Author: Samikhsya Bureau

ସମୀକ୍ଷା ବ୍ୟୁରୋ ଭୁବନେଶ୍ବରରୁ ସିକନ୍ଦରାବାଦ ଯିବାବେଳେ ଦୁଇ ଭାଗ ହେଲା ଟ୍ରେନ୍‌। ଖୋର୍ଦ୍ଧା ବାଲୁଗାଁ ନିକଟରେ ବିଶାଖା ଏକ୍ସପ୍ରେସରୁ ଅଲଗା ହେଲା ଇଞ୍ଜିନ। ବଗି ସହ ଇଞ୍ଜିନ ଯୋଡ଼ାହେବା ପରେ ଘଣ୍ଟାଏ ବିଳମ୍ବରେ ଛାଡ଼ିଲା ଟ୍ରେନ୍। ପୁଣି ସୁବୁଦ୍ଧିପାଟଣା ଛକରେ ବଗିରୁ ଅଲଗା ହେଲା ଇଞ୍ଜିନ, ବଗି ସହ ଇଞ୍ଜିନ ଯୋଡ଼ାହେବା ପରେ ଛାଡ଼ିଲା ଟ୍ରେନ୍। ଏହି ଘଟଣାକୁ ସ୍ବୀକାର କରିଛନ୍ତି ପୂର୍ବତଟ ରେଲଓ୍ବେ କର୍ତ୍ତୃପକ୍ଷ। ଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ  ଇଞ୍ଜିନ୍‌ ଅଲଗା ହୋଇଯାଇଥିବାର ରେଲ୍‌ଓ୍ବ କହିଛି। ତେବେ ଯାତ୍ରୀ ସୁରକ୍ଷିତ ରହିଛନ୍ତି, କାହାରି କିଛି କ୍ଷତି ହୋଇନଥିବାର ସୂଚନା ଦେଇଛି ରେଲ୍‌ଓ୍ବେ।

Read More

୫୪ ବର୍ଷରେ ପଦାର୍ପଣ କଲେ ବଲିଉଡ୍‌ କିଙ୍ଗ୍‌ ଖାନ୍‌ ଶାହରୁଖ୍‌ । ୧୯୬୫ ନଭେମ୍ବର ୨ରେ ସେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ର ସୁପରଷ୍ଟାର୍‌ ହିସାବରେ ଦର୍ଶକଙ୍କୁ ଭେଟି ଦେଇଛନ୍ତି ଅନେକ ଗୁଡ଼ିଏ ସୁପରହିଟ୍‌ ଫିଲ୍ମ । ଟିଭି ସିରିଏଲ୍‌ ସର୍କସରେ ଅଭିନୟ କରିବା ପରେ ଶାହରୁଖ ବଲିଉଡ୍‌ରେ ପାଦ ଥାପିଥିଲେ । ’ଦିଲ୍‌ ଆସାନ୍‌ ହୈ’  ଜରିଆରେ ବଲିଉଡ୍‌ରେ ପାଦ ଥାପିଥିବାବେଳେ ‘ଦିଓ୍ବାନା’ ତାଙ୍କର ସୁପରହିଟ୍‌ ଫିଲ୍ମ ରହିଥିଲା ।  ଏହି ଫିଲ୍ମରେ ସେ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତାର ସମ୍ମାନ ହାସଲ କରିଥିଲେ । ପରବର୍ତ୍ତୀ ସମୟରେ ସେ ‘ଡର୍‌’, ‘ବାଜିଗର୍‌’, ‘ଅଞ୍ଜାମ’ ଆଦି ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ । ‘ଦିଲ୍‌ଓ୍ବାଲେ ଦୁଲ୍‌ହନିଆ ଲେ ଜାଏଙ୍ଗେ, ’ ଦିଲ୍‌ ତୋ ପାଗଲ୍‌ ହୈ’, ‘କୁଛ କୁଛ୍‌ ହୋତା ହୈ’ ପରି ରୋମାଣ୍ଟିକ୍‌ ଫିଲ୍ମ ଦେଇ ବଲିଉଡ୍‌ର ରୋମାଣ୍ଟିକ କିଙ୍ଗ୍‌ ପାଲଟିଥିଲେ ଶାହରୁଖ୍‌ । ପରବର୍ତ୍ତୀ ସମୟରେ…

