Author: Samikhsya Bureau
ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଚାଲିଥିବା ଅଚଳାବସ୍ଥାରେ ପ୍ରତ୍ୟେକ ଦିନ କିଛି ନୂଆ ନୂଆ ରୋଚକ ମୋଡ଼ ଦେଖିବାକୁ ମିଳୁଛି । ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପି ଓ ଶିବସେନା ମଧ୍ୟରେ ଅଙ୍କ ଛିଡୁନାହିଁ । ଶିବସେନା ୫୦-୫୦ ଫର୍ମୁଲାକୁ ନେଇ ଜିଦ୍ରେ ବସିଥିବାବେଳେ ଶିବସେନା ଆରଏସଏସ୍ ମୁଖ୍ୟଙ୍କୁ ଚିଠି ଲେଖିଥିବାର ଜଣାପଡିଛି ଶିବସେନା ନେତା କିଶୋର ତିଓ୍ବାରୀ ମହାରାଷ୍ଟ୍ର ରାଜନୀତିକୁ ନେଇ ମୋହନ ଭାଗବତଙ୍କୁ ଚିଠି ଲେଖିବା ସହ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ଅନ୍ୟପଟେ ଏନେଇ ସେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀଙ୍କ ସହ ଆଲୋଚନା କରିବେ ବୋଲି ଏଥିରେ ଉଲ୍ଲେଖ କରିଛନ୍ତି। ବିଜେପି ‘ମେଣ୍ଟ ଧର୍ମ’କୁ ପାଳନ କରୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।ଆସନ୍ତା ୯ ତାରିଖରେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହେବାକୁ ଥିବାବେଳେ ଆଜି ପର୍ଯ୍ୟନ୍ତ ସରକାର ଗଠନ ହେବା ନେଇ କିଛି ସ୍ଥିର ନିଷ୍ପତ୍ତି ହୋଇପାରୁନାହିଁ।
ଓଡିଶାରେ ପିଆଜ ଦର ଆହୁରି ୬ରୁ ୧୦ ଟଙ୍କା ବଢିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଆନ୍ଧ୍ରରେ ଅଣଋତୁ ବର୍ଷା ପାଇଁ ଅସୁବିଧା ସୃଷ୍ଟି ହୋଇଛି। ଦକ୍ଷିଣ ଭାରତରେ ପିଆଜ ଦର ବଢିଥିବାରୁ ଏଠି ମଧ୍ୟ ଦର ବଢିବ। ଖାଉଟିଙ୍କୁ ରିହାତି ଦରରେ ପିଆଜ ଯୋଗାଇ ଦେବାକୁ ସରକାର ଚିନ୍ତା କରୁଛନ୍ତି। ବ୍ୟବସାୟୀ ସଂଘ ଗୁଡିକ ସହିତ ବୈଠକ ପରେ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ରୂପରେଖ ପ୍ରସ୍ତୁତ ହେବ।
