ସମୀକ୍ଷା ବ୍ୟୁରୋ ବାତ୍ୟା ବୁଲବୁଲ ପ୍ରଭାବରେ କଣ ସବୁ କ୍ଷତି ହୋଇଛି ତାହାର ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ଅପରାହ୍ନରେ ସେ ହେଲିକାପ୍ଟର ଯୋଗେ ଉପକୂଳ ଓଡିଶାରେ କଣ କ୍ଷତି ହୋଇଛି ତାହା ଆକାଶ ମାର୍ଗରୁ ଦେଖିବେ। ଏହାପରେ ସଂଧ୍ୟାରେ ଲୋକସେବା ଭବନରେ ଏହି କ୍ଷୟକ୍ଷତି ଉପରେ ସମୀକ୍ଷା କରିବେ। ବାତ୍ୟା ବୁଲବୁଲ ଓଡିଶା ଉପକୂଳକୁ ସ୍ପର୍ଶ କରି ନ ଥିଲେ ମଧ୍ୟ ଏହାର ପ୍ରଭାବରେ ପ୍ରଭୃତ କ୍ଷତି ଘଟିଛି। ମୁଖ୍ୟତଃ କେନ୍ଦ୍ରାପଡା, ବାଲେଶ୍ବର, ଯାଜପୁର ପ୍ରଭୃତି ଜିଲ୍ଲାରେ ଏହାର ପ୍ରଭାବ ଅଧିକ ଥିଲା। ଫଳରେ ସେ ଅଞ୍ଚଳର ଅନେକ ସ୍ଥାନରେ ଗଛ ଉପୁଡି ପଡିବା ସହିତ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗି ପଡିଛି। ଦୁଇ ଦିନ ଧରି ଓଡ୍ରାଫସ ଏନଡିଆରଏଫ, ଅଗ୍ନିଶମ କର୍ମଚାରୀମାନେ କାମ କରି ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଚେଷ୍ଠା କରୁଛନ୍ତି। ତେବେ ଏ ପର୍ଯ୍ୟନ୍ତ ସେଥିରେ ସୁଧାର ଆସି ନାହିଁ।
Author: Samikhsya Bureau
PATNA, NOV 10 (UNI):- Models walk on the ramp during a fashion show, in Patna on Sunday.
PATNA, NOV 10 (UNI):- Models walk on the ramp during a fashion show, in Patna on Sunday.
PATNA, NOV 10 (UNI):- Models walk on the ramp during a fashion show, in Patna on Sunday.
A model walks the ramp during a fashion show, in Patna, Sunday.
A model walks the ramp during a fashion show, in Patna, Sunday.
ODRAF team with Electric department. Restoration work going on at Bahanaga block.
Devotees coming out after prayers at Ram Janmbhumi in Ayodhya on Sunday. UNI PHOTO-15U
ତେଲୁଗୁ ଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହିତ ଆଗାମୀ ଦିନରେ ତିନି ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ । ଏହା କୌଣସି ଫିଲ୍ମ ପାଇଁ ନୁହେଁ ବରଂ ଗୋଆରେ ଅନୁଷ୍ଠିତ ଆଇଏଫ୍ଏଫ୍ଆଇର 50 ତମ ବର୍ଷ ପୂର୍ତ୍ତି ଅବସରରେ । ଦକ୍ଷିଣ ଭାରତୀୟ ଫିଲ୍ମର ଟ୍ରେଣ୍ଡସେଟର ରହିଥିବା ବିଜୟ ଦେବରକୋଣ୍ଡାଙ୍କ ସହିତ ତିନି ଅଭିନେତ୍ରୀ ରକୁଲ ପ୍ରୀତ ସିଂ, ରଶ୍ମିକା ମନ୍ଦାନା ଏବଂ ନିତ୍ୟା ମେନନଙ୍କ ସହିତ ଏକତ୍ର ନଜର ଆସିବେ । ଏହି ଚାରି ଜଣ ଫିଲ୍ମ ସମୀକ୍ଷକ ଅନୁପମା ଚୋପ୍ରାଙ୍କ ସହିତ ନଭେମ୍ବର 27 ତାରିଖରେ ଏକ ଆଲୋଚନାରେ ଅଂଶଗ୍ରହଣ କରିବେ । ସେହିପରି ଦକ୍ଷିଣ ଭାରତୀୟ ସିନେ ସମୀକ୍ଷକ ଭରଦ୍ବାଜ ରଙ୍ଗନଙ୍କ ସହିତ ନିତ୍ୟା ଏବଂ ରଶ୍ମିକା 28 ତାରିଖରେ ଏକ ଆଲୋଚନାରେ ଅଂଶଗ୍ରହଣ କରିବେ । ଏହି ଆଲୋଚନାରେ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିବେ । ଅପ୍କମିଙ୍ଗ ଫିଲ୍ମ ଓ୍ବାର୍ଲ୍ଡ ଫେମସ୍ ଲଭରରେ ବିଜୟ…
AYODHYA, NOV 10 (UNI):- Security personal checking to maintain law and order after Supperem Court’s decision on Ram Janmbhumi, in Ayodhya on Sunday.
