Defence Minister Rajnath Singh and Uzbekistan Defence Minister Maj Gen Bakhodir Nizamovich Kurbanov signing an MoU, in Tashkent on Saturday.
Author: Samikhsya Bureau
IGP Jammu Zone Mukesh Singh and Div Comm Sanjeev Verma calling on J&K Lt Guv Girish Chander Murmu at Raj Bhawan in Jammu on Sunday.
A view of near India Gate Air pollution in New Delhi on Sunday.
GANGTOK, NOV 3 (UNI):- President Ram Nath Kovind at the convocation of Sikkim University, in Gangtok on Sunday. UNI PHOTO-44U
BHOPAL, NOV 3 (UNI):- Newly appointed Chief Justice of Madhya Pradesh High Court Ajay Kumar Mittal being congratulated by the Madhya Pradesh Chief Minister Kamal Nath, in Bhopal on Sunday. UNI PHOTO-33U
ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଅନିଶ୍ଚିତତା ତଥା ଛକାପଞ୍ଝା ଚାଲିଥିବାବେଳେ ଶିବସେନା ଓ ଏନ୍ସିପିର ମେସେଜ୍ ରାଜନୀତି ଏହି ବିଷୟକୁ ଆହୁରି ସରଗରମ କରୁଛି । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି)ର ନେତା ଅଜିତ୍ ପାଓ୍ବାର କହିଛନ୍ତି ଯେ, ଶିବସେନାର ସଞ୍ଜୟ ରାଉତ ତାଙ୍କୁ ମେସେଜ୍ ପଠାଇଛନ୍ତି । ସଞ୍ଜୟ ରାଉତ ‘ଜୟ ମହାରାଷ୍ଟ୍ର’ର ଏକ ବାର୍ତ୍ତା ପଠାଇଛନ୍ତି । ସଞ୍ଜୟ ଶିବସେନା ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି ବୋଲି କହିଥିବାବେଳେ ଏବେ ଏନ୍ସିପିକୁ ମେସେଜ୍ ପଠାଇବା ନେଇ ନୂତନ ରାଜନୈତିକ ସମୀକରଣର ଆଭାସ ମିଳୁଛି । ଆସନ୍ତାକାଲି ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ଓ କଂଗ୍ରେସର କାମଚଳା ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ମହାରାଷ୍ଟ୍ରର ସରକାର ଗଠନକୁ ନେଇ ଆଲୋଚନା କରାଯିବ । ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ହୋଇ ନିର୍ବାଚନକୁ ଓହ୍ଲାଇଥିବାବେଳେ କଂଗ୍ରେସ – ଏନ୍ସିପି ମଧ୍ୟ…
