ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ର ମହାନାଟକରେ ଯବନିକା ପଡ଼ିବାର ନାଁ ଧରୁନାହିଁ। କୁହାଯାଏ ଶତ୍ରୁର ଶତ୍ରୁ ମିତ୍ର ହୋଇଥା’ନ୍ତି। ସେହିପରି ରାଜନୀତିରେ କେହି ଶତ୍ରୁ ନୁହଁନ୍ତି କି କେହି ମିତ୍ର ନୁହଁନ୍ତି। ଏକଥାକୁ ପ୍ରମାଣିତ କରିଛି ଶିବସେନା । ମହାରାଷ୍ଟ୍ରରେ ସରକାରକୁ ନେଇ ଚାଲିଥିବା ମହାନାଟକ ଭିତରେ ଶିବସେନା ଆଜି ଭାରତୀୟ ଜାତୀୟ କଂଗ୍ରେସ ଦଳକୁ ନେଇ ନିଜର ଅଭିମତ ବଦଳାଇଛି। କଂଗ୍ରେସ ଶତ୍ରୁ ନୁହେଁ ବୋଲି କହିଛି ଶିବସେନା।ଇତିମଧ୍ୟରେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହୋଇଯାଇଛି। ଶିବସେନା ଓ ବିଜେପି ମଧ୍ୟରେ ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀତ୍ବକୁ ନେଇ ଝଗଡ଼ାର ଅବସାନ ଘଟିନଥିବାବେଳେ ଆଜି ଶିବସେନା ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଶିବସେନାର ନେତା ସଞ୍ଜୟ ରାଉତ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି ଯେ, ଶିବସେନା ସରକାର ଗଢିବାର ଦାୟିତ୍ବ ନେବାକୁ ପ୍ରସ୍ତୁତ ଅଛି। ଏତଦ୍ବ୍ୟତୀତ ଶିବସେନା କଂଗ୍ରେସ ପ୍ରତି ନିଜର ବିଚାରଧାରାକୁ ମଧ୍ୟ ସ୍ପଷ୍ଟ କରି କହିଛି ଯେ, କଂଗ୍ରେସ…
Author: Samikhsya Bureau
ଗାନ୍ଧୀ ପରିବାରର ଏସ୍ପିଜି ସୁରକ୍ଷା ପ୍ରତ୍ୟାହାର ହେବା ପରେ ଏହାକୁ ନେଇ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ସମାଲୋଚନା କରାଯାଇଛି । ବ୍ୟକ୍ତିଗତ ପ୍ରତିଶୋଧ ପରାୟଣତାରେ ଅନ୍ଧ ମୋଦି ଏବଂ ଶାହା ଏପରି ପଦକ୍ଷେପ ନେଇଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । କଂଗ୍ରେସ ନେତା କେସି ଭେନୁଗୋପାଳ ଉଭୟ ନେତାଙ୍କୁ ସମାଲୋଚନା କରିଛନ୍ତି । ଇନ୍ଦିରା ଏବଂ ରାଜୀବ ଗାନ୍ଧୀଙ୍କ ହତ୍ୟା କାରଣରୁ ବାଜପେୟୀ ସରକାର ଗାନ୍ଧୀ ପରିବାରକୁ ଏସ୍ପିଜି ସୁରକ୍ଷା ପ୍ରଦାନ କରିଥିଲେ । ମାତ୍ର ଚଳିତ ସରକାରଙ୍କ ଏହି ନିଷ୍ପତ୍ତି ଦେଶର ପ୍ରମୁଖ ନେତୃତ୍ବଙ୍କ ଜୀବନ ପାଇଁ ବିପଦ ସୃଷ୍ଟି କରିଛି ବୋଲି ଭେନୁଗୋପାଳ କହିଛନ୍ତି । ରବିବାର କିଛି କଂଗ୍ରେସ କର୍ମୀ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗୃହ ସମ୍ମୁଖରେ ବିକ୍ଷୋଭ କରିବା ପରେ ସରକାର ଏହାର ଜବାବ ରଖିଛନ୍ତି । ରାହୁଲ ଗାନ୍ଧୀ ବାରମ୍ବାର ଏସ୍ପିଜି…
