ସମୀକ୍ଷା ବ୍ୟୁରୋ ବର୍ତ୍ତମାନ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉଦବେଗଜନକ ସ୍ଥିତିରେ ରହିଛି। ସୂଚକାଙ୍କ ୬୦୦ ଟପି ଯାଇଛି। ଏହି ସମ୍ବେଦନଶୀଳ ପରିସ୍ଥିତିକୁ ନେଇ ସୁପ୍ରିମ୍କୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଭର୍ସନା ମଧ୍ୟ କରିଛନ୍ତି। ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦେଖି ରାଜ୍ୟ ସରକାର ଅଡ୍ ଇଭିନ୍ ଫର୍ମୁଲା ଲାଗୁ କରିଛନ୍ତି କିନ୍ତୁ ଏହାଦ୍ବାରା ସେତେ ବେଶି କିଛି ଲାଭ ହୋଇପାରୁନାହିଁ । କାରଣ ଚାରି ଚକିଆ ଯାନବାହାନ ଦ୍ବାରା ପ୍ରଦୂଷଣ ସମୁଦାୟ ପ୍ରଦୂଷଣର ମାତ୍ର ୩ ପ୍ରତିଶତ। ସୁପ୍ରିମ୍କୋର୍ଟ ଦିଲ୍ଳୀରେ ବଢୁଥିବା ପ୍ରଦୂଷଣ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଥିବାବେଳେ ଏନେଇ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ଏକ ଦୀର୍ଘ ସୂତ୍ରୀ ଯୋଜନା ବାହାର କରିବାକୁ ବିଗତ ଦିନରେ ସଂସଦର ଏକ କମିଟି ଦିଲ୍ଲୀ ସରକାରଙ୍କୁ କହିଥିଲା। ଶୁକ୍ରବାର ଦିନ ବାୟୁ ପ୍ରଦୂଷଣ ସମ୍ପର୍କିତ ଏକ…
Author: Samikhsya Bureau
ମର୍ଦ୍ଦାନୀ-2ର ଟ୍ରେଲର ଲଞ୍ଚ ପରେ ଏହାକୁ ନାପସନ୍ଦ କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା । ଫିଲ୍ମରେ କୋଟାରେ ବିଭିନ୍ନ ଯୁବତୀଙ୍କୁ ହତ୍ୟା କରୁଥିବା ଜଣା ସାଇକୋ ସିରିଏଲ୍ କିଲରକୁ ଏହି ଫିଲ୍ମରେ ଦେଖିବାକୁ ମିଳିଛି । କୋଟା ଇଞ୍ଜିନିୟରିଂ ଏବଂ ଆଇଆଇଟି କୋଚିଂ ପାଇଁ ପ୍ରତିଷ୍ଠା ହାସଲ କରିଥିବା ବେଳେ ଫିଲ୍ମରେ କୋଟାକୁ ନକରାତ୍ମକ ଢଙ୍ଗରେ ପ୍ରଦର୍ଶିତ କରାଯାଇଛି । ଏକ ସହରର ନାମ ମଳିନ କରିବା ଅତ୍ୟନ୍ତ ପରିତାପର ବିଷୟ ବୋଲି କୋଟାରୁ ସାଂସଦ ରହିଥିବା ଓମ୍ ବିର୍ଲା ପ୍ରକାଶ କରିଛନ୍ତି ।
ଆସନ୍ତା କାଲି ଅବସର ଗ୍ରହଣ କରିବାକୁ ଯାଉଥିବା ସୁପ୍ରିମ୍କୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଅବସର ପରେ ଜେଡ୍ ପ୍ଲସ୍ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯିବ ବୋଲି ଜଣାପଡିଛି । ଅବସର ପରେ ଗୋଗୋଇ ଆସାମରେ ଅବସ୍ଥାନ କରିବାକୁ ଯାଉଥିବାରୁ ତାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ବ୍ୟବସ୍ଥା ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦିବ୍ରୁଗଡର ବାସିନ୍ଦା ଗୋଗୋଇଙ୍କୁ ଅବସର ପରେ ଗୌହାଟୀରେ ଅବସ୍ଥାପିତ କରାଇବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରାମ ଜନ୍ମଭୂମି ଏବଂ ବାବ୍ରୀ ମସ୍ଜିଦ୍ ମାମଲାରେ ଐତିହାସିକ ରାୟ ପ୍ରଦାନ କରିବା ପରେ ଗୋଗୋଇଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଥିବା ଜଣାପଡିଛି ।
