ଯୁଦ୍ଧାଭ୍ୟାସ ସମୟରେ ଅଭାବନୀୟ ଘଟଣା ଘଟିଛି। ଫଳରେ ଜଣେ ଯବାନଙ୍କର ମୁତ୍ୟୁ ଘଟିଛି। ରାଜସ୍ଥାନର ପୋଖରାନ ନିକଟରେ ଯବାନମାନେ ଗୁରୁବାର ଯୁଦ୍ଧ ଅଭ୍ୟାସ କରୁଥିଲେ। ଏହି ସମୟରେ ଏକ ଟ୍ୟାଙ୍କର ବିସ୍ଫୋରଣ ଘଟିଥିଲା। ପୋଖରାନର ମହାଜନ ଫାଇରିଂ ରେଞ୍ଜରେ ଏହି ଅଭ୍ୟାସ ଚାଲିଥିବା ବେଳେ ଟି-୯୦ ଟ୍ୟାଙ୍କର ବିସ୍ଫୋରଣ ଘଟିଥିଲା।
Author: Samikhsya Bureau
ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ୩ରେ ଶୁକ୍ରବାର ଏକ ସଦିଗ୍ଧ ବ୍ୟାଗ ମିଳିଛି। ଏହାକୁ ନେଇ ବିମାନବନ୍ଦରରେ କର୍ମଚାରୀ ଓ ଯାତ୍ରୀ ଭୟଭୀତ ହୋଇଯାଇଛନ୍ତି। ସଦିଗ୍ଧ ବ୍ୟାଗ ସଂପର୍କୀତ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୋଲିସ ଏହି ବ୍ୟାଗକୁ ନିଜ ନିୟନ୍ତ୍ରଣରେ ନେଇଛି। ବିମାନବନ୍ଦରରେ ସଦିଗ୍ଧ ବ୍ୟାଗ ମିଳିବା ପରେ ଯାତ୍ରୀମାନେ ଭୟଭୀତ ହୋଇଯାଇଛନ୍ତି। ଏହା ପରେ ଟର୍ମିନାଲ-୩ ରାସ୍ତାକୁ ବନ୍ଦ କରାଯାଇଥିଲା। ବ୍ୟାଗ ଭିତରେ କ’ଣ ଅଛି, ତାହା ଜଣାପଡ଼ି ନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।
ସମୀକ୍ଷା ବ୍ୟୁରୋ ଦୀର୍ଘ ବର୍ଷ ଧରି ସ୍ଥାଣୁ ଭାବରେ ପଡି ରହିବା ପରେ ଗତ ନିର୍ବାଚନର ଅଳ୍ପ କେତେମାସ ପୂର୍ବରୁ ଓଡିଶା ପ୍ରଦେଶ କଂଗ୍ରେସ ର ନେତୃତ୍ବ ପରିବର୍ତ୍ତନ ଘଟିଲା। ସେତେବେଳେ ଗୋଟେ ଉତ୍ସାହର ବାତାବରଣ ତିଆରି ହୋଇଥିଲା ö ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଂକୁ ଆଉ ଥରେ ସଭାପତି ଭାବେ ଅଖିଳ ଭାରତ କଂଗ୍ରେସ କମିଟି ନିଯୁକ୍ତି ଦେଇ ଗୋଟେ ନୂଆ ପରିବର୍ତ୍ତନର ବାଟ ଫିଟେଇଥିଲେ ö ହେଲେ ୨୦୧୯ ସାଧାରଣ ନିର୍ବାଚନ ଓ ପରବର୍ତ୍ତୀ ପାଟକୁରା ଓ ବିଜେପୁର ଉପ ନିର୍ବାଚନର ଲଜ୍ଜାଜନକ ପରାଜୟ ପରେ କଂଗ୍ରେସର ଆଉ ବିଶେଷ କିଛି ପରିବର୍ତ୍ତନ ହେବାର ନାହିଁ। ବୋଧେ କଂଗ୍ରେସ ଓଡିଶାରେ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଇ ସାରିଛି! ୧୯୯୮ ମସିହା ପରଠୁ କଂଗ୍ରେସ ଓଡିଶାର ପ୍ରାୟ ସବୁ ନିର୍ବାଚନରେ ପରାଜୟ ବରଣ କରୁଥିଲେ ମଧ୍ୟ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭାବେ ଏହାର ପରିଚୟ ରହି ଆସିଥିଲାö…
