Author: Samikhsya Bureau

ମୁମ୍ବାଇ-ପୁଣେ ହାଇଓ୍ବେରେ ସୋମବାର ସକାଳୁ ଏକ ସଡକ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ୫ଜଣ ମୃତ୍ୟୁବରଣ କରିଥିବାବେଳେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଭୋର ଘାଟ ପାଖରେ ଡ୍ରାଇଭରଙ୍କ ଦାୟିତ୍ବହୀନତା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି । ଆହତ ଲୋକଙ୍କୁ ନିକଟସ୍ଥ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଡ୍ରାଇଭର ଜଣକ ଗାଡ଼ି ଚଳାଇବାବେଳେ ସନ୍ତୁଳନ ହରାଇବସିଥିଲେ, ଯାହା ଫଳରେ ଗାଡ଼ିଟି ଯାଇ ସିଧାରେ ଖାଇରେ ପଡ଼ିଯାଇଥିଲା ।

Read More

କେଦାର ମିଶ୍ର କେବେବି କୌଣସି ମୁହୂର୍ତ୍ତରେ ରାମ ଜନ୍ମଭୂମି ମାମଲାର ଚୂଡାନ୍ତ ରାୟ ସୁପ୍ରିମ କୋର୍ଟ ପ୍ରକାଶ କରିବେ। ଆସନ୍ତା ୧୮ ନଭେମ୍ବରରେ ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଅବସର ନେବା ପୂର୍ବରୁ ଏହି ମାମଲାର ରାୟ ପ୍ରକାଶ ପାଇବ। ଭାରତ ଇତିହାସରେ ଏକ ରାୟ ପ୍ରକାଶ ପାଇବା ପୂର୍ବରୁ ଏହା ଆମ ସପକ୍ଷରେ ଯିବ ବୋଲି ବହୁ ବିଜେପି ନେତା ଓ ସଂଘ ପରିବାରର ସଦସ୍ୟ ଖୋଲାଖୋଲି କହି ସାରିଛନ୍ତି। ତେବେ ଏହି ପ୍ରସଙ୍ଗରେ ଆଇନ କଣ କରିବ ତାହା ରାୟ ପ୍ରକାଶ ପାଇଲା ପରେ ଜଣାପଡିବ, ହେଲେ ଏହାଯେ ବିଜେପିର ରାଜନୀତି ଲାଗି ଏକ ଉର୍ବର ଭୂମି ତିଆରି କରିବ, ଏଥିରେ ସନ୍ଦେହ ନାହିଁ। ସପକ୍ଷରେ ଗଲେ ଏହା ବିଜେପିର ସଫଳତା ଓ ବିପକ୍ଷରେ ଗଲେ ଏହା ହିନ୍ଦୁଙ୍କ ବିରୋଧରେ ଷଡଯନ୍ତ୍ର ବୋଲି କହି ବିଜେପି ତାର ରାଜନୀତି ଅବ୍ୟାହତ ରଖିବ। ଏ ପ୍ରସଙ୍ଗରେ ଜାତୀୟ…

