Author: Samikhsya Bureau

ସମୀକ୍ଷା ବ୍ୟୁରୋ ଅତିପ୍ରବଣ ବାତ୍ୟା ବୁଲୁବୁଲୁ ପ୍ରଭାବରେ ଉପକୂଳ ଓଡିଶାରେ ବେଶି କିଛି କ୍ଷତି ଘଟିଯାଇଛି। ଅନେକ ସ୍ଥାନରେ ପ୍ରବଳ ପବନରେ ଗଛ ଉପୁଡି ପଡିଥିବା ବେଳେ କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି। ଫଳରେ ଏଥିରେ କେତେକ ଘର ଭାଙ୍ଗି ରୁଜି ଯାଇଥିବାର ଜଣାପଡିଛି। ଖବର ପାଇବା ପରେ ରାଜ୍ୟ ଅଗ୍ନିଶମ ବିଭାଗ ସହିତ ଓଡ୍ରାଫ ଟିମ ଗଛ କାଟି ରାସ୍ତା ସଫା କରିବାରେ ଲାଗିଛନ୍ତି।

Read More

ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗ ଆଡ଼କୁ ମାଡ଼ି ଚାଲିଛି। ବୁଲବୁଲ ଏବେ ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି। ସନ୍ଧ୍ୟା ୭ଟାରୁ ରାତି ୧୧ଟା ସୁଦ୍ଧା ଏହି ବାତ୍ୟା ପଶ୍ଚିମବଙ୍ଗ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ। ବୁଲବୁଲ ଓଡ଼ିଶା ନ ଛୁଇଁଲେ ମଧ୍ୟ ତାଣ୍ଡବ ରଚିଛି। ବୁଲବୁଲ ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ଓ ପବନ ହୋଇଛି। କିନ୍ତୁ ଆଉ କିଛି ଘଣ୍ଟା ମଧ୍ୟରେ ଏହି ପ୍ରକୋପ କମିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି। ଓଡ଼ିଶା ଉପକୂଳ ଦେଇ ଭୟଙ୍କର ବାତ୍ୟା ବୁଲବୁଲ ପୂର୍ବ ଓ ଉତ୍ତର ପୂର୍ବ ଦିଗରେ ଗତି କରୁଛି। ବାତ୍ୟା ବୁଲବୁଲ ପ୍ରଭାବରେ ଗତକାଲି ଠାରୁ କେନ୍ଦ୍ରାପଡ଼ା, ଜଗତସିଂହପୁର. ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ଜାରି ରହିଛି। ଆଜି ସକାଳ ଠାରୁ ଏହି ସବୁ ସ୍ଥାନରେ ବର୍ଷା ଓ ପବନର ବେଗ ମଧ୍ୟ ବଢିଛି। ଓଡ଼ିଶାରେ ଆହୁରି ୪,୫ଘଣ୍ଟା ବର୍ଷା ହେବ। ଏହି…

Read More

ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାରେ ଉଚ୍ଚତମ ନ୍ୟାୟାଳୟଙ୍କ ଐତିହାସିକ ନିଷ୍ପତ୍ତି ପରେ ଶନିବାର ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଛନ୍ତି ଯେ, ଉଚ୍ଚତମ ନ୍ୟାୟାଳୟ ଅଯୋଧ୍ୟା ନିଷ୍ପତ୍ତି ଶୁଣାଇଛନ୍ତି, ଯାହା ପଛରେ ରହିଛି କେଇ ଶହ ବର୍ଷର ଇତିହାସ। ବିଗତ କିଛି ବର୍ଷ ଧରି ଚାଲିଆସିଥିବା ଏହି ନ୍ୟାୟିକା ପ୍ରକ୍ରିୟାର ଆଜି ସମାପନ ହୋଇଛି। ଦୁନିଆ ମାନିଛି ଯେ, ଭାରତ ଦୁନିଆର ସବୁଠୁ ବଡ଼ ଲୋକତାନ୍ତ୍ରିକ ଦେଶ। ଅଯୋଧ୍ୟା ନିଷ୍ପତ୍ତିକୁ ଯେପରି ଭାବରେ ସବୁ ବର୍ଗର ଲୋକେ ହୃଦୟର ସହ ଯେପରି ଭାବରେ ଅଯୋଧ୍ୟା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି, ସେଥିରୁ ଆମ ଭାରତର ପରମ୍ପରା ଜଣାପଡୁଛି।  ଦେଶ ପାଇଁ ଖୁସିର କଥା ହେଉଛି ଏହି ନିଷ୍ପତ୍ତି ସର୍ବସମ୍ମତି କ୍ରମେ ଆସିଛି। ଆଜି ହେଉଛି ୯ ନଭେମ୍ବର । ଆଜିର ତାରିଖରେ ବର୍ଲିନ୍‌ର ପାଚେରୀ ଭାଙ୍ଗିଥିଲା। ଦୁଇ ବିପରୀତ ଧାରା ଏକଜୁଟ୍‌ ହୋଇ…