ଶୀତକାଳୀନ ଅଧିବେଶର ଚତୁର୍ଥ ଦିନରେ ଗୃହରେ ସରକାରୀ ପୁସ୍ତକରେ ମହାତ୍ମା ଗାନ୍ଧିଙ୍କ ମୃତ୍ୟୁର ଭୁଲ ତଥ୍ୟ ନେଇ ବିବୃତ୍ତି ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଘଟଣାକୁ ବିଭ୍ରାନ୍ତ ଓ ପରିବର୍ତ୍ତନ କରି ଦର୍ଶାଇବା ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଛନ୍ତି । ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ରାଜ୍ୟ ସରକାରଙ୍କ ଦ୍ଵାରା ମୁଦ୍ରିତ ଏକ ପ୍ରଚାରପତ୍ରିକା ନେଇ ଗତକାଲି ଗୃହ ସରଗରମ ରହିଥିଲା । ଏହି ସରକାରୀ ପୁସ୍ତକରେ ଗାନ୍ଧିଜୀଙ୍କ ମୃତ୍ୟୁ ଆକସ୍ମିକ ଘଟଣା ବୋଲି ଲେଖାଯାଇଛି । ପୁନଃମୁଦ୍ରଣ କରାଯାଇ ପୁଣି ଥିରେ ଲିଫଲେଟ୍ ବଣ୍ଟାଯିବ । ସେହି ଲିଫଲେଟ ପ୍ରସ୍ତୁତିରେ ସମ୍ପୃକ୍ତ କର୍ମଚାରୀଙ୍କୁ ସେବା ନିବୃତ୍ତ କରାଯିବ । ଏହି ଘଟଣାରେ 2 ଅଧିକାରୀଙ୍କୁ କୈଫିୟତ ତଲବ କରାଯାଇଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।
ସମୀକ୍ଷା ବ୍ୟୁରୋ ବାଣପୁର-ଆଜି ବାଣପୁରଠାରେ ଏବିଭିପି ତରଫରୁ ମିଶନ ସାହାସୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାହାସୀ ତଥା ଆତ୍ମରକ୍ଷା ଉଦ୍ଦେଶ୍ୟରେ ଏବିଭିପି ପକ୍ଷରୁ ଏହି ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଏବିଭିପିର ମିଶନ ସାହସୀ କାର୍ଯ୍ୟକ୍ରମ ନିର୍ଭର ନାଇଁ ନିର୍ଭୟ। ଅକ୍ଷମ ନାଇଁ ସକ୍ଷମ। ଆଜିର ଭାରତୀୟ ନାରୀ ସବୁକ୍ଷେତ୍ରରେ ପୁରୁଷ ସହ ତାଳ ମେଳାଇ ଅବା ପୁରୁଷକୁ ପଛରେ ପକାଇ ଆଗକୁ ବଢୁଛି। ଏହି ଚିନ୍ତାଧାରାକୁ ସମଗ୍ର ଭାରତର କୋଣ ଅନୁକୋଣରେ ଥିବା ଛାତ୍ରୀ ତଥା ଭଉଣୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଗତବର୍ଷ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ତରଫରୁ ସମଗ୍ର ଭାରତବର୍ଷରେ ଆୟୋଜିତ କରାଯାଇଥିଲା। ସେହିପରି ଗତବର୍ଷ ଅନୁରୂପ ଭାବେ ବାଣପୁରରେ ମଧ୍ୟ ଏବିଭିପି ଦ୍ୱାରା ମିଶନ ସାହସୀ କାର୍ଯ୍ୟକ୍ରମ କରାଯାଇଥିଲା ଯାହା ଭାରତରେ ଦ୍ଵିତୀୟ ତଥା ଓଡିଶାରେ ପ୍ରଥମ ମିଶନ ସାହସୀ କାର୍ଯ୍ୟକ୍ରମ ଥିଲା। ଚଳିତ ବର୍ଷ ଏବିଭିପି ବାଣପୁର-ବାଲୁଗାଁ ନଗର ଶାଖା ତରଫରୁ…
Bollywood actors John Abraham and Ileana D’Cruz arrives to promote of their upcoming film Pagalpanti,in Mumbai on Friday.
