ସମୀକ୍ଷା ବ୍ୟୁରୋ ଆଜି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ରାୟଗଡା ଜିଲ୍ଲା ପରିଦର୍ଶନ କରିଛନ୍ତି। ଉଦୟପୁର ସ୍କୁଲରେ ସେ ଛାତ୍ରଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ହେଲେ କୌଣସୀ ଆଶାନୁରୂପକ ଉତର ମିଳିପାରି ନଥିଲା। ଏଥିରେ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ ମଧ୍ୟ ସେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଉଦୟପୁର ସ୍କୁଲର ପ୍ରଧାନ ଶିକ୍ଷକ ମହେନ୍ଦ୍ର ବିଭାରଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସହକାରୀ ଶିକ୍ଷୟିତ୍ରୀ ସୁଜ୍ଞାନୀ ପ୍ରଧାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସେହିପରି ଏବିଇଓ ଓ ସିଆରସିସିଙ୍କୁ ମଧ୍ୟ ସୋ କଜ୍ ନୋଟିସ ପଠାଯାଇଛି।
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଆସାମୀକୁ ଗିରଫ ଦାବିରେ ଆଜି ଶତାଧିକ ମହିଳା ବାଣପୁର ଥାନା ଘେରାଉ କରିଛନ୍ତି। ନରେନ୍ଦ୍ରପୁର ପଞ୍ଚାୟତର ବଡସିରେଇପୁର ଗ୍ରାମର ଶତାଧିକ ମହିଳା ଆସାମୀକୁ ଗିରଫ କରିବା ପାଇଁ ଦାବି କରିବା ସହିତ ଥାନା ପରିସରରେ ଧାରଣା ଦେଇ ପ୍ରତିବାଦ ଜଣାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ବଡ଼ସିରେଇପୁର ଗ୍ରାମର ଚାରିଭାଇ ବେଆଇନ୍ ଭାବରେ ମଦ ବିକ୍ରି କରି ଆସୁଥିଲେ। ଏହାକୁ ନେଇ ଗ୍ରାମବାସୀଙ୍କ ତରଫରୁ ତାଙ୍କୁ ବାରଣ କରାଯାଇଥିଲା। ଏପରିକି ଏହି ଚାରିଭାଇଙ୍କୁ ଗ୍ରାମସଭାରେ ଏପରି କାର୍ଯ୍ୟ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା କିନ୍ତୁ ଏହି ଚାରି ଭାଇଯାକ ଗ୍ରାମବାସୀଙ୍କ ନିଷ୍ପତ୍ତିକୁ ଅମାନ୍ୟ କରିବା ସହିତ ଗ୍ରାମସଭା କମିଟିର ସଦସ୍ୟ ପ୍ରଭାକର ମହାରଣାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ପ୍ରଭାକରଙ୍କୁ ବାଣପୁର ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟବସ୍ଥା ଅବନତି ଆଡକୁ ଗତି କରୁଥିବାବେଳେ ତାଙ୍କୁ ଭୁବନେଶ୍ବର ହସ୍ପିଟାଲ୍କୁ ସ୍ଥାନନ୍ତରିତ କରାଯାଇଥିଲା। ଦୀର୍ଘ ୨୨ ଦିନ କାଳ…
