Author: Samikhsya Bureau

ଚଳିତ ବର୍ଷ ସାରା ରାଜ୍ୟରେ ଏକକ ଷାଣ୍ମାସିକ ପରିକ୍ଷା ଅନୁଷ୍ଠିତ ହୋଇଥିଲା । କିନ୍ତୁ ଏହି ପରୀକ୍ଷାରେ ଅନେକ ତ୍ରୁଟି ପରିଲକ୍ଷିତ ହୋଇଥିଲା । କେତେକ ସ୍ଥାନରେ ପ୍ରଶ୍ନପତ୍ର ଅଭାବରୁ କଳାପଟାରେ ପ୍ରଶ୍ନ ଲେଖାଯାଇଥିଲା ।  ଏହି ତ୍ରୁଟିର ତଦନ୍ତ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି । ଆଜି ଗଣ ଶିକ୍ଷା ବିଭାଗର ଆୟୋଜିତ ଏକ ବୈଠକରେ ସମସ୍ତ ତ୍ରୁଟିର ସମୀକ୍ଷା ପରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଗଣଶିକ୍ଷା ସଚିବ ତଥା କମିଶନରଙ୍କୁ ଦାୟିତ୍ୱ ଦିଆଯାଇଛି । ଏପରିକି୧୫ ଦିନ ମଧ୍ୟରେ ତଦନ୍ତ ଶେଷ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Read More

ଦେଶରେ ବାୟୁ ପ୍ରଦୂଷଣ ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶରେ ବିଷାକ୍ତ ଧୂଆଁ ଯୋଗୁ ଲୋକମାନଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ସହ ଘରୁ ବାହାରିବା କଷ୍ଟକର ବ୍ୟାପାର ହୋଇପଡ଼ିଛି। ଏଥିପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ଭଳି ଉତ୍ତରପ୍ରଦେଶରେ ମଧ୍ୟ ଅଡ୍‌ ଇଭିନ୍‌ ନମ୍ବର ପ୍ରଚଳନ ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ଯୋଗୀ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ବାୟୁ ପ୍ରଦୂଷଣକୁ ରୋକିବା ଲାଗି ରାଜ୍ୟରେ ଅଡ୍‌ ଇଭିନ୍‌ ଫର୍ମୁଲାକୁ ଲାଗୁ କରିବାକୁ ପରିବହନ ଓ ପୋଲିସ ବିଭାଗକୁ ଦାୟିତ୍ୱ ଦେଇଛନ୍ତି। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦାରା ସିଂହ କହିଛନ୍ତି, ପ୍ରଦୂଷଣ ରୋକିବାକୁ ଉଦ୍ୟମ ଜାରି ରହିଛି। ଏହାକୁ କିଛି ମାତ୍ରାରେ କମ୍‌ କରିବା ପାଇଁ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲଗାଯିବା ସହ ଅନ୍ୟ ଉପାୟ ମଧ୍ୟ କରାଯାଉଛି ବୋଲି ସେ କହିଛନ୍ତି। ତେବେ ସୋମବାର…

Read More

ଅର୍ଜୁନ କପୁର, ସଞ୍ଜୟ ଦତ୍ତ ଓ କୃତି ସାନୋନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ପାନୀପତ’ର ପୋଷ୍ଟର ସୋମବାର ସାମ୍ନାକୁ ଆସିଛି। ପୋଷ୍ଟର ମାଧ୍ୟମରେ ସଞ୍ଜୟ ଓ କୃତିଙ୍କ ଲୁକ୍‍କୁ ଦର୍ଶକଙ୍କ ସହ ପରିଚିତ କରାହୋଇଛି। ପୋଷ୍ଟରରେ ସଞ୍ଜୟ ଦତ୍ତ ଅହମଦ ଶାହ ଅବ୍‍ଦାଲୀ ଭୂମିକାରେ ଖୁବ୍‍ ପ୍ରଭାବଶାଳୀ ଲାଗୁଛନ୍ତି। ଅନ୍ୟ ପକ୍ଷରେ କୃତିଙ୍କ ପାରମ୍ପରିକ ଲୁକ୍‍ ଦେଖିବାକୁ ମିଳିଛି। କୃତି ପାର୍ବତୀ ବାଈ ଅବତାରରେ ନଜର ଆସିଛନ୍ତି। ଆଶୁତୋଷ ଗୋୱାରିକରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଡିସେମ୍ବର ୬ ତାରିଖରେ ପରଦାକୁ ଆସିବ। ସଞ୍ଜୟ ଦତ୍ତଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ଅର୍ଜୁନ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମର ଟ୍ରେଲର୍‌ଟି ମଙ୍ଗଳବାର ଦିନ ରିଲିଜ୍‌ ହେବ ବୋଲି ସୂଚନା ରହିଛି ।

