Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦିଲ୍ଲୀର ହାୱା ବିଷାକ୍ତ ହେଲେ ସାଂସଦଙ୍କର କଣ ଯାଏ, ସେ ଆରାମରେ କ୍ରିକେଟ ମ୍ୟାଚ ଦେଖିବେ!!
ବିଶେଷ ଖବର

ଦିଲ୍ଲୀର ହାୱା ବିଷାକ୍ତ ହେଲେ ସାଂସଦଙ୍କର କଣ ଯାଏ, ସେ ଆରାମରେ କ୍ରିକେଟ ମ୍ୟାଚ ଦେଖିବେ!!

November 16, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବର୍ତ୍ତମାନ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉଦବେଗଜନକ ସ୍ଥିତିରେ ରହିଛି। ସୂଚକାଙ୍କ ୬୦୦ ଟପି ଯାଇଛି। ଏହି ସମ୍ବେଦନଶୀଳ ପରିସ୍ଥିତିକୁ ନେଇ  ସୁପ୍ରିମ୍‌କୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଭର୍ସନା ମଧ୍ୟ କରିଛନ୍ତି।  ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦେଖି ରାଜ୍ୟ ସରକାର ଅଡ୍‌ ଇଭିନ୍‌ ଫର୍ମୁଲା ଲାଗୁ କରିଛନ୍ତି କିନ୍ତୁ ଏହାଦ୍ବାରା ସେତେ ବେଶି କିଛି ଲାଭ ହୋଇପାରୁନାହିଁ । କାରଣ ଚାରି ଚକିଆ ଯାନବାହାନ ଦ୍ବାରା ପ୍ରଦୂଷଣ ସମୁଦାୟ ପ୍ରଦୂଷଣର ମାତ୍ର ୩ ପ୍ରତିଶତ। ସୁପ୍ରିମ୍‌କୋର୍ଟ ଦିଲ୍ଳୀରେ ବଢୁଥିବା ପ୍ରଦୂଷଣ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଥିବାବେଳେ ଏନେଇ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ଏକ ଦୀର୍ଘ ସୂତ୍ରୀ ଯୋଜନା ବାହାର କରିବାକୁ ବିଗତ ଦିନରେ ସଂସଦର ଏକ କମିଟି ଦିଲ୍ଲୀ ସରକାରଙ୍କୁ କହିଥିଲା। ଶୁକ୍ରବାର ଦିନ ବାୟୁ ପ୍ରଦୂଷଣ ସମ୍ପର୍କିତ ଏକ ସଂସଦୀୟ ଜରୁରୀ ବୈଠକର ଆୟୋଜିତ କରାଯାଇଥିଲା।