ଶୁକ୍ରବାର ଦିନ ଦିଲ୍ଲୀଏନ୍ସିଆରରେ ହେଲ୍ଥ ଇମରଜେନ୍ସି ଜାରି କରିଛନ୍ତି। ଏଥିସହିତ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଯାଇଛି। ସୂଚନାଯୋଗ୍ୟ, ଗୁରୁବାର ରାତିରେ ଦିଲ୍ଲୀ-ଏନ୍ସିଆରରେ ବାୟୁର ଗୁଣବତ୍ତା ଖରାପ ହେବା ସହ ଗମ୍ଭୀର ସ୍ତରରେ ପହଞ୍ଚିଛି। ପ୍ରଥମଥର ପାଇଁ ଏପରି ଗମ୍ଭୀର ଅବସ୍ଥା ତଥା ‘ଜରୁରୀସ୍ଥିତିରେ ପହଞ୍ଚିଛି ବୋଲି ପ୍ରଦୂଷଣ ନିୟନ୍ତ୍ରଣ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏନେଇ ପରିବେଶ ପ୍ରଦୁଷଣ ପ୍ରାଧିକରଣର ଅଧ୍ୟକ୍ଷ ଉତ୍ତରପ୍ରଦେଶ, ହରିୟାଣା ଓ ଦିଲ୍ଲୀର ମୁଖ୍ୟ ସଚିବଙ୍କୁ ଚିଠି ଲେଖଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି, ବାୟୁ ପ୍ରଦୁଷଣ ସମସ୍ତଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଥିବା ବେଳେ ବିଶେଷ ଭାବରେ ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଉଛି। ଏଥିସହ ସେ ଶୀତ ଋତୁରେ ବାଣ ନ ଫୁଟାଇବା ପାଇଁ କଟକଣା ଜାରି କରିଛନ୍ତି। ଦିଲ୍ଲୀ ସରକାର ଆଜି ଦିଲ୍ଲୀର ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ୫୦ ଲକ୍ଷ ମାସ୍କ ବଣ୍ଟନ…
ନୀଳନୟନା ଐଶ୍ବର୍ଯ୍ୟା ରାୟ ଆଜି ୪୬ ବର୍ଷ ବୟସରେ ପାଦ ଦେଇଛନ୍ତି । ବିଶ୍ବସୁନ୍ଦରୀ ଐଶ୍ବର୍ଯ୍ୟା ୧୯୭୩ ନଭେମ୍ବର ୧ ତାରିଖରେ କର୍ଣ୍ଣାଟକର ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ। ହୋଇଥିଲା । ପିଲାଟି ଦିନୁ ଜଣେ ମେଧାବୀ ଛାତ୍ରୀ ରହିଥିଲେ ଐଶ୍ୱର୍ଯ୍ୟା। କିନ୍ତୁ ମଡେଲିଂ ଜଗତକୁ ଆସିବା ପରେ ପାଠ ପଢା ଅଧାରେ ଛାଡିଥିଲେ। ୧୯୯୪ରେ ବିଶ୍ୱ ସୁନ୍ଦରୀ ମୁକୁଟ ବିଜୟୀ ହୋଇଥିଲେ ସେ। ୧୯୯୭ ଫିଲ୍ମମେକର୍ ମଣିରତ୍ନମ ତାଙ୍କୁ ତାମିଲ ଫିଲ୍ମ ‘ଇରୁଭର’ରେ ପ୍ରଥମେ ଅଭିନୟର ସୁଯୋଗ ଦେଇଥିଲେ। ସେହିବର୍ଷ ଐଶ୍ୱର୍ଯ୍ୟା ଚଳଚ୍ଚିତ୍ର ‘ଔର୍ ପ୍ୟାର୍ ହୋ ଗୟା‘ ଜରିଆରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପାଦ ଦେଇଥିଲେ। କିନ୍ତୁ ୧୯୯୯ ମସିହାରେ ଆସିଥିବା ସଞ୍ଜୟ ଲୀଳା ଭନ୍ସାଲୀଙ୍କ ‘ହମ୍ ଦିଲ୍ ଦେ ଚୁକେ ସନମ୍’ରେ ତାଙ୍କୁ ଲୋକପ୍ରିୟତା ମିଳିଥିଲା । ପରେ ପରେ ସେ ‘ଦେବଦାସ’, ’ମୋହବତେଁ’, ‘ରେନକୋଟ୍’, ’ତାଲ୍’, ‘ଗୁରୁ’, ’ରାବଣ୍’, ‘ଢାଇ ଅକ୍ଷର ପ୍ରେମ କୀ’, ‘ଦିଲ୍ କା…