ସ୍ବଚ୍ଛ ଭାରତ ଅଭିଯାନ ଜରିଆରେ ନେତାମାନେ ଝାଡୁ ଲଗାଉ ଥିବାବେେଳେ ଏହି କ୍ଷେତ୍ରରେ ଆଉ ଟିକେ ଆଗକୁ ପାଦ ବଢାଇଛନ୍ତି କମଲନାଥ ସରକାରଙ୍କ ଜଣେ ମନ୍ତ୍ରୀ। ନାଳ ସଫା କରିବା ପାଇଁ ନିଜେ ନାଳ ଭିତରେ ପଶି ନାଳ ସଫା କରିଛନ୍ତି। ରବିବାର ମଧ୍ୟପ୍ରଦେଶର ଖାଦ୍ୟ ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂହ ତୋମାର୍ ଗ୍ବାଲିୟରର ବିର୍ଲା ନଗର ଅଞ୍ଚଳର ଏକ ଅପରିଷ୍କାର ନାଳକୁ ସଫା କରିଛନ୍ତି। ଏହି ନାଳଟି ଅଳିଆ ଆବର୍ଜନାରେ ପୋତି ହୋଇପଡିଥିବାରୁ ରାସ୍ତାରେ ନର୍ଦ୍ଦମା ପାଣି ବୋହୁଥିଲା। ଏହାକୁ ଦେଖି ମନ୍ତ୍ରୀ ନିଜେ ନାଳରେ ପଶି କୋଦାଳ ସାହାଯ୍ୟରେ ଆବର୍ଜନାକୁ ସଫା କରିଛନ୍ତି। ଏହା ଦେଖି ଅନ୍ୟମାନେ ମଧ୍ୟ ମନ୍ତ୍ରୀଙ୍କୁ ଏହି ସଫେଇ କାର୍ଯ୍ୟରେ ସାହାଯ୍ୟ କରିଥିଲେ। ମନ୍ତ୍ରୀଙ୍କ ଏପରି କାର୍ଯ୍ୟକୁ ବେଶ୍ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକେ। ପୂର୍ବରୁ ଗ୍ବାଲିୟରର ରେଳଷ୍ଟେସନର ଶୌଚାଳୟ ମଧ୍ୟ ସଫା କରିଥିଲେ ପ୍ରଦ୍ୟୁମ୍ନ। ଦେଶରେ କିଛି ଦିନ ଧରି ନାଳ ତଥା ସ୍ବେରାଜ…
ସମୀକ୍ଷା ବ୍ୟୁରୋ ବିବାହ ଏକ ପବିତ୍ର ସମ୍ପର୍କ। ସ୍ବାମୀ ସ୍ତ୍ରୀ ଦୁହେଁ ଏହି ବନ୍ଧନକୁ ସ୍ନେହ ଓ ପ୍ରେମ ଦ୍ବାରା ବାନ୍ଧି ରଖିଥାନ୍ତି। କିନ୍ତୁ ବଦଳୁଥିବା ସମୟରେ ଏହି ବନ୍ଧନ ଆଉ ସେପରି ଶକ୍ତ ହୋଇ ରହୁନାହିଁ। ଏଥିରେ ଦେଖାଯାଉଛି ଅନେକ ବ୍ୟତିକ୍ରମ। ସ୍ତ୍ରୀ ଅନ୍ୟ ପୁରୁଷ ସହ ରୋମାନ୍ସ କରୁଥିବାବେଳେ ସ୍ବାମୀ ଏହାକୁ ଦେଖି ସହ୍ୟ କରିପାରିନଥିଲେ।ତା’ପରେ ଘଟାଇଥିଲେ ନିର୍ମମ କାଣ୍ଡ। ଗ୍ରେଟର ନୋଏଡାର ସୁରଜପୁରଠାରେ ଏକ ମାମଲା ସାମ୍ନାକୁ ଆସିଛି। ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସ୍ବାମୀଙ୍କୁ ତାଙ୍କ ସ୍ତ୍ରୀ ଅନ୍ୟ କାହା ସହିତ ସମ୍ପର୍କ ରଖିଛନ୍ତି ବୋଲି ସନ୍ଦେହ କରୁଥିଲେ। ମିଳିଥିବା ସୂଚନା ଅନୁସାରେ ୟୁପିର ଶାହଜାହାନପୁର ନିବାସୀ ସମ୍ପୃକ୍ତ ଅଭିଯୁକ୍ତ ସ୍ବାମୀ ଜଣକ ତାଙ୍କ ସ୍ତ୍ରୀଙ୍କୁ ଅନ୍ୟ ପୁରୁଷଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ। ଏହାପରଠାରୁ ଦୁହିଙ୍କ ମଧ୍ୟରେ ବିବାଦ ଚାଲିଥିଲା। ଏହି ଘଟଣାକୁ ନେଇ ଦୁହିଁଙ୍କ ଝଗଡା…
ଅନିଶ୍ଚିତତା ଭିତରେ ଭାରତ-ବାଂଲାଦେଶ ଟି-୨୦ କ୍ରିକେଟ ମ୍ୟାଚ। ଆଜି ନୂଆଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିଅମରେ ଭାରତ-ବାଂଲାଦେଶ ପ୍ରଥମ ଟି-୨୦ କ୍ରିକେଟ ମ୍ୟାଚ ଖେଳାଯିବ। କିନ୍ତୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବିପଜ୍ଜନକ ଅବସ୍ଥାରେ ରହିଥିବାରୁ ଖେଳ ହେବା ନେଇ ସନ୍ଦେହ ଦେଖାଯାଇଛି। ପ୍ରଦୂଷଣ କମ୍ କରିବା ପାଇଁ ସରକାର ତରଫରୁ ପାଣି ସିଞ୍ଚନ ବ୍ୟବସ୍ଥା କରାଯାଉଥିଲେ ମଧ୍ୟ କୌଣସି