ଆସନ୍ତାକାଲି ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ଡିଜିପି ବି.କେ ର୍ଶମା। ବିଧାନସଭା ଅଧିବେଶନ କାଲିଠାରୁ ଆରମ୍ଭ ହୋଇ ଡିସେମ୍ବର ୧୯ ଯାଏଁ ଚାଲିବ। ବିଧାନସଭା ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। ଏହା ସହ ପୂରା ଗାନ୍ଧି ମାର୍ଗ ସିସିଟିଭି ନଜରରେ ରହିବ । ଆନ୍ଦୋଳନକାରୀଙ୍କ ଉପରେ କଡ଼ା ନଜର ରଖାଯିବ। ସୁରକ୍ଷା ବ୍ୟବସ୍ଥା ପାଇଁ ସପ୍ତମ ବାଟାଲିୟନର ସ୍ୱତନ୍ତ୍ର ଟିମ ମୁତୟନ ରହିବେ।
Author: Samikhsya Bureau
ଭାରତୀୟ ସଟ୍ଲର ସୌରଭ ବର୍ମା ହଂକଂ ଓପନ୍ ମୁଖ୍ୟ ଡ୍ରରେ ପ୍ରବେଶ କରିଛନ୍ତି । ମଙ୍ଗଳବାର ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ବିଜୟୀ ହେବା ସହିତ ସୌରଭ ମୁଖ୍ୟ ଡ୍ରରେ ସାମିଲ ହୋଇଛନ୍ତି । ଦୁଇଟି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ବିଜୟୀ ହୋଇଛନ୍ତି ସୌରଭ । ଥାଇଲାଣ୍ଡର ଟାନୋଙ୍ଗସାକ୍ ସାଏନ୍ସୋମ୍ବୁନ୍ସକଙ୍କୁ 21-15 ଏବଂ 21-19 ସେଟ୍ରେ ପରାସ୍ତ କରିଥିବା ବେଳେ ଫ୍ରାନ୍ସର ଲୁକାସ୍ କ୍ଲେୟାରବାଉଟ୍ଙ୍କୁ 21-19 ଏବଂ 21-19 ସେଟ୍ରେ ପରାସ୍ତ କରିଥିଲେ ସୌରଭ । ପ୍ରଥମ ମ୍ୟାଚ୍କୁ ସୌରଭ 45 ମିନିଟ୍ରେ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ୍ରେ ବିଜୟୀ ହେବା ପାଇଁ 47 ମିନିଟ୍ ସମୟ ନେଇଥିଲେ । ସୌରଭଙ୍କ ବ୍ୟତିତ ସିଧାସଳଖ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ହାସଳ କରିଥିବା ଅନ୍ୟ ଭାରତୀୟ ଖେଳାଳି ହେଉଛନ୍ତି କିଦାମ୍ବୀ ଶ୍ରୀକାନ୍ତ, ବି ସାଇ ପ୍ରଣୀଥ୍, ସମୀର ବର୍ମା ଏଚ୍ ଏସ୍ ପ୍ରଣୟ ଏବଂ ପି କଶ୍ୟପ୍ ।
Women devotees offering worship after taking holy dip in Ganga river on the occasion of Kartik Purnima on in Patna Tuesday. UNI PHOTO-23U
ମହାରାଷ୍ଟ୍ର ସରକାରକୁ ନେଇ ଚାଲିଥିବା ଘଟଣାକ୍ରମରେ ପୁଣିଥରେ ଏକ ନୂଆ ମୋଡ ଆସିଛି । ବିଜେପି ସରକାର ଗଠନ କରିବାକୁ ମନା କରିବା ପରେ ଦ୍ବିତୀୟ ସଂଖ୍ୟା ଗରିଷ୍ଠ ଭାବେ ଶିବସେନାକୁ ସରକାର ଗଠନ କରିବାକୁ ସୁଯୋଗ ମିଳିଥିଲା । କିନ୍ତୁ ୨୪ ଘଣ୍ଟାର ସମୟସୀମା ମଧ୍ୟରେ ବହୁମତ ସାବ୍ୟସ୍ତ କରି ନପାରିବାରୁ ଶିବସେନା ହାତରୁ ଏହି ସରକାର ଗଢିବାର ଅଫର୍ ଖସି ଆସି ତୃତୀୟ ସଂଖ୍ୟା ଗରିଷ୍ଠ ଦଳ ଭାବେ ଏନ୍ସିପି ପାଖରେ ପହଞ୍ଚିଛି । ଏନ୍ସିପିକୁ ମଧ୍ୟ ୨୪ ଘଣ୍ଟାର ମହଲତ ଦିଆଯାଇଛି । ତେବେ ଏନସିପି ରାଜ୍ୟରେସରକାର ଗଢିବାକୁ କସରତ ଚଳାଇଥିବାବେଳେ ଏବେ ଏଥିରେ ନୂଆ ପେଞ୍ଚ ଦେଖିବାକୁ ମିଳିଛି । ଏନ୍ସିପି ଏକାକୀ ସରକାର ଗଢିବାକୁ ଅସମର୍ଥ । ଏଥିପାଇଁ ତାଙ୍କୁ ଶିବସେନା ଓ କଂଗ୍ରେସର ସହଯୋଗ ଆବଶ୍ୟକ । ଶିବସେନା ଯେଉଁ ୫୦-୫୦ ଫର୍ମୁଲା ପାଇଁ ୩୦ ବର୍ଷର ସମ୍ପର୍କକୁ ଛିନ୍ନ କଲା ।