Read More

ସମୀକ୍ଷା ବ୍ୟୁରୋ ଆଜି ବାଣପୁର ବଜାର ସାହି ସ୍ଥିତ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ଅଷ୍ଟପ୍ରହର ନାମଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଅପରାହ୍ନରେ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ବିରାଟ ପଟୁଆର ସହ କଳସ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରାଯାଇଥିଲା। ଦାଶରଥିପୁର ଗ୍ରାମ ସ୍ଥିତ ପବିତ୍ର ଶାଳିଆ ନଦୀରୁ ଭକ୍ତମାନଙ୍କ ଦ୍ୱାରା କଳସ ଜଳ ସଂଗ୍ରହ କରାଯାଇ ପରିଶେଷରେ ଏହି କଳସ ଶୋଭାଯାତ୍ରା ଅଧିବାସ ସ୍ଥଳ ଶ୍ରୀ ଶ୍ରୀ ରଙ୍କନାଥ ମନ୍ଦିରରେ ପହଂଚିଥିଲା। ଶୁକ୍ରବାର ପ୍ରାତଃରୁ  ଅଷ୍ଟ ପ୍ରହରବ୍ୟାପୀ  ଆଧ୍ୟାତ୍ମିକ ପରିବେଶରେ ନାମଯଜ୍ଞ ଓ ସଂକୀର୍ତ୍ତନ ହେବା ସହ ଆଜି ଶନିବାର ସକାଳେ ନଗରକୀର୍ତ୍ତନ, ନଗର ଭିକ୍ଷା ଓ ମଧ୍ୟାହ୍ନରେ ଭକ୍ତମାନେ କଳସ ବିସର୍ଜନ କରି ଯମୁନାସ୍ନାନ କରିଥିଲେ। ଅପରାହ୍ନ ଏକ ଘଟିକାରେ ବିରାଟ ଆନନ୍ଦ ବଜାର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା ଯୋଉଥିରେ ପାଖାପାଖି ସାତ ହଜାର ଭକ୍ତ ପ୍ରସାଦ ସେବନ କରିଥିଲେ। ଉକ୍ତ ନାମଯଜ୍ଞ ହୋମରେ କର୍ତ୍ତା…

