Author: Samikhsya Bureau

ପ୍ରଥମ ଟି20 ମୁକାବିଲାରେ ପରାଜିତ ହେବା ପରେ ବାଂଲାଦେଶ ବିପକ୍ଷ ଟି20 ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ଆଜି ରାଜକୋଟରେ ଖେଳାଯିବ । ଏହି ମ୍ୟାଚରେ ବିଜୟୀ ହେବା ସହ ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି ଭାରତ । ଦିଲ୍ଲୀ ମ୍ୟାଚ୍‌ରୁ ବାଦ ପଡିଥିବା ଓପ୍‌ନର ଶିଖର ଧଓ୍ବନ୍‌ ଦଳକୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି । ସେହିପରି ମଧ୍ୟକ୍ରମରେ କେ ଏଲ୍‌ ରାହୁଲ୍‌ ବିଫଳ ହୋଇଥିବାରୁ ସଞ୍ଜୁ ସାମ୍‌ସନ କିମ୍ବା ମନୀଷ ପାଣ୍ଡେଙ୍କୁ ସୁଯୋଗ ମିଳିପାରେ । ଅପରପକ୍ଷରେ ପଦାର୍ପଣରେ ବିଫଳ ହୋଇଥିବା ଶିବମ ଦୁବେଙ୍କୁ ମଧ୍ୟ ଆଉ ଏକ ସୁଯୋଗ ମିଳିପାରେ । ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ବାଂଲାଦେଶ 1-0 ରେ ଅଗ୍ରଣୀ ହାସଲ କରିଛି । ଫଳରେ ଆଜିର ମ୍ୟାଚ୍‌ ଭାରତ ପାଇଁ କର ବା ମର ପରସ୍ଥିତି ସୃଷ୍ଟି କରିଛି ।

Read More

କେଦାର ମିଶ୍ର ଅମିତ ଶାହ ଗୃହମନ୍ତ୍ରୀ ହେବା ପରେ ଦିଲ୍ଲୀ ରାଜନୀତି ସହ ପରିଚିତ ଜଣେ ବିଶିଷ୍ଟ ସାମ୍ବାଦିକ ଲେଖିଥିଲେ-ଆଉ ସେ ଆଗପରି, ନିଜ ସାହେବଙ୍କ ଆଜ୍ଞାଧୀନ ସେନାପତି ନୁହନ୍ତି, ସେ ନିଜେ ସାହେବ ।  ୨୦୧୪ ରୁ ୨୦୧୯ ପର୍ୟନ୍ତ ଅମିତ ଶାହା ଥିଲେ ବିଜେପି ଭିତରେ ନରେନ୍ଦ୍ର ମୋଦୀଙ୍କର ସବୁଠୁ ବିଶ୍ଵସ୍ତ ସେନାପତି। ଅନେକ ଜଣାଶୁଣା ସାମ୍ବାଦିକଙ୍କ ଭାଷାରେ ଶାହା ନିଜକୁ “ସାହେବଙ୍କର ସବୁଠୁ ବିଶ୍ଵସ୍ତ” ବୋଲି ପ୍ରମାଣିତ କରି ଆସିଛନ୍ତି। ବିଜେପି ସଭାପତି ଦାୟିତ୍ଵ ନେବାପରେ ଶାହାଙ୍କ ପ୍ରଭାବ ଓ ପତିଆରା ଅନେକ ସମୟରେ ନରେନ୍ଦ୍ର ମୋଦୀଙ୍କ ଠୁଁ ମଧ୍ୟ ଅଧିକ ହେବା ଆରମ୍ଭ କଲା। ୨୦୧୪ ରୁ ୨୦୧୯ ପ୍ରଥମ ପାଳିର ସରକାରରେ ଯଦିଓ ଶାସନକଳର ରିମୋଟ ଶାହାଙ୍କ ହାତରେ ଥିଲା, ପ୍ରତ୍ୟକ୍ଷ ଭାବରେ ଏହାର ନିୟନ୍ତ୍ରଣ ଅନ୍ୟମାନେ କରୁଥିଲେ। ବିଜେପିର ପୁରୁଣା ନେତୃତ୍ଵ ଭିତରୁ ସୁଷମା ସ୍ଵରାଜ, ଅରୁଣ ଜେଟଲି, ନିତିନ ଗଡକରି ଓ ରାଜନାଥ…