ଇରାକରେ ଏକ ବିସ୍ଫୋରଣ ଘଟି 6 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 30 ଜଣ ଆହତ ହୋଇଛନ୍ତି । ଇରାକରେ ସରକାରୀ ବିରୋଧୀ ଆନ୍ଦୋଳନ ଚାଲିଥିବା ବେଳେ ଆନ୍ଦୋଳନ ଚାଲିଥିବା ସ୍ଥାନରୁ କିଛି ଦୂରରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ କାର ବୋମାର ବ୍ୟବହାର କରାଯାଇଥିଲା । ଟାୟାରାନ୍ ସ୍କ୍ବେୟାର ଏକ କାର ବୋମା ଜରିଆରେ ଏହି ବିସ୍ଫୋରଣ କରାଯାଇଥିଲା । ଆନ୍ଦୋଳନକାରୀଙ୍କ ଠାରୁ ମାତ୍ର 300 ମିଟର ଦୂରରେ ଏହି ବିସ୍ଫୋରଣ ହୋଇଥିଲା । ଏହି ଆକ୍ରମଣ ନିମନ୍ତେ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି । ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଓଡିଶା ଆସୁଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ। ଏହି ଅବସରରେ ସେ ଓଡିଶାର ବିଭିନ୍ନ ରାସ୍ତା ତଥା ଜାତୀୟ ରାଜପଥ ପ୍ରକଳ୍ପ ଗୁଡିକର ସ୍ଥିତି ସମୀକ୍ଷା କରିବେ। ଭୁବନେଶ୍ଵରରେ ଏକ ଘରୋଇ ହୋଟେଲରେ ମନ୍ତ୍ରୀ ଏକ ସମୀକ୍ଷା ବୈଠକରେ ଯୋଗଦେବେ। ଏହି ବୈଠକରେ କୋଷ୍ଟାଲ ହାଇୱେକୁ ଅଧିକ ଫୋକୋସ୍ ଦିଆଯିବ ବୋଲି ଅନୁମାନ କରାଯାଉଛି। ଏକ ସ୍ଵତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ଵର ଆସୁଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଏହି ପ୍ରକଳ୍ପ ଉପରେ କେନ୍ଦ୍ରମନ୍ତ୍ରୀ ସମୀକ୍ଷା କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଏହାପରେ ଗଡକରୀ ଭୁବନେଶ୍ଵରରେ ଆୟୋଜିତ ଏକ ଘରୋଇ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ଅପରାହ୍ନରେ ନାଗପୁର ଫେରିବାର କାର୍ଯ୍ୟକ୍ରମ ରହିଛି।
ପ୍ରଧାନଶିକ୍ଷକଙ୍କ ଅସଦଆଚରଣରେ ଅତିଷ୍ଠ ହୋଇ ହଷ୍ଟେଲ ଛାଡିଲେ ଛାତ୍ରୀ । କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅଞ୍ଚଳରେ ଏଭଳି ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରଧାନଶିକ୍ଷକଙ୍କ ଅସଦଆଚରଣରେ ଭୟଭୀତ ହୋଇ ପ୍ରାୟ 15 ଜଣ ଛାତ୍ରୀ ରାତି ଅଧରେ ନିକଟସ୍ଥ ଗାଁ ପାଖକୁ ପଳାଇ ଆସିଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ, କେନ୍ଦୁଝର ଯୋଡା ବ୍ଲକ ଅଞ୍ଚଳରେ ଥିବା ଏକ ଆବାସିକ ଛାତ୍ରୀ ନିବାସର ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦଆଚରଣ ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ପ୍ରଧାନଶିକ୍ଷକ ଜଣକ ଛାତ୍ରୀ ନିବାସରେ ରୀତିମତ ଭାବରେ ଛାତ୍ରୀମାନଙ୍କୁ ଅସଦଆଚରଣ କରୁଥିଲେ । 