Read More

ସମୀକ୍ଷା ବ୍ୟୁରୋ ଆଜି ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ରାୟ ପ୍ରକାଶ ପାଇଲା । ମୁଖ୍ୟ ନ୍ୟାୟାଧୀଶଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ପାଞ୍ଚଜଣିଆ ଖଣ୍ଡପୀଠ ଏହି ଐତିହାସିକ ରାୟ ଶୁଣାଇଛନ୍ତି । ଏହି ଖଣ୍ଡପୀଠରେ ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗୋଇ ,ଏସ ଏ ବୋବଡେ, ଡି ୱାଇ ଚନ୍ଦ୍ରଚୂଡ ,ଅଶୋକ ଭୂଷଣ ଏବଂ ଅବଦୁଲ ନଜିର ରହିଥିଲେ । ଏହି ଖଣ୍ଡପୀଠ ଧର୍ମୀୟ ଭାବନା ଅନୁସାରେ ନିଜର ରାୟ ପ୍ରକାଶ ନ କରି ପ୍ରତ୍ନତାତ୍ତ୍ବିକ ବିଭାଗର ରିପୋର୍ଟ ଅନୁସାରେ ରାୟ ପ୍ରକାଶ କରିଛନ୍ତି । ଏହି ରାୟରେ ବିବାଦୀୟ ସ୍ଥଳକୁ ହିନ୍ଦୁଙ୍କ ସପକ୍ଷରେ ରାୟ ଦେଇ ଏହି ବିବାଦୀୟ ଜମିକୁ ଏକ ଟ୍ରଷ୍ଟକୁ ପ୍ରଦାନ କରି ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ସେହିପରି ଅଯୋଧ୍ୟାରେ ଏକ ପ୍ରମୁଖ ସ୍ଥାନରେ ମୁସଲିମ୍‌ ପକ୍ଷଙ୍କୁ ମସଜିଦ୍‌ ନିର୍ମାଣ କରିବାକୁ ୫ ଏକର ଜମି ଦେବାକୁ ରାୟରେ ଉଲ୍ଲେଖ…

Read More

ଭାରତୀୟ ନ୍ୟାୟାଳୟ ଇତିହାସର ଦ୍ବିତୀୟ  ଦୀର୍ଘ ମାମଲାର ଆଜି ଶୁଣାଣି ହୋଇଯାଇଛି । ଦୀର୍ଘ  ୭୦ ବର୍ଷ ଧରି ଚାଲିଥିବା ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ଆଜି ରାୟ ପ୍ରକାଶ ପାଇଛି। ଆଜି ଅଯୋଧ୍ୟା ବିବାଦରେ ସୁପ୍ରିମକୋର୍ଟ ପକ୍ଷରୁ ବହୁ ପ୍ରତୀକ୍ଷିତ ରାୟ ଆସିଛି। ନିର୍ଣ୍ଣୟ ଆସିବା ପରେ ରାମଜନ୍ମ ଭୂମି-ବାବ୍ରି ମସଜିଦ ବିବାଦର ପକ୍ଷକାର ସୁନ୍ନି ଓ୍ଵାକଫ ବୋର୍ଡ ଉଚ୍ଚତମ ନ୍ୟାୟାଳୟର ନିଷ୍ପତ୍ତି ସ୍ଵାଗତ କରିଛି। ଦିଲ୍ଲୀସ୍ଥିତ ଜାମା ମସଜିଦ୍‌ର ଶାହୀ ଇମାମ ସୈୟଦ୍‌ ଅହମ୍ମଦ ବୁଖାରୀ କହିଛନ୍ତି ଯେ, ଅଯୋଧ୍ୟା ମାମଲାକୁ ଆଉ ଆଗକୁ ବଢାଯିବା ଉଚିତ୍‌ ନୁହେଁ ଏବଂ ଏଥି ସହିତ ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତି ବିରୋଧରେ ପୁର୍ନବିଚାର ଯାଚିକା ଦାଏର କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।  ସେହିପରି ବାବ୍ରି ମସଜିଦ ବିବାଦର ପକ୍ଷକାର ସୁନ୍ନି ଓ୍ଵାକଫ ବୋର୍ଡ ରାୟ ବିରୋଧରେ ଚ୍ୟାଲେଞ୍ଜ କରିବା ନାହିଁ ବୋଲି ସ୍ପଷ୍ଟ କରି ବୋର୍ଡର ଅଧ୍ୟକ୍ଷ ଜୁଫର…

