Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ନିଯୁକ୍ତି ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ପଦକ୍ଷେପ : ଟାଟା ଷ୍ଟ୍ରାଇଭ୍‌ ଓ ମହିନ୍ଦ୍ରା ସହ କଲେ ଚୁକ୍ତି
ଆଜିର ଖବର

ଓଡ଼ିଶାରେ ନିଯୁକ୍ତି ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ପଦକ୍ଷେପ : ଟାଟା ଷ୍ଟ୍ରାଇଭ୍‌ ଓ ମହିନ୍ଦ୍ରା ସହ କଲେ ଚୁକ୍ତି

November 4, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଓଡିଶାର ଯୁବ ବର୍ଗଙ୍କ ଦକ୍ଷତା ବୃଦ୍ଧି ଏବଂ ନିଯୁକ୍ତି ଯୋଗାଇବାର ଲକ୍ଷ୍ୟ ନେଇ ଓଡିଶାସରକାରଙ୍କର କୌଶଳ ବିକାଶ ଏବଂ ବୈଷୟିକ ଜ୍ଞାନ ବୃଦ୍ଧି ବିଭାଗ ( ଏସଡିଏଣ୍ଡ ଟିଇ ) ଟାଟା ଷ୍ଟ୍ରାଇଭ ଏବଂ ମହିନ୍ଦ୍ରା ସହ  ଆଜି ଏକ ବୁଝାମଣା ପତ୍ର ସ୍ବାକ୍ଷର କରିଛି। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇଟି ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି। ପ୍ରଥମ ବୁଝାମଣା ପତ୍ର ଡିଟିଇଟି ଏବଂ ଟାଟା ଷ୍ଟ୍ରାଇଭ ମଧ୍ୟରେ ହୋଇଥିଲା। ଏଥିରେ ସରକାରୀ ଆଇଟି ଆଇ ରେ ପଢୁଥିବା ବିଦ୍ୟାର୍ଥୀ ମାନଙ୍କୁ ତାଲିମ ଦେଇ ଇଣ୍ଡଷ୍ଟ୍ରି ମାନଙ୍କର ଚାହିଦା ମୁତାବକ ସେମାନଙ୍କୁ ଯୋଗ୍ୟ କରିବା ପାଇଁ ବିଭିନ୍ନ କୌଶଳ ଶିକ୍ଷା ଦେବାକୁ ବ୍ୟବସ୍ଥା କରାଯିବ। ଜୀବିକା ନିର୍ବାହ ନେଇ ସରକାର ଅଧୀନରେ ଥିବା ୪୯ ଟି ଆଇଟିଆଇ ରେ ପଢୁଥିବା ଛାତ୍ରମାନଙ୍କୁ ତାଲିମ ପ୍ରଦାନ କରାଯିବ। ଏହି ବୁଝାମଣାପତ୍ର ଡି ଟିଇ ଟି ର ନିର୍ଦ୍ଦେଶକ ଶ୍ରୀ ରଘୁ ଜି ଏବଂ ଟାଟା ଷ୍ଟ୍ରାଇଭର ସିଇଓ ଅନିତା ରଞ୍ଜନଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା।