Clearance of Power supply Lines at Rajnagar, Kendrapada by NRDF
ମହାରାଷ୍ଟ୍ରରେ ବିଜେପି ଶିବସେନା ମେଣ୍ଟ ସରକାର ଗଠନରେ ବିଫଳ ହେବା ପରେ ବିକଳ୍ପ ମେଣ୍ଟ ନେଇ ଏନ୍ସିପି ପକ୍ଷରୁ ସୂଚନା ଦିଆଯାଇଛି । ଏନ୍ସିପି ନେତା ନଓ୍ବାବ ମଲ୍ଲିକ୍ ରବିବାର ଏହି ସୂଚନା ଦେଇଛନ୍ତି । ମଲ୍ଲିକ୍ କହିଛନ୍ତି, ଶିବ ସେନା ବିଜେପିକୁ ସମର୍ଥନ ପ୍ରଦାନ ନକଲେ ଏନ୍ସିପି ପକ୍ଷରୁ ଶିବସେନା ସହିତ ମିଶି ସରକାର ଗଠନର ଅନ୍ୟ ବିକଳ୍ପ ଉପରେ ଆଲୋଚନା କରାଯିବ । ଗତକାଲି ମହାରାଷ୍ଟ୍ର ରାଜ୍ୟପାଳ ରାଜ୍ୟର ଏକକ ସଂଖ୍ୟା ଗରିଷ୍ଠ ଦଳ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବା ପରେ ଏନ୍ସିପି ପକ୍ଷରୁ ଏହି ମତ ପ୍ରକାଶ ପାଇଛି । କଂଗ୍ରେସ ଶିବସେନା ସହିତ ମେଣ୍ଟ କରିବା ନେଇ ସ୍ପଷ୍ଟ ଭାବରେ ମନା କରିଥିଲେ ମଧ୍ୟ ଏନ୍ସିପି ମେଣ୍ଟ ନେଇ ଆଶାବାଦୀ ରହିଛି । ନଭେମ୍ବର 11ରେ ବିଜେପିର ଶକ୍ତି ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ 12 ତାରିଖରେ ଶରଦ ପଓ୍ବାରଙ୍କ ସଭାପତିତ୍ବରେ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: 5ଟି ସଚିବ ଭି.କେ ପାଣ୍ଡିୟାନ ଖୁବ ଶିଘ୍ର ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ର ତଦାରଖରେ ଯିବେ ବୋଲି ଜଣାପଡିଛି। ଏଥିପାଇଁ ଏକ ଯୋଜନା ପ୍ରସ୍ତୁତ ହୋଇ ସାରିଛି। ବର୍ତ୍ତମାନ ପାଣ୍ଡିୟାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେ ସେଠାରୁ ଫେରିବା ପରେ ଏହି ଗସ୍ତ ସଂପର୍କରେ ଚୁଡାନ୍ତ ରୂପରେଖ ପ୍ରସ୍ତୁତ ହେବ ବୋଲି ଜଣାପଡିଛି। ବର୍ତ୍ତମାନ 5ଟି ଅଧିନରେ ସ୍ବାସ୍ଥ୍ୟ ବିଭାଗକୁ ସଜାଡିବା କାମରେ ଲାଗିଛନ୍ତି ସଚିବ ଭି.କେ ପାଣ୍ଡିୟାନ। ବିଭିନ୍ନ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଏହାର କାର୍ଯ୍ୟ କାରିତା ଉପରେ ଅନୁଧ୍ୟାନ କରି ପଦକ୍ଷେପ ନେଇଛନ୍ତି। ତେବେ ଭୁବନେଶ୍ବରର ନିକଟରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକ ଅବସ୍ଥା କଣ ରହିଛି ତାହାର ତଦାରଖ ହେବା ନିହାତି ଆବଶ୍ୟକ। ସେଥିପାଇଁ ପାଣ୍ଡିୟାନ ଏହି ଯୋଜନା ପ୍ରସ୍ତୁତ କରିଥିବା ଜଣାପଡିଛି। ଭୁବନେଶ୍ବରର ନିକଟସ୍ଥ ହସପିଟାଲଗୁଡିକର ଅବସ୍ଥା ଭଲ ନାହିଁ ବୋଲି କୁଆଡେ…