ସଫଳ ମିଳୁନାହିଁ। ଗତକାଲି ଦୁଇଦେଶର ସମସ୍ତ ଖେଳାଳି ମାସ୍କ ଲଗାଇ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଥିଲା। ତେଣୁ ଏପରି ଭୟାନକ ବାୟୁ ପ୍ରଦୂଷଣରେ ଖେଳାଳିଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବାରୁ ଖେଳ ହେବା ନେଇ ସନ୍ଦେହ ଦେଖାଯାଇଛି। ଏପରି ପରିସ୍ଥିତିରେ ଆଜିର ମ୍ୟାଚ ଅନୁଷ୍ଠିତ ହେବକି ନାହିଁ ରେଫରୀଙ୍କ ଦ୍ଵାରା ନିର୍ଦ୍ଧାରଣ କରାଯିବ।
ଦିପାବଳୀ ପରଠାରୁ ଦିଲ୍ଲୀର ପ୍ରଦୂଷଣ ମାତ୍ରା ଅତ୍ୟଧିକ ବଢିଯାଇଛି। ବାୟୁର ଗୁଣବତ୍ତା ଏବେ ଖରାପସ୍ଥିତିରେ ପହଞ୍ଚିଛି। ପ୍ରାୟ ଅଞ୍ଚଳରେ ଏୟାରକ୍ବାଲିଟି ଇଣ୍ଡେକ୍ସ ୯୦୦ ଉପରେ ପହଞ୍ଚିଛି। ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଓ ଫରିଦାବାଦ ଆଦି ଅଞ୍ଚଳରେ ବାୟୁ ଏବେ ପୂରା ବିଷ ପାଲଟିଯାଇଛି। ସେହିପରି ପଞ୍ଜାବ ଓ ହରିୟାଣାରେ ମଧ୍ୟ ସମାନ ଅବସ୍ଥା ଜାରି ରହିଛି। ଏହି ସମସ୍ୟାର ସମାଧାନ ପାଇଁ ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ଦିଲ୍ଲୀର ପ୍ରଦୂଷଣର ମାତ୍ରା ଅତ୍ୟଧିକ ବଢିଯିବା ଯୋଗୁଁ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦିଆଯାଇଥିବାବେଳେ ସ୍କୁଲଗୁଡ଼ିକୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଛୁଟି କରାଯାଇଛି। ତେବେ ମିଳିଥିବା ସୂଚନା ଅନୁସାରେ ପ୍ରଦୂଷଣ ସ୍ତର ବଢିବା ପରେ ପରେ ଦିଲ୍ଲୀ ଏମସ୍ରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି।
ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳ ବାହାରିବାର ୧୦ ଦିନ ପରେ ମଧ୍ୟ ରାଜ୍ୟରେ ସରକାର ଗଠନ ହୋଇ ପାରୁନାହିଁ। ବିଜେପି-ଶିବସେନା ମେଣ୍ଟ ପାଖରେ ସରକାର ଗଢିବା ଲାଗି ଆବଶ୍ୟକ ସମର୍ଥନ ରହିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ୫୦:୫୦ ଅନୁପାତରେ ବାଣ୍ଟିବାକୁ ନେଇ ଦୁଇ ଦଳ ଭିତରେ ପ୍ରବଳ ଗଣ୍ଡଗୋଳ ଆରମ୍ଭ ହୋଇଛି। ଆଜି ହଠାତ ଶିବସେନା ଦାବି କରିଛି ଯେ ସରକାର ଗଠନ ଲାଗି ତାଙ୍କ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପିର ୧୦୫, ଶିବସେନାର ୫୬, ଏନସିପିର ୫୪, କଂଗ୍ରେସର ୪୪ ଓ ଅନ୍ୟାନ୍ୟ ୨୯ ବିଧାୟକ ରହିଛନ୍ତି। ଶିବସେନା ଓ ବିଜେପି ଭିତରେ ବଢୁଥିବା କନ୍ଦଳ ଯୋଗୁଁ ଏବେ ପ୍ରତି ମୁହୂର୍ତ୍ତରେ ରାଜ୍ୟର ରାଜନୈତିକ ସମୀକରଣ ବଦଳି ଚାଲିଛି। ଆଜି ହଠାତ ବିଜେପିକୁ ଅଡୁଆରେ ପକାଇ ଶିବସେନା ଘୋଷଣା କରିଛି ଯେ, ତାଙ୍କ ପାଖରେ ସରକାର ଗଢିବା…
ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଭାରତୀୟ ରାଜନୀତି ଏବେ ବେଶ୍ ସରଗରମ। ନିର୍ବାଚନ ଫଳ ବାହାରିବାର ୧୦ ଦିନ ହୋଇଗଲାଣି। କିନ୍ତୁ ଏବେ ସୁଦ୍ଧା ସରକାର ଗଠନ ହୋଇପାରୁନାହିଁ। ରାଜ୍ୟରେ ବିଜେପି-ଶିବସେନା ମେଣ୍ଟ ସରକାର ଗଠନ ହେବାକୁ ଥିବାବେଳେ ଏହି ମେଣ୍ଟରେ ଫାଟ ସୃଷ୍ଟି ହୋଇଯାଇଛି। ଶିବସେନା ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀତ୍ବ ପାଇଁ ଅଡି ବସିଥିବାବେଳେ ବିଜେପି ଏକୁଟିଆ ସରକାର ଗଢିବ ବୋଲି ଦାବି କରୁଛି। ମହାରାଷ୍ଟ୍ରର ରାଜନୀତିରେ ଏବେ ବେଶ୍ ଗଣ୍ଡଗୋଳିଆ ରହିଛି। ଶିବସେନା ସହ ଏନ୍ସିପି ଓ କଂଗ୍ରେସ ତଥା ଅନ୍ୟାନ୍ୟ ସ୍ବାଧୀନ ମାନେ ମିଶି ସରକାର ଗଠନ କରିବାକୁ ଶୁଣିବାକୁ ମିଳିଥିବାବେଳେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ମହାରାଷ୍ଟ୍ରରେ ଶିବସେନା ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି। ଶିବସେନାର ସଞ୍ଜୟ ରାଉତ କହିଛନ୍ତି ଯେ, ତାଙ୍କ ଦଳ ନିକଟରେ ବହୁମତ ରହିଛି। ସରକାର ଗଠନ ପାଇଁ ୧୪୫ ମ୍ୟାଜିକ୍…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟାଙ୍କକରେ ଆୟୋଜିତ ଆଦିତ୍ୟ ବିର୍ଲାର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଉପସ୍ଥିତ ରହି ସରକାରଙ୍କ ଉପଲବ୍ଧି ବିଷୟରେ ବର୍ଣ୍ଣନା କରିଛନ୍ତି। ମୋଦି କହିଛନ୍ତି ଯେ, ଭାରତ ବର୍ତ୍ତମାନ ୫ ଟ୍ରିଲିୟନ ଆମେରିକା ଡଲାରର ଅର୍ଥବ୍ୟବସ୍ଥାରେ ପହଁଚିବା ପାଇଁ ସ୍ୱପ୍ନ ଦେଖୁଛି। ୨୦୧୪ରେ ଯେତେବେଳେ ବିଜେପି ସରକାର ଆସିଲା ସେତେବେଳେ ଭାରତୀୟ ଅର୍ଥବ୍ୟବସ୍ଥା ୨ ଟ୍ରିଲିୟନ ଡଲାର ଥିଲା। ଗତ ୫ ବର୍ଷରେ ଏହା ୩ ଟ୍ରିଲିୟନ ଡଲାରରେ ପହଁଚିପାରିଛି। ଏହି ବିଶ୍ୱାସକୁ ନେଇ ଦେଶର ସ୍ୱପ୍ନ ପୂରଣ ହେବ। ଭାରତରେ ଏବେ ବାଣିଜ୍ୟ କରିବା ସହଜ ହୋଇଛି। ଏପରିକି ବିଭିନ୍ନ ଟିକସକୁ ମଧ୍ୟ କମ କରାଯାଇଛି। ଦେଶ ଗତ ୫ ବର୍ଷରେ ଅନେକ ସଫଳତା ହାସଲ କରିଛି। ଏବେ ଭଲ ସମୟ ଚାଲିଛି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଯେତେବେଳେ ଭାରତ ଆଗକୁ ବଢେ, ବିଶ୍ୱ ମଧ୍ୟ ଆଗକୁ ବଢିଥାଏ। ଗତ ୫ ବର୍ଷ ମଧ୍ୟରେ ଭାରତ ୨୫୬…