Read More

ମହିଳା ତହସିଲଦାରଙ୍କୁ ଜିଅନ୍ତା ଜାଳିଦେଲା ଦୁବୃର୍ତ୍ତ। ରଙ୍ଗାରେଡ୍ଡୀ ଜିଲ୍ଲା ଅବଦୁଲ୍ଲାପୁରମେଟା ତହସିଲଦାର ବିଜୟା ରେଡ୍ଡୀଙ୍କୁ କେହି ଜଣେ ଦୁବୃର୍ତ୍ତ  ହତ୍ୟା କରିଛି। ଅଫିସ୍‌ ଭିତରେ ବଚସା ପରେ କିରୋସିନି ଢାଳି ଜିଅନ୍ତା ଜାଳିଦେଇଥିଲା ଦୁର୍ବୃତ୍ତ।  ତହସିଲଦାରଙ୍କୁ ଜାଳି ନିଜ ଦେହରେ ନିଆଁ ଲଗାଇ ଦୁବୃର୍ତ୍ତ ଜଣକ ଆତ୍ମହତ୍ୟା କରିଛି। ତହସିଲଦାରଙ୍କୁ ବଞ୍ଚାଇବାକୁ ଯାଇ ଆଉ ଦୁଇ କର୍ମଚାରୀ ମଧ୍ୟ ଗୁରୁତର ହୋଇଛନ୍ତି। ଜମିବାଡ଼ି କାଗଜପତ୍ରକୁ ନେଇ ଏଭଳି କାଣ୍ଡ ଭିଆଇଥିବାର ସୂଚନା ରହିଛି।

Read More

ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣକୁ ନେଇ ସର୍ବୋଚ୍ଚ ଅଦାଲତ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ସୋମବାର ଦିଲ୍ଲୀରେ ବାୟୁର ଗୁଣବତ୍ତା ଅତି ନିମ୍ନସ୍ତରକୁ ଖସିବା ନେଇ ଚିନ୍ତା ପ୍ରକଟ କରି ଅଦାଲତ କହିଛନ୍ତି ଯେ, ପ୍ରତ୍ୟେକ ବର୍ଷ ଦିଲ୍ଲୀରେ ପ୍ରଦୂଷଣ ଜନିତ ସମସ୍ୟା ବଢୁଛି, ଆମେ କିଛି କରିପାରୁନାହୁଁ। ବଞ୍ଚିବାର ସମସ୍ତଙ୍କର ଅଧିକାର ରହିଛି। ଏହି କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ବୋଲି କହିବା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକୁ ଭର୍ସନା ମଧ୍ୟ କରିଛନ୍ତି। ରାଜ୍ୟ ସରକାର ନିର୍ବାଚନରେ ଅଧିକ ଆଗ୍ରହୀ ରହୁଛନ୍ତି। କିନ୍ତୁ ଏଠାରେ ଲୋକେ ମରୁଛନ୍ତି। ଏହି ସମୟରେ ପଞ୍ଜାବ ଓ ହରିୟାଣାକୁ ନଡ଼ା କମ ଜଳାଇବାକୁ ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ନଡ଼ା ଜଳାଇବା ଉପରେ ତୁରନ୍ତ ରୋକ୍ ଲାଗିବା ଉଚିତ୍। ଏଥିପାଇଁ ରାଜ୍ୟ ସରକାରଙ୍କୁ ପଦକ୍ଷେପ ନେବାକୁ ପଡ଼ିବ। ପ୍ରଶାସନକୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବ ବୋଲି…