Read More

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି । ଏହା ବର୍ତ୍ତମାନ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି 5 କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି । ସାଇକ୍ଲୋନିକ ଷ୍ଟର୍ମ ‘ବୁଲବୁଲ୍’ ଏବେ ପାରାଦୀପଠାରୁ 750 କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇଛି । ଆସନ୍ତା 36 ଘଣ୍ଟା ମଧ୍ୟରେ ଏହା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବାର ଆଶଙ୍କା ରହିଛି । ବୁଲବୁଲ ପ୍ରଭାବରେ ଉତ୍ତର ଏବଂ ଉପକୂଳ ଓଡିଶାରେ 9 ଏବଂ 10 ତାରିଖରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

Read More

ମୋ ବସକୁ ଏକ ବର୍ଷ ପୁରିଲା। ତାହାର ବାର୍ଷିକ ଉତ୍ସବ ପାଳନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ କାଟି ବସରେ ଯାତ୍ରା କରୁଛନ୍ତି

Read More

ସମୀକ୍ଷା ବ୍ୟୁରୋ କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶ୍ୱାନ ଆଜି ସାରା ଦେଶରେ ପିଆଜ ଦର ବୃଦ୍ଧି  ଉପରେ  ଉଚ୍ଚ ସ୍ତରୀୟ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି ଯେ, ଡେରିରେ ମୌସୁମୀ ଆସିବାରୁ ପିଆଜ ଦର ବୃଦ୍ଧି ଘଟିଛି। ବିଶେଷ କରି ମହାରାଷ୍ଟ୍ରରେ ମୌସୁମୀ ବିଳମ୍ବ ହେବା କାରଣରୁ ଠିକ ସମୟରେ ପିଆଜ ବିହନ ଲଗାଇବା ସମ୍ଭବପର ହୋଇ ନ ଥିଲା। ଫଳରେ ମଣ୍ଡିରେ ଉତ୍ପାଦିତ ପିଆଜ ପହଁଚିବାରେ ମଧ୍ୟ ଡେରି ହୋଇଥିଲା। ଏହାଛଡ଼ା ରାଜ୍ୟରେ ଦୁଇଟି ବାତ୍ୟା କାରଣରୁ ହୋଇଥିବା ଅଦିନିଆ ବର୍ଷାର ପ୍ରଭାବ ସାମଗ୍ରିକ ପିଆଜ ଉତ୍ପାଦନ ଉପରେ ପଡ଼ିଥିଲା। ଫଳରେ ପିଆଜ ଉତ୍ପାଦନ ହ୍ରାସ ଘଟିବା ସହ ଦର ବୃଦ୍ଧି ଘଟିଛି। ବୈଠକ ପରେ ମନ୍ତ୍ରୀ ପାଶ୍ୱାନ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ପିଆଜ ଦର ବୃଦ୍ଧି ଉପରେ ଅଂକୁଶ ଲଗାଇବାକୁ କେନ୍ଦ୍ର ସରକାର ସମସ୍ତ…