ସମ୍ପ୍ରତି ଦେଶର ରାଜଧାନୀ ବାୟୁ ପ୍ରଦୂଷଣ ନେଇ ସେଠାରେ ଜୀବନଯାପନ କଷ୍ଟକର ହୋଇପଡିଥିବାବେଳେ ସାରା ଦେଶ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି । ଦେଶରେ ବାୟୁ ପ୍ରଦୂଷଣର ସ୍ଥିତି ସଙ୍ଗୀନ୍ ଥିବାବେଳେ ରାଜ୍ୟର ସବୁଠୁ ଅଧିକ ପ୍ରଦୂଷିତ ସହର ଭାବେ ସ୍ମାର୍ଟ ସିଟି ଭୁବନେଶ୍ବର ସର୍ବାଗ୍ରେ ରହିଛି । ରାଜ୍ୟର ସବୁଠୁ ଅଧିକ ପ୍ରଦୂଷିତ ସହର ମଧ୍ୟରେ ରାଜଧାନୀ ଭୁବନେଶ୍ବର । ଭୁବନେଶ୍ୱର ସମେତ କଟକ, ଅନୁଗୁଳ, ତାଳଚେର, ବାଲେଶ୍ୱର, ରାଉରକେଲା ଓ କଳିଙ୍ଗନଗର ସବୁଠୁ ଅଧିକ ପ୍ରଦୂଷିତ। କଳକାରଖାନାରୁ ନିର୍ଗତ ଦୂଷିତ ଜଳ, ପ୍ଲାଷ୍ଟିକର ବ୍ୟବହାର, ସଫେଇ ନହେବା ଏବଂ ବିଭିନ୍ନ କ୍ଷେତ୍ରରେ ଅଧିକରୁ ଅଧିକ ଅଙ୍ଗାରକାମ୍ଲ ନିର୍ଗତ ଏହାର ପ୍ରମୁଖ କାରଣ ବୋଲି ବୈଠକରେ ପ୍ରକାଶ ପାଇଛି। ସେହିପରି ରାଜ୍ୟର ୯ଟି ନଦୀର ଅବବାହିକା ପ୍ରଦୂଷିତ ହୋଇଛି। ସେଥିରୁ ଗଙ୍ଗୁଆ ନାଳ ସର୍ବାଧିକ ପ୍ରଦୂଷିତ ହୋଇଥିବା ଜଣାପଡ଼ିଛି। ଆଜି ପରିବେଶ ସଂକ୍ରାନ୍ତିୟ ଗୃହ କମିଟି ବୈଠକ ପରେ…
ଦିଲ୍ଲୀର ତିସ ହଜାରୀ କୋର୍ଟ ବାହାରେ ଗତ ଶନିବାର ଦିନ ପୁଲିସ ଏବଂ ଆଇନଜୀବୀଙ୍କ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧ ମାମଲା ଆଜି ଏକ ନୂଆ ମୋଡରେ ପହଞ୍ଚିଛି । ଏହି ହିଂସା ଘଟଣା ପରେ ଗତ ତିନି ଧରି ଆଇନଜୀବୀମାନେ ଧାରଣକୁ ଓହ୍ଲାଇ ଥିବାବେଳେ ଆଜି ଦିଲ୍ଲୀ ପୁଲିସ ମୁଖ୍ୟାଳୟ ବାହାରେ ପୁଲିସକର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାରି ମଧ୍ୟରେ ଦିଲ୍ଲୀ ପୁଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ବିକ୍ଷୋଭ ପ୍ରଦର୍ଶନ କରୁଥିବା ପୁଲିସକର୍ମୀଙ୍କୁ ଭେଟିଛନ୍ତି । ପ୍ରଦର୍ଶନକାରୀଙ୍କୁ ଶାନ୍ତି ରକ୍ଷା କରିବା ପାଇଁ ଅପିଲ କରିଛନ୍ତି । କମିଶନର କହିଛନ୍ତି, ଆମକୁ ଯେଉଁ ଦାୟିତ୍ବ ଦିଆଯାଇଛି ତାକୁ ତୁଲାଇ ଆଇନର ରକ୍ଷା କରିବା । ଦିଲ୍ଲୀ ପୁଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ ଅପିଲ ପରେ ମଧ୍ୟ ପୁଲିସକର୍ମୀ ପ୍ରଦର୍ଶନ ଜାରି ରଖିଥିଲେ । ପ୍ରଦର୍ଶନକାରୀମାନେ କିରଣବେଦୀଙ୍କ ନାଁର ନାରା ଦେଇଥିଲେ । ପୁଲିସକର୍ମୀମାନେ କହିଥିଲେ, ତାଙ୍କୁ କିରଣ ବେଦୀଙ୍କ ପରି…