ସମୀକ୍ଷା ବ୍ୟୁରୋ କଟକ: ଜଣେ ଶିଶୁର ମୃତ୍ୟୁକୁ ନେଇ ଆଜି କଟକ ବଡ଼ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି । ଚିକିତ୍ସା ଅବହେଳାରୁ ଶିଶୁଟିର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକେ ମେଡିକାଲର କାଜୁଆଲିଟିରେ ତାଲା ପକାଇ ଦେଇଥିଲେ । ସୂଚନା ଅନୁଯାୟୀ, ଗତକାଲି ସିଡିଏ ସେକ୍ଟର 6 ସ୍ଥିତ ହଇରାଣ ବସ୍ତିର 3 ବର୍ଷର ଶିଶୁ ସିଡ଼ିରୁ ପଡ଼ିଯାଇଥିଲା । ଡାକ୍ତରଖାନା ନିଆଯିବା ପରେ ଅବସ୍ଥା ସାଧାରଣ ଥିବା କହି ଡାକ୍ତର ଘରକୁ ପଠାଇ ଦେଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ବାନ୍ତି ହେବା ସହିତ ଶିଶୁଟି ମୃତ୍ୟୁବରଣ କରିଥିଲା । ଡାକ୍ତରଙ୍କ ଅବହେଳା ଅଭିଯୋଗ କରି ଆଜି ସକାଳୁ ପରିବାର ଲୋକ କାଜୁଆଲିଟି ବିଭାଗରେ ତାଲା ପକାଇ ଦେଇଥିଲେ । ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିବା ପରେ ମେଡିକାଲ୍ ଫାଣ୍ଡି ପୁଲିସ୍ ଓ ମଙ୍ଗଳାବାଗ୍ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ।
ସମୀକ୍ଷା ବ୍ୟୁରୋ ପିପିଲି: ପିପିଲି ଥାନା ଅନ୍ତର୍ଗତ ଜଗନ୍ନାଥପୁର ନିକଟବର୍ତ୍ତି ଭାର୍ଗବୀ ନଦୀପଠାରୁ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ପିପିଲି ପୁଲିସ ଜବତ କରିଛି । ମୃତକ ଜଣକ ହେଲେ ଗୋପ ଥାନା ସାନଡି ଅଞ୍ଚଳର ରବିନ୍ଦ୍ର ସାହୁ(58) । ମୃତଦେହ ନିକଟରୁ ମୃତକଙ୍କ ସିମ୍ ନଥିବା ଏକ ମୋବାଇଲ ଫୋନ, କୀଟନାଶକ ବୋତଲ ସହ ଏକ ବ୍ୟାଗରେ ରଖାଯାଇଥିବା ଦାନାଦାର ପ୍ୟାକେଟ ଓ ସାର୍ଟକୁ ପୁଲିସ ଜବତ କରିଛି । ମୃତଦେହଟି ଆଂଶିକ ଭାବେ ଗଳିତ ହୋଇଯାଇଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି ।
ଭ୍ରମଣକାରୀ ବାଂଲାଦେଶ ଓ ଘରୋଇ ଭାରତୀୟ କ୍ରିକେଟ୍ ଦଳ ମଧ୍ୟରେ ଖେଳାଯାଉଥିବା ଟି 20 ସିରିଜ୍ର ତୃତୀୟ ତଥା ନିର୍ଣ୍ଣାୟକ ଆଜି ନାଗପୁରରେ ଖେଳାଯିବ। ଏହି ମ୍ୟାଚ୍ ଜିତି ସିରିଜ୍ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ଉଭୟ ଦଳ । ଭାରତ ଓ ବାଂଲାଦେଶ ଗୋଟିଏ ଲେଖାଏଁ ମ୍ୟାଚ୍ରେ ବିଜୟୀ ହୋଇଥିବାରୁ ଏହି ମ୍ୟାଚ୍ଟି ନିର୍ଣ୍ଣାୟକ ସାବ୍ୟସ୍ତ ହେବ । ସିରିଜ୍ର ପ୍ରଥମ ମ୍ୟାଚ୍ରେ ବାଂଲାଦେଶ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ୍ରେ ଭାରତୀୟ ଦଳ ବିଜୟୀ ହୋଇ ସିରିଜ୍କୁ 1-1 ସ୍ଥିତିକୁ ଆଣିଥିଲା । ମନୀଷ ପାଣ୍ଡେ, ସଞ୍ଜୁ ସାମସନ୍ ଓ ରାହୁଲ ଚହର୍ ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ମ୍ୟାଚ୍ ଖେଳିନଥିବା ବେଳେ ତୃତୀୟ ମ୍ୟାଚ୍ରେ ରାହୁଲ୍ ଏବଂ ଖଲିଲ୍ ଅହମଦ୍ଙ୍କ ସ୍ଥାନରେ ଦୁଇଟି ପରିବର୍ତ୍ତନ କରିପାରନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା ।
କେଦାର ମିଶ୍ର ଏବେ ଏବେ ଦୁର୍ନୀତି ନିବାରଣ ସପ୍ତାହ ସରିଛି। ରାଜ୍ୟର ସରକାରୀ କର୍ମଚାରୀମାନେ ଦୁର୍ନୀତି କରିବେ ନାହିଁ ବୋଲି ଶପଥ ନେଇଛନ୍ତି। ତେବେ ଏମିତି ଶପଥ ସବୁ ବର୍ଷ ନିଆଯାଏ ଓ ସେଇଠୁ ଉଠି “ଉପୁରି” ବିଷୟରେ ଚିନ୍ତା କରାଯାଏ। ବେଳେ ବେଳେ କୁହାଯାଏ ଓଡିଶାରେ “ପିସି ସରକାର” ଚାଲିଛି। ତେବେ ଓଡିଶାରେ ଏକଥା ଯେତିକି ସତ, ଭାରତର ସବୁ ରାଜ୍ୟ ଓ କେନ୍ଦ୍ରରେ ବି ସେତିକି ସତ। ଦୁର୍ନୀତି ସବୁଠି ଅଛି, ହେଲେ ଦୁର୍ନୀତି ବିରୋଧରେ ଭାଶଣବାଜି ବଢିଛି। ଓଡିଶାରେ ଦୁର୍ନୀତି ବିରୋଧରେ ‘ଜିରୋ ଟଲରେନ୍ସ” କଥା କୁହାଯାଉଛି। ନିୟମିତ ବ୍ୟବଧାନରେ ସରକାରୀ ବାବୁମାନଙ୍କ ବିରୋଧରେ କାର୍ୟାନୁଷ୍ଠାନ ବି ହେଉଛି। ହେଲେ ତାହା ଆବଶ୍ୟକତା ତୁଳନାରେ ଯଥେଷ୍ଟ କମ। ଓଡିଶା ସରକାର ୨୦୧୮-୧୯ ମସିହା ପାଇଁ ତାଙ୍କର ଯେଉଁ ଅର୍ଥନୈତିକ ସର୍ବେକ୍ଷଣ ବିଧାନସଭାରେ ଉପସ୍ଥାପିତ କରିଥିଲେ, ସେଥିରେ ଦୁର୍ନୀତିକୁ ରାଜ୍ୟର ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ଏକ ବାଧକ ବୋଲି…
AYODHYA, NOV 9 (UNI):- Devotees performing Arti at the bank of Saryu river to celebrate the Supreme Court’s verdict on Ramjanambhumi-Babri Masjid land dispute case, in Ayodhya on Saturday. UNI PHOTO-101U
JAMMU, NOV 9 (UNI):- A colourful Nagar Kirtan is being taken out on 550th Birth Anniversary of Guru Nanak Dev Ji in Jammu on Saturday.