Read More

ସମୀକ୍ଷା ବ୍ୟୁରୋ ଓଡ଼ିଆଙ୍କୁ ଓଡ଼ିଶାରେ ଅତ୍ୟାଧୁନିକ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି  ଏସ୍‌ସିବି ମେଡ଼ିକାଲ୍‌ ପାଇଁ ୧୦୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି । ଆଜି ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ୫ଟି ସଚିବ, ସ୍ବାସ୍ଥ୍ୟ ସଚିବ, ମୁଖ୍ୟ ଶାସନ ସଚିବ, ଏସ୍‌ସିବିର ସବୁ ବିଭାଗୀୟ ମୁଖ୍ୟ  ଓ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଆଧାରରେ ଶର୍ଯ୍ୟା ସଂଖ୍ୟା ୩ ହଜାରକୁ ବୃଦ୍ଧି କରାଯିବା ସହିତ ଅନ୍ୟ ବଡ଼ ବଡ଼ ମେଡ଼ିକାଲ କଲେଜରୁ ଏସ୍‌ସିବିକୁ ବିଶେଷଜ୍ଞ ଡାକ୍ତର ଆସିବେ ବୋଲି ସୂଚନା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଶ୍ରେଷ୍ଠ ୩ଟି ମେଡ଼ିକାଲ୍‌ ମଧ୍ୟରେ ଏସ୍‌ସିବିକୁ ରଖିବାକୁ ଲକ୍ଷ୍ୟ ରଖିଛନ୍ତି । ଦେଶର ଶ୍ରେଷ୍ଠ ୧୪ତମ ହସ୍ପିଟାଲ୍‌ରେ କଟକ ବଡ଼ ମେଡ଼ିକାଲ ରହିଛି । ଆଜି ସକାଳୁ ମଧ୍ୟ ୫ଟି ସଚିବ…

Read More

ପଞ୍ଚକୁଲା ହିଂସା ମାମଲାରେ ଗୁରୁରାମ ରହିମ୍‌ଙ୍କ ପୋଷ୍ୟା କନ୍ୟା ହନିପ୍ରୀତ୍‌ଙ୍କୁ ଆଜି ଜମାନତ ମିଳିଛି । ହନିପ୍ରୀତ୍‌ଙ୍କ ଉପରେ ଦେଶଦ୍ରୋହ ଆରୋପ ହଟିବା ପରେ ପଞ୍ଚକୁଲା କୋର୍ଟରଙ୍କୁ ତାଙ୍କୁ ଜାମି ନ ମିଳିଛି ।  ଦୁଷ୍କର୍ମ ଆରୋପୀ ଡୋରା ସଚ୍ଚା ସୌଦା ପ୍ରମୁଖ ଗୁରୁମିତ୍‌ ରାମ ରହିମ୍‌ଙ୍କ ଜେଲ୍‌ ଯିବା ପରେ ପଞ୍ଚକୁଲାରେ ହିଂସା ଘଟାଇବା ମାମଲାରେ ହନିପ୍ରୀତଙ୍କୁ ଜେଲ୍‌ଯିବାକୁ ପଡ଼ିଥିଲା । ଏକ ଲକ୍ଷ ଟଙ୍କା ଲେଖାଏଁ ଦୁଇଟି ବଣ୍ଡ ଉପରେ ହନିପ୍ରୀତ୍‌ଙ୍କୁ ଜମାନତ ମିଳିଛି । ପଞ୍ଚକୁଲା ସେକ୍ଟର ୫ ଥାନା ଅନ୍ତର୍ଗତ ଏଫଆଇଆର୍‌ ନମ୍ବର ୩୪୫ରେ ଉପରେ ପଞ୍ଚକୁଲା କୋର୍ଟରେ ଶୁଣାଣୀ ହୋଇଥିଲା । ଡେରା ପ୍ରମୁଖ ଗୁରୁମିତ୍‌ ରାମ ରହିମ୍‌ ସଜ୍ଜା ମିଳିବା ପରେ ୨୦୧୭, ଅଗଷ୍ଟ ୨୫ରେ ହରିୟାଣାର ପଞ୍ଚକୁଲାରେ ହୋଇଥିବା ହିଂସା ପାଇଁ ହନିପ୍ରୀତ୍‌ଙ୍କୁ ଜେଲ୍‌ଦଣ୍ଡ ମିଳିଥିଲା । ଏହି ହିଂସାରେ ୪୧ ଲୋକ ମୃତ୍ୟୁବରଣ କରିଥିବାବେଳେ ୨୬୦ରୁ ଅଧିକ ଲୋକ ଆହତ…