ଝାଡଖଣ୍ଡ ବିଧାନସଭା ନିର୍ବାଚନକୁ ନେଇ ଶୁକ୍ରବାର ନିର୍ବାଚନ କମିଶନ ତାରିଖ ଘୋଷଣା କରିବେ। ଅପରାହ୍ନ ୪ଟା ୩୦ରେ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ଏହି ତାରିଖ ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ରାଜ୍ୟରେ ନିର୍ବାଚନ ଆଚାର ସଂହିତା ଲାଗୁ କରାଯିବ। ଝାରଖଣ୍ଡର ବିଧାନସଭା କାର୍ଯ୍ୟକାଳ ଜାନୁଆରୀ ୫, ୨୦୨୦ରେ ସମ୍ପୂର୍ଣ୍ଣ ହେବାକୁ ରହିଛି । ଏହା ପୂର୍ବରୁ ନୂତନ ସରକାର ଗଠନ କରାଯିବ । ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ୍ ଆରୋଡା ଆଜି ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିବେ । ଝାରଖଣ୍ଡରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ନେତୃତ୍ବରେ ବିଜପି ଲଗାତର ଦ୍ବିତୀୟ ଥର ପୂର୍ଣ୍ଣ ବହୁମତ ସହିତ ପୁଣିଥରେ କ୍ଷମତାସୀନ ହେବା ପାଇଁ ଆଶା ରଖିଛି । ଚଳିତ ଲୋକସଭା ନିର୍ବାଚନର ପରିଣାମକୁ ଦେଖି ଦଳ ରାଜ୍ୟରେ ମିଶନ ୬୫+ର ଟାର୍ଗେଟ୍ ରଖିଛି । ବିଜେପି ଓ ଏଜେଏସ୍ୟୁ ମିଳିତ ଭାବରେ ନିର୍ବାଚନ ମଇଦାନ ଓହ୍ଲାଇବେ ବୋଲଇ…
ଆଜିଠାରୁ ରନ୍ଧନ ଗ୍ୟାସ୍ ସିଲିଣ୍ଡରରେ ଦର ବୃଦ୍ଧି କରାଯାଇଛି। ଚଳିତ ମାସ ପହିଲାରେ ହିଁ ଏଚପିସିଏଲ, ବିପିସିଏଲ ଓ ଆଇଓସି ପକ୍ଷରୁ ଏହି ଜାରି କରାଯାଇଥିବା ଗ୍ୟାସ ସିଲିଣ୍ଡରର ନୂତନ ମୂଲ୍ୟ ୭୬.୫ ଟଙ୍କା ବୃଦ୍ଧି କରାଯାଇଛି। ଆଜି ଠାରୁ ଗ୍ୟାସ ସିଲିଣ୍ଡର ଉପରେ ଏହି ନୂତନ ବର୍ଦ୍ଧିତ ଦର ଲାଗୁ ହୋଇଛି। ଲଗାତର ୩ମାସ ହେଲା ଏଲପିଜି ଗ୍ୟାସରେ ଦର ବୃଦ୍ଧି ଘଟିଛି। ୧୪.୨କିଲୋ ଘରୋଇ ଗ୍ୟାସ ସିଲିଣ୍ଡର ଉପରେ ୭୬.୫ଟଙ୍କା ବୃଦ୍ଧି ଘଟି ୬୮୧.୫୦ ଟଙ୍କା ହୋଇଛି ଯାହା ଅକ୍ଟୋବରରେ ୬୦୫ ଟଙ୍କା ରହିଥିଲା। ସେହିପରି କମର୍ସିଆଲ ସିଲିଣ୍ଡର ଉପରେ ୧୧୯ ଟଙ୍କା ଦର ବୃଦ୍ଧି ପାଇଛି। ଫଳରେ ବର୍ତ୍ତମାନ ଏହି କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୧୨୦୪ଟଙ୍କା।