…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର:-ଗାଁରେ ଆଉ ମନଇଚ୍ଛା ଘର କରିପାରିବେ ନାହିଁ। ଦ୍ବିତୀୟ ମହଲା ଘର କଲେ ବି ଅନୁମତି ନେବାକୁ ପଡିବ। ୫୦୦ ବର୍ଗମିଟରଠାରୁ ଅଧିକ ବା ଦୁଇ ମହଲା ଘର ତିଆରି କରିବାକୁ ପଡ଼ିଲେ ଅନୁମତି ନେବାକୁ ପଡ଼ିବ। ପଞ୍ଚାୟତ ସମିତିର ଅନୁମତି ପରେ ୨ ମହଲାରୁ ଅଧିକ ଉଚ୍ଚର ଘର ତିଆରି କରିପାରିବେ। ଯଦି ବିନା ଅନୁମତି କିମ୍ବା ସଠିକ ପ୍ଲାନିଂରେ ଘର ନକରାଯାଏ ତେବେ କଡା କାର୍ଯାନୁଷ୍ଠାନ ହେବ ବୋଲି ଗ୍ରାମ୍ୟ ଓ ନଗର ବିଭାଗ ତରଫରୁ ବିଜ୍ଞପ୍ତି ଜାରି ହୋଇଛି। ଗାଁ ହେଉ କି ସହର ଯେଉଁଠି ବି ‘ଜି ପ୍ଲସ ୨’ ଘର ନିର୍ମାଣ ହେବ ସେଠି ଅନୁମତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।
ମୁମ୍ବାଇ-ବଲିଉଡ୍ର ବୁଲ୍ବୁଲ୍ ବା ସ୍ବର ସାମ୍ରାଜ୍ଞୀ ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ଲୋକପ୍ରିୟ ପ୍ରଚ୍ଛଦ ପଟ୍ଟ ଗାୟିକା ଲତା ମଙ୍ଗେସକର୍ଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ତାଙ୍କୁ ଗତକାଲି ମୁମ୍ବାଇର ବ୍ରୀଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଫୁସଫୁସ ସଂକ୍ରମଣରେ ଆକ୍ରାନ୍ତ ଅଛନ୍ତି । ସେ ବର୍ତ୍ତମାନ ଭେଣ୍ଟିଲେଟରରେ ଅଛନ୍ତି । ଗତକାଲି ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଆଇସିୟୁରେ ଲାଇଫ୍ ସପୋର୍ଟ ସିଷ୍ଟମ୍ରେ ରଖାଯାଇଥିଲା। ଡାକ୍ତରଙ୍କ ସୂଚନାନୁସାରେ, ଲତାଙ୍କୁ ନିମୋନିଆ ହୋଇଛି। ଏପରିକି ତାଙ୍କ ବାମ ବ୍ରେଟିକୁଲାର ଫେଲ ହୋଇଯାଇଛି । ତେବେ ସଦ୍ୟତମ ସୂଚନା ଅନୁସାରେ ତାଙ୍କ ସ୍ଥାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଥିବାବେଳେ ଅବସ୍ଥା କିନ୍ତୁ ଗମ୍ଭୀର ରହିଛି । ଇନ୍ଦୋରର ଏକ ମରାଠୀ ପରିବାରରେ ଭାରତର ଏହି ଅପ୍ରତିଦ୍ୱନ୍ଦୀ ଗାୟିକା ୧୯୨୯ ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିଲେ। ସୁର ସମ୍ରାଜ୍ଞୀ ଲତା ଭାରତ ରତ୍ନ, ପଦ୍ମବିଭୂଷଣ, ଦାଦା ସାହେବ…
ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ମଧ୍ୟରେ ବିବାଦ ପରେ ବର୍ତ୍ତମାନ ଝାରଖଣ୍ଡରେ ଦଳକୁ ସମାନ ପରସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି । ଝାରଖଣ୍ଡ ନିର୍ବାଚନ ପୂର୍ବରୁ ଚିରାଗ ପାଶ୍ବାନଙ୍କ ଦଳ ଲୋକ ଜନଶକ୍ତି ପାର୍ଟି ବିଜେପିର ହାତ ଛାଡିଛି । ଆସନ ଆବଣ୍ଟନକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ଦେଖାଦେଇଥିବା ଜଣାପଡିଛି । 2014ରେ ଏଲ୍ଜେପି ମାତ୍ର ଗୋଟିଏ ଆସନରେ ପ୍ରତିଦ୍ବନ୍ଦିତା କରି ପରାଜିତ ହୋଇଥିଲା । ବିଜେପି ପକ୍ଷରୁ ଏଲ୍ଜେପିକୁ 6ଟି ଆସନ ପ୍ରଦାନ କରାଯାଇଥିବା ବେଳେ ଚିରାଗ ପାଶ୍ବାନଙ୍କ ଦଳ 50 ଆସନରେ ପ୍ରତିଦ୍ବନ୍ଦିତା କରିବା ନେଇ ସୂଚନା ଦେଇଛି । ମଙ୍ଗଳବାର ସନ୍ଧ୍ୟାରେ ଏଲ୍ଜେପି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଜଣା ପଡିଛି । ଏହା ସହିତ ଅନ୍ୟତମ ସହଯୋଗୀ ଦଳ ଏଜେଏସ୍ୟୁ 19 ଆସନ ଦାବି କରିଥିବା ବେଳେ ବିଜେପି ପକ୍ଷରୁ 9ଟି ଆସନ ପ୍ରଦାନ କରାଯିବାର ପ୍ରସ୍ତାବ ଦିଆଯାଇଛି ।
ନୂଆଦିଲ୍ଲୀ:- ନୂଆଦିଲ୍ଲୀର ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ତଥା ୱେବ ସଂବାଦ ପତ୍ର “ଓଡ଼ିଆ ପୁଅ” ତରଫରୁ ସପ୍ତାଦଶତମ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପାରଂପରିକ ରୀତିରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶିତୁଆ ମାଛି ଅନ୍ଧାରରେ ଶତାଧିକ ଓଡ଼ିଆ ଯୋଗଦେଇ ଓଡ଼ିଆ ସ୍ୱାଭିମାନର ପ୍ରତୀକ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥିଲେ। ଓଡ଼ିଆ ପୁଅ ଝିଅମାନେ ସାଧବ ପୁଅ ଏବଂ ସାଧବ ବୋହୂ ବେଶ ଧାରଣ କରିଥିଲେ। ସାଧବାଣୀମାନେ ବୋଇତ ବନ୍ଦାପନା କରିବା ପରେ ବୋଇତରେ ସାଧବ ପୁଅମାନେ, ବୋଇତରେ ବସି ଯାତ୍ରା କରିଥିଲେ। ପାରଂପରିକ ରୀତିରେ ଏହି ଉତ୍ସବ ଇଣ୍ଡିଆ ଗେଟ୍ ସ୍ଥିତ ବୋଟ କ୍ଲବଠାରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ସମ୍ମାନୀତ ଅତିଥି ଭାବରେ ଏଲବିଆଇଏଚଏମ୍ ହୋଟେଲ ମ୍ୟାନେଜମେଣ୍ଟ ଇନ୍ଷ୍ଟିଚ୍ୟୁଟର ପରିଚାଳନା ନିର୍ଦ୍ଦେଶକ ଯୋଗଦେଇଥିଲେ ଏବଂ ଅନେକ ପ୍ରତିଷ୍ଠିତ ସମାଜସେବୀ ମାନେ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିଲେ। ବିଶେଷକରି ସପ୍ତାଦଶତମ ବୋଇତ ବନ୍ଦାଣ ଉତ୍ସବର ମୁଖ୍ୟ…
ଜମ୍ମୁ କଶ୍ମୀରରେ ପୁଣି ଥରେ ସୁରକ୍ଷାବାହିନୀର ଯବାନ ଓ ଆତଙ୍କବାଦୀମାନେ ମୁହାଁମୁହିଁ ହୋଇଛନ୍ତି । ଗାନ୍ଦେରବାଲ ଠାରେ ସୁରକ୍ଷାବାହିନୀର ଯବାନଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଗତକାଲିର ଏନକାଉଣ୍ଟର ପରେ ଦୁଇ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସେନାର ଯବାନମାନେ ଆକ୍ରମଣ କରିଥିଲେ । ଲୁଡ୍ରା ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାବାହିନୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ ।
