ଅବପାତର ରୂପ ନେଲା ଲଘୁଚାପ। ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କେନ୍ଦ୍ରୀଭୂତ ହୋଇ କ୍ରମେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଉଛି। ଆସନ୍ତା ୧୨ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ। ପରବର୍ତ୍ତୀ ୧୨ ଘଣ୍ଟାରେ ବାତ୍ୟାର ରୂପ ନେବ। ଏହାର ପ୍ରଭାବରେ ଆସନ୍ତା ୯ ତାରିଖରେ ଓଡ଼ିଶା ଉପକୂଳରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓଡ଼ିଶା ଉପକୂଳରେ ବର୍ଷା ହେବାର ଅନୁମାନ କରାଯାଇଛି ବୋଲି ଆଇଏମ୍ଡିର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।
Author: Samikhsya Bureau
ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାରେ ଆଜି ବିଜେପି ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇଛି। ଦଳ ୩ ଦଫା ଦାବିରେ ଆଜି ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ପ୍ରତିବାଦ କରିବ। ଏହାସହ ଯାଜପୁର ଏସପି ଓ ମହିଳା କମିଶନଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ମଧ୍ୟ ଦଳ ଦାବି କରିବ। ସ୍ମିତାରାଣୀର ହତ୍ୟା ଘଟଣାର ସିବିଆଇ ତଦନ୍ତ, ସ୍ମିତାରାଣୀଙ୍କର ଚରିତ୍ର ହନନ କରିଥିବା ଯାଜପୁର ଏସପି ଚରଣ ସିଂହ ମୀନାଙ୍କୁ ବହିଷ୍କାର, ନିଜ କ୍ଷମତାର ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରାଙ୍କୁ ବହିଷ୍କାର ଏବଂ ମହିଳାଙ୍କ ସୁରକ୍ଷା ନେଇ ଜିରୋ ଟଲେରାନ୍ସ ଗ୍ରହଣ କରିବା ଆଦି ଦାବି ନେଇ ଆଜି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲପାଳ ଅଫିସ ଆଗରେ ବିକ୍ଷୋଭ କରିବ। ଯାଜପୁର ଜିଲ୍ଲା ହରିଦାସପୁର ପଂଚାୟତ ପିଇଓ ସ୍ମୀତାରାଣୀଙ୍କର ମୃତ୍ୟୁକୁ ଆଜି ୨୦ ଦିନ ବିତିଲାଣି। ବିଜେପିର ଅଭିଯୋଗ ଅନୁସାରେ, ସ୍ମିତାରାଣୀଙ୍କ ସହ ଦୁର୍ଷ୍କମ କରାଯାଇ ତାଙ୍କୁ…
