Mumbai:Bollywood actress Juhi Chawla addressing during a campaign # GiftEyeSight,which intends to gift eye corrective surgeries to the needy and light up their lives,in Mumbai on Monday. A
Author: Samikhsya Bureau
People warming themselves on Monday with a bonfire on a roadside at Boulevard as the valley witnessed wet weather since a week.
People attend the almsgiving activity around the That Luang Stupa in Vientiane, capital of Laos, Nov. 11, 2019. Considered as the most important religious festival in Laos, the That Luang Festival, which falls from Nov. 5 to Nov. 11 this year, concluded on Monday with a mass almsgiving activity held in and around the That Luang Stupa in Vientiane.
MUMBAI,NOV 11 (UNI) – Bollywood actor Jacqueline Fernandez poses during set of TV Show #NoFilterNeha season 4 in Mumbai on Monday. UNI PHOTO-94U
Bollywood actors Jacqueline Fernandez with Neha Dhupia poses during set of TV Show #NoFilterNeha season 4 in Mumbai on Monday.
MUMBAI, NOV 11 (UNI) – Bollywood actress Juhi Chawla addressing during a campaign # GiftEyeSight,which intends to gift eye corrective surgeries to the needy and light up their lives,in Mumbai on Monday.
ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏକ ଟେଲିଭିଜନ ବିତର୍କ ରେ ବିଜେପିର ବଡପାଟିଆ ପ୍ରବକ୍ତା ସମ୍ବିତ ପାତ୍ର କହିଥିଲେ-ମହାରାଷ୍ଟ୍ରରେ ବିଜେପିର ପ୍ରତିପକ୍ଷ କେହି ନାହାନ୍ତି। କଂଗ୍ରେସକୁ ଅପମାନିତ କଲା ଭଳି ସମ୍ବିତ କହିଥିଲେ ଯେ ଟିକଟ ଯାଚିଲେ ମଧ୍ୟ କଂଗ୍ରେସ ରୁ ଟିକଟ ନେବାକୁ କେହି ଆସୁନାହାନ୍ତି। ବିଜେପି ର ଏହି ମାତ୍ରାଧିକ ଆତ୍ମବିଶ୍ବାସ ଆଜିର ତାରିଖରେ ଆତ୍ମଘାତୀ ସାବ୍ୟସ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ନିର୍ବାଚନୀ ସଭାଗୁଡ଼ିକରେ କଂଗ୍ରେସ ଓ ଏନସିପି ବିରୋଧରେ “ଡୁବ ମରୋ” ଭଳି ଅପଭାଷାର ପ୍ରୟୋଗ ପଛରେ ଏହି ଅତ୍ୟଧିକ ଆତ୍ମବିଶ୍ବାସ ଓ ଅହଂକାର ହିଁ ରହିଥିଲା। ଖୋଦ କଂଗ୍ରେସ ନେତୃତ୍ୱ ମଧ୍ୟ ମହାରାଷ୍ଟ୍ରରେ ଦଳର ପ୍ରଦର୍ଶନକୁ ନେଇ ବିଶେଷ ଆଶାବାଦୀ ନ ଥିଲେ। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ବିଲକୁଲ ନିର୍ବାଚନ ପ୍ରଚାରକୁ ଆସିନଥିବା ବେଳେ ରାହୁଲ ଗାନ୍ଧୀ ମାତ୍ର ଦୁଇଟି ସଭା ରେ ଯୋଗ ଦେଇଥିଲେ। ତେବେ ଘଟଣାଚକ୍ର…
