ସମୀକ୍ଷା ବ୍ୟୁରୋ ଦୁର୍ନୀତି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି କ୍ଷେତ୍ରରେ ନବୀନ ସରକାର ଶୂନ୍ୟ ସହିଷ୍ଣୁତା (ଜିରୋ ଟଲେରେନ୍ସ) ନୀତି ଉପରେ ଗୁରୁତ୍ବ ଦେଇଆସିଛନ୍ତି। ଦୁର୍ନୀତି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସ୍ବରୂପ ଆଜି ମୁଖ୍ୟମନ୍ତ୍ରୀ ୬ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିବା ସହିତ ୫ଜଣଙ୍କ ପେନସେନ୍ ସୁବିଧା ସ୍ଥାୟୀ ଭାବରେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଦୁଇ ମାସ ମଧ୍ୟରେ ୪୪ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ ୧୧ ଜଣଙ୍କ ପେନସନ୍ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି ଏବଂ ୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସ୍ଥାୟୀ ଭାବରେ ପେନସନ୍ ବନ୍ଦ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି ତିନି ଜଣ ଅବସରପ୍ରାପ୍ତ ଓ.ଏ.ଏସ୍ ଅଫିସର। ସେମାନେ ହେଲେ ନବୀନ ସେଠ, ଅବସରପ୍ରାପ୍ତ ଓ.ଏ.ଏସ୍ ଅଫିସର ଓ ପୂର୍ବତନ ନିର୍ବାହୀ ଅଧିକାରୀ, ବରଗଡ଼ ମ୍ୟୁନିସିପାଲିଟି, ଖଣ୍ଡପଡ଼ା ବ୍ଲକ ନୟାଗଡ଼ର ପୂର୍ବତନ ବିଡିଓ…
Author: Samikhsya Bureau
କାର୍ତ୍ତିକ ଆର୍ଯ୍ୟନ୍, ଭୂମି ପେଡେନ୍କର୍ ଓ ଅନ୍ୟାପାଣ୍ଡେଙ୍କ ଅଭିନୀତ ରୋମାଣ୍ଟିକ କମେଡ଼ି ‘ପତି ପତ୍ନୀ ଔର ଓ୍ବ’ର ଟ୍ରେଲର ଆଜି ରିଲିଜ୍ ହୋଇଯାଇଛି । ଏକ୍ସଟ୍ରା ମ୍ୟାରେଟିଆଲ୍ ଅଫେୟାର୍ସ ଉପରେ ଆଧାରିତ ଏହି ଫିଲ୍ମର ଟ୍ରେଲର୍ ସୋସିଆଲ ମିଡ଼ିଆରେ ଛାଇ ଯାଇଛି । ୧୯୭୮ ମସିହାରେ ରିଲିଜ୍ ହୋଇଥିବା ବଲିଉଡ୍ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ର ରିମେକ୍ । ମୂଳ ଫିଲ୍ମରେ ସଞ୍ଜୀବ କପୁର୍, ବିଦ୍ୟା ସିହ୍ନା ଓ ରଞ୍ଜିତା କୌର ଅଭିନୟ କରିଥିଲେ। ତେବେ ଟ୍ରେଲର୍ ରିଲିଜ୍ ହେବା ପରେ ଦୁଇ ପ୍ରକାରର କମେଣ୍ଟ ଶୁଣିବାକୁ ମିଳିଛି । କିଛି ଲୋକେ କାର୍ତ୍ତିକ ଆର୍ଯ୍ୟନ୍ ଓ ଅପାରଶକ୍ତି ଖୁରାନାଙ୍କ ଆକ୍ଟିଂକୁ ପସନ୍ଦ କରୁଥିବାବେଳେ ଟ୍ରୋଲର୍ସଙ୍କ ମତରେ ଏଥିରେ କିଛି ନୂଆା ନାହିଁ । ୯୦ଦଶକର ଷ୍ଟୋରୀଲାଇନ୍ ପରି ହୋଇଛି ଓ ଆଉଟଡେଟଡ୍ ବୋଲି କହୁଛନ୍ତି । ତେବେ ଏହି ଟ୍ରେଲ୍ରରେ ଗୋବିନ୍ଦଙ୍କ ଲୋକପ୍ରିୟ ଗୀତ ଆଖିୟୋଁ ସେ ଗୋଲି…
