Author: Samikhsya Bureau
ସମୀକ୍ଷା ବ୍ୟୁରୋ ତାମିଲ ସୁପରଷ୍ଟାର କମଲ ହାସନ୍ ଆଜି ୬୫ ବର୍ଷରେ ପହଞ୍ଚିଛନ୍ତି । ଜଣେ ଅଭିନେତା , ନିର୍ଦ୍ଦେଶକ, କାହାଣୀ ଲେଖକ, ପ୍ରଯୋଜକ, ଗାୟକ, ସମାଜସେବୀ ତଥା ରାଜନେତା ଭାବରେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛନ୍ତି କମଲହାସନ୍। ଭାରତୀୟ ଚଳଚ୍ଚିତ୍ର ଜଗତରେ ନିଜର ଉଲ୍ଲେଖନୀ ଅବଦାନ ପାଇଁ ବହୁ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ଏହି ମହାନ କଳାକାର ଜଣକ । ୧୯୫୪ ମସିହା ନଭେମ୍ବର ୭ ତାରିଖ ତାମିଲନାଡୁଠାରେ କମଲହାସନ ଜନ୍ମଗ୍ରହଣ କରିଥିଲେ । ମାତ୍ର ୬ ବର୍ଷ ବୟସରୁ ‘କାଲାଥୁର କନ୍ନମା’ ଫିଲ୍ମରେ ଶିଶୁ କଳାକାର ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ କମଲ ହାସନ। ଏହି ଫିଲ୍ମ ପାଇଁ ରାଷ୍ଟ୍ରପତି ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି କମଲ୍। ତେଲୁଗୁ, ମାଲାୟଲମ, କନ୍ନଡ, ବେଙ୍ଗଲୀ ଏବଂ ହିନ୍ଦୀ ଆଦି ଭାଷାରେ ୨୦୦ରୁ ଅଧିକ ଫିଲ୍ମରେ ନିଜର ଅଭିନୟର ପରାକାଷ୍ଠା ଦେଖାଇଛନ୍ତି କମଲ ହାସନ୍। ନିଜର ଉଚ୍ଚକୋଟୀର ଅଭିନୟ ପାଇଁ ଫିଲ୍ମ…
MUMBAI:Siddhant Lunawath, Co-founder of HAIQU and and Saumya Gattani, Co-founder of HAIQU unveiling the world’s largest Seamless Quartz Slabs, in Mumbai on Wednesday.
ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ୭ ପିପିଏସ୍ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି। ଭ୍ରଷ୍ଟାଚାର କାରଣରୁ ଏହି ସମସ୍ତ ଅଧିକାରୀଙ୍କୁ ଅବସର ଦିଆଯାଇଥିବା ଜଣାପଡିଛି । ତେବେ ସମସ୍ତ ଅଧିକାରୀ ଡେପୁଟି ଏସ୍ପି ଓ ସିଇଓ ପଦବୀରେ ରହିଥିଲେ । ଭ୍ରଷ୍ଟାଚାର ପାଇଁ କିଛି ଅଧିକାରୀଙ୍କୁ ନିଲମ୍ବନ ମଧ୍ୟ କରିଛନ୍ତି ଯୋଗୀ ସରକାର । ଗତ ଦୁଇ ବର୍ଷ ମଧ୍ୟରେ ଯୋଗୀ ସରକାର ବିଭିନ୍ନ ବିଭାଗରୁ ୨୦୦ରୁ ଅଧିକ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଇସାରିଛନ୍ତି । ଏହି ଦୁଇ ବର୍ଷ ମଧ୍ୟରେ ୪୦୦ରୁ ଅଧିକ ଅଫିସର ଓ କର୍ମଚାରୀଙ୍କୁ ନିଲମ୍ବନ ଚାକିରି କ୍ଷେତ୍ରରେ ଅବନତି ଆଦି ଦଣ୍ଡ ଦେଇଛନ୍ତି । ଗୃହ ବିଭାଗର ସବୁଠୁ ଅଧିକ ୫୧ ଜଣ କର୍ମଚାରୀ ତଥା ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ଅନୁଷ୍କା ସେଟ୍ଟି ଆଜି ୩୮ତମ ଜନ୍ମଦିବସ ପାଳନ କରୁଛନ୍ତି। ୧୯୮୧ ନଭେମ୍ବର ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ଅନୁଷ୍କା। ୨୦୦୫ ଫିଲ୍ମ ‘ସୁପର୍’ ଜରିଆରେ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ ଅନୁଷ୍କା। ପରେ ପରେ ସେ ‘ସିଂଘମ୍’, ରୁଦ୍ରାମହାଦେବୀ’, ମିର୍ଚ୍ଚ’, ’ଅରୁନ୍ଧତୀ’, ‘ବେଦମ୍’ ଆଦି ବ୍ଲକବ୍ଲଷ୍ଟର ଫିଲ୍ମରେ ଅଭିନୟ କରିଛନ୍ତି। ବାହୁବଲୀରେ ସେ ଦେବସେନା ଭୂମିକାରେ ଅଭିନୟ କରି ବେଶ୍ ଚର୍ଚ୍ଚିତ ରହିଥିଲେ। ତେବେ ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ଅନୁଷ୍କା ଜଣେ ଯୋଗ ଗୁରୁ ଭାବରେ କାମ କରୁଥିଲେ। ଜଣେ ନିର୍ଦ୍ଦେଶକ ତାଙ୍କ ଯୋଗ ଦେଖିବା ପରେ ତାଙ୍କୁ ଫିଲ୍ମ କରିବାକୁ ଅଫର୍ ଦେଇଥିଲେ। ବାହୁବଲୀ ଅଭିନେତା ପ୍ରଭାସଙ୍କ ସହ ତାଙ୍କ ଅନେକଗୁଡ଼ିଏ ଫିଲ୍ମ ହିଟ୍ ରହିବା ସହିତ ତାଙ୍କ ସହ ଅନୁଷ୍କାଙ୍କ କେମେଷ୍ଟ୍ରିକୁ ଦର୍ଶକେ ବହୁତ ପସନ୍ଦ କରିଥା’ନ୍ତି। ଦୁହେଁ ପ୍ରଥମ ଥର ‘ବିଲ୍ଲା’ରେ ଏକାଠି ନଜର ଆସିଥିଲେ। ପରେ ପରେ ଦୁହେଁ…
ସମୀକ୍ଷା ବ୍ୟୁରୋ ଆଜି ବି ଭାରତୀୟଙ୍କ କ୍ଷେତ୍ରରେ ସେକ୍ସ ତଥା ଯୌନ ସମ୍ପର୍କକୁ ନେଇ ଖୋଲାଖୋଲି ବିଚାର କରିବାରେ ଦ୍ବିଧା ଦେଖାଯାଉଛି। ବିବାହ ପରେ ସ୍ତ୍ରୀ ବା ପୁରୁଷ ଅନ୍ୟ ପୁରୁଷ ବା ସ୍ତ୍ରୀ ସହିତ ସମ୍ପର୍କ ରଖିବାରେ ଭାରତୀୟ ମହିଳାଙ୍କଠାରୁ ପୁରୁଷମାନେ ଆଗରେ ରହିଛନ୍ତି। ଇଣ୍ଡିଆ ଟୁଡେର ସେକ୍ସ ସର୍ଭ ୨୦୧୯ରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ବିବାହ ପରେ ଅନ୍ୟ ପୁରୁଷ ବା ସ୍ତ୍ରୀ ସହ ସମ୍ପର୍କ କ୍ଷେତ୍ରରେ ରାୟ ଜାଣିଛନ୍ତି । ଆଜି ବି ମହିଳାମାନେ ବିବାହ ପରେ ଅନ୍ୟ ସମ୍ପର୍କକୁ ଠିକ୍ରେ ଗ୍ରହଣ କରିପାରନ୍ତି ନାହିଁ। ମହିଳାମାନେ ଲୋକେ କ’ଣ କହିବେର ବିଚାର ଆଜି ବି ରଖୁଛନ୍ତି । ବିବାହ ପରେ ସମ୍ପର୍କକୁ ମହିଳାମାନେ ଧୋକ୍କା ବା ବ୍ୟଭିଚାର ବୋଲି ଅଭିହିତ କରିଛନ୍ତି । ସୁପ୍ରିମକୋର୍ଟ ପୂର୍ବରୁ ବ୍ୟଭିଚାର ସମ୍ପର୍କିତ ଆଇନକୁ ଖାରଜ କରିବା ସହିତ ଏହା କୌଣସି ଅପରାଧ ଭୁକ୍ତ ନୁହେଁ ବୋଲି କହିସାରିଛନ୍ତି…
