Author: Samikhsya Bureau

ସମୀକ୍ଷା ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲା ବାଣପୁର ପାଇକ ସାହି ସାମ୍ନା ମା’ ଭଗବତୀ ଜୁଏଲର ଦୋକାନରୁ ଚୋରି ହୋଇଥିବାର ସୂଚନା ରହିଛି। ସୂଚନାଯୋଗ୍ୟ, ଆଜି ଦିନ ୧୨ ଘଟିକାରେ ଦୋକାନକୁ ଚାରିଜଣ ମହିଳା ସୁନା କ୍ରୟ କରିବାକୁ ଆସିଥିଲେ। ସେମାନେ ଏକ ସୁନା ଚେନ୍‌କୁ ଦେଖି ପସନ୍ଦ କରି ବିଲ୍‌ କରିବା ସମୟରେ ଦୋକାନରୁ ଆଉ ଦୁଇଟି ଚେନ୍‌ ଗାୟବ କରୁଥିବାର ପ୍ରୟାସ କରୁଥିଲେ। ଦୋକାନୀ ସନ୍ଦେହ କରି ସିସିଟିଭି ଫୁଟେଜ୍‌ ଦେଖିଲା ପରେ ଏଥିରୁ ସୁନା ଚୋରି  କରୁଥିବାର ସ୍ପଷ୍ଟ ହୋଇଛି। ଏହି ଘଟଣାରେ ଗହଣା ଦୋକାନର ମାଲିକ ୪ଜଣ ମହିଳାଙ୍କୁ ଅଟକାଇବା ସହିତ ପୋଲିସ୍‌ର ଜିମା ଦେଇଛି। ପୋଲିସ୍‌ ଏହି ମହିଳାଙ୍କୁ ଚୋରି ସଂକ୍ରାନ୍ତୀୟ ପଚରାଉଚୁରା କରିବାରେ ଲାଗିଛି। ଏହି ମହିଳାମାନେ ସ୍ଥାନୀୟ ବାସିନ୍ଦା ନୁହଁନ୍ତି, ଏମାନେ ଗଞ୍ଜାମ ଜିଲ୍ଲାରୁ ଆସିଛନ୍ତି ବୋଲି ଜଣାପଡିଛି। ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ମଧ୍ୟ ଏହି ଦୋକାନରୁ ଅଳଙ୍କାର ଚୋରି ହୋଇଥିବାର ଖବର…

Read More

କେଦାର ମିଶ୍ର ବିଜେପି ଭକ୍ତମାନଙ୍କର ଗୋଟେ ପୁରୁଣା ରୋଗ ଅଛି। ଯଦି ଆପଣ ବିଜେପି ରାଜନୀତି ବିଷୟରେ କିଛି ଲେଖିବେ, ଭକ୍ତମାନେ ତୁରନ୍ତ ପ୍ରଶ୍ନ କରୁଛନ୍ତି- ତମେ ଚିଟ ଫଣ୍ଡ ସ୍କାମ କିମ୍ବା ଖଣି ଦୁର୍ନୀତି ବିଷୟରେ କିଛି ଲେଖୁ ନ  କାହିଁକି? ଭକ୍ତମାନେ ଜାଣନ୍ତି ନାହିଁ ଯେ, ୨୦୧୨ ରୁ ୨୦୧୯ ଭିତରେ ଚିଟ ଫଣ୍ଡ ସ୍କାମ, କଟକ –ଭୁବନେଶ୍ଵର ଜମି ଆବଣ୍ଟନ ସ୍କାମ,ଖଣି ଦୁର୍ନୀତି ସମ୍ପର୍କରେ ଏମ.ବି. ଶାହ କମିଶନଙ୍କ ରିପୋର୍ଟ, ତତ୍କାଳୀନ ଏଜି ଅମର ପଟ୍ଟନାୟକ ଦେଇଥିବା ଜମି ଦୁର୍ନୀତି ରିପୋର୍ଟ ଉପରେ ଅନ୍ତତଃ ଆମେ ପଚାଶରୁ ଅଧିକ ଲେଖା ଲେଖିଥିବୁ। ଭକ୍ତମାନେ ଚାହିଁଲେ ସେଥିରୁ ଅନେକ ଲେଖା ଏବେ ମଧ୍ୟ ଆମ ଫେସବୁକ ଟାଇମଲାଇନରେ ପଢିପାରିବେ। ତେବେ ଭକ୍ତମାନେ କଣ ପଢିପାରନ୍ତି!!  ନା, ସେମାନେ କେବଳ ଗାଳି କରିବା ଓ ହୋ ହୋ ହେବା ଛଡା ଅଧିକ କିଛି ଜାଣନ୍ତି ନାହିଁ। ତେଣୁ ଭକ୍ତଙ୍କ ଅବଗତି…

