Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଂଗ୍ରେସ ରାମମନ୍ଦିରର ବିରୋଧୀ ଥିଲା କି? ଇତିହାସ କହିବ, ରାମମନ୍ଦିର ବିବାଦ ଲାଗି କଂଗ୍ରେସ ହିଁ ମୁଖ୍ୟ ସୂତ୍ରଧର
ବିଶେଷ ଖବର

କଂଗ୍ରେସ ରାମମନ୍ଦିରର ବିରୋଧୀ ଥିଲା କି? ଇତିହାସ କହିବ, ରାମମନ୍ଦିର ବିବାଦ ଲାଗି କଂଗ୍ରେସ ହିଁ ମୁଖ୍ୟ ସୂତ୍ରଧର

November 10, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଅନେକଙ୍କର ଧାରଣା ହେଉଛି ଭାରତୀୟ ଜନତା ପାର୍ଟି ଅଯୋଧ୍ୟାରେ ରାମ ମନ୍ଦିର ସପକ୍ଷରେ ଆନ୍ଦୋଳନ କରୁଥିବା ବେଳେ କଂଗ୍ରେସ ଏହାର ବିରୋଧ କରୁଥିଲା। ଇତିହାସ ଓ ବାସ୍ତବତା ଦୃଷ୍ଟିରୁ ଏହା ନିତାନ୍ତ ଭୁଲ ଧାରଣା। କଂଗ୍ରେସ ୧୯୪୯ ମସିହାରୁ ଏହି ବିବାଦୀୟ ସ୍ଥାନରେ ରାମ ମନ୍ଦିର ହେଉ ବୋଲି ବିଭିନ୍ନ ଉପାୟରେ ସୁଯୋଗ ସୃଷ୍ଟି କରିଛି। ୧୯୪୯ରେ ବାବ୍ରୀ ମସଜିଦର ଆଭ୍ୟନ୍ତରରେ ଶ୍ରୀରାମ ମୂର୍ତ୍ତି ସ୍ଥାପନ ପଛରେ ଉତ୍ତର ପ୍ରଦେଶର ତତ୍କାଳୀନ କଂଗ୍ରେସ ସରକାରର ପ୍ରଚ୍ଛନ୍ନ ସମର୍ଥନ ରହିଥିଲା। ଏହି ଘଟଣାରେ ଆଇନଗତ ବିବାଦ ଉପୁଜିବା ପରେ ଏହି ସ୍ଥାନକୁ ତାଲା ପକାଇ ବନ୍ଦ ରଖା ଯାଇଥିଲା। ୧୯୮୪ରେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ଏକ ଐତିହାସିକ ଭୁଲ କରିଥିଲେ। ଶାହାବାନୋ ମାମଲାରେ ସୁପ୍ରିମ କୋର୍ଟଙ୍କ ରାୟକୁ ବଦଳାଇ ମୁସ୍ଲିମ ମହିଳାଙ୍କ ଅଧିକାର କ୍ଷୁଣ୍ଣ କରିବାର ଏକ ଭୟଙ୍କର ଭୁଲ କଂଗ୍ରେସକୁ ନିନ୍ଦିତ କରିଥିଲା। ମୁସଲମାନ ତୁଷ୍ଟିକରଣ ଅଭିଯୋଗରୁ ମୁକୁଳିବାକୁ ୧୯୮୬ ମସିହାରେ କଂଗ୍ରେସ ସରକାର ୧୯୪୯ ବନ୍ଦ ପଡିଥିବା ରାମ ମନ୍ଦିରର ତାଲା ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ଓ ରାମ ଲାଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦେଇଥିଲେ।

୧୯୪୯ ଓ ୧୯୮୬ ରେ କଂଗ୍ରେସ ଏହି ବିବାଦକୁ ଆଗକୁ ବଢିବାର ସୁଯୋଗ ସୃଷ୍ଟି କରିଥିଲା। ୬, ଡିସେମ୍ବର, ୧୯୯୨ରେ ପି.ଭି.ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିବା ସମୟରେ ବାବ୍ରୀ ମସଜିଦ ଭଙ୍ଗା ଗଲା ଓ ମସଜିଦକୁ ବଞ୍ଚାଇବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆନ୍ତରିକ ଇଚ୍ଛା ନଥିବାର ବହୁ ତଥ୍ୟ ଅନେକ ସମୟରେ ମିଳିଛି। ବାବ୍ରୀ ମସଜିଦ ଭଙ୍ଗା ଚାଲିଥିବା ବେଳେ ଦୀର୍ଘ ସମୟ ଧରି ନରସିଂହ ରାଓ ପୂଜାରେ ବସିଥିଲେ ବୋଲି କଂଗ୍ରେସ ନେତା ଜୟରାମ ରମେଶ ଲେଖିଛନ୍ତି। କଂଗ୍ରେସର ନେତୃତ୍ଵ ଥିବାବେଳେ, ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବାବ୍ରୀ ମସଜିଦକୁ ଭାଙ୍ଗି ଦିଆଗଲା।

