋଡ ଦେବା ବୋଲି ଆଶା କରାଯାଉଛି। ଡିସେମ୍ବର, ୨୦୧୮ ରେ ରାଫାଲେ ମାମଲାର ରାୟ ଦେବାବେଳେ ମାନ୍ୟବର ପ୍ରଧାନ ବିଚାରପତି…
ଓଡିଶାର କଳା ଏବଂ ଐତିହ୍ୟର ପର୍ବ ବାଲିଯାତ୍ରାକୁ ଜାତୀୟ ସ୍ତରର ଉତ୍ସବ ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଛନ୍ତି । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ୍ଙ୍କୁ ନବୀନ ପତ୍ର ଲେଖିଛନ୍ତି । ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା ବାଲିଯାତ୍ରା କଟକରେ ପାଳିତ ହୋଇଥାଏ । ଏହି ଯାତ୍ରା କାର୍ତ୍ତିକ ମାସର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥାଏ । ଆଗ କାଳରେ ସାଧବପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା,ବୋର୍ଣ୍ଣିଓ ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ । ଏହାର ସ୍ମୃତିରେ ଉପକୂଳ ଅଞ୍ଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ । ଏହି ଦିନରେ ଓଡିଆ ସାଧବ ପୁଅ ବାଲକୁ ଯାତ୍ରା କରୁଥିବାରୁ ଏହାର ନାମ ବାଲିଯାତ୍ରା ରଖାଯାଇଛି । ଓଡ଼ିଶାର କଟକ ସହରରେ ବୋଇତ ବନ୍ଦାଣ ବା ବାଲିଯାତ୍ରାର ମହାସମାଗମ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର-ବିଧାନସଭାରେ ଶାସକ ଦଳ ସଦସ୍ୟଙ୍କ ଉପସ୍ଥାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ଵାରୋପ କରିଛନ୍ତି । ଦଳୀୟ ସଦସ୍ୟଙ୍କୁ ଦୈନିକ ବିଧାନସଭାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଯେଉଁ ବିଧାୟକ 2 ଦିନରୁ ଅଧିକ ଦିନ ଛୁଟିରେ ଯିବେ ତାଙ୍କୁ ଅନୁମତି ନେବାକୁ ପଡିବ ବୋଲି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଆଜି ବିଜେଡି ବିଧାୟକ ଦଳର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦଳୀୟ ସଦସ୍ୟଙ୍କୁ ଦୈନିକ ବିଧାନସଭାରେ ଉପସ୍ଥିତ ରହିବାକୁ ପଡିବ । ଏତଦ୍ ବ୍ୟତୀତ ସଦସ୍ୟଙ୍କ ଉପସ୍ଥାନ ନେଇ ମୁଖ୍ୟ ସଚେତକ ସୁପ୍ରିମୋଙ୍କୁ ଦୈନିକ ରିପୋର୍ଟ କରିବେ ।
ନୂଆଦିଲ୍ଲୀ- ଆସନ୍ତା କାଲି ବହୁ ପ୍ରତିକ୍ଷିତ ରାଫେଲ ମାମଲା ଏବଂ ସାବରୀମାଳା ମାମଲର ରାୟ ପ୍ରକାଶ ପାଇବ। ଏହି ଦୁଇ ମାମଲା ସୁପ୍ରିମ କୋର୍ଟରେ ଦୀର୍ଘଦିନ ଧରି ଶୁଣାଣି ଚାଲିବା ପରେ ଆସନ୍ତାକାଲି ରାୟ ଆସିବ। ଏଥିରେ ମୁଖ୍ୟବିଚାରପତି ରଂଜନ ଗୋଗେଇ, ଜଷ୍ଟିସ ଆର ଏଫ ନରିମାନ, ଜଷ୍ଟିସ ଏଏମ ଖାନୱାଲକର, ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ ଇନ୍ଦୁ ମାଲହୋତ୍ରା ମିଳିତ ଭାବେ ସାବରୀମାଳା ରାୟ ପ୍ରକାଶ କରିବେ। ଆସନ୍ତାକାଲି ଦିନ 10.30 ରେ ରାୟ ପ୍ରକାଶ ପାଇବ ବୋଲି ଜଣାପଡିଛି। ସେହିପରି ମୁଖ୍ୟ ବିଚାରପତି ରଂଜନ ଗୋଗେଇଙ୍କ ସହ ତିନିଜଣିଆ ବେଞ୍ଚ ରାଫେଲ ମାମଲାର ରାୟ ପ୍ରକାଶ କରିବେ। ଏଥିରେ ମୁଖ୍ୟ ବିଚରପତି ଗୋଗେଇଙ୍କ ସହ ଜଷ୍ଟିସ ସଂଜୟ କିଶାନ କୌଉଲ ଏବଂ ଜଷ୍ଟିସ କେ ଏମ ଜୋସେଫ ମଧ୍ୟ ଅଛନ୍ତି। ଅଯୋଧ୍ୟା ରାୟ ପରି ଏହି ଦୁଇ ରାୟ ମଧ୍ୟ ବେଶ ଗୁରୁତ୍ବ ବହନ କରୁଛି।
ରାଜଧାନୀ କାବୁଲରେ ଏକ କାର ବୋମା ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ 7 ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ବେଳେ 7 ଜଣ ଆହତ ହୋଇଛନ୍ତି । ପୁଲିସ୍ ଡିଷ୍ଟ୍ରିକ୍ଟ 15 ନିକଟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇନାହିଁ ଏବଂ କୌଣସି ସଙ୍ଗଠନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରି ନାହାନ୍ତି । ଆହତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଫଗାନିସ୍ତାନ ଗୃହ ମନ୍ତ୍ରାଳୟ ମୁଖପାତ୍ର ନସ୍ରତ ରହିମି ପ୍ରକାଶ କରିଛନ୍ତି । ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
