Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୫୪ ବର୍ଷରେ ପଦାର୍ପଣ କଲେ ବଲିଉଡ୍‌ ବାଦଶାହା ଶାହରୁଖ୍‌
ଆଜିର ଖବର

୫୪ ବର୍ଷରେ ପଦାର୍ପଣ କଲେ ବଲିଉଡ୍‌ ବାଦଶାହା ଶାହରୁଖ୍‌

November 2, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

୫୪ ବର୍ଷରେ ପଦାର୍ପଣ କଲେ ବଲିଉଡ୍‌ କିଙ୍ଗ୍‌ ଖାନ୍‌ ଶାହରୁଖ୍‌ । ୧୯୬୫ ନଭେମ୍ବର ୨ରେ ସେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ର ସୁପରଷ୍ଟାର୍‌ ହିସାବରେ ଦର୍ଶକଙ୍କୁ ଭେଟି ଦେଇଛନ୍ତି ଅନେକ ଗୁଡ଼ିଏ ସୁପରହିଟ୍‌ ଫିଲ୍ମ । ଟିଭି ସିରିଏଲ୍‌ ସର୍କସରେ ଅଭିନୟ କରିବା ପରେ ଶାହରୁଖ ବଲିଉଡ୍‌ରେ ପାଦ ଥାପିଥିଲେ । ’ଦିଲ୍‌ ଆସାନ୍‌ ହୈ’  ଜରିଆରେ ବଲିଉଡ୍‌ରେ ପାଦ ଥାପିଥିବାବେଳେ ‘ଦିଓ୍ବାନା’ ତାଙ୍କର ସୁପରହିଟ୍‌ ଫିଲ୍ମ ରହିଥିଲା ।  ଏହି ଫିଲ୍ମରେ ସେ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତାର ସମ୍ମାନ ହାସଲ କରିଥିଲେ । ପରବର୍ତ୍ତୀ ସମୟରେ ସେ ‘ଡର୍‌’, ‘ବାଜିଗର୍‌’, ‘ଅଞ୍ଜାମ’ ଆଦି ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ । ‘ଦିଲ୍‌ଓ୍ବାଲେ ଦୁଲ୍‌ହନିଆ ଲେ ଜାଏଙ୍ଗେ, ’ ଦିଲ୍‌ ତୋ ପାଗଲ୍‌ ହୈ’, ‘କୁଛ କୁଛ୍‌ ହୋତା ହୈ’ ପରି ରୋମାଣ୍ଟିକ୍‌ ଫିଲ୍ମ ଦେଇ ବଲିଉଡ୍‌ର ରୋମାଣ୍ଟିକ କିଙ୍ଗ୍‌ ପାଲଟିଥିଲେ ଶାହରୁଖ୍‌ । ପରବର୍ତ୍ତୀ ସମୟରେ ‘ଦେବଦାସ’, ‘ସ୍ବଦେଶ’, ‘ଚକ୍‌ ଦେ ଇଣ୍ଡିଆ’ ପରି ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କଲେ ଶାହରୁଖ୍‌ । ବଲିଉଡ୍‌ର ତିନି ଖାନ୍‌ଙ୍କ ଭିତରେ ଶାହରୁଖ୍‌ ବେଶ୍‌ ଲୋକପ୍ରିୟ । ତାଙ୍କର ଫିଲ୍ମଗୁଡ଼ିକ ଆଜି ବି ୩୦୦ କୋଟି କ୍ଲବ୍‌ରେ ।  ‘ଚେନ୍ନାଇ ଏକ୍ସପ୍ରେସ୍‌,’ ‘ହ୍ୟାପି ନ୍ୟୁ ଇଅର୍‌’, ‘ଦିଲ୍‌ଓ୍ବାଲେ’, ‘ରଇସ୍‌’ ଭଳି କର୍ମସିଆଲ୍‌ ହିଟ୍‌ ଫିଲ୍ମ କରି ବଲିଉଡ୍‌ର ବାଦଶାହା ସାଜିଛନ୍ତି ଶାହରୁଖ୍‌ । ଅଭିନୟ ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ  ୨୦୦୫ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି  ଶାହରୁଖ୍‌ । ଜଣେ ସଫଳ ଅଭିନେତା, ପ୍ରଯୋଜକ ଭାବେ ବେଶ୍‌ ଲୋକପ୍ରିୟ ଶାହରୁଖ୍‌ । ଫିଲ୍ମ କ୍ୟାରିଅର୍‌ଠାରୁ ତାଙ୍କ ପ୍ରେମ ସମ୍ପର୍କ ବେଶ୍‌ ଚର୍ଚ୍ଚାରେ ରହିଥିଲା । ଏପରିକି ତାଙ୍କ ପ୍ରେମ ପାଇଁ ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ କୁହାଯାଇଥିଲା । କିନ୍ତୁ ପରିଶେଷରେ ତାଙ୍କ ପ୍ରେମ ଜିତିଥିଲା । ବଲିଉଡ୍‌ର ଲୋକପ୍ରିୟ ସେଲିବ୍ରିଟି କପଲ୍‌ ଭାବରେ ଗୌରୀ-ଶାହରୁଖ୍‌ ବେଶ୍‌ ଚର୍ଚ୍ଚିତ । ଶାହରୁଖଙ୍କ ଦୁଇଟି ପୁଅ ଓ ଗୋଟିଏ ଝିଅ ରହିଛନ୍ତି । ୫୪ତମ ଜନ୍ମଦିବସ ଅବସରରେ କିଙ୍ଗ ଖାନ୍‌ ବଲିଉଡ୍‌କୁ ଆହୁରି ସୁପରହିଟ୍‌ ଫିଲ୍ମ ଭେଟିଦିଅନ୍ତୁ ବୋଲି ତାଙ୍କ ପ୍ରଶଂସକମାନେ  ଆଶା କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଅବହେଳିତ ମୂଳ ମାଧବ ପୀଠ ପ୍ରତି ବାଚସ୍ପତିଙ୍କ ଦୃଷ୍ଟି: ଅଞ୍ଚଳବାସୀଙ୍କ ମନରେ ନୂଆ ଆଶା

