ସମୀକ୍ଷା ବ୍ୟୁରୋ ଚିଲିକା ତଥା ଆଖପାଖ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ କରିବା ନିମନ୍ତେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଲ୍ଲିଶ୍ରୀ ପକ୍ଷରୁ ଅନୁଷ୍ଠିତ ଏହି ସଫେଇ ଅଭିଯାନ ବୁଧବାର ଦିନ ଚିଲିକାର ହାଟବରଡି ଜେଟିରେ ଅନୁଷ୍ଠିତ ହୋଇଯାଇଛି। ନେଟ୍ଫିସ୍ (ଏମ୍ପେଡା)ର ସହେଯାଗରେ ଏହି ସଫେଇ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପଲ୍ଲିଶ୍ରୀର ସମ୍ପାଦକ ଦୁର୍ଗା ପ୍ରସାଦ ଦାସ, ନେଟ୍ଫିସ୍ ଭୁବନେଶ୍ବରର ଓଡିଶା ସଂଯୋଜକ ଶୁଭ୍ରକାନ୍ତ ମହାପାତ୍ର, ଓ୍ବିଜା ନୂଆଦିଲ୍ଲୀ ପକ୍ଷରୁ ଦୁଷ୍ୟନ୍ତ ମାହୋଲି ଏବଂ ଚିଲିକା ହାଟବରଡି ପ୍ରାଥମିକ ମତ୍ସ୍ୟ ସମବାୟ ସମିତିର ସଦସ୍ୟମାନେ ଚିଲିକା କୂଳ ସଫା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଠାରେ ସଫେଇ କାର୍ଯ୍ୟକ୍ରମ ବ୍ୟତୀତ ଚିଲିକାକୁ ଆବର୍ଜନାମୁକ୍ତ କରିବା ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଚିଲିକାର ସୁରକ୍ଷା ଏବଂ ସଂରକ୍ଷଣ କିପରି କରାଯାଇପାରିବ ତାହା ସମ୍ପର୍କରେ ଏହି ଶିବିରରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜସେବୀ ସଞ୍ଜୀବ…
Author: Samikhsya Bureau
ମହାରାଷ୍ଟ୍ର ରାଜନୀତି ଏବେ ରୋଚକ ମୋଡ଼ ନେଇଛି । ସରକାର ଗଠନ ନେଇ ଚାଲିଥିବା ଦ୍ବନ୍ଦ୍ବ ମଧ୍ୟରେ ଆଜି ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଯାହାଙ୍କୁ ଜନାଦେଶ ମିଳିଛି, ସେମାନେ ଏହି ସମସ୍ୟାର ସମାଧାନ କରି, ସରକାର ଗଠନ କରନ୍ତୁ । ଆମକୁ ବିରୋଧୀ ଦଳ ଭାବେ ବସିବାକୁ ସୁଯୋଗ ମିଳିଛି । ବିଜେପି ଓ ଶିବସେନା ସରକାର ଗଢନ୍ତୁ ଓ ନିଜ ନିଜ ଭୂମିକା ନିର୍ବାହ କରନ୍ତୁ ବୋଲି କହିଛନ୍ତି । ଏହାସହିତ ପାଓ୍ବାର କହିଛନ୍ତି ଯେ, ଶିବସେନା ଓ ବିଜେପି ୩୦ ବର୍ଷ ଧରି ମେଣ୍ଟରେ ରହିଛନ୍ତି । ଆଜି ନହେଲେ କାଲି ଏକାଠି ହୋଇଯିବେ । ମହାରାଷ୍ଟ୍ର ସରକାର ଗଠନରେ ଏନ୍ସିପିର କୌଣସି ଭୂମିକା ନାହିଁ ବୋଲି କହିଛନ୍ତି ପାଓ୍ବାର । ମହାରାଷ୍ଟ୍ର ରାଜନୀତିରେ ବିଜେପି ଓ ଶିବସେନା ମଧ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧର ଅବସାନ ଘଟୁନଥିବାବେଳେ ସରକାର ଗଠନ…