Read More

ସମୀକ୍ଷା ବ୍ୟୁରୋ କର୍ମକ୍ଷେତ୍ରରେ ଯୌନ ଶୋଷଣ ଭଳି ସଂଗୀନ ଅଭିଯୋଗରେ ଛନ୍ଦି ହୋଇପଡ଼ିଥିବା କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ସଭାପତି ପ୍ରମୋଦ କୁମାର ସାହୁ ଗିରଫ ହୋଇ ଜେଲ୍‌ ଯାଇଛନ୍ତି। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ପ୍ରମୋଦଙ୍କୁ ତାଙ୍କ ବଣିଆମାଳସ୍ଥିତ ବାସଭବନରୁ ପୋଲିସ୍‌ ଗିରଫ କରି  ପଚରାଉଚୁରା କରିଥିଲା। କ୍ରେଡିଟ୍ କୋଅପରେଟିଭ୍ ସୋସାଇଟିର ସଭାପତି ପ୍ରମୋଦ ସାହୁ ମହିଳା କର୍ମଚାରୀଙ୍କୁ ଯୌନଶୋଷଣ କରିଥିବା ନେଇ ସାଂଘାତିକ ଅଭିଯୋଗ ଆସିଥିଲା। ଏହି ସାଂଘାତିକ କେଳେଙ୍କାରୀର ଅଡିଓ ଟେପ୍ ମଧ୍ୟ ସାମ୍ନାକୁ ଆସିଥିଲା। ଇତି ମଧ୍ୟରେ  ପ୍ରମୋଦ କୁମାର ସାହୁଙ୍କ ସହ ବିଜୁ ଜନତା ଦଳର କୌଣସି ସମ୍ପର୍କ ନାହିଁ  ଏବଂ ସେ ବହୁ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇ ସାରିଛନ୍ତି ବୋଲି ଏକ ସ୍ପଷ୍ଟୀକରଣ ଆଜି ଦଳ ତରଫରୁ ଜାରି ହୋଇଛି।

Read More

ସମୀକ୍ଷା ବ୍ୟୁରୋ ଦୁର୍ନୀତି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି କ୍ଷେତ୍ରରେ ନବୀନ ସରକାର ଶୂନ୍ୟ ସହିଷ୍ଣୁତା (ଜିରୋ ଟଲେରେନ୍ସ) ନୀତି ଉପରେ ଗୁରୁତ୍ବ ଦେଇଆସିଛନ୍ତି। ଦୁର୍ନୀତି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସ୍ବରୂପ ଆଜି ମୁଖ୍ୟମନ୍ତ୍ରୀ ୬ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିବା ସହିତ ୫ଜଣଙ୍କ ପେନସେନ୍‌ ସୁବିଧା ସ୍ଥାୟୀ ଭାବରେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଦୁଇ ମାସ ମଧ୍ୟରେ ୪୪ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ ୧୧ ଜଣଙ୍କ ପେନସନ୍‌ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି ଏବଂ ୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସ୍ଥାୟୀ ଭାବରେ ପେନସନ୍‌ ବନ୍ଦ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି ତିନି ଜଣ ଅବସରପ୍ରାପ୍ତ ଓ.ଏ.ଏସ୍‌ ଅଫିସର। ସେମାନେ ହେଲେ ନବୀନ ସେଠ, ଅବସରପ୍ରାପ୍ତ ଓ.ଏ.ଏସ୍‌ ଅଫିସର ଓ ପୂର୍ବତନ ନିର୍ବାହୀ ଅଧିକାରୀ, ବରଗଡ଼ ମ୍ୟୁନିସିପାଲିଟି,  ଖଣ୍ଡପଡ଼ା ବ୍ଲକ ନୟାଗଡ଼ର ପୂର୍ବତନ ବିଡିଓ…