Read More

ବ୍ୟାଙ୍କ ଠକେଇ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏକାସାଙ୍ଗରେ ୧୬୯ ସ୍ଥାନରେ ଚଢାଉ କରିଛନ୍ତି। ସିବିଆଇ ଆନ୍ଧ୍ରପ୍ରଦେଶ, ଚଣ୍ଡୀଗଡ଼, ଦିଲ୍ଲୀ, ଗୁଜୁରାଟ, ହରିୟାଣା, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ପଞ୍ଜାବ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଦାଦର ନଗର ହାବେଳୀ ଆଦି ରାଜ୍ୟର ୧୬୯ଟି ସ୍ଥାନରେ ଚଢାଉ କରିଛନ୍ତି। ବ୍ୟାଙ୍କରେ ହୋଇଥିବା ୭ ହଜାର କୋଟି ଟଙ୍କାର ଠକେଇ ପାଇଁ ସିବିଆଇ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ତଥ୍ୟ ହାସଲ କରାଯାଉଛି। ଏହି ବ୍ୟାଙ୍କ ଦୁର୍ନୀତି ନେଇ ୩୫ଟି ମାମଲା ରୁଜୁ ହୋଇଥିଲା।

Read More

ସମୀକ୍ଷା ବ୍ୟୁରୋ ଦିଲ୍ଲୀରେ ଅଡ୍‌-ଇଭିନ୍‌ ଲାଗୁ ହେବା ପରେ ପ୍ରଦୂଷଣର ମାତ୍ରା କମ୍‌ ହେଉଛି କୁହାଯାଉଥିବାବେଳେ ଟେରୀ  କିନ୍ତୁ କିଛି ଅଲଗା ତଥ୍ୟ ଦେଉଛି। ଦ ଏନର୍ଜି ଆଣ୍ଡ ରିର୍ସୋସେସ୍‌ ଇଣ୍ଡିଆ (ଟେରୀ)ର ତଥ୍ୟ ଅନୁସାରେ ଚାରିଚକିଆ ଗାଡ଼ି ଉପରେ ଏହି ନିୟମ ଲାଗୁ କରିବା ଦ୍ବାରା କୌଣସି ଫାଇଦା ହେବ ନାହିଁ। ଟେରୀ ମୁତାବକ ଦୁଇଚକିଆ ଗାଡ଼ି ଯୋଗୁଁ ଅଧିବ ବାୟୁ ପ୍ରଦୂଷଣ ହୋଇଥାଏ। ତେଣୁ ଅଡ୍‌ ଇଭିନ୍‌ ନିୟମ ସମସ୍ତ ଗାଡ଼ି ଉପରେ ଲାଗିବା ଉଚିତ୍‌। ବାୟୁ ପ୍ରଦୂଷଣକୁ ରୋକିବାକୁ ଭୋଟ ବ୍ୟାଙ୍କ ପଲିଟିକ୍ସକୁ ହଟିକି କିଛି ନୂଆ ଚିନ୍ତା କରିବାକୁ ପଡ଼ିବ। ଟେରୀର ରିପୋର୍ଟ ମୁତାବକ ଦିଲ୍ଲୀରେ ୨୫ ପ୍ରତିଶତ ପ୍ରଦୂଷଣ ଦୁଇ ଟିକିଆ ଯାନ ଯୋଗୁଁ ହେଉଥିବାବେଳେ କାର ଯୋଗୁଁ ୧୨ ପ୍ରତିଶତ ପ୍ରଦୂଷଣ ହେଉଛି। ସେହିପରି ବସ୍‌ ଯୋଗୁଁ ୯ ପ୍ରତିଶତ, ଅଟୋ ଯୋଗୁଁ ୧୮ ପ୍ରତିଶତ୍, ଟ୍ରକ୍‌ ଯୋଗୁଁ ୨୯ ପ୍ରତିଶତ ଓ…