ଅଯୋଗ୍ୟ ଘୋଷିତ ହୋଇଥିବା କର୍ଣ୍ଣାଟକ ବିଧାୟକ ନାରାୟଣ ଗୌଡା ୟେଦୁରପ୍ପାଙ୍କ ବିରୋଧରେ ବୟାନ ଦେଇଛନ୍ତି । କ୍ରିଷ୍ଣରାଜପେଟର ବିକାଶ ପାଇଁ ୟେଦୁରପ୍ପା 1000 କୋଟିର ସହାୟତା ପ୍ରତିଶ୍ରୁତି ପ୍ରଦାନ କରିଥିଲେ ବୋଲି ନାରାୟଣ ଗୌଡା ପ୍ରକାଶ କରିଛନ୍ତି । ଆସ୍ଥା ଭୋଟ ପୂର୍ବରୁ ୟେଦୁରପ୍ପାଙ୍କୁ ସକଳ 5ଟା ସମୟରେ ତାଙ୍କ ବାସଭବନରେ ଭେଟିବା ସମୟରେ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ 700 କୋଟିର ସହାୟତା ଦାବି କରିଥିଲେ । ବୈଠକରେ ୟେଦୁରପ୍ପା 1000 କୋଟିର ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଅଯୋଗ୍ୟ ଘୋଷିତ ବିଧାୟକଙ୍କ ସହିତ ବିଜେପିର କୌଣସି ସମ୍ବନ୍ଧ ନାହିଁ ବୋଲି ମଙ୍ଗଳବାର ୟେଦୁରପ୍ପାଙ୍କ ମନ୍ତବ୍ୟ ପରେ ନାରାୟଣ ଗୌଡା ଏହି ମତ ଦେଇଛନ୍ତି ।
କେଦାର ମିଶ୍ର ଆଜିକାଲି ଓଡିଶାର ଏକ ନମ୍ବର ଟିଭି ଚାନେଲର ଏକମାତ୍ର ଖବର ହେଉଛନ୍ତି ଅନୁଭବ ମହାନ୍ତି। ଏକମାତ୍ର ଏଇଥିପାଇଁ ଯେ ଖବର ପରିବେଷଣର ପୂରା ଅଧା ଘଣ୍ଟା ସମୟ କେବଳ ଅନୁଭବ ମହାନ୍ତିଙ୍କ ବିଷୟରେ ଗପ ଶୁଣିବାକୁ ଆମକୁ ବାଧ୍ୟ କରା ଯାଉଛି। ଅବଶ୍ୟ ଅନୁଭବ ଓଡିଶାର ଚର୍ଚ୍ଚିତ ସିନେମା ତାରକା ଓ ରାଜନେତା। ତେଣୁ ଖବରରେ ରହିବାର ଯୋଗ୍ୟତା ତାଙ୍କର ରହିଛି। ହେଲେ ଏକ ନମ୍ବର ଟିଭିର କହିବା କଥା ହେଲା ଅନୁଭବ ଓଡିଶାର ଏକ ନମ୍ବର ଖଳନାୟକ। ଅନୁଭବ ତାଙ୍କ ପଡୋଶୀ ସହ ଝଗଡା କଲେ, ସେଇଟା ମୁଖ୍ୟ ଖବର। ଅନୁଭବଙ୍କ ଭାଇଙ୍କ ନାଁରେ କେହିଜଣେ ମହିଳା ଦୁର୍ବ୍ୟବହାର ଅଭିଯୋଗ ଆଣିଲେ, ସେଇଟା ଖବର। ଅନୁଭବ ଏକ ନମ୍ବର ଟିଭିର ସାମ୍ବାଦିକଙ୍କୁ ତାଳି ମାରି ତାଚ୍ଛଲ୍ୟ କଲେ, ସେଇଟା ବି ଖବର। ତାଳି ମାରି ନମସ୍କାର କରିବା, ସାମ୍ବାଦିକତାର ଅପମାନ ବୋଲି କାଲିଠୁ ଏକ ନମ୍ବର ଟିଭିରେ…
କର୍ଣ୍ଣାଟକରେ ମିଡ୍ ଡେ ମିଲ୍ ଖାଇ 60 ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ମଙ୍ଗଳବାର କର୍ଣ୍ଣାଟକର ଚିତ୍ରାଗୁଡା ଅଞ୍ଚଳରେ ଏହି ଘଟଣା ଘଟିଛି । ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଡ୍ ଡେ ମିଲ୍ ଖାଇବା ପରେ ଛାତ୍ରଛାତ୍ରୀଙ୍କର ବାନ୍ତି ହେବା ସହିତ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । 125 ଜଣ ଛାତ୍ରଛାତ୍ରୀଙ୍କୁ ଏହି ମିଡ୍ ଡେ ମିଲ୍ ଖାଇବା ପ୍ରଦାନ କରାଯାଇଥିଲା । ଖାଦ୍ୟ ମଧ୍ୟରୁ ଏକ ମୃତ ଝିଟିପିଟି ଉଦ୍ଧାର କରାଯାଇଥିବା ବେଳେ ଯାଞ୍ଚ ପାଇଁ ଏହାକୁ ପରୀକ୍ଷାଗାରକୁ ପଠାଯାଇଛି । ବିଗତ ଏକ ମାସ ମଧ୍ୟରେ ସମାନ ସ୍କୁଲରେ ଦ୍ବିତୀୟ ଥର ଏହି ଘଟଣା ଘଟିଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର ମାସରେ ଘଟିଥିବା ଅନ୍ୟ ଏକ ଘଟଣାରେ 12 ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିଲେ ।
ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ବିଜେପି ଏବଂ ଶିବସେନା ମଧ୍ୟରେ କ୍ଷମତା ଯୁଦ୍ଧ ନୂତନ ମୋଡରେ ପହଞ୍ଚିଛି। ସରକାର ଗଠନ ନିମନ୍ତେ 72 ଘଣ୍ଟାର ସମୟ ବାକି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଏବଂ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ଏନ୍ସିପି ମୁଖ୍ୟ ଶରଦ ପଓ୍ବାରଙ୍କୁ ଭେଟିଛନ୍ତି। ଉଭୟ ଦଳ ମଧ୍ୟରେ ଲାଗି ରହିଥିବା କ୍ଷମତା ଯୁଦ୍ଧର ଅବସାନ ଘଟାଇ ସରକାର ଗଠନ କରିବା ପାଇଁ ନାଗପୁରରେ ଭାଗବତଙ୍କୁ ଭେଟିଛନ୍ତି ଫଡନବିସ୍। ଅନ୍ୟପକ୍ଷରେ ରାଉତ ଶରଦ ପଓ୍ବାରଙ୍କ ବାସଭବନରେ ତାଙ୍କୁ ଭେଟିଛନ୍ତି। ଫଡନବିସ୍ଙ୍କ ସହିତ ଭେଟ ପରେ ମହାରାଷ୍ଟ୍ର ସଙ୍କଟ ମୁକାବିଲା କରିବା ପାଇଁ ଆଲୋଚନା ନିମନ୍ତେ ନୀତିନ ଗଡକରୀଙ୍କ ନାମ ସୁପାରିଶ କରିଛି ଆରଏସ୍ଏସ୍। ଏନ୍ସିପି ଏବଂ ଶିବସେନା ମେଣ୍ଟ ନେଇ ସମ୍ଭାବନା ଦେଖା୍ଦେଇଥିଲେ ମଧ୍ୟ ଏହା ଫଳପ୍ରଦ ହେବାର ସମ୍ଭାବନା କମ୍ ରହିଛି। ଉଭୟ ଦଳ ନିକଟରେ ଆବଶ୍ୟକ ସଂଖ୍ୟ ଉପଲବ୍ଧ…
ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ‘ବୁଲ୍ବୁଲ୍’ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଘଣ୍ଟାକୁ 6 କି.ମି. ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ବାତ୍ୟାର ସ୍ଥିତି ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଘଣ୍ଟାପ୍ରତି 6 କିମି ବେଗରେ ଆସୁଥିବା ଏହି ବାତ୍ୟା ବର୍ତ୍ତମାନ ପାରାଦୀପରୁ 810 କିମି ଦୂରରେ ରହିଛି । ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଏହା ମୁହାଁଉଥିବା ବେଳେ କେଉଁ ଉପକୂଳ ଦେଇ ଏହି ବାତ୍ୟା ଅତିକ୍ରମ କରିବ