Read More

ଅଯୋଧ୍ୟା ମାମଲାର ଐତିହାସିକ ରାୟ ଆସିବା ପରେ ଭିନ୍ନ ଭିନ୍ନ ମହଲରୁ ସ୍ବାଗତ କରାଯାଇଥିବାବେଳେ ଏଆଇଏମ୍‌ଆଇଏମ୍‌ର ଅଧ୍ୟକ୍ଷ ଅସସିଦ୍ଦୁନ୍‌ ଓ୍ବଓ୍ବେସୀ ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଓ୍ବଓେସି କହିଛନ୍ତି ଯେ, ମୁସଲିମ୍‌ ପର୍ସନାଲ୍‌ ଲ୍‌ ବୋର୍ଡ  ପରି ସେ ମଧ୍ୟ ଉଚ୍ଚତମ ନ୍ୟାୟଳୟଙ୍କ ନିଷ୍ପତ୍ତିରେ ସହମତ ନୁହଁନ୍ତି । ନ୍ୟାୟାଳୟଙ୍କ ଦ୍ବାରା ଭୁଲ୍‌ ମଧ୍ୟ ହୋଇପାରେ । ଯିଏ, ବାବ୍ରୀ ମସ୍‌ଜିଦ୍‌ ଭାଙ୍ଗିଥିଲେ, ତାଙ୍କୁ ଟ୍ରଷ୍ଟ କରି ରାମ ମନ୍ଦିର ନିର୍ମାଣ ଦାୟିତ୍ବ ଦିଆଯାଇଛି । ଆମକୁ ଭାରତୀୟ ସମ୍ବିଧାନ ଉପରେ ଭରସା ଅଛି । ଆମେ ଆମ ଅଧିକାର ପାଇଁ ଲଢେଇ କରୁଥିଲୁ । ୫ଏକର ଜମିର ସହାୟତା ଆବଶ୍ୟକ ନାହିଁ ।  ଓ୍ବଓେସୀ କହିଛନ୍ତି ଯେ, ଦେଶର ମୁସଲମାନ ଉତ୍ତରପ୍ରଦେଶରେ ପାଞ୍ଚ ଏକର ଜମି କିଣିପାରିବେ । ଆମର ଲଢେଇ ନ୍ୟାୟ ପାଇ ଥିଲା, ଆମକୁ ସହାୟତା ଆବଶ୍ୟକତା ନାହିଁ । ମୁସଲିମ୍‌ ପର୍ସନାଲ ଲ…

Read More

ଦୀର୍ଘ ସତୁରୀ ବର୍ଷର ପ୍ରତୀକ୍ଷା ପରେ ଆଜି ଶିଖ୍‌ ସମ୍ପ୍ରଦାୟର ଆଶା ପୂରଣ ହୋଇଛି ।  ଶିଖ୍‌ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଅବସରରେ କର୍ତ୍ତାରପୁର ସାହିବ କରିଡରକୁ ଆଜି ଭାରତୀୟ ଶିଖ୍‌ ଶ୍ରଦ୍ଧାଳୁମାନଙ୍କୁ ପାଇଁ ଖୋଲାଯାଇଛି । ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  କର୍ତ୍ତାରପୁର କରିଡରର ଉଦଘାଟନ୍ କରିବା ଅବସରରେ ମୋଦି କହିଛନ୍ତି, ଦେଶକୁ କର୍ତ୍ତାରପୁର ସାହିବ କରିଡର ସମର୍ପିତ କରିବା ତାଙ୍କର ସୌଭାଗ୍ୟ ଅଟେ । ଏହା ସହ ଦେଶ ଦୁନିଆର ସମସ୍ତ ଶିଖ୍ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି  ନରେନ୍ଦ୍ର ମୋଦି । ଏହି ଉଦ୍‌ଘାଟନୀ ଉତ୍ସବରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସମେତ ସାଂସଦ, ମନ୍ତ୍ରୀ ଓ ବିଧାୟକଗଣ ଉପସ୍ଥିତ ରହିଥିଲେ ।

