Author: Samikhsya Bureau

କେଦାର ମିଶ୍ର  ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଯେତେବେଳେ କିଛି କହନ୍ତି ବା ଲେଖନ୍ତି, ତାର ଏକ ଭିନ୍ନ ପ୍ରଭାବ ରହିଥାଏ। ଡକ୍ଟର ସିଂ କେବଳ ପୂର୍ବତନ ପ୍ରଧାନମନ୍ତ୍ରୀ ବା ଅର୍ଥମନ୍ତ୍ରୀ ନୁହନ୍ତି, ସେ ପୃଥିବୀର ଜଣେ ବିଖ୍ୟାତ ଅର୍ଥନୀତି ବିଷାରଦ ଓ ତାଙ୍କର ଅର୍ଥନୈତିକ ପ୍ରଜ୍ଞା ଆଗରେ ଅନେକ ବଡ ବଡ ବିଦ୍ଵାନ ମୁଣ୍ଡ ନୁଆଁଇଥାନ୍ତି। ହେଲେ ଆଜିର ସମୟରେ ରାଜନୀତି ଆମର ଏତେ ଭୟଙ୍କର ମାନସିକ ରୋଗଗ୍ରସ୍ତ ଯେ ସେଠାରେ ଜ୍ଞାନୀ ଲୋକେ କିଛି କହିବା ଆଗରୁ ହଜାରଥର ଚିନ୍ତା କରିବାକୁ ବାଧ୍ୟ ହେଉଛନ୍ତି। ବର୍ତ୍ତମାନ ଦେଶରେ ଏକ ଟ୍ରୋଲ ସରକାର ଚାଲିଛି, ତେଣୁ ବିତର୍କ ଅପେକ୍ଷା କୁତ୍ସାରଟନା ଓ ଅପମାନିତ କରିବାର ଦୃଷ୍ଟିଭଙ୍ଗୀ ନେଇ ମନମୋହନ ସିଂଙ୍କ ଲେଖାର ଆକଳନ ଏ ସରକାର କରିବ। ତେଣୁ ଡକ୍ଟର ସିଂ ତାଙ୍କ ଲେଖାର ଆରମ୍ବରୁ ସ୍ପଷ୍ଟ କରିଦେଇଛନ୍ତି ଯେ, ସେ ଲେଖାଟିକୁ ଜଣେ ବିରୋଧୀ ନେତା ଭାବରେ…

Read More

ଅକ୍ଷୟ କୁମାର, କରୀନା କପୁର୍‌, ଦିଲଜିତ୍‌ ଦୋସାଞ୍ଜ ଓ କିଆରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ର ଟ୍ରେଲର୍‌ ରିଲିଜ୍‌ ହୋଇଛି । ଆଇଭିଏଫ୍‌ ଟେକ୍ନୋଲୋଜି ଉପରେ ଆଧାରିତ ଏହି ଫିଲ୍ମଟି ୨୭ ଡିସେମ୍ବରରେ ରିଲିଜ୍‌ ହେବାକୁ ରହିଛି । ଫିଲ୍ମର ଟ୍ରେଲର୍‌ଟି ବେଶ୍‌ ଶାନଦାର ରହିଛି । ଦୁଇ କପଲ୍‌ଙ୍କ କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ ହୋଇଥିବାବେଳେ କନ୍‌ଫ୍ୟୁଜନ୍‌ ଭିତରେ କମେଡ଼ିର ଡୋଜ୍‌ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି । ୯ ବର୍ଷ ପରେ ପୁଣି ଥରେ ଏହି ଫିଲ୍ମ ଜରିଆରେ ଅକ୍ଷୟ ଓ କରୀନା ପରଦା ଉପରକୁ ଆସୁଛନ୍ତି । ଧର୍ମାପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ନବାଗତ ରାଜ ମେହେତା ।