ସମୀକ୍ଷା ବ୍ୟୁରୋ କଟକ ବାଲିଯାତ୍ରାକୁ ସରକାରୀ ମାନ୍ୟତା ଦିଆଯିବ। କଟକ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ପର୍ବ ଭାବେ ମଧ୍ୟ ପାଳନ କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ବାଲିଯାତ୍ରା ପ୍ରସ୍ତୁତି ବୈଠକରେ ଆଲୋଚନା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ବାଲିଯାତ୍ରାକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହଯୋଗ କରାଯିବ। ନଗର ଉନ୍ନୟନ, ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ ସହଯୋଗ ଦିଆଯିବ ବୋଲି ବୈଠକ ପରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ସୂଚନା। ବାଲିଯାତ୍ରାକୁ ସରକାରୀ ମାନ୍ୟତା ପାଇଁ ନିର୍ଦ୍ଦେଶନାମା ଜାରି ହେବ।
PARIS, Nov. 1 (Xinhua) — Rafael Nadal of Spain hits a return during the singles third round match against Stan Wawrinka of Switzerland at the Rolex Paris Masters 1000 held at the AccorHotels Arena in Paris, France, Oct. 31, 2019. Xinhua/UNI PHOTO-3F
ସମୀକ୍ଷା ବ୍ୟୁରୋ ବିଶ୍ବପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟ ମନ୍ଦିରର ପରିଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଛି। ପର୍ଯ୍ୟଟକଙ୍କ ଏହି ନିୟମରେ ପରିବର୍ତ୍ତନ କରାଯାଇଛି। ଆଜିଠାରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ଖୋଲା ରହିବ। ସେହିପରି ସନ୍ଧ୍ୟା ୭ଟା ପରିବର୍ତ୍ତେ ସନ୍ଧ୍ୟା ୬ଟା ୩୦ ଯାଏ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ଚାଲିବ ବୋଲି ସୂଚନା ରହିଛି। ଏହି ନୂତନ ନିୟମ ଆଜିଠାରୁ ଫେବୃଆରୀ ୨୮ ତାରିଖ ଯାଏ ଲାଗୁ ହୋଇଛି। ପୂର୍ବରୁ ସନ୍ଧ୍ୟା ୭ଟାରୁ ଲାଇଟ୍ ଆଣ୍ଡ ସାଉଣ୍ଡର ଡବଲ୍ ଶୋ’ ହେଉଥିଲା।
କେଦାର ମିଶ୍ର ଓଡିଶା ସରକାରଙ୍କ “ଫାଇଭ ଟି” ଓ “ମୋ ସରକାର” ବ୍ୟବସ୍ଥାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ବିଶେଷ କରି ଏହାକୁ ନେଇ କେତେଜଣ ପୂର୍ବତନ ବରିଷ୍ଠ ସରକାରୀ ଅଧିକାରୀଙ୍କ ପ୍ରତିକ୍ରିୟା ବେଶ ମନୋରଞ୍ଜନଧର୍ମୀ ମାନେ ହେଉଛି। ସେମାନଙ୍କୁ ଲାଗୁଛି, ଏ ବ୍ୟବସ୍ଥା ସବୁବେଳେ ପ୍ରଶାସନର