Read More

କେଦାର ମିଶ୍ର  ମାନ୍ୟବର ସୁପ୍ରିମ କୋର୍ଟ ତାଙ୍କର ୧୦୪୫ ପୃଷ୍ଠାର ଏକ ପୃଥୁଳ ରାୟରେ ରାମ ଜନ୍ମଭୂମି ଭାବରେ ବିବେଚିତ ଜମିକୁ ରାମଲାଲାଙ୍କ ନାମରେ ଫଇସଲା କରିଛନ୍ତି। ଏହି ରାୟକୁ ଭାରତୀୟ ନ୍ୟାୟିକ ଇତିହାସରେ ସବୁଠୁ ଜଟିଳ ରାୟ ବୋଲି କୁହାଯାଇପାରିବ। ସମାଧାନର ଏକ ସୂତ୍ର ବାହାର କରିବାକୁ ଯାଇ ସୁପ୍ରିମ କୋର୍ଟ ଏହି ଜମିକୁ ରାମଲାଲାଙ୍କ ନାମରେ ଡିକ୍ରି ଦେଇଥିଲେ ମଧ୍ୟ ଦୀର୍ଘ ବର୍ଷ ଧରି ଏହି ଜମି ଜମି ଉପରେ ରହିଥିବା ମସଜିଦର ଅସ୍ତିତ୍ଵକୁ ଅସ୍ଵୀକାର କରିନାହାନ୍ତି। ଅନୈତିକ ଓ ବେଆଇନ ଉପାୟରେ ବାବ୍ରୀ ମସଜିଦ ଭିତରେ ଶ୍ରୀରାମ ମୂର୍ତ୍ତି ସ୍ଥାପନା କରି  ୨୨/୨୩ ଡିସେମ୍ବର, ୧୯୪୯ରେ ଏହାକୁ ଅପବିତ୍ର କରାଯାଇଥିଲା ଓ ୬ ଡିସେମ୍ବର ୧୯୯୨ ରେ ଏହାକୁ ବେଆଇନ ଭାବରେ ଭଙ୍ଗା ଯାଇଥିଲା ବୋଲି ଦେଶର ସର୍ବ ଶ୍ରେଷ୍ଠ ଅଦାଲତ ସ୍ପଷ୍ଟ ଭାବରେ କହିଛନ୍ତି। ଉଭୟ ଧାର୍ମିକ ଆସ୍ଥା ଭିତରେ ଏକ ସମନ୍ବୟର ବାତାବରଣ କରିବାକୁ…

Read More

ଅଯୋଧ୍ୟା ଜମି ବିବାଦକୁ ନେଇ ସୁପ୍ରିମକୋର୍ଟ ପକ୍ଷରୁ ଶନିବାର ଐତିହାସିକ ରାୟ ପ୍ରକାଶ ପାଇବା ପରେ ଏବେ ଏହାକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଉଛି। ରାଷ୍ଟୀୟ ସ୍ବୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ଏହି ରାୟକୁ ସ୍ବାଗତ ଜଣାଇ କହିଛନ୍ତି ଯେ, ଏବେ ଆମେ ପୁରୁଣା ଲଢେଇ ଝଗଡା ଭୁଲି ଭବ୍ୟ ରାମମନ୍ଦିର ନିର୍ମାଣ କରିବା ଉଚିତ୍‌ । ଦୀର୍ଘ ଦଶନ୍ଧି ଧରି ଚାଲିଥିବା ଏହି ମାମଲାର ରାୟରେ ଦେଶର ଜନଭାବନା ଓ ଆସ୍ଥାକୁ ନ୍ୟାୟ ମିଳିଛି ବୋଲି ସେ କହିଛନ୍ତି। ଏହି ନିଷ୍ପତ୍ତିକୁ କୌଣସି ବିଜୟ ବା ପରାଜୟ ଦୃଷ୍ଟିକୋଣରୁ ଦେଖିବା ଉଚିତ୍‌ ନୁହେଁ ବୋଲି କହିଛନ୍ତି ଭାଗବତ । ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ ଆହ୍ବାନ ଦେଇଛନ୍ତି ଭାଗବତ। ସେହିପରି ଉଚ୍ଚତମ ନ୍ୟାୟାଳୟଙ୍କ ମସଜିଦ୍‌ ନିର୍ମାଣ ପାଇଁ ୫ ଏକର ଜମି ପ୍ରଦାନ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ମୋହନ ଭାଗବତ…

