Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାରାଷ୍ଟ୍ର ରାଜନୀତିରେ ନୂଆ ଟୁଇଷ୍ଟ୍‌ : ସୋନିଆଙ୍କୁ ଶିବସେନା ସହ ମିଶି ସରକାର ଗଠନ କରିବାକୁ ଚିଠି ଦେଲେ କଂଗ୍ରେସ ନେତା
ଆଜିର ଖବର

ମହାରାଷ୍ଟ୍ର ରାଜନୀତିରେ ନୂଆ ଟୁଇଷ୍ଟ୍‌ : ସୋନିଆଙ୍କୁ ଶିବସେନା ସହ ମିଶି ସରକାର ଗଠନ କରିବାକୁ ଚିଠି ଦେଲେ କଂଗ୍ରେସ ନେତା

November 2, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମହାରାଷ୍ଟ୍ର ସରକାର ଗଠନ ତଥା ସରକାରରେ ଭାଗିଦାରୀକୁ ନେଇ ଏବେବି ଛକାପଞ୍ଝା ଲାଗି ରହିଛି ।  ବିଜେପି ଓ ଶିବସେନା ମଧ୍ୟରେ ରହିଥିବା ଦ୍ବନ୍ଦ୍ବ ଅବସାନ ଘଟୁନଥିବାବେଳେ ଇତି ମଧ୍ୟରେ ମହାରାଷ୍ଟ୍ର ରାଜନୀତିରେ ଏକ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି । ମହାରାଷ୍ଟ୍ର କଂଗ୍ରେସର ନେତା ଓ ସାଂସଦ ହୁସୈନ ଦଲବଇ ପାର୍ଟିର କାମଚଳା ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଠନ କରିବାକୁ ନେଇ ଚିଠି ଲେଖିଛନ୍ତି ।

ହୁସୈନ୍‌ ସୋନିଆ ଗାନ୍ଧିଙ୍କୁ ଅପିଲ୍‌ କରି କହିଛନ୍ତି ଯେ, ରାଷ୍ଟ୍ରବାଦୀ କଂଗ୍ରେସ (ଏନ୍‌ସିପି), କଂଗ୍ରେସ ଓ ଶିବସେନା ମିଳିତ ଭାବରେ ସରକାର ଗଠନ କରିବା ଦରକାର ।

ମହାରାଷ୍ଟ୍ରର ବିଜେପି ଓ ଶିବସେନା ମଧ୍ୟରେ ସରକାର ଗଠନ ନେଇ ସହମତି ସ୍ଥାପନ ହୋଇପାରୁନାହିଁ ।  ଯଦି ଏହି ସମୟରେ ମେଣ୍ଟ ଗଠନ କରାଯାଇ ଶିବସେନା ସହିତ ସରକାର ଗଠନ କରିହେବ ।  କଂଗ୍ରେସ ସାଂସଦ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ ରାଷ୍ଟ୍ରପତି ପ୍ରତିଭା ଦେବୀ ପାଟିଲ୍‌ ଓ ପ୍ରଣବ ମୁଖାର୍ଜୀଙ୍କ ନିର୍ବାଚନ ସମୟରେ ଶିବସେନା କଂଗ୍ରେସ ସହିତ ସାଥ୍‌ ଦେଇଥିଲା ।

ହୁସୈନ ଆହୁରି ମଧ୍ୟ କହିଛନ୍ତି ଯେ, ମତଦାତାମାନେ ଭାଜାପାକୁ ସ୍ପଷ୍ଟ ବହୁମରୁ ବଞ୍ଚିତ କରି ଘୃଣା ରାଜନୀତିକୁ ରୋକିବାକୁ ଚାହିଁଛନ୍ତି ।  ମେଣ୍ଟ କରିବା ଦ୍ବାରା ଭାଜାପାକୁ କ୍ଷମତାସୀନ ହେବାରୁ ରୋକିବାରେ ସମର୍ଥ ହୋଇପାରିବ ।

ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଏକପ୍ରକାର ସଂଶୟ ଦେଖାଦେଇଛି । ନିର୍ବାଚନ ପୂର୍ବରୁ ବିଜେପି ଓ ଶିବସେନା ମିଳିତ ଭାବରେ ନିର୍ବାଚନ ଲଢିଥିବାବେଳେ ନିର୍ବାଚନ ପରେ ଏହି ମେଣ୍ଟରେ ଫାଟ ସୃଷ୍ଟି ହୋଇଛି । ଶିବସେନା ନିଜ ୫୦-୫୦ ଜିଦ୍‌ରେ ଅଡ଼ି ବସିଥିବାବେଳେ ଏନ୍‌ସିପି ଓ ଅନ୍ୟ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନ ମଧ୍ୟ ହାସଲ କରିପାରିଛି । ଗୋଟିଏ ପକ୍ଷରେ ବିଜେପି ସରକାର ଗଠନ କରିବାକୁ ବସିଥିବାବେଳେ  ଶିବସେନା ହିଁ ମୁଖ୍ୟମନ୍ତ୍ରୀ ହେବ ବୋଲି ଦୃଢୋକ୍ତି ପ୍ରକାଶ କରୁଛି । ଏପରି କ୍ଷେତ୍ରରେ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଏକ ପ୍ରକାର ଅନିଶ୍ଚିତତା ଦେଖାଦେଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ ସକାଳୁଆ ସ୍କୁଲ

April 19, 2026

ସାଇବର ଠକେଇ ବନ୍ଦ କରିବ : ‘ଅଭୟ’

April 19, 2026

ଗାଡ଼ି ସାଇଡ୍ ମାରିବାକୁ ନେଇ ତୁମୁଳକାଣ୍ଡ

April 19, 2026

ଯୁବକର ଉନ୍ମତ୍ତକାଣ୍ଡ: ଶାବଳ ମାଡ଼ରେ ଜଣେ ମୃତ

April 19, 2026
Latest News

କଟକରେ ସକାଳୁଆ ସ୍କୁଲ

April 19, 2026

ସାଇବର ଠକେଇ ବନ୍ଦ କରିବ : ‘ଅଭୟ’

April 19, 2026

ଗାଡ଼ି ସାଇଡ୍ ମାରିବାକୁ ନେଇ ତୁମୁଳକାଣ୍ଡ

April 19, 2026

ଯୁବକର ଉନ୍ମତ୍ତକାଣ୍ଡ: ଶାବଳ ମାଡ଼ରେ ଜଣେ ମୃତ

April 19, 2026

ଜଳଭଣ୍ଡାରରେ ବୁଡ଼ି ୨ ନାବାଳାକଙ୍କର ମୃତ୍ୟୁ

April 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.