Read More

କାର୍ତ୍ତିକ ଆର୍ଯ୍ୟନ୍‌, ଭୂମି ପେଡେନ୍‌କର୍‌ ଓ ଅନ୍ୟାପାଣ୍ଡେଙ୍କ ଅଭିନୀତ ରୋମାଣ୍ଟିକ କମେଡ଼ି ‘ପତି ପତ୍ନୀ ଔର ଓ୍ବ’ର ଟ୍ରେଲର ଆଜି ରିଲିଜ୍‌ ହୋଇଯାଇଛି । ଏକ୍ସଟ୍ରା ମ୍ୟାରେଟିଆଲ୍‌ ଅଫେୟାର୍ସ ଉପରେ ଆଧାରିତ ଏହି ଫିଲ୍ମର ଟ୍ରେଲର୍‌ ସୋସିଆଲ ମିଡ଼ିଆରେ ଛାଇ ଯାଇଛି । ୧୯୭୮ ମସିହାରେ ରିଲିଜ୍‌ ହୋଇଥିବା ବଲିଉଡ୍‌ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ର ରିମେକ୍‌ । ମୂଳ ଫିଲ୍ମରେ ସଞ୍ଜୀବ କପୁର୍‌, ବିଦ୍ୟା ସିହ୍ନା ଓ ରଞ୍ଜିତା କୌର ଅଭିନୟ କରିଥିଲେ।  ତେବେ ଟ୍ରେଲର୍‌ ରିଲିଜ୍‌ ହେବା ପରେ ଦୁଇ ପ୍ରକାରର କମେଣ୍ଟ ଶୁଣିବାକୁ ମିଳିଛି । କିଛି ଲୋକେ କାର୍ତ୍ତିକ ଆର୍ଯ୍ୟନ୍‌ ଓ ଅପାରଶକ୍ତି ଖୁରାନାଙ୍କ ଆକ୍ଟିଂକୁ ପସନ୍ଦ କରୁଥିବାବେଳେ ଟ୍ରୋଲର୍ସଙ୍କ ମତରେ ଏଥିରେ କିଛି ନୂଆା ନାହିଁ । ୯୦ଦଶକର ଷ୍ଟୋରୀଲାଇନ୍‌ ପରି ହୋଇଛି ଓ ଆଉଟଡେଟଡ୍‌ ବୋଲି କହୁଛନ୍ତି । ତେବେ ଏହି ଟ୍ରେଲ୍‌ରରେ ଗୋବିନ୍ଦଙ୍କ ଲୋକପ୍ରିୟ ଗୀତ ଆଖିୟୋଁ ସେ ଗୋଲି…

Read More

ସମୀକ୍ଷା ବ୍ୟୁରୋ କିଛି ବର୍ଷ ତଳେ ତଥାକଥିତ ସର୍ବ ବୃହତ ଇସ୍ପାତ କାରଖାନାର ସ୍ଵପ୍ନ ଦେଖାଇ ଦକ୍ଷିଣ କୋରିଆର କମ୍ପାନୀ ପୋସ୍କୋ ପାଇଁ  ଜଗତସିଂହପୁର ଜିଲ୍ଲାର ଆଞ୍ଚଳିକ ପାନଚାଷୀ ଓ ମତ୍ସ୍ୟଜୀବିଙ୍କ ଅଧିକୃତ ଜମିକୁ ଓଡିଶା ସରକାର ଗୁପ୍ତ ଓ ବେଆଇନ୍ ଭାବେ ଜିନ୍ଦଲ ଷ୍ଟିଲ ୱାର୍କ(JSW)କୁ ଦେବା ପାଇଁ ଯାଉଛନ୍ତି ବୋଲି ଖବର ପ୍ରକାଶିତ ହେବା ପରେ ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ପ୍ରତିରୋଧ ଦାନା ବାନ୍ଧିବା ଆରମ୍ଭ କଲାଣି। ଲୋକଙ୍କ ପ୍ରତିରୋଧକୁ ସମର୍ଥନ ଜଣାଇ ରାଜ୍ୟର ପ୍ରମୁଖ ବୁଦ୍ଧିଜୀବୀ, କୃଷକ ନେତା ଓ ପରିବେଶବିତମାନେ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ-  ଶିଳ୍ପ ପାଇଁ କୃଷକଙ୍କ ଠାରୁ ସେମାନଙ୍କର ପାରମ୍ପରିକ ଆୟ ଓ ଜୀବିକାର ଉତ୍ସ, ଉର୍ବର ଜମିକୁ ଛଡାଇ ନିଆ ଯାଉଛି । ପୋସ୍କୋ ବିରୁଦ୍ଧରେ ଜନଗଣଙ୍କର ଦୀର୍ଘ ୧୨ବର୍ଷର ଲମ୍ବା ଲଢେଇର ଲାଭକୁ ପଣ୍ଡ କରି ସରକାର ଅନ୍ୟ ଏକ ଷ୍ଟିଲ ବେପାରୀକୁ ଜମି ଦେବା…