ଅଂଶ ହୋଇ ରହିଥିଲା, ଏହାକୁ ନେଇ ଏତେ ନାଟକବାଜିର ଆବଶ୍ୟକତା କଣ। ଠିକ କଥା, ଏକ ସାଧାରଣ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ଏତେ ପ୍ରଚାର ଅପପ୍ରଚାର କାହିଁକି? ଏହା ଯଦି ଏକ ସାଧାରଣ ପ୍ରଶାସନିକ ପ୍ରକ୍ରିୟା, ତାକୁ ତା ବାଟରେ ଚାଲିବାକୁ ଦିଆଯାଉ। ଯଦି ସେଥିରେ କିଛି ଭୁଲ ତ୍ରୁଟି ଅଛି ତାର ଆଲୋଚନା ହେଉ। ତାହା ନ କରି, ପୁରା ବ୍ୟବସ୍ଥାକୁ ନେଇ ନାକ ଟେକିବାର ମାନେ କଣ? ତେବେ ଏ ସମ୍ପର୍କରେ ସବୁଠୁ ରୋଚକ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ଵର ଲୋକସଭା ସଦସ୍ୟ ତଥା ପୂର୍ବତନ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ।…
ସମୀକ୍ଷା ବ୍ୟୁରୋ କେନ୍ଦ୍ରାପଡ଼ା ତାଳଚୁଆରେ ବିରଳ ପ୍ରଜାତିର ମୟୂର ମାଛ ମିଳିଛି। ମାଛଟିର ମୂଲ୍ୟ କିଲୋ ପ୍ରତି ପ୍ରାୟ ୧୦ ହଜାର ଟଙ୍କା ହେବ। ଏହାର ଓଜନ ୨୦ କେଜି ହୋଇଥିବାରୁ ଏହାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ମୂଲଚାଲ ହୋଇଛି। ଦୀଘାରେ ଏହି ମାଛ ବିକ୍ରି କରାଯିବା ନିମନ୍ତେ କଥାବାର୍ତ୍ତା ଶେଷ ହୋଇଥିବା ବେଳେ ଏହାକୁ ଧାମରା ପଠାଇ ଦିଆଯାଇଛି।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରିଣାମ ଆସିବାର ଆଠ ଦିନ ହୋଇଗଲାଣି। କିନ୍ତୁ ଏଠାରେ ସରକାର ଗଠନ କରିବାକୁ ନେଇ ସଂଶୟ ଏବେବି ରହିଛି। ଏଠାରେ ଶିବସେନା – ବିଜେପି ମେଣ୍ଟ ସରକାର ଗଠନ ହେବାକୁ ଥିବାବେଳେ ମେଣ୍ଟରେ ମତପାର୍ଥକ୍ୟ ଦେଖାଦେଇଛି। ଶିବସେନା ନିଜ ସର୍ତ୍ତ ମୁତାବକ ୫୦ -୫୦ ଫର୍ମୁଲାକୁ ନେଇ ଅଡି ବସିଛନ୍ତି। ବିଜେପି ବିଧାୟକ ଦଳର ନେତା ଭାବେ ଦେବେନ୍ଦ୍ର ଫଡ୍ନବୀସ୍ ହୋଇଥିବାବେଳେ ଶିବସେନା ବିଧାୟକ ଭାବେ ଏକନାଥ ସିନ୍ଧେ ନିର୍ବାଚିତ ହୋଇଛନ୍ତି। ତେବେ ମିଳିଥିବା ସୂଚନା ଅନୁସାରେ ଶିବସେନା ସଞ୍ଜୟ ରାଉତ ଗତକାଲି ଏନସିପି ପ୍ରମୁଖ ଶରଦ ପାଓ୍ବାରଙ୍କ ସହିତ ସାକ୍ଷାତ କରିଛନ୍ତି। ଅବଶ୍ୟ ଏହି ସାକ୍ଷାତକୁ ଦିପାବଳୀ ଅବସରରେ ସୌଜନ୍ୟମୂଳକ କହିଥିବାବେଳେ ଏଥିରେ କିଛି ରାଜନୀତିର ଗନ୍ଧ ଜଣାପଡୁଛି। ବିଜେପି ସହିତ କ୍ଷମତା ଅଧିକାରକୁ ନେଇ ଅସନ୍ତୁଷ୍ଟ ରହିଥିବା ଶିବସେନା ଏନ୍ସିପି ତଥା ଅନ୍ୟାନ୍ୟ ସ୍ବାଧୀନ ଦଳମାନଙ୍କ ସହିତ ମେଣ୍ଟ କରି ନିଜର ଶକ୍ତି ବୃଦ୍ଧି…