ଶିବସେନା ସାଂସଦ ସଞ୍ଜୟ ରାଉତ ଛାତି ଯନ୍ତ୍ରଣା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅପରାହ୍ନ 3.30 ମିନିଟ୍ ସମୟରେ ଛାତି ଯନ୍ତ୍ରଣା କାରଣରୁ ରାଉତଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁଇ ଦିନ ପୂର୍ବରୁ ରାଉତ ଲୀଲାବତୀ ହସ୍ପିଟାଲକୁ ନିଜର ଚିକିତ୍ସା ପାଇଁ ଯାଇଥିବା ଜଣାପଡିଛି । ଡ. ଜଲିଲ୍ ପାର୍କର ରାଉତଙ୍କ ଚିକିତ୍ସା କରୁଛନ୍ତି । ହସ୍ପିଟାଲରେ ଡାକ୍ତର ସଞ୍ଜୟଙ୍କ ଆଞ୍ଜିଓଗ୍ରାଫି କରିଛନ୍ତି ।
ଚୀନ୍ ଅଟୋ ମୋବାଇଲ୍ କମ୍ପାନୀ ଗ୍ରେଟ୍ ଓ୍ବାଲ୍ ମୋଟର୍ସ ଭାରତରେ 7 ହଜାର କୋଟିର ନିବେଶ କରିବାକୁ ଯାଉଛି । ଗ୍ରେଟ୍ ଓ୍ବାଲ୍ ମୋଟର୍ସର ସହଯୋଗୀ କମ୍ପାନୀ ହାଭାଲ୍ ମୋଟର୍ସ ଇଣ୍ଡିଆ ଅକ୍ଟୋବରରେ ଭାରତରେ ନିଜର କମ୍ପାନୀ ମୁଖ୍ୟାଳୟ ନୋଇଡାରେ ପ୍ରତିଷ୍ଠା କରିଥିଲା । ଗୁରୁଗାଓଁରେ କମ୍ପାନୀର ପ୍ରଥମ ୟୁନିଟ୍ ସ୍ଥାପନ କରାଯିବାର ଯୋଜନା ରହିଛି । ନୂତନ ୟୁନିଟ୍ ସ୍ଥାପନ କରିଲେ ବର୍ତ୍ତମାନର ନିୟମ ଅନୁଯାୟୀ ମାତ୍ର 15 ପ୍ରତିଶତର କର୍ପୋରେଟ୍ ଟିକସ୍ ପ୍ରଦାନ କରିବାକୁ ପଡିବ । କମ୍ପାନୀ ପକ୍ଷରୁ ଗୁରୁଗାଓଁ ବ୍ୟତୀତ ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁର ବିଭିନ୍ନ ସ୍ଥାନରେ ଜମି ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କମ୍ପାନୀ ପକ୍ଷରୁ ପତ୍ର ଲେଖାଯାଇଛି ।
ଜଓ୍ବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ସୋମବାର ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜେଏନ୍ୟୁର ସମାବର୍ତ୍ତନ ଉତ୍ସବରେ ଉପ ରାଷ୍ଟ୍ରପତି ଏମ୍ ଭେଙ୍କିଆ ନାଇଡୁ ଯୋଗ ଦେଉଥିବାରୁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିରୋଧକୁ ଜୋରଦାର କରାଯାଇଥିଲା । ହଷ୍ଟେଲ ଦେୟ ବୃଦ୍ଧି କରାଯାଇଥିବା କାରଣରୁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏହି ବିରୋଧ ପ୍ରଦର୍ଶନ କରାଯାଇଥିଲା । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ର ବିରୋଧୀ ମନୋଭାବ ପୋଷଣ କରୁଛନ୍ତି ବୋଲି ନାରା ଲଗାଇଥିଲେ ଛାତ୍ରଛାତ୍ରୀ । ଜେଏନ୍ୟୁରେ ବାର୍ଷିକ 200 ଟଙ୍କା ହଷ୍ଟେଲ ଦେୟ ପ୍ରଦାନ କରିବାକୁ ପଡୁଥିବା ବେଳେ ବର୍ତ୍ତମାନ ଏହାକୁ ମାସିକ 15 ଶହ ଟଙ୍କାକୁ ବୃଦ୍ଧି କରାଯାଇଛି ।