Read More

ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରାକୁ କମ୍‌ କରିବାକୁ ଯାଇ ସରକାରଙ୍କ ତରଫରୁ ଅଡ-ଇଭିନ ନମ୍ବର ପ୍ରଚଳନ ହୋଇଛି। ସୋମବାର ଇଭିନ୍‌ ନମ୍ବରର ଗାଡି ଚାଲୁଥିବା ବେଳେ ଭାଜପା ନେତା ବିଜୟ ଗୋୟଲ କିନ୍ତୁ ତାଙ୍କ ଅଡ୍‌ ନମ୍ବର ଗାଡିକୁ ନେଇ ଘରୁ ବାହାରିଥିଲେ। ଆଉ ଏହାପରେ ନିୟମ ଉଲ୍ଲଂଘନ କରିବାରୁ ତାଙ୍କ ଚାଲାଣ କଟାଯାଇଥିବା ସୂଚନା ମିଳିଛି। ଏହାପରେ ଗୋୟଲ ଅଭିଯୋଗ କରିଛନ୍ତି କି ଏହା କେଜରିଓ୍ବାଲ ସରକାରଙ୍କ ଏକ ପ୍ରକାର ପ୍ରଚାର। ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କେଜରିଓ୍ବାଲ ଏପରି କରିଛନ୍ତି। ଏହାପରେ ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାଶ ଗେହେଲଟ ଭାଜପା ନେତା ଗୋୟଲଙ୍କ ପାଖେ ପହଞ୍ଚି ତାଙ୍କୁ ଫୁଲତୋଡା ଓ ମାସ୍କ ଦେବା ସହ ଅଡ୍‌-ଇଭିନ ନମ୍ବରକୁ ନେଇ କଥା ହୋଇଥିଲେ। ଅଡ୍‌ଇଭିନ ଖିଲାପଧାରୀଙ୍କୁଠାରୁ ୪୦୦୦ ଟଙ୍କାର ଜରିମାନା ଆଦାୟ କରାଯାଉଛି। ଦିପାବଳୀ ପରଠାରୁ ଦିଲ୍ଲୀର ପ୍ରଦୂଷଣ ସ୍ତର ବହୁତ ବଢିଯାଇଛି। ଏଥିପାଇଁ ନିର୍ମାଣ କାର୍ଯ୍ୟ ରୋକାଯିବା ସହିତ…

Read More

ହରିୟାଣାର ବିଧାନସଭାର ଅଧ୍ୟକ୍ଷ ରୂପେ ଜ୍ଞାନ ଚାନ୍ଦ ଗୁପ୍ତାଙ୍କ ନାମ ସର୍ବାଗ୍ରେ ରହିଛି। ପଞ୍ଚକୁଲା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ଜ୍ଞାନ ଚାନ୍ଦ ଗୁପ୍ତାଙ୍କୁ ବିଜେପି ମୋହର ମାରିବେ ବୋଲି ସମ୍ଭାବନା ରହିଛି। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ୪୦ଟି ଆସନ ଜିତିଥିବାବେଳେ କଂଗ୍ରେସ ୩୧ଟି, ଜେଜେପି ୧୦ଟି ଓ ଅନ୍ୟାନ୍ୟ ଦଳ ୯ଟି ଆସନ ଜିତିଥିଲେ। ହରିୟାଣାରେ ବିଜେପି ଜେଜେପି ମିଳିତ ଭାବରେ ସରକାର ଗଠନ କରିଛନ୍ତି। ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଜେଜେପି ହାତକୁ ଉପମୁଖ୍ୟମନ୍ତ୍ରୀ ପଦବୀ ଯାଇଛନ୍ତି। ଜେଜେପିରେ ମୁଖ୍ୟ ଦୁଷ୍ୟନ୍ତ ସିଂହ ଚୌତାଲା ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଆଜି ହରିୟାଣା ସଚିବାଳୟର ପଞ୍ଚମ ମହଲାର ୪୦ ନମ୍ବର କକ୍ଷରେ ଦୁଷ୍ୟନ୍ତ ନିଜ ଦାୟିତ୍ବ ଗ୍ରହଣ କରିବା ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଫୁଲତୋଡା ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି। ଆଜି ବିଧାନସଭାରେ ବିଧାୟକମାନେ ଶପଥଗ୍ରହଣ କରିବେ। ରଘୁବୀର ସିଂ…