DHAKA, Oct. 31 (Xinhua) — Victims are carried to hospital after a gas cylinder exploded in Dhaka, Bangladesh, Oct. 30, 2019. At least five people including four children were killed and 10 more people were injured when a gas cylinder exploded in Dhaka on Wednesday evening, an official said. The gas cylinder exploded when a roadside vendor was inflating balloons. Xinhua/UNI PHOTO-11F
ସମୀକ୍ଷା ବ୍ୟୁରୋ ବାଣପୁର ବ୍ଲକ୍ରେ ବରିଷ୍ଠ ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣା ବେଶ୍ ମହଙ୍ଗା ପଡିଛି ନାଚୁଣୀ କୃଷି ଅଧିକାରୀ ପ୍ରଶାନ୍ତ ମହାପାତ୍ରଙ୍କୁ। କୃଷି ବିଭାଗର ବରିଷ୍ଠ ଅଧିକାରୀଙ୍କୁ ସରକାରୀ କାର୍ଯ୍ୟାଳୟ ମଧ୍ୟରେ ଆକ୍ରମଣ କରିବା ତଥା ଗାଳିଗୁଲଜ କରିବା ଅଭିଯୋଗରେ ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ଦାୟିତ୍ବରୁ ଅବ୍ୟାହତି ଦିଆଯାଇଛି । ତାଙ୍କ ଉପରେ ନ୍ୟସ୍ତ ଥିବା ସମସ୍ତ ପ୍ରଶାସନିକ ଦାୟିତ୍ୱରୁ ତାଙ୍କୁ ଅବ୍ୟାହତି ଦିଆଯିବା ସହିତ ତାଙ୍କୁ ତାଙ୍କ ସମସ୍ତ ପ୍ରଶାସନିକ ଦାୟିତ୍ବକୁ ଯଥାଶୀଘ୍ର ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ରହିଛି। ନାଚୁଣୀ ସହକାରୀ କୃଷି ଅଧିକାରୀ ଭାବରେ ତାଙ୍କର ବ୍ୟବହାର ସହକର୍ମୀଙ୍କ ପାଇଁ ବିପଦପୂର୍ଣ୍ଣ ରହିବା ସହିତ ଚାଷୀମାନଙ୍କ ପ୍ରତି ତାଙ୍କ କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କୁ ଏହି ଦାୟିତ୍ବରୁ ଅବ୍ୟାହତି ଦିଆଯାଇଛି। ସୂଚନାଅନୁସାରେ ଗତ ୨୮ତାରିଖରେ ଡିଏଓ ବିଜୟ କୁମାର ମହାନ୍ତିଙ୍କୁ ନାଚୁଣୀର ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର କାର୍ଯ୍ୟାଳୟରେ ଅନ୍ୟ କର୍ମଚାରୀଙ୍କ ସମ୍ମୁଖରେ ଗାଳିଗୁଲଜ…
Boys with bicycles negotiating flooded road after heavy rains, in Nagercoil, Kanyakumari District of Tamil Nadu on Thursday. UNI PHOTO TK 1 U