ସମୀକ୍ଷା ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସହଯୋଗରେ ବାଲୁଗାଁ ସ୍ଥିତ ମତ୍ସ୍ୟ ତାଲିମ ଅନୁଷ୍ଠାନରେ ଦୁଇଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଣପୁର ଓ ଚିଲିକା ବ୍ଲକର ୧୫ ଗୋଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ୩୦ ଜଣ ସଭ୍ୟା ଓ ପ୍ରାଣୀ ମିତ୍ରଙ୍କୁ ଦୀର୍ଘମିଆଦୀ ସୂତ୍ରରେ ନେଇଥିବା ଗ୍ରାମ ପଞ୍ଚାୟତ ପୋଖରୀଗୁଡ଼ିକରେ ବୈଜ୍ଞାନିକ ପ୍ରଣାଳୀରେ ମାଛ ଚାଷ କରି କିଭଳି ଅଧିକ ମାଛ ଉତ୍ପାଦନ ହୋଇପାରିବ ସେହି ବିଷୟରେ ତାଲିମ ପ୍ରଦାନ କରାଯାଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ମୁରଲୀଧର ଜେନା ଯୋଗଦାନ କରି ମାଛ ଚାଷ ସମ୍ପର୍କରେ ବୁଝାଇଥିଲେ । ବିଶ୍ବ ମତ୍ସ୍ୟ ସଂସ୍ଥାର ଜୋନାଲ୍ ମେନେଜର୍ କ୍ଷୀରୋଦ ନାୟକ ଯୋଗଦାନ କରି ବୈଜ୍ଞାନିକ ପ୍ରଣାଳୀରେ ମାଛଚାଷ କରି କିପରି ଲାଭବାନ ସାଙ୍ଗକୁ ସ୍ବାବଲମ୍ବୀ ହୋଇପାରିବ ବିଶଦ୍ ଭାବେ ବର୍ଣ୍ଣନା କରିଥିଲେ । ପୋଖରୀ ପ୍ରସ୍ତୁତିଠାରୁ ମାଛ…
ଲୋକ ଜନଶକ୍ତି ପାର୍ଟି (ଏଲ୍ଜେପି)ର ମୁଖ୍ୟ ହେଲଷ ଚିରାଗ ପାଶଓ୍ବନ । ଲୋକ ଜନଶକ୍ତି ପାର୍ଟି(ଏଲ୍ଜେପି)ର ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶଓ୍ବାନ ନିଜ ରାଜନୈତିକ କମାଣ ପୁଅ ଚିରାଗ ପାଶଓ୍ବାନଙ୍କ ହାତରେ ସମର୍ପି ଦେଇଛନ୍ତି। ମଙ୍ଗଳବାର ଦିଲ୍ଲୀରେ ଆୟୋଜିତ ଦଳର କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାମବିଳାସ ଦଳର ସଂସ୍ଥାପକ ଭାବେ କାମ କରିବେ।
ସମ୍ଭାବ୍ୟ ବାତ୍ୟା, ବର୍ଷାକୁ ନେଇ ଏସଆରସିଙ୍କ ପକ୍ଷରୁ ୧୫ଜିଲ୍ଲାପାଳଙ୍କୁ ଆଡଭାଇଜରି ଜାରି କରାଯାଇଛି। ବାତ୍ୟା ଓଡ଼ିଶା ମୁହାଁ ହୋଇ ନପାରେ କିନ୍ତୁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। କିନ୍ତୁ ପ୍ରଭାବ ପଡ଼ିବା ପୂର୍ବରୁ ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ୧୫ଟି ଜିଲ୍ଲାରେ ପ୍ରଭାବ ପଡ଼ିବା ନେଇ ସତର୍କ ରହବାକୁ ଜିଲ୍ଲାପାଳମାନଙ୍କୁ ଏସଆରସି ପ୍ରଦୀପ ଜେନା ଚିଠି ଲେଖିଛନ୍ତି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ପୁରୀ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି। ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହା ଅବପାତର ରୂପ ଧାରଣ କରିଛି।