Read More

ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଅନିଶ୍ଚିତତା ତଥା ଛକାପଞ୍ଝା ଚାଲିଥିବାବେଳେ ଶିବସେନା ଓ ଏନ୍‌ସିପିର ମେସେଜ୍‌ ରାଜନୀତି ଏହି ବିଷୟକୁ ଆହୁରି ସରଗରମ କରୁଛି । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ନେତା ଅଜିତ୍‌ ପାଓ୍ବାର କହିଛନ୍ତି ଯେ, ଶିବସେନାର ସଞ୍ଜୟ ରାଉତ ତାଙ୍କୁ ମେସେଜ୍‌ ପଠାଇଛନ୍ତି । ସଞ୍ଜୟ ରାଉତ ‘ଜୟ ମହାରାଷ୍ଟ୍ର’ର ଏକ ବାର୍ତ୍ତା ପଠାଇଛନ୍ତି । ସଞ୍ଜୟ ଶିବସେନା ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି ବୋଲି କହିଥିବାବେଳେ ଏବେ ଏନ୍‌ସିପିକୁ ମେସେଜ୍‌ ପଠାଇବା ନେଇ ନୂତନ ରାଜନୈତିକ ସମୀକରଣର ଆଭାସ ମିଳୁଛି । ଆସନ୍ତାକାଲି ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଓ କଂଗ୍ରେସର କାମଚଳା ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ମହାରାଷ୍ଟ୍ରର ସରକାର ଗଠନକୁ ନେଇ ଆଲୋଚନା କରାଯିବ । ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ହୋଇ ନିର୍ବାଚନକୁ ଓହ୍ଲାଇଥିବାବେଳେ କଂଗ୍ରେସ – ଏନ୍‌ସିପି ମଧ୍ୟ…

Read More

ସ୍ବଚ୍ଛ ଭାରତ ଅଭିଯାନ ଜରିଆରେ ନେତାମାନେ ଝାଡୁ ଲଗାଉ ଥିବାବେେଳେ ଏହି କ୍ଷେତ୍ରରେ ଆଉ ଟିକେ ଆଗକୁ ପାଦ ବଢାଇଛନ୍ତି କମଲନାଥ ସରକାରଙ୍କ ଜଣେ ମନ୍ତ୍ରୀ। ନାଳ ସଫା କରିବା ପାଇଁ ନିଜେ ନାଳ ଭିତରେ ପଶି ନାଳ ସଫା କରିଛନ୍ତି। ରବିବାର ମଧ୍ୟପ୍ରଦେଶର ଖାଦ୍ୟ ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂହ ତୋମାର୍‌ ଗ୍ବାଲିୟରର ବିର୍ଲା ନଗର ଅଞ୍ଚଳର ଏକ ଅପରିଷ୍କାର ନାଳକୁ ସଫା କରିଛନ୍ତି। ଏହି ନାଳଟି ଅଳିଆ ଆବର୍ଜନାରେ ପୋତି ହୋଇପଡିଥିବାରୁ ରାସ୍ତାରେ ନର୍ଦ୍ଦମା ପାଣି ବୋହୁଥିଲା। ଏହାକୁ ଦେଖି ମନ୍ତ୍ରୀ ନିଜେ ନାଳରେ ପଶି କୋଦାଳ ସାହାଯ୍ୟରେ ଆବର୍ଜନାକୁ ସଫା କରିଛନ୍ତି। ଏହା ଦେଖି ଅନ୍ୟମାନେ ମଧ୍ୟ ମନ୍ତ୍ରୀଙ୍କୁ ଏହି ସଫେଇ କାର୍ଯ୍ୟରେ ସାହାଯ୍ୟ କରିଥିଲେ।  ମନ୍ତ୍ରୀଙ୍କ ଏପରି କାର୍ଯ୍ୟକୁ ବେଶ୍‌ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକେ। ପୂର୍ବରୁ ଗ୍ବାଲିୟରର ରେଳଷ୍ଟେସନର ଶୌଚାଳୟ ମଧ୍ୟ ସଫା କରିଥିଲେ ପ୍ରଦ୍ୟୁମ୍ନ। ଦେଶରେ କିଛି ଦିନ ଧରି ନାଳ ତଥା ସ୍ବେରାଜ…