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଆଜିଠାରୁ ଦୁଇ ଦିନ ପର୍ଯ୍ୟନ୍ତ ଏଫ୍ଆଇଏଚ୍ ହକି ଅଲିମ୍ପିକ୍ କ୍ୱାଲିଫାୟର ମ୍ୟାଚ୍ ଖେଳାଯିବ। ଏଥିରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ସହିତ ରୁଷିଆର ପୁରୁଷ ଏବଂ ୟୁଏସ୍ଏର ମହିଳା ଦଳ ଭାଗ ନେଉଛନ୍ତି। ଏହି ମ୍ୟାଚ୍ ପାଇଁ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୁଲିସ୍ ପକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍ କଟକଣା ଜାରି ହୋଇଛି ଓ ଗାଡ଼ିଗୁଡ଼ିକ ଯାତାୟାତ କରୁଥିବା ରାସ୍ତାରେ କିଛି ପରିବର୍ତ୍ତନ କରାଯାଇଛି। ଜୟଦେବ ବିହାରଠାରୁ ଶାସ୍ତ୍ରୀନଗର ରାସ୍ତାରେ କଟକଣା ଜାରି କରାଯାଇଥିବାବେଳେ ଏହି ରାସ୍ତାରେ ଅନଧିକୃତ ଯାନବାହନ ଯାତାୟାତ କରିପାରିବେନି। ସେହିପରି ୧୨୦ ବାଟାଲିଅନ୍ ପଟରୁ ଗାଡ଼ିଗୁଡ଼ିକ ଶାସ୍ତ୍ରୀନଗରରୁ ସଚିବାଳୟ ମାର୍ଗରେ ଯିବେ। ଷ୍ଟାଡିଅମ୍ ପଟୁ ଆସୁଥିବା ଗାଡ଼ି ଜୟଦେବ ବିହାରରୁ ଆଚାର୍ଯ୍ୟ ବିହାର ଯିବେ। ବାଣୀବିହାର ପଟରୁ ଆସୁଥିବା ଗାଡ଼ିଗୁଡ଼ିକ ଆଚାର୍ଯ୍ୟ ବିହାର ଜୟଦେବ ବିହାର ମଧ୍ୟରେ ଥିବା ରାସ୍ତା ଦେଇ…
ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁକ୍ରବାର ଜର୍ମାନୀର ଚାନ୍ସେଲର ଏଞ୍ଜେଲା ମର୍କେଲ ଭେଟିବେ। ପ୍ରଧାନମନ୍ତ୍ରୀ ମୋଦୀ ଓ ମର୍କେଲଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ଦ୍ୱୀପାକ୍ଷିକ ଆଲୋଚନା ହୋଇପାରେ। ଏତଦ ବ୍ୟତୀତ ଭାରତ ଓ ଜର୍ମାନୀ ମଧ୍ୟରେ ପ୍ରାୟ ୨୦ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ମର୍କେଲ ୨ ଦିନିଆ ଭାରତ ଗସ୍ତରେ ଗୁରୁବାର ଦିଲ୍ଲୀ ପହଞ୍ଚିଛନ୍ତି। ଏୟାରପୋର୍ଟରେ ମର୍କେଲଙ୍କୁ ମନ୍ତ୍ରୀ ଜିତେନ୍ଦ୍ର ସିଂହ ସ୍ୱାଗତ କରିଥିଲେ। ମର୍କେଲ ନିଜର ଗସ୍ତକାଳରେ ବ୍ୟବସାୟ ଦୁନିଆର ପ୍ରତିନିଧିଙ୍କୁ ଭେଟିବା ବ୍ୟତୀତ ଭାରତୀୟ ନେତୃତ୍ୱକୁ ସାକ୍ଷାତ କରିବେ। ତାଙ୍କୁ ଶୁକ୍ରବାର ପୂର୍ବାହ୍ନରେ ରାଷ୍ଟ୍ରପତି ଭବନରେ ସ୍ୱାଗତ କରାଯିବା ପରେ ସେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବେ।
