Author: Samikhsya Bureau

ଭାରତର ବଡ଼ କୂଟନୀତିକ ବିଜୟ ହୋଇଛି । ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷା ତାଙ୍କର ପ୍ରଥମ ବିଦେଶ ଗସ୍ତ ଭାରତକୁ ହିଁ କରିବେ । ରବିବାର ସେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବା ପରେ ଭାରତର ଚିନ୍ତା ବଢ଼ିଥିଲା । ରାଜପକ୍ଷା ଭାରତ ଅପେକ୍ଷା ଚୀନକୁବେଶୀ ସମର୍ଥନ କରିବେ ବୋଲି ଚର୍ଚ୍ଚା ହେଉଥିଲା । ରାଜପକ୍ଷା ଶପଥ ନେବା କ୍ଷଣି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ତାଙ୍କୁ ସାକ୍ଷାତ କରିବା ପାଇଁ ଶ୍ରୀଲଙ୍କା ଗସ୍ତ କରିଥିଲେ । ଆସନ୍ତା 29ତାରିଖରେ ସେ ଭାରତ ଆସିବା ନେଇ ରାଜପକ୍ଷା ସମ୍ମତି ପ୍ରଦାନ କରିଥିବା ନେଇ ଜୟଶଙ୍କର ଟ୍ବିଟ୍‌ କରିଛନ୍ତି ।

Read More

ସମଗ୍ର ଦେଶରେ ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆରସି) ନିୟମ ଲାଗୁ କରାଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହା ପ୍ରକାଶ କରିଛନ୍ତି । ମଙ୍ଗଳବାର ରାଜ୍ୟସଭାରେ ଶାହା ଏହି ମନ୍ତବ୍ୟ ଦେଇଛନ୍ତି । ଦେଶର ପ୍ରତ୍ୟୋକ ନାଗରିକ ଏବଂ ସମସ୍ତ ଧର୍ମର ଲୋକଙ୍କୁ ଏହି ଆଇନ ପରିସରରେ ସାମିଲ କରାଯିବ ବୋଲି ଶାହା କହିଛନ୍ତି । ଏହି ବିଲ୍‌ଟି ନାଗରିକ ସଂଶୋଧନ ବିଲ୍‌ର ପରିବର୍ତ୍ତିତ ରୂପ ବୋଲି ଶାହା କହିଛନ୍ତି । ଦେଶର କୌଣସି ସମ୍ପ୍ରଦାୟର ବ୍ୟକ୍ତି ଏହି ଆଇନ ପାଇଁ ଚିନ୍ତିତ ହେବା ଉଚିତ ନୁହେଁ । ଏହି ବିଲ ପାଇଁ ଦେଶରେ ଅବସ୍ଥାନ କରୁଥିବା ବିଦେଶୀ ନାଗରିକ ଚିନ୍ତିତ ହେବା ଉଚିତ୍‌ ବୋଲି ଶାହା ପ୍ରକାଶ କରିଛନ୍ତି ।

Read More

ବାଲ୍ୟ ବିବାହ ଉପରେ ଲଗାମ ଲଗାଇବା ପାଇଁ ଆସାମ ସରକାର ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ବାଲ୍ୟ ବିବାହ ରୋକିବା ପାଇଁ ଆସାମ ସରକାର ଅରୁନ୍ଧତୀ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ବୁଧବାର ସର୍ବାନନ୍ଦ ସୋନାବାଲ୍‌ଙ୍କ କ୍ୟାବିନେଟ୍‌ ଏହି ଯୋଜନା ଉପରେ ମୋହର ଲଗାଇଛି । ମନ୍ତ୍ରୀ ହମେନ୍ତ ବିଶ୍ବ ସରମା ଏହି ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ବୋହୂମାନଙ୍କୁ ଏକ ତୋଲା ସୁନା ପ୍ରଦାନ କରାଯିବ । ଏହି ଯୋଜନା ୧ ଜାନୁଆରୀ ୨୦୨୦ରୁ କାର୍ଯ୍ୟକାରୀ ହେବ । ଏହି ଯୋଜନାର ଲାଭ ଉଠାଇବା ପାଇଁ ହିତାଧିକାରୀଙ୍କୁ ସର୍ତ୍ତ ମୁତାବକ ବିବାହର ବିଶେଷ ଅଧିନିୟମ, ୧୯୫୪ ଅନ୍ତର୍ଗତ ପଞ୍ଜିକୃତ ହେବା ଅନିବାର୍ଯ୍ୟ କରାଯାଇଛି ।

Read More

ଜମ୍ମୁ କାଶ୍ମୀରରେ ପଥର ଫିଙ୍ଗା ଅବିଶ୍ବସନୀୟ ଭାବରେ ହ୍ରାସ ପାଇଛି ବୋଲି ଲୋକସଭାରେ ଗୃହମନ୍ତ୍ରାଳୟର କେନ୍ଦ୍ରମନ୍ତ୍ରୀ ଜି କିଶାନ ରେଡ୍ଡୀ ପ୍ରକାଶ କରିଛନ୍ତି । ମଙ୍ଗଳବାର ଲୋକସଭାରେ ରେଡ୍ଡୀ ଏହି ସୂଚନା ଦେଇଛନ୍ତି । 2019 ମସିହାରେ ଧାରା 370 ଉଚ୍ଛେଦ ପରଠାରୁ 190ଟି ପଥର ଫିଙ୍ଗା ଘଟଣା ଘଟିଥିବା ବେଳେ 765 ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଅଗଷ୍ଟ 4 ପୂର୍ବରୁ 361ଟି ପଥର ଫିଙ୍ଗା ଘଟଣା ଘଟିଥିବା ଜଣାପଡିଛି । 2016 ମସିହାରେ 2653ଟି ପଥରଫିଙ୍ଗା ମାମଲା ଆସିଥିବା ବେଳେ 10571 ଜଣଙ୍କୁ ଗିରଫ କରାଯାଇଥିଲା । 2017ରେ 1412ଟି ଘଟଣା ଘଟିଥିବା ବେଳେ 2838 ଜଣଙ୍କୁ ଗିରଫ କରାଯାଇଥିଲା । 2018ରେ 1458ଟି ପଥରଫିଙ୍ଗା ଘଟଣା ଘଟିଥିବା ବେଳେ 3797 ଜଣଙ୍କୁ ଗିରଫ କରାଯାଇଥିଲା । ବିଗତ ତିନି ବର୍ଷ ତୁଳନାରେ ଚଳିତ ବର୍ଷ 551ଟି ପଥର ଫିଙ୍ଗା ମାମଲା ଆସିଛି । କାଶ୍ମୀର ଉପତ୍ୟାକାକୁ…

Read More

ମାଲକାନଗିରି ଜିଲ୍ଲାର କରୁକୋଣ୍ଡା ବ୍ଲକର ନାକମାମୁଡ଼ି ପଞ୍ଚାୟତରେ ଚଢ଼ଉ କରାଯାଇ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ମାଲକାନଗିରି ଅବକାରୀ ବିଭାଗ ଓ ଚିତ୍ରକୋଣ୍ଡା ଥାନା ମିଳିତ ଉଦ୍ୟମରେ ଗତକାଲି ଏହି ଚଢ଼ଉ କରାଯାଇଥିଲା । ଚିତ୍ରକୋଣ୍ଡା ଥାନା ଅଧୀନ ନାକାମାମୁଡ଼ି ପଞ୍ଚାୟତର ଖଡିକାଝାଡୁ,ସିନ୍ଧିଗୁଡା,ଡାଇକ ଗ୍ରାମରେ ପାଖାପାଖି 50 ଏକର ଜମିରେ ହୋଇଥିବା 84 ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ।