Read More

‘ୟେ ସାଲି ଆଶିକି’ର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଲଭ୍‌ ସସସେନ୍ସ ଓ ଥ୍ରିଲରରେ ଭରପୂର ଏହି ଫିଲ୍ମଟିରେ ନବାଗତ ବର୍ଦ୍ଧନ ପୁରୀ ବଲିଉଡ୍‌ରେ ପାଦ ଥାପୁଛନ୍ତି। ହିନ୍ଦୀ ସିନେମାର ଦିବଙ୍ଗତ ଅଭିନେତା ଅମରେଶ ପୁରୀଙ୍କ ନାତ ହେଉଛନ୍ତି ବର୍ଦ୍ଧାନ୍‌। ବର୍ଦ୍ଧାନ୍‌ଙ୍କ ବିପକ୍ଷରେ ଅଭିନେତ୍ରୀ ଶିବାଲକା ଓବରୟ ରହିଥିବାବେଳେ ଏହାର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଚିରାଗ ରୂପାରେଲି। ଟ୍ରେଲର୍‌ଟିକୁ ଭଲ୍‌ ରେସପନ୍ସ ମିଳିଥିବାବେଳେ ଫିଲ୍ମଟି ୨୨ ନଭେମ୍ବରରେ ପରଦା ଉପରକୁ ଆସିବ ।

Read More

ପିଆଜ ଦାମ ଏବେ ଆକାଶଛୁଆଁ ହୋଇଛି । ଦିଲ୍ଲୀର ଖୁଦ୍ରା ବଜାରରେ ପିଆର ଦର ୧୦୦ ଟଙ୍କା ପ୍ରତି କିଲୋ ପହଞ୍ଚିଛି ।  ପିଆଜର ଆକାଶଛୁଆଁ ଦର ସମସ୍ତଙ୍କୁ ଏବେ କନ୍ଦେଇବା ଆରମ୍ଭ କରିଛି । ବେପାରୀଙ୍କ ମୁତାବକ ପିଆଜର ଦର ୧୨୦ ଟଙ୍କା ପ୍ରତି କିଲୋରେ ପହଞ୍ଚିଛି । କେନ୍ଦ୍ରୀୟ ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶଓ୍ବାନ କହିଛନ୍ତି ଯେ, ଗତବର୍ଷ ତୁଳନାରୁ ପିଆଜର ଉତ୍ପାଦନ ୪୦ ପ୍ରତିଶତ କମିଛି । ଅନ୍ୟ ରାଜ୍ୟଗୁଡ଼ିକରେ ପିଆଜ କିଲୋ ପ୍ରତି ୮୦ରୁ ୯୦ ଟଙ୍କା ରହିଛି । ଗତ ୪ ବର୍ଷ ମଧ୍ୟରେ ପିଆଜ ଦର ସର୍ବାଧିକ ବୃଦ୍ଧିରେ ପହଞ୍ଚିଛି । ଅଗଷ୍ଟ ମାସରେ ଏହାର କିଲୋ ପ୍ରତି ୧୩ଟଙ୍କା ରହିଥିବାବେଳେ ଚଳିତ ମାସରେ ଏହା ୧୦୦ଟଙ୍କାରେ ପହଞ୍ଚିଛି । ପିଆଜ ଉତ୍ପାଦନ କମ୍‌ ହେବା କାରଣରୁ ପିଆଜ ଦରରେ ବୃଦ୍ଧି ଘଟିଛି । ବର୍ଷା ଓ ବନ୍ୟା ଯୋଗୁଁ…