ଆଇଏସଆଇଏସ ଆତଙ୍କବାଦୀ ଆବୁ ବୁକର ଅଲ ବାଗଦାଦୀ ନିହତ ହେବା ପରେ ସୁରକ୍ଷା ସଂସ୍ଥା ଏବେ ତା’ର ପରିବାର ଉପରେ ନଜର ରଖିଛି । ତୁର୍କୀର ସେନା ଉତ୍ତର ସିରିଆର ଅଜାଜ ସହରରେ ବାଗଦାଦୀର ଭଉଣୀ ରଶମିୟା ଅଭଦକୁ ଲୁଚି ଥିବା ସମୟରେ ଗିରଫ କରିଥିବା ଦାବି କରିଛି । ଚଢ଼ାଉ ସମୟରେ ବାଗଦାଦୀର ଭଉଣୀ ଏକ କଣ୍ଟେନରରେ ଲୁଚିଥିଲା । ମିଳିଥିବା ସୂଚନା ଅନୁସାରେ , ଚଢ଼ାଉ ସମୟରେ ବାଗଦାଦୀର ଭଉଣୀ, ତା’ର ସ୍ୱାମୀ ଓ ବୋହୂଙ୍କୁ ଗିରଫ କରାଯାଇଛି । ରଶମିୟା ଅଭଦକୁ ଅଜାଜ ନିକଟିରେ ଲୁଚିଥିବା ଅବସ୍ଥାରେ ଥିବା ବେଳେ ଚଢ଼ାଉ କରି ଗିରଫ କରାଯାଇଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ଅକ୍ଟୋବର ୨୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଇଏସଆଇଏସ ମୁଖ୍ୟ ବାଗଦାଦୀକୁ ଏକ ଅପରଶେନ ସମୟରେ ନିହତ କରାଯାଇଥିବା ଦାବି କରିଥିଲେ । ଟ୍ରମ୍ପ କହିଥିଲେ ଯେ, ଇଡଲିଭରେ ଆମେରିକା ଡେଲ୍ଟା ଫୋର୍ସ…
କେଦାର ମିଶ୍ର ୟା ଭିତରେ କିଛି ମଜାକଥା ଘଟିଛି। ଦେଶର ସବୁଠୁ ଅଧିକ ଲୋକ ଦେଖୁଥିବା ହିନ୍ଦୀ ଟେଲିଭିଜନ ଚ୍ୟାନେଲ “ଆଜତକ” ର ଏକ ଲାଇଭ ଶୋରେ ଭାଗ ନେଇ ବିଖ୍ୟାତ ବ୍ୟଙ୍ଗକାର ବରୁଣ ଗ୍ରୋଭର ସିଧା ସିଧା ଟେଲିଭିଜନ କାର୍ୟକ୍ରମର ଦେବାଳିଆପଣ ଉପରେ ପ୍ରଶ୍ନ ପଚାରିଛନ୍ତି। “ଅଫିସିଆଲ ପିଙ୍ଗ ହ୍ୟୁମାନ” ନାମକ ଏକ ୟୁଟ୍ୟୁବ ଚାନେଲ ପ୍ରକାଶ କରିଥିବା ଏକ ରିପୋର୍ଟରୁ କିଛି ଚମତ୍କାର ଉଦାହରଣ ଆମକୁ ମଧ୍ୟ ମିଳିଯିବ। ଆମର ଟେଲିଭିଜନ ଚାନେଲ ଗୁଡିକ କେମିତି ଅଧିକରୁ ଅଧିକ ପାକିସ୍ତାନ କୈନ୍ଦ୍ରିକ ହୋଇ ପଡ଼ୁଛନ୍ତି ଓ କ୍ରମଶଃ ପାକିସ୍ତାନ କେମିତି ଆମର ଗଣ ମାନସିକତାକୁ କବଳିତ କରୁଛି, ତାର ପ୍ରକୃଷ୍ଟ ଉଦାହରଣ ଏଥିରୁ ମିଳିଯିବ। ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଦେଶର ପ୍ରମୁଖ ଚାରୋଟି ହିନ୍ଦୀ ଚାନେଲ କରିଥିବା ସ୍ଵତନ୍ତ୍ର ବିତର୍କ କାର୍ଯ୍ୟକ୍ରମର ତର୍ଜମା କରି କୁହାଯାଇଛି ଯେ, ୨୦୦ ବିତର୍କରୁ ୭୯ଟିରେ ପାକିସ୍ତାନ ବିରୋଧରେ ଆଲୋଚନା ହୋଇଛି।…
Devotees worshiping cows on the occasion of Gopaashtami festival, in Mathura on Monday.
Bollywood actress Kriti Kharbanda poses during promotion her upcoming film ‘Pagalpanti’ , in Mumbai on Monday. UNI PHOTO-88U
Bollywood actress Ilena D’Cruz poses during promotion her upcoming film ‘Pagalpanti’ , in Mumbai on Monday.