Read More

ଭାରତୀୟ ସେୟାର ବଜାରରେ ଅଦ୍ଭୂତପୂର୍ବ ସଫଳତା ଦେଖିବାକୁ ମିଳିଛି । ସେନ୍‌ସେକ୍ସ 300 ପଏଣ୍ଟ ଉପରକୁ ଉଠିବା ସହିତ ଏକ ନୂତନ ମାଇଲଖୁଣ୍ଟ ଛୁଇଁଛି । 346 ପଏଣ୍ଟ ଉପରକୁ ଉଠିବା ସହିତ ସେନସେକ୍ସ 40816 ପଏଣ୍ଟରେ ପହଞ୍ଚିଛି । ସେହିପରି ନିଫ୍‌ଟି 50 ମଧ୍ୟ 12 ହଜାର ପଏଣ୍ଟ ଅତିକ୍ରମ କରିଛି । ଏହି ସମୟରେ ରିଲାଏନ୍ସ ସବୁଠାରୁ ଅଧିକ ଲାଭ ହାସଲକାରୀ କମ୍ପାନୀ ରହିଥିଲା । ରିଲାଏନ୍ସର ଅଂଶଧନ ମୂଲ୍ୟରେ 4.05 ପ୍ରତିଶତ ଅଭିବୃଦ୍ଧି ଘଟିଛି । ରିଲାଏନ୍ସ ବ୍ୟତିତ ଇଣ୍ଡସଇଣ୍ଡ ବ୍ୟାଙ୍କ, ସନ୍‌ ଫାର୍ମା, ଡ.ରେଡ୍ଡୀ, ଏଲ୍‌ ଆଣ୍ଡଟି ଏବଂ କୋଲ ଇଣ୍ଡିଆର ଅଂଶଧନରେ ନିବେଶକଙ୍କୁ ଫାଇଦା ମିଳିଥିଲା ।

Read More

ବାଲେଶ୍ୱର ଜିଲ୍ଲା ନୀଳଗିରିରର ତେଲିପାଳ ଆଶ୍ରମ ସ୍କୁଲ ନିକଟରେ ଆଜି ସକାଳେ ଏକ ମର୍ମନ୍ତଦ ସଡ଼କ ଦୁର୍ଘଟଣା ଘଟିଛି । ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବାପରେ ବସ୍‌ଟି ଗଛରେ ପିଟି ହୋଇଯାଇଥିଲା । ଦୁର୍ଘଟଣାରେ 14ରୁ ଅଧିକ ବସ୍‌ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 5ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ବାଲେଶ୍ୱରରୁ ଉଦଳା ଯାଉଥିବା ବସ୍‌ ଏବଂ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ ଧକ୍କା ହୋଇଥିଲା । ବସ୍‌ରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ । ପୁଲିସ୍‌ ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି ।

Read More

୨୦୨୧ ମସିହାର ଜନଗଣନା ୧୬ଟି ଭାଷାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଲୋକସଭାରେ ଏକ ପ୍ରଶ୍ନର ଉତ୍ତରଦେବା ଅବସରରେ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ସୂଚନା ଦେଇଛନ୍ତି। ମଙ୍ଗଳବାର ଲୋକସଭାରେ ରାୟ ଏହି ସୂଚନା ଦେଇଛନ୍ତି। ୨୦୨୧ରେ ହେବାକୁ ଥିବା ଜନଗଣନା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଘର ଗଣନା ହେବ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଜନଗଣନା ଫେବୃୟାରୀ ୯, ୨୦୨୧ରୁ ଫେବୃୟାରୀ ୨୮, ୨୦୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୨୦୨୧ ଜନଗଣନା ୧୬ଟି ଭାଷାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ସମୁଦାୟ ୮୭୫୪.୨୩କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି।

