Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପିକୁ ଗୋଟିଏ ବର୍ଷରେ ଟାଟା କମ୍ପାନୀ ୩୫୬ କୋଟି ଟଙ୍କାର ଚାନ୍ଦା ଦେବା ପଛର ରହସ୍ୟ କଣ? 
ବିଶେଷ ଖବର

ବିଜେପିକୁ ଗୋଟିଏ ବର୍ଷରେ ଟାଟା କମ୍ପାନୀ ୩୫୬ କୋଟି ଟଙ୍କାର ଚାନ୍ଦା ଦେବା ପଛର ରହସ୍ୟ କଣ? 

November 14, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଜେପିକୁ ଗୋଟିଏ ବର୍ଷରେ ଟାଟା କମ୍ପାନୀ ୩୫୬ କୋଟି ଟଙ୍କାର ଚାନ୍ଦା ଦେବା ପଛର ରହସ୍ୟ କଣ? 

କେଦାର ମିଶ୍ର 

ଦେଶର ସର୍ବ ପୂରାତନ କର୍ପୋରେଟ ଟାଟା କମ୍ପାନୀ ଭାରତୀୟ ଜନତା ପାର୍ଟିକୁ ଗୋଟିଏ ବର୍ଷରେ ୩୫୬ କୋଟି ୫୩ ଲକ୍ଷ ୫୫ ହଜାର ୧୭୨ ଟଙ୍କା ଚାନ୍ଦା ଦେଇଛି। ବିଜେପି ତରଫରୁ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ ହୋଇଥିବା ୨୦୦୦୦ ଟଙ୍କାରୁ ଉର୍ଦ୍ଧ୍ଵ ଦାନ ଦେଇଥିବା ଦାତାଙ୍କ ସୂଚୀରୁ ଏହି ତଥ୍ୟ ଜଣା ପଡିଛି। ଟାଟା ଦ୍ଵାରା ପରିଚାଳିତ ପ୍ରୋଗ୍ରେସିଭ ଏଲେକ୍ଟୋରାଲ ଟ୍ରଷ୍ଟ ତରଫରୁ ଏହି ବିଶାଳକାୟ ଅର୍ଥରାଶି କାହିଁକି ପ୍ରଦାନ କରାଯାଇଛି ବୋଲି ପ୍ରଶ୍ନ ଉଠିବା ସ୍ଵାଭାବିକ। ବିଭିନ୍ନ ଇଲେକ୍ଟୋରାଲ ଟ୍ରଷ୍ଟ ମାଧ୍ୟମରେ କର୍ପୋରେଟ ଗୁଡିକ ଯେଉଁ ଚାନ୍ଦା ରାଜନୈତିକ ଦଳମାନଙ୍କୁ ଦେଉଛନ୍ତି ସେଥିରେ ଶାସକ ଦଳ ପ୍ରତି କର୍ପୋରେଟ ମାନଙ୍କର ବିଶେଷ ମମତା ଦେଖିବାକୁ ମିଳୁଛି। ଟାଟା କମ୍ପାନୀ ପ୍ରାୟୋଜିତ ପ୍ରୋଗ୍ରେସିଭ ଇଲେକ୍ଟୋରାଲ ଟ୍ରଷ୍ଟ ବିଜେପିକୁ ୩୫୬ କୋଟି ଟଙ୍କା ଚାନ୍ଦା ଦେଇଥିବା ବେଳେ କଂଗ୍ରେସକୁ ଦେଇଛି ୫୫ କୋଟି ୬୨ ଲକ୍ଷ ଟଙ୍କା। ଅର୍ଥାତ ବିରୋଧୀ ଦଳଠାରୁ ପ୍ରାୟ ୭ ଗୁଣ ଅଧିକ ଚାନ୍ଦା ଶାସକ ଦଳକୁ ଦିଆ ହୋଇଛି। ଏହାର କାରଣ କଣ?

ଏ ସମ୍ପର୍କରେ ବିଜେପିର ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟମ ସ୍ଵାମୀ ନିଜ ଦଳକୁ ସିଧା ସିଧା ପ୍ରଶ୍ନ କରିଛନ୍ତି। ସ୍ବାମୀଙ୍କ କହିବା କଥା ହେଲା, ଏୟାର ଇଣ୍ଡିଆକୁ ଟାଟା ହାତରେ ଟେକିଦେବା ଲାଗି ଏହା ଗୋପନ ବୁଝାମଣା ନୁହେଁ ତ! ୨୦ ହଜାର ରୁ ଅଧିକ ଟଙ୍କାର ଚାନ୍ଦା ବାବଦକୁ ବିଜେପିକୁ ୮୦୦ କୋଟି ଟଙ୍କା ମିଳିଥିବା ବେଳେ କଂଗ୍ରେସକୁ ମିଳିଛି ୧୪୬ କୋଟି ଟଙ୍କା। ଏହି ଚାନ୍ଦା ବାଦ ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ଯେଉଁ ଚାନ୍ଦା ଆସିଛି ତାକୁ ରାଜନୈତିକ ଦଳ ଗୁଡିକ ପ୍ରଘଟ କରିନାହାନ୍ତି। ନିର୍ବାଚନ ସମ୍ପର୍କରେ ତଥ୍ୟ ଓ ଗବେଷଣା ରଖୁଥିବା ଏଡିଆରର ସୂଚନା ମୁତାବକ ଗତ ବର୍ଷ ଦେଶର ବିଭିନ୍ନ ବ୍ୟାଙ୍କରୁ ୬୧୨୮ କୋଟି ଟଙ୍କାର ବଣ୍ଡ ବିକ୍ରି ହୋଇଛି ଓ ଏହାର ୯୦ ଭାଗ କେବଳ ବିଜେପିକୁ ଯାଇଛି। ଏତେ ପରିମାଣରେ କର୍ପୋରେଟ ଚାନ୍ଦା ପାଉଥିବା ଏକ ଦଳର ରାଜନୈତିକ ଉଦ୍ଦେଶ୍ୟ ବିଷୟରେ ପ୍ରଶ୍ନ ନ ଉଠିବା ଆଶ୍ଚର୍ୟଜନକ। କାହିଁକି ଓ କେଉଁ କାରଣରୁ ଛୋଟରୁ ବଡ କର୍ପୋରେଟ ତଥା ବ୍ୟବସାୟୀମାନେ ବିଜେପିକୁ ଏତେ ପରିମାଣରେ ଚାନ୍ଦା ଦେଉଛନ୍ତି, ସେ ବିଷୟରେ ବିତର୍କ ଜରୁରୀ।

