Elina Svitolina of Ukraine returns the ball during the women’s singles round robin match against Karolina Pliskova of the Czech Republic at the WTA finals Tennis Tournament in Shenzhen, south China’s Guangdong Province on Oct. 28, 2019. (Xinhua/UNI PHOTO-10F
Author: Samikhsya Bureau
Sri Lankan Hindus offer prayers during Diwali, or the Festival of Lights, at a Hindu temple in Colombo, Sri Lanka, Oct. 27, 2019. (Photo by A.Hapuarachchci/Xinhua/UNI PHOTO-16F
ସମୀକ୍ଷା ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଜିଲ୍ଲାପଳଙ୍କ ଜନଶୁଣାଣିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଜନସାଧାରଣ ସବୁ ଜନଶୁଣାଣିରେ ବାରମ୍ବାର ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରୁଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇ ପାରୁନାହିଁ। ଏପରିକି ଦିବ୍ୟାଙ୍ଗମାନଙ୍କ ଅଭିଯୋଗକୁ ମଧ୍ୟ ଜିଲ୍ଲାପାଳ ଫୁ..କରି ଉଡାଇ ଦେଉଛନ୍ତି। ରାଣୀପଡା ଗ୍ରାମର ଜଣେ ଦିବ୍ୟାଙ୍ଗ ମହିଳା ଯେ କି ସାତ ଥର ଏହି ଶୁଣାଣିକୁ ଆସିଲେଣି, ହେଲେ ତାଙ୍କୁ ନା ଖଣ୍ଡିଏ ରାସନ କାର୍ଡ ମିଳିପାରୁଛି ନା ଗୋଟିଏ ତିନି ଚକିଆ ସାଇକେଲ। ବାରମ୍ବାର ନିରାଶ ହେବା ପରେ ଶେଷରେ “ଚିଲିକା ରିପୋର୍ଟର ଆସୋସିଏସନ” ର ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ଆଜି ସେହି ମହିଳାଙ୍କୁ ସାଇକେଲ ଖଣ୍ଡେ ମିଳିପାରିଛି। ଅନ୍ୟପଟେ ସରକାର ଦିବ୍ୟାଙ୍ଗମାନଙ୍କ ପାଇଁ ସବୁ ସରକାରୀ କାର୍ଯ୍ୟାଳୟକୁ ଯିବା ପାଇଁ ରାମ୍ପର ବ୍ୟବସ୍ଥା କରିଥାନ୍ତି। ହେଲେ ଜିଲ୍ଲାପାଳ ଉପର ମହଲାରେ ଶୁଣାଣି କରୁଥିବାରୁ ସେଠାକୁ ଦିବ୍ୟାଙ୍ଗମାନେ ଯିବା ସମ୍ଭବ ହୋଇପାରୁ…
ସମୀକ୍ଷା ବ୍ୟୁରୋ ବାଣପୁରର ବିଧାରପୁର ଛକରେ ଗତକାଲି କିଛି ଦୁର୍ବୁର୍ତ୍ତ ଏକ ଦୋକାନରେ ପଶି ଭଙ୍ଗାରୁଜା କରିଥିଲେ। ଏହାକୁ ବାରଣ କରିବାରୁ ଦୋକାନୀ ସମେତ ଉପସ୍ଥିତ ସାଧାରଣ ଲୋକଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୪ ଜଣ ଲୋକ ଗୁରୁତର ଭାବରେ ଆହତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତକାଲି ୫ ଜଣ ଦୁର୍ବୁର୍ତ୍ତ ମଦ୍ୟପାନ କରି ଦୋକାନୀ ସୁକାନ୍ତଙ୍କୁ ସିଗାରେଟ ମାଗିଥିଲେ। ମାତ୍ର ସିଗାରେଟ ପ୍ରଦାନରେ ବିଳମ୍ବ କାରଣରୁ ଦୁର୍ବୁର୍ତ୍ତ ମାନେ ଜୋର ଜବରଦସ୍ତ ଦୋକାନ ମଧ୍ୟରେ ପ୍ରବେଶ କରିଥିଲେ। ସୁକାନ୍ତଙ୍କ ସମେତ ଅନ୍ୟ ଗ୍ରାହକ ମାନେ ଏହାର ବିରୋଧ କରିବାରୁ ଉକ୍ତ ଯୁବକ ମାନେ ମିଳିତ ଭାବେ ସମସ୍ତଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ଉକ୍ତ ଯୁବକ ମାନେ ଅନ୍ୟ ୩୦-୪୦ ଯୁବକଙ୍କ ସହିତ ମଧ୍ୟରାତ୍ରରେ ସୁକାନ୍ତଙ୍କ ଗ୍ରାମକୁ ଆସି ଗାଳିଗୁଲଜ କରିବା ସହିତ ଢେଲାପଥର ମାଡ କରିଥିଲେ।…
ସମୀକ୍ଷା ବ୍ୟୁରୋ ରାଜ୍ୟରେ କାର୍ଯ୍ୟରତ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଖୁସି ଖବର। ଏଣିକି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସରକାର ଡାକ୍ତରଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି। ୧୦ ଜଣ ଶ୍ରେଷ୍ଠ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ପୁରସ୍କାର ମିଳିବ। ଶ୍ରେଷ୍ଠ ଡାକ୍ତରଙ୍କୁ ୧୦ ଲକ୍ଷ ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମୀଙ୍କ ନିମନ୍ତେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି କର୍ମଚାରୀଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ। ସର୍ବନିମ୍ନ ୨୫ ବର୍ଷ କାମ କରିଥିବା କର୍ମଚାରୀ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି ଜଣାପଡିଛି। ଏହା ସହିତ ମୁଖ୍ୟମନ୍ତ୍ରୀ ମୋ ସରକାର ଟିମ୍ର ରିପୋର୍ଟ ଆଧାରରେ ତିନି ଜିଲ୍ଲାର ଚିକିତ୍ସାଳୟର ବିକାଶ ପାଇଁ ବିଭିନ୍ନ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି.. ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଳା ଖଣିଜ ପାଣ୍ଠି…
ଆସନ୍ତା ନଭେମ୍ବର ୨ ତାରିଖରେ ଭାରତୀୟ ଜାତୀୟ କଂଗ୍ରେସର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ସୋମବାର ଦିନ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ବୈଠକ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦଳର ସାଙ୍ଗଠନିକ ସମସ୍ୟ ଉପରେ ଆଲୋଚନା ପାଇଁ ଏହି ବୈଠକ ଅନୁଷ୍ଠିତ କରାଯାଇଥିବା ଜଣାପଡିଛି। ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଅପରାହ୍ନ ୫ଟାରେ ଏହି ବୈଠକ ଅନୁଷ୍ଠିତ ହେବ। ହରିୟାଣା ଏବଂ ମହାରାଷ୍ଟ୍ର ନିର୍ବାଚନରେ ଦଳର ବିଫଳତା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯିବ ବୋଲି ଜଣାପଡିଛି। ଏହା ବ୍ୟତୀତ ସରକାରଙ୍କ ଅର୍ଥନୈତିକ ବିଫଳତା ଏବଂ ବେକାରୀ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ ବୋଲି ଜଣାପଡିଛି।
ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ପକ୍ଷରୁ ଏକ ଗ୍ରେନେଡ୍ ଆକ୍ରମଣରେ ୧୫ ଜଣ ଆହତ ହୋଇଛନ୍ତି। କାଶ୍ମୀରର ସୋପୋରରେ ସୋମବାର ଏହି ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଉପରକୁ ଗ୍ରେନେଡ୍ ମାଡ କରାଯାଇଥିବା ଜଣାପଡିଛି। ବସ୍ଟି ସୋପୋର୍ ବସ୍ଷ୍ଟାଣ୍ଡରେ ଛିଡା ହୋଇଥିବା ବେଳେ ଗ୍ରେନେଡ୍ ମାଡ କରାଯାଇଥିଲା। ବିସ୍ଫୋରଣ ପରେ ସୁରକ୍ଷା ବଳଙ୍କ ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାଉ କରାଯାଇଛି। କାଶ୍ମୀର ପୋଲିସ୍ ପକ୍ଷରୁ ଟ୍ବିଟ୍ଟର ଜରିଆରେ ବିସ୍ଫୋରଣ ସମ୍ପର୍କରେ ସୂଚନା ଦିଆଯାଇଛି। ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କେନ୍ଦ୍ରାପଡା ରାଜନଗରରେ ଚାଷୀମାନେ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ବ୍ଲକ ଓ ତହସିଲ କାର୍ଯ୍ୟାଳୟ ପରିସରରେ ଷଣ୍ଢ ଛାଡି ପ୍ରତିବାଦ କରିଛନ୍ତି ଚାଷୀ। ଦୀର୍ଘଦିନ ଧରି ଅଞ୍ଚଳରେ ଷଣ୍ଢ ଉପଦ୍ରବ ବଢିଥିଲା। ଏନେଇ ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାଥିଲା। ଫଳରେ ଆଜି ରାଜନଗରରେ ଜନଶୁଣାଣି ଚାଲିଥିଲା ବେଳେ ଉତ୍ତ୍ୟକ୍ତ ଚାଷୀ ବ୍ଲକ ପରିସରରେ ବୁଲା ଷଣ୍ଢଙ୍କୁ ଘଉଡାଇ ଆଣିଥିଲେ। କେନ୍ଦ୍ରାପଡା ରାଜନଗର ଅଞ୍ଚଳରେ ଦୀର୍ଘ ଦିନ ଧରି ଷଣ୍ଢ ଉପଦ୍ରବ ବୃଦ୍ଧି ପାଇଛି। ଫଳରେ ସ୍ଥାନୀୟ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଆଶାନୁରୂପକ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ଫଳରେ ଉତ୍ତ୍ୟକ୍ତ ଚାଷୀମାନେ ଆଜି ଜନଶୁଣାଣି ଚାଲିଥିଲା ବେଳେ ଶତାଧିକ ବୁଲା ଷଣ୍ଢଙ୍କୁ ଆଣି ବ୍ଲକ ପରିସରରେ ଭର୍ତ୍ତି କରି ହୋହାହ୍ଲା କରିଥିଲେ।
ଭିଜିଲାନ୍ସ ସଚେତନତା ସପ୍ତାହ ଅବସରରେ ଶପଥ ନେଲେ ଅଧିକାରୀ ଓ କର୍ମଚାରୀ। ଲୋକସେବା ଭବନରେ ଛିଡ଼ା ହୋଇ ପ୍ରମୁଖ ସଚିବଙ୍କ ଠାରୁ ଆରମ୍ଭ କରି ତଳିଆ କର୍ମଚାରୀ ପର୍ଯ୍ୟନ୍ତ ଏହି ଶପଥ ନେଇଛନ୍ତି। ଶପଥ ପତ୍ରରେ ଲାଞ୍ଚ ନ ନେବା ସହ ଅନେକ ହଲପ ରହିଛି। ସାଧାରଣ ଲୋକଙ୍କ ପାଇଁ କାମ କରିବା ସହ ସ୍ୱଚ୍ଛତା ରଖିବା ପାଇଁ ଏହି ଶପଥ ନିଆଯାଇଛି। ଆଜିଠାରୁ ନଭେମ୍ବର ୨ ଯାଏ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ । ଲୋକସେବା ଭବନରେ ସବୁ ଅଧିକାରୀ ଓ କର୍ମଚାରୀଙ୍କ ଶପଥ ପାଠ। ଦୁର୍ନୀତି ନିବାରଣରେ ସହଯୋଗ ପାଇଁ କାଲି ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ।