Read More

ସମୀକ୍ଷା ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଇପାସ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସୁବୁଦ୍ଧିପାଟଣା ଛକରେ ଘଟିଥିବା ଏହି ଦୁର୍ଘଟଣାରେ ଜଣଙ୍କର ପ୍ରାଣହାନି ଘଟିଛି। ଭୁଲ୍‌ ଦିଗରେ ଆସୁଥିବା ଏକ ବାଇକ୍‌ ଅନ୍ୟ ଏକ ବାଇକକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତିରେ ଜଣେ ବାଇକ୍‌ ଚାଳକ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଅଛି। ମୃତ ବାଇକ ଚାଳକ ଜଣଙ୍କ ନିମାଇ ମଲ୍ଲ ଗ୍ରାମର ବୋଲି ଜଣାପଡିଛି।

Read More

କେଦାର ମିଶ୍ର ମୌତ କେ ବଦଲେ ମୌତ, ବଲାତ୍କାର କେ ବଦଲେ ବଲାତ୍କାର…….ଗୋଟେ ରକ୍ତମୁଖା ପାଗଳ ପରି ଏମିତି ଭାଷାରେ ଚିତ୍କାର କରୁଥିବା ଲୋକ ଜଣକ କୌଣସି ପାଗଳଖାନାରେ ନାହିଁ। ହତ୍ୟା ଓ ଧର୍ଷଣକୁ ଦେଶପ୍ରେମର ଉତ୍ସାହ ବାକ୍ୟ ବୋଲି ବିଚାର କରୁଥିବା ଏ ବ୍ୟକ୍ତି ଜଣକ ଆମର ଜାତୀୟ ଟେଲିଭିଜନରେ ଜଣେ ମାନ୍ୟବର ବିଶେଷଜ୍ଞ ହୋଇ ବସିଛନ୍ତି। ସେ ପୁଣି ଏମିତି ସେମିତି ବିଶେଷଜ୍ଞ ନୁହଁ, ପ୍ରତିରକ୍ଷା ବିଶେଷଜ୍ଞ। ସବୁଠୁ ବଡ ଦୁର୍ଭାଗ୍ୟର ବିଷୟ ହେଉଛି, ଏ ଭଦ୍ରବ୍ୟକ୍ତି ଭାରତୀୟ ସେନାବାହିନୀର ଜଣେ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ। ନାମ ଅବସରପ୍ରାପ୍ତ ମେଜର ଜେନେରାଲ ଏସ.କେ.ସିହ୍ନା। ଟିଭି9-ଭାରତବର୍ଷ ନାମକ ଏକ ହିନ୍ଦୀ ଖବର ଚାନେଲରେ ଏ ମହାଶୟ କାଶ୍ମୀର ସମ୍ପର୍କରେ ଆଲୋଚନା ବେଳେ ସ୍ପଷ୍ଟ ଭାବରେ କହିଲେ ଯେ, କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ଲାଗି ଆମକୁ ହତ୍ୟା ବଦଳରେ ହତ୍ୟା ଓ ଧର୍ଷଣ ବଦଳରେ ଧର୍ଷଣ କରିବାକୁ…

Read More

ସମୀକ୍ଷା ବ୍ୟୁରୋ ରେଳ ଷ୍ଟେଶନରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ସେଗ୍‌ ୱେ ବ୍ୟବସ୍ଥା ଆରମ୍ଭ ହୋଇଛି। ସେଗ୍‌ ୱେ ହେଉଛି ଏକ ପ୍ରକାର ଦୁଇ ଚକିଆ ସ୍କୁଟର। ଏହି ସ୍କୁଟର ଜରିଆରେ ରେଳ ସୁରକ୍ଷା ବଳ (ଆରପିଏଫ) କର୍ମଚାରୀମାନେ ଷ୍ଟେଶନରେ ପାଟ୍ରୋଲିଂ କରିବେ। ଏହି ସ୍କୁଟର ଜରିଆରେ ସୁରକ୍ଷା ଅଧିକାରୀ ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ପ୍ଲାଟଫର୍ମକୁ ସହଜରେ ଯାଇପାରିବେ। ପ୍ରାଥମିକ ପର୍ଯ୍ୟାୟରେ ପୂର୍ବତଟ ରେଳପଥ ପକ୍ଷରୁ ୬ଟି ସେଗ୍‌ ୱେ ସ୍କୁଟର ଯୋଗାଇ ଦିଆଯାଇଛି। ଭୁବନେଶ୍ଵର, କଟକ ଏବଂ ପୁରୀ ଷ୍ଟେଶନରେ ୨ଟି ଲେଖାଏଁ ସ୍କୁଟର ରହିବ ବୋଲି ସୂଚନା ମିଳିଛି।