Read More

ସମ୍ପ୍ରତି ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଚିତ୍ର କିଛି ସ୍ପଷ୍ଟ ହୋଇନଥିବାବେଳେ ଏହାକୁ ନେଇ ଦେଶ ରାଜନୀତିରେ ବେଶ୍‌ ଚହଳ ଦେଖାଯାଉଛି । ସମସ୍ତଙ୍କ ନଜର ମହାରାଷ୍ଟ୍ର ସରକାର ଗଠନ ଉପରେ ରହିଛି । ମହାରାଷ୍ଟ୍ରରେ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ୯ ତାରିଖରେ ସରିବାକୁ ରହିଛି । ଏହା ମଧ୍ୟରେ ରାଜ୍ୟର ରାଜନୀତିକୁ ନେଇ କିଛି ବଡ଼ ଖବର ଶୁଣିବାକୁ ମିଳୁଛି । ଶିବସେନାର ପ୍ରମୁଖ ଉଦ୍ଧବ ଠାକ୍‌ରେ ଆସନ୍ତାକାଲି ଗୁରୁବାର ବିଧାୟକ ଦଳର ବୈଠକ ଡାକିଛନ୍ତି । ଏହି ବୈଠକ ମାତୋଶ୍ରୀଠାରେ ଅନୁଷ୍ଠିତ ହେବ । ସକାଳ ୧୧ଟା ସମୟରେ ଏହି ବୈଠକ ଆରମ୍ଭ ହେବ । ରାଜ୍ୟରେ ବିଧାନସଭା ନିର୍ବାଚନରେ ଶିବସେନା ୫୬ଟି ଆସନ ଜିତିଥିବାବେଳେ ଦଳକୁ କିଛି ନିର୍ଦ୍ଦଳୀୟ ବିଧାୟକ ସମର୍ଥନ କରୁଛନ୍ତି । ତେବେ ଏବେବି ମହାରାଷ୍ଟ୍ର ସରକାରକୁ ନେଇ ଚିତ୍ର କିଛି ସ୍ପଷ୍ଟ ହୋଇନାହିଁ । ଚଳିତ ନିର୍ବାଚନକୁ ବିଜେପିର ସହଯୋଗୀ ଦଳ ଭାବେ…

Read More

ସାଂସ୍କୃତିକ ମନ୍ତ୍ରାଳୟ ନେହେରୁ ମ୍ୟୁଜିୟମ୍‌ ଓ ଲାଇବ୍ରେରୀ ସୋସାଇଟିକୁ ପୁନର୍ଗଠନ କରିଛନ୍ତି । କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, ଜୟରାମ ରମେଶ, ଏବଂ କର୍ଣ୍ଣ ସିଂହଙ୍କ ଠାରୁ ଏହି ସୋସାଇଟିର ସଦସ୍ୟତା  ବାହାର କରାଯାଇ ତାଙ୍କ ସ୍ଥାନରେ ଟିଭି ସାମ୍ୱାଦିକ ରଜତ ଶର୍ମା, ବିଜେପି ନେତା ଅନିର୍ବାନ ଗାଙ୍ଗୁଲୀ ଏବଂ ଗୀତିକାର ପ୍ରସୁନ ଜୋଶୀଙ୍କୁ ପ୍ୟାନେଲରେ ସାମିଲ କରାଯାଇଛି ।  ଏହି ସୋସାଇଟିର ଅଧ୍ୟକ୍ଷ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସ୍ମୃତିରେ ନେହେରୁ ମେମୋରିଆଲ ମ୍ୟୁଜି୍ଅମ୍‌ ଓ ଲାଇବ୍ରେରୀ ନିର୍ମାଣ କରାଯାଇଥିଲ । ଏହି ସୋସାଇଟିର ଉପାଧ୍ୟକ୍ଷ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ୍‌ ଶାହା, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର ପ୍ରମୁଖ ସଦସ୍ୟ ରହିଛନ୍ତି । ନିର୍ଦ୍ଦେଶ ଅନୁସାରେ ଏହି ସମସ୍ତ ସଦସ୍ୟ ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସୋସାଇଟିର ସଦସ୍ୟ ହୋଇ ରହିବେ । …