ଆଜି ସୁପ୍ରିମ କୋର୍ଟ ଯେଉଁ ସମାଧାନର ପନ୍ଥା ବାହାର କରିଛନ୍ତି, ଠିକ ସେହି ଢାଞ୍ଚାରେ ନରସିଂହ ରାଓ ସରକାର ୧୯୯୩ରେ ଅଯୋଧ୍ୟାରେ ମନ୍ଦିର ଓ ମସଜିଦ ନିର୍ମାଣ ଲାଗି ଏକ ଅଧ୍ୟାଦେଶ ଜାରି କରିଥିଲେ। ୭, ଜାନୁଆରୀ, ୧୯୯୩ ରେ ତତ୍କାଳୀନ ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମା ଏକ ଅଧ୍ୟାଦେଶ ମାଧ୍ୟମରେ ଅଯୋଧ୍ୟାରେ ରାମ ମନ୍ଦିର ଓ ମସଜିଦର ନିର୍ମାଣ ଲାଗି ପ୍ରସ୍ତାବ ରଖିଥିଲେ। ଏଥିପାଇଁ ବିବାଦୀୟ ୨.୭୭ ଏକର ଜାଗା ସଂଯୁକ୍ତ ୬୦.୭୦ ଏକର ଜାଗା ଅଧିଗ୍ରହଣ କରି ସେଠାରେ ମନ୍ଦିର, ମସଜିଦ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାକୁ ଚାହିଁଥିଲେ। ଏହି ଅଧ୍ୟାଦେଶ ଓ ଅଯୋଧ୍ୟା ଆଇନକୁ ସେତେବେଳେ ବିଜେପି ଓ ସଂଘ ପରିବାର ଘୋର ବିରୋଧ କରିଥିଲେ। ୧୯୯୪ରେ ସୁପ୍ରିମ କୋର୍ଟ ଅଯୋଧ୍ୟା ଆଇନ କୁ କାୟମ ରଖିବା ସହିତ ରାମ ମନ୍ଦିର ନିର୍ମାଣ ପ୍ରସ୍ତାବ କୁ ସମର୍ଥନ ଦେଇଥିଲେ। କେବଳ ଅଯୋଧ୍ୟା ଆଇନ ଫଳରେ ଜମିକୁ ନେଇ ରହିଥିବା ବିବାଦ ଅବ୍ୟାହତ ରହିବ ବୋଲି ସୁପ୍ରିମ କୋର୍ଟ କହିଥିଲେ।

ତେଣୁ କଂଗ୍ରେସ କେବେହେଲେ କୌଣସି ସମୟରେ ରାମ ମନ୍ଦିର ନିର୍ମାଣ ବିପକ୍ଷରେ ନଥିଲା। ବରଂ ଏହି ବିବାଦକୁ ବଢାଇବାରେ କଂଗ୍ରେସ ର ପ୍ରତ୍ୟକ୍ଷ ଓ ପରୋକ୍ଷ ଭୂମିକା ରହି ଆସିଛି। ୧୯୯୩ରେ କଂଗ୍ରେସ ସରକାରଙ୍କ  ଅଯୋଧ୍ୟା ଆଇନ ର ଅନେକ ପ୍ରସ୍ତାବ ଗତ କାଲିର ସୁପ୍ରିମ କୋର୍ଟଙ୍କ ରାୟରେ ପ୍ରତିଫଳିତ ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ସିଲିଗୁଡ଼ି କରିଡରର ସୁରକ୍ଷା ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

August 23, 2026

୧୪୯ତମ ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ୨୭୮୦ କୋଟିର ୧୪ ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ

August 23, 2026

ଭାରତ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଲେ ପାକିସ୍ତାନର ମନ୍ତ୍ରୀ: ଜାଣନ୍ତୁ କାରଣ

August 22, 2026

“ବନ୍ଦେ ମାତରମ୍” ବିବାଦ: କଂଗ୍ରେସ ନିଷ୍ପତ୍ତିରେ କ୍ଷୁବ୍ଧ ବିଜେପି, ପାସ୍ କଲା ପ୍ରସ୍ତାବ

August 22, 2026
Latest News

ସିଲିଗୁଡ଼ି କରିଡରର ସୁରକ୍ଷା ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

August 23, 2026

ବିଶାଖାପାଟଣାଠାରେ ବ୍ରିକ୍ସ ଯୁବ ମନ୍ତ୍ରୀସ୍ତରୀୟ ବୈଠକ ୨୦୨୬ ସମାପ୍ତ: ମିଳିତ ବିବୃତ୍ତି ଗୃହୀତ

August 23, 2026

୧୪୯ତମ ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ୨୭୮୦ କୋଟିର ୧୪ ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ

August 23, 2026

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୩ ତାରିଖ ରବିବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

August 23, 2026

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.