Read More

ଅବପାତର ରୂପ ନେଲା ଲଘୁଚାପ। ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କେନ୍ଦ୍ରୀଭୂତ ହୋଇ କ୍ରମେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଉଛି। ଆସନ୍ତା ୧୨ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ। ପରବର୍ତ୍ତୀ ୧୨ ଘଣ୍ଟାରେ ବାତ୍ୟାର ରୂପ ନେବ। ଏହାର ପ୍ରଭାବରେ ଆସନ୍ତା ୯ ତାରିଖରେ ଓଡ଼ିଶା ଉପକୂଳରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓଡ଼ିଶା ଉପକୂଳରେ ବର୍ଷା ହେବାର ଅନୁମାନ କରାଯାଇଛି ବୋଲି ଆଇଏମ୍‌ଡିର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।

Read More

ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାରେ ଆଜି ବିଜେପି ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇଛି। ଦଳ ୩ ଦଫା ଦାବିରେ ଆଜି ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ପ୍ରତିବାଦ କରିବ। ଏହାସହ ଯାଜପୁର ଏସପି ଓ ମହିଳା କମିଶନଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ମଧ୍ୟ ଦଳ ଦାବି କରିବ। ସ୍ମିତାରାଣୀର ହତ୍ୟା ଘଟଣାର ସିବିଆଇ ତଦନ୍ତ, ସ୍ମିତାରାଣୀଙ୍କର ଚରିତ୍ର ହନନ କରିଥିବା ଯାଜପୁର ଏସପି ଚରଣ ସିଂହ ମୀନାଙ୍କୁ ବହିଷ୍କାର, ନିଜ କ୍ଷମତାର ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରାଙ୍କୁ ବହିଷ୍କାର ଏବଂ ମହିଳାଙ୍କ ସୁରକ୍ଷା ନେଇ ଜିରୋ ଟଲେରାନ୍ସ ଗ୍ରହଣ କରିବା ଆଦି ଦାବି ନେଇ ଆଜି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲପାଳ ଅଫିସ ଆଗରେ ବିକ୍ଷୋଭ କରିବ। ଯାଜପୁର ଜିଲ୍ଲା ହରିଦାସପୁର ପଂଚାୟତ ପିଇଓ ସ୍ମୀତାରାଣୀଙ୍କର ମୃତ୍ୟୁକୁ ଆଜି ୨୦ ଦିନ ବିତିଲାଣି। ବିଜେପିର ଅଭିଯୋଗ ଅନୁସାରେ, ସ୍ମିତାରାଣୀଙ୍କ ସହ ଦୁର୍ଷ୍କମ କରାଯାଇ ତାଙ୍କୁ…