ଯୁଦ୍ଧାଭ୍ୟାସ ସମୟରେ ଅଭାବନୀୟ ଘଟଣା ଘଟିଛି। ଫଳରେ ଜଣେ ଯବାନଙ୍କର ମୁତ୍ୟୁ ଘଟିଛି। ରାଜସ୍ଥାନର ପୋଖରାନ ନିକଟରେ ଯବାନମାନେ ଗୁରୁବାର ଯୁଦ୍ଧ ଅଭ୍ୟାସ କରୁଥିଲେ। ଏହି ସମୟରେ ଏକ ଟ୍ୟାଙ୍କର ବିସ୍ଫୋରଣ ଘଟିଥିଲା। ପୋଖରାନର ମହାଜନ ଫାଇରିଂ ରେଞ୍ଜରେ ଏହି ଅଭ୍ୟାସ ଚାଲିଥିବା ବେଳେ ଟି-୯୦ ଟ୍ୟାଙ୍କର ବିସ୍ଫୋରଣ ଘଟିଥିଲା।
ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ୩ରେ ଶୁକ୍ରବାର ଏକ ସଦିଗ୍ଧ ବ୍ୟାଗ ମିଳିଛି। ଏହାକୁ ନେଇ ବିମାନବନ୍ଦରରେ କର୍ମଚାରୀ ଓ ଯାତ୍ରୀ ଭୟଭୀତ ହୋଇଯାଇଛନ୍ତି। ସଦିଗ୍ଧ ବ୍ୟାଗ ସଂପର୍କୀତ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୋଲିସ ଏହି ବ୍ୟାଗକୁ ନିଜ ନିୟନ୍ତ୍ରଣରେ ନେଇଛି। ବିମାନବନ୍ଦରରେ ସଦିଗ୍ଧ ବ୍ୟାଗ ମିଳିବା ପରେ ଯାତ୍ରୀମାନେ ଭୟଭୀତ ହୋଇଯାଇଛନ୍ତି। ଏହା ପରେ ଟର୍ମିନାଲ-୩ ରାସ୍ତାକୁ ବନ୍ଦ କରାଯାଇଥିଲା। ବ୍ୟାଗ ଭିତରେ କ’ଣ ଅଛି, ତାହା ଜଣାପଡ଼ି ନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।
ସମୀକ୍ଷା ବ୍ୟୁରୋ ଦୀର୍ଘ ବର୍ଷ ଧରି ସ୍ଥାଣୁ ଭାବରେ ପଡି ରହିବା ପରେ ଗତ ନିର୍ବାଚନର ଅଳ୍ପ କେତେମାସ ପୂର୍ବରୁ ଓଡିଶା ପ୍ରଦେଶ କଂଗ୍ରେସ ର ନେତୃତ୍ବ ପରିବର୍ତ୍ତନ ଘଟିଲା। ସେତେବେଳେ ଗୋଟେ ଉତ୍ସାହର ବାତାବରଣ ତିଆରି ହୋଇଥିଲା ö ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଂକୁ ଆଉ ଥରେ ସଭାପତି ଭାବେ ଅଖିଳ ଭାରତ କଂଗ୍ରେସ କମିଟି ନିଯୁକ୍ତି ଦେଇ ଗୋଟେ ନୂଆ ପରିବର୍ତ୍ତନର ବାଟ ଫିଟେଇଥିଲେ ö ହେଲେ ୨୦୧୯ ସାଧାରଣ ନିର୍ବାଚନ ଓ ପରବର୍ତ୍ତୀ ପାଟକୁରା ଓ ବିଜେପୁର ଉପ ନିର୍ବାଚନର ଲଜ୍ଜାଜନକ ପରାଜୟ ପରେ କଂଗ୍ରେସର ଆଉ ବିଶେଷ କିଛି ପରିବର୍ତ୍ତନ ହେବାର ନାହିଁ। ବୋଧେ କଂଗ୍ରେସ ଓଡିଶାରେ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଇ ସାରିଛି! ୧୯୯୮ ମସିହା ପରଠୁ କଂଗ୍ରେସ ଓଡିଶାର ପ୍ରାୟ ସବୁ ନିର୍ବାଚନରେ ପରାଜୟ ବରଣ କରୁଥିଲେ ମଧ୍ୟ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭାବେ ଏହାର ପରିଚୟ ରହି ଆସିଥିଲାö…