ସମୀକ୍ଷା ବ୍ୟୁରୋ ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି। ନଡିଆ ଗଛରୁ ଖସି ପଡି ଜଣେ ଲୋକର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏହି ଅଘଟଣ ମଙ୍ଗରାଜପୁର ଗ୍ରାମରେ ଘଟିଛି। ବାଣପୁର ବ୍ଲକରେ ଜଣେ ସରକାରୀ କର୍ମଚାରୀଙ୍କ ବଗିଚାରେ ଏପରି ଦୟନୀୟ ଘଟଣା ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ ମାନିଆ ପରିଡା(୫୭) ନଡିଆ ତୋଳିବା ସମୟରେ ଭାରସାମ୍ୟ ହରାଇ ଗଛରୁ ଖସିପଡିଥିଲେ। ଗ୍ରାମବାସୀଙ୍କ ଦ୍ଵାରା ତାଙ୍କୁ ତୁରନ୍ତ ବାଣପୁର ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଏନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ବଲିଉଡ୍ ଦବଙ୍ଗ ସଲମନ୍ ଖାନ୍ ସବୁବେଳେ ଚର୍ଚ୍ଚାରେ। ଫିଲ୍ମ ହେଉ ଅବା ବ୍ୟକ୍ତିଗତ ଜୀବନକୁ ନେଇ। ବଲିଉଡ୍ର ଏହି ଦବଙ୍ଗ ହିରୋ ଏବେ ଚର୍ଚ୍ଚାରେ ରହିଛନ୍ତି ତାଙ୍କର ନୂଆ ଫିଲ୍ମ ‘ରାଧେ’କୁ ନେଇ। ଏହି ଫିଲ୍ମର ତାଙ୍କ ବିପକ୍ଷରେ ହିରୋଇନ୍ ଭୂମିକାରେ ନଜର ଆସିବେ ଦିଶା ପଟ୍ଟାନୀ। ତେବେ ପୂର୍ବରୁ ଦିଶା ସଲମାନ୍ଙ୍କ ସହ ‘ଭାରତ’ରେ ନଜର ଆସିସାରିଛନ୍ତି। ଏହି ଫିଲ୍ମ ଜରିଆରେ ସଲମାନ୍ ମୋଷ୍ଟ ଓ୍ବାଣ୍ଟେଡ୍ ଭାଇ ଚରିତ୍ରରେ ପରଦାକୁ ଆସିବେ। ଆସନ୍ତା ଇଦ୍ ଅବସରରେ ଏହି ଫିଲ୍ମଟି ରିଲିଜ୍ ହେବାକୁ ଥିବାବେଳେ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି କୋରିଓଗ୍ରାଫର୍ ତଥା ଅଭିନେତା ପ୍ରଭୁ ଦେବା। ଏହି ଫିଲ୍ମରେ ଦିଶାଙ୍କ ବ୍ୟତୀତ ଜ୍ୟାକି ଶ୍ରଫ୍, ରଣଦୀପ ହୁଡ୍ଡା ପ୍ରମୁଖ ନଜର ଆସିବେ। ଆସନ୍ତା ଡିସେମ୍ବର ୨୦ ତାରିଖରେ ସଲମାନଙ୍କ ‘ଦବଙ୍ଗ ୩‘ ପରଦା ଉପରକୁ ଆସିବାକୁ ରହିଛି।
ବିହାରର ସମସ୍ତୀପୁରରେ ରବିବାର ଛଟ୍ ପୂଜା ଅବସରରେ ଏକ ବଡ଼ ଅଘଟଣ ଘଟିଯାଇଛି। ସମସ୍ତୀପୁରର ହସନପୁରଠାରେ ଛଟ୍ ପର୍ବ ଅବସରରେ ଏକ ପୋଖରୀରେ ମନ୍ଦିରର କାନ୍ଥ ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ସମସ୍ତୀପୁରର ହସନପୁର ଥାନା ଅନ୍ତର୍ଗତ ବଡ଼ଗାଓଁ ଗ୍ରାମର ପୁରୁଣା କାଳୀ ମନ୍ଦିରର କାନ୍ଥ ଭୁଶୁଡି ପଡ଼ିବାରୁ ଦୁଇଜଣ ମୃତ୍ୟୁ ଘଟିଛି। ମୃତକଦ୍ବୟ ହେଉଛନ୍ତି ୬୨ ବର୍ଷୀୟ ଶିନାଖତ୍ ଲୀଲା ଦେବୀ ଓ ବ ୬୦ ବର୍ଷୀୟ ବଚ୍ଚି ଦେବୀ। ଏହି ଅଘଟଣ ଘଟିବା ସମୟରେ ମହିଳାମାନେ ମନ୍ଦିର ପାର୍ଶ୍ବରେ ଥିବା ପୋଖରୀରେ ଛଟ୍ ପର୍ବ ପାଳନ କରୁଥିଲେ। କାନ୍ଥଟି ଭୁଶୁଡି ମହିଳାଙ୍କ ଉପରେ ପଡ଼ିଥିଲା। ଏହି ଅଘଟଣ ପରେ ଶ୍ରଦ୍ଧାଳୁ ମାନେ ଭୟଭୀତ ହୋଇ ଏଣେତେଣେ ଦୌଡ଼ିବା ଫଳରେ ୬ ଜଣ ମହିଳା ଗୁରତର ଆହତ ହୋଇନ୍ତି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