Read More

ଆଇଏସଆଇଏସ ଆତଙ୍କବାଦୀ ଆବୁ ବୁକର ଅଲ ବାଗଦାଦୀ ନିହତ ହେବା ପରେ ସୁରକ୍ଷା ସଂସ୍ଥା ଏବେ ତା’ର ପରିବାର ଉପରେ ନଜର ରଖିଛି । ତୁର୍କୀର ସେନା ଉତ୍ତର ସିରିଆର ଅଜାଜ ସହରରେ ବାଗଦାଦୀର ଭଉଣୀ ରଶମିୟା ଅଭଦକୁ ଲୁଚି ଥିବା ସମୟରେ ଗିରଫ କରିଥିବା ଦାବି କରିଛି । ଚଢ଼ାଉ ସମୟରେ ବାଗଦାଦୀର ଭଉଣୀ ଏକ କଣ୍ଟେନରରେ ଲୁଚିଥିଲା । ମିଳିଥିବା ସୂଚନା ଅନୁସାରେ , ଚଢ଼ାଉ ସମୟରେ ବାଗଦାଦୀର ଭଉଣୀ, ତା’ର ସ୍ୱାମୀ ଓ ବୋହୂଙ୍କୁ ଗିରଫ କରାଯାଇଛି ।  ରଶମିୟା ଅଭଦକୁ ଅଜାଜ ନିକଟିରେ ଲୁଚିଥିବା ଅବସ୍ଥାରେ ଥିବା ବେଳେ ଚଢ଼ାଉ କରି ଗିରଫ କରାଯାଇଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ଅକ୍ଟୋବର ୨୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଇଏସଆଇଏସ ମୁଖ୍ୟ ବାଗଦାଦୀକୁ ଏକ ଅପରଶେନ ସମୟରେ ନିହତ କରାଯାଇଥିବା ଦାବି କରିଥିଲେ । ଟ୍ରମ୍ପ କହିଥିଲେ ଯେ, ଇଡଲିଭରେ ଆମେରିକା ଡେଲ୍ଟା ଫୋର୍ସ…

Read More

କେଦାର ମିଶ୍ର  ୟା ଭିତରେ କିଛି ମଜାକଥା ଘଟିଛି। ଦେଶର ସବୁଠୁ ଅଧିକ ଲୋକ ଦେଖୁଥିବା ହିନ୍ଦୀ ଟେଲିଭିଜନ ଚ୍ୟାନେଲ “ଆଜତକ” ର ଏକ ଲାଇଭ ଶୋରେ ଭାଗ ନେଇ ବିଖ୍ୟାତ ବ୍ୟଙ୍ଗକାର ବରୁଣ ଗ୍ରୋଭର ସିଧା ସିଧା ଟେଲିଭିଜନ କାର୍ୟକ୍ରମର ଦେବାଳିଆପଣ ଉପରେ ପ୍ରଶ୍ନ ପଚାରିଛନ୍ତି। “ଅଫିସିଆଲ ପିଙ୍ଗ ହ୍ୟୁମାନ” ନାମକ ଏକ ୟୁଟ୍ୟୁବ ଚାନେଲ ପ୍ରକାଶ କରିଥିବା ଏକ ରିପୋର୍ଟରୁ କିଛି ଚମତ୍କାର ଉଦାହରଣ ଆମକୁ ମଧ୍ୟ ମିଳିଯିବ। ଆମର ଟେଲିଭିଜନ ଚାନେଲ ଗୁଡିକ କେମିତି ଅଧିକରୁ ଅଧିକ ପାକିସ୍ତାନ କୈନ୍ଦ୍ରିକ ହୋଇ ପଡ଼ୁଛନ୍ତି ଓ କ୍ରମଶଃ ପାକିସ୍ତାନ କେମିତି ଆମର ଗଣ ମାନସିକତାକୁ କବଳିତ କରୁଛି, ତାର ପ୍ରକୃଷ୍ଟ ଉଦାହରଣ ଏଥିରୁ ମିଳିଯିବ। ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଦେଶର ପ୍ରମୁଖ ଚାରୋଟି ହିନ୍ଦୀ ଚାନେଲ କରିଥିବା ସ୍ଵତନ୍ତ୍ର ବିତର୍କ କାର୍ଯ୍ୟକ୍ରମର ତର୍ଜମା କରି କୁହାଯାଇଛି ଯେ, ୨୦୦ ବିତର୍କରୁ ୭୯ଟିରେ ପାକିସ୍ତାନ ବିରୋଧରେ ଆଲୋଚନା ହୋଇଛି।…