Read More

ସମୀକ୍ଷା ବ୍ୟୁରୋ ଦୁଇ ଦିନିଆ କୋରାପୁଟ ଗସ୍ତରେ ପୋଲିସ ଡିଜି ବି.କେ ଶର୍ମା। ଅପରାଧ ତଥା ମାଓ ପ୍ରଭାବିତ ଅଂଚଳ କୋରାପୁଟ  ଓ ମାଲକାନଗିରିରେ ଜିଲ୍ଲାରେ ଆଇନ ଶୃଙ୍ଖଳା କିପରି କାର୍ଯ୍ୟକାରୀ ହେଉଛି ସେ ନେଇ ସ୍ଥିତି ସମୀକ୍ଷା କରାଯିବ। କୋରାପୁଟରେ ଡିଆଇଜିଙ୍କ କାର୍ଯ୍ୟାଳୟରେ ଡିଜିଙ୍କ ଅଧ୍ୟକ୍ଷତାରେ ଏହି ବୈଠକର ଆଇନ ଶୃଙ୍ଖଳା, ଅପରାଧ, ମାଓ ମୁକାବିଲା ନେଇ ସ୍ଥିତି ସମୀକ୍ଷା କରାଯିବ। ଦକ୍ଷିଣ ପଞ୍ଚିମାଞ୍ଚଳ ରେଞ୍ଜର ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଏହି ବୈଠକ ବସିଛି। ମାଓ ଦମନ ଓ ଅପରାଧ ନିୟନ୍ତ୍ରଣ ପାଇଁ ରଣନୀତି ପ୍ରସ୍ତୁତ ପାଇଁ ଏହି ବୈଠକରେ ଆଲୋଚନା କରାଯାଇଛି। ଏହି ବୈଠକରେ କୋବ୍ରା, ବିଏସଏଫ, ସିଆରପିଏଫ ଓ ଓଡ଼ିଶା ପୋଲିସ ସାମିଲ ଅଛନ୍ତି।

Read More

ମହାରାଷ୍ଟ୍ର ସରକାର ଗଠନ ତଥା ସରକାରରେ ଭାଗିଦାରୀକୁ ନେଇ ଏବେବି ଛକାପଞ୍ଝା ଲାଗି ରହିଛି ।  ବିଜେପି ଓ ଶିବସେନା ମଧ୍ୟରେ ରହିଥିବା ଦ୍ବନ୍ଦ୍ବ ଅବସାନ ଘଟୁନଥିବାବେଳେ ଇତି ମଧ୍ୟରେ ମହାରାଷ୍ଟ୍ର ରାଜନୀତିରେ ଏକ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି । ମହାରାଷ୍ଟ୍ର କଂଗ୍ରେସର ନେତା ଓ ସାଂସଦ ହୁସୈନ ଦଲବଇ ପାର୍ଟିର କାମଚଳା ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଠନ କରିବାକୁ ନେଇ ଚିଠି ଲେଖିଛନ୍ତି । ହୁସୈନ୍‌ ସୋନିଆ ଗାନ୍ଧିଙ୍କୁ ଅପିଲ୍‌ କରି କହିଛନ୍ତି ଯେ, ରାଷ୍ଟ୍ରବାଦୀ କଂଗ୍ରେସ (ଏନ୍‌ସିପି), କଂଗ୍ରେସ ଓ ଶିବସେନା ମିଳିତ ଭାବରେ ସରକାର ଗଠନ କରିବା ଦରକାର । ମହାରାଷ୍ଟ୍ରର ବିଜେପି ଓ ଶିବସେନା ମଧ୍ୟରେ ସରକାର ଗଠନ ନେଇ ସହମତି ସ୍ଥାପନ ହୋଇପାରୁନାହିଁ ।  ଯଦି ଏହି ସମୟରେ ମେଣ୍ଟ ଗଠନ କରାଯାଇ ଶିବସେନା ସହିତ ସରକାର ଗଠନ କରିହେବ ।  କଂଗ୍ରେସ ସାଂସଦ ଆହୁରି ମଧ୍ୟ କହିଛନ୍ତି…