Read More

ସମୀକ୍ଷା ବ୍ୟୁରୋ ଆଜିଠାରୁ ସଂସଦରେ ଶୀତ ଅଧିବେଶନ ଆରମ୍ଭ ହୋଇଯାଇଛି। ମୋଦିଙ୍କ ଦ୍ବିତୀୟପାଳିର ପ୍ରଥମ ଶୀତଅଧିବେଶନ ଭାବେ ଏହା  ଡିସେମ୍ବର ୧୩ ପର୍ଯ୍ୟନ୍ତ ହେବାକୁ ଯାଉଛି। ସୋମବାର ଠାରୁ ଆରମ୍ଭ ହେଉଥିବା ଶୀତ ଅଧିବେଶନ ପ୍ରବଳ ହଟ୍ଟଗୋଳ ସହ ଶେଷ ହୋଇପାରେ। କାରଣ ଏହି ଅଧିବେଶନରେ ସରକାର ରାଷ୍ଟ୍ରୀୟ ନାଗରିକ ପଞ୍ଜିକରଣ ବିଲ୍‌ ଗୃହୀତ ହେବାର ସମ୍ଭାବନା ରହିଛି। ଏହି ବିଲଟି ପୂର୍ବରୁ ଉତ୍ତର ପୂର୍ବାଞ୍ଚଳରୁ ପ୍ରବଳ ବିରୋଧ ହେବାରୁ ପାରିତ ହୋଇ ପାରି ନ ଥିଲା। ଏମିତି ଅନେକ ବିଧେୟକ ରହିଛି ଯାହା ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ଯଦିଓ ସେହିଭଳି ବିଧେୟକ ଗୁଡିକ ବିନା ଆଲୋଚନାରେ ଗୃହୀତ ହେବାର ସମ୍ଭାବନା ଅଛି। ଯଦିଓ ସେପରି କୌଣସି ନିର୍ଦ୍ଦିଷ୍ଟ ଆଇନ ନାହିଁ ଆଲୋଚନା କରିବାକୁ କିନ୍ତୁ ବିରୋଧୀ ଦଳ ଭୂମିକାରେ ଥିବା କଂଗ୍ରେସ ଜମ୍ମୁ କାଶ୍ମୀରର ଗୃହବନ୍ଦୀ ଥିବା ସାଂସଦ ଫାରୁକ ଅବଦୁଲ୍ଲାଙ୍କୁ ସଂସଦ ରେ ଆଲୋଚନା କରିବାକୁ…

Read More

କେଦାର ମିଶ୍ର ହଠାତ ଓଡିଶା ବିଜେପିକୁ ଧର୍ମକୁ ନେଇ ରାଜନୀତି କରିବାର ଏକ ସୁଯୋଗ ଆସି ଜୁଟିଗଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଯେତେବେଳ ପୁରୀ ଶଙ୍କରାଚାର୍ୟଙ୍କ ଗୋବର୍ଦ୍ଧନ ପୀଠ ସମ୍ପର୍କରେ କିଛି ବୈଧାନିକ ପ୍ରଶ୍ନ ପଚାରିଲେ, ତାକୁ ନେଇ ବିଜେପି କୌଣସି ଉତ୍ତର ଖୋଜିବା ପରିବର୍ତ୍ତେ, ଶଙ୍କରାଚାର୍ୟଙ୍କୁ ସାଢେ ଚାରି କୋଟି ଓଡିଆଙ୍କର ଆସ୍ଥାର ପ୍ରତୀକ ଓ ଜଗନ୍ନାଥ ସଂସ୍କୃତିର ପ୍ରାଣକେନ୍ଦ୍ର ବୋଲି କହି ତାଙ୍କୁ ସବୁ ଆଇନର ଉପରେ ରଖିବାର ଜଘନ୍ୟ ରାଜନୀତି ଆରମ୍ଭ କରିଛି। ପ୍ରଥମତଃ ଶଙ୍କରାଚାର୍ୟଙ୍କୁ ଓଡିଶାର ଜନଜୀବନ, ସଂସ୍କୃତି ଓ ପରମ୍ପରାର ପ୍ରାଣକେନ୍ଦ୍ର ବୋଲି ବିଜେପି କହିବାର ମାନେ କଣ? ଓଡିଶାର ସାଢେ ଚାରିକୋଟି ଓଡିଆଙ୍କ ଭିତରୁ ୧୦% ଲୋକ ଶଙ୍କରାଚାର୍ୟଙ୍କୁ  ଜାଣିଥିବେ କି ନା ସନ୍ଦେହ। ତାଙ୍କୁ ସବୁ ଓଡିଆଙ୍କର ଗୁରୁ ବୋଲି କହିବା, ଏ ଶତାବ୍ଦୀର ସବୁଠୁ ବଡ ମିଛ କଥା। ଦେବୋତ୍ତର ଆଇନ ଅନୁସାରେ ଗୋବର୍ଦ୍ଧନ ପୀଠ…