Read More

ଋଷିଆର ଏକ ବିମାନ ବନ୍ଦରରୁ ଜଣେ ମହିଳାଙ୍କ ଜୋତାରୁ ଦୁଇ କିଗ୍ରା ସୁନା ଜବତ କରାଯାଇଛି । ମଙ୍ଗଳବାର ପୂର୍ବ ସାଇବେରିଆର ଏକ ବିମାନବନ୍ଦରରେ ମହିଳା ଜଣଙ୍କ ଜୋତାରୁ ସୁନା ଜବତ କରାଯିବା ସହିତ ତାଙ୍କୁ ଗିରଫ କରାଯାଇଛି । ମହିଳାଙ୍କ ଚାଲି ସନ୍ଦେହ ଜନକ ଥିବାରୁ ଯାଞ୍ଚ ସମୟରେ ଜୋତା ମଧ୍ୟରୁ 2 କିଗ୍ରା ସୁନା ଜବତ କରାଯାଇଥିବା ଜଣାପଡିଛି । ମହିଳା ଜଣଙ୍କ ଏକ ଡକ୍ଟ ଟେପ୍‌ ସହାୟତାରେ ଜୋତାର ତଳ ପାର୍ଶ୍ବରେ ସୁନା ଗୁଡିକୁ ରଖିଥିବା ଜଣାପଡିଛି । ଜବତ ସୁନାର ମୂଲ୍ୟ 79 ହଜାର ଡଲାର ହେବ ବୋଲି ବିମାନ ବନ୍ଦର ମୁଖପାତ୍ର ମାରିନା ବୋକିଓ ସୂଚନା ଦେଇଛନ୍ତି । ଏହି ସୁନା ଗୁଡିକୁ ଋଷିଆରୁ ଚୀନ୍‌କୁ ନିବଯାଉଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ।

Read More

ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ପରିସରରେ ପୋଲିସ୍‌ ଏବଂ ଓକିଲଙ୍କ ଝଗଡା ନୂଆ ମୋଡ ନେଇଛି । ଅଭିଯୁକ୍ତ ପୋଲିସ୍‌ ଅଧିକାରୀଙ୍କୁ ଏକ ସପ୍ତାହ ମଧ୍ୟରେ ଗିରଫ କରିବା ପାଇଁ ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଛି । ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବ ବୋଲି ବୁଧବାର ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଚେତାବନୀ ଦିଆଯାଇଛି । ଶନିବାର ପାର୍କିଂକୁ ନେଇ ଝଗଡା ହେବା ପରେ ଡ୍ୟୁଟିରେ ଥିବା ପୁଲିସ୍‌ ଏବଂ ଓକିଲଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଏଥିରେ 20 ଜଣ ପୁଲିସ୍‌ ଏବଂ ସଂଖ୍ୟାଧିକ ଓକିଲ ଆହତ ହୋଇଥିଲେ । ଏଥିପାଇଁ ପୁଲିସ୍‌ ପକ୍ଷରୁ ସୋମବାର ଆନ୍ଦୋଳନ କରାଯାଇଥିବା ବେଳେ ମଙ୍ଗଳବାର ଓକିଲଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଓକିଲଙ୍କ ସମର୍ଥନରେ ବାହାରିଥିବା ବେଳେ ପୂର୍ବତନ ଦିଲ୍ଲୀ କମିଶନର ତଥା ପୁଡୁଚେରୀ ରାଜ୍ୟପାଳ କିରଣ ବେଦୀ ପୋଲିସକୁ…

