PRAYAGRAJ, NOV 8 (UNI):- Hindu devotees taking holy dip in the Yamuna river on the occasion of Kartik Dev Uthani Ekadashi, at Baluwaghat in Prayagraj on Friday. UNI PHOTO-51U
Author: Samikhsya Bureau
People taking a look of the stones kept for making of Ram Temple, in Ayodhya on Friday.
MUMBAI, NOV 8 (UNI) – Mumbaikars facing with unseasonal rain, in Mumbai on Friday.UNI PHOTO-72U
ଭୁବନେଶ୍ୱରେରୁ ଯାତ୍ରୀଙ୍କୁ ନେଇ ମୁମ୍ୱାଇ ଅଭିମୁଖେ ଯାତ୍ରା କରିଥିବା ଏୟାର ଇଣ୍ଡିଆର ବାମ ପାର୍ଶ୍ୱର ଇଞ୍ଜିନରେ ନିଆଁ ଲାଗିଛି । ଭୁବନେଶ୍ୱରରୁ ଉଡାନ ଭରିବାର ୩୦ ମିନିଟ ପରେ ମଝି ଆକାଶରେ ବିମାନରେ କୌଣସି କାରଣରୁ ନିଆଁ ଲାଗିଥିଲା । ବିମାନ ଚାଳକ ଏହା ଜାଣିବା ପାରେ ନିକଟସ୍ଥ ବିମାନ ବନ୍ଦର ରାୟପୁର ସହ ସମ୍ପର୍କ କରି ଜରୁରୀ ଅବତରଣ କରିଥିଲେ । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ତେବେ ନିଆଁ କିପରି ଏବଂ କେଉଁ ପରିସ୍ଥିତିରେ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।
ସମ୍ଭାବ୍ୟ ବାତ୍ୟା ’ବୁଲ୍ବୁଲ୍’ ଭୟଙ୍କର ରୂପ ଧାରଣ କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇଛି । ୧୦ ତାରିଖ ସୁଦ୍ଧା ସୁନ୍ଦରବନର ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ରହିଛି । ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଥିବା ସିଟି ପରୀକ୍ଷାକୁ ମଧ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଘୁଞ୍ଚାଇ ଦିଆଯାଇଛି । ସେହିପରି ମୌଳିକ ଶିକ୍ଷା ଡିପ୍ଲୋମା ପରୀକ୍ଷା ସଂସ୍କୃତ ପେଡାଗୋଜି ପରୀକ୍ଷା ଘୁଞ୍ଚିଲା, ଏ ବିଷୟର ପରୀକ୍ଷା ନଭେମ୍ବର ୧୩ରେ ପୂର୍ବ ନିର୍ଦ୍ଧାରିତ ସମୟରେ ହେବ ବୋଲି ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ରହିଛି । ସମ୍ଭାବ୍ୟ ବାତ୍ୟା ବୁଲ୍ବୁଲ୍ ପ୍ରଭାବର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ମଧ୍ୟମଧରଣର ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ ହୋଇଛି । ବାତ୍ୟା ବୁଲ୍ବୁଲ୍ର ଗତି ବର୍ତ୍ତମାନ ଘଣ୍ଟା ପ୍ରତି ୧୩ କିମି ରହିଥିବାବେଳେ ଆସନ୍ତା କାଲି ୭୦ରୁ ୯୦ କିମି ବେଗରେ ବହିବ ବୋଲି ଆକଳନ କରାଯାଇଛି ।…