40 ଜଣ ଛାତ୍ରୀଙ୍କ ମଧ୍ୟରୁ 15 ଜଣ ଛାତ୍ରୀ ଗତକାଲି ନିକଟସ୍ଥ ଗାଁ ପାଖକୁ ପଳାଇଥିଲେ ।
ଚାକିରି ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଗେଷ୍ଟହାଉସ୍ରେ ଦୁଷ୍କର୍ମ ହୋଇଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଗୋବିନ୍ଦପୁରର ବାବୁଲି ସାହୁ (27) ସମଷ୍ଟି ଗେଷ୍ଟହାଉସ୍ର କର୍ମଚାରୀ । ପୁରୀ ବ୍ରହ୍ମଗିରି ଅଞ୍ଚଳର ପିଙ୍କି(ଛଦ୍ମନାମ)ଙ୍କୁ ଚାକିରି ଦେବାକୁ ପ୍ରଲୋଭନ ଦେଖାଇ ତାଙ୍କୁ ଭୁବନେଶ୍ୱର ଡକାଇ ବରମୁଣ୍ଡାରେ ଥିବା ସମଷ୍ଟି ଗେଷ୍ଟହାଉସ୍ରେ ତାଙ୍କୁ ରଖି ଦୁଷ୍କର୍ମ କରିଥିଲେ । ଲୋକଲଜ୍ଜା ଭୟରେ ପିଙ୍କି କାହାକୁ କିଛି ନ କହି ଗାଁକୁ ପଳାଇଥିଲେ । ପରେ ପିଙ୍କିଙ୍କ ଅଭିଯୋଗ କାରଣରୁ ପୋଲିସ ଚଢାଉ କରି 2 ଜଣ ବଙ୍ଗୀୟ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଥିଲା । ଚଢ଼ଉ ସମୟରେ ବାବୁଲି ଖସି ପଳାଇଥିଲା । ପରେ ବାବୁଲିଙ୍କୁ ସାଲିଆସାହି ବସ୍ତିରୁ ଗିରଫ କରିଥିଲା ପୁଲିସ ।
କେଦାର ମିଶ୍ର ଯେତେ ସଫଳତା ପାଇଲେ ମଧ୍ୟ ଅପରାଜିତା ଷଡଙ୍ଗୀ ବିଜେପି କର୍ମୀଙ୍କ ଲାଗି ସବୁବେଳେ “ସାହେବାଣୀ” ଓ ତାଙ୍କୁ ଦଳର କର୍ମୀମାନେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି- ଏମିତି ଏକ ବକ୍ତବ୍ୟ ଦେଇଛନ୍ତି ଭୁବନେଶ୍ଵର ବିଜେପିର ଜଣେ ପୁରୁଣା କର୍ମୀ। ଏହା କେବଳ ଜଣକର ନୁହେଁ, ଭୁବନେଶ୍ଵର ବିଜେପିର ବହୁ କର୍ମୀଙ୍କ ପାଇଁ ଏହା ହିଁ ଏକମାତ୍ର ସତ୍ୟ। ଭୁବନେଶ୍ଵର ଲୋକସଭା ଆସନରୁ ଅପରାଜିତା ଷଡଙ୍ଗୀଙ୍କ ବିଜୟ ପାଇଁ ତାଙ୍କୁ ବିଜେପି ନୁହଁ, ବରଂ ପରୋକ୍ଷ ଭାବରେ ବିଜେଡି ଓ କଂଗ୍ରେସର ସହାୟତା ମିଳିଛି ବୋଲି ମଧ୍ୟ କେହି କେହି କହୁଛନ୍ତି। ବିଜେଡି ଯଦି ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ ନ କରିଥାନ୍ତା ଓ କଂଗ୍ରେସର ପ୍ରାର୍ଥୀ ଭୁବନେଶ୍ୱର ଆସନରେ ଲଢିଥାନ୍ତେ, ତାହେଲେ ଅପରାଜିତା ଜିତିବାର କୌଣସି ସମ୍ଭାବନା ନଥିଲା ବୋଲି ମଧ୍ୟ କୁହାଯାଉଛି। ତେବେ ରାଜନୈତିକ ବାସ୍ତବତା ହେଉଛି, ଅପରାଜିତା ଷଡଙ୍ଗୀ ନିର୍ବାଚନ ଜିତିଛନ୍ତି ଓ ବିଜେପିରେ ଏକ ନୂଆ…