ଏହି ବୈଠକରେ ବିଜେପିର ସାଂସଦ ଗୌତମ ଗମ୍ଭୀରଙ୍କ ସମେତ ଅନେକେ ବରିଷ୍ଠ ଅଧିକାରୀ ଅନୁପସ୍ଥିତ ରହିଥିଲେ।  ଉକ୍ତ ବୈଠକକୁ ଡିଡିଏର ଉପାଧ୍ୟକ୍ଷ ,ଏମସିଡିର କମିଶନର ଏବଂ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନର ସଚିବ ମାନଙ୍କୁ ମଧ୍ୟ ଆମନ୍ତ୍ରିତ କରଯାଇଥିଲା। ୩୦ଜଣିଆ ଏହି ବୈଠକରେ ବାୟୁ ପ୍ରଦୂଷଣ ସମ୍ପର୍କରେ ବିଶଦ ଆଲୋଚନା କରାଯାଇ ପ୍ରଦୂଷଣର ମାତ୍ରା କମ କରିବା ପାଇଁ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ମତାମତ ନିଆଯିବାର କାର୍ଯ୍ୟକ୍ରମ ରହିଥିବାବେଳେ ଏହି ବୈଠକରେ ମାତ୍ର ୪ ଜଣ ସଦସ୍ୟ ଉପସ୍ଥିତ ରହିଥିଲେ, ଯାହା ଫଳରେ ଏହି ବୈଠକକୁ ବାତିଲ୍‌ କରାଯାଇଥିଲା। କେବଳ ବିଜେପି ସାଂସଦ ନୁହଁନ୍ତି ,ଏହି ବୈଠକକୁ ବହୁ ବରିଷ୍ଠ ଅଧିକାରୀ  ଆସିନଥିଲେ। ଗୌତମ ଗମ୍ଭୀର ଉକ୍ତ ବୈଠକରେ ଯୋଗ ନ ଦେଇ ଭାରତ-ବାଂଲାଦେଶ ମଧ୍ୟରେ ଚାଲିଥିବା କ୍ରିକେଟ ମ୍ୟାଚ୍‌ରେ ଘୋଷକ ଭାବେ ରହିଥିଲେ।  ସେହି ମ୍ୟାଚରେ ପୂର୍ବତନ କ୍ରିକେଟିୟର୍‌ ଭିଭିଏସ୍‌ ଲକ୍ଷ୍ମରଙ୍କ ସହ ପୋହା ଓ ଜିଲାବୀ ଖାଇ ମଜା ନେଉଥିବା ରଏକ ଫଟୋ ମଧ୍ୟ ଟ୍ବିଟର୍‌ରେ ସେୟାର କରିଥିଲେ। ସମ୍ପ୍ରତି ଦିଲ୍ଲୀରେ ପ୍ରଦୂଷଣ ସମସ୍ୟା ଏକ ସମ୍ବେଦନଶୀଳ ବିଷୟ। ଲୋକପ୍ରତିନିଧି ଭାବେ ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତ୍ବ ନଦେବା କେତେ ଦୂର ଯୁକ୍ତିଯୁକ୍ତ ? ସାଂସଦ ହୁଅନ୍ତୁ ଅଥବା ବିଧାୟକ, ଜନମାନଙ୍କ ସେବା ଅର୍ଥେ ସେମାନେ ନିର୍ବାଚିତ ହୋଇଥା’ନ୍ତି। ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କୁ ଆସ୍ଥା ଭାଜନ ହେବା ପାଇଁ ଭିନ୍ନ ଭିନ୍ନ ଫିକର ଫନ୍ଦି ତଥା ମିଛ ଆଶ୍ବାସନା ଦେଇଥା’ନ୍ତି । ନିର୍ବାଚିତ ହୋଇସାରିବା ପରେ ଜନଙ୍କ ସେବା କରିବା ନାଁରେ ନିର୍ବାଚିତ ହୋଇଥିବା ଜନପ୍ରତିନିଧିମାନେ ସେହି ଜନଙ୍କୁ ଅବହେଳା କରିଥା’ନ୍ତି । ଆମ ନିର୍ବାଚିତ ପ୍ରତିନିଧିମାନେ ଜନତାଙ୍କ ଅସୁବିଧା ପାଇଁ ସତରେ କେତେ ସଚେତନ, ତାହା ଏଥିରୁ ବେଶ୍‌ ଅନୁମାନ କରାଯାଇପାରେ।