ଜନୈକ ନାବାଳିକା ଦୁଷ୍କର୍ମକାରୀଙ୍କ ଫାଶୀ ଦଣ୍ଡାଦେଶ କାଏମ ରଖିଛନ୍ତି । 2010 ମସିହାରେ ଅଭିଯୁକ୍ତ ମନୋହରନ ଜଣେ ନାବାଳିକା ଏବଂ ତାଙ୍କ ଭାଇକୁ ଦୁଷ୍କର୍ମ ଓ ହତ୍ୟା କରିଥିଲେ । ଜଷ୍ଟିସ ଆରଏଫ୍ ନରିମାନ୍, ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ସଞ୍ଜୀବ ଖନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଭିଯୁକ୍ତଙ୍କ ଆବେଦନକୁ 2-1 ଆଧାରରେ ଖାରଜ କରିଦେଇଥିଲେ । ଦୁଷ୍କର୍ମକାରୀଙ୍କୁ କ୍ଷମା ପ୍ରଦାନ କରାଯିବ ନାହିଁ ବୋଲି ଜଷ୍ଟିସ ନରିମାନ ପ୍ରକାଶ କରିଥିଲେ । ଜଷ୍ଟିସ ନରିମାନ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ଆବେଦନ ବିପକ୍ଷରେ ଭୋଟ କରିଥିବା ବେଳେ ସଞ୍ଜୀବ ଖନ୍ନା ଆଜୀବନ କାରାଦଣ୍ଡ ସପକ୍ଷରେ ମତ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଅକ୍ଟୋବର 29, 2010ରେ ସ୍କୁଲ ଯାଉଥିବା ରାସ୍ତାରେ ଦୁଇ ଭାଇ ଭଉଣୀଙ୍କୁ ଅପହରଣ କରି ମନୋହରନ ଏବଂ ମୋହନ କ୍ରିଷ୍ଣା ଦୁଷ୍କର୍ମ ଏବଂ ହତ୍ୟା କରିଥିଲେ । ମୋହନ କ୍ରିଷ୍ଣା ଏକ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ବେଳେ ମାଡ୍ରାସ…
ଭୁବନେଶ୍ବର ( ସମୀକ୍ଷା ବ୍ୟୁରୋ ) : ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମନ୍ଦିର ଭିତରେ ହେଉଥିବା ମହାପ୍ରଭୁଙ୍କ ଦାମୋଦର ବେଶର ଫଟୋ ଭାଇରାଲ ହୋଇଛି । ପ୍ରଦୀପ୍ତ ପାତ୍ର ନାମକ ବ୍ୟକ୍ତିଙ୍କ ଫେସବୁକ୍ ଆକାଉଣ୍ଟରୁ ଏହି ଫଟୋ ଭାଇରାଲ ହୋଇଛି । ଏହି ଫଟୋ ଭାଇରାଲ୍ ହେବା ପରେ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏହି ଫଟୋଟି ପ୍ରକୃତରେ ଲିଙ୍ଗରାଜ ମନ୍ଦିରର କି ଅନ୍ୟ କୌଣସି ସ୍ଥାନରେ ତାହା ବର୍ତ୍ତମାନ ଜଣାପଡି ନାହିଁ। ଫେସବୁକରେ ଥିବା ଏହି ଫଟୋଟି ଲିଙ୍ଗରାଜ ମନ୍ଦିରର ବୋଲି ଦାବୀ କରାଯାଇଥିଲେ ମଧ୍ୟ ପ୍ରକୃତରେ ଏହି ଫଟୋଟି କେଉଁଠାରେ ତାହା ତଦନ୍ତ କରିବାର ଆବଶ୍ୟକ ମଧ୍ୟ ରହିଛି।