ସମୀକ୍ଷା ବ୍ୟୁରୋ ଶେଷରେ ସମୟ ସୀମା 4 ଘଣ୍ଟା ବାକି ଥିବା ବେଳେ ମହାରାଷ୍ଟ୍ର ରାଜ୍ୟପାଳ ବି.ଏସ କୋସାୟାରୀ ବିଜେପି ଦଳକୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି। ଯେହେତୁ ବିଜେପି ବର୍ତ୍ତମାନ ସର୍ବ ବୃହତ ଦଳ ସେଥିପାଇଁ ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରାଯାଇଛି ବୋଲି ରାଜଭବନ ସୁତ୍ରରୁ ଜଣାପଡିଛି। ଗତ ଅକ୍ଟୋବର 24 ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲେ ମଧ୍ୟ ବିଜେପି ଓ ଶିବସେନା ମେଣ୍ଟ ମଧ୍ୟରେ ଫାଟ ଯୋଗୁଁ ସରକାର ଗଠନ ହୋଇପାରୁ ନାହିଁ। ଶିବସେନା ମୁଖ୍ୟମନ୍ତ୍ରୀ ପଦ ପାଇଁ ପଚାଶ ପଚାଶ ପଦ୍ଧତିରେ କରିବା ପାଇଁ ବିଜେପିକୁ ଦାବୀ କରି ଆସୁଛି। ହେଲେ ସେଥିରେ ବିଜେପି ତରଫରୁ କୌଣସି ସବୁଜ ସଙ୍କେତ ପ୍ରଦାନ କରାଯାଉ ନାହିଁ। ଯେ ପର୍ଯ୍ୟନ୍ତ ବିଜେପି ଏହି ପଚାଶ ପଦ୍ଧତିରେ ରାଜି ନ ହୋଇଛି ସେ ପର୍ଯ୍ୟନ୍ତ ସରକାର ଗଠନରେ ଶିବସେନା ସାହାର୍ଯ୍ୟ କରିବ ନାହିଁ ବୋଲି…
ସମୀକ୍ଷା ବ୍ୟୁରୋ ଅତିପ୍ରବଣ ବାତ୍ୟା ବୁଲୁବୁଲୁ ପ୍ରଭାବରେ ଉପକୂଳ ଓଡିଶାରେ ବେଶି କିଛି କ୍ଷତି ଘଟିଯାଇଛି। ଅନେକ ସ୍ଥାନରେ ପ୍ରବଳ ପବନରେ ଗଛ ଉପୁଡି ପଡିଥିବା ବେଳେ କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି। ଫଳରେ ଏଥିରେ କେତେକ ଘର ଭାଙ୍ଗି ରୁଜି ଯାଇଥିବାର ଜଣାପଡିଛି। ଖବର ପାଇବା ପରେ ରାଜ୍ୟ ଅଗ୍ନିଶମ ବିଭାଗ ସହିତ ଓଡ୍ରାଫ ଟିମ ଗଛ କାଟି ରାସ୍ତା ସଫା କରିବାରେ ଲାଗିଛନ୍ତି।
ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗ ଆଡ଼କୁ ମାଡ଼ି ଚାଲିଛି। ବୁଲବୁଲ ଏବେ ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି। ସନ୍ଧ୍ୟା ୭ଟାରୁ ରାତି ୧୧ଟା ସୁଦ୍ଧା ଏହି ବାତ୍ୟା ପଶ୍ଚିମବଙ୍ଗ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ। ବୁଲବୁଲ ଓଡ଼ିଶା ନ ଛୁଇଁଲେ ମଧ୍ୟ ତାଣ୍ଡବ ରଚିଛି। ବୁଲବୁଲ ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ଓ ପବନ ହୋଇଛି। କିନ୍ତୁ ଆଉ କିଛି ଘଣ୍ଟା ମଧ୍ୟରେ ଏହି ପ୍ରକୋପ କମିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି। ଓଡ଼ିଶା ଉପକୂଳ ଦେଇ ଭୟଙ୍କର ବାତ୍ୟା ବୁଲବୁଲ ପୂର୍ବ ଓ ଉତ୍ତର ପୂର୍ବ ଦିଗରେ ଗତି କରୁଛି। ବାତ୍ୟା ବୁଲବୁଲ ପ୍ରଭାବରେ ଗତକାଲି ଠାରୁ କେନ୍ଦ୍ରାପଡ଼ା, ଜଗତସିଂହପୁର. ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ଜାରି ରହିଛି। ଆଜି ସକାଳ ଠାରୁ ଏହି ସବୁ ସ୍ଥାନରେ ବର୍ଷା ଓ ପବନର ବେଗ ମଧ୍ୟ ବଢିଛି। ଓଡ଼ିଶାରେ ଆହୁରି ୪,୫ଘଣ୍ଟା ବର୍ଷା ହେବ। ଏହି…
ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାରେ ଉଚ୍ଚତମ ନ୍ୟାୟାଳୟଙ୍କ ଐତିହାସିକ ନିଷ୍ପତ୍ତି ପରେ ଶନିବାର ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଛନ୍ତି ଯେ, ଉଚ୍ଚତମ ନ୍ୟାୟାଳୟ ଅଯୋଧ୍ୟା ନିଷ୍ପତ୍ତି ଶୁଣାଇଛନ୍ତି, ଯାହା ପଛରେ ରହିଛି କେଇ ଶହ ବର୍ଷର ଇତିହାସ। ବିଗତ କିଛି ବର୍ଷ ଧରି ଚାଲିଆସିଥିବା ଏହି ନ୍ୟାୟିକା ପ୍ରକ୍ରିୟାର ଆଜି ସମାପନ ହୋଇଛି। ଦୁନିଆ ମାନିଛି ଯେ, ଭାରତ ଦୁନିଆର ସବୁଠୁ ବଡ଼ ଲୋକତାନ୍ତ୍ରିକ ଦେଶ। ଅଯୋଧ୍ୟା ନିଷ୍ପତ୍ତିକୁ ଯେପରି ଭାବରେ ସବୁ ବର୍ଗର ଲୋକେ ହୃଦୟର ସହ ଯେପରି ଭାବରେ ଅଯୋଧ୍ୟା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି, ସେଥିରୁ ଆମ ଭାରତର ପରମ୍ପରା ଜଣାପଡୁଛି। ଦେଶ ପାଇଁ ଖୁସିର କଥା ହେଉଛି ଏହି ନିଷ୍ପତ୍ତି ସର୍ବସମ୍ମତି କ୍ରମେ ଆସିଛି। ଆଜି ହେଉଛି ୯ ନଭେମ୍ବର । ଆଜିର ତାରିଖରେ ବର୍ଲିନ୍ର ପାଚେରୀ ଭାଙ୍ଗିଥିଲା। ଦୁଇ ବିପରୀତ ଧାରା ଏକଜୁଟ୍ ହୋଇ…
ସମୀକ୍ଷା ବ୍ୟୁରୋ ଆଜି ବାଣପୁର ବଜାର ସାହି ସ୍ଥିତ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ଅଷ୍ଟପ୍ରହର ନାମଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଅପରାହ୍ନରେ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ବିରାଟ ପଟୁଆର ସହ କଳସ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରାଯାଇଥିଲା। ଦାଶରଥିପୁର ଗ୍ରାମ ସ୍ଥିତ ପବିତ୍ର ଶାଳିଆ ନଦୀରୁ ଭକ୍ତମାନଙ୍କ ଦ୍ୱାରା କଳସ ଜଳ ସଂଗ୍ରହ କରାଯାଇ ପରିଶେଷରେ ଏହି କଳସ ଶୋଭାଯାତ୍ରା ଅଧିବାସ ସ୍ଥଳ ଶ୍ରୀ ଶ୍ରୀ ରଙ୍କନାଥ ମନ୍ଦିରରେ ପହଂଚିଥିଲା। ଶୁକ୍ରବାର ପ୍ରାତଃରୁ ଅଷ୍ଟ ପ୍ରହରବ୍ୟାପୀ ଆଧ୍ୟାତ୍ମିକ ପରିବେଶରେ ନାମଯଜ୍ଞ ଓ ସଂକୀର୍ତ୍ତନ ହେବା ସହ ଆଜି ଶନିବାର ସକାଳେ ନଗରକୀର୍ତ୍ତନ, ନଗର ଭିକ୍ଷା ଓ ମଧ୍ୟାହ୍ନରେ ଭକ୍ତମାନେ କଳସ ବିସର୍ଜନ କରି ଯମୁନାସ୍ନାନ କରିଥିଲେ। ଅପରାହ୍ନ ଏକ ଘଟିକାରେ ବିରାଟ ଆନନ୍ଦ ବଜାର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା ଯୋଉଥିରେ ପାଖାପାଖି ସାତ ହଜାର ଭକ୍ତ ପ୍ରସାଦ ସେବନ କରିଥିଲେ। ଉକ୍ତ ନାମଯଜ୍ଞ ହୋମରେ କର୍ତ୍ତା…