Read More

ସମୀକ୍ଷା ବ୍ୟୁରୋ ବିବାହ ଏକ ପବିତ୍ର ସମ୍ପର୍କ। ସ୍ବାମୀ ସ୍ତ୍ରୀ ଦୁହେଁ ଏହି ବନ୍ଧନକୁ ସ୍ନେହ ଓ ପ୍ରେମ ଦ୍ବାରା ବାନ୍ଧି ରଖିଥାନ୍ତି। କିନ୍ତୁ ବଦଳୁଥିବା ସମୟରେ ଏହି ବନ୍ଧନ ଆଉ ସେପରି ଶକ୍ତ ହୋଇ ରହୁନାହିଁ। ଏଥିରେ ଦେଖାଯାଉଛି ଅନେକ ବ୍ୟତିକ୍ରମ। ସ୍ତ୍ରୀ ଅନ୍ୟ ପୁରୁଷ ସହ ରୋମାନ୍ସ କରୁଥିବାବେଳେ ସ୍ବାମୀ ଏହାକୁ ଦେଖି ସହ୍ୟ କରିପାରିନଥିଲେ।ତା’ପରେ ଘଟାଇଥିଲେ ନିର୍ମମ କାଣ୍ଡ। ଗ୍ରେଟର ନୋଏଡାର ସୁରଜପୁରଠାରେ ଏକ ମାମଲା ସାମ୍ନାକୁ ଆସିଛି। ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସ୍ବାମୀଙ୍କୁ ତାଙ୍କ ସ୍ତ୍ରୀ ଅନ୍ୟ କାହା ସହିତ ସମ୍ପର୍କ ରଖିଛନ୍ତି ବୋଲି ସନ୍ଦେହ କରୁଥିଲେ। ମିଳିଥିବା ସୂଚନା ଅନୁସାରେ ୟୁପିର ଶାହଜାହାନପୁର ନିବାସୀ ସମ୍ପୃକ୍ତ ଅଭିଯୁକ୍ତ ସ୍ବାମୀ ଜଣକ ତାଙ୍କ ସ୍ତ୍ରୀଙ୍କୁ ଅନ୍ୟ ପୁରୁଷଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ। ଏହାପରଠାରୁ ଦୁହିଙ୍କ ମଧ୍ୟରେ ବିବାଦ ଚାଲିଥିଲା। ଏହି ଘଟଣାକୁ ନେଇ ଦୁହିଁଙ୍କ ଝଗଡା…

Read More

ଅନିଶ୍ଚିତତା ଭିତରେ ଭାରତ-ବାଂଲାଦେଶ ଟି-୨୦ କ୍ରିକେଟ ମ୍ୟାଚ। ଆଜି ନୂଆଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିଅମରେ ଭାରତ-ବାଂଲାଦେଶ ପ୍ରଥମ ଟି-୨୦ କ୍ରିକେଟ ମ୍ୟାଚ ଖେଳାଯିବ। କିନ୍ତୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବିପଜ୍ଜନକ ଅବସ୍ଥାରେ ରହିଥିବାରୁ ଖେଳ ହେବା ନେଇ ସନ୍ଦେହ ଦେଖାଯାଇଛି। ପ୍ରଦୂଷଣ କମ୍‌ କରିବା ପାଇଁ ସରକାର ତରଫରୁ ପାଣି ସିଞ୍ଚନ ବ୍ୟବସ୍ଥା କରାଯାଉଥିଲେ ମଧ୍ୟ କୌଣସି ସଫଳ ମିଳୁନାହିଁ। ଗତକାଲି ଦୁଇଦେଶର ସମସ୍ତ ଖେଳାଳି ମାସ୍କ ଲଗାଇ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଥିଲା। ତେଣୁ ଏପରି ଭୟାନକ ବାୟୁ ପ୍ରଦୂଷଣରେ ଖେଳାଳିଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବାରୁ ଖେଳ ହେବା ନେଇ ସନ୍ଦେହ ଦେଖାଯାଇଛି। ଏପରି ପରିସ୍ଥିତିରେ ଆଜିର ମ୍ୟାଚ ଅନୁଷ୍ଠିତ ହେବକି ନାହିଁ ରେଫରୀଙ୍କ ଦ୍ଵାରା ନିର୍ଦ୍ଧାରଣ କରାଯିବ।