Bollywood actress Urvashi Rautela poses during promotion her upcoming film ‘Pagalpanti’ , in Mumbai on Monday. UNI PHOTO-92U
ମହାରାଷ୍ଟ୍ରରେ ସରକାର ଗଢିବାକୁ ନେଇ ଚର୍ଚ୍ଚା ଲାଗିରହିଥିବାବେଳେ ଏହି ମାମଲା ଏବେ ଦିଲ୍ଲୀରେ ପହଞ୍ଚିଛି। ବିଜେପି ନେତା ଦେବେନ୍ଦ୍ର ଫଡ୍ନଭୀସ୍ ଆଜି ବିଜେପିର ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସାକ୍ଷାତ କରିଥିବାବେଳେ ଶରଦ ପାଓ୍ବାରା ଶିବସେନା ସହ ମେଣ୍ଟ କରିବାକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ସାକ୍ଷାତ କରିଛନ୍ତି । ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମଧ୍ୟରେ ଚାଲିଥିବା ଦ୍ବନ୍ଦ୍ବକୁ ନେଇ ଏକ ନୂତନ ରାଜନୈତିକ ସମୀକରଣର ଯେଉଁ ଆଭାସ ମିଳୁଥିଲା, ସେଥିରେ ଏବେ ପୂର୍ଣ୍ଣଚ୍ଛେଦ ପଡିଯାଇଛି । ଆଜି ଶରଦ୍ ପାଓ୍ବାରା ସୋନିଆଙ୍କ ସହ ସାକ୍ଷାତ ପରେ ସରକାର ଗଢିବା ନେଇ ଆମ ପାଖରେ ସଂଖ୍ୟା ନାହିଁ ବୋଲି କହିଛନ୍ତି। ଶରଦ ପାଓ୍ବାର କହିଛନ୍ତି ଯେ, ସୋନିଆଙ୍କ ସହ ଶିବସେନାକୁ ସମର୍ଥନ ଦେବା ପାଇଁ କୌଣସି ଚର୍ଚ୍ଚା ହୋଇନାହିଁ। ଯାହାପାଖରେ ନମ୍ବର ଅଛି ସେ ହିଁ ସରକାର ଗଢିବ । ଆମ ପାଖରେ ପର୍ଯ୍ୟାପ୍ତ ସଂଖ୍ୟା…
ସମୀକ୍ଷା ବ୍ୟୁରୋ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡକୁ ନୂଆ ବସ୍ ମିଳିଥିବାବେଳେ ଏପରି ସମୟରେ ଭାରତୀୟ କ୍ରିକେଟ୍ରେ କିଛି ପରିବର୍ତ୍ତନ କରାଯିବା ନେଇ ସମ୍ଭାବନାକୁ ଅଣଦେଖା କରାଯାଇନପାରେ। ତେବେ କ୍ରିକେଟ୍ ଲିଗ୍ ଆଇପିଏଲ୍ରେ ଏକ ବଡ ପରିବର୍ତ୍ତନ ନେଇ ବିସିସିଆଇ ଯୋଜନା କରୁଥିବାର ସୂଚନା ରହିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦୁନିଆର ସବୁଠାରୁ ସଫଳ କ୍ରିକେଟ୍ ଲିଗ୍ ଆଇପିଏଲର ଏକ ବଡ ପରିବର୍ତ୍ତନ କରିବାକୁ ଯୋଜନା କରୁଛି। ବୋର୍ଡ ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲରେ ଏହି ନୂଆ ନିୟମ ଲାଗୁ କରିବାକୁ ବିଚାର କରୁଛି। ଏହି ନିୟମ ଅନୁସାରେ କୌଣସି ଟିମ୍ ଖେଳ ସମୟରେ କେବେ ବି ୱିକେଟ ପତନ ପରେ କିମ୍ବା ଓଭର ଶେଷ ହେବା ପରେ ନୂଆ ଖେଳାଳିକୁ ଖେଳାଇପାରିବ। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ ଏହି ସମ୍ପର୍କରେ କହିଛନ୍ତି ଯେ, ଏହି ନିୟମ ପାଇଁ ତ ବୋର୍ଡ ପକ୍ଷରୁ…
