ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି (ବିଜେପି) ଓ ଶିବସେନା ମଧ୍ୟରେ ରହିଥିବା ୩୦ ବର୍ଷର ପୁରୁଣା ସମ୍ପର୍କ ତୁଟିଯାଇଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପି ସହମତ ନ ହେବାରୁ ଶିବସେନା ଓ ବିଜେପି ଦୁହେଁ ଅଲଗା ହୋଇଯାଇଛନ୍ତି । ସରକାର ଗଠନ ପାଇଁ ଶିବସେନା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି)ଙ୍କ ସର୍ତ୍ତକୁ ମାନି ନେଇ ବିଜେପି ସହିତ ମେଣ୍ଟ ଭାଙ୍ଗିଛନ୍ତି । ମେଣ୍ଟ ଭାଙ୍ଗିବା ପରେ ଶିବସେନା ତରଫରୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ୍ ଥିବା ମନ୍ତ୍ର ଅରବିନ୍ଦ ସାଓ୍ବନ୍ତ ଆଜି ଇସ୍ତଫା ଦେଇଛନ୍ତି । ଶିବସେନା ନେତା ତଥା କେନ୍ଦ୍ରୀୟ ମନ୍ତ୍ରୀ ଅରବିନ୍ଦ ସାଓ୍ବନ୍ତ କହିଛନ୍ତି ଯେ, ଲୋକସଭା ନିର୍ବାଚନ ପୂର୍ବରୁ କ୍ଷମତାର ଭାଗବଣ୍ଟାକୁ ନେଇ ଫର୍ମୁଲା ନିର୍ଣ୍ଣୟ କରାଯାଇଥିଲା । କିନ୍ତୁ ଏହି ଫର୍ମୁଲାକୁ ବିଜେପି ଗ୍ରହଣ କରିନାହିଁ । ମହାରାଷ୍ଟ୍ରରେ ବିଜେପି ମିଛର ମାହୋଲ୍ ବନାଇଛି । ଶିବସେନା ସର୍ବାଦା ସତ୍ୟର ପକ୍ଷରେ ରହିଛି । ଏହି…
Author: Samikhsya Bureau
କେଦାର ମିଶ୍ର ରାମ ମନ୍ଦିର ସମସ୍ୟାର ସମାଧାନ ଯଦି ଅଦାଲତ ମାଧ୍ୟମରେ ହେବାର ଥିଲା, ଭଲ ଓକିଲ ନଦେଇ ଆମେ ଆନ୍ଦୋଳନ କରୁଥିଲୁ କାହିଁକି- ଏମିତି ଏକ ପ୍ରାସଙ୍ଗିକ ପ୍ରଶ୍ନ ପଚାରିଛନ୍ତି ବିଶ୍ଵ ହିନ୍ଦୁ ପରିଷଦର ପୂର୍ବତନ ମୁଖ୍ୟ ପ୍ରବୀଣ ତୋଗାଡିଆ। ଏଇ ହେଉଛନ୍ତି ସେ ପ୍ରବୀଣ ତୋଗାଡିଆ ଯିଏ ରାମ ମନ୍ଦିର ଆନ୍ଦୋଳନ ସମୟରେ ଦେଶସାରା ବୁଲି ବୁଲି ସାମ୍ପ୍ରଦାୟିକତାର ବିଷମଞ୍ଜି ବୁଣୁଥିଲେ। ଏଇ ହେଉଛନ୍ତି ସେହି ତୋଗାଡିଆ ଯାହାଙ୍କର ଭାଷଣ ଶୁଣି ଅନେକ ନିରୀହ ଲୋକ ହିଂସ୍ର ହେବା ଆରମ୍ଭ କରିଥିଲେ। ରାମଙ୍କ ନାମରେ ରକ୍ତର ବନ୍ୟା ସୃଷ୍ଟି କରିଥିବା ଅଶି ଦଶକର ରାମମନ୍ଦିର ଆନ୍ଦୋଳନର ଅନ୍ୟତମ ସୂତ୍ରଧର ଆଜି ସ୍ଵୀକାର କରୁଛନ୍ତି- ଆମକୁ କ୍ଷମତା ଦାଖଲ ଲାଗି ମୋହରା ଭାବରେ ବ୍ୟବହାର କରାଯାଇଥିଲା। ସୁପ୍ରିମ କୋର୍ଟଙ୍କ ରାମମନ୍ଦିର ରାୟ ଆସିବା ପରେ ବିବିସିକୁ ଏକ ସାକ୍ଷାତ୍କାର ଦେଇ ତୋଗାଡିଆ କହିଛନ୍ତି ଯେ ରାମମନ୍ଦିର ଆନ୍ଦୋଳନ ବିଜେପିର କ୍ଷମତା…
ସମୀକ୍ଷା ବ୍ୟୁରୋ ଭାରତର ଦଶମ ନିର୍ବାଚନ କମିଶନର ଭାବରେ ନିର୍ବାଚନ ବ୍ୟବସ୍ଥା ରେ ବ୍ୟାପକ ପରିବର୍ତ୍ତନ ଆଣିଥିବା ଟି.ଏନ.