Read More

ସମୀକ୍ଷା ବ୍ୟୁରୋ ଆମେରିକୀୟ ଅଭିନେତ୍ରୀ ଏମ୍ମା ଷ୍ଟୋନ୍‌ ବୁଧବାର ଦିନ 30 ବର୍ଷରେ ପଦାର୍ପଣ କରିଛନ୍ତି । 6 ନଭେମ୍ବର 1988ରେ ଜନ୍ମିତ ଏମ୍ମାଙ୍କ ନାମ ଏମିଲି ଜିନ୍‌ ଏମ୍ମା ଷ୍ଟୋନ୍‌ ଥିଲା । ଏମ୍ମା ତିନିଥର ଓସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ଥରେ  ଓସ୍କାର ଏବଂ ଗୋଲ୍ଡେନ୍‌ ଗ୍ଲୋବ୍‌ ପୁରସ୍କାର ହାସଲ କରିଛନ୍ତି । ଆରିଜୋନାର ସ୍କଟ୍‌ସଡେଲ୍‌ରେ ଜନ୍ମିତ ଏମ୍ମା ଷ୍ଟୋନ୍‌ 2000 ମସିହାରୁ ଶିଶୁ କଳାକାର ଭାବରେ କାମ ଆରମ୍ଭ କରିଥିଲେ । 2004ରେ ଟିଭି ଶୋ ପ୍ୟାଟ୍ରିଜ୍‌ ଫ୍ୟାମିଲି ପରେ 2007ରେ ନିଜର ପ୍ରଥମ ଫିଲ୍ମ ସୁପରବାର୍ଡ ଜରିଆରେ ପଦାର୍ପଣ କରିଥିଲେ ଏମ୍ମା । ଜୋମ୍ବିଲ୍ୟାଣ୍ଡ (2009), ଇଜି ଏ (2010), କ୍ରେଜି ଷ୍ଟୁପିଡ୍‌ ଲଭ୍‌ (2011) ଏବଂ ଦ ହେଲ୍ପ (2011) ଜରିଆରେ ବକ୍ସ ଅଫିସ୍‌ ସଫଳତା ହାସଲ କରିଥିଲେ । ମାତ୍ର 2012 ମସିହାରେ ରିଲିଜ୍‌ ଚଳଚିତ୍ର ଦ ଆମେଜିଙ୍ଗ ସ୍ପାଇଡରମ୍ୟାନ୍‌ ଏବଂ…

Read More

ସମୀକ୍ଷା ବ୍ୟୁରୋ ଜିଲ୍ଲାପାଳ ନିଜ କର୍ମଚାରୀଙ୍କ ଉପରେ ଜରିମାନା ଲଗାଇବା କଥାଟା ବୁଝାପଡୁଛି, କିନ୍ତୁ ଯଦି ଜିଲ୍ଲାପାଳ ନିଜ ଉପରେ ଜରିମାନା ଲଗାଇବେ, ତେବେ । କଥାଟା ଟିକେ ଗଡବଡ ନିଶ୍ଚୟ ଲାଗୁଛି । ତେବେ କଥାଟି ହେଉଛି,  ଉତ୍ତରପ୍ରଦେଶର ଗାଜିଆବାଦରର ଜିଲ୍ଲାପାଳ ଅଜୟଶଙ୍କର ପାଣ୍ଡେ ଜଳର ଅଯଥା ଅପଚୟ ପାଇଁ ନିଜ କର୍ମଚାରୀଙ୍କ ସହିତ ନିଜ ଉପରେ ମଧ୍ୟ ସାମୂହିକ ଭାବେ ୧୦ହଜାର ଟଙ୍କାର ଜରିମାନା ଲଗାଇଛନ୍ତି । ଅଫିସ୍‌ରେ ଥିବା ପାଣି ଟାଙ୍କି ଭର୍ତ୍ତି ହୋଇସାରିବା ପରେ ମଧ୍ୟ ପାଣି ଗଡୁଥିଲା । ଏହାର ଶବ୍ଦ ଯେତେବେଳେ ଶୁଣି  ଜିଲ୍ଲାପାଳ  ଯେତେବେଳେ ଜାଣିଲେ ଯେ, ୧୦ ମିନିଟ୍ ଧରି ପାଣି ଟାଙ୍କି ଭର୍ତ୍ତି ହୋଇ ନଷ୍ଟ ହେବାରେ ଲାଗିଛି । ସାଙ୍ଗେସାଙ୍ଗେ ଅଯଥା ପାଣି ନଷ୍ଟ ପାଇଁ ନିଜ କର୍ମଚାରୀଙ୍କ ସମେତ ନିଜ ଉପରେ ଜରିମାନା ଲଗାଇଦେଲେ ଜିଲ୍ଲାପାଳ। ଜିଲ୍ଲାପାଳ ଜଣକ ନିଜ ଦାୟିତ୍ବବୋଧ ତଥା ସଚ୍ଚୋଟତା ପାଇଁ…

Read More