Bollywood actor Ileana D’Cruz poses during promotion of their upcoming film Pagalpanti,in Mumbai on Friday. UNI PHOTO-69U
ସମୀକ୍ଷା ବ୍ୟୁରୋ ବାଣପୁର, ୧୫ ନଭେମ୍ବର: ଖୋର୍ଧା ଜିଲ୍ଲା, ବାଣପୁରସ୍ଥିତ “ସତ ସଙ୍ଗ ବିହାର ଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଆଚାର୍ଯ୍ୟ ଦେବଙ୍କ ମଧ୍ୟମ ପୁତ୍ର ଶ୍ରୀ ଅନିନ୍ଦ୍ୟଦୃତି ଚକ୍ରବର୍ତ୍ତି ବା ବିଙ୍କିଦାଙ୍କ ଉପସ୍ଥିତରେ ଏହି ବିଗ୍ରହ ପ୍ରତିଷ୍ଠା କରାଯାଇଛି। ଏହି ଅବସରରେ ବିଙ୍କି ଦା ଶ୍ରଦ୍ଧାଳୁଙ୍କୁ ଆଶିର୍ବାଦ ଦେବା ସହିତ ଉଦବୋଧନ ମଧ୍ୟ ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ଶ୍ରୀ ଠାକୁରଙ୍କ ଇଚ୍ଛା ଓ ତାଙ୍କର ଆଶିର୍ବାଦରେ ବାଣପୁରରେ ପହଚିଂବା ସମ୍ଭବ ହୋଇପାରିଛି। ବାଣପୁରବାସୀଙ୍କ ଭକ୍ତି ଯୋଗୁଁ ଏଠାରେ ଏକ ଆକର୍ଷଣୀୟ ଏବଂ ଅଦଭୁତ ମନ୍ଦିର ନିର୍ମାଣ ହୋଇପାରିଛି। ଏଥିସହିତ ଭକ୍ତିଭାବ ଯୋଗୁଁ ଠାକୁର ଏଠାରେ ଅଧିଷ୍ଠିତ ହୋଇପାରିଛନ୍ତି। ଯେଉଁମାନେ ନିଜ ଜୀବନରେ ଶ୍ରୀ ଠାକୁରଙ୍କୁ ଗ୍ରହଣ କରି ତାଙ୍କୁ ନିଜର କରିଛନ୍ତି ସେ ନିଶ୍ଚିତ ହୃଦବୋଧ କରି ପାରୁଥିବେ ଆଜିର ଦିନର ଗୁରୁତ୍ବ କେତେ। …
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କର ଶୁକ୍ରବାର ଥିଲା ଶେଷ କାର୍ଯ୍ୟଦିବସ। ଏହି ଅବସରରେ ତାଙ୍କୁ ସୁପ୍ରିମକୋର୍ଟ ପରିସରରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ନଭେମ୍ବର ୧୭ରେସେ ଅବସର ଗ୍ରହଣ କରିବେ। ନଭେମ୍ବର ୧୮ରେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ। ନିଜ କାର୍ଯ୍ୟକାଳର ଶେଷ ଦିନରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କିଛି ସମୟ ପାଇଁ ନିଜ କାର୍ଯ୍ୟାଳୟର ଦାୟିତ୍ୱ ଭାର ସମ୍ଭାଳିଥିଲେ। ପରମ୍ପରା ଅନୁସାରେ ସିଜେଆଇ ଗୋଗୋଇ ନିଜ ଉତ୍ତରାଧିକାରୀ ବିଚାରପତି ଏସ୍.ଏ. ବୋବଡେଙ୍କ ସହ କୋର୍ଟରେ ବସିଥିବାବେଳେ ଏହି ସମୟରେ ମାତ୍ର ୩ମିନିଟ୍ରେ ସେ ୧୦ଟି ମାମଲାରେ ନୋଟିସ ଜାରି କରିଥିଲେ । ଶାବରୀମାଲା, ରାଫେଲ୍, ଅଯୋଧ୍ୟା ପରି ବହୁ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି ବିଚାରପତି ରଞ୍ଜନ ଗୋଗେଇ ।

