ଗତକାଲି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅବସର ପରେ ନୂତନ ମୁଖ୍ୟ ବିଚାରପତି ଭାବରେ ଜଷ୍ଟିସ୍ ଏସ୍ ଏ ବୋବଡେ ଦାୟିତ୍ବ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୋବଡେଙ୍କୁ ଶପଥ ପାଠ କରାଇଥିଲେ । ସୋମବାର ଶପଥ ଗ୍ରହଣ ପରେ ସୁପ୍ରିମକୋର୍ଟର 47 ତମ ମୁଖ୍ୟ ବିଚାରପତି ଭାବରେ ବୋବଡେ ଶପଥ ଗ୍ରହଣ କରିଛନ୍ତି । 2000 ମସିହାରେ ବମ୍ବେ ହାଇକୋର୍ଟରେ ସହକାରୀ ବିଚାରପତି ଭାବରେ ଯୋଗ ଦେଇଥିଲେ ବୋବଡେ । ଅକ୍ଟୋବର 2012ରେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ କରିବା ସହିତ 2013ରେ ସୁପ୍ରିମୋକୋର୍ଟରେ ବିଚାରପତି ଦାୟିତ୍ବ ନିର୍ବାହ କରିଥିଲେ । ଆସନ୍ତା ଏପ୍ରିଲ 23, 2021 ପର୍ଯ୍ୟନ୍ତ ବୋବଡେ ମୁଖ୍ୟ ବିଚାରପତି ଭାବରେ ଅବସ୍ଥାନ କରିବେ ।
Author: Samikhsya Bureau
ଜାମ୍ମୁ-କାଶ୍ମୀରର ପଲାମ୍ବାଲା ସେକ୍ଟର ଅନ୍ତର୍ଗତ ସୀମାନ୍ତରେ ଏକ ବିସ୍ଫୋରଣରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ 3 ଜଣ ଗୁରୁତର ହୋଇଛନ୍ତି । ପାଲାମ୍ବାଲା ନିୟନ୍ତ୍ରଣ ରେଖା(ଏଲଓସି) ନିକଟରେ ପାକିସ୍ତାନ ବିଛାଇଥିବା ଆଇଇଡି ବିସ୍ଫୋରଣ ଘଟିବାରୁ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ରବିବାର ଅପରାହ୍ନ ପ୍ରାୟ 4ଟା ବେଳେ ଭାରତୀୟ ସେନାର ଏକ ଗାଡ଼ି ନିୟନ୍ତ୍ରଣ ରେଖା ନିକଟରେ ଯାଉଥିବା ବେଳେ ବିସ୍ଫୋରଣ ଘଟିଥିଲା । ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବାରିପଦା-ଆଜି ସକାଳେ ବାରିପଦାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୟୂରଭଞ୍ଜ ଜିଲ୍ଲା ଦ୍ୱାରଶୁଣି ଘାଟି ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ପୋଲ ତଳକୁ ଏକ ଟ୍ରକ ଖସି ପଡିବା କାରଣରୁ 2 ଜଣ ପ୍ରାଣ ହରାଇଛନ୍ତି । ସକାଳ 6ଟା ବେଳେ ଟ୍ରକଟି ଦ୍ୱାରଶୁଣି ଘାଟି ରାସ୍ତା ଦେଇ ଯାଉଥିଲା । ସେହିସମୟରେ ଏହା ଘାଟି ନିକଟରେ ଥିବା ଏକ ପୋଲ ତଳକୁ ଖସି ପଡିଥିଲା । ଫଳରେ 2 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ଏହାସହ ଅନ୍ୟଜଣେ ଆହତ ମଧ୍ୟ ହୋଇଛନ୍ତି । ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