ଆସନ୍ତା 13 ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନରେ 2019-20 ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଗତ ହେବ । ଡିସେମ୍ବର 19 ତାରିଖ ଯାଏ ଶୀତ ଅଧିବେଶନ ଚାଲିବ । ଅଧିବେଶନରେ ମୋଟ୍ 30ଟି କାର୍ଯ୍ୟଦିବସ ରହିବ । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୋମବାର ସୂଚନା ଦେଇଛନ୍ତି । ଏଥିସହ ଗୃହକୁ ସୁରୁଖୁରୁରେ ଚଳାଇବାକୁ ବିରୋଧୀଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି ମନ୍ତ୍ରୀ ଆରୁଖ ।
ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ର ମହାନାଟକରେ ଏବେ ଘଟଣା ବେଶ୍ ରୋଚକ ପରିସ୍ଥିତିରେ ପହଞ୍ଚିଛି । ପରିଶେଷରେ ଶିବସେନା ଏନ୍ସିପି ଓ କଂଗ୍ରେସ ସହ ମେଣ୍ଟ କରି ରାଜ୍ୟରେ ସରକାର ଗଠନ କରିବାର ସମ୍ଭାବନା ସ୍ପଷ୍ଟ ଦିଶୁଛି । ଗତ ଦୁଇ ସପ୍ତାହ ଭିତରେ ମହାରାଷ୍ଟ୍ରର ରାଜନୀତିରେ ସାପ ସିଡି ଖେଳ ଚାଲିଛି । ମହାରାଷ୍ଟ୍ର ରାଜନୀତିରେ ଗେମ୍ଚେଞ୍ଚର ପାଲଟିଛି ଏନ୍ସିପି । ମହାରାଷ୍ଟ୍ରରେ ବିଜେପି – ଶିବସେନା ମେଣ୍ଟ ସରକାର ବିଫଳ ହେବା ପରେ ଏବେ ତିନିଦଳଙ୍କ ମେଣ୍ଟରେ ସରକାର ଗଠନ ପ୍ରକ୍ରିୟା ଚାଲିଛି । ଆଜି ସନ୍ଧ୍ୟା ସୁଦ୍ଧା ଶିବସେନା ରାଜ୍ୟପାଳଙ୍କ ପାଖରେ ଉପସ୍ଥିତ ରହି ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିବା ସହିତ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବ ବୋଲି ସୂଚନା ମିଳୁଛି। ବିଜେପି ସହିତ ୩୦ ବର୍ଷର ସମ୍ପର୍କକୁ ତୁଟାଇ ଶିବସେନା ନିଜର ଏକ ବିକଳ୍ପ ରାସ୍ତା ପାଇଁ ଏବେ ପ୍ରସ୍ତୁତ ହେଉଛି । ମହାରାଷ୍ଟ୍ରର…
ସିଗ୍ନାଲ ଫେଲ ହେବା କାରଣରୁ ହାଇଦ୍ରାବାଦ କାଚେଗୁଡା ଷ୍ଟେସନରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ପ୍ରାୟ 10.30ରେ ଦୁର୍ଘଟଣା ଘଟିଥିଲା । ଏହି ଘଟଣାରେ ଜଣଙ୍କର ପ୍ରାଣହାନି ଘଟଥିବା ବେଳେ 20 ଜଣ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ଓ ରେଲୱେ କର୍ମଚାରୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସିଗ୍ନାଲରେ ତ୍ରୁଟି କାରଣରୁ କର୍ଣ୍ଣୁଲରୁ ଆସୁଥିବା ହୁଣ୍ଡ୍ରି ଏକ୍ସପ୍ରେସ ଏବଂ ଏମ୍ଏମ୍ଟିଏସ୍ ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ରେଳମନ୍ତ୍ରୀ ପୀୟୁଷ ଗୋୟଲ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତର ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଆହତଙ୍କୁ ରେଳବାଇ ପକ୍ଷରୁ ମାଗଣା ଚିକିତ୍ସା ପ୍ରଦାନ କରାଯିବ ବୋଲି ପୀୟୁଷ ଗୋୟଲ ଟ୍ବିଟ୍ କରିଛନ୍ତି ।
ଝାରଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ 52 ବିଧାନସଭା ବସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । 81 ଆସନ ବିଶିଷ୍ଟ ଝାରଖଣ୍ଡରେ ପାଞ୍ଚଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବା ନେଇ ଘୋଷଣା ହୋଇଥିବା ବେଳେ ଆଜି ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା 52 ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । 52 ଜଣିଆ ପ୍ରାର୍ଥୀ ତାଲିକାରେ 12 ଜଣ ନୂଆ ମୁହଁଙ୍କୁ ସ୍ଥାନ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ରଘୁବର ଦାସ ଜାମସେଦପୁର(ପୂର୍ବ)ରୁ ପ୍ରତିଦ୍ବନ୍ଦିତା କରିବା ନେଇ ନଡ୍ଡା ଘୋଷଣା କରିଛନ୍ତି । ରଘୁବର ଦାସ ଏକ ଦୁର୍ନୀତିମୁକ୍ତ ଏବଂ ଦୃଢ ସରକାର ପ୍ରଦାନ କରିଥିବାରୁ ଜନାଦେଶ ବିଜେପି ସପକ୍ଷରେ ରହିଛି ବୋଲି ନଡ୍ଡା ପ୍ରକାଶ କରିଛନ୍ତି । ସେହିପରି କଂଗ୍ରେସ, ଜେଏମ୍ଏମ୍ ଏବଂ ଆରଜେଡି ମେଣ୍ଟ ପକ୍ଷରୁ ମଧ୍ୟ 43 ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଜେଏମ୍ଏମ୍ 31 ଆସନରେ ପ୍ରାର୍ଥୀ ଦେବାକୁ…
ମହାରାଷ୍ଟ୍ର ରାଜନୀତିରେ ଏବେ ନାଟକୀୟ ମୋଡ଼ ଘଟିଛି। ବିଜେପି ସରକାର ଗଠନ କରିବାକୁ ମନା କରିବା ପରେ ରାଜ୍ୟପାଳ ଦ୍ବିତୀୟ ବହୁମତ ଦଳ ଭାବେ ଶିବସେନାକୁ ସରକାର ଗଠନ କରିବାକୁ ଆମନ୍ତ୍ରଣ ଜଣାଇଛନ୍ତି। ଏବେ ଶିବସେନା ଏନ୍ସିପି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିବାକୁ ଯାଉଛି । କେନ୍ଦ୍ରରେ ରହିଥିବା ଶିବସେନାର ମନ୍ତ୍ରୀ ଅରବିନ୍ଦ ରାଉତ ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇ ସାରି ବିଜେପି ସହିତ ଥିବା ୩୦ ବର୍ଷର ସମ୍ପର୍କରେ ଭଟ୍ଟା ପଡ଼ିଯାଇଛି ବୋଲି ପ୍ରମାଣ କରିଦେଇଛନ୍ତି । ଶିବସେନା ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ କସରତ ଜାରି ରଖିଥିବାବେଳେ ବିଜେପିକୁ ଟାର୍ଗେଟ କରିଛି । ଶିବସେନା ଅଭିଯୋଗ କରିଛି ଯେ, ବିଜେପିକୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ୭୨ ଘଣ୍ଟାର ସମୟ ମିଳିଥିବାବେଳେ ତାକୁ କମ୍ ସମୟ ମିଳିଛି। ଯଦି ତାକୁ ଅଧିକ ସମୟ ମିଳି ଥାଆନ୍ତା ତେବେ ଭଲ ହୋଇ ଥାଆନ୍ତା। ବିଜେପି…