ମହାରାଷ୍ଟ୍ରରେ ସରକାର ଗଠନ ପୂର୍ବରୁ ନିଜର ସମସ୍ତ ବିଧାୟକଙ୍କୁ ଏକ ପଞ୍ଚତାରକା ହୋଟେଲକୁ ସ୍ଥାନାନ୍ତର କରାଯାଇଛି । ସରକାର ଗଠନର ଗୋଟିଏ ଦିନ ପୂର୍ବରୁ ଘୋଡାବେପାରରୁ ନିଜ ବିଧାୟକଙ୍କୁ ଦୂରେଇ ରଖିବା ପାଇଁ ସମସ୍ତ ବିଧାୟକଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ସମସ୍ତ ବିଧାୟକଙ୍କୁ ବାନ୍ଦ୍ରା କୁର୍ଲାର ଏକ ପଞ୍ଚତାରକା ହୋଟେଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଦଳ ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ ମାତୋଶ୍ରୀ ବାସଭବନରୁ ମାତ୍ର କିଛି ମିନିଟ୍ ଦୂରରେ ଏହି ହୋଟେଲ ଅବସ୍ଥାପିତ । ମାତ୍ର ଶିବସେନା ସାଂସଦ ସଞ୍ଜୟ ରାଉତ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ରାଉତ କହିଛନ୍ତି ଘୋଡାବେପାର ପାଇଁ କୌଣସି ଦଳ ଶିବସେନା ବିଧାୟକଙ୍କ ନିକଟରେ ପହଞ୍ଚିବାର ଦୁଃସାହସ କରିବେ ନାହିଁ । ଉଲ୍ଲେଖଯୋଗ୍ୟ ଯେ, ବିଜେପି ନିକଟରେ 105 ବିଧାୟକ ରହିଥିବା ବେଳେ ଶିବସେନା ନିକଟରେ 56 ବିଧାୟକ ରହିଛନ୍ତି । ସଂଖ୍ୟା ଗରିଷ୍ଠତା ରହିଥିଲେ ମଧ୍ୟ 50-50 ଆସନ ଭାଗବଣ୍ଟାକୁ…
ଟିପୁ ସୁଲତାନ ଜୟନ୍ତୀ ପାଳନ ଋଦ୍ଦ କରିବାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବେ କର୍ଣ୍ଣାଟକ ହାଇକୋର୍ଟ । 18 ଶହ ଶତାବ୍ଦୀର ମହୀଶୂର ସାମ୍ରାଜ୍ୟର ରାଜା ଟିପୁ ସୁଲତାନଙ୍କ ଜନ୍ମଜୟନ୍ତୀ ପାଳନ ଉପରେ ରାଜ୍ୟ ସରକାର ରୋକ ଲଗାଇଥିଲେ । ଆସନ୍ତା ଦୁଇ ମାସ ମଧ୍ୟରେ ଏହି ଉତ୍ସବ ପାଳନ ନେଇ ନିଜ ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ହାଇକୋର୍ଟଙ୍କ ପକ୍ଷରୁ ସରକାରଙ୍କୁ କୁହାଯାଇଛି । ହାଇକୋର୍ଟର ମୁଖ୍ୟ ବିଚାରପତି ଅଭୟ ଶ୍ରୀନିବାସ ଏବଂ ଜଷ୍ଟିସ୍ ଏସ୍ ଆର କ୍ରିଷ୍ଣାଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କୁ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପ୍ରତିବର୍ଷ ନଭେମ୍ବର 10 ତାରିଖରେ ଟିପୁ ସୁଲତାନ ଜୟନ୍ତୀ ପାଳିତ ହୋଇଥାଏ ।
ଫିଲିପାଇନ୍ସରେ ଏକ 5.7 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଗୁରୁବାର ଫିଲିପାଇନ୍ସର କ୍ବିଜୋନ୍ ଅଞ୍ଚଳରେ ଏହି ଭୂକମ୍ପ ଅନୁଷ୍ଠିତ ହୋଇଛି । ସକାଳ 7ଟାରେ ଅନୁଷ୍ଠିତ ଏହି ଭୂକମ୍ପର ପ୍ରଭାବ ଜୋମାଲିଗ୍ ଦ୍ବୀପପୁଞ୍ଜର 10 କିମି ପରିସୀମାରେ ଅନୁଭୂତ ହୋଇଥିଲା । ଭୂକମ୍ପରେ କେହି ମୃତାହତ ହୋଇନଥିବା ବେଳେ ଏକାଧିକ ପୁରାତନ ଘର ଭୁଷୁଡି ପଡିଥିବା ଜଣାପଡିଛି ।