Read More

ସମୀକ୍ଷା ବ୍ୟୁରୋ ପ୍ରଧାନଶିକ୍ଷକଙ୍କୁ ପ୍ରବଳ ଛେଚିଲେ ଅଭିଭାବକ। ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ହସନପୁର ସେବାଶ୍ରମ ସ୍କୁଲରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ପ୍ରଧାନଶିକ୍ଷକଙ୍କ ଅନୈତିକ ସମ୍ପର୍କ ଥିବା ଅଭିଯୋଗକୁ ନେଇ ନିସ୍ତୁକ ମାରିଲେ ଛାତ୍ରଛାତ୍ରୀଙ୍କ ଅଭିଭାବକ। ଏହାପରେ ସମସ୍ତ ଛାତ୍ରଛାତ୍ରୀ ପ୍ରଧାନ ଶିକ୍ଷକଙ୍କ ବଦଳି ଦାବିରେ ସ୍କୁଲସାମ୍ନାରେ ଧାରଣାରେ ବସିଥିଲେ। ତୁରନ୍ତ ଖବର ପାଇ ଜିଲ୍ଲା ମଙ୍ଗଳ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ତଦାରଖ କରିଥିଲେ।। ଏବଂ ସେଠାରେ ସେ ସମସ୍ତ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ବୁଝାସୁଝା କରିବା ସହ ଧାରଣରୁ ଓହୋରିବା ପାଇଁ ଅନୁରୋଧ କରିଥିଲେ। ଅଧିକାରୀ ଜଣଙ୍କ ଅଭିଯୁକ୍ତ ପ୍ରଧାନ ଶିକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଛାତ୍ରଛାତ୍ରୀଙ୍କୁ ପ୍ରତିଶୃତି ଦେଇଥିବାର ସୂଚନା ରହିଛି। ଏହା ସହିତ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବ ବୋଲି କହିଛନ୍ତି।

Read More

ସମୀକ୍ଷା ବ୍ୟୁରୋ ବଡଭାଇର ମୃତ୍ୟୁକୁ ସହ୍ୟ କରିନପାରି ସାନଭାଇର ମୃତ୍ୟୁ ହୋଇଥିବା ଏକ ଦୁଃଖଦ ଖବର ମିଳିଛି। ଏପରି ହୃଦୟ ବିଦାରକ ଘଟଣା ଘଟିଛି ସିଡିଙ୍ଗି ଗାଁରେ। ଏହି ଘଟଣାରେ ସମଗ୍ର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଉଲ୍ଲେଖ୍ୟଯୋଗ୍ୟ ଯେ, ଗତ କିଛିଦିନ ତଳେ ବଡ ଭାଇ କ୍ୟାନ୍ସରରେ ପୀଡିତ ଥିଲେ। ସେ କଟକ ଏକ ଡାକ୍ତରଖାନାରେ ଚିକିତ୍ସା ହେଉଥିଲାବେଳେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ସାନଭାଇ ଏହି ଦୁଃଖଦ ଘଟଣାରେ ମ୍ରିୟମ୍ରାଣ ହୋଇ ହଠାତ ଘଟଣା ସ୍ଥଳରେ ଟଳିପଡିଲେ। ତାଙ୍କୁ ତୁରନ୍ତ ପାଳଲହଡା ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି।

Read More

କେଦାର ମିଶ୍ର  କିଛି ମାସ ଆଗରୁ ଯେତେବେଳେ ବିଶିଷ୍ଟ ସାମ୍ବାଦିକ ରବିଶ କୁମାର କହିଥିଲେ – ଗଣତନ୍ତ୍ରକୁ ବଞ୍ଚାଇବାକୁ ଚାହୁଁଛନ୍ତି ଯଦି ଟେଲିଭିଜନରେ ଖବର ଦେଖିବା ବନ୍ଦ କରିଦିଅନ୍ତୁ, ସେତେବେଳେ ମୁଁ ଭାବିଥିଲି ଏହା ଟିକେ ମାତ୍ରାଧିକ ପ୍ରତିକ୍ରିୟା। ଟେଲିଭିଜନ ସାମ୍ବାଦିକତା ସମୂଳେ ଖରାପ ବା ବିଭ୍ରାନ୍ତିକର ବୋଲି କହିବା ହୁଏତ ଠିକ ନୁହେଁ। ତେବେ ସମୟ କ୍ରମେ ମୋତେ ଲାଗୁଛି, ଅନ୍ତତଃ ଜାତୀୟ ବା ଆନ୍ତର୍ଜାତିକ ଖବର ଜାଣିବା ଲାଗି ଏବେ ମଧ୍ୟ କିଛି ବିଶ୍ୱାସଯୋଗ୍ୟ ଗଣମାଧ୍ୟମ ସଂସ୍ଥା ବଞ୍ଚି ରହିଛନ୍ତି। ହେଲେ ଓଡିଶାରେ ଆପଣ ଯଦି ଟେଲିଭିଜନ ଦେଖି ଖବର ଜାଣିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ଗୁଡାଏ ଅଖବର ଓ ଗାଲୁଗପ ହିଁ ଶୁଣିବାକୁ ମିଳିବ। ଟେଲିଭିଜନ ସାମ୍ବାଦିକତା ଏତେ ମାତ୍ରାରେ ରାଜନୈତିକ ନିରକ୍ଷରତାର ଶିକାର ଯେ ସେଠି ଯେ କୌଣସି ଆବର୍ଜନା ବି ମୁଖ୍ୟ ଖବର ପାଲଟି ଯାଇପାରେ। ଏକଥା କହିଲେ, ଆମର କିଛି ବନ୍ଧୁ କ୍ଷୁବ୍ଧ…