Read More

ବରଗଡ଼ ପଦ୍ମପୁର ଉପଜିଲ୍ଲାପାଳ ଅଫିସର ବରିଷ୍ଠ ରାଜସ୍ବ ଅଧିକାରୀ ଗିରଫ ହୋଇଛନ୍ତି । ଲାଞ୍ଚ ନେବା ବେଳେ ଦିଲେଶ୍ଵର ଭୁଏଙ୍କୁ ଭିଜିଲାନ୍ସ, ଗିରଫ କରିଛି । ଷ୍ଟାମ୍ପ ଭେଣ୍ଡର କରାଇ ଦେବାକୁ କହି ଦିଲେଶ୍ବର 1500 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା ।

Read More

ସମୀକ୍ଷା ବ୍ୟୁରୋ ଏଣିକି ଅଗ୍ନିଶମ ବିଭାଗରେ ୫ଟି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି। ଏହି ନୂତନ ବ୍ୟବସ୍ଥା ଅନୁଯାୟୀ ଏଣିକି ଅଗ୍ନିଶମ ବିଭାଗର ସମସ୍ତ ପ୍ରକ୍ରିୟା ଅନ୍‌ଲାଇନ୍‌ କରାଯିବ। ଫଳରେ ଆବଶ୍ୟକୀୟ ପ୍ରମାଣପତ୍ର ଏବଂ ଅନୁମୋଦନ ପାଇଁ ଅଗ୍ନିଶମ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡିଛି। ଆବେଦନର ୧୮ ଦିନ ମଧ୍ୟରେ ଅଗ୍ନିଶମ ସାର୍ଟିଫିକେଟ୍‌ ପ୍ରଦାନ କରାଯିବାକୁ ମଧ୍ୟ ନିର୍ଦ୍ଦେଶନାମାରେ କୁହାଯାଇଛି। ପ୍ରମାଣପତ୍ରର ଅବଧି ୨ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ଆବାସିକ କୋଠାବାଡି କ୍ଷେତ୍ରରେ ୫ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ।

Read More

ଐତିହାସିକ ବଲିଉଡ୍‌ ଫିଲ୍ମ ତାନାଜୀର ଟ୍ରେଲର ରିଲିଜ୍‌ ହୋଇଛି । ଅଜୟ ଦେବଗନଙ୍କ 100 ତମ ଫିଲ୍ମ ତାନାଜୀରେ ସୈଫ ଅଲ୍ଲୀ ଖାନ ଓ କାଜଲଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଅଜୟ ତାନାଜୀ ମାଲୁସାରେଙ୍କ ଚରିତ୍ରରେ ନଜର ଆସୁଥିବା ବେଳେ କାଜୋଲ୍‌ ତାଙ୍କ ପତ୍ନୀ ସାବିତ୍ରୀ ବାଇ ମାଲୁସାରେଙ୍କ ଚରିତ୍ରରେ ନଜର ଆସୁଛନ୍ତି । ସୈଫ୍‌ ଅଲ୍ଲୀ ଖାନ୍‌ ଉଦୟ ଭାନ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମରେ ମରାଠା ଏବଂ ମୋଗଲଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ । ଫିଲ୍ମଟି 10 ଜାନୁୟାରୀ 2020ରେ ରିଲିଜ୍‌ ହେବାକୁ ଯାଉଛି । ଫିଲ୍ମଟି ଉଭୟ 2ଡି ଏବଂ 3ଡିରେ ରିଲିଜ୍‌ ହେବାକୁ ଯାଉଛି ।

Read More