Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାହୁଲ ଗାନ୍ଧୀଙ୍କୁ ଆସନ୍ତାକାଲି ଝଟକା ଦେବେ କି ସୁପ୍ରିମ କୋର୍ଟ? କଣ ହେବ ରାଫାଲେ ଡିଲର ଭାଗ୍ୟ?
ବିଶେଷ ଖବର

ରାହୁଲ ଗାନ୍ଧୀଙ୍କୁ ଆସନ୍ତାକାଲି ଝଟକା ଦେବେ କି ସୁପ୍ରିମ କୋର୍ଟ? କଣ ହେବ ରାଫାଲେ ଡିଲର ଭାଗ୍ୟ?

November 13, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ଆସିବ ସାବରୀମାଳା ଏବଂ ରାଫେଲ ମାମଲାର ରାୟ, ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି

କେଦାର ମିଶ୍ର

ସୁପ୍ରିମ କୋର୍ଟ ଆସନ୍ତାକାଲି ରାଫାଲେ ସମ୍ପର୍କିତ ତାଙ୍କର ପୂର୍ବ ରାୟକୁ ସମୀକ୍ଷା କରି ରାୟ ପ୍ରକାଶ କରିବେ। ତେବେ ଏହି ମାମଲା ସହିତ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପି ଲୋକସଭା ସଦସ୍ୟ ମୀନାକ୍ଷୀ ଲେଖି କରିଥିବା ମାନହାନି ମକଦ୍ଦମାର ରାୟ ଯୋଡି ହୋଇ ରହିଛି। ତେଣୁ ରାଫାଲେ ସମ୍ପର୍କିତ ରାୟ ସହିତ ଦେଶର ରାଜନୈତିକ ଭବିଷ୍ୟତ ମଧ୍ୟ ଜଡିତ। ପୂର୍ବରୁ ରାଫାଲେ ମାମଲାରେ ସରକାର ସୁପ୍ରିମ କୋର୍ଟଙ୍କୁ ଭୁଲ ତଥ୍ୟ ଦେଇଥିବା ସ୍ଵୀକାର କରି, ଏହା ଛୋଟିଆ ଭୁଲ ବୋଲି କହିଛନ୍ତି। ତେବେ ସୁପ୍ରିମ କୋର୍ଟ ସରକାରଙ୍କ ଯୁକ୍ତିକୁ ସ୍ଵୀକାର କରିବେ କି ନାହିଁ, ତାହା ଆସନ୍ତା କାଲି ସ୍ପଷ୍ଟ ହେବ। ଦେଶର ରାଜନୈତିକ ଭବିଷ୍ୟତକୁ ଏହି ରାୟ ଏକ ନିର୍ଣ୍ଣାୟକ ମୋଡ ଦେବା ବୋଲି ଆଶା କରାଯାଉଛି।    

ଡିସେମ୍ବର, ୨୦୧୮ ରେ  ରାଫାଲେ ମାମଲାର ରାୟ ଦେବାବେଳେ ମାନ୍ୟବର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ସଞ୍ଜୟ କିଶାନ କାଉଲ ଓ କେ.ଏମ.ଯୋଶେଫ ଅନ୍ତତଃ ଏମିତି କିଛି ଭୁଲ ତଥ୍ୟ ରଖିଦେଲେ, ଯାହାକି ଲୋକଙ୍କ ମନରେ ରାଫାଲେ କିଣାକୁ ନେଇ ରହିଥିବା ସନ୍ଦେହ ଆହୁରି ବଢିଗଲା। ସୁପ୍ରିମକୋର୍ଟ ଏଥିରେ କିଛି ଅନିୟମିତତା ନାହିଁ ବୋଲି ଯେତେ କହିଲେ ମଧ୍ୟ, ସାଧାରଣ ଲୋକେ ଏବେ ଏ କଥାକୁ ଆଉ ବିଶ୍ଵାସ କରିବେ ନାହିଁ।ତେଣୁ ଏହାର ସମୀକ୍ଷା ଲାଗି ପୁଣିଥରେ ସୁପ୍ରିମ କୋର୍ଟ ରାଜିହେଲେ।  