ଛତିଶଗଡଗରେ ନକ୍ସଲଙ୍କ ସହିତ ସଙ୍ଘର୍ଷରେ ଜଣେ ସିଆରପିଏଫ୍ ଯବାନ ଶହୀଦ ହୋଇଛନ୍ତି । ଗୁରୁବାର ସକାଳୁ ଛତିଶଗଡର ବିଜାପୁରରେ ଘଟିଥିବା ଏନ୍କାଉଣ୍ଟରରେ ଜଣେ ସିଆରପିଏଫ୍ ଯବାନ ନିହତ ହୋଇଛନ୍ତି । ଭୋର ଚାରିଟା ସମୟରେ ସିଆରପିଏଫ୍ ଏବଂ କୋବ୍ରା ଯବାନ ମାନେ ବିଜାପୁରର ପାମେଡ ଅଞ୍ଚଳରେ କମ୍ବିଂ ଅପରେସନ୍ କରୁଥିବା ନକ୍ସଲଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ନିହତ ଯବାନଙ୍କ ନାମ କମଲା ପ୍ରସାଦ । ସେ ସିଆରପିଏଫ୍ର 151 ବାଟାଲିୟନ୍ରେ କନେଷ୍ଟବଳ ଭାବରେ କାର୍ଯ୍ୟରତ ଥିଲେ । ଏହି ଘଟଣା ପରେ ଯବାନଙ୍କ ପକ୍ଷରୁ କମ୍ବିଂ ଜୋରଦାର କରାଯାଇଛି ।
ଢେଙ୍କାନାଳରେ ଏକ ବସ୍ ଦୁର୍ଘଟଣା ଘଟିଛି । ଢେଙ୍କାନାଳର ହିନ୍ଦୋଳରେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ 35ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ 5 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସମ୍ବଲପୁରରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ମା ପ୍ରମୋଦା ନାମକ ଏହି ଘରୋଇ ବସ୍ରେ 60 ଜଣ ଯାତ୍ରୀ ରହିଥିଲେ । ହିନ୍ଦୋଳର ପଡା ଛକରେ ସକାଳୁ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଆହତ ମାନଙ୍କୁ ନିକଟସ୍ଥ ହିନ୍ଦୋଳ ଏବଂ ଖଜୁରିଆକଟା ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ପ୍ରଥମ ଟି20 ମୁକାବିଲାରେ ପରାଜିତ ହେବା ପରେ ବାଂଲାଦେଶ ବିପକ୍ଷ ଟି20 ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଆଜି ରାଜକୋଟରେ ଖେଳାଯିବ । ଏହି ମ୍ୟାଚରେ ବିଜୟୀ ହେବା ସହ ସିରିଜ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି ଭାରତ । ଦିଲ୍ଲୀ ମ୍ୟାଚ୍ରୁ ବାଦ ପଡିଥିବା ଓପ୍ନର ଶିଖର ଧଓ୍ବନ୍ ଦଳକୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି । ସେହିପରି ମଧ୍ୟକ୍ରମରେ କେ ଏଲ୍ ରାହୁଲ୍ ବିଫଳ ହୋଇଥିବାରୁ ସଞ୍ଜୁ ସାମ୍ସନ କିମ୍ବା ମନୀଷ ପାଣ୍ଡେଙ୍କୁ ସୁଯୋଗ ମିଳିପାରେ । ଅପରପକ୍ଷରେ ପଦାର୍ପଣରେ ବିଫଳ ହୋଇଥିବା ଶିବମ ଦୁବେଙ୍କୁ ମଧ୍ୟ ଆଉ ଏକ ସୁଯୋଗ ମିଳିପାରେ । ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ବାଂଲାଦେଶ 1-0 ରେ ଅଗ୍ରଣୀ ହାସଲ କରିଛି । ଫଳରେ ଆଜିର ମ୍ୟାଚ୍ ଭାରତ ପାଇଁ କର ବା ମର ପରସ୍ଥିତି ସୃଷ୍ଟି କରିଛି ।
କେଦାର ମିଶ୍ର ଅମିତ ଶାହ ଗୃହମନ୍ତ୍ରୀ ହେବା ପରେ ଦିଲ୍ଲୀ ରାଜନୀତି ସହ ପରିଚିତ ଜଣେ ବିଶିଷ୍ଟ ସାମ୍ବାଦିକ ଲେଖିଥିଲେ-ଆଉ ସେ ଆଗପରି, ନିଜ ସାହେବଙ୍କ ଆଜ୍ଞାଧୀନ ସେନାପତି ନୁହନ୍ତି, ସେ ନିଜେ ସାହେବ । ୨୦୧୪ ରୁ ୨୦୧୯ ପର୍ୟନ୍ତ ଅମିତ ଶାହା ଥିଲେ ବିଜେପି ଭିତରେ ନରେନ୍ଦ୍ର ମୋଦୀଙ୍କର ସବୁଠୁ ବିଶ୍ଵସ୍ତ ସେନାପତି। ଅନେକ ଜଣାଶୁଣା ସାମ୍ବାଦିକଙ୍କ ଭାଷାରେ ଶାହା ନିଜକୁ “ସାହେବଙ୍କର ସବୁଠୁ ବିଶ୍ଵସ୍ତ” ବୋଲି ପ୍ରମାଣିତ କରି ଆସିଛନ୍ତି। ବିଜେପି ସଭାପତି ଦାୟିତ୍ଵ ନେବାପରେ ଶାହାଙ୍କ ପ୍ରଭାବ ଓ ପତିଆରା ଅନେକ ସମୟରେ ନରେନ୍ଦ୍ର ମୋଦୀଙ୍କ ଠୁଁ ମଧ୍ୟ ଅଧିକ ହେବା ଆରମ୍ଭ କଲା। ୨୦୧୪ ରୁ ୨୦୧୯ ପ୍ରଥମ ପାଳିର ସରକାରରେ ଯଦିଓ ଶାସନକଳର ରିମୋଟ ଶାହାଙ୍କ ହାତରେ ଥିଲା, ପ୍ରତ୍ୟକ୍ଷ ଭାବରେ ଏହାର ନିୟନ୍ତ୍ରଣ ଅନ୍ୟମାନେ କରୁଥିଲେ। ବିଜେପିର ପୁରୁଣା ନେତୃତ୍ଵ ଭିତରୁ ସୁଷମା ସ୍ଵରାଜ, ଅରୁଣ ଜେଟଲି, ନିତିନ ଗଡକରି ଓ ରାଜନାଥ…
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି । ଏହା ବର୍ତ୍ତମାନ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି 5 କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି । ସାଇକ୍ଲୋନିକ ଷ୍ଟର୍ମ ‘ବୁଲବୁଲ୍’ ଏବେ ପାରାଦୀପଠାରୁ 750 କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇଛି । ଆସନ୍ତା 36 ଘଣ୍ଟା ମଧ୍ୟରେ ଏହା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବାର ଆଶଙ୍କା ରହିଛି । ବୁଲବୁଲ ପ୍ରଭାବରେ ଉତ୍ତର ଏବଂ ଉପକୂଳ ଓଡିଶାରେ 9 ଏବଂ 10 ତାରିଖରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