ସମୀକ୍ଷା ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲା ବାଣପୁର ପାଇକ ସାହି ସାମ୍ନା ମା’ ଭଗବତୀ ଜୁଏଲର ଦୋକାନରୁ ଚୋରି ହୋଇଥିବାର ସୂଚନା ରହିଛି। ସୂଚନାଯୋଗ୍ୟ, ଆଜି ଦିନ ୧୨ ଘଟିକାରେ ଦୋକାନକୁ ଚାରିଜଣ ମହିଳା ସୁନା କ୍ରୟ କରିବାକୁ ଆସିଥିଲେ। ସେମାନେ ଏକ ସୁନା ଚେନ୍କୁ ଦେଖି ପସନ୍ଦ କରି ବିଲ୍ କରିବା ସମୟରେ ଦୋକାନରୁ ଆଉ ଦୁଇଟି ଚେନ୍ ଗାୟବ କରୁଥିବାର ପ୍ରୟାସ କରୁଥିଲେ। ଦୋକାନୀ ସନ୍ଦେହ କରି ସିସିଟିଭି ଫୁଟେଜ୍ ଦେଖିଲା ପରେ ଏଥିରୁ ସୁନା ଚୋରି କରୁଥିବାର ସ୍ପଷ୍ଟ ହୋଇଛି। ଏହି ଘଟଣାରେ ଗହଣା ଦୋକାନର ମାଲିକ ୪ଜଣ ମହିଳାଙ୍କୁ ଅଟକାଇବା ସହିତ ପୋଲିସ୍ର ଜିମା ଦେଇଛି। ପୋଲିସ୍ ଏହି ମହିଳାଙ୍କୁ ଚୋରି ସଂକ୍ରାନ୍ତୀୟ ପଚରାଉଚୁରା କରିବାରେ ଲାଗିଛି। ଏହି ମହିଳାମାନେ ସ୍ଥାନୀୟ ବାସିନ୍ଦା ନୁହଁନ୍ତି, ଏମାନେ ଗଞ୍ଜାମ ଜିଲ୍ଲାରୁ ଆସିଛନ୍ତି ବୋଲି ଜଣାପଡିଛି। ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ମଧ୍ୟ ଏହି ଦୋକାନରୁ ଅଳଙ୍କାର ଚୋରି ହୋଇଥିବାର ଖବର…
କେଦାର ମିଶ୍ର ବିଜେପି ଭକ୍ତମାନଙ୍କର ଗୋଟେ ପୁରୁଣା ରୋଗ ଅଛି। ଯଦି ଆପଣ ବିଜେପି ରାଜନୀତି ବିଷୟରେ କିଛି ଲେଖିବେ, ଭକ୍ତମାନେ ତୁରନ୍ତ ପ୍ରଶ୍ନ କରୁଛନ୍ତି- ତମେ ଚିଟ ଫଣ୍ଡ ସ୍କାମ କିମ୍ବା ଖଣି ଦୁର୍ନୀତି ବିଷୟରେ କିଛି ଲେଖୁ ନ କାହିଁକି? ଭକ୍ତମାନେ ଜାଣନ୍ତି ନାହିଁ ଯେ, ୨୦୧୨ ରୁ ୨୦୧୯ ଭିତରେ ଚିଟ ଫଣ୍ଡ ସ୍କାମ, କଟକ –ଭୁବନେଶ୍ଵର ଜମି ଆବଣ୍ଟନ ସ୍କାମ,ଖଣି ଦୁର୍ନୀତି ସମ୍ପର୍କରେ ଏମ.