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ମୁଖ୍ୟାଳୟ ପାଖ ବଦଳିକୁଡୁମ ଗାଁରେ ଅଭାବନୀୟ ଘଟଣା । ସ୍ୱାମୀଙ୍କ ମୃତ୍ୟୁ ପରେ ଜଣେ ମହିଳା ତାର ଗୋଟିଏ ଝିଅ ଓ ୨ପୁଅ ଅର୍ଥାତ ତିନୋଟି ଛୁଆକୁ ନେଇ ବଦଳିକୁଡୁମ ଗାଁରେ ରହୁଥିଲେ । ଗତକାଲି ତିନି ଛୁଆର ମା କାଠ ଆଣିବା ପାଇଁ ଜଙ୍ଗଲକୁ ଯାଇଥିଲେ । ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଗତ୨ବର୍ଷ ପୂର୍ବରୁ ବାପାର ମୃତ୍ୟୁ ଘଟିଥିବା ବେଳେ ମାର ମୃତ୍ୟୁ ପରେ ଏହି ଛୁଆଗୁଡ଼ିକ ଅନାଥ ହୋଇଯାଇଛନ୍ତି । ୧୦ ବର୍ଷର ଝିଅ, ୫ବର୍ଷ ଓ ୩ ବର୍ଷ ବୟସର ପୁଅ ନିଃସହାୟ। ଗତକାଲି ମାଆଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଛି, ୨ ବର୍ଷ ତଳେ ବାପାଙ୍କୁ ବି ହରାଇଥିଲେ ୩ ପିଲା। ଗତକାଲି ମହିଳାଙ୍କ ମୃତ୍ୟୁ ପରେ ପଡ଼ୋଶୀ କିଛି ଏହି ତିନି ଛୁଆଙ୍କୁ କିଛି ଖାଇବାକୁ ଦେଇଥିଲେ । କିନ୍ତୁ ଆଜି କିଛି ଖାଇବାକୁ ଦେଲେ…
ସମୀକ୍ଷା ବ୍ୟୁରୋ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ଅମର ପଟ୍ଟନାୟକଙ୍କୁ ନୂତନ ଦାୟିତ୍ବ ପ୍ରଦାନ କରାଯାଇଛି। ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଯାଚିକା ଓ ସଦସ୍ୟ କମିଟି ଏବଂ ନ୍ୟାୟିକ କମିଟିର ମୁଖ୍ୟ ଭାବରେ ଦାୟିତ୍ବ ପ୍ରଦାନ କରାଯାଇଛି। ଏହା ସହିତ ଅମର ପଟ୍ଟନାୟକଙ୍କୁ ଅଧସ୍ତନ ସଂସଦୀୟ କମିଟିର ମୁଖ୍ୟ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି।
Congress President Sonia Gandhi paying floar tributes to former prime minister Indira Gandhi on her death anniversary at the Indira Gandhi Memorial, in New Delhi on Thursday. UNI PHOTO-77U
President Ram Nath Kovind, Union Home Minister Amit Shah, Minister of Housing and Urban Affairs Hardeep Singh Puri and Delhi Lt. Governor Anil Baijal paying floral tributes at the statue of Sardar Vallabhbhai Patel on the occasion of his birth anniversary being observed as the Rashtriya Ekta Diwas (National Unity Day) at Sardar Patel Chowk, Sansad Marg, in New Delhi on Thursday. UNI PHOTO-87U
ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ବିରୋଧରେ ଚାଲିଥିବା ଗୁପ୍ତଚର ମାମଲାରେ ଆଇସିଜେ ପାକିସ୍ତାନକୁ ସମାଲୋଚନା କରିଛନ୍ତି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଭିଏନା ରାଜିନାମାର ଅନୁଚ୍ଛେଦ 36 ଅନୁଯାୟୀ କୌଣସି ବନ୍ଦୀଙ୍କୁ କାଉନ୍ସେଲାର ଆକ୍ସେସ୍ ପ୍ରଦାନ କରାଯିବା ଉଚିତ୍ ଥିଲା । ମାତ୍ର ପାକିସ୍ତାନ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ କରିବା ସହିତ କୁଳଭୂଷଣଙ୍କୁ ଏହି ସେବା ଯୋଗାଇନଥିଲା । 2016 ମସିହାରେ ଗୁପ୍ତଚର ବୃତ୍ତି ଅଭିଯୋଗରେ ବେଲୁଚିସ୍ତାନରୁ କୁଳଭୂଷଣଙ୍କୁ ଗିରଫ କରାଯାଇ ଫାଶୀ ଦଣ୍ଡାଦେଶ ପ୍ରଦାନ କରାଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଭାରତ ଆଇସିଜେର ଦ୍ବାରସ୍ଥ ହେବା ପରେ ମାମଲାର ରାୟ ଭାରତ ସପକ୍ଷରେ ଯାଇଥିଲା । 15-1 ବ୍ୟବଧାନରେ ଆଇସିଜେଙ୍କ ରାୟ ଭାରତ ସପକ୍ଷରେ ଆସିଥିଲେ ମଧ୍ୟ କୁଳଭୂଷଣଙ୍କୁ ମୁକ୍ତ କରିନଥିଲା ପାକିସ୍ତାନ ।
୬ ଥର ବିଶ୍ବ ଚାମ୍ପିୟନ୍ ଏମ୍ ସି ମେରୀକମ୍ଙ୍କୁ ୨୦୨୦ ଟୋକିଓ ଅଲମ୍ପିକ୍ସ ନିମନ୍ତେ ବ୍ରାଣ୍ଡ ଆମ୍ବାସାଡର ଘୋଷଣା କରାଯାଇଛି। ୫ ଜଣ ଲେଖାଏଁ ପୁରୁଷ ଏବଂ ମହିଳା କ୍ରୀଡାବିତ୍ଙ୍କୁ ମନୋନୀତ କରାଯାଇଥିବା ବେଳେ ଏସିଆ ମହାଦେଶର ଆମ୍ବାସାଡର ଭାବରେ ମେରୀକମ୍ଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଆଇଓସି ପକ୍ଷରୁ ଗୁରୁବାର ଏହି ଦଶ ଜଣିଆ ଆମ୍ବାସାଡର ଦଳ ଘୋଷଣା କରାଯାଇଛି। ଏହି ଘୋଷଣା ପରେ ଆଇଓସିକୁ ଧନ୍ୟବାଦ ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମେରୀ କମ୍ ନିକଟରେ ସମାପିତ ବିଶ୍ବ ବକ୍ସିଂ ଚାମ୍ପିୟନ୍ସିପ୍ରେ ବ୍ରୋଞ୍ଜ ପଦକ ହାସଲ କରିବା ସହିତ ନିଜର ଅଷ୍ଟମ ପଦକ ହାସଲ କରିଥିଲେ।
ରାଉରକେଲା କୁଆଁରମୁଣ୍ଡା ଥାନା ଅନ୍ତର୍ଗତ ଏକ ଘଞ୍ଚ ଜଙ୍ଗଲରେ ଦୁଇ ଜଣ ଯୁବତୀଙ୍କ ଦୁଷ୍କର୍ମ ଉଦ୍ୟମ ହୋଇଛି । ଜଣେ ଯୁବତୀଙ୍କ ସହିତ ଗଣ ଦୁଷ୍କର୍ମ କରାଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆଇଜିଏଚ୍ରେ ଭର୍ତ୍ତି କରାଯାଇଛି । ଏ ନେଇ ଯୁବତୀଙ୍କ ପରିବାର ପକ୍ଷରୁ କୁଆଁରମୁଣ୍ଡା ଥାନାରେ ଏତଲା ଦିଆଯାଇଛି । ଅନ୍ୟପକ୍ଷରେ ଆଉ ଜଣେ ଯୁବତୀଙ୍କ ସହିତ ଅଭିଯୁକ୍ତମାନେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ମାତ୍ର ସୌଭାଗ୍ୟବଶତଃ ସେ ଦୁର୍ବୃତ୍ତଙ୍କ କବଳରୁ ଖସି ପଳାଇ ଆସିଥିବା ସୂଚନା ମିଳିଛି । ପୋଲିସ ମାମଲାର ଖୋଳତାଡ଼ କରି ୩ ଜଣଙ୍କୁ ଗିରଫ କରିଛି ।