ନିର୍ବାଚନ କମିଶନଙ୍କ ପାଖରେ ବିଜେପିର ନିଜସ୍ଵ ତଥ୍ୟ ଅନୁଯାୟୀ, ଟାଟା ର ୩୫୬ କୋଟି ଟଙ୍କା ବ୍ୟତୀତ ପୃଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ ୬୭ କୋଟି, ହିରୋ ସାଇକଲ ଗୃପ ୧୨ କୋଟି, ଆଇଟିସି ୨୩ କୋଟି ଚାନ୍ଦା ଦେଇଛନ୍ତି। ହୁଏତ କୁହା ଯାଇପାରେ ଯେ ଏ ସବୁ ଚାନ୍ଦା ଆଇନ ର ପରିସର ଭିତରେ ହୋଇଛି, ତେଣୁ ଏହାକୁ ନେଇ ପ୍ରଶ୍ନ ପଚାରିବା ଉଚିତ ନୁହେଁ। ୨୦୧୭-୧୮ ପାଇଁ ପ୍ରୋଗ୍ରେସିଭ ଇଲେକ୍ଟୋରାଲ ଟ୍ରଷ୍ଟ ନିଜର ଆୟ ବ୍ୟୟ ଶୂନ ବୋଲି ନିର୍ବାଚନ କମିଶନଙ୍କ ପାଖରେ ତଥ୍ୟ ଦାଖଲ କରିଛି। ହଠାତ ଗୋଟିଏ ବର୍ଷରେ ଏତେ ପରିମାଣର ରାଜନୈତିକ ଚାନ୍ଦା ଦେବାକୁ ଟାଟା ଚାହିଁଲା କାହିଁକି? ବିଶେଷ କରି ବିଜେପିକୁ ଏତେ ପରିମାଣରେ ଚାନ୍ଦା ଦେବା ପଛରେ ଟାଟାର ଉଦ୍ଦେଶ୍ୟ କଣ, ସେକଥା ବୁଝି ହେଉନାହିଁ କି? ସୁବ୍ରମଣ୍ୟମ ସ୍ଵାମୀ କେବଳ ଏୟାର ଇଣ୍ଡିଆ ପ୍ରଶ୍ନ ଉଠାଇଛନ୍ତି। ତେବେ ଖଣି ଠୁ ଆରମ୍ଭ କରି ଟେଲିକମ ପର୍ୟନ୍ତ, ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ଟାଟାର ପ୍ରବଳ ପ୍ରଭାବ ରହିଛି। ଏହି ଚାନ୍ଦା ସେଇ ପ୍ରଭାବକୁ ଅକ୍ଷୁଣ୍ଣ ରଖିବା ଲାଗି ଉଦ୍ଦିଷ୍ଟ କି?

ତେବେ ଗଣତନ୍ତ୍ରରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସର୍ବାଧିକ ଆର୍ଥିକ ସହାୟତା ଦେବା ପଛରେ ଯେଉଁ ଉଦ୍ଦେଶ୍ୟ ରହିଛି ତାହାର ଆଲୋଚନା ନିହାତି ହେବା ଉଚିତ। କେବଳ ଦାତାପଣ ଦେଖାଇବାକୁ ଟାଟା କମ୍ପାନୀ ଏହି ଚାନ୍ଦା ଦେଇନାହିଁ। ଏହା ବ୍ୟତୀତ ରାଜନୈତିକ ଦଳମାନଙ୍କୁ କର୍ପୋରେଟ ଗୁଡିକ ମନ ଇଚ୍ଛା ଚାନ୍ଦା ଦେଇ ପାରିବେ କି? ଯଦି ସରକାର କର୍ପୋରେଟ କ୍ଷେତ୍ରକୁ ରିହାତି ଦେଉଛନ୍ତି ବା ଋଣ ଛାଡ କରୁଛନ୍ତି, ତାହା ପଛରେ ଏହି ଚାନ୍ଦା କାମ କରୁନାହିଁ ତ!

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.