ଶେଷାନଙ୍କ ପରଲୋକ ଘଟିଛି। ୧୯୯୦ ରୁ ୧୯୯୬ ଯାଏ ଦେଶର ନିର୍ବାଚନ କମିଶନର ଦାୟିତ୍ବ ରେ ଥିବା ସମୟରେ ଶ୍ରୀ ଶେଷାନ ରାଜନେତାଙ୍କ ଲାଗି ଏକ ପ୍ରକାର ଆତଙ୍କ ପାଲଟି ଯାଇଥିଲେ। ରିଗିଙ୍ଗ ମୁକ୍ତ ନିର୍ବାଚନ ର ଯୁଗ ଶେଷାନଙ୍କ ସମୟରେ ଆରମ୍ଭ ହେଲା। ଭୋଟର ପରିଚୟ ପତ୍ର, ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ହିସାବ ଯାଞ୍ଚ ଲାଗି ଆର୍ଥିକ ପର୍ଯ୍ୟବେକ୍ଷକ ବ୍ୟବସ୍ଥା ଓ ପ୍ରଚାର ଉପରେ କଡ଼ା ନଜର ରଖିବା କାମ ସେ ଆରମ୍ଭ କରିଥିଲେ। କେରଳରେ ଜନ୍ମଗ୍ରହଣ କରିଥିବା ଶେଷାନ ୧୯୫୫ ରେ ତାମିଲନାଡୁ କ୍ୟଡ଼ରର ଆଇଏଏସ ଅଧିକାରୀ ଭାବରେ ଯୋଗଦାନ କରିଥିଲେ। ରାଜୀବ ଗାନ୍ଧୀଙ୍କ ସରକାର ସମୟରେ ସେ କ୍ୟାବିନେଟ ସଚିବ ଦାୟିତ୍ୱ ତୁଲାଇ ଥିଲେ। ଅବସର ନେବା ପରେ ସେ ଅଳ୍ପ କିଛି ଦିନ ରାଜନୀତି ରେ ମଧ୍ୟ…
AHMEDABAD, NOV 10 (UNI) Sikh devotees displays his martial arts skills during a religious procession ahead of the birth anniversary of Guru Nanak in Ahmedabad on Sunday.
PATNA, NOV 10 (UNI):- Bihar Chief Minister Nitish Kumar arrives to offer prayers at Khankah Muzibia, Phulwarisharif during Eid Milad un Nabi, in Patna on Sunday.UNI PHOTO-56U
PRAYAGRAJ, NOV 10 (UNI):- Panj Pyare with Sikh devotees take part in Shobha Yatra on the occasion of Guru Nanak Jayanti- 550th Birth Anniversary of Guru Nanak Dev in Prayagraj on Sunday.
ସମୀକ୍ଷା ବ୍ୟୁରୋ ବାତ୍ୟା ବୁଲବୁଲ ପ୍ରଭାବରେ କଣ ସବୁ କ୍ଷତି ହୋଇଛି ତାହାର ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ଅପରାହ୍ନରେ ସେ ହେଲିକାପ୍ଟର ଯୋଗେ ଉପକୂଳ ଓଡିଶାରେ କଣ କ୍ଷତି ହୋଇଛି ତାହା ଆକାଶ ମାର୍ଗରୁ ଦେଖିବେ। ଏହାପରେ ସଂଧ୍ୟାରେ ଲୋକସେବା ଭବନରେ ଏହି କ୍ଷୟକ୍ଷତି ଉପରେ ସମୀକ୍ଷା କରିବେ। ବାତ୍ୟା ବୁଲବୁଲ ଓଡିଶା ଉପକୂଳକୁ ସ୍ପର୍ଶ କରି ନ ଥିଲେ ମଧ୍ୟ ଏହାର ପ୍ରଭାବରେ ପ୍ରଭୃତ କ୍ଷତି ଘଟିଛି। ମୁଖ୍ୟତଃ କେନ୍ଦ୍ରାପଡା, ବାଲେଶ୍ବର, ଯାଜପୁର ପ୍ରଭୃତି ଜିଲ୍ଲାରେ ଏହାର ପ୍ରଭାବ ଅଧିକ ଥିଲା। ଫଳରେ ସେ ଅଞ୍ଚଳର ଅନେକ ସ୍ଥାନରେ ଗଛ ଉପୁଡି ପଡିବା ସହିତ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗି ପଡିଛି। ଦୁଇ ଦିନ ଧରି ଓଡ୍ରାଫସ ଏନଡିଆରଏଫ, ଅଗ୍ନିଶମ କର୍ମଚାରୀମାନେ କାମ କରି ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଚେଷ୍ଠା କରୁଛନ୍ତି। ତେବେ ଏ ପର୍ଯ୍ୟନ୍ତ ସେଥିରେ ସୁଧାର ଆସି ନାହିଁ।
PATNA, NOV 10 (UNI):- Models walk on the ramp during a fashion show, in Patna on Sunday.