ସମୀକ୍ଷା ବ୍ୟୁରୋ ଏଣିକି ଟ୍ଵିଟରରେ ରାଜନୈତିକ ବିଜ୍ଞାପନ ଛପାଯିବ ନାହିଁ। ନଭେମ୍ବର ୨୨ରୁ ଟ୍ଵିଟର ଏହି ନିୟମ ଲାଗୁ କରିବ। କମ୍ପାନୀର ମୁଖ୍ୟ ଅଧିକାରୀ ଜ୍ୟାକ ଡର୍ସି ଅଧିକାରିକ ଆକାଉଣ୍ଟରେ ଏହି ବିଷୟରେ ସୂଚନା ଦେଇଛନ୍ତି । ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚରେ ସୋସିଆଲ ମିଡିଆ ନିର୍ବାଚନରେ ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲା । ୨୦୧୪ରେ ବିଜେପି ସୋସିଆଲ୍ ମିଡିଆର ବହୁଳ ଉପଯୋଗ କରିଥିଲା । ସେହିପରି ୨୦୧୬ରେ ହୋଇଥିବା ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ସୋସିଆଲ୍ ମିଡିଆକୁ ବହୁଳ ବ୍ୟବହାର କରାଯାଇଥିଲା । ଏଥିପାଇଁ ବିଶ୍ବସ୍ତରରେ ରାଜନୈତିକ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇଛି । ବିଜ୍ଞାପନ ଜରିଆରେ ଲୋକଙ୍କ ନିକଟରେ ବାର୍ତ୍ତା ପହଁଚିବା ଉଚିତ୍ ସେମାନଙ୍କୁ କିଣାଯିବା ଉଚିତ୍ ନୁହେଁ। କମରସିଆଲ ବିଜ୍ଞାପନଦାତାଙ୍କ ପାଇଁ ଇଣ୍ଟରନେଟ୍ ଏବଂ ବିଜ୍ଞାପନ ବହୁ ପ୍ରଭାବଶାଳୀ। ଏହା ରାଜନୀତି ପାଇଁ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହା ଜରିଆରେ ଭୋଟରଙ୍କୁ ପ୍ରଭାବିତ କରି…
ହଲିଉଡ୍ର ଚର୍ଚ୍ଚିତ ଗାୟିକା କେଟୀ ପେରୀଙ୍କ ନାମରେ ଦେଢ ଲକ୍ଷ ଟଙ୍କାର ମାନହାନି ମାମଲା ଦାୟର କରାଯାଇଛି । 2016ରେ ଆମେରିକୀୟ ରାଷ୍ଟ୍ରପତି ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରିଥିବା ହିଲାରୀ କ୍ଲିଣ୍ଟନଙ୍କ ପରି ପୋଷାକ ପିନ୍ଧିବା କାରଣରୁ କେଟୀଙ୍କ ନାମରେ ଏହି ମାମଲା ଦାୟର କରାଯାଇଛି । 2014ର ଏକ ହାଲୋଇନ୍ ପରିପାଟୀରେ କେଟୀ ଏହି ପୋଷାକ ପିନ୍ଧିଥିଲେ । ଦୀର୍ଘ 5 ବର୍ଷ ପରେ ଏହି ଫଟୋକୁ ନେଇ ବିବାଦ ଦେଖାଦେଇଛି । ହିଲାରୀଙ୍କ ଜନୈକ ପ୍ରଶଂସକ ଗୁରୁବାର କେଟୀଙ୍କ ନାମରେ ଏହି ମାମଲା ରୁଜୁ କରିଛନ୍ତି । ଫଟୋଟିକୁ ଜନୈକ ପାପାରାଜି ଉଠାଇଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଗିଗି ହାଦିଦିଙ୍କ ନାମରେ ମଧ୍ୟ ଏକ ମାନହାନି ମାମଲା ଦାୟର କରାଯାଇଥିଲା ।