ବି. ଶାହ କମିଶନଙ୍କ ରିପୋର୍ଟ, ତତ୍କାଳୀନ ଏଜି ଅମର ପଟ୍ଟନାୟକ ଦେଇଥିବା ଜମି ଦୁର୍ନୀତି ରିପୋର୍ଟ ଉପରେ ଅନ୍ତତଃ ଆମେ ପଚାଶରୁ ଅଧିକ ଲେଖା ଲେଖିଥିବୁ। ଭକ୍ତମାନେ ଚାହିଁଲେ ସେଥିରୁ ଅନେକ ଲେଖା ଏବେ ମଧ୍ୟ ଆମ ଫେସବୁକ ଟାଇମଲାଇନରେ ପଢିପାରିବେ। ତେବେ ଭକ୍ତମାନେ କଣ ପଢିପାରନ୍ତି!! ନା, ସେମାନେ କେବଳ ଗାଳି କରିବା ଓ ହୋ ହୋ ହେବା ଛଡା ଅଧିକ କିଛି ଜାଣନ୍ତି ନାହିଁ। ତେଣୁ ଭକ୍ତଙ୍କ ଅବଗତି…
ବ୍ୟାଙ୍କ ଠକେଇ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏକାସାଙ୍ଗରେ ୧୬୯ ସ୍ଥାନରେ ଚଢାଉ କରିଛନ୍ତି। ସିବିଆଇ ଆନ୍ଧ୍ରପ୍ରଦେଶ, ଚଣ୍ଡୀଗଡ଼, ଦିଲ୍ଲୀ, ଗୁଜୁରାଟ, ହରିୟାଣା, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ପଞ୍ଜାବ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଦାଦର ନଗର ହାବେଳୀ ଆଦି ରାଜ୍ୟର ୧୬୯ଟି ସ୍ଥାନରେ ଚଢାଉ କରିଛନ୍ତି। ବ୍ୟାଙ୍କରେ ହୋଇଥିବା ୭ ହଜାର କୋଟି ଟଙ୍କାର ଠକେଇ ପାଇଁ ସିବିଆଇ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ତଥ୍ୟ ହାସଲ କରାଯାଉଛି। ଏହି ବ୍ୟାଙ୍କ ଦୁର୍ନୀତି ନେଇ ୩୫ଟି ମାମଲା ରୁଜୁ ହୋଇଥିଲା।
ସମୀକ୍ଷା ବ୍ୟୁରୋ ଦିଲ୍ଲୀରେ ଅଡ୍-ଇଭିନ୍ ଲାଗୁ ହେବା ପରେ ପ୍ରଦୂଷଣର ମାତ୍ରା କମ୍ ହେଉଛି କୁହାଯାଉଥିବାବେଳେ ଟେରୀ କିନ୍ତୁ କିଛି ଅଲଗା ତଥ୍ୟ ଦେଉଛି। ଦ ଏନର୍ଜି ଆଣ୍ଡ ରିର୍ସୋସେସ୍ ଇଣ୍ଡିଆ (ଟେରୀ)ର ତଥ୍ୟ ଅନୁସାରେ ଚାରିଚକିଆ ଗାଡ଼ି ଉପରେ ଏହି ନିୟମ ଲାଗୁ କରିବା ଦ୍ବାରା କୌଣସି ଫାଇଦା ହେବ ନାହିଁ। ଟେରୀ ମୁତାବକ ଦୁଇଚକିଆ ଗାଡ଼ି ଯୋଗୁଁ ଅଧିବ ବାୟୁ ପ୍ରଦୂଷଣ ହୋଇଥାଏ। ତେଣୁ ଅଡ୍ ଇଭିନ୍ ନିୟମ ସମସ୍ତ ଗାଡ଼ି ଉପରେ ଲାଗିବା ଉଚିତ୍। ବାୟୁ ପ୍ରଦୂଷଣକୁ ରୋକିବାକୁ ଭୋଟ ବ୍ୟାଙ୍କ ପଲିଟିକ୍ସକୁ ହଟିକି କିଛି ନୂଆ ଚିନ୍ତା କରିବାକୁ ପଡ଼ିବ। ଟେରୀର ରିପୋର୍ଟ ମୁତାବକ ଦିଲ୍ଲୀରେ ୨୫ ପ୍ରତିଶତ ପ୍ରଦୂଷଣ ଦୁଇ ଟିକିଆ ଯାନ ଯୋଗୁଁ ହେଉଥିବାବେଳେ କାର ଯୋଗୁଁ ୧୨ ପ୍ରତିଶତ ପ୍ରଦୂଷଣ ହେଉଛି। ସେହିପରି ବସ୍ ଯୋଗୁଁ ୯ ପ୍ରତିଶତ, ଅଟୋ ଯୋଗୁଁ ୧୮ ପ୍ରତିଶତ୍, ଟ୍ରକ୍ ଯୋଗୁଁ ୨୯ ପ୍ରତିଶତ ଓ…