ସମୀକ୍ଷା ବ୍ୟୁରୋ ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଶ୍ରୀମନ୍ଦିର ମାମଲାର ଆଜି ଶୁଣାଣି କରିଛନ୍ତି। ଏଥିରେ କୋର୍ଟ ମଧ୍ୟବର୍ତ୍ତିକାଳୀନ ଏହି ରାୟରେ ଶ୍ରୀମନ୍ଦିର ସଂସ୍କାର ପାଇଁ ୨୨ଟି ନିର୍ଦ୍ଦେଶନାମା ଜାରୀ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଯେଉଁ ସେବକମାନେ ଶ୍ରୀଜୀୟୁଙ୍କ ସେବାରେ ଅବହେଳା କିମ୍ବା ବିଳମ୍ବ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। ଶ୍ରୀମନ୍ଦିର ପ୍ରଶାସନ ଏହି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ମାମଲାରେ ନିଯୁକ୍ତ ଆମିକସ୍ କ୍ୟୁରୀ ରଣଜିତ କୁମାର ଏବଂ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ରିପୋର୍ଟ ଉପରେ ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶାନାମା ଜାରି କରିଛନ୍ତି। କୋର୍ଟ ଦେଇଥିବା ନିର୍ଦ୍ଦେଶଗୁଡିକ ମଧ୍ୟରୁ ଯାହା ମୁଖ୍ୟ ବିଷୟ ରହିଛି ସେଗୁଡିକ ହେଲା ୧-ଭାରତରେ ଯେଉଁଠି ଶ୍ରୀଜଗନ୍ନାଥଙ୍କ ସଂମ୍ପତ୍ତି ରହିଛି ତାହାର ତାଲିକା ପ୍ରସ୍ତୁତ କରିବାକୁ ମନ୍ଦିର ପ୍ରଶାସନକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ୨-ଏହି ସଂମ୍ପତ୍ତିରୁ ବର୍ତ୍ତମାନ କଣ ଆୟ କଣ ହେଉଛି…
ସମୀକ୍ଷା ବ୍ୟୁରୋ ଓଡିଶାର ଯୁବ ବର୍ଗଙ୍କ ଦକ୍ଷତା ବୃଦ୍ଧି ଏବଂ ନିଯୁକ୍ତି ଯୋଗାଇବାର ଲକ୍ଷ୍ୟ ନେଇ ଓଡିଶାସରକାରଙ୍କର କୌଶଳ ବିକାଶ ଏବଂ ବୈଷୟିକ ଜ୍ଞାନ ବୃଦ୍ଧି ବିଭାଗ ( ଏସଡିଏଣ୍ଡ ଟିଇ ) ଟାଟା ଷ୍ଟ୍ରାଇଭ ଏବଂ ମହିନ୍ଦ୍ରା ସହ ଆଜି ଏକ ବୁଝାମଣା ପତ୍ର ସ୍ବାକ୍ଷର କରିଛି। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇଟି ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି। ପ୍ରଥମ ବୁଝାମଣା ପତ୍ର ଡିଟିଇଟି ଏବଂ ଟାଟା ଷ୍ଟ୍ରାଇଭ ମଧ୍ୟରେ ହୋଇଥିଲା। ଏଥିରେ ସରକାରୀ ଆଇଟି ଆଇ ରେ ପଢୁଥିବା ବିଦ୍ୟାର୍ଥୀ ମାନଙ୍କୁ ତାଲିମ ଦେଇ ଇଣ୍ଡଷ୍ଟ୍ରି ମାନଙ୍କର ଚାହିଦା ମୁତାବକ ସେମାନଙ୍କୁ ଯୋଗ୍ୟ କରିବା ପାଇଁ ବିଭିନ୍ନ କୌଶଳ ଶିକ୍ଷା ଦେବାକୁ ବ୍ୟବସ୍ଥା କରାଯିବ। ଜୀବିକା ନିର୍ବାହ ନେଇ ସରକାର ଅଧୀନରେ ଥିବା ୪୯ ଟି ଆଇଟିଆଇ ରେ ପଢୁଥିବା ଛାତ୍ରମାନଙ୍କୁ ତାଲିମ ପ୍ରଦାନ କରାଯିବ। ଏହି ବୁଝାମଣାପତ୍ର ଡି ଟିଇ ଟି ର ନିର୍ଦ୍ଦେଶକ ଶ୍ରୀ ରଘୁ ଜି…
ଚଳିତ ବର୍ଷ ସାରା ରାଜ୍ୟରେ ଏକକ ଷାଣ୍ମାସିକ ପରିକ୍ଷା ଅନୁଷ୍ଠିତ ହୋଇଥିଲା । କିନ୍ତୁ ଏହି ପରୀକ୍ଷାରେ ଅନେକ ତ୍ରୁଟି ପରିଲକ୍ଷିତ ହୋଇଥିଲା । କେତେକ ସ୍ଥାନରେ ପ୍ରଶ୍ନପତ୍ର ଅଭାବରୁ କଳାପଟାରେ ପ୍ରଶ୍ନ ଲେଖାଯାଇଥିଲା । ଏହି ତ୍ରୁଟିର ତଦନ୍ତ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି । ଆଜି ଗଣ ଶିକ୍ଷା ବିଭାଗର ଆୟୋଜିତ ଏକ ବୈଠକରେ ସମସ୍ତ ତ୍ରୁଟିର ସମୀକ୍ଷା ପରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଗଣଶିକ୍ଷା ସଚିବ ତଥା କମିଶନରଙ୍କୁ ଦାୟିତ୍ୱ ଦିଆଯାଇଛି । ଏପରିକି୧୫ ଦିନ ମଧ୍ୟରେ ତଦନ୍ତ ଶେଷ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଦେଶରେ ବାୟୁ ପ୍ରଦୂଷଣ ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶରେ ବିଷାକ୍ତ ଧୂଆଁ ଯୋଗୁ ଲୋକମାନଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ସହ ଘରୁ ବାହାରିବା କଷ୍ଟକର ବ୍ୟାପାର ହୋଇପଡ଼ିଛି। ଏଥିପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ଭଳି ଉତ୍ତରପ୍ରଦେଶରେ ମଧ୍ୟ ଅଡ୍ ଇଭିନ୍ ନମ୍ବର ପ୍ରଚଳନ ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ଯୋଗୀ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ବାୟୁ ପ୍ରଦୂଷଣକୁ ରୋକିବା ଲାଗି ରାଜ୍ୟରେ ଅଡ୍ ଇଭିନ୍ ଫର୍ମୁଲାକୁ ଲାଗୁ କରିବାକୁ ପରିବହନ ଓ ପୋଲିସ ବିଭାଗକୁ ଦାୟିତ୍ୱ ଦେଇଛନ୍ତି। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦାରା ସିଂହ କହିଛନ୍ତି, ପ୍ରଦୂଷଣ ରୋକିବାକୁ ଉଦ୍ୟମ ଜାରି ରହିଛି। ଏହାକୁ କିଛି ମାତ୍ରାରେ କମ୍ କରିବା ପାଇଁ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲଗାଯିବା ସହ ଅନ୍ୟ ଉପାୟ ମଧ୍ୟ କରାଯାଉଛି ବୋଲି ସେ କହିଛନ୍ତି। ତେବେ ସୋମବାର…
ଅର୍ଜୁନ କପୁର, ସଞ୍ଜୟ ଦତ୍ତ ଓ କୃତି ସାନୋନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ପାନୀପତ’ର ପୋଷ୍ଟର ସୋମବାର ସାମ୍ନାକୁ ଆସିଛି। ପୋଷ୍ଟର ମାଧ୍ୟମରେ ସଞ୍ଜୟ ଓ କୃତିଙ୍କ ଲୁକ୍କୁ ଦର୍ଶକଙ୍କ ସହ ପରିଚିତ କରାହୋଇଛି। ପୋଷ୍ଟରରେ ସଞ୍ଜୟ ଦତ୍ତ ଅହମଦ ଶାହ ଅବ୍ଦାଲୀ ଭୂମିକାରେ ଖୁବ୍ ପ୍ରଭାବଶାଳୀ ଲାଗୁଛନ୍ତି। ଅନ୍ୟ ପକ୍ଷରେ କୃତିଙ୍କ ପାରମ୍ପରିକ ଲୁକ୍ ଦେଖିବାକୁ ମିଳିଛି। କୃତି ପାର୍ବତୀ ବାଈ ଅବତାରରେ ନଜର ଆସିଛନ୍ତି। ଆଶୁତୋଷ ଗୋୱାରିକରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଡିସେମ୍ବର ୬ ତାରିଖରେ ପରଦାକୁ ଆସିବ। ସଞ୍ଜୟ ଦତ୍ତଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ଅର୍ଜୁନ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମର ଟ୍ରେଲର୍ଟି ମଙ୍ଗଳବାର ଦିନ ରିଲିଜ୍ ହେବ ବୋଲି ସୂଚନା ରହିଛି ।