June 11, 2026

‘ଜଳ ସଞ୍ଚୟ, ଜନ ଭାଗିଦାରୀ’ ଦ୍ୱାରା ରାଜ୍ୟରେ ରିଚାର୍ଜ ହେଉଛି ଭୂତଳ ଜଳ

June 11, 2026

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପୂର୍ବରୁ ଡିଜିପିଙ୍କ ସୁରକ୍ଷା ସମୀକ୍ଷା

June 11, 2026

ରେଢ଼ାଖୋଲରେ ବ୍ଲକ୍ ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

June 11, 2026
Latest News

ଅବହେଳିତ ମୂଳ ମାଧବ ପୀଠ ପ୍ରତି ବାଚସ୍ପତିଙ୍କ ଦୃଷ୍ଟି: ଅଞ୍ଚଳବାସୀଙ୍କ ମନରେ ନୂଆ ଆଶା

June 11, 2026

‘ଜଳ ସଞ୍ଚୟ, ଜନ ଭାଗିଦାରୀ’ ଦ୍ୱାରା ରାଜ୍ୟରେ ରିଚାର୍ଜ ହେଉଛି ଭୂତଳ ଜଳ

June 11, 2026

ଶ୍ରୀନଗରର ଲାଲ ଚୌକରେ ପାକିସ୍ତାନ ବିରୋଧରେ ପ୍ରତିବାଦ: ପିଓକେ ପୁନଃ ଦଖଲ ପାଇଁ ଦାବି

June 11, 2026

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପୂର୍ବରୁ ଡିଜିପିଙ୍କ ସୁରକ୍ଷା ସମୀକ୍ଷା

June 11, 2026

ରେଢ଼ାଖୋଲରେ ବ୍ଲକ୍ ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.