ଦିଲ୍ଲୀ-ନୋଇଟା ଏକ୍ସପ୍ରେସଓ୍ବେରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର 5 ଜଣ ପ୍ରାଣ ହରାଇଛନ୍ତି । ଗ୍ରେଟର ନୋଏଡାରେ ଏହି ଦୁର୍ଘଟଣା ଘଟିଥିବା ବେଳେ 8 ଜଣ ଆହତ ହୋଇଥିବା ଜଣାପଡିଛି । ପୋଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଏହି କାରଟିକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ 5 ଜଣଙ୍କର ପ୍ରାଣହାନି ଘଟିଥିଲା । ଆହତ 8 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହିତ ପୋଲିସ୍ ଦୁର୍ଘଟଣାର ତଦନ୍ତ କରୁଛି ।
ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଥମିବାର ନାମ ନେଉନାହିଁ । ବିଜେପି-ଶିବସେନା ମେଣ୍ଟ ସମ୍ଭାବନା ଶେଷ ହେବା ପରେ ଏନ୍ସିପି ଏବଂ କଂଗ୍ରେସ ସହିତ ଶିବସେନା ମେଣ୍ଟ ସମ୍ଭାବନା ସୃଷ୍ଟି ହୋଇଛି । ଏନ୍ସିପି ଏବଂ କଂଗ୍ରେସ ସହିତ ମେଣ୍ଟ ନେଇ ଶିବସେନା ପକ୍ଷରୁ ସ୍ପଷ୍ଟ କରାଯାଇଥିବା ବେଳେ ଏହାକୁ ନେଇ କଂଗ୍ରେସ ନେତା ସଞ୍ଜୟ ନିରୁପମ ଦଳକୁ ଚେତାବନୀ ଦେଇଛନ୍ତି । ମହାରାଷ୍ଟ୍ରରେ କେଉଁ ଦଳ ସରକାର ଗଠନ କରୁଛି ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ, ମାତ୍ର ବର୍ତ୍ତମାନର ପରସ୍ଥିତିକୁ ଧ୍ୟାନରେ ରଖିଲେ ରାଜନୈତିକ ଅସ୍ଥିରତା ଜାରି ରହିବ ବୋଲି ନିରୁପମ କହିଛନ୍ତି । ଏହା ସହିତ ନିରୁପମ କହିଛନ୍ତି, ବର୍ତ୍ତମାନର ପରସ୍ଥିତି ଜାରି ରହିଲେ 2020 ସୁଦ୍ଧା ନିର୍ବାଚନ ଅନୁଷ୍ଠିତ ହୋଇପାରେ । ଶିବସେନା ସହିତ ମେଣ୍ଟ ଉଭୟ ଏନ୍ସିପି ଏବଂ କଂଗ୍ରେସ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ ବୋଲି ପୂର୍ବତନ ଶିବସେନା ସଦସ୍ୟ ନିରୁପମ ଟ୍ବିଟ୍ କରିଛନ୍ତି ।
ଜମ୍ମୁ କାଶ୍ମୀରର ବନ୍ଦିପୋରାରେ ଏକ ଏନ୍କାଉଣ୍ଟର ଘଟିଛି । ଏହି ଏନକାଉଣ୍ଟରରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଶ୍ରୀନଗରରୁ 55 କିମି ଦୂରରେ ଅବସ୍ଥାପିତ ଲଡ୍ବାରା ଗ୍ରାମରେ ଏହି ଏନ୍କାଉଣ୍ଟର ସଙ୍ଗଠିତ ହୋଇଥିଲା । ଏନ୍କାଉଣ୍ଟର ପରେ ସୁରକ୍ଷା ବଳ ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ । ରବିବାର ଅପରାହ୍ନରେ ସୁରକ୍ଷା ବଳଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଥିବା ବେଳେ ଆତଙ୍କୀଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା ।
ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ସିରିଜ୍ରେ ଭାରତ ବିଜୟୀ ହୋଇଛି । ସିରିଜ୍ର ଶ୍ରେଷ୍ଠ ଖେଳାଳି ଘୋଷିତ ହୋଇଥିବା ଦୀପକ ଚହର ହ୍ୟାଟ୍ରିକ୍ ସହିତ 7 ରନ୍ ବିନିମୟରେ ଭାରତ 6 ଓ୍ବିକେଟ୍ ଅକ୍ତିଆର କରିବା ସହିତ ଭାରତ 30 ରନ୍ରେ ବିଜୟୀ ହୋଇଥିଲା । ଭାରତ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 174 ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଶ୍ରେୟସ୍ ଆୟାର (62) ଏବଂ କେ ଏଲ୍ ରାହୁଲ୍(52) ଅର୍ଦ୍ଧଶତକ ହାସଲ କରିଥିଲେ । 175 ରନ୍ର ବିଜୟ ଲକ୍ଷ୍ୟ ନେଇ ବାଂଲାଦେଶ 12 ରନ୍ରେ ଦୁଇଟି ଓ୍ବିକେଟ ହରାଇଥିବା ବେଳେ ମହମ୍ମଦ ନଇମ୍(81) ଏବଂ ମହମ୍ମଦ ମିଥୁନ୍(27) 98 ରନ୍ର ଭାଗିଦାରୀ କରି ବିଜୟ ଦିଗରେ ଅଗ୍ରସର ହେଉଥିବା ବେଳେ ଶିବମ ଦୁବେ ଲଗାତାର ବଲ୍ରେ ନଇମ୍(81) ଏବଂ ଆଫିଫ୍ ହୋସେନ୍ଙ୍କୁ ଆଉଟ୍ କରି ଭାରତ ସପକ୍ଷକୁ ମ୍ୟାଚ୍କୁ…
ମୋବାଇଲ ଫୋନ ବିସ୍ଫୋରଣରେ ଜଣେ ରାଜମିସ୍ତ୍ରୀଙ୍କର ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବାର ସୂଚନା ମିଳିଛି । ମୃତ ରାଜମିସ୍ତ୍ରୀଙ୍କ ଘର ନୟାଗଡ଼ ଅଞ୍ଚଳରେ ବୋଲି ସୂଚନା ମିଳିଛି। ପାରାଦୀପ ଜଗନ୍ନାଥ ଟ୍ରକ୍ ମାଲିକ ସଂଘ ପକ୍ଷରୁ ନିର୍ମାଣ ଚାଲିଥିବା ଜଗନ୍ନାଥ ମନ୍ଦିରରେ ସେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ସୂଚନା ଅନୁସାରେ, ସମ୍ପୃକ୍ତ ରାଜମିସ୍ତ୍ରୀ ଜଣକ ତାଙ୍କର ୪ ଜଣ ସାଥୀଙ୍କ ସହ ଅଠରବାଙ୍କୀ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ। ତେବେ ଗତକାଲି ଫୋନ୍କୁ ଚାର୍ଜରେ ବସାଇ ଏହାକୁ ଛାତିରେ ରଖି ସେ ଶୋଇ ପଡ଼ିଥିଲେ। ହଠାତ୍ ବିଳମ୍ବିତ ରାତିରେ ମୋବାଇଲ୍ ବିସ୍ଫୋରଣ ଘଟି ତାଙ୍କର ମୃତ୍ୟୁ ଘଟିଥିଲା। ବିସ୍ଫୋରଣ ସମୟରେ ମୋବାଇଲ୍ ଚାର୍ଜରେ ବସିଥିଲା ଓ ଓଭର୍ ଚାର୍ଜିଂ ଯୋଗୁ ଏଭଳି ଘଟିଥିବା କୁହାଯାଉଛି।
ରାଜଧାନୀ ଭୁବନେଶ୍ୱରରେ ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ରବିବାର ବିଳମ୍ବିତ ରାତିରେ ୟୁନିଟ୍-1 ଅଞ୍ଚଳରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ଅଜୟ ବାଗରକୁ ପୁଲିସ୍ ଗିରଫ କରିଛି । ସୂଚନା ଅନୁସାରେ, ଛାତ୍ରୀ ଜଣକ ୟୁନିଟ୍-1 ଅଞ୍ଚଳର ଏକ ବସ୍ତିରେ ରହୁଥିଲେ । ଗତ ରାତିରେ ସମ୍ପୃକ୍ତ ଛାତ୍ରୀ ଜଣକ ବାହାରକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଅଜୟ ଛାତ୍ରୀଙ୍କୁ ଉଠାଇ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏହି ସମୟରେ ଛାତ୍ରୀ ଜଣକ ଜୋରରେ ଚିତ୍କାର କରିବାରୁ ସେ ଫେରାର ହୋଇଯାଇଥିଲେ । ଏହି ଘଟଣାକୁ ନେଇ ସମ୍ପୃକ୍ତ ଛାତ୍ରୀ ଜଣକ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ଏକ ଟିମ୍ ଗଠନ କରି ଘଟଣା ଘଟିଥିବା ସ୍ଥାନରେ ଥିବା ଆଖପାଖ ବସ୍ତି ଉପରେ ଚଢ଼ଉ କରି ଅଜୟକୁ ଗିରଫ କରିଥିଲା ।