Devotees coming out after prayers at Ram Janmbhumi in Ayodhya on Sunday. UNI PHOTO-16U
Security personal checking to maintain law and order after Supperem Court’s decision on Ram Janmbhumi, in Ayodhya on Sunday.
ସମୀକ୍ଷା ବ୍ୟୁରୋ ଅନେକଙ୍କର ଧାରଣା ହେଉଛି ଭାରତୀୟ ଜନତା ପାର୍ଟି ଅଯୋଧ୍ୟାରେ ରାମ ମନ୍ଦିର ସପକ୍ଷରେ ଆନ୍ଦୋଳନ କରୁଥିବା ବେଳେ କଂଗ୍ରେସ ଏହାର ବିରୋଧ କରୁଥିଲା। ଇତିହାସ ଓ ବାସ୍ତବତା ଦୃଷ୍ଟିରୁ ଏହା ନିତାନ୍ତ ଭୁଲ ଧାରଣା। କଂଗ୍ରେସ ୧୯୪୯ ମସିହାରୁ ଏହି ବିବାଦୀୟ ସ୍ଥାନରେ ରାମ ମନ୍ଦିର ହେଉ ବୋଲି ବିଭିନ୍ନ ଉପାୟରେ ସୁଯୋଗ ସୃଷ୍ଟି କରିଛି। ୧୯୪୯ରେ ବାବ୍ରୀ ମସଜିଦର ଆଭ୍ୟନ୍ତରରେ ଶ୍ରୀରାମ ମୂର୍ତ୍ତି ସ୍ଥାପନ ପଛରେ ଉତ୍ତର ପ୍ରଦେଶର ତତ୍କାଳୀନ କଂଗ୍ରେସ ସରକାରର ପ୍ରଚ୍ଛନ୍ନ ସମର୍ଥନ ରହିଥିଲା। ଏହି ଘଟଣାରେ ଆଇନଗତ ବିବାଦ ଉପୁଜିବା ପରେ ଏହି ସ୍ଥାନକୁ ତାଲା ପକାଇ ବନ୍ଦ ରଖା ଯାଇଥିଲା। ୧୯୮୪ରେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ଏକ ଐତିହାସିକ ଭୁଲ କରିଥିଲେ। ଶାହାବାନୋ ମାମଲାରେ ସୁପ୍ରିମ କୋର୍ଟଙ୍କ ରାୟକୁ ବଦଳାଇ ମୁସ୍ଲିମ ମହିଳାଙ୍କ ଅଧିକାର କ୍ଷୁଣ୍ଣ କରିବାର ଏକ ଭୟଙ୍କର ଭୁଲ କଂଗ୍ରେସକୁ ନିନ୍ଦିତ କରିଥିଲା। ମୁସଲମାନ ତୁଷ୍ଟିକରଣ…
ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଚାଲିଥିବା ଛକାପଞ୍ଝା ଭିତରେ ନୂତନ ମୋଡ଼ ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ଶିବସେନା ନେତୃତ୍ବରେ ସରକାରରେ କରିବାକୁ କଂଗ୍ରେସ ବିଧାୟକ ସହମତି ଦେଖାଇଛନ୍ତି। ଏହାକୁ ନେଇ କଂଗ୍ରେସ ନେତା ମଲ୍ଲିକାର୍ଜ୍ଜୁନ ଖଡ୍ଗେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ଚର୍ଚ୍ଚା କରିଛନ୍ତି। ସୋନିଆ ଏହି ମାମଲା ଉପରେ ନିଷ୍ପତ୍ତି ନେବା ପରେ ମହାରାଷ୍ଟ୍ରର ରାଜନୀତିରେ ନୂତନ ଅଧ୍ୟାୟ ସୃଷ୍ଟି ହେବ। ରାଜ୍ୟରେ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ବିବାଦ ଚାଲିଛି। ବିଜେପି ଏବେ ସର୍ବାଧିକ ଆସନ ଜିତିଥିଲେ ମଧ୍ୟ ସରକାର ଗଢ଼ିବା ପାଇଁ ଶିବସେନାର ବିନା ସହଯୋଗରେ ମ୍ୟାଜିକ ନମ୍ୱର ଛୁଇଁବା କଷ୍ଟକର ହୋଇପଡ଼ିଛି। ତେଣୁ ବିଜେପି ସରକାର ଗଢ଼ିବ ବୋଲି ମଧ୍ୟ ଦାବି କରିପାରୁନି। ଆଜି ଶିବସେନାର ନେତା ସଞ୍ଜୟ ରାଉତ କଂଗ୍ରେସ ସହିତ ମତପାର୍ଥକ୍ୟ ରହିଛି କିନ୍ତୁ କଂଗ୍ରେସ ଶତ୍ରୁ ନୁହେଁ ବୋଲି କହିଛନ୍ତି । ଏପରି ସମୟରେ ମହାରାଷ୍ଟ୍ରରେ…