ଜମ୍ମୁ କାଶ୍ମୀର ପୋଲିସ୍ ପକ୍ଷରୁ ତିନି ଆତଙ୍କବାଦୀଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି। ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ମହମ୍ମଦ ଆମିନ ଆଲିଆସ ଜେହାଙ୍ଗୀର ସରୁରୀଙ୍କ ସମେତ ତାଙ୍କର ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ନାମରେ ଏହି ପୁରସ୍କାର ରାଶି ଘୋଷଣା କରାଯାଇଛି। ଏହି ଆତଙ୍କବାଦୀଙ୍କୁ ଜୀବନ୍ତ କିମ୍ବା ମୃତ ଭାବରେ ଗିରଫ କରାଯିବା ଉପରେ ଜମ୍ମୁ କାଶ୍ମୀର ପୋଲିସ୍ ପକ୍ଷରୁ ଏହି ପୁରସ୍କାର ରାଶି ଘୋଷଣା କରାଯାଇଛି। ସରୁରୀଙ୍କ ନାମରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ବେଳେ ଦୁଇ ସହଯୋଗୀ ହାରୁନ୍ ଆବ୍ବାସ୍ ଓ୍ବାନି ଏବଂ ମାସୁଦ୍ ଅହମଦ୍ ନାମରେ ୧୫ ଲକ୍ଷର ପୁରସ୍କାର ରାଶି ଘୋଷଣା କରାଯାଇଛି।
ସମୀକ୍ଷା ବ୍ୟୁରୋ ବାଣପୁର ଥାନା ଅନ୍ତର୍ଗତ ମୁକ୍ତାଦେଇପୁର ଗ୍ରାମର ଅନିଲ୍ କୁମାର ଲେଙ୍କା ଓ ତାଙ୍କ ବାପା ଭାଇଙ୍କୁ ପୂର୍ବ ଶତ୍ରୁତାଙ୍କୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ କରାଯାଇଛି। ଏନେଇ ସେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ, କାଲି ଦୀପାବଳି ଉପଲକ୍ଷେ ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ବନ୍ଧୁଙ୍କ ଘରକୁ ବଡ଼ବଡୁଆ ଡାକିବା ପାଇଁ ଯାଉଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ତାଙ୍କୁ ତାଙ୍କ ସାହି ମଣ୍ଡପ ନିକଟରେ ଆକ୍ରମଣ କରାଯାଇଛି। କିଛି ଅସାଧୁ ଲୋକେ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ସେମାନେ ଠେଙ୍ଗା ସାହାଯ୍ୟରେ ତାଙ୍କୁ ଗୋଡେଇ ଗୋଡେଇ ପିଟିବା ସହିତ ଅଶ୍ରାବ୍ୟ ଭାଷାରେ ଗାଲିଗୁଲଜ କରି ତାଙ୍କୁ ଓ ତାଙ୍କ ଭାଇକୁ ଭୁଜାଲିରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସୁନିଲ୍ ଲେଙ୍କାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କ ବାପା ମେଘବାହନ ଲେଙ୍କା ଓ ତାଙ୍କୁ ଠେଙ୍ଗା ସାହାଯ୍ୟରେ…
ନୂଆପଡ଼ା ଜିଲ୍ଲା ଧରମବନ୍ଧା ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଓ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଦ୍ୱୟ ହେଲେ ଈଶ୍ୱର ସତନାମୀ (23) ଓ ତାରାଚନ ମାଝୀ (30) । ଈଶ୍ୱରଙ୍କ ଗାଁ ଧରମବନ୍ଧାରେ ହୋଇଥିବା ବେଳେ ତାରାଚନଙ୍କ ଗାଁ ପଣ୍ଡରିପାନିରେ । ସେହିଭଳି ଆହତମାନେ ହେଲେ ଭୁରବ ସତନାମୀ, ନେତରାମ ସତନାମୀ ଓ ଜୀବନ ମାଝି । ଅପରାହ୍ନ ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଥିବା ବେଳେ ଆହତମାନଙ୍କୁ ନୂଆପଡ଼ା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