ସମୀକ୍ଷା ବ୍ୟୁରୋ ଆଜି ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ରାୟ ପ୍ରକାଶ ପାଇଲା । ମୁଖ୍ୟ ନ୍ୟାୟାଧୀଶଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ପାଞ୍ଚଜଣିଆ ଖଣ୍ଡପୀଠ ଏହି ଐତିହାସିକ ରାୟ ଶୁଣାଇଛନ୍ତି । ଏହି ଖଣ୍ଡପୀଠରେ ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗୋଇ ,ଏସ ଏ ବୋବଡେ, ଡି ୱାଇ ଚନ୍ଦ୍ରଚୂଡ ,ଅଶୋକ ଭୂଷଣ ଏବଂ ଅବଦୁଲ ନଜିର ରହିଥିଲେ । ଏହି ଖଣ୍ଡପୀଠ ଧର୍ମୀୟ ଭାବନା ଅନୁସାରେ ନିଜର ରାୟ ପ୍ରକାଶ ନ କରି ପ୍ରତ୍ନତାତ୍ତ୍ବିକ ବିଭାଗର ରିପୋର୍ଟ ଅନୁସାରେ ରାୟ ପ୍ରକାଶ କରିଛନ୍ତି । ଏହି ରାୟରେ ବିବାଦୀୟ ସ୍ଥଳକୁ ହିନ୍ଦୁଙ୍କ ସପକ୍ଷରେ ରାୟ ଦେଇ ଏହି ବିବାଦୀୟ ଜମିକୁ ଏକ ଟ୍ରଷ୍ଟକୁ ପ୍ରଦାନ କରି ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅଯୋଧ୍ୟାରେ ଏକ ପ୍ରମୁଖ ସ୍ଥାନରେ ମୁସଲିମ୍ ପକ୍ଷଙ୍କୁ ମସଜିଦ୍ ନିର୍ମାଣ କରିବାକୁ ୫ ଏକର ଜମି ଦେବାକୁ ରାୟରେ ଉଲ୍ଲେଖ…
ଭାରତୀୟ ନ୍ୟାୟାଳୟ ଇତିହାସର ଦ୍ବିତୀୟ ଦୀର୍ଘ ମାମଲାର ଆଜି ଶୁଣାଣି ହୋଇଯାଇଛି । ଦୀର୍ଘ ୭୦ ବର୍ଷ ଧରି ଚାଲିଥିବା ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ଆଜି ରାୟ ପ୍ରକାଶ ପାଇଛି। ଆଜି ଅଯୋଧ୍ୟା ବିବାଦରେ ସୁପ୍ରିମକୋର୍ଟ ପକ୍ଷରୁ ବହୁ ପ୍ରତୀକ୍ଷିତ ରାୟ ଆସିଛି। ନିର୍ଣ୍ଣୟ ଆସିବା ପରେ ରାମଜନ୍ମ ଭୂମି-ବାବ୍ରି ମସଜିଦ ବିବାଦର ପକ୍ଷକାର ସୁନ୍ନି ଓ୍ଵାକଫ ବୋର୍ଡ ଉଚ୍ଚତମ ନ୍ୟାୟାଳୟର ନିଷ୍ପତ୍ତି ସ୍ଵାଗତ କରିଛି। ଦିଲ୍ଲୀସ୍ଥିତ ଜାମା ମସଜିଦ୍ର ଶାହୀ ଇମାମ ସୈୟଦ୍ ଅହମ୍ମଦ ବୁଖାରୀ କହିଛନ୍ତି ଯେ, ଅଯୋଧ୍ୟା ମାମଲାକୁ ଆଉ ଆଗକୁ ବଢାଯିବା ଉଚିତ୍ ନୁହେଁ ଏବଂ ଏଥି ସହିତ ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତି ବିରୋଧରେ ପୁର୍ନବିଚାର ଯାଚିକା ଦାଏର କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ସେହିପରି ବାବ୍ରି ମସଜିଦ ବିବାଦର ପକ୍ଷକାର ସୁନ୍ନି ଓ୍ଵାକଫ ବୋର୍ଡ ରାୟ ବିରୋଧରେ ଚ୍ୟାଲେଞ୍ଜ କରିବା ନାହିଁ ବୋଲି ସ୍ପଷ୍ଟ କରି ବୋର୍ଡର ଅଧ୍ୟକ୍ଷ ଜୁଫର…