Read More

VIJAYAWADA, NOV 1 (UNI) – Andhra Pradesh Governor Biswabhushan Harichandan and Chief Minister Y S Jagan Mohan Reddy felicitating to Family’s of Poti Sreeramulu, Alluri Sitharama Raju and other freedom fighters, on the occasion of AP formation day Celebrations at IGMC Stadium in Vijayawada on Friday. UNI PHOTO-104U

Read More

ସମୀକ୍ଷା ବ୍ୟୁରୋ ଓଡ଼ିଶାର ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଇଟାଲିଆନ୍‌ ଗୋଲ୍ଡେନ୍‌ ସାଣ୍ଡ ଆର୍ଟ ଆଓ୍ବାର୍ଡ ୨୦୧୯ ଲାଗି ମନୋନୀତ କରାଯାଇଛି। ଇଟାଲୀଠାରେ ନଭେମ୍ବର ୧୩ରୁ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଇଣ୍ଟରନ୍ୟାସନାଲ୍‌ ସ୍କୋରାନା ସାଣ୍ଡ ନେଟିଭିଟି ଅବସରରେ ସୁଦର୍ଶନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି ଉତ୍ସବ ପାଇଁ ଭାରତରୁ ପ୍ରତିନିଧିତ୍ବ କରିବେ ସୁଦର୍ଶନ ପଟ୍ଟନାୟକ। ଏହି ଉତ୍ସବରେ ଆଠଜଣ ସ୍ଥପତି ଯୋଗଦାନ କରୁଛନ୍ତି। ଏଥିପାଇଁ ପ୍ରମୋଉଭି ସ୍କୋରାନାର ସଭାପତି ଭିଟୋ ମାରାଶ୍ଚିଓ ନିମନ୍ତ୍ରଣ ଜଣାଇଛନ୍ତି।

Read More

ସମୀକ୍ଷା ବ୍ୟୁରୋ ପୁରୀ ସ୍ବର୍ଗଦ୍ବାରର ବିକାଶ ପାଇଁ ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ସନ୍ଧ୍ୟାରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବ। ଫୋନିକ୍ସ ଫାଉଣ୍ଡେସନ୍‌ ସହଯୋଗରେ ଏହି ବିକାଶ କାର୍ଯ୍ୟ କରାଯିବ। ଫନି ବାତ୍ୟା ପରେ ସ୍ବର୍ଗଦ୍ବାର ବହୁତ କ୍ଷତିଗ୍ରସ୍ତ ହୋଇଥିଲା। ଏହାର ସାମଗ୍ରିକ ବିକାଶ ପାଇଁ ରାଜ୍ୟସରକାର ଏହି ପଦକ୍ଷେପ ନେଇଛନ୍ତି। ଏଥିରେ ଶବଦାହଠାରୁ ଆରମ୍ଭ କରି ଶବ ବାହକମାନଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ସବୁ ଋତୁରେ ସୁବିଧାରେ ଶବଦାହ ପାଇଁ ଏଠାରେ ବ୍ୟବସ୍ଥା କରାଯିବ। ଶବବାହକମାନଙ୍କ ସୁବିଧା ପାଇଁ ବିଶ୍ରାମ କକ୍ଷଠାରୁ ଆରମ୍ଭ କରି ବ୍ୟାପକ ବୃକ୍ଷରୋପଣ କରାଯିବ। ସେହିପରି ଅସ୍ଥି ସଂଗ୍ରହ ଏବଂ ଏହାର ସଂରକ୍ଷଣ ପାଇଁ ମଧ୍ୟ ସ୍ବତନ୍ତ୍ର…