ବାଲେଶ୍ୱର ଜିଲ୍ଲା ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ନାମ୍ପୋଠାରେ ଏକ ବସ୍ ଏକ ଟ୍ରକ୍କୁ ପଛପଟରୁ ଧକ୍କା ଦେବାରୁ 13 ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସକାଳ ପ୍ରାୟ 9ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ‘ନୁରାନି’ ନାମକ ଏହି ବସ୍ ଚନ୍ଦନେଶ୍ୱରରୁ ଜଳେଶ୍ୱର ଯାଉଥିବା ସମୟରେ ବସ୍ଟି ଚଳନ୍ତା ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ଗୁରୁତର ଥିବା ଯାତ୍ରୀଙ୍କୁ ଉଦ୍ଧାର କରି ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।
ଗତ କାଲି ବହୁ ଚର୍ଚ୍ଚିତ ଅଯୋଧ୍ୟା – ବାବ୍ରୀ ମସ୍ଜିଦ୍ ଜି ବିବାଦ ଉପରେ ନିଷ୍ପତ୍ତି ଆସିସାରିଥିବାବେଳେ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଓ ନେତାଙ୍କ ପ୍ରତିକ୍ରିୟା ଆସୁଛି । କଂଗ୍ରେସ ନେତା ଦିଗ୍ବିଜୟ ସିଂହ ଟୁଇଟ୍ ଜରିଆରେ ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । କିନ୍ତୁ ଏହା ସହିତ ଏକ ପ୍ରଶ୍ନ ମଧ୍ୟ ପଚାରିଛନ୍ତି । ଦିଗ୍ବିଜୟ କହିଛନ୍ତି ଯେ, ନ୍ୟାୟାଳୟ ବାବ୍ରି ମସଜିଦ୍ ଭାଙ୍ଗିବାକୁ ବେଆଇନ୍ ବୋଲି କହିଛନ୍ତି, ତେବେ ଏହି ଘଟଣାରେ ଦୋଷୀଙ୍କୁ ସଜ୍ଜା କ’ଣ ମିଳିବ ବୋଲି ପ୍ରଶ୍ନ କରିଛନ୍ତି । କଂଗ୍ରେସ ନେତା ଟୁଇଟ୍ରେ କହିଛନ୍ତି ଯେ, ରାମ ଜନ୍ମଭୂମିର ନିର୍ଣ୍ଣୟକୁ ସମେସ୍ତ ସମ୍ମାନ କଲେ । କଂଗ୍ରେସ ସର୍ବଦା ସମସ୍ତ ବିବାଦର ସମାଧାନା ସମ୍ବିଧାନ ସ୍ଥାପିତ କାନୁନ୍ ଓ ନିୟମ ଭିତରେ ଖୋଜିବାକୁ କହିଥାଏ । ବିଧ୍ବଂସ ଓ ହିଂସାର ରାସ୍ତା କାହାରି ହିତରେ ନୁହେଁ । ମାନନୀୟ ଉଚ୍ଚତମ…
ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଅନ୍ତିମ ଟି 20 ମୁକାବିଲାରେ ବିଜୟୀ ହେବା ସହିତ 5 ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଉପରେ କବ୍ଜା କରି ନେଇଛି ଇଂଲଣ୍ଡ । ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ଟି ଟାଇ ରହିଥିବା ବେଳେ ସୁପର ଓଭରରେ ଇଂଲଣ୍ଡ ବିଜୟୀ ହୋଇଥିଲା । ବର୍ଷା କାରଣରୁ ମ୍ୟାଚ୍କୁ 11 ଓଭରକୁ ହ୍ରାସ କରାଯାଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି 5 ଓ୍ବିକେଟ୍ ହରାଇ 147 ରନ୍ ସଂଗ୍ରହ କରିଥିଲା । ଜବାବରେ ଇଂଲଣ୍ଡ ମଧ୍ୟ ସମାନ ଓଭରରେ 7 ଓ୍ବିକେଟ ହରାଇ 147 ରନ୍ ସଂଗ୍ରହ କରିଥିଲା । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ମାର୍ଟିନ୍ ଗୁପ୍ତିଲ୍(50), କଲିନ୍ ମୁନ୍ରୋ(46) ଏବଂ ଟିମ୍ ରେଫିଟ୍(39) ରନ୍ ସଂଗ୍ରହ କରିଥିଲେ । ଜବାବରେ ଇଂଲଣ୍ଡ ପକ୍ଷରୁ ଜନି ବେୟାରାଷ୍ଟୋ(47) ରନ୍ ସଂଗ୍ରହ କରିଥିବା ବେଳେ ସାମ୍ କୁରାନ୍ 24 ରନ୍ ସଂଗ୍ରହ କରିଥିଲେ । ଅନ୍ତିମ ତିନି ବଲ୍ରେ 13…
ସମୀକ୍ଷା ବ୍ୟୁରା ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ପ୍ରତିବର୍ଷ ପରି ଚଳିତ ବର୍ଷ ଅଷ୍ଟପ୍ରହର ନାମ ଯଜ୍ଞ ବହୁ ଆଡମ୍ବରରେ ଅନୁଷ୍ଠିତ ହେଉଅଛି। ଆସନ୍ତାକାଲି ଏହି ଯଜ୍ଞର ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ। ଗତକାଲି ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଗ୍ରାମ ପରିକ୍ରମା ସହ ବିରାଟ କଳସ ଶୋଭାଯାତ୍ରା କରାଯାଇଥିଲା। ଗ୍ରାମର ପୁଷ୍କରିଣୀରୁ କଳସରେ ଜଳ ସଂଗ୍ରହ କରି ଶୋଭାଯାତ୍ରା କରି ଅଧିବାସ ସ୍ଥଳକୁ ନିଆଯାଇଥିଲା। ଗ୍ରାମର ଏହି ଉତ୍ସବ ଦେଖିବା ପାଇଁ ବହୁତ ଭିଡ଼ ଦେଖିବାକୁ ମିଳିଛି। ବାଣପୁର ଏବଂ ବାଲୁଗାଁ ଅଂଚଳରୁ ଅନେକ ଗୁଡିଏ ଗାଁରୁ ଉତ୍ସବକୁ ଦେଖିବା ତଥା ମହାପ୍ରଭୁ ପତିତପାବନଙ୍କ ଦର୍ଶନ ପାଇଁ ଲୋକଙ୍କ ରୁଣ୍ଡ ହେବାରେ ଲାଗିଛି। ସେଥିପାଇଁ ବାହାରୁ ଆସୁଥିବା ଅତିଥିମାନଙ୍କ ପାଇଁ ଗାଁ ତରଫରୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି। ଅତିଥିମାନଙ୍କ ପାଇଁ ଜଳପାନର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ୟଏହି ଯଜ୍ଞର ପୂର୍ଣ୍ଣାହୁତି ପରେ ନଗରକୀର୍ତ୍ତନ କରାଯିବ । ଏହି ଅବସରରେ ହଜାର ହଜାର…
ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅଚଳାବସ୍ଥା ଜାରି ରହିଥିବା ବେଳେ ସରକାର ଗଠନ ନେଇ ମତ ରଖିଛନ୍ତି କଂଗ୍ରେସ ନେତା ମିଲିନ୍ଦ ଦେଓରା । ବିଜେପି ଏବଂ ଏନ୍ସିପି ମଧ୍ୟରେ ମେଣ୍ଟ ବିଫଳ ହୋଇଥିବା ବେଳେ ରାଜ୍ୟପାଳ ବର୍ତ୍ତମାନ କଂଗ୍ରେସ-ଏନ୍ସିପି ମେଣ୍ଟକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବା ଉଚିତ୍ ବୋଲି ଦେଓରା କହିଛନ୍ତି । ନିର୍ବାଚନୀ ଫଳାଫଳ ପରେ 15 ଦିନ ଅତିକ୍ରାନ୍ତ ହୋଇ ସାରିଲାଣି । ସଂଖ୍ୟା ଗରିଷ୍ଠତା ସତ୍ତ୍ବେ ମଧ୍ୟ ବିଜେପି ଶିବସେନା ସରକାର ଗଠନରେ ବିଫଳ ହୋଇଥିବାରୁ ରାଜ୍ୟପାଳ ଭଗତ ସିଂ କୋସ୍ୟାରୀ ଏନ୍ସିପି-କଂଗ୍ରେସ ମେଣ୍ଟକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବା ଉଚିତ୍ ବୋଲି ଦେଓରା କହିଛନ୍ତି ।
ଆଜି ପ୍ରତାପ ଷଡଙ୍ଗୀଙ୍କ ୬୪ତମ ଜୟନ୍ତୀ। ଖଣ୍ଡଗିରିରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ଖାରବେଳ ସ୍ୱାଇଁ- କ୍ରାନ୍ତିବୀର ସଂଗଠନ ପକ୍ଷରୁ ସ୍ବଛ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ।
ମହାରାଷ୍ଟ୍ରରେ ସରକାରକୁ ନେଇ ଚାଲିଥିବା ମହାନାଟକ ଭିତରେ ଶିବସେନା ଆଜି ଭାରତୀୟ ଜାତୀୟ କଂଗ୍ରେସ ଦଳକୁ ନେଇ ନିଜର ମତ ବଦଳାଇଛି । କଂଗ୍ରେସ ଶତ୍ରୁ ନୁହେଁ ବୋଲି କହିଛି ଶିବସେନା।ଇତିମଧ୍ୟରେ ଶିବସେନା ଓ ବିଜେପି ମଧ୍ୟରେ ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀତ୍ବକୁ ନେଇ ଝଗଡ଼ାର ଅବସାନ ଘଟିନଥିବାବେଳେ ଆଜି ଶିବସେନା ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଶିବସେନାର ନେତା ସଞ୍ଜୟ ରାଉତ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି ଯେ, ଶିବସେନା ସରକାର ଗଢିବାର ଦାୟିତ୍ବ ନେବାକୁ ପ୍ରସ୍ତୁତ ଅଛି। ଏତଦ୍ବ୍ୟତୀତ ଶିବସେନା କଂଗ୍ରେସ ପ୍ରତି ନିଜର ବିଚାରଧାରାକୁ ମଧ୍ୟ ସ୍ପଷ୍ଟ କରି କହିଛି ଯେ, କଂଗ୍ରେସ ସହିତ ରାଜନୈତିକ ମତଭେଦ ରହିଛି, କିନ୍ତୁ କଂଗ୍ରେସ ରାଜ୍ୟର ଶତ୍ରୁ ନୁହେଁ । ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢିଥିବା ଶିବସେନା ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀତ୍ବ ଦାବି କରି ନିଜ ଜିଦ୍ରେ ଅଡି ବସିବାରୁ ଏବେ ଶିବସେନା ବିନା ବିଜେପି ସରକାର…