Read More

ବହୁ ଚର୍ଚ୍ଚିତ ଅଯୋଧ୍ୟା ବିବାଦ ମାମଲାର ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ଶୁଣାଣି ପରେ ରାମ ମନ୍ଦିର ନିର୍ମାଣ ହେବା ନେଇ ରାସ୍ତା ସଫା ହୋଇଯାଇଛି । ସୁପ୍ରିମ୍‌କୋର୍ଟଙ୍କ ଏହି ଶୁଣାଣି ପରେ ରାଜନୈତିକ ବ୍ୟକ୍ତିବିଶେଷ ଏହି ନିଷ୍ପତ୍ତିକୁ ସମର୍ଥନ କରି ଦେଶରେ ଶାନ୍ତି ବ୍ୟବସ୍ଥା କାଏମ ରଖିବାକୁ ଅପିଲ୍‌ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ନିଜର ପ୍ରତିକ୍ରିୟା ରଖିଛି ।  ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ସମ୍ମାନ କରିବା ସହିତ ଦଳର ପ୍ରବକ୍ତା ରଣଦୀପ ସୁର୍ଜେଓ୍ବାଲା କହିଛନ୍ତି ଯେ, ମନ୍ଦିର ନିର୍ମାଣ ନେଇ ଦଳ ସମର୍ଥନ ଜଣାଉଛି । ଉଚ୍ଚତମ ନ୍ୟାୟାଳୟଙ୍କ ଏହି ନିଷ୍ପତ୍ତି ମନ୍ଦିର ନିର୍ମାଣ ପାଇଁ ରାସ୍ତା ଫିଟିଥିବାବେଳେ ଏହାକୁ ନେଇ ବିଜେପି ତଥା ଅନ୍ୟମାନଙ୍କ ରାଜନୀତିକରଣ କରିବାର ବାଟ ବନ୍ଦ ହୋଇଯାଇଛି । ସେହିପରି ରାଷ୍ଟ୍ରୀୟ ଜନତା ଦଳ ତେଜସ୍ବୀ ଯାଦବ କହିଛନ୍ତି ଯେ, ଅଯୋଧ୍ୟା ମାମଲାର ନିଷ୍ପତ୍ତି ସର୍ବମାନ୍ୟ, କିନ୍ତୁ ରାଜନୈତିକ ଦଳଙ୍କୁ ମନ୍ଦିର ମସଜିଦ୍‌ ନିର୍ମାଣ…

Read More

ବେନ୍‌ ଆଫ୍ଲେକ୍‌ଙ୍କ ଫ୍ୟାନ୍‌ ମାନଙ୍କ ପାଇଁ ଖୁସି ଖବର । ନିକଟରେ ଡିସିର ସୁପରହିରୋ କମିକ୍‌ ଚରିତ୍ର ବ୍ୟାଟମ୍ୟାନ୍‌ରୁ ଓହରିଥିବା ବେନ୍‌ ଆଫ୍ଲେକ୍‌ ନିଜର ଆଗାମୀ ଫିଲ୍ମରେ ଜଣେ ଡିଟେକ୍ଟିଭ୍‌ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଟ୍ବିଟ୍ଟର ଜରିଆରେ ନିଜେ ଆଫ୍ଲେକ୍‌ ଏହି ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି । ଫିଲ୍ମଟିର ନାମ ହିପ୍ନୋଟିକ୍‌ ରଖାଯାଇଥିବା ବେଳେ ଏହା ଆକ୍ସନ୍‌/ଥ୍ରୀଲର ଶ୍ରେଣୀର ବୋଲି ଦୁଇ ଥର ଓସ୍କାର ବିଜୟୀ ଆଫ୍ଲେକ୍‌ ସୂଚନା ଦେଇଛନ୍ତି । ରବର୍ଟ ରଡ୍ରିଗ୍ବେଜ୍‌ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଥିବା ବେଳେ ଫିଲ୍ମଟି ଏକ ବ୍ୟାଙ୍କ ଲୁଟ୍‌ ପୃଷ୍ଠଭୂମି ଉପରେ ଆଧାରିତ ବୋଲି ଜଣାପଡିଛି । ରବର୍ଟ ରଡ୍ରିଗ୍ବେଜ୍‌ ପୂର୍ବରୁ ଥ୍ରୀଲର ଫିଲ୍ମ ସିନ୍‌ ସିଟିର ନିର୍ଦ୍ଦେଶନା ଦେଇଛନ୍ତି । ଏପ୍ରିଲ୍‌ 2020ରୁ ଏହି ଫିଲ୍ମର ସୁଟିଂ ଆରମ୍ଭ କରାଯିବ ବୋଲି ଜଣାପଡିଛି ।