ମହିଳା ତହସିଲଦାରଙ୍କୁ ଜିଅନ୍ତା ଜାଳିଦେଲା ଦୁବୃର୍ତ୍ତ। ରଙ୍ଗାରେଡ୍ଡୀ ଜିଲ୍ଲା ଅବଦୁଲ୍ଲାପୁରମେଟା ତହସିଲଦାର ବିଜୟା ରେଡ୍ଡୀଙ୍କୁ କେହି ଜଣେ ଦୁବୃର୍ତ୍ତ ହତ୍ୟା କରିଛି। ଅଫିସ୍ ଭିତରେ ବଚସା ପରେ କିରୋସିନି ଢାଳି ଜିଅନ୍ତା ଜାଳିଦେଇଥିଲା ଦୁର୍ବୃତ୍ତ। ତହସିଲଦାରଙ୍କୁ ଜାଳି ନିଜ ଦେହରେ ନିଆଁ ଲଗାଇ ଦୁବୃର୍ତ୍ତ ଜଣକ ଆତ୍ମହତ୍ୟା କରିଛି। ତହସିଲଦାରଙ୍କୁ ବଞ୍ଚାଇବାକୁ ଯାଇ ଆଉ ଦୁଇ କର୍ମଚାରୀ ମଧ୍ୟ ଗୁରୁତର ହୋଇଛନ୍ତି। ଜମିବାଡ଼ି କାଗଜପତ୍ରକୁ ନେଇ ଏଭଳି କାଣ୍ଡ ଭିଆଇଥିବାର ସୂଚନା ରହିଛି।
ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣକୁ ନେଇ ସର୍ବୋଚ୍ଚ ଅଦାଲତ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ସୋମବାର ଦିଲ୍ଲୀରେ ବାୟୁର ଗୁଣବତ୍ତା ଅତି ନିମ୍ନସ୍ତରକୁ ଖସିବା ନେଇ ଚିନ୍ତା ପ୍ରକଟ କରି ଅଦାଲତ କହିଛନ୍ତି ଯେ, ପ୍ରତ୍ୟେକ ବର୍ଷ ଦିଲ୍ଲୀରେ ପ୍ରଦୂଷଣ ଜନିତ ସମସ୍ୟା ବଢୁଛି, ଆମେ କିଛି କରିପାରୁନାହୁଁ। ବଞ୍ଚିବାର ସମସ୍ତଙ୍କର ଅଧିକାର ରହିଛି। ଏହି କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ବୋଲି କହିବା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକୁ ଭର୍ସନା ମଧ୍ୟ କରିଛନ୍ତି। ରାଜ୍ୟ ସରକାର ନିର୍ବାଚନରେ ଅଧିକ ଆଗ୍ରହୀ ରହୁଛନ୍ତି। କିନ୍ତୁ ଏଠାରେ ଲୋକେ ମରୁଛନ୍ତି। ଏହି ସମୟରେ ପଞ୍ଜାବ ଓ ହରିୟାଣାକୁ ନଡ଼ା କମ ଜଳାଇବାକୁ ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ନଡ଼ା ଜଳାଇବା ଉପରେ ତୁରନ୍ତ ରୋକ୍ ଲାଗିବା ଉଚିତ୍। ଏଥିପାଇଁ ରାଜ୍ୟ ସରକାରଙ୍କୁ ପଦକ୍ଷେପ ନେବାକୁ ପଡ଼ିବ। ପ୍ରଶାସନକୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବ ବୋଲି…
ସମୀକ୍ଷା ବ୍ୟୁରୋ କର୍ମକ୍ଷେତ୍ରରେ ଯୌନ ଶୋଷଣ ଭଳି ସଂଗୀନ ଅଭିଯୋଗରେ ଛନ୍ଦି ହୋଇପଡ଼ିଥିବା କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ସଭାପତି ପ୍ରମୋଦ କୁମାର ସାହୁ ଗିରଫ ହୋଇ ଜେଲ୍ ଯାଇଛନ୍ତି। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ପ୍ରମୋଦଙ୍କୁ ତାଙ୍କ ବଣିଆମାଳସ୍ଥିତ ବାସଭବନରୁ ପୋଲିସ୍ ଗିରଫ କରି ପଚରାଉଚୁରା କରିଥିଲା। କ୍ରେଡିଟ୍ କୋଅପରେଟିଭ୍ ସୋସାଇଟିର ସଭାପତି ପ୍ରମୋଦ ସାହୁ ମହିଳା କର୍ମଚାରୀଙ୍କୁ ଯୌନଶୋଷଣ କରିଥିବା ନେଇ ସାଂଘାତିକ ଅଭିଯୋଗ ଆସିଥିଲା। ଏହି ସାଂଘାତିକ କେଳେଙ୍କାରୀର ଅଡିଓ ଟେପ୍ ମଧ୍ୟ ସାମ୍ନାକୁ ଆସିଥିଲା। ଇତି ମଧ୍ୟରେ ପ୍ରମୋଦ କୁମାର ସାହୁଙ୍କ ସହ ବିଜୁ ଜନତା ଦଳର କୌଣସି ସମ୍ପର୍କ ନାହିଁ ଏବଂ ସେ ବହୁ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇ ସାରିଛନ୍ତି ବୋଲି ଏକ ସ୍ପଷ୍ଟୀକରଣ ଆଜି ଦଳ ତରଫରୁ ଜାରି ହୋଇଛି।