Read More

ଶିବସେନା ସହିତ ମେଣ୍ଟ ନେଇ ଅମିତ ଶାହା ଆଶାବାଦୀ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବଲେ ପ୍ରକାଶ କରିଛନ୍ତି । ସଂସଦର ଶୀତକାଳୀନ ବୈଠକ ପୂର୍ବରୁ ଏନ୍‌ଡିଏର ବୈଠକ ଅବସରରେ ଶାହା ଏହା କହିଥିବା ନେଇ ଅଠାଓ୍ବଲେ ଏହି ସୂଚନା ଦେଇଛନ୍ତି । ମହାରାଷ୍ଟ୍ରରେ ଅଢେଇ ବର୍ଷୀୟ ମୁଖ୍ୟମନ୍ତ୍ରୀତ୍ବକୁ ନେଇ ଉଭୟ ଦଳ ମଧ୍ୟରେ ବିବାଦ ସୃଷ୍ଟି ହେବା ସହିତ ମେଣ୍ଟ ଭାଙ୍ଗି ଯାଇଥିଲା । ସାମାଜିକ ନ୍ୟାୟ ବିଭାଗର ମନ୍ତ୍ରୀ ରହିଥିବା ଅଠାଓ୍ବଲେଙ୍କ ଏହି ମନ୍ତବ୍ୟ ପରେ ମହାରାଷ୍ଟ୍ର ରାଜନୀତିକୁ ନେଇ ନୂତନ ଚର୍ଚ୍ଚା ଆସିଛି । ଉଭୟ ଦଳ ସରକାର ଗଠନ କରିବେ ମାତ୍ର 50-50 ଫର୍ମୁଲାରେ ସରକାର ଗଠନ ହେବ ନାହିଁ ବୋଲି ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Read More

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ସୋମବାର ଏବେ ରାଜଧାନୀରେ ଆଉ ଅଡ୍‌-ଇଭିନ୍‌ର ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ଚଳିତ ବର୍ଷ ରାଜଧାନୀ ଦିଲ୍ଳୀର ବାୟୁ ପ୍ରଦୂଷଣ ସାଧାରଣ ଜୀବନଯାତ୍ରା ଉପରେ ବିଶେଷ ପ୍ରଭାବ ପକାଇଛି । ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଆଖି ଆଗରେ ରଖି ଅଡ୍‌-ଇଭିନ୍‌ର ଆରମ୍ଭ କରାଯାଇଥିଲା । ଏବେ ଦିଲ୍ଲୀଠାରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୩ଶହକୁ ଖସି ଆସଛି । ଦୀପାବଳିଠାରୁ ଦିଲ୍ଳୀରେ ବାୟୁ ପ୍ରଦୂଷଣ ହେବା ସହିତ ବାୟୁର ଗୁଣବତ୍ତା ଅତି ନିମ୍ନସ୍ତରକୁ ଖସି ଆସିଥିଲା । ତେବେ ବାୟୁ ପ୍ରଦୂଷଣରେ ସୁଧାର ଆସିବାରୁ କେଜରୀଓ୍ବାଲା ଅଡ୍‌-ଇଭିନ୍‌ ଆବଶ୍ୟକତା ନାହିଁ ବୋଲଇ କହିଛନ୍ତି । ଏହା ସହିତ ବାୟୁ ପ୍ରଦୂଷଣକୁ ନେଇ ରାଜନୀତି ନ କରି ଉଚିତ୍‌ ମାର୍ଗରେ ସମସ୍ତଙ୍କୁ ମିଶି କରି କାମ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଅରବିନ୍ଦ କେଜ୍‌ରୀଓ୍ବାଲ ।

Read More

ବର୍ଦ୍ଧିତ ଫି’କୁ ନେଇ ଦିଲ୍ଲୀ ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ଛାତ୍ରଙ୍କ ବିକ୍ଷୋଭ ଆରମ୍ଭ ହେବା ସହିତ ଏକ ବିଶାଳ ରାଲି ସଂସଦ ଅଭିମୁଖେ ବାହାରିଛି । ପାଖାପାଖି ଦୁଇରୁ ତିନି ହଜାର ଛାତ୍ରଛାତ୍ରୀ ଏହି ରାଲିରେ ସାମିଲ୍‌ ହୋଇଛନ୍ତି ।  ଏଥିପାଇଁ ସେମାନେ ଜେଏନ୍‌ୟୁର ଗେଟ୍‌ ସମ୍ମୁଖରେ ଲାଗିଥିବା ୩ଟି ବ୍ୟାରିକେଡ୍‌କୁ ଭାଙ୍ଗି ଶେଷ ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ଏହାରି ଭିତରେ ଛାତ୍ର ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ଓ ସଂସଦ ବାହାରେ ୧୪୪ ଧାରା ଲାଗୁ କରାଯାଇଛି।