Read More

ତିସ୍‌ ହଜାରୀ କୋର୍ଟରେ ପୋଲିସ ଏବଂ ଆଇଜୀବୀଙ୍କ ମଧ୍ୟରେ ଉତ୍ତେଜନା ଯୋଗୁ ସୋମବାର ଆଇନଜୀବୀମାନେ ହରତାଳ କରିଛନ୍ତି। ଇତିମଧ୍ୟରେ ସ୍ଥାନୀୟ କଡ଼କଡ଼ଡ଼ୋମା କୋର୍ଟରେ କେତେକ ଆଇନଜୀବୀ ଜଣେ ପୋଲିସଙ୍କ ମଧ୍ୟରେ ପାଟିତୁଣ୍ଡ ତଥା ଝଗଡା ହୋଇଥିବାର ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ କିଛି ଓକିଲ ପୋଲିସ୍‌ କର୍ମୀଙ୍କୁ ମାରପିଟ୍‌ ମଧ୍ୟ କରିଛନ୍ତି । ଖବର ପାଇ ଉଚ୍ଚ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Read More

ଉତ୍ତର ଆଣ୍ଡାମାନ ଓ ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ କ୍ରମେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଏହା ଦୁଇ ତିନି ମଧ୍ୟରେ ଘନୀଭୂତ ହୋଇ ଡିପ୍ରେସନ୍‌ ରୂପ ନେଇପାରେ ବୋଲି ସୂଚନା ରହିଛି । ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଡିପ୍ରେସନ୍‌ ରୂପ ନେଇପାରେ ବୋଲି ସୂଚନା ରହିଛି ।  ଘନୀଭୂତ ପରେ ଉତ୍ତର, ଉତ୍ତର –ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି । ଏହା ପ୍ରଭାବରେ ଆସନ୍ତା ୯ ତାରିଖରୁ ଓଡ଼ିଶା ଉପକୂଳରେ ବର୍ଷା ସମ୍ଭାବନା ରହିଛି ।

Read More

ସମୀକ୍ଷା ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ୧୬ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ନାଚୁଣୀ ନିକଟସ୍ଥ କହ୍ନେଇପୁରଠାରେ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ସ୍କୁଟିରେ ଏକ ମହିଳା ଯାଉଥିବା ବେଳେ ଏକ କାର ତାଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ସ୍କୁଟି ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ତାଙ୍କର ଦୁଇ ଶିଶୁ ଏବଂ ନଣନ୍ଦେଇ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଆହତଙ୍କୁ ବାଲୁଗାଁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ଧକ୍କା ଦେଇଥିବା କାର୍‌ଟିର ନଂ ଓଡି-୦୨ଏଜି ୧୪୪୪। ଏହି  କାରଟି ସାନଖେମୁଣ୍ଡିର ପୂର୍ବତନ ବିଧାୟକ ନନ୍ଦିନୀ ଦେବୀଙ୍କର ବୋଲି ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର ଡ୍ରାଇଭରକୁ ଅଟକ ରଖିଥିବା ସୂଚନା ରହିଛି। ମୃତ ମହିଳା ଜଣକ ନୟାଗଡ ଜିଲ୍ଲା ଓଡଗାଁ ଶଙ୍ଖେଇର ଶୈଳା ବୋଲି ଜଣାପଡିଛି। ମହିଳା ଜଣକ ତାଙ୍କ ଭାଇଙ୍କ ଦଶାହ…

Read More