ସମୀକ୍ଷା ବ୍ୟୁରୋ କିଛି ବର୍ଷ ତଳେ ତଥାକଥିତ ସର୍ବ ବୃହତ ଇସ୍ପାତ କାରଖାନାର ସ୍ଵପ୍ନ ଦେଖାଇ ଦକ୍ଷିଣ କୋରିଆର କମ୍ପାନୀ ପୋସ୍କୋ ପାଇଁ ଜଗତସିଂହପୁର ଜିଲ୍ଲାର ଆଞ୍ଚଳିକ ପାନଚାଷୀ ଓ ମତ୍ସ୍ୟଜୀବିଙ୍କ ଅଧିକୃତ ଜମିକୁ ଓଡିଶା ସରକାର ଗୁପ୍ତ ଓ ବେଆଇନ୍ ଭାବେ ଜିନ୍ଦଲ ଷ୍ଟିଲ ୱାର୍କ(JSW)କୁ ଦେବା ପାଇଁ ଯାଉଛନ୍ତି ବୋଲି ଖବର ପ୍ରକାଶିତ ହେବା ପରେ ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ପ୍ରତିରୋଧ ଦାନା ବାନ୍ଧିବା ଆରମ୍ଭ କଲାଣି। ଲୋକଙ୍କ ପ୍ରତିରୋଧକୁ ସମର୍ଥନ ଜଣାଇ ରାଜ୍ୟର ପ୍ରମୁଖ ବୁଦ୍ଧିଜୀବୀ, କୃଷକ ନେତା ଓ ପରିବେଶବିତମାନେ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ- ଶିଳ୍ପ ପାଇଁ କୃଷକଙ୍କ ଠାରୁ ସେମାନଙ୍କର ପାରମ୍ପରିକ ଆୟ ଓ ଜୀବିକାର ଉତ୍ସ, ଉର୍ବର ଜମିକୁ ଛଡାଇ ନିଆ ଯାଉଛି । ପୋସ୍କୋ ବିରୁଦ୍ଧରେ ଜନଗଣଙ୍କର ଦୀର୍ଘ ୧୨ବର୍ଷର ଲମ୍ବା ଲଢେଇର ଲାଭକୁ ପଣ୍ଡ କରି ସରକାର ଅନ୍ୟ ଏକ ଷ୍ଟିଲ ବେପାରୀକୁ ଜମି ଦେବା…
ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରାକୁ କମ୍ କରିବାକୁ ଯାଇ ସରକାରଙ୍କ ତରଫରୁ ଅଡ-ଇଭିନ ନମ୍ବର ପ୍ରଚଳନ ହୋଇଛି। ସୋମବାର ଇଭିନ୍ ନମ୍ବରର ଗାଡି ଚାଲୁଥିବା ବେଳେ ଭାଜପା ନେତା ବିଜୟ ଗୋୟଲ କିନ୍ତୁ ତାଙ୍କ ଅଡ୍ ନମ୍ବର ଗାଡିକୁ ନେଇ ଘରୁ ବାହାରିଥିଲେ। ଆଉ ଏହାପରେ ନିୟମ ଉଲ୍ଲଂଘନ କରିବାରୁ ତାଙ୍କ ଚାଲାଣ କଟାଯାଇଥିବା ସୂଚନା ମିଳିଛି। ଏହାପରେ ଗୋୟଲ ଅଭିଯୋଗ କରିଛନ୍ତି କି ଏହା କେଜରିଓ୍ବାଲ ସରକାରଙ୍କ ଏକ ପ୍ରକାର ପ୍ରଚାର। ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କେଜରିଓ୍ବାଲ ଏପରି କରିଛନ୍ତି। ଏହାପରେ ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାଶ ଗେହେଲଟ ଭାଜପା ନେତା ଗୋୟଲଙ୍କ ପାଖେ ପହଞ୍ଚି ତାଙ୍କୁ ଫୁଲତୋଡା ଓ ମାସ୍କ ଦେବା ସହ ଅଡ୍-ଇଭିନ ନମ୍ବରକୁ ନେଇ କଥା ହୋଇଥିଲେ। ଅଡ୍ଇଭିନ ଖିଲାପଧାରୀଙ୍କୁଠାରୁ ୪୦୦୦ ଟଙ୍କାର ଜରିମାନା ଆଦାୟ କରାଯାଉଛି। ଦିପାବଳୀ ପରଠାରୁ ଦିଲ୍ଲୀର ପ୍ରଦୂଷଣ ସ୍ତର ବହୁତ ବଢିଯାଇଛି। ଏଥିପାଇଁ ନିର୍ମାଣ କାର୍ଯ୍ୟ ରୋକାଯିବା ସହିତ…
ହରିୟାଣାର ବିଧାନସଭାର ଅଧ୍ୟକ୍ଷ ରୂପେ ଜ୍ଞାନ ଚାନ୍ଦ ଗୁପ୍ତାଙ୍କ ନାମ ସର୍ବାଗ୍ରେ ରହିଛି। ପଞ୍ଚକୁଲା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ଜ୍ଞାନ ଚାନ୍ଦ ଗୁପ୍ତାଙ୍କୁ ବିଜେପି ମୋହର ମାରିବେ ବୋଲି ସମ୍ଭାବନା ରହିଛି। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ୪୦ଟି ଆସନ ଜିତିଥିବାବେଳେ କଂଗ୍ରେସ ୩୧ଟି, ଜେଜେପି ୧୦ଟି ଓ ଅନ୍ୟାନ୍ୟ ଦଳ ୯ଟି ଆସନ ଜିତିଥିଲେ। ହରିୟାଣାରେ ବିଜେପି ଜେଜେପି ମିଳିତ ଭାବରେ ସରକାର ଗଠନ କରିଛନ୍ତି। ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଜେଜେପି ହାତକୁ ଉପମୁଖ୍ୟମନ୍ତ୍ରୀ ପଦବୀ ଯାଇଛନ୍ତି। ଜେଜେପିରେ ମୁଖ୍ୟ ଦୁଷ୍ୟନ୍ତ ସିଂହ ଚୌତାଲା ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଆଜି ହରିୟାଣା ସଚିବାଳୟର ପଞ୍ଚମ ମହଲାର ୪୦ ନମ୍ବର କକ୍ଷରେ ଦୁଷ୍ୟନ୍ତ ନିଜ ଦାୟିତ୍ବ ଗ୍ରହଣ କରିବା ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଫୁଲତୋଡା ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି। ଆଜି ବିଧାନସଭାରେ ବିଧାୟକମାନେ ଶପଥଗ୍ରହଣ କରିବେ। ରଘୁବୀର ସିଂ…
JAMMU, NOV 4 (UNI)- Jammu and Kashmir Lt Governor G C Murmu inspecting Guard of Honour on the opening day of the Darbar Move offices at Civil Secretariat in Jammu on Monday.UNI PHOTO-1U
ତିସ୍ ହଜାରୀ କୋର୍ଟରେ ପୋଲିସ ଏବଂ ଆଇଜୀବୀଙ୍କ ମଧ୍ୟରେ ଉତ୍ତେଜନା ଯୋଗୁ ସୋମବାର ଆଇନଜୀବୀମାନେ ହରତାଳ କରିଛନ୍ତି। ଇତିମଧ୍ୟରେ ସ୍ଥାନୀୟ କଡ଼କଡ଼ଡ଼ୋମା କୋର୍ଟରେ କେତେକ ଆଇନଜୀବୀ ଜଣେ ପୋଲିସଙ୍କ ମଧ୍ୟରେ ପାଟିତୁଣ୍ଡ ତଥା ଝଗଡା ହୋଇଥିବାର ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ କିଛି ଓକିଲ ପୋଲିସ୍ କର୍ମୀଙ୍କୁ ମାରପିଟ୍ ମଧ୍ୟ କରିଛନ୍ତି । ଖବର ପାଇ ଉଚ୍ଚ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଉତ୍ତର ଆଣ୍ଡାମାନ ଓ ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ କ୍ରମେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଏହା ଦୁଇ ତିନି ମଧ୍ୟରେ ଘନୀଭୂତ ହୋଇ ଡିପ୍ରେସନ୍ ରୂପ ନେଇପାରେ ବୋଲି ସୂଚନା ରହିଛି । ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଡିପ୍ରେସନ୍ ରୂପ ନେଇପାରେ ବୋଲି ସୂଚନା ରହିଛି । ଘନୀଭୂତ ପରେ ଉତ୍ତର, ଉତ୍ତର –ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି । ଏହା ପ୍ରଭାବରେ ଆସନ୍ତା ୯ ତାରିଖରୁ ଓଡ଼ିଶା ଉପକୂଳରେ ବର୍ଷା ସମ୍ଭାବନା ରହିଛି ।
ସମୀକ୍ଷା ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ୧୬ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ନାଚୁଣୀ ନିକଟସ୍ଥ କହ୍ନେଇପୁରଠାରେ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ସ୍କୁଟିରେ ଏକ ମହିଳା ଯାଉଥିବା ବେଳେ ଏକ କାର ତାଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ସ୍କୁଟି ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ତାଙ୍କର ଦୁଇ ଶିଶୁ ଏବଂ ନଣନ୍ଦେଇ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଆହତଙ୍କୁ ବାଲୁଗାଁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ଧକ୍କା ଦେଇଥିବା କାର୍ଟିର ନଂ ଓଡି-୦୨ଏଜି ୧୪୪୪। ଏହି କାରଟି ସାନଖେମୁଣ୍ଡିର ପୂର୍ବତନ ବିଧାୟକ ନନ୍ଦିନୀ ଦେବୀଙ୍କର ବୋଲି ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର ଡ୍ରାଇଭରକୁ ଅଟକ ରଖିଥିବା ସୂଚନା ରହିଛି। ମୃତ ମହିଳା ଜଣକ ନୟାଗଡ ଜିଲ୍ଲା ଓଡଗାଁ ଶଙ୍ଖେଇର ଶୈଳା ବୋଲି ଜଣାପଡିଛି। ମହିଳା ଜଣକ ତାଙ୍କ ଭାଇଙ୍କ ଦଶାହ…