ଅବପାତର ରୂପ ନେଲା ଲଘୁଚାପ। ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କେନ୍ଦ୍ରୀଭୂତ ହୋଇ କ୍ରମେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଉଛି। ଆସନ୍ତା ୧୨ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ। ପରବର୍ତ୍ତୀ ୧୨ ଘଣ୍ଟାରେ ବାତ୍ୟାର ରୂପ ନେବ। ଏହାର ପ୍ରଭାବରେ ଆସନ୍ତା ୯ ତାରିଖରେ ଓଡ଼ିଶା ଉପକୂଳରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓଡ଼ିଶା ଉପକୂଳରେ ବର୍ଷା ହେବାର ଅନୁମାନ କରାଯାଇଛି ବୋଲି ଆଇଏମ୍ଡିର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।
ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାରେ ଆଜି ବିଜେପି ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇଛି। ଦଳ ୩ ଦଫା ଦାବିରେ ଆଜି ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ପ୍ରତିବାଦ କରିବ। ଏହାସହ ଯାଜପୁର ଏସପି ଓ ମହିଳା କମିଶନଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ମଧ୍ୟ ଦଳ ଦାବି କରିବ। ସ୍ମିତାରାଣୀର ହତ୍ୟା ଘଟଣାର ସିବିଆଇ ତଦନ୍ତ, ସ୍ମିତାରାଣୀଙ୍କର ଚରିତ୍ର ହନନ କରିଥିବା ଯାଜପୁର ଏସପି ଚରଣ ସିଂହ ମୀନାଙ୍କୁ ବହିଷ୍କାର, ନିଜ କ୍ଷମତାର ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରାଙ୍କୁ ବହିଷ୍କାର ଏବଂ ମହିଳାଙ୍କ ସୁରକ୍ଷା ନେଇ ଜିରୋ ଟଲେରାନ୍ସ ଗ୍ରହଣ କରିବା ଆଦି ଦାବି ନେଇ ଆଜି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲପାଳ ଅଫିସ ଆଗରେ ବିକ୍ଷୋଭ କରିବ। ଯାଜପୁର ଜିଲ୍ଲା ହରିଦାସପୁର ପଂଚାୟତ ପିଇଓ ସ୍ମୀତାରାଣୀଙ୍କର ମୃତ୍ୟୁକୁ ଆଜି ୨୦ ଦିନ ବିତିଲାଣି। ବିଜେପିର ଅଭିଯୋଗ ଅନୁସାରେ, ସ୍ମିତାରାଣୀଙ୍କ ସହ ଦୁର୍ଷ୍କମ କରାଯାଇ ତାଙ୍କୁ…