Read More

ଦିପାବଳୀ ପରଠାରୁ ଦିଲ୍ଲୀର ପ୍ରଦୂଷଣ ମାତ୍ରା ଅତ୍ୟଧିକ ବଢିଯାଇଛି। ବାୟୁର ଗୁଣବତ୍ତା ଏବେ ଖରାପସ୍ଥିତିରେ ପହଞ୍ଚିଛି। ପ୍ରାୟ ଅଞ୍ଚଳରେ ଏୟାରକ୍ବାଲିଟି ଇଣ୍ଡେକ୍ସ ୯୦୦ ଉପରେ ପହଞ୍ଚିଛି। ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଓ ଫରିଦାବାଦ ଆଦି ଅଞ୍ଚଳରେ ବାୟୁ ଏବେ ପୂରା ବିଷ ପାଲଟିଯାଇଛି।  ସେହିପରି ପଞ୍ଜାବ ଓ ହରିୟାଣାରେ ମଧ୍ୟ ସମାନ ଅବସ୍ଥା ଜାରି ରହିଛି।  ଏହି ସମସ୍ୟାର ସମାଧାନ ପାଇଁ ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ଦିଲ୍ଲୀର ପ୍ରଦୂଷଣର ମାତ୍ରା ଅତ୍ୟଧିକ ବଢିଯିବା ଯୋଗୁଁ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦିଆଯାଇଥିବାବେଳେ ସ୍କୁଲଗୁଡ଼ିକୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଛୁଟି କରାଯାଇଛି। ତେବେ ମିଳିଥିବା ସୂଚନା ଅନୁସାରେ ପ୍ରଦୂଷଣ ସ୍ତର ବଢିବା ପରେ ପରେ ଦିଲ୍ଲୀ ଏମସ୍‌ରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି।

Read More

ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳ ବାହାରିବାର ୧୦ ଦିନ ପରେ ମଧ୍ୟ ରାଜ୍ୟରେ ସରକାର ଗଠନ ହୋଇ ପାରୁନାହିଁ। ବିଜେପି-ଶିବସେନା ମେଣ୍ଟ ପାଖରେ ସରକାର ଗଢିବା ଲାଗି ଆବଶ୍ୟକ ସମର୍ଥନ ରହିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ୫୦:୫୦ ଅନୁପାତରେ ବାଣ୍ଟିବାକୁ ନେଇ ଦୁଇ ଦଳ ଭିତରେ ପ୍ରବଳ ଗଣ୍ଡଗୋଳ ଆରମ୍ଭ ହୋଇଛି। ଆଜି ହଠାତ ଶିବସେନା ଦାବି କରିଛି ଯେ ସରକାର ଗଠନ ଲାଗି ତାଙ୍କ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପିର ୧୦୫, ଶିବସେନାର ୫୬, ଏନସିପିର ୫୪, କଂଗ୍ରେସର ୪୪ ଓ ଅନ୍ୟାନ୍ୟ ୨୯ ବିଧାୟକ ରହିଛନ୍ତି। ଶିବସେନା ଓ ବିଜେପି ଭିତରେ ବଢୁଥିବା କନ୍ଦଳ ଯୋଗୁଁ ଏବେ ପ୍ରତି ମୁହୂର୍ତ୍ତରେ ରାଜ୍ୟର ରାଜନୈତିକ ସମୀକରଣ ବଦଳି ଚାଲିଛି। ଆଜି ହଠାତ ବିଜେପିକୁ ଅଡୁଆରେ ପକାଇ ଶିବସେନା ଘୋଷଣା କରିଛି ଯେ, ତାଙ୍କ ପାଖରେ ସରକାର ଗଢିବା…