ରାଜ୍ୟ ସରକାର ୫ଟି ବିଶେଷ ଗୁରୁତ୍ବ ଦେଉଛନ୍ତି । ଲୋକ କଲ୍ୟାଣ ପାଇଁ ହିଁ ରାଜ୍ୟ ସରକାରଙ୍କ ସମସ୍ତ ବିକାଶ କାର୍ଯ୍ୟକ୍ରମ କରୁଛନ୍ତି । ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ସରକାର ସବୁବେଳେ ଚେଷ୍ଟାରତ । ୫ମ ପାଳିର ନବୀନ ସରକାର ୫ଟି ମନ୍ତ୍ର ଉପରେ ଫୋକସ୍ କରିବା କରିଛନ୍ତି । ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟିମୱର୍କ, ଟ୍ରାନ୍ସଫରମେସନ ଓ ଟାଇମ ଉପରେ ଗୁରୁତ୍ୱ ଆବଶ୍ୟକ ବୋଲି ନବୀନ କହିଛନ୍ତି । ଏହି ୫ଟି ମନ୍ତ୍ରକୁ ଆଧାର କରି କାମ କଲେ ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ ପଟ୍ଟନାୟକ ମୋ ସରକାର କାର୍ଯ୍ୟକ୍ରମର ପ୍ରଚଳନ ପରେ ସରକାରୀ କର୍ମଚାରୀ ଉଲ୍ଲେଖନୀୟ କାର୍ଯ୍ୟ କଲେ ପଦୋନ୍ନତି ମିଳିବ ବୋଲି ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ପୋଲିସ୍ ଡିଜି ବିଜୟ କୁମାର ଶର୍ମା ମଧ୍ୟ ୫ଟିର ସଫଳ ରୂପାୟନ ଓ ଉତ୍ତମ ଆଚରଣ କରିବା…
ଓଡ଼ିଶା ହାଇକୋର୍ଟରେ ଆଜି ନୂତନ ବିଚାରପତି ଭାବେ ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ ଶପଥ ନେଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି କେ.ଏସ କାଭେରୀ ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟଙ୍କୁ ଶପଥ ପାଠ କରାଇଛନ୍ତି। ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ ନୂଆ ବିଚାରପତି ଭାବେ ନିଯୁକ୍ତି ପରେ ବର୍ତ୍ତମାନ ମୁଖ୍ୟ ବିଚାରପତିଙ୍କୁ ମିଶାଇ ବିଚାରପତି ସଂଖ୍ୟା ୧୫ରେ ପହଂଚିଛି । ଓଡ଼ିଶା ହାଇକୋର୍ଟରେ କମ ସଂଖ୍ୟକ ବିଚାରପତି ଥିବାରୁ ନ୍ୟାୟିକ ପ୍ରକ୍ରିୟାରେ ବାଧା ଉପୁଜୁଛି।
କେନ୍ଦ୍ର ସରକାର ଶୁକ୍ରବାର ଦିନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ସାଂସଦ ରାହୁଲ ଗାନ୍ଧି ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଏସପିଜି ସୁରକ୍ଷା ହଟାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଗୃହ ମନ୍ତ୍ରାଳୟର ସୁରକ୍ଷା ସମୀକ୍ଷା କମିଟିର ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏବେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ଏବେ ଏହି ଏସପିଜି ସୁରକ୍ଷା ରହିବ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗାନ୍ଧୀ ପରିବାରକୁ ମିଳିଥିବା ଏପିଜି ସୁରକ୍ଷାକୁ ହଟାଯାଇଛି। ସମ୍ୱାଦ ସରବରାହ ସଂସ୍ଥା ଏଏନଆଇ ଅନୁସାରେ ଏବେ କଂଗ୍ରେସର ଏହି ତିନି ନେତାଙ୍କୁ ଜେଡ୍+ ସୁରକ୍ଷା ପ୍ରଦାନ କରାଯିବ। ଏସପିଜି ସୁରକ୍ଷା ଉଠାଯିବା ପରେ ଏବେ ଜେଡ୍+ ଶ୍ରେଣୀ ସୁରକ୍ଷା ଯୋଗଇଦିଆଯିବ ଏବଂ ସିଆପିଏଫର କମାଣ୍ଡୋ ସୁରକ୍ଷାରେ ନିୟୋଜିତ ହେବେ। ଏବେ ଏସପିଜି ସୁରକ୍ଷା କେବେଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ ରହିବ। ଏହା ପୂର୍ବରୁ ଏସପିଜି ସୁରକ୍ଷା କେବଳ ଚାରି ଜଣଙ୍କୁ…
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡ୍ନଭୀସ୍ । ସରକାରଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ଭଗତ ସିଂହ କୋଶିୟାରିଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଏବେ ରାଜ୍ୟପାଳଙ୍କ ଉପରେ ନଜର ରହିଛି । ଚଳିତ ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ଜିତିଥିବାବେଳେ ସରକାର ଗଠନକୁ ନେଇ ଦୁଇ ଦଳ ମଧ୍ୟରେ ଦ୍ବନ୍ଦ୍ବ ରହିଛି । ଶିବସେନା 50-50 ଫର୍ମୁଲାକୁ ନେଇ ଅଡି ବସିଥିବାବେଳେ ବିଜେପି ମଧ୍ୟ ଶିବସେନାର କଥାକୁ କର୍ଣ୍ଣପାତ କରୁନାହିଁ । ଏପରିସ୍ଥିତିରେ ମହାରାଷ୍ଟ୍ରରେ ରାଜ୍ୟପାଳଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।
ସମୀକ୍ଷା ବ୍ୟୁରୋ ବାଣପୁର ବିଜ୍ଞାପିତ ଅଞ୍ଚଳର ବଡ଼ହନ୍ତୁଆଡ ଗ୍ରାମରେ ଏକ ଷଣ୍ଢର ବିଦ୍ୟୁତ ଆଘାତରେ ମୃତ ଘଟିଛି । ୧୫ ଦିନ ହେବ ଷ୍ଟ୍ରିଟ୍ ଲାଇଟ୍ର ଏକ ତାର ଛିଣ୍ଡି ରାସ୍ତା ପାର୍ଶ୍ବରେ ପଡ଼ିଥିବାବେଳେ ଆଜି ଏକ ଷଣ୍ଢ ତାର ସ୍ପଂସ୍ପର୍ଶରେ ଆସିବାର ମୃତ୍ୟୁ ହୋଇଛି । ଷ୍ଟ୍ରିଟ୍ଲାଇଟ୍ର ତାର ଛିଣ୍ଡିବାକୁ ନେଇ ଗ୍ରାମବାସୀ ବିଜ୍ଞାପିତ ଅଞ୍ଚଳର କର୍ତ୍ତୃପକ୍ଷଙ୍କୁ ଏବଂ ବିଦ୍ୟୁତ ବିଭାଗକୁ ଅଭିଯୋଗ କରୁଥିଲେ ମଧ୍ୟ ବିଦ୍ୟୁତ ବିଭାଗ ଏନେଇ କୌଣସି ଅଭିଯୋଗକୁ କର୍ଣ୍ଣପାତ କରୁନଥିଲେ । ଯାହାଫଳରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଏହାକୁ ନେଇ ଗ୍ରାମବାସୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ସମୀକ୍ଷା ବ୍ୟୁରୋ ତିନି ବର୍ଷ ତଳେ, ଏମିତି ଗୋଟେ ଦିନ, ଯେଉଁ ଦିନ, ବିଦେଶରେ ଥାଇ-ତାଳି ମାରି ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦୀ ଆମକୁ କହିଥିଲେ- ଘରେ ଝିଅର ବାହାଘର ଅଛି, ହେଲେ ପଇସା ନାହିଁ। ସେ ଚେହେରାର ଖୁସି ଭୁଲିହେବ ନାହିଁ। ସାରା ଦେଶରେ ୮୫% ଅଚଳ ଟଙ୍କାକୁ ନେଇ ଯେଉଁ ହାହାକାର, ତାକୁ ଦେଶପ୍ରେମର ଉନ୍ମାଦନାରେ ଅବଶ୍ୟ ସେତେବେଳେ ରୂପାନ୍ତରିତ କରି ଦିଆଗଲା। କୁହାଗଲା, ଏହା ହେଉଛି କଳାଧନ ଉପରେ ସବୁଠୁ ବଡ ସର୍ଜିକାଲ ଷ୍ଟ୍ରାଇକ। ନା କଳାଧନ ଫେରିଲା, ନା ଦେଶରେ ଡିଜିଟାଲ ବ୍ୟବସାୟ ବଢିଲା। ଆଜି ତିନି ବର୍ଷ ପରେ ଆଜି ଆମେ ଗୋଟେ ତାଲିକା କରିବା, ବିମୁଦ୍ରାକରଣରୁ ଆମେ ପାଇଲୁ କଣ ଓ ହରାଇଲୁ କଣ- ଆମେ ପାଇଲୁ- -ଅର୍ଥନୀତିର ସବୁଠୁ ବଡ ଦୁର୍ଦ୍ଦିନ। ଏବେ ଆମର ଜିଡିପି ଅଭିବୃଦ୍ଧି ହାର ୮-୯% ରୁ ୫% କୁ ଖସି ଆସିଲା। -ସବୁ…
ବିମୁଦ୍ରାକରଣର ତୃତୀୟ ବର୍ଷ ପୂରଣ ଅବସରରେ ଏହାକୁ ସମାଲୋଚନା କରିଛନ୍ତି ବିଭିନ୍ନ ବିପକ୍ଷ ରାଜନୈତିକ ନେତା । ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରାକରଣକୁ ସମାଲୋଚନା କରିଛନ୍ତି । ବିମୁଦ୍ରାକରଣକୁ ଆତଙ୍କବାଦୀ ଆକ୍ରମଣ ସହିତ ତୁଳନା କରିଛନ୍ତି ରାହୁଲ ଗାନ୍ଧୀ । ଟ୍ବିଟ୍ଟର ଜରିଆରେ ମୋଦି ସରକାରକୁ ସମାଲୋଚନା କରିଛନ୍ତି ରାହୁଲ । ରାହୁଲ କହିଛନ୍ତି, ବିମୁଦ୍ରାକରଣକୁ ଆଜି ତିନି ବର୍ଷ ପୁରିଛି । ଏହାର ପ୍ରଭାବରେ ଭାରତୀୟ ଅର୍ଥନୀତି ଆଜି ଧରାଶାୟୀ, ଲକ୍ଷ ଲକ୍ଷ କ୍ଷୁଦ୍ର ବ୍ୟବସାୟ ନଷ୍ଟ ହୋଇଯାଇଛି ଏବଂ ଲକ୍ଷ ଲକ୍ଷ ଯୁବକ ବେକାର ବସି ରହିଛନ୍ତି ବୋଲି ରାହୁଲ ଟ୍ବିଟ କରିଛନ୍ତି । ଅନ୍ୟ ପକ୍ଷରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ବିମୁଦ୍ରାକରଣକୁ ସମାଲୋଚନା କରିଛନ୍ତି । ମୋଦି ସରକାରଙ୍କ ସମସ୍ତ ନିଷ୍ପତ୍ତି ଭାରତୀୟ ଅର୍ଥନୀତିକୁ ରସାତଳଗାମୀ କରିଛି । ମାତ୍ର ନିଜର ବିଫଳତାକୁ କେହିବି…
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ବଜେଟ୍ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ପ୍ରାୟ ୮,୩୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଆକଳନ କରାଯାଇଛି । ଆସନ୍ତା ବିଧାନସଭାରେ ଏହି ଅତିରିକ୍ତ ବଜେଟ୍ ଆଗତ ହେବ ।