Read More

ମହାରାଷ୍ଟ୍ରରେ ସରକାର ଗଢିବାକୁ ନେଇ ଚର୍ଚ୍ଚା ଲାଗିରହିଥିବାବେଳେ ଏହି ମାମଲା ଏବେ ଦିଲ୍ଲୀରେ ପହଞ୍ଚିଛି। ବିଜେପି ନେତା ଦେବେନ୍ଦ୍ର ଫଡ୍‌ନଭୀସ୍‌ ଆଜି ବିଜେପିର ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କ ସାକ୍ଷାତ କରିଥିବାବେଳେ ଶରଦ ପାଓ୍ବାରା ଶିବସେନା ସହ ମେଣ୍ଟ କରିବାକୁ ନେଇ  କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ସାକ୍ଷାତ କରିଛନ୍ତି । ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମଧ୍ୟରେ ଚାଲିଥିବା ଦ୍ବନ୍ଦ୍ବକୁ ନେଇ ଏକ ନୂତନ ରାଜନୈତିକ ସମୀକରଣର ଯେଉଁ ଆଭାସ ମିଳୁଥିଲା, ସେଥିରେ ଏବେ ପୂର୍ଣ୍ଣଚ୍ଛେଦ ପଡିଯାଇଛି ।  ଆଜି ଶରଦ୍‌ ପାଓ୍ବାରା ସୋନିଆଙ୍କ ସହ ସାକ୍ଷାତ ପରେ ସରକାର ଗଢିବା ନେଇ ଆମ ପାଖରେ ସଂଖ୍ୟା ନାହିଁ ବୋଲି କହିଛନ୍ତି। ଶରଦ ପାଓ୍ବାର କହିଛନ୍ତି ଯେ, ସୋନିଆଙ୍କ ସହ ଶିବସେନାକୁ ସମର୍ଥନ ଦେବା ପାଇଁ କୌଣସି ଚର୍ଚ୍ଚା ହୋଇନାହିଁ। ଯାହାପାଖରେ ନମ୍ବର ଅଛି ସେ ହିଁ ସରକାର ଗଢିବ । ଆମ ପାଖରେ ପର୍ଯ୍ୟାପ୍ତ ସଂଖ୍ୟା…

Read More

ସମୀକ୍ଷା ବ୍ୟୁରୋ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡକୁ ନୂଆ ବସ୍‌ ମିଳିଥିବାବେଳେ ଏପରି ସମୟରେ ଭାରତୀୟ କ୍ରିକେଟ୍‌ରେ କିଛି ପରିବର୍ତ୍ତନ କରାଯିବା ନେଇ ସମ୍ଭାବନାକୁ ଅଣଦେଖା କରାଯାଇନପାରେ। ତେବେ କ୍ରିକେଟ୍‌ ଲିଗ୍‌ ଆଇପିଏଲ୍‌ରେ ଏକ ବଡ ପରିବର୍ତ୍ତନ ନେଇ ବିସିସିଆଇ ଯୋଜନା କରୁଥିବାର ସୂଚନା ରହିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦୁନିଆର ସବୁଠାରୁ ସଫଳ କ୍ରିକେଟ୍‌ ଲିଗ୍‌ ଆଇପିଏଲର ଏକ ବଡ ପରିବର୍ତ୍ତନ କରିବାକୁ ଯୋଜନା କରୁଛି। ବୋର୍ଡ ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲରେ ଏହି ନୂଆ ନିୟମ ଲାଗୁ କରିବାକୁ ବିଚାର କରୁଛି। ଏହି ନିୟମ ଅନୁସାରେ କୌଣସି ଟିମ୍‌ ଖେଳ ସମୟରେ କେବେ ବି ୱିକେଟ ପତନ ପରେ କିମ୍ବା ଓଭର ଶେଷ ହେବା ପରେ ନୂଆ ଖେଳାଳିକୁ ଖେଳାଇପାରିବ। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ ଏହି ସମ୍ପର୍କରେ କହିଛନ୍ତି ଯେ, ଏହି ନିୟମ ପାଇଁ ତ ବୋର୍ଡ ପକ୍ଷରୁ…