Read More

ବହୁ ଚର୍ଚ୍ଚିତ ଅଯୋଧ୍ୟା ରାୟ ଆସିବା ପରେ ଏହାକୁ ନେଇ ଶିବସେନା ଏକ ବଡ଼ ବୟାନ ଦେଇଛି । ଅଯୋଧ୍ୟା ମାମଲା ଉପରେ ସୁପ୍ରିମକୋର୍ଟ ଶୁଣାଣି ପରେ ବିବାଦୀୟ ଜମି ଉପରେ ରାମ ମନ୍ଦିର ନିର୍ମାଣ ହେବା ରାସ୍ତା ସଫା ହୋଇଯାଇଛି । କୋର୍ଟ ତିନି ମାସ ମଧ୍ୟରେ ରାମ ମନ୍ଦିର ନିର୍ମାଣ ନେଇ ଟ୍ରଷ୍ଟ ଗଠନ କରିବାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି । କୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ଶିବସେନା ମହାରାଷ୍ଟ୍ରରେ ସରକାର ଗଢିବା ପୂର୍ବରୁ ପ୍ରଥମେ ମନ୍ଦିର ନିର୍ମାଣର ନାରା ଦେଇଛି । ଶିବସେନାର ନେତା ସଞ୍ଜୟ ରାଉତ  ରାମ ମନ୍ଦିର ନିର୍ମାଣ ଉପରେ ନିଷ୍ପତ୍ତି ଆସିବା ପରେ ଟୁଇଟ୍‌ କରି କହିଛନ୍ତି ଯେ, ‘ପ୍ରଥମେ ମନ୍ଦିର, ପରେ ସରକାର !!! ଅଯୋଧ୍ୟାରେ ମନ୍ଦିର, ମହାରାଷ୍ଟ୍ରରେ ସରକାର… ଜୟଶ୍ରୀରାମ ।’ ମହାରାଷ୍ଟ୍ରରେ ବିଜେପି ଓ ଶିବସେନାର ମେଣ୍ଟ ଏବେ ଭାଙ୍ଗିବାର ଦ୍ବାରଦେଶରେ ପହଞ୍ଚିଛି…

Read More

ଆଜି ରାମ ଜନ୍ମଭୂମି ମାମଲା ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇଥିବା ବେଳେ ଏହି ରାୟକୁ ବିଜେପିକୁ ଆକ୍ରମଣ କରିଛି ଶିବସେନା । ସୁପ୍ରିମ୍‌କୋର୍ଟ ରାମ ମନ୍ଦିର ନିର୍ମାଣ ନେଇ ସବୁଜ ସଙ୍କେତ ପ୍ରଦାନ କରିଥିବା ବେଳେ ଏହାର ଶ୍ରେୟ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରକୁ ପ୍ରଦାନ କରାଯିବା ଅନୁଚିତ ବୋଲି ଠାକରେ କହିଛନ୍ତି । ପୂର୍ବରୁ ଶିବସେନା ପକ୍ଷରୁ ଏକ ସ୍ବତନ୍ତ୍ର ନିୟମ ଅଣାଯାଇ ମନ୍ଦିର ନିର୍ମାଣର ପ୍ରସ୍ତାବ ରଖାଯାଇଥିଲା ମାତ୍ର ବିଜେପି ସରକାର ଉକ୍ତ ପ୍ରସ୍ତାବକୁ ନେଇ ନୀରବ ରହିଥିଲେ । ତେଣୁ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ଏହାର ଶ୍ରେୟ ବିଜେପି ସରକାର ନେଇ ପାରିବେ ନାହିଁ ବୋଲି ଠାକ୍‌ରେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଜିର ନିଷ୍ପତ୍ତିରେ କୋର୍ଟ ବିବାଦୀୟ ଜମିକୁ ରାମ ମନ୍ଦିର ନିର୍ମାଣ ପାଇଁ ଛାଡିଥିବା ବେଳେ ମସ୍‌ଜିଦ୍‌ ନିର୍ମାଣ ପାଇଁ ଅଯୋଧ୍ୟାରେ 5 ଏକର ଜମି ପ୍ରଦାନ ନିଷ୍ପତ୍ତି ନେଇଛନ୍ତି…