Read More

ସମୀକ୍ଷା ବ୍ୟୁରୋ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କରିଣ ରିଜିଜୁ। ଓଡ଼ିଶା ସରକାର କ୍ରୀଡ଼ାର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଏବଂ ଏହି କ୍ଷେତ୍ରରେ ସହଯୋଗ ପାଇଁ କେନ୍ଦ୍ର ସରକାର ସବୁ ସମୟରେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ଆଜି କଳିଙ୍ଗ ଷ୍ଟାଡିୟମ୍‌ର ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ହକି ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ। ଏହି ଅବସରରେ ସେ ହାଇପରଫରମାନ୍ସ ସେଣ୍ଟର ବୁଲି ଦେଖିବା ସହିତ ରାଜ୍ୟସରକାର ପ୍ରଶଂସା କରିଛନ୍ତି।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉକ୍ତ ସଭାରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ଅବସରରେ ଭିଜିଲାନ୍ସ ଅଫିସରଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ପୁରସ୍କୃତ କରାଯାଇଥିଲା। ସାର୍ଥକ ସାରଙ୍ଗୀଙ୍କୁ ଶ୍ରେଷ୍ଠ  ଭିଜିଲାନ୍ସ ଡିଭିଜନର ପୁରସ୍କାର ମିଳିଥିବାବେଳେ ସଦାନନ୍ଦ ପାଣିଙ୍କୁ ରାଜ୍ୟ ଶ୍ରେଷ୍ଠ ଭିଜିଲାନ୍ସ  ଇନ୍‌ଭେଷ୍ଟିଗେଟିଂ ଅଫିସରର, ଅନୁସୟା ସେନାପତିଙ୍କୁ ଶ୍ରେଷ୍ଠ ମହିଳା ଇନ୍‌ଭେଷ୍ଟିଗେଟିଂ ଅଫିସର, ଦିଲ୍ଲୀପ କୁମାର କର ଶ୍ରେଷ୍ଠ ଭିଜିଲାନ୍ସ ୟୁନିଟି, ହେମନ୍ତ କୁମାର ସ୍ବାଇଁଙ୍କୁ ଶ୍ରେଷ୍ଠ ଭିଜିଲାନ୍ସ ଆଇନଜୀବୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଆୟୋଜିତ ହୋଇଥିବା ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ…

Read More

ଝାରଖଣ୍ଡ ବିଧାନସଭା ନେଇ ନିର୍ବାଚନ ତାରିଖ ସିଇସି ଘୋଷଣା କରିଛନ୍ତି। ସମସ୍ତ ୮୧ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।  ୫ଟି ପର୍ଯ୍ୟାୟରେ ଏହି ରାଜ୍ୟରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ। ୩୦ ନଭେମ୍ବରରେ ପ୍ରଥମ ପର୍ଯ୍ୟାୟରେ ୧୩ଟି ଆସନ, ଡିସେମ୍ବର ୭ ତାରିଖରେ  ଦ୍ବିତୀୟ ପର୍ଯ୍ୟାୟରେ ୨୦ଟି ଆସନ, ୧୨ ଡିସେମ୍ବରରେ ତୃତୀୟ ପର୍ଯ୍ୟାୟରେ ୧୭ଟି ଆସନ, ଡିସେମ୍ବର ୧୬ ତାରିଖରେ ଚତୁର୍ଥ ପର୍ଯ୍ୟାୟରେ ୧୫ଟି ଆସନ ପାଇଁ ନିର୍ବାଚନ  ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି। ସେହିପରି ୨୩ ଡିସେମ୍ବରରେ ଭୋଟ ଗଣତି ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ୍‌ କୁମାର ଅରୋଡ଼ା ସୂଚନା ଦେଇଛନ୍ତି। ରାଜ୍ୟରେ ୧୯ଟି ଜିଲ୍ଲା ନକ୍ସଲ ପ୍ରଭାବିତ ରହିଛି। ୨୦୨୦ ଜାନୁଆରୀ ୫ ତାରିଖରେ ଝାରଖଣ୍ଡ ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହେଉଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆଜିଠାରୁ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇଛି। ନଭେମ୍ବର…

Read More