Read More

191 କୋଟିର ବିମାନ କିଣିବା ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ଆକ୍ରମଣ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ରବିବାର ରିଠାଲାର ରୋହିଣୀରେ ଏକ ସଡକ ପ୍ରକଳ୍ପ ଉଦ୍‌ଘାଟନ ଅବସରରେ କେଜ୍ରିଓ୍ବାଲ ଏହି ମତ ଦେଇଛନ୍ତି । ଦିଲ୍ଲୀରେ ମହିଳାଙ୍କୁ ମାଗଣା ଯାତ୍ରା ବ୍ୟବସ୍ଥା ପ୍ରଚଳନ କରିଥିବା କେଜ୍ରିଓ୍ବାଲଙ୍କୁ ବିପକ୍ଷ ଦଳଙ୍କ ପକ୍ଷରୁ ସମାଲୋଚନା କରାଯାଇଛି । ଏହାକୁ ନେଇ କେଜ୍ରିଓ୍ବାଲ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ସମାଲୋଚନା କରିଛନ୍ତି । କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ 191 କୋଟିର ବିମାନ ବ୍ୟକ୍ତିଗତ ବ୍ୟବହାର ପାଇଁ କିଣିଛନ୍ତି । ମାତ୍ର ମୁଁ ବ୍ୟକ୍ତିଗତ ଭାବରେ ବିମାନ ବ୍ୟବହାର କରେ ନାହିଁ ତେଣୁ ଉକ୍ତ ଅର୍ଥରେ ମୁଁ ଦିଲ୍ଲୀର ମା ଏବଂ ଭଉଣୀ ମାନଙ୍କୁ ମାଗଣା ବସ୍‌ ଯାତ୍ରାର ସୁବିଧା ପ୍ରଦାନ କରୁଛି ବୋଲି କେଜ୍ରିଓ୍ବାଲ କହିଛନ୍ତି ।

Read More

ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ପଞ୍ଚମ ଦିନ । ଆଜି ଗୃହରେ ପ୍ରଶ୍ନକାଳ ଆରମ୍ଭରୁ ହିଁ ହଟ୍ଟଗୋଳ ଦେଖାଦେଇଛି । କଂଗ୍ରେସ ଚାଷୀ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିବାରୁ ବାଚସ୍ପତି ସୂର୍ଯ୍ୟ ପାତ୍ର ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।  ଆଜି ଗୋଟିଏ ପଟେ ବିରୋଧୀ ବିଜେପି ଦଳ ଗୃହକୁ ନ ଆସିବା ବେଳେ କଂଗ୍ରେସ ଚାଷୀ ପ୍ରସଙ୍ଗ ନେଇ ହଟ୍ଟଗୋଳ କରିଛି । ଏହି ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ କଂଗ୍ରେସ ନେତା ମାନେ ଚାଷୀ ପ୍ରସଙ୍ଗ ନେଇ ଗୃହ ମଧ୍ୟକୁ ଆସି ପ୍ରବଳ ପାଟିତୁଣ୍ଡ କରିଥିଲେ । ମଣ୍ଡିରୁ ଚାଷୀର ଧାନ ଉଠୁନି । ଟୋକନ୍‌ ବ୍ୟବସ୍ଥାରେ ଚାଷୀଙ୍କୁ ଟୋକନ ଲାଗୁ ହୋଇ ନାହିଁ । ଏହି ସବୁ ପ୍ରଶ୍ନ ନେଇ କଂଗ୍ରେସ ହୋହଲ୍ଲା କରିଥିଲା । ଏହା ସହ ବିଜେପି ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ଗତ ଶନିବାର ଭଳି…