ଗତକାଲି କେନ୍ଦ୍ର କ୍ୟାବିନେଟ୍ରୁ ଇସ୍ତଫା ପ୍ରଦାନ କରିଥିବା ଶିବସେନା ନେତା ଅରବିନ୍ଦ ଗଣପତ ସାଓ୍ବନ୍ତଙ୍କ ଇସ୍ତଫାପତ୍ରକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଏ ନେଇ ସୂଚନା ପ୍ରଦାନ କରାଯାଇଛି । ଏହା ସହିତ ସାଓ୍ବନ୍ତଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ର ପ୍ରକାଶ ଜାଭଡେକରଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ପରିବେଶ ମନ୍ତ୍ରାଳୟ ଦାୟିତ୍ବରେ ରହିଥିବା ଜାଭଡେକର ଅତିରିକ୍ତ ଭାବରେ ଭାଶିଶିଳ୍ବ ବିଭାଗର ଦାୟିତ୍ବ ସମ୍ଭାଳିବେ । ଉଲ୍ଲେଖଯୋଗ୍ୟ ଯେ, ସାଓ୍ବନ୍ତ ଏକମାତ୍ର ଶିବସେନା ସାଂସଦ ଭାବରେ କ୍ୟାବିନେଟ୍ ପାହ୍ୟା ହାସଲ କରିଥିଲେ । ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଉଭୟ ଦଳ 30 ବର୍ଷର ସମ୍ପର୍କ ବିଛିନ୍ନ କରିବା ପରେ ସାଓ୍ବନ୍ତ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଥିଲେ ।
ଯାଜପୁର ଜିଲ୍ଲା ପାଣିକୋଇଲିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଆଳୁ ବୋଝେଇ ଟ୍ରକକୁ ଓଭର ଟେକ୍ କରି 3 ଜଣ ବାଇକ ଆରୋହୀ ପ୍ରାଣ ହରାଇଛନ୍ତି । ଆଜି ସକାଳେ ଗୋଟିଏ ବାଇକରେ ତିନିଜଣ ଯୁବକ ଏକ ଆଳୁ ବୋଝେଇ ଟ୍ରକକୁ ଓଭର ଟେକ୍ କରିବାକୁ ଚେଷ୍ଟା କରୁଥିଲେ । ତେବେ ସେହି ସମୟରେ ବାଇକ ଚାଳକ ଭାରସାମ୍ୟ ହରାଇବାରୁ ବାଇକଟି ରାସ୍ତାଉପରେ ପଡିଯାଇଥିଲା । ଯୁବକମାନେ ମଧ୍ୟ ରାସ୍ତାରେ ଛିଟିକି ପଡିଥିଲେ । ଫଳରେ ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ଦୁଇଜଣ ମଧ୍ୟ ମେଡିକାଲରେ ପ୍ରାଣ ହରାଇଥିଲେ ।
ପୁରୀ ଜିଲ୍ଲାର ପିପିଲିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ପିପିଲିର ମାଛପଡା ଗ୍ରାମରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ 21 ବଖରା ଘର ଜଳି ଯାଇଛି । ଗତକାଲି ବିଳମ୍ବିତ ରାତ୍ରରେ ମାଛପଡା ଗ୍ରାମରେ ଗୋଟିଏ ଘରେ ନିଆଁ ଲାଗିଯାଇଥିଲା । ପରେ ଏହା ଅନ୍ୟ ଘରକୁ ବ୍ୟାପିଥିଲା । କିଛି ସମୟ ମଧ୍ୟରେ 21 ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଥିଲା । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା ।