ମୁମ୍ବାଇ-ପୁଣେ ହାଇଓ୍ବେରେ ସୋମବାର ସକାଳୁ ଏକ ସଡକ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ୫ଜଣ ମୃତ୍ୟୁବରଣ କରିଥିବାବେଳେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଭୋର ଘାଟ ପାଖରେ ଡ୍ରାଇଭରଙ୍କ ଦାୟିତ୍ବହୀନତା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି । ଆହତ ଲୋକଙ୍କୁ ନିକଟସ୍ଥ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଡ୍ରାଇଭର ଜଣକ ଗାଡ଼ି ଚଳାଇବାବେଳେ ସନ୍ତୁଳନ ହରାଇବସିଥିଲେ, ଯାହା ଫଳରେ ଗାଡ଼ିଟି ଯାଇ ସିଧାରେ ଖାଇରେ ପଡ଼ିଯାଇଥିଲା ।
Prime Minister, Narendra Modi at the Golden Jubilee celebrations of Aditya Birla Group, in Bangkok, Thailand on Sunday.
କେଦାର ମିଶ୍ର କେବେବି କୌଣସି ମୁହୂର୍ତ୍ତରେ ରାମ ଜନ୍ମଭୂମି ମାମଲାର ଚୂଡାନ୍ତ ରାୟ ସୁପ୍ରିମ କୋର୍ଟ ପ୍ରକାଶ କରିବେ। ଆସନ୍ତା ୧୮ ନଭେମ୍ବରରେ ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଅବସର ନେବା ପୂର୍ବରୁ ଏହି ମାମଲାର ରାୟ ପ୍ରକାଶ ପାଇବ। ଭାରତ ଇତିହାସରେ ଏକ ରାୟ ପ୍ରକାଶ ପାଇବା ପୂର୍ବରୁ ଏହା ଆମ ସପକ୍ଷରେ ଯିବ ବୋଲି ବହୁ ବିଜେପି ନେତା ଓ ସଂଘ ପରିବାରର ସଦସ୍ୟ ଖୋଲାଖୋଲି କହି ସାରିଛନ୍ତି। ତେବେ ଏହି ପ୍ରସଙ୍ଗରେ ଆଇନ କଣ କରିବ ତାହା ରାୟ ପ୍ରକାଶ ପାଇଲା ପରେ ଜଣାପଡିବ, ହେଲେ ଏହାଯେ ବିଜେପିର ରାଜନୀତି ଲାଗି ଏକ ଉର୍ବର ଭୂମି ତିଆରି କରିବ, ଏଥିରେ ସନ୍ଦେହ ନାହିଁ। ସପକ୍ଷରେ ଗଲେ ଏହା ବିଜେପିର ସଫଳତା ଓ ବିପକ୍ଷରେ ଗଲେ ଏହା ହିନ୍ଦୁଙ୍କ ବିରୋଧରେ ଷଡଯନ୍ତ୍ର ବୋଲି କହି ବିଜେପି ତାର ରାଜନୀତି ଅବ୍ୟାହତ ରଖିବ। ଏ ପ୍ରସଙ୍ଗରେ ଜାତୀୟ…
Defence Minister Rajnath Singh and Uzbekistan Defence Minister Maj Gen Bakhodir Nizamovich Kurbanov signing an MoU, in Tashkent on Saturday.
IGP Jammu Zone Mukesh Singh and Div Comm Sanjeev Verma calling on J&K Lt Guv Girish Chander Murmu at Raj Bhawan in Jammu on Sunday.
A view of near India Gate Air pollution in New Delhi on Sunday.