Read More

ଅପକମିଙ୍ଗ ବଲିଉଡ୍‌ ଫିଲ୍ମ ତାନାଜୀର ନୂତନ ପୋଷ୍ଟର ରିଲିଜ୍‌ ହୋଇଛି । ତାନାଜୀ ମାଲୁସାରେଙ୍କ ପତ୍ନୀ ଭୂମିକାରେ ଅଭିନେତ୍ରୀ କାଜୋଲଙ୍କ ଚରିତ୍ର ସାବିତ୍ରୀ ବାଇ ମାଲୁସାରେଙ୍କ ପୋଷ୍ଟର ରିଲିଜ୍‌ କରାଯାଇଛି । ସୋମବାର ଅଜୟ ଦେବଗନ ଫିଲ୍ମର ନୂତନ ପୋଷ୍ଟର ରିଲିଜ୍‌ କରାଯାଇଛନ୍ତି । ପୋଷ୍ଟରରେ କାଜୋଲଙ୍କୁ ସମ୍ପୂର୍ଣ୍ଣ ମରାଠୀ ମହିଳା ଭୂମିକାରେ ଦେଖିବାକୁ ମିଳିଛି । ଏହା ସହିତ ପୋଷ୍ଟରରେ ଜଣଙ୍କୁ ମରାଠା ପତାକା ଧରିଥିବାର ଦେଖିବାକୁ ମିଳିଛି । ପୂର୍ବରୁ ଫିଲ୍ମରେ ଅଜୟ ଦେବ୍‌ଗନ୍‌ ଏବଂ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଚରିତ୍ରର ପୋଷ୍ଟର ରିଲିଜ୍‌ ହୋଇଥିଲା । ଏହି ଫିଲ୍ମଟି ଆସନ୍ତା 10 ଜାନୁୟାରୀ 2020ରେ ରିଲିଜ୍‌ ହେବାକୁ ଯାଉଛି ।

Read More

ରାଜସ୍ଥାନର ବିକାନେର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରକ ଓ ବସ ମଧ୍ୟରେ ଧକ୍କା ହେବା ଫଳରେ 14 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 20ରୁ25 ଜଣ ଆହତ ହୋଇଛନ୍ତି । ଆଜି ସକାଳେ ବିକାନେର ଜିଲ୍ଲା ଶ୍ରୀଡୁଙ୍ଗରଗଡ ଦେଇ ଯାଇଥିବା 11 ନମ୍ବର ଜାତୀୟ ରାଜପଥରେ ଏକ ବସ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟି 10 ଜଣ ପ୍ରାଣ ହରାଇଛନ୍ତି । ଏହାସହ ପ୍ରାୟ 25 ଜଣ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି ।

Read More

ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି ଗୋଟାବାୟା ରାଜପକ୍ଷା । ରବିବାର ଅନୁଷ୍ଠିତ ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରେ ସରକାରୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ସଜିଥା ପ୍ରେମଦାସାଙ୍କୁ ପରାସ୍ତ କରିଛନ୍ତି । ଅବସରପ୍ରାପ୍ତ ଲ୍ୟୁଟନାଣ୍ଟ କଲୋନେଲ୍‌ ରାଜପକ୍ଷା ପୂର୍ବତନ ଶ୍ରୀଲଙ୍କା ରାଷ୍ଟ୍ରପତି ମହିନ୍ଦ୍ରା ରାଜପକ୍ଷାଙ୍କ ସାନ ଭାଇ । ମହିନ୍ଦ୍ରା ରାଜପକ୍ଷାଙ୍କୁ 53-54 ପବ୍ରତିଶତର ଭୋଟ ମିଳିଥିବା ଜଣାପଡିଛି । ସୋମବାର ରାଜପକ୍ଷା ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ ବୋଲି ଦଳୀୟ ମୁଖପାତ୍ର ଖେଲିୟା ରାମ୍ବୁକେଓ୍ବାଲା ପ୍ରକାଶ କରିଛନ୍ତି । ସରକାରୀ ଦଳ ଦୃଢ ସ୍ଥିତିରେ ରହିଥିଲେ ମଧ୍ୟ ଗୁଇନ୍ଦା ବିଫଳତା କାରଣରୁ ଇଷ୍ଟରରେ ଶ୍ରୀଲଙ୍କା ବିସ୍ଫୋରଣ ଘଟି 269 ଜଣଙ୍କର ପ୍ରାଣହାନି ଘଟିଥିଲା । ଏହି ବିସ୍ଫୋରଣ ଶ୍ରୀଲଙ୍କା ନିର୍ବାଚନକୁ ପ୍ରଭାବିତ କରିଥିଲା । ନିର୍ବାଚନରେ ପରାଜୟ ପରେ ଶ୍ରୀଲଙ୍କା ମୁଖ୍ୟମନ୍ତ୍ରୀ ରେନିଲ ବିକ୍ରମସିଙ୍ଘେଙ୍କୁ ନିଜ ପଦବୀରୁ ଓହରିବା ପାଇଁ ଶ୍ରୀଲଙ୍କା କ୍ୟାବିନେଟ୍‌ର ସଦସ୍ୟ ପରାମର୍ଶ ଦେଇଛନ୍ତି ।

Read More