PATNA, NOV 10 (UNI):- Models walk on the ramp during a fashion show, in Patna on Sunday.
PATNA, NOV 10 (UNI):- Models walk on the ramp during a fashion show, in Patna on Sunday.
A model walks the ramp during a fashion show, in Patna, Sunday.
A model walks the ramp during a fashion show, in Patna, Sunday.
ODRAF team with Electric department. Restoration work going on at Bahanaga block.
Devotees coming out after prayers at Ram Janmbhumi in Ayodhya on Sunday. UNI PHOTO-15U
ତେଲୁଗୁ ଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହିତ ଆଗାମୀ ଦିନରେ ତିନି ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ । ଏହା କୌଣସି ଫିଲ୍ମ ପାଇଁ ନୁହେଁ ବରଂ ଗୋଆରେ ଅନୁଷ୍ଠିତ ଆଇଏଫ୍ଏଫ୍ଆଇର 50 ତମ ବର୍ଷ ପୂର୍ତ୍ତି ଅବସରରେ । ଦକ୍ଷିଣ ଭାରତୀୟ ଫିଲ୍ମର ଟ୍ରେଣ୍ଡସେଟର ରହିଥିବା ବିଜୟ ଦେବରକୋଣ୍ଡାଙ୍କ ସହିତ ତିନି ଅଭିନେତ୍ରୀ ରକୁଲ ପ୍ରୀତ ସିଂ, ରଶ୍ମିକା ମନ୍ଦାନା ଏବଂ ନିତ୍ୟା ମେନନଙ୍କ ସହିତ ଏକତ୍ର ନଜର ଆସିବେ । ଏହି ଚାରି ଜଣ ଫିଲ୍ମ ସମୀକ୍ଷକ ଅନୁପମା ଚୋପ୍ରାଙ୍କ ସହିତ ନଭେମ୍ବର 27 ତାରିଖରେ ଏକ ଆଲୋଚନାରେ ଅଂଶଗ୍ରହଣ କରିବେ । ସେହିପରି ଦକ୍ଷିଣ ଭାରତୀୟ ସିନେ ସମୀକ୍ଷକ ଭରଦ୍ବାଜ ରଙ୍ଗନଙ୍କ ସହିତ ନିତ୍ୟା ଏବଂ ରଶ୍ମିକା 28 ତାରିଖରେ ଏକ ଆଲୋଚନାରେ ଅଂଶଗ୍ରହଣ କରିବେ । ଏହି ଆଲୋଚନାରେ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିବେ । ଅପ୍କମିଙ୍ଗ ଫିଲ୍ମ ଓ୍ବାର୍ଲ୍ଡ ଫେମସ୍ ଲଭରରେ ବିଜୟ…
AYODHYA, NOV 10 (UNI):- Security personal checking to maintain law and order after Supperem Court’s decision on Ram Janmbhumi, in Ayodhya on Sunday.
Devotees coming out after prayers at Ram Janmbhumi in Ayodhya on Sunday. UNI PHOTO-16U
Security personal checking to maintain law and order after Supperem Court’s decision on Ram Janmbhumi, in Ayodhya on Sunday.
