Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିସେମ୍ବର ୧୪ରୁ ଏକମାସ ଧରି ଅନୁଷ୍ଠିତ ହେବ ଆନ୍ତର୍ଜାତିକ ସ୍ତରର ଉତ୍ସବ ‘ମେରାଇନ୍‌ ଡ୍ରାଇଭ ଇକୋ ରିଟ୍ରିଟ’
ଆଜିର ଖବର

ଡିସେମ୍ବର ୧୪ରୁ ଏକମାସ ଧରି ଅନୁଷ୍ଠିତ ହେବ ଆନ୍ତର୍ଜାତିକ ସ୍ତରର ଉତ୍ସବ ‘ମେରାଇନ୍‌ ଡ୍ରାଇଭ ଇକୋ ରିଟ୍ରିଟ’

November 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭରେ କୋଣାର୍କଠାରୁ ୮ କିଲୋମିଟର ଦୂରରେ ଡିସେମ୍ବର ୧୪ରୁ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ‘ମେରାଇନ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌’ ଫେଷ୍ଟିଭାଲ୍‌ ଅନୁଷ୍ଠିତ ହେବ। ଆଜି ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଏହି ଫେଷ୍ଟିଭାଲକୁ ସଫଳ କରିବା ପାଇଁ ସମ୍ପୃକ୍ତ ସମସ୍ତ ବିଭାଗ ତାଙ୍କର ଶ୍ରେଷ୍ଠ ଉଦ୍ୟମ କରିବା ପାଇଁ ପରାମର୍ଶ ଦିଆଯାଇଛି। ପୁରୀ ସହରର ବିକାଶ,ଶାମୁକା ପ୍ରକଳ୍ପ ସହିତ ମେରାଇନ୍‌ ଡ୍ରାଇଭରେ ଏହି ଆନ୍ତର୍ଜାତିକ ସ୍ତରର କାର୍ଯ୍ୟକ୍ରମ ପୁରୀ କୋଣାର୍କର ପର୍ଯ୍ୟଟନ ଦକ୍ଷତା ଯଥେଷ୍ଟ ଭାବରେ ବୃଦ୍ଧି କରାଇବା ବୋଲି କୁହାଯାଇଛି।

ବୈଠକର ନିଷ୍ପତ୍ତି ଅନୁଯାୟୀ ଏକ ମାସ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟକମାନଙ୍କ  ରହିବା ପାଇଁ ବିଳାସପୂର୍ଣ୍ଣ ଟେଣ୍ଟ, ସାଂସ୍କୃତିକ କାର୍ଯ୍ୟକ୍ରମ, ଥ୍ରୀଡି ମାପିଂ, ଫୁଡ୍‌ ଫେଷ୍ଟିଭାଲ୍‌, ରୋମାଞ୍ଚକର କ୍ରୀଡ଼ା, ଜଳ କ୍ରୀଡ଼ା (ଆଡଭେଞ୍ଚର, ଓ୍ବାଟର ସ୍ପୋର୍ଟସ୍‌) ଭଳି ଆନ୍ତର୍ଜାତିକମାନର ବ୍ୟବସ୍ଥା ପର୍ଯ୍ୟଟକମାନଙ୍କ ପାଇଁ କରାଯିବ। ପର୍ଯ୍ୟଟକମାନଙ୍କ ରହିବା ପାଇଁ ୫୦ଟି କୋଠରୀ ବିଶିଷ୍ଟ ବିଳାସପୂର୍ଣ୍ଣ ଟେଣ୍ଟ କଟେଜ ନିର୍ମାଣ କରାଯିବା ସହିତ ଜଳ, ବିଦ୍ୟୁତ, ପାର୍କିଂର ବ୍ୟବସ୍ଥା କରାଯିବ। ମେରାଇନ ଡ୍ରାଇଭର ସଡକର ଆଲୋକୀକରଣ ସହିତ ଏହି ପର୍ଯ୍ୟଟନ ଅଞ୍ଚଳର ସୌନ୍ଦର୍ଯ୍ୟକରଣ କରାଯିବ।

ଆଜିର ଏହି ବୈଠକରେ  ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଟିଡଇସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଉପସ୍ଥିତ ରହିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

‘ଜଳ ସଞ୍ଚୟ, ଜନ ଭାଗିଦାରୀ’ ଦ୍ୱାରା ରାଜ୍ୟରେ ରିଚାର୍ଜ ହେଉଛି ଭୂତଳ ଜଳ

June 11, 2026

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପୂର୍ବରୁ ଡିଜିପିଙ୍କ ସୁରକ୍ଷା ସମୀକ୍ଷା

June 11, 2026

ରେଢ଼ାଖୋଲରେ ବ୍ଲକ୍ ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

June 11, 2026

ବର୍ଷା ବିଗାଡ଼ିଲା ଟିମ୍ ଇଣ୍ଡିଆର ଖେଳ: ୪ ରନରେ ଜିତିଲା ଆଫଗାନିସ୍ତାନ

June 11, 2026
Latest News

‘ଜଳ ସଞ୍ଚୟ, ଜନ ଭାଗିଦାରୀ’ ଦ୍ୱାରା ରାଜ୍ୟରେ ରିଚାର୍ଜ ହେଉଛି ଭୂତଳ ଜଳ

June 11, 2026

ଶ୍ରୀନଗରର ଲାଲ ଚୌକରେ ପାକିସ୍ତାନ ବିରୋଧରେ ପ୍ରତିବାଦ: ପିଓକେ ପୁନଃ ଦଖଲ ପାଇଁ ଦାବି

June 11, 2026

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପୂର୍ବରୁ ଡିଜିପିଙ୍କ ସୁରକ୍ଷା ସମୀକ୍ଷା

June 11, 2026

ରେଢ଼ାଖୋଲରେ ବ୍ଲକ୍ ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

June 11, 2026

ବର୍ଷା ବିଗାଡ଼ିଲା ଟିମ୍ ଇଣ୍ଡିଆର ଖେଳ: ୪ ରନରେ ଜିତିଲା ଆଫଗାନିସ୍ତାନ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.