Read More

ସମୀକ୍ଷା ବ୍ୟୁରୋ ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଶ୍ରୀମନ୍ଦିର ମାମଲାର ଆଜି ଶୁଣାଣି କରିଛନ୍ତି। ଏଥିରେ କୋର୍ଟ ମଧ୍ୟବର୍ତ୍ତିକାଳୀନ ଏହି ରାୟରେ ଶ୍ରୀମନ୍ଦିର ସଂସ୍କାର ପାଇଁ ୨୨ଟି ନିର୍ଦ୍ଦେଶନାମା ଜାରୀ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଯେଉଁ ସେବକମାନେ ଶ୍ରୀଜୀୟୁଙ୍କ ସେବାରେ ଅବହେଳା କିମ୍ବା ବିଳମ୍ବ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। ଶ୍ରୀମନ୍ଦିର ପ୍ରଶାସନ ଏହି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ମାମଲାରେ ନିଯୁକ୍ତ ଆମିକସ୍‌ କ୍ୟୁରୀ ରଣଜିତ କୁମାର ଏବଂ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ରିପୋର୍ଟ ଉପରେ ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶାନାମା ଜାରି କରିଛନ୍ତି। କୋର୍ଟ ଦେଇଥିବା ନିର୍ଦ୍ଦେଶଗୁଡିକ ମଧ୍ୟରୁ ଯାହା ମୁଖ୍ୟ ବିଷୟ ରହିଛି ସେଗୁଡିକ ହେଲା ୧-ଭାରତରେ ଯେଉଁଠି ଶ୍ରୀଜଗନ୍ନାଥଙ୍କ ସଂମ୍ପତ୍ତି ରହିଛି ତାହାର ତାଲିକା ପ୍ରସ୍ତୁତ କରିବାକୁ ମନ୍ଦିର ପ୍ରଶାସନକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ୨-ଏହି ସଂମ୍ପତ୍ତିରୁ ବର୍ତ୍ତମାନ କଣ ଆୟ କଣ ହେଉଛି…

Read More

ସମୀକ୍ଷା ବ୍ୟୁରୋ ଓଡିଶାର ଯୁବ ବର୍ଗଙ୍କ ଦକ୍ଷତା ବୃଦ୍ଧି ଏବଂ ନିଯୁକ୍ତି ଯୋଗାଇବାର ଲକ୍ଷ୍ୟ ନେଇ ଓଡିଶାସରକାରଙ୍କର କୌଶଳ ବିକାଶ ଏବଂ ବୈଷୟିକ ଜ୍ଞାନ ବୃଦ୍ଧି ବିଭାଗ ( ଏସଡିଏଣ୍ଡ ଟିଇ ) ଟାଟା ଷ୍ଟ୍ରାଇଭ ଏବଂ ମହିନ୍ଦ୍ରା ସହ  ଆଜି ଏକ ବୁଝାମଣା ପତ୍ର ସ୍ବାକ୍ଷର କରିଛି। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇଟି ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି। ପ୍ରଥମ ବୁଝାମଣା ପତ୍ର ଡିଟିଇଟି ଏବଂ ଟାଟା ଷ୍ଟ୍ରାଇଭ ମଧ୍ୟରେ ହୋଇଥିଲା। ଏଥିରେ ସରକାରୀ ଆଇଟି ଆଇ ରେ ପଢୁଥିବା ବିଦ୍ୟାର୍ଥୀ ମାନଙ୍କୁ ତାଲିମ ଦେଇ ଇଣ୍ଡଷ୍ଟ୍ରି ମାନଙ୍କର ଚାହିଦା ମୁତାବକ ସେମାନଙ୍କୁ ଯୋଗ୍ୟ କରିବା ପାଇଁ ବିଭିନ୍ନ କୌଶଳ ଶିକ୍ଷା ଦେବାକୁ ବ୍ୟବସ୍ଥା କରାଯିବ। ଜୀବିକା ନିର୍ବାହ ନେଇ ସରକାର ଅଧୀନରେ ଥିବା ୪୯ ଟି ଆଇଟିଆଇ ରେ ପଢୁଥିବା ଛାତ୍ରମାନଙ୍କୁ ତାଲିମ ପ୍ରଦାନ କରାଯିବ। ଏହି ବୁଝାମଣାପତ୍ର ଡି ଟିଇ ଟି ର ନିର୍ଦ୍ଦେଶକ ଶ୍ରୀ ରଘୁ ଜି…

Read More