ଅନ୍ୟ ଏକ ବୁଝାମଣାପତ୍ର ଟେକ ମହିନ୍ଦ୍ରା, ବିପିୟୁଟି ଏବଂ ଅଗ୍ରଣୀ ସରକାରୀ ବୈଷୟିକ ମହାବିଦ୍ୟାଳୟ ସିଇଟି ମଧ୍ୟରେ ହୋଇଥିଲା। ଚୁକ୍ତି ମୁତାବକ ମହିନ୍ଦ୍ରା କମ୍ପାନୀ ସିଇଟିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମେସିନ ଲରନିଙ୍ଗକୁ ନେଇ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନା କରିବ। ଏହାଦ୍ବାରା ବିଦ୍ୟାର୍ଥୀ ମାନେ ଏହି ସବୁ ବିଷୟରେ ବିସ୍ତୃତ ଶିକ୍ଷାଲାଭ କରିପାରିବା ସହ ନିଜକୁ ବିଭିନ୍ନ କମ୍ପାନୀ ରେ ନିଯୁକ୍ତି ପାଇବା ଲାଗି ଯୋଗ୍ୟ ହୋଇପାରିବେ ଏହି ଉତ୍କର୍ଷ କେନ୍ଦ୍ରରେ ବର୍ଷକୁ ଉକ୍ତ ବିଷୟ ଗୁଡିକ ରେ ୩୦ଜଣ ବିଦ୍ୟାର୍ଥୀ ତାଲିମ ଲାଭ କରି ପାରିବେ। ଏହି ଚୁକ୍ତି ଟେକ ମହିଦ୍ରାର ମୁଖ୍ୟ ବି କେ ମିଶ୍ର ଓ ସି ଇ ଟି ର ପ୍ରନ୍ସିପାଲ ପ୍ରଫେସର ପି କେ ପାତ୍ର ଏବଂ ବିପିୟୁଟିର ରେଜିଷ୍ଟ୍ରାର ବି ଏସ ବେହେରା ଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା। ତୃତୀୟ ବୁଝାମଣାପତ୍ର ମହିଦ୍ରା ଏବଂ ଇଡୋକ ମଧ୍ୟରେ ଏକ ଫର୍ଚ୍ୟୁନ ୫୦୦ ଗ୍ଲୋବାଲ କଷ୍ଟମର ଙ୍କ ଲାଗି ଏକ ବିପିଓ ପ୍ରତିଷ୍ଠା ଲାଗି ହୋଇଥିଲା। ଏହା ଫର୍ଚ୍ୟୁନ ଟାୱାରରେ ଖୋଲାଯିବ। ଏହି ବିପିଓରେ ଓଡିଶାର ଯୁବକ ଯୁବତୀ ନିଯୁକ୍ତି ପାଇ ପାରିବେ। ଏହି ଚୁକ୍ତିଗୁଡିକ ସ୍ବାକ୍ଷରିତ ହେବା ଅବସରରେ ରୁଷିଆ ରେ ୱାର୍ଲ୍ଡ ସ୍କିଲ କମ୍ପିଟିସନ ରେ ସ୍ଵର୍ଣ୍ଣ ପଦକ ଜିତିଥିବା ଅଶ୍ଵଥ ନାରାୟଣଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଥିବାବେଳେ। ତାଙ୍କ ମେଣ୍ଟର ରଜତ ସାମନ୍ତରାୟ ଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଦିଆଯାଇଥିଲା। ଏହି ସଭାରେ ବୈଷୟିକ ଜ୍ଞାନ ଏବଂ କୌଶଳ ବିକାଶ ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ,ଏମଏସଏମଇ ମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର , ଇଲେକ୍ଟ୍ରୋନିକ ଏବଂ ସୂଚନା ପ୍ରଯୁକ୍ତି  ମନ୍ତ୍ରୀ ତୁଷାରକନ୍ତି ବେହେରା, ଓଏସଡିଏ ଚେୟାରମ୍ୟାନ ସୁବ୍ରୋତ ବାଗଚି ଓ  ବିଭିନ୍ନ ବିଭାଗର ପ୍ରମୁଖ ସଚିବ ମାନେ ମଧ୍ୟ ଉପସ୍ଥିତ ରହିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ ସକାଳୁଆ ସ୍କୁଲ

April 19, 2026

ସାଇବର ଠକେଇ ବନ୍ଦ କରିବ : ‘ଅଭୟ’

April 19, 2026

ଗାଡ଼ି ସାଇଡ୍ ମାରିବାକୁ ନେଇ ତୁମୁଳକାଣ୍ଡ

April 19, 2026

ଯୁବକର ଉନ୍ମତ୍ତକାଣ୍ଡ: ଶାବଳ ମାଡ଼ରେ ଜଣେ ମୃତ

April 19, 2026
Latest News

କଟକରେ ସକାଳୁଆ ସ୍କୁଲ

April 19, 2026

ସାଇବର ଠକେଇ ବନ୍ଦ କରିବ : ‘ଅଭୟ’

April 19, 2026

ଗାଡ଼ି ସାଇଡ୍ ମାରିବାକୁ ନେଇ ତୁମୁଳକାଣ୍ଡ

April 19, 2026

ଯୁବକର ଉନ୍ମତ୍ତକାଣ୍ଡ: ଶାବଳ ମାଡ଼ରେ ଜଣେ ମୃତ

April 19, 2026

ଜଳଭଣ୍ଡାରରେ ବୁଡ଼ି ୨ ନାବାଳାକଙ୍କର ମୃତ୍ୟୁ

April 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.