ସୁପ୍ରିମ କୋର୍ଟ ନିଜ ଡିସେମ୍ବର-୨୦୧୮ ରାୟର ୨୩ ପାରାରେ କହିଥିଲେ– କେବଳ ଫ୍ରାନ୍ସ ର ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କୋଇସ ହଲାଣ୍ଡେଙ୍କ ବୟାନ ଆଧାରରେ ଏପ୍ରକାର ସନ୍ଦେହ କରାଯାଉଛି। ପ୍ରଶ୍ନ ଉଠୁଛି, ହଲାଣ୍ଡେ ନିଜେ ରାଫାଲେ ବିକାକିଣାର ଅନ୍ୟତମ ଅଂଶୀଦାର। ତାଙ୍କ ବୟାନକୁ ଗମ୍ଭୀରତାର ସହ ସୁପ୍ରିମକୋର୍ଟ ନନେବା ପଛରେ କି କାରଣ ରହିଛି, ତାହା ବୁଝା ପଡୁନାହିଁ। ସେହିପରି ୨୫ ପାରାରେ କୁହାଯାଇଛି– The   pricing   details   have,   however,   been   shared   with   the Comptroller   and   Auditor   General , and the report of the CAG has been examined by the Public Accounts Committee .  Only a redacted portion of the report was placed before the Parliament, and is in public domain. ଏହି କଥା ଇ ସବୁଠୁ ଆଶ୍ଚର୍ୟଜନକ। ସିଏଜି କିମ୍ବା ପିଏସି ଏ ସମ୍ପର୍କରେ କିଛି ଜାଣନ୍ତି ନାହିଁ ବୋଲି ଏବେ ସ୍ପଷ୍ଟ ହୋଇଯାଇଛି। ତେବେ ସୁପ୍ରିମକୋର୍ଟ ଏମିତି ଏକ ଭ୍ରମାତ୍ମକ ତଥ୍ୟ ନିଜ ରାୟରେ ପ୍ରକାଶ କଲେ କେମିତି। ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ କେନ୍ଦ୍ର ସରକାର କହୁଛନ୍ତି, ସୁପ୍ରିମକୋର୍ଟ ତାଙ୍କ ଲେଖା ବୁଝି ପାରିଲେ ନାହିଁ। ଅଦ୍ଭୁତ ଯୁକ୍ତି! ସୁପ୍ରିମକୋର୍ଟ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଏକଥା କହୁଥିବା ବେଳେ କେନ୍ଦ୍ର ସରକାର ଏହା ଏକ କିରାଣୀ ଜନିତ ଭୁଲ ବୋଲି କହୁଛନ୍ତି। ଏତେ ବଡ ତଥ୍ୟ ପ୍ରମାଦ ଯଦି କିରାଣୀଙ୍କ ଯୋଗୁଁ ହୋଇଛି ଓ ତାକୁ ଦେଶର ତିନିଜଣ ବରିଷ୍ଠ ବିଚାରପତି ଗ୍ରହଣ କରିଛନ୍ତି, ତାହେଲେ, ଏହାକୁ ଆମେ ଏ ପୃଥିବୀର ସର୍ବଶ୍ରେଷ୍ଠ ଭୁଲ ବୋଲି ମାନିନେବା ଉଚିତ ହେବ।

ସବୁଠୁ ବଡ କଥା ହେଉଛି ରାଫାଲେ ବିକାକିଣା ର ମୂଲ୍ୟ ନିର୍ଦ୍ଧାରଣ ପ୍ରସଙ୍ଗ ବିଚାର କରିବା ସୁପ୍ରିମକୋର୍ଟଙ୍କ କର୍ତ୍ତୃତ୍ଵାଧୀନ ନୁହଁ ବୋଲି କୁହାଯାଇଛି। (It is certainly not the job of his Court to carry out a comparison of the pricing details in matters like the present.  We say no more as the material has to be kept in a confidential domain.) ତାହେଲେ ଏ କ୍ଷେତ୍ରରେ ରହିଥିବା ସନ୍ଦେହର ବିଚାର କେବଳ ସଂସଦ ହିଁ କରିବା ଉଚିତ ହୋଇଥାନ୍ତା। ପୂର୍ବରୁ ବୋଫୋର୍ସ ପ୍ରସଙ୍ଗରେ ସଂସଦର  ଯୁଗ୍ମ ସଂସଦୀୟ କମିଟି ତଦନ୍ତ କରିଥିଲା। ଆଜି ସେକଥାକୁ ବିଜେପି ସରକାର ଗ୍ରହଣ କଲେ ନାହିଁ କାହିଁକି?

ସୁପ୍ରିମ କୋର୍ଟ ସରକାରଙ୍କର ଭୁଲ କୁ ଆଧାର କରି ରାୟ ଦେଇଥିବାରୁ ଏଥିରେ ଅନେକ ସମସ୍ୟା ରହିଥିଲା। ଆସନ୍ତାକାଲିର ରାୟରେ ସେ ସବୁ ସଂଶୋଧିତ ହୋଇ ପାରିବ କି? ସରକାର ସୁପ୍ରିମକୋର୍ଟଙ୍କୁ ବିଭ୍ରାନ୍ତ କରିଥିବାର ସତ୍ୟକୁ ସୁପ୍ରିମକୋର୍ଟ ମାନିବେ କି? ମାନହାନି ମକଦ୍ଦମାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବେ କି? ଏମିତି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର  ଆସନ୍ତାକାଲି ସୁପ୍ରିମ କୋର୍ଟଙ୍କ ରାୟ ପରେ ସ୍ପଷ୍ଟ ହୋଇଯିବ।   

Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

ଏଣିକି ଭୁବନେଶ୍ଵରରୁ ଶିରିଡ଼ି, ତିରୁପତିକୁ ଉଡ଼ିବ ବିମାନ

April 22, 2026

ନିର୍ବନ୍ଧର ତିନିଦିନ ପରେ ବିଲରୁ ମିଳିଲା ଯୁବତୀଙ୍କ ମୃତଦେହ

April 22, 2026

ବଙ୍ଗଳା ନିର୍ବାଚନ ଉପରେ ECIଙ୍କ କଡ଼ା ପଦକ୍ଷେପ, ୨୦ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆକାଶ ମାର୍ଗରୁ କଲେ ସର୍ଭେ

April 22, 2026

ବାହାଘରର ପ୍ରସେସନରେ ଗୁଳିକାଣ୍ଡ : ଦୁଇ ଗୁରୁତର

April 22, 2026

ହାତୀ ଆକ୍ରମଣରେ ବୃଦ୍ଧା ମୃତ୍ୟୁ

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.