କେଦାର ମିଶ୍ର ଅର୍ଥନୀତି ଏ ମାସର ସବୁଠୁ ଚିନ୍ତାର ବିଷୟ। କାରଣ ଯଥାଶୀଘ୍ର ଜିଡିପିର ତିନିମାସିଆ ଅଙ୍କ ପ୍ରକାଶ ପାଇବ ଓ ଏହା ୪.୨% ଭିତରେ ସୀମିତ ରହିବ ବୋଲି ଆକଳନ କରାଯାଉଛି। ଏହାର ଅର୍ଥ ହେଉଛି, ଆମେ ପୁଣିଥରେ ୫୦ ଓ ଷାଠିଏ ଦଶକର ଅର୍ଥନୈତିକ ଅତୀତକୁ ଫେରି ଯାଉଛି। ଗୋଟେ ସମୟରେ ପ୍ରାୟ ଅଢେଇ ରୁ ସାଢେ ତିନି ପ୍ରତିଶତ ହାରରେ ଆମର ଅର୍ଥନୈତିକ ଅଭିବୃଦ୍ଧି ଘଟୁଥିଲା ଓ ଏହାକୁ ସେତେବେଳେ କଟାକ୍ଷ କରି କୁହାଯାଉଥିଲା ହିନ୍ଦୁ ରେଟ ଅଫ ଗ୍ରୋଥ। ମନମୋହନ ସିଂ ଆସିଲା ପରେ ଅର୍ଥନୀତି ବଦଳିଲା ଓ ଗୋଟେ ସମୟରେ ଆମେ ଅଭିବୃଦ୍ଧି ହାରରେ ଦୁଇ ଅଙ୍କ ହାସଲ କରିବାର ବିରଳ ସଫଳତା ପାଇଲୁ। ୨୦୧୦ ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୧୦.୩% ରେ ପହଞ୍ଚିଥିଲା। ସେଥିଲାଗି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଆଜିର ଶାସକ ଦଳ ଯେତେ ଗାଳି କାଲେ…
Jharkhand Chief Minister Raghubar Das pays homage to Hazrat Kutubuddin Rashalbar Baba Mazar in Ranchi on Sunday.UNI PHOTO-20U
MUMBAI, NOV 17 Shiv Sena party workers pay tribute at the memorial of Shiv Sena founder Balasaheb Thackeray on his 7th death anniversary in Mumbai on Sunday. UNI PHOTO-34U
ସମୀକ୍ଷା ବ୍ୟୁରୋ ବାଣପୁର-ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗମ୍ଭାରିମୁଣ୍ଡା ଅଞ୍ଚଳରୁ ବିପୁଳ ପରିମାଣର ଚୋରାମଦ ଜବତ କରାଯାଇଛି। ଏନେଇ ବାଣପୁର ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଯୁବକ ଜଣକ ଉକ୍ତ ଅଞ୍ଚଳର ବିଶ୍ୱମ୍ବର ପ୍ରଧାନ ବୋଲି ଖବର ମିଳିଛି। ସମ୍ପୃକ୍ତ ଯୁବକ ଜଣଙ୍କ ଦୀର୍ଘଦିନ ଧରି ଚୋରା ମଦ ବିକ୍ରି କରୁଥିବାର ଅଭିଯୋଗ ହୋଇଥିଲା। ସେ ଏକ କ୍ୟାବିନରେ ଚୋରାମଦ ବେପାର କରୁଥିବାବେଳେ ପୋଲିସ ଖବର ପାଇ ଅଚାନକ ଚଢ଼ାଉ କରିଥିଲା। ତେବେ ଘଟଣାସ୍ଥଳରୁ ବହୁ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ କରିଛି ପୋଲିସ। ସୂଚନା ମୁତାବକ ପୋଲିସ ସମ୍ପୃକ୍ତ ଯୁବକ ବିରୋଧରେ କେସ ନମ୍ବର ୩୧୯/୧୯ ଓଡିଶା ଅବକାରୀ ଆଇନ ଅନୁଯାୟୀ ଦଫା ୫୨(ଏ) ଲଗାଇ ମାମଲା ରୁଜୁ କରିଛି।
ଅଭିନେତା ତଥା ନିର୍ଦ୍ଦେଶକ ଫରହାନ୍ ଅଖତର୍ ନିଜର ଅପ୍କମିଙ୍ଗ ଫିଲ୍ମ ‘ତୁଫାନ୍’ ପାଇଁ ବକ୍ସିଂ ଟ୍ରେନିଂ ନେଉଥିବା ଏକ ଫଟୋ ସେୟାର କରିଛନ୍ତି । ଏଥିରେ ଫରହାନ୍ ବକ୍ସିଂ କରୁଥିବାର ନଜର ଆସିଛନ୍ତି । ରାକେଶ ଓମ୍ ପ୍ରକାଶ ମେହେରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପାଇଁ ଫରହାନ୍ ବେଶ୍ ପରିଶ୍ରମ କରୁଛନ୍ତି । ସେ ଏହି ଫଟୋକୁ ନିଜ ଇନ୍ଷ୍ଟାଗ୍ରାମ୍ରେ ସେୟା କରି କ୍ୟାପସନ୍ ଲେଖିଛନ୍ତି – ‘ତୁଫାନ୍ ଉଠିବ’ । ଏହି ଫିଲ୍ମ ପାଇଁ ଫରହାନ୍ ବକ୍ସିଂ ଟ୍ରେନିଂ ନେବା ସହ ନିଜ ଚେହେରାକୁ ପୂରା ବଦଳାଇଛନ୍ତି । ପୂର୍ବରୁ ରାକେଶ ଓମ୍ ପ୍ରକାଶ ମେହେରାଙ୍କ ସହ ‘ଭାଗ୍ ମି୍ଲ୍ଖା ଭାଗ୍’ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ, ଯାହା ବେଶ୍ ସୁପରହିଟ୍ ରହିଥିଲା । ଏହି ଫିଲ୍ମକୁ ନେଇ ମଧ୍ୟ ଫରହାନ୍ ବେଶ୍ ଆଶା ରଖିଛନ୍ତି ।
ସମୀକ୍ଷା ବ୍ୟୁରୋ ନୌସେନାର ୪୦ତମ ବାର୍ଷିକୀ ଅବସରରେ ଖୋର୍ଦ୍ଧା ଜିଲ୍ଲା ବଡକୂଳ ନିକଟ ପାନ୍ଥନିବାସଠାରେ ଚିଲିକା ନୌବାହିନୀ ଦ୍ବାରା ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ନେଇ ଏକ ନୌଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଚିଲିକା ଉନ୍ନୟନ କର୍ତ୍ତୁପକ୍ଷଙ୍କ ସହଯୋଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ଆହୁଲା ଓ କାତମରା ପର୍ଯ୍ୟାୟରେ ନୌଚାଳାନା ପ୍ରତିଯୋଗିତା ହୋଇଛି। ଆହୁଲାରେ ୧୦ଟି ଗ୍ରୁପ୍ ଅଂଶଗ୍ରହଣ କରିଥିବାବେଳେ କାତମରାର ୯ଟି ଗ୍ରୁପ୍ ଅଂଶଗ୍ରହଣ କରିଥିଲେ। କାତମରାରେ ଜୟନ୍ତୀପୁର ପିଏଫ୍ସିଏସ୍ ପ୍ରଥମ ହୋଇଥିବାବେଳେ ମା’ ଚିଲିକାରାଣୀ ଦ୍ବିତୀୟ ଓ ଗଙ୍ଗାଦେବୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଆହୁଲା ପ୍ରତିଯୋଗିତାରେ ମା’ ଉଗ୍ରତାରା, ଶାନ୍ତିନଗର ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ମା’ କାଳିଜାଇ, ହରିଚାନ୍ଦ ଠାକୁର ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ନାଭାଲ୍ ଅଫିସର୍ ଇନ୍ ଚାର୍ଜ ଓଡ଼ିଶା କ୍ରମେଡର୍ ଋତୁରାଜ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବାବେଳେ ବାଲୁଗାଁ ପୋଲିସ୍ ଓ ବନ୍ୟପ୍ରାଣୀ…
ଶ୍ରୀଲଙ୍କାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳର ପ୍ରାର୍ଥୀ ଗୋଟବାୟା ରାଜପକ୍ଷ ବିଜୟୀ ହୋଇଛନ୍ତି । ସେ ଶ୍ରୀଲଙ୍କାରେ କ୍ଷମତାସୀନ ଦଳର ପ୍ରାର୍ଥୀ ସଜୀତ ପ୍ରେମଦାସଙ୍କୁ ବଡ ବ୍ୟବଧାନରେ ପରାସ୍ତ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟବାୟା ରାଜପକ୍ଷଙ୍କୁ ବିଜୟରୁ ଶୁଭେଚ୍ଛା ଜଣାଇଛନ୍ତି । ଦୁଇ ଦେଶ ଏବଂ ନାଗରିକଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କକୁ ପ୍ରଗାଡ କରିବା, ଶାନ୍ତି ଏବଂ ସମୃଦ୍ଧି ସହ ଆଞ୍ଚଳିକ ସୁରକ୍ଷା ପାଇଁ ଆପଣଙ୍କ ସହ ମିଶି କାମ କରିବାକୁ ଆଶା କରୁଛନ୍ତି ବୋଲି ଟୁଇଟ୍ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଆନୁଷ୍ଠାନିକ ଭାବେ ଏହା ଘୋଷଣା ହୋଇନାହିଁ ।