କର୍ଣ୍ଣାଟକର 17 ଅଯୋଗ୍ୟ ଘୋଷିତ ବିଧାୟକଙ୍କ ମାମଲାରେ ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ବିଧାୟକ ମାନଙ୍କୁ ବାଚସ୍ପତି କେ ଆର ରମେଶ କୁମାର ନିଲମ୍ବନ କରିବା ସହିତ 6 ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିବା ଉପରେ ରୋକ ଲଗାଇଥିଲେ । ଆଜି ସୁପ୍ରିମକୋର୍ଟ ନିଜ ରାୟରେ ବାଚସ୍ପତିଙ୍କ ଏହି ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି । ଏହା ଫଳରେ ଅଯୋଗ୍ୟ ଘୋଷିତ ବିଧାୟକ ମାନେ ପୁନର୍ବାର ନିର୍ବାଚନ ଲଢିବାର ସମ୍ଭାବନା ସ୍ପଷ୍ଟ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, କର୍ଣ୍ଣାଟକରେ ବିଜେପି ସରକାର ଗଠନ ପୂର୍ବରୁ 14 କଂଗ୍ରେସ ବିଧାୟକ ଏବଂ 3 ଜଣ ଜେଡିଏସ୍ ବିଧାୟକଙ୍କୁ ବାଚସ୍ପତି କେ ଆର ରମେଶ କୁମାର ଅଯୋଗ୍ୟ ଘୋଷଣା କରିଥିଲେ ।
ଗଞ୍ଜେଇ ଚାଲାଣ ବେଳେ ଓଡିଶା ପୋଲିସ୍କୁ ବଡ ସଫଳତା ମିଳିଛି । ସୁନ୍ଦରଗଡରୁ ଅବକାରୀ ବିଭାଗ 20 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ବୁଧବାର ସକାଳୁ ସୁନ୍ଦରଗଡ ପୋଲିସ୍ ଏବଂ ଅବକାରୀ ବିଭାଗର ବିଳିତ ଚଢାଉରେ ଏହି ଗଞ୍ଜେଇ ଜବତ କରାଯାଇଛି । ଗଞ୍ଜେଇକୁ ଟ୍ରକ୍ରେ ବିହାର ଚାଲାଣ କରାଯାଉଥିବା ବେଳେ ରାଣୀବଗିଚା ନିକଟରେ ଟ୍ରକ୍କୁ ଜବତ କରାଯାଇଥିଲା ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର-ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । 30 କାର୍ଯ୍ୟଦିବସ ବିଶିଷ୍ଟ ଅଧିବେଶନର ପ୍ରଥମରୁ ବିରୋଧୀ ଦଳ ସରକାରଙ୍କୁ ଆକ୍ରମଣ କରିଛନ୍ତି । ବିଜେପି ପକ୍ଷରୁ ରାଜ୍ୟରେ ମହିଳାଙ୍କୁ ନିର୍ଯ୍ୟାତନା ବିରୋଧରେ ମୁଲତବୀ ପ୍ରସ୍ତାବ ଆଗତ କରିଥିବା ବେଳେ ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଗତ କରାଯାଇଥିଲା । ବାଚସ୍ପତି ଏହି ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରିବା ଦାବୀ କରି ଉଭୟ ବିଜେପି ଓ କଂଗ୍ରେସ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ। ବାଚସ୍ପତି ବାରମ୍ବାର ତାଗିତ କରିବା ସତ୍ବେ ଗୃହରେ ହଟ୍ଟଗୋଳ ଲାଗି ରହିଥିଲା। ଫଳରେ ବାଧ୍ୟ ହୋଇ ବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ନ 3ଟ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ଅପରାହ୍ନରେ ଆଜି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ।
ପୁରୀ ଜିଲ୍ଲା ବ୍ରହ୍ମଗିରି ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏକ ବସ ଏବଂ ବାଇକ ମଧ୍ୟରେ ଦୁର୍ଘଟଣା ଘଟି 3 ଜଣ ଗୁରୁତର ଆହତ ହୋଇଛନ୍ତି । ଆଜି ସକାଳେ ପୁରୀ-ସାତପଡା ରାସ୍ତା ମେଡିକାଲ ଛକରେ ଏକ ବସ ବ୍ରହ୍ମଗିରି ଅଭିମୁଖେ ଯାଉଥିଲା । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ବାଇକକୁ ବସଟି ଧକ୍କା ଦେଇଥିଲା । ଫଳରେ ବାଇକରେ ଥିବା 3ଜଣ ଆରୋହୀ ରାସ୍ତା ଉପରେ ଛିଟିକି ପଡିଥିଲେ । ସେମାନଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ଦୁର୍ଘଟଣା ପରେ ଗୁରୁତରଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