ସମୀକ୍ଷା ବ୍ୟୁରୋ ଅନେକଙ୍କର ଧାରଣା ହେଉଛି ଭାରତୀୟ ଜନତା ପାର୍ଟି ଅଯୋଧ୍ୟାରେ ରାମ ମନ୍ଦିର ସପକ୍ଷରେ ଆନ୍ଦୋଳନ କରୁଥିବା ବେଳେ କଂଗ୍ରେସ ଏହାର ବିରୋଧ କରୁଥିଲା। ଇତିହାସ ଓ ବାସ୍ତବତା ଦୃଷ୍ଟିରୁ ଏହା ନିତାନ୍ତ ଭୁଲ ଧାରଣା। କଂଗ୍ରେସ ୧୯୪୯ ମସିହାରୁ ଏହି ବିବାଦୀୟ ସ୍ଥାନରେ ରାମ ମନ୍ଦିର ହେଉ ବୋଲି ବିଭିନ୍ନ ଉପାୟରେ ସୁଯୋଗ ସୃଷ୍ଟି କରିଛି। ୧୯୪୯ରେ ବାବ୍ରୀ ମସଜିଦର ଆଭ୍ୟନ୍ତରରେ ଶ୍ରୀରାମ ମୂର୍ତ୍ତି ସ୍ଥାପନ ପଛରେ ଉତ୍ତର ପ୍ରଦେଶର ତତ୍କାଳୀନ କଂଗ୍ରେସ ସରକାରର ପ୍ରଚ୍ଛନ୍ନ ସମର୍ଥନ ରହିଥିଲା। ଏହି ଘଟଣାରେ ଆଇନଗତ ବିବାଦ ଉପୁଜିବା ପରେ ଏହି ସ୍ଥାନକୁ ତାଲା ପକାଇ ବନ୍ଦ ରଖା ଯାଇଥିଲା। ୧୯୮୪ରେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ଏକ ଐତିହାସିକ ଭୁଲ କରିଥିଲେ। ଶାହାବାନୋ ମାମଲାରେ ସୁପ୍ରିମ କୋର୍ଟଙ୍କ ରାୟକୁ ବଦଳାଇ ମୁସ୍ଲିମ ମହିଳାଙ୍କ ଅଧିକାର କ୍ଷୁଣ୍ଣ କରିବାର ଏକ ଭୟଙ୍କର ଭୁଲ କଂଗ୍ରେସକୁ ନିନ୍ଦିତ କରିଥିଲା। ମୁସଲମାନ ତୁଷ୍ଟିକରଣ…
ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଚାଲିଥିବା ଛକାପଞ୍ଝା ଭିତରେ ନୂତନ ମୋଡ଼ ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ଶିବସେନା ନେତୃତ୍ବରେ ସରକାରରେ କରିବାକୁ କଂଗ୍ରେସ ବିଧାୟକ ସହମତି ଦେଖାଇଛନ୍ତି। ଏହାକୁ ନେଇ କଂଗ୍ରେସ ନେତା ମଲ୍ଲିକାର୍ଜ୍ଜୁନ ଖଡ୍ଗେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ଚର୍ଚ୍ଚା କରିଛନ୍ତି। ସୋନିଆ ଏହି ମାମଲା ଉପରେ ନିଷ୍ପତ୍ତି ନେବା ପରେ ମହାରାଷ୍ଟ୍ରର ରାଜନୀତିରେ ନୂତନ ଅଧ୍ୟାୟ ସୃଷ୍ଟି ହେବ। ରାଜ୍ୟରେ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ବିବାଦ ଚାଲିଛି। ବିଜେପି ଏବେ ସର୍ବାଧିକ ଆସନ ଜିତିଥିଲେ ମଧ୍ୟ ସରକାର ଗଢ଼ିବା ପାଇଁ ଶିବସେନାର ବିନା ସହଯୋଗରେ ମ୍ୟାଜିକ ନମ୍ୱର ଛୁଇଁବା କଷ୍ଟକର ହୋଇପଡ଼ିଛି। ତେଣୁ ବିଜେପି ସରକାର ଗଢ଼ିବ ବୋଲି ମଧ୍ୟ ଦାବି କରିପାରୁନି। ଆଜି ଶିବସେନାର ନେତା ସଞ୍ଜୟ ରାଉତ କଂଗ୍ରେସ ସହିତ ମତପାର୍ଥକ୍ୟ ରହିଛି କିନ୍ତୁ କଂଗ୍ରେସ ଶତ୍ରୁ ନୁହେଁ ବୋଲି କହିଛନ୍ତି । ଏପରି ସମୟରେ ମହାରାଷ୍ଟ୍ରରେ…
ବାଲେଶ୍ୱର ଜିଲ୍ଲା ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ନାମ୍ପୋଠାରେ ଏକ ବସ୍ ଏକ ଟ୍ରକ୍କୁ ପଛପଟରୁ ଧକ୍କା ଦେବାରୁ 13 ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସକାଳ ପ୍ରାୟ 9ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ‘ନୁରାନି’ ନାମକ ଏହି ବସ୍ ଚନ୍ଦନେଶ୍ୱରରୁ ଜଳେଶ୍ୱର ଯାଉଥିବା ସମୟରେ ବସ୍ଟି ଚଳନ୍ତା ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ଗୁରୁତର ଥିବା ଯାତ୍ରୀଙ୍କୁ ଉଦ୍ଧାର କରି ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