କେଦାର ମିଶ୍ର ଜାତି ଯେତେବେଳେ ତାର ଅନ୍ୟତମ ବିଶ୍ଵକର୍ମା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ତାଙ୍କର ୧୪୫ତମ ଜୟନ୍ତୀ ଦିବସର ଶ୍ରଦ୍ଧାଞ୍ଜଳି ଜଣାଉଛି, ସେତେବେଳେ ଦେଶର ଶାସକ ବର୍ଗ ପଟେଲଙ୍କର ଆଦର୍ଶ ଓ ବିଶ୍ଵାସ ବିରୋଧରେ ପଟେଲଙ୍କୁ ହିଁ ଠିଆ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ପଟେଲଙ୍କୁ ବଡ ଦେଖାଇବାକୁ ଯାଇ ତାଙ୍କର ସହଯୋଗୀ ଏବଂ ପ୍ରିୟତମ ବନ୍ଧୁ ପଣ୍ଡିତ ଜୱାହରଲାଲ ନେହେରୁଙ୍କୁ ଛୋଟ ଦେଖାଇବାର ଉଦ୍ୟମ କରୁଛନ୍ତି। ଆଜି ପଟେଲଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ତାଙ୍କ ପାଇଁ ସବୁଠୁ ବଡ ଶ୍ରଦ୍ଧାଞ୍ଜଳି। ସେହିପରି ଓଡିଶାରେ ଭାଷଣ ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି- ପଟେଲ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ, ଦେଶ କୁଆଡେ ଆରମ୍ଭରୁ ମୋଦୀଙ୍କ ନେତୃତ୍ଵ ଭଳି ଅଗ୍ରଗତି କରିଥାନ୍ତା! ଏ ଦୁଇଟି ଯାକ ବକ୍ତବ୍ୟ ଇତିହାସର ବିକୃତି ଓ ଦୁଇଜଣ…
ଅଷ୍ଟ୍ରେଲୀୟ କ୍ରିକେଟର ଗ୍ଲେନ୍ ମ୍ୟାକ୍ସଓ୍ବେଲ କ୍ରିକେଟରୁ ସାମୟିକ ଅବ୍ୟାହତି ନେଇଛନ୍ତି । ମାନସିକ ଦୁଶ୍ଚିନ୍ତା କାରଣରୁ ମ୍ୟାକ୍ସଓ୍ବେଲ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଶ୍ରୀଲଙ୍କା ବିପକ୍ଷ ଟି 20 ସିରିଜ୍ର ପ୍ରଥମ ମ୍ୟାଚ୍ରେ ମ୍ୟାକ୍ସଓ୍ବେଲ୍ 62 ରନ୍ ସଂଗ୍ରହ କରିଥିବା ବେଳେ ମାନଶିକ ଦୁଶ୍ଚିନ୍ତା କାରଣରୁ ସିରିଜ୍ର ଅବଶିଷ୍ଟ ମ୍ୟାଚ୍ରୁ ନିଜକୁ ଦୂରେଇ ଦେଇଛନ୍ତି । ନିଜର ମାନସିକ ସନ୍ତୁଳନ ସଠିକ୍ କରିବା ପାଇଁ ମ୍ୟାକ୍ସଓ୍ବେଲ କ୍ରିକେଟରୁ କିଛି ଦିନ ଦୁରେଇ ରହିବାର ନିଷ୍ପତ୍ତି ନେଇଛନ୍ତି ବୋଲି କ୍ରିକେଟ ଅଷ୍ଟ୍ରେଲିଆ ମେଣ୍ଟାଲ କଣ୍ଡିସନିଂ କୋଚ୍ ମାଇକେଲ ଲୟଡ୍ ସୂଚନା ଦେଇଛନ୍ତି ।
ମହାରାଷ୍ଟ୍ରରେ ସରକାର ଗଠନ ନେଇ ଛକାପଞ୍ଝା ଚାଲିଥିବା ଭିତରେ ଆଜି ଶିବସେନାର ବିଧାୟକ ଦଳର ବୈଠକ ହୋଇଛି । ଏହି ବୈଠକରେ ଏକନାଥ ସିନ୍ଦେଙ୍କୁ ବିଧାନସଭାର ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି । ପୂର୍ବରୁ ଆଦିତ୍ୟ ଠାକ୍ରେଙ୍କୁ ନେତା କରିବା ନେଇ ଅନୁମାନ କରାଯାଉଥିଲା । ଓ୍ବର୍ଲି ଆସନରୁ ବିଜୟୀ ହୋଇଥିବା ଆଦିତ୍ୟ ଠାକ୍ରେ ଏକନାଥ ସିନ୍ଦେଙ୍କ ନାମକୁ ପ୍ରସ୍ତାବ ରଖିଥିଲେ । ଏତଦ୍ବ୍ୟତୀତ ଦଳ ତରଫରୁ ସୁନୀଲ୍ ପ୍ରଭୁଙ୍କୁ ବିଧାନସଭାର ଚିଫ୍ ହ୍ବିପ୍ ରୂପେ ମଧ୍ୟ ମନୋନୀତ ହୋଇଛନ୍ତି। ବୈଠକ ପରେ ଶିବସେନାର ବିଧାୟକମାନେ ରାଜ୍ୟପାଳଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ବୈଠକ ପରେ ଶିବସେନାର ସଞ୍ଜୟ ରାଉତ କହିଛନ୍ତି ଯେ, ଆମେ ଆମ ଦାବିରୁ ପଛକୁ ହଟିନାହୁଁ , କିନ୍ତୁ ଆମର ବନ୍ଧୁ (ବିଜେପି) ନିଜ ପ୍ରତିଶ୍ରୁତିରୁ ପଛକୁ ହଟିଛନ୍ତି । ନିର୍ବାଚନର ପରିଣାମ ପରେ ଶିବସେନା ବିଜେପି ସହିତ…
ଆଇଏନଏକ୍ସ ମିଡିଆ ମାମଲାରେ ତିହାର ଜେଲ୍ରେ ବନ୍ଦୀ ଭାବରେ ଅବସ୍ଥାନ କରୁଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ଙ୍କ ସ୍ବାସ୍ଥ୍ୟାବସ୍ଥାର ରିପୋର୍ଟ ମାଗିଛନ୍ତି । ନିକଟରେ ଚିଦାମ୍ବରମଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଶୁକ୍ରବାର ସୁଧା ଚୂଡାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଏମ୍ସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ସୋମବାର ଦିନ ପେଟ ଯନ୍ତ୍ରଣା କାରଣରୁ ଚିଦାମ୍ବରମଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଚିଦାମ୍ବରମଙ୍କୁ ବର୍ତ୍ତମାନ ତିହାର ଜେଲକୁ ସ୍ଥାନାନ୍ତର କରାଯାଇଛି । ଇଡିର ଆବେଦନ ଖାରଜ ହେବା ପରେ ଚିଦାମ୍ବରମଙ୍କୁ ତିହାର ସ୍ଥାନାନ୍ତର କରାଯାଇଛି ।
ଆଜି ଜମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଓଡିଆ ପୁଅ ଗିରୀଶ ମୁର୍ମୁ ଶପଥ ନେଇଛନ୍ତି। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ଜମ୍ମୁକାଶ୍ମୀରର ମୁଖ୍ୟ ବିଚାରପତି। ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ରାଜ୍ୟକୁ ପ୍ରଥମ ଉପରାଜ୍ୟପାଳ ମିଳିଛି। ଗିରୀଶ ଚନ୍ଦ୍ର ମୁର୍ମୁ ହେଉଛନ୍ତି ମୟୂରଭଞ୍ଜ ବେତନଟୀର ମୂଳବାସିନ୍ଦା। ସେ ୧୯୮୫ ବ୍ୟାଚର ଗୁଜରାତ କ୍ୟାଡରର ଆଇଏଏସ ଅଫିସର। ଉପରାଜ୍ୟପାଳ ନିଯୁକ୍ତ ହେବା ପୂର୍ବରୁ ସେ ଅର୍ଥ ବିଭାଗର ବ୍ୟୟ ସଚିବ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଖ୍ୟମନ୍ତ୍ରୀ ସମୟରେ ସେ ଗୁଜରାତର ପ୍ରମୁଖ ସଚିବ ଥିଲେ। ଉଲ୍ଲେଖଯୋଗ୍ୟ, ଧାରା ୩୭୦ ଉଚ୍ଛେଦ ରାଜ୍ୟ ପୁନର୍ଗଠନ ପୂର୍ବକ ଜାମ୍ମୁ-କାଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶ ହୋଇଛି।