Read More

ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଭାରତୀୟ ରାଜନୀତି ଏବେ ବେଶ୍‌ ସରଗରମ। ନିର୍ବାଚନ ଫଳ ବାହାରିବାର ୧୦ ଦିନ ହୋଇଗଲାଣି। କିନ୍ତୁ ଏବେ ସୁଦ୍ଧା ସରକାର ଗଠନ ହୋଇପାରୁନାହିଁ। ରାଜ୍ୟରେ ବିଜେପି-ଶିବସେନା ମେଣ୍ଟ ସରକାର ଗଠନ ହେବାକୁ ଥିବାବେଳେ ଏହି ମେଣ୍ଟରେ ଫାଟ ସୃଷ୍ଟି ହୋଇଯାଇଛି। ଶିବସେନା ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀତ୍ବ ପାଇଁ ଅଡି ବସିଥିବାବେଳେ ବିଜେପି ଏକୁଟିଆ ସରକାର ଗଢିବ ବୋଲି ଦାବି କରୁଛି। ମହାରାଷ୍ଟ୍ରର ରାଜନୀତିରେ ଏବେ ବେଶ୍‌ ଗଣ୍ଡଗୋଳିଆ ରହିଛି। ଶିବସେନା ସହ ଏନ୍‌ସିପି ଓ କଂଗ୍ରେସ ତଥା ଅନ୍ୟାନ୍ୟ ସ୍ବାଧୀନ ମାନେ ମିଶି ସରକାର ଗଠନ କରିବାକୁ ଶୁଣିବାକୁ ମିଳିଥିବାବେଳେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ମହାରାଷ୍ଟ୍ରରେ ଶିବସେନା ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି। ଶିବସେନାର ସଞ୍ଜୟ ରାଉତ କହିଛନ୍ତି ଯେ, ତାଙ୍କ ଦଳ ନିକଟରେ ବହୁମତ ରହିଛି। ସରକାର ଗଠନ ପାଇଁ ୧୪୫ ମ୍ୟାଜିକ୍‌…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟାଙ୍କକରେ ଆୟୋଜିତ ଆଦିତ୍ୟ ବିର୍ଲାର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଉପସ୍ଥିତ ରହି ସରକାରଙ୍କ ଉପଲବ୍ଧି ବିଷୟରେ ବର୍ଣ୍ଣନା କରିଛନ୍ତି। ମୋଦି କହିଛନ୍ତି ଯେ, ଭାରତ ବର୍ତ୍ତମାନ ୫ ଟ୍ରିଲିୟନ ଆମେରିକା ଡଲାରର ଅର୍ଥବ୍ୟବସ୍ଥାରେ ପହଁଚିବା ପାଇଁ ସ୍ୱପ୍ନ ଦେଖୁଛି। ୨୦୧୪ରେ ଯେତେବେଳେ ବିଜେପି ସରକାର ଆସିଲା ସେତେବେଳେ ଭାରତୀୟ ଅର୍ଥବ୍ୟବସ୍ଥା ୨ ଟ୍ରିଲିୟନ ଡଲାର ଥିଲା। ଗତ ୫ ବର୍ଷରେ ଏହା ୩ ଟ୍ରିଲିୟନ ଡଲାରରେ ପହଁଚିପାରିଛି। ଏହି ବିଶ୍ୱାସକୁ ନେଇ ଦେଶର ସ୍ୱପ୍ନ ପୂରଣ ହେବ। ଭାରତରେ ଏବେ ବାଣିଜ୍ୟ କରିବା ସହଜ ହୋଇଛି। ଏପରିକି ବିଭିନ୍ନ ଟିକସକୁ ମଧ୍ୟ କମ କରାଯାଇଛି। ଦେଶ ଗତ ୫ ବର୍ଷରେ ଅନେକ ସଫଳତା ହାସଲ କରିଛି। ଏବେ ଭଲ ସମୟ ଚାଲିଛି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଯେତେବେଳେ ଭାରତ ଆଗକୁ ବଢେ, ବିଶ୍ୱ ମଧ୍ୟ ଆଗକୁ ବଢିଥାଏ।  ଗତ ୫ ବର୍ଷ ମଧ୍ୟରେ ଭାରତ ୨୫୬…

Read More