Read More

ବାତ୍ୟା ବୁଲ୍‌ବୁଲ୍‌ ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ, ପାରାଦୀପଠୁ ୯୫ କିମି ଦୂରରେ ରହିଛି ’ବୁଲ୍‌ବୁଲ୍‌’ । ଘଣ୍ଟା ପ୍ରତି ୧୩ କିମି ବେଗରେ ଗତି କରୁଛି ’ବୁଲ୍‌ବୁଲ୍‌’ ।  ଆଜି ଅପରାହ୍ନ ୫ଟରୁ ରାତି ୧୦ଟା ଭିତରେ ଲ୍ୟାଣ୍ଡଫଲ୍‌ କରିପାରେ ବୋଲି ସୂଚନା ଦେଇଛନ୍ତି ଏସ୍‌ଆରସି । ବୁଲ୍‌ବୁଲ୍‌ ପୂର୍ବ ଉତ୍ତର ପୂର୍ବ ଦିଗକୁ ମୋଡ଼ ନେବା ଆରମ୍ଭ କଲାଣି ।  ବୁଲ୍‌ବୁଲ୍‌ ପ୍ରଭାବରେ ଆଉ ୪ରୁ ୫ ଘଣ୍ଟା ଯାଏଁ ବର୍ଷା ଜାରି ରହିବ ବୋଲି ସୂଚନା ରହିଛି । ବିଶେଷ କରି ବାଲେଶ୍ବର, ଭଦ୍ରକରେ ବର୍ଷାର ପରିମାଣ ବଢିପାରେ । ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପ୍ରବଳ ବର୍ଷା ହୋଇଛି ।

Read More

ବହୁ ଚର୍ଚ୍ଚିତ ଅଯୋଧ୍ୟା ରାୟର ଶୁଣାଣି କରିଛନ୍ତି ସୁପ୍ରିମ୍‌କୋର୍ଟ । ସୁପ୍ରିମକୋର୍ଟଙ୍କ ଅଯୋଧ୍ୟ ରାୟକୁ ସମ୍ମାନ କରିଥିଲେ ବି ଏହି ରାୟକୁ ନେଇ ସନ୍ତୁଷ୍ଟ ନାହାନ୍ତି ଅଲ ଇଣ୍ଡିଆ ମୁସଲିମ୍ ପର୍ସନଲ ଲ ବୋର୍ଡ୍। ମୁସଲିମ୍ ପକ୍ଷଙ୍କ ଓକିଲ ଜାଫରୟାବ ଜିଲାନୀ କହିଛନ୍ତି, କୋର୍ଟଙ୍କ ରାୟକୁ ସମ୍ମାନ ଜଣାଉଛୁ, ହେଲେ ରାୟକୁ ନେଇ ସନ୍ତୁଷ୍ଟ ନୋହୁଁ। ଏବେ ମୁସଲିମ୍ ପକ୍ଷ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ମୂଲ୍ୟାଙ୍କନ କରିବେ ଏବଂ ଆଗାମୀ ପଦକ୍ଷେପ ନେବ ବୋଲି ଜଫରୟାବ ଜିଲାନୀ କହିଛନ୍ତି। ତେବେ ଅଯୋଧ୍ୟା ମାମଲା ରାୟ ଆସିବା ପରେ ଏହା କାହାରି ହାର କିମ୍ବା ଜିତ୍‌ ନୁହେଁ ବୋଲ କହିଛନ୍ତି । ତେବେ ଏହା ଉପରେ ପୁନର୍ବିଚାର ଯାଚିକା ଦାଖଲ କରାଯିବା ଉଚିତ୍‌  ବୋଲି ଜିଲାନୀ କହିଛନ୍ତି । ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ବିବାଦୀୟ ଜମିକୁ ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ୍ ରାମ ମନ୍ଦିର ସେହି ସ୍ଥାନରେ ହିଁ ହେବ।…

Read More