Mumbai: Actor and reality television show Big Boss Season 12 host Salman Khan on the sets of the show’s ‘Weekend Ka Vaar’ episode in Mumbai on Nov 9, 2018. (Photo: IANS)
ସମୀକ୍ଷା ବ୍ୟୁରୋ ବାଣପୁର ବଜାର ସାହି ମଧ୍ୟରେ ଆଜି ୧୭ ବର୍ଷ ବୟସର ଜଣେ ନାବାଳକ ସୁଶାନ୍ତ ସାମଲଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଜଣେ ଅସାମାଜିକ ବ୍ୟକ୍ତି କୌଣସି କାରଣରୁ ସମ୍ପୃକ୍ତ ନାବାଳାକକୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ପରେ ନାବାଳକ ଜଣକ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ନାବାଳାକର ମା ସୁଷମା ସାମଲ୍ ଏହି ଘଟଣା ନେଇ ବାଣପୁର ଥାନାରେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଆକ୍ରମଣକାରୀ ଯୁବକଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ମାନ ରହିଥିବାବେଳେ ସେ ପୋଲିସ୍କୁ ଚକ୍ମା ଦେଇ ଘୂରି ବୁଲୁଛି। ତେବେ, ପୋଲିସ୍ ଏହି ଘଟଣାର ତଦନ୍ତ କରୁଛି।
ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଜାରି ରହିଛି ସସପେନ୍ସ। ଶିବସେନାର ମୁଖପତ୍ର ସଞ୍ଜୟ ରାଉତ ଆଜି ବାଲାସାହେବଙ୍କ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଶିବସେନା ହେବ ବୋଲି କହିଛନ୍ତି । ସଞ୍ଜୟ ରାଉତ ଓ ଅରବିନ୍ଦ ସାଓ୍ବନ୍ତ ମୁମ୍ବାଇର ଶିବାଜୀ ପାର୍କଠାରେ ଶିବସେନା ସଂସ୍ଥାପକ ବାଲା ସାହେବ ଠାକ୍ରେଙ୍କ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ବାଲାଠାକ୍ରେଙ୍କ ସ୍ମୃତିଚାରଣ କରି ସଞ୍ଜୟ ରାଉତ କହିଛନ୍ତି – ବାଲା ସାହେବ ଦେଶକୁ ହିନ୍ଦୁତ୍ବର ସନ୍ଦେଶ ଦେଇଥିଲେ। ବାଲା ସାହେବ ଯେଉଁ କଥା ଦେଇଥିଲେ, ତାହା ଏବେ ପୂରା ହେବ । ମହାରାଷ୍ଟ୍ରରେ ଏବେ ଶିବସେନା ମୁଖ୍ୟମନ୍ତ୍ରୀ ହେବ। କେବଳ ୫ ବର୍ଷ ପାଇଁ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଶିବସେନା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବ ବୋଲି ସଞ୍ଜୟ ରାଉତ କହିଛନ୍ତି। ବିଜେପି ସହିତ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସହମତି ନ ହେବାରୁ ୩୦ ବର୍ଷର ସମ୍ପର୍କକୁ ତୁଟାଇଛି ଶିବସେନା । ଏବେ…