ସମୀକ୍ଷା ବ୍ୟୁରୋ ଆଜି ରାତି ବାରଟାରେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ସରିବ।ତା ପୂର୍ବରୁ ନୂଆ ସରକାର ଗଠନ ହେବା ଜରୁରୀ। ବିଧାନସଭା ନିର୍ବାଚନର ଫଳ ବାହାରିବା ପରେ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟର ସରକାର ହେବା ଅତି ସହଜ ମାନେ ହେଉଥିଲା। ତେବେ ଦୁଇ ଦଳ ଭିତରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣା ଓଟରା ଲାଗି ରହିବା ପରେ ସେଠାରେ ସରକାର ଗଠନକୁ ନେଇ ଏବେ ପ୍ରାୟ ଧୂଆଁଳିଆ ଅବସ୍ଥା । ମହାରାଷ୍ଟ୍ର ରାଜନୀତିରେ ଯେଉଁପ୍ରକାରର ଅଚଳାବସ୍ଥା ଲାଗି ରହିଛି, ସେହି ସମୟରେ ଏଠି ସରକାର କିଏ ଗଠନ କରିବ ତାହା ଏକ ବିରାଟ ପ୍ରଶ୍ନ । ବିଜେପି ଓ ଶିବସେନା ଦୁହେଁ ନିଜ ନିଜ କଥାରେ ଅଡି ବସିଛନ୍ତି । ତେବେ ମହାରାଷ୍ଟ୍ରରେ ସରକାର ଗଠନ ନ ହେଲେ ରାଜ୍ୟପାଳ ଭଗତ ସିଂହ କୋଶିୟାରିଙ୍କ ଭୂମିକା ବିଶେଷ ଗୁରୁତ୍ବପୂର୍ଣ୍ଣ । ରାଜ୍ୟରେ ସମସ୍ତ ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରି ସାରିଥିବା ବେଳେ…
ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ବୁଲ୍ବୁଲ୍’। ପାଣିପାଗ ବିଭାଗର ଆକଳନ ଅନୁସାରେ ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ‘ବୁଲ୍ବୁଲ୍’ ଅତିକ୍ରମ କରିବ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ପୂର୍ବାହ୍ନରେ ପାରାଦୀପଠାରୁ ୩୫୦କି.ମି. ଦୂରରେ ଥିଲା ‘ବୁଲ୍ବୁଲ୍’। ଘଣ୍ଟାକୁ ୧୨ କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି । ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ୩୫ରୁ ୪୫ କିମି ବେଗରେ ପବନ ବହୁଛି। କାଲି ସକାଳେ ପବନ ବେଗ ୫୫ରୁ ୭୫ କିମି ପର୍ଯ୍ୟନ୍ତ ବଢ଼ିବ। କାଲି ଦ୍ୱିପ୍ରହରରୁ ସନ୍ଧ୍ୟା ଯାଏ ପବନ ବେଗ ୭୦ରୁ ୯୦ କିମି ଛୁଇଁବ। କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ବି ପବନ ହେବ।
ପାରାଦୀପଠାରୁ ପ୍ରାୟ 350 କିମି ଦୂରରେ ‘ବୁଲ୍ବୁଲ୍’ କେନ୍ଦ୍ରୀଭୂତ ହୋଇଛି । ପାରାଦୀପଠାରୁ 134 କି.ମି. ଦୂରରୁ ଏହା ଅତିକ୍ରମ କରିବ । ଏହା ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ଆଜିଠୁ ବର୍ଷା ଆରମ୍ଭ ହୋଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ। ଏହା ସହ ଆଜି ଅପରାହ୍ନରେ ଉପକୂଳ ଓଡ଼ିଶାରେ ପବନର ବେଗ ବଢ଼ିବା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଆଜି ଏକ ସାମ୍ୱାଦିନ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ପବନର ବେଗ 65ରୁ 70 କିମି ରହିବା ସହିତ କିଛି ସ୍ଥାନରେ ଏହା 90 ଛୁଇଁବା ନେଇ ଅନୁମାନ ଲଗାଇଛି ପାଣିପାଗ ବିଭାଗ ।