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଳନ ହୋଇଛି ବୋଇତ ବନ୍ଦାଣ ଉତ୍ସବ । ବଡ଼ି ଭୋରରୁ ରାଜ୍ୟର ବିଭିନ୍ନ ନଦୀ, ପୁଷ୍କରିଣୀ ଓ ମହୋଦଧୀରେ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । କଟକର ମହାନଦୀ ଓ କାଠଯୋଡ଼ି ନଦୀ, ଭୁବନେଶ୍ୱରର ବିନ୍ଦୁ ସାଗର, ପୁରୀ ସମୁଦ୍ର କୂଳ ଓ ଗୋପାଳପୁର ବିଚ୍ରେ ପ୍ରବଳ ଭିଡ଼ ଜମିଥିଲା । ଭଳି ଭଳିକି ରଙ୍ଗର ବୋଇତ ଭସାଇଥିଲେ ଶ୍ରଦ୍ଧାଳୁ । ଅତୀତରେ ବ୍ୟବସାୟ ପାଇଁ ସମୁଦ୍ର ପଥରେ ବିଦେଶକୁ ଯାତ୍ରା କରୁଥିବା ଓଡ଼ିଆ ସାଧବ ପୁଅର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବା ପାଇଁ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଯାଏ ।
ସୋମବାର ମହାରାଷ୍ଟ୍ର ରାଜନୀତିରେ ଏକାସଙ୍ଗରେ ଅନେକ ମୋଡ଼ ଆସିଛି । ସରକାର ଗଠନ ପାଇଁ ଶିବସେନାର ଅନୁରୋଧକୁ ରାଜ୍ୟପାଳ ପ୍ରତ୍ୟାଖ୍ୟାନ କରିବା ସହିତ ଏନ୍ସିପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରାଯାଇଛି । ବିଜେପି ଶିବସେନା ମେଣ୍ଟ ବିଫଳ ହେବା ପରେ ବିଜେପି ସରକାର ଗଠନରୁ ନିବୃତ ରହିଥିଲା । ରାଜ୍ୟପାଳ ଭଗତ ସିଂହ କୋସ୍ୟାରୀ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ । ମାତ୍ର ଶିବସେନା ପକ୍ଷରୁ ସୋମବାର ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟି 48 ଘଣ୍ଟାର ସମୟ ମଗାଯାଇଥିବା ବେଳେ ରାଜ୍ୟପାଳ ଏହାକୁ ଖାରଜ କରି ଦେଇଥିଲେ । ଏହାପରେ ରାଜ୍ୟପାଳଙ୍କ ପକ୍ଷରୁ ତୃତୀୟ ବୃହତ ଦଳ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରାଯାଇଛି । ମଙ୍ଗଳବାର ରାତି 8.30 ପର୍ଯ୍ୟନ୍ତ ଶିବସେନାକୁ ସରକାର ଗଠନର ସମୟ ଦିଆଯାଇଛି । ଏନ୍ସିପି ନେତା ଅଜିତ ପଓ୍ବାର ରାଜ୍ୟପାଳଙ୍କୁ ଭେଟିବା ପରେ ଏହି ସୂଚନା ପ୍ରଦାନ କରିଥିଲେ ।
କେଦାର ମିଶ୍ର ଖଣି ଦୁର୍ନୀତି ବିଷୟରେ ଓଡିଆରେ ଲେଖା ହୋଇଥିବା ଶେଷ ଖବର ଆପଣମାନଙ୍କର ମନେ ଅଛି କି? ଏହାର ଉତ୍ତରରେ ଅବଶ୍ୟ କହିହେବ, ଖଣି ଦୁର୍ନୀତି ବୋଲି ସତରେ କିଛି ଅଛି କି? ୨୨, ନଭେମ୍ବର, ୨୦୧୦ ରେ କେନ୍ଦ୍ର ସରକାର ଦେଶର ଓଡିଶା ଓ ଗୋଆ ଭଳି ରାଜ୍ୟରେ ବ୍ୟାପକ ଖଣି ଦୁର୍ନୀତିର ତଦନ୍ତ କରିବା ଲାଗି ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏମ.ବି.ଶାହାଙ୍କ ଅଧ୍ୟକ୍ଷତାରେ ଏକ କମିଶନ ଗଠନ କରିଥିଲେ। ଶାହା କମିଶନ ନିଜର ବ୍ୟାପକ ଅନୁସନ୍ଧାନ ପରେ ୪୮ଟି ଖଣି କମ୍ପାନୀର ବେଆଇନ ଖଣି ଖନନ ଓ ପରିବେଶ ଆଇନର ଉଲ୍ଲଙ୍ଘନ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖିଥିଲେ। ଶାହା କମିଶନଙ୍କ ସୁପାରିଶ ଦୀର୍ଘ ବର୍ଷ ଧରି ଶୀତଳ ଭଣ୍ଡାରରେ ପଡିକି ରହିବା ପରେ ଏବେ ଏହା ଅକାମୀ ହୋଇ ପଡିଛି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ବିଚାରପତି ଜି.ଏସ.ସିଙ୍ଘଭି ଓ ଅନିଲ ଆର…