ସମୀକ୍ଷା ବୁରୋ ବାଣପୁର-ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ପକ୍ଷରୁ ‘ଚିଲିକା – ଏକ ଦୃଷ୍ଟିପାତ’ ପ୍ରସଙ୍ଗ ଭିତ୍ତିକ ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ପାଠଚକ୍ର ଓଡ଼ିଆ ବିଭାଗୀୟ ମୁଖ୍ୟ ପାର୍ଥସାରଥୀ ସାମନ୍ତରାୟଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ପାଠଚକ୍ରରେ ଯୁକ୍ତ ତିନିର ପ୍ରଥମ, ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହାକୁ ଉପସ୍ଥାପନା କରିଥିଲେ ତୃତୀୟ ବର୍ଷର ଛାତ୍ରୀ ଝୁମାରାଣୀ ପାତ୍ର। ରାଧାନାଥଙ୍କ ଚିଲିକା କାବ୍ୟ ସମ୍ପର୍କରେ ଅଧ୍ୟାପକ ଚିତ୍ତରଞ୍ଜନ ବେହେରା, ତୃପ୍ତିରାଣୀ ସ୍ବାଇଁ ଓ ଯଯାତି କେଶରୀ ବଡ଼ଜେନା ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ବିଭାଗୀୟ ମୁଖ୍ୟ ପାର୍ଥସାରଥୀ ସାମନ୍ତରାୟ ରଧାନାଥ ଓ ଚିଲିକା କାବ୍ୟର ସୌନ୍ଦର୍ଯ୍ୟ ତାତ୍ତ୍ବିକ ତଥ୍ୟ ପ୍ରଦାନ କରିଥିଲେ। ଶେଷେର ତୃତୀୟ ବର୍ଷର ଛାତ୍ରୀ ଶୋଭାରାଣୀ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ।
ସିଲିଣ୍ଡରୁ ଗ୍ୟାସ ଲିକ ହୋଇ ଗୁରୁତର ଅବସ୍ଥାରେ ଥିବା ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛି। ବାପ ଓ ପୁଅ ଦିଲ୍ଲୀରେ କାମ କରୁଥିଲେ ଓ ଏକ ଭଡ଼ାଘରେ ରହୁଥିଲେ। ଗତ ୧୨ ତାରିଖରେ ଭଡ଼ା ଘରେ ଥିବା ବେଳେ ହଠାତ୍ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗିଯାଇ ଏଭଳି ଅଘଟଣ ଘଟିଥିଲା। ଗୁରୁତର ଅବସ୍ଥାରେ ବାପା ଦିଲ୍ଲୀର ଏକ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଦୁହେଁ ସୋର ସୋର ଅନ୍ତରା ପଞ୍ଚାୟତ କନ୍ଦାଡ଼ ଗ୍ରାମର।
ଗଙ୍ଗାକୁ ପ୍ରଦୂଷଣମୁକ୍ତ କରିବାକୁ ସରକାର କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଆସନ୍ତାକାଲି ଠାରୁ ସଂସଦରେ ହେବାକୁ ଥିବା ଶୀତକାଳୀନ ଅଧିବେଶନରେ ସରକାର ଗଙ୍ଗା ସଫା ସୁତୁରା ରଖାଯିବା ନେଇ ବିଲ୍ ଆଗତ କରିବେ। ଏହା ସହ ଗଙ୍ଗା ପ୍ରଦୂଷଣ କରୁଥିବା ଲୋକମାନଙ୍କୁ ୫ ବର୍ଷ ଜେଲଦଣ୍ଡ ତଥା ୫୦ ହଜାର ଟଙ୍କାର ଜରିମାନା ବ୍ୟବସ୍ଥା କରାଯାଇପାରେ ବୋଲି ସୂଚନା ମିଳିଛି। ସୂଚନା ମୁତାବକ, ଏନେଇ ଜଳଶକ୍ତି ମନ୍ତ୍ରାଳୟ ବିଲ ପ୍ରସ୍ତୁତ କରି କ୍ୟାବିନେଟରେ ମଞ୍ଜୁରୀ ପାଇଁ ପଠାଇଛି। ଏଥିରେ ବେଆଇନ ନିର୍ମାଣ କାର୍ଯ୍ୟ, ଗଙ୍ଗାରେ କୌଣସି ବିଷାକ୍ତ ଜିନିଷ ନପାକଇବା ପାଇଁ ନିୟମ କରାଯାଇଛି। ଏହି ବିଲରେ କୁହାଯାଇଛି ଯେ, ଯଦି କେହି ବେଆଇନ ଭାବରେ ଗଙ୍ଗାର ଗତି ରୋକିବା ପାଇଁ ଚେଷ୍ଟା କରନ୍ତି ତେବେ ସେମାନଙ୍କ ଉପରେ ଅତି କମରେ ୫୦ କୋଟି ଟଙ୍କାର ଜରିମାନା ଲଗାଯିବ। ଏତଦ୍ ବ୍ୟତୀତ ଯଦି ଗଙ୍ଗା କୂଳରେ କେହି ଘର କିମ୍ଵା ଦୋକାନ ପାଇଁ…