ତେବେ ଦିଲ୍ଲୀର ସାଂସଦ ଭାବରେ ଗୌତମ୍‌ ଗମ୍ଭୀର ଏହି ବୈଠକରେ  ଯୋଗ ନ ଦେବା ପରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ସେ ପଇସା ରୋଜଗାର କରିବା ପାଇଁ ରାଜନୀତିରେ ଯୋଗ ଦେଇନାହାଁନ୍ତି। ସେ କେବଳ ତାଙ୍କ ପରିବାରକୁ ସମର୍ଥନ କରିବାକୁ ରାଜନୀତିକୁ ଆସିଛନ୍ତି ଏବଂ ଏହି ପ୍ରତିବଦ୍ଧତା ସେ ସାଂସଦ ହେବା ପୂର୍ବରୁ ରହିଛି। ତେବେ ଜଣେ ଜନପ୍ରତିନିଧି ଭାବେ ନିଜର ଦାୟିତ୍ବବୋଧ ତଥା କର୍ତ୍ତବ୍ୟକୁ ସଠିକ୍‌ ନିର୍ବାହ କରିବାରେ ଆମ ନିର୍ବାଚିତ ଜନ ପ୍ରତିନିଧିମାନେ କେତେ ସଚେତନ, ତାହା ବେଶ୍‌ ଜଣାପଡୁଛି । ଜଣେ ସଚେତନଶୀଳ ନାଗରିକ ଭାବେ ପ୍ରଥମ କର୍ତ୍ତବ୍ୟ ରୂପେ କେଉଁଟା ବେଶି ଗୁରୁତ୍ବପୂର୍ଣ୍ଣ, ତାହା ମଧ୍ୟ ସେମାନଙ୍କଠାରେ ଦେଖାଯାଉନାହିଁ। ନିର୍ବାଚିତ ହୋଇସାରି କେବଳ ବୟାନବାଜି କରିବା ଭିତରେ ସେମାନଙ୍କ କାର୍ଯ୍ୟ ସୀମିତ ରହୁଥିବାର ପରିଲକ୍ଷିତ ହେଉଛି। କେବଳ ଗୌତମ ଗମ୍ଭୀର ନୁହଁନ୍ତି, ପ୍ରାୟ ନିର୍ବାଚିତ ପ୍ରତିନିଧିମାନେ ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କୁ ଦେଇଥିବା ପ୍ରତିଜ୍ଞା ସବୁକୁ ପାଣିର ଗାର ବୋଲି ମନେ କରୁଛନ୍ତି। ନିଜ ପଦ ମର୍ଯ୍ୟାଦାର ସମ୍ମାନ ରଖିବା ତଥା ନିଜକୁ ଜଣେ ସଠିକ୍‌ ନାଗରିକ ଭାବେ ନିଜ ଦେଶ ଓ ଜାତି ପ୍ରତି କିଛି କର୍ତ୍ତବ୍ୟ କରିବା ଆଜିର ଦିନରେ ବଡ଼ ଆବଶ୍ୟକତା ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଦିଲ୍ଲୀରେ ଏନଡିଏ ବୈଠକ: ଯୋଗଦେବେ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

June 10, 2026

ମଦ ଦୋକାନ ଲାଇସେନ୍ସ ପୂର୍ବରୁ ସରକାରଙ୍କୁ ମିଳିଗଲାଣି ୮୪୦ କୋଟି, ପଟିଆ ଅଞ୍ଚଳ ପାଇଁ ସର୍ବାଧିକ ଆବେଦନ

June 10, 2026

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ତଦାରଖ

June 10, 2026

ଭାରତର ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେଲେ ମୋଦୀ: ଅଭିନନ୍ଦନ ଜଣାଇଲେ ପ୍ରମୁଖ ବିଶ୍ୱ ନେତା

June 10, 2026
Latest News

ଭାରତରେ କେଉଁଠାରେ ଏବଂ କିପରି ଲାଇଭ୍ ଦେଖିବେ FIFA ବିଶ୍ୱକପ୍?: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ 

June 10, 2026

ଆଜି ଦିଲ୍ଲୀରେ ଏନଡିଏ ବୈଠକ: ଯୋଗଦେବେ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

June 10, 2026

କଣ୍ଟେନର ଧକ୍କାରେ ୨ ମୃତ

June 10, 2026

ଦିଘାସ୍ଥିତ ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁରୀ ସାଂସଦ

June 10, 2026

ଆପାଚି ହେଲିକପ୍ଟର ଘଟଣା ପରେ ଇରାନ ଉପରେ ଆମେରିକାର ପ୍ରତିଆକ୍ରମଣ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.