ଆଇଏସଆଇଏସ ଆତଙ୍କବାଦୀ ଆବୁ ବୁକର ଅଲ ବାଗଦାଦୀ ନିହତ ହେବା ପରେ ସୁରକ୍ଷା ସଂସ୍ଥା ଏବେ ତା’ର ପରିବାର ଉପରେ ନଜର ରଖିଛି । ତୁର୍କୀର ସେନା ଉତ୍ତର ସିରିଆର ଅଜାଜ ସହରରେ ବାଗଦାଦୀର ଭଉଣୀ ରଶମିୟା ଅଭଦକୁ ଲୁଚି ଥିବା ସମୟରେ ଗିରଫ କରିଥିବା ଦାବି କରିଛି । ଚଢ଼ାଉ ସମୟରେ ବାଗଦାଦୀର ଭଉଣୀ ଏକ କଣ୍ଟେନରରେ ଲୁଚିଥିଲା । ମିଳିଥିବା ସୂଚନା ଅନୁସାରେ , ଚଢ଼ାଉ ସମୟରେ ବାଗଦାଦୀର ଭଉଣୀ, ତା’ର ସ୍ୱାମୀ ଓ ବୋହୂଙ୍କୁ ଗିରଫ କରାଯାଇଛି । ରଶମିୟା ଅଭଦକୁ ଅଜାଜ ନିକଟିରେ ଲୁଚିଥିବା ଅବସ୍ଥାରେ ଥିବା ବେଳେ ଚଢ଼ାଉ କରି ଗିରଫ କରାଯାଇଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ଅକ୍ଟୋବର ୨୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଇଏସଆଇଏସ ମୁଖ୍ୟ ବାଗଦାଦୀକୁ ଏକ ଅପରଶେନ ସମୟରେ ନିହତ କରାଯାଇଥିବା ଦାବି କରିଥିଲେ । ଟ୍ରମ୍ପ କହିଥିଲେ ଯେ, ଇଡଲିଭରେ ଆମେରିକା ଡେଲ୍ଟା ଫୋର୍ସ…
କେଦାର ମିଶ୍ର ୟା ଭିତରେ କିଛି ମଜାକଥା ଘଟିଛି। ଦେଶର ସବୁଠୁ ଅଧିକ ଲୋକ ଦେଖୁଥିବା ହିନ୍ଦୀ ଟେଲିଭିଜନ ଚ୍ୟାନେଲ “ଆଜତକ” ର ଏକ ଲାଇଭ ଶୋରେ ଭାଗ ନେଇ ବିଖ୍ୟାତ ବ୍ୟଙ୍ଗକାର ବରୁଣ ଗ୍ରୋଭର ସିଧା ସିଧା ଟେଲିଭିଜନ କାର୍ୟକ୍ରମର ଦେବାଳିଆପଣ ଉପରେ ପ୍ରଶ୍ନ ପଚାରିଛନ୍ତି। “ଅଫିସିଆଲ ପିଙ୍ଗ ହ୍ୟୁମାନ” ନାମକ ଏକ ୟୁଟ୍ୟୁବ ଚାନେଲ ପ୍ରକାଶ କରିଥିବା ଏକ ରିପୋର୍ଟରୁ କିଛି ଚମତ୍କାର ଉଦାହରଣ ଆମକୁ ମଧ୍ୟ ମିଳିଯିବ। ଆମର ଟେଲିଭିଜନ ଚାନେଲ ଗୁଡିକ କେମିତି ଅଧିକରୁ ଅଧିକ ପାକିସ୍ତାନ କୈନ୍ଦ୍ରିକ ହୋଇ ପଡ଼ୁଛନ୍ତି ଓ କ୍ରମଶଃ ପାକିସ୍ତାନ କେମିତି ଆମର ଗଣ ମାନସିକତାକୁ କବଳିତ କରୁଛି, ତାର ପ୍ରକୃଷ୍ଟ ଉଦାହରଣ ଏଥିରୁ ମିଳିଯିବ। ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଦେଶର ପ୍ରମୁଖ ଚାରୋଟି ହିନ୍ଦୀ ଚାନେଲ କରିଥିବା ସ୍ଵତନ୍ତ୍ର ବିତର୍କ କାର୍ଯ୍ୟକ୍ରମର ତର୍ଜମା କରି କୁହାଯାଇଛି ଯେ, ୨୦୦ ବିତର୍କରୁ ୭୯ଟିରେ ପାକିସ୍ତାନ ବିରୋଧରେ ଆଲୋଚନା ହୋଇଛି।…
Devotees worshiping cows on the occasion of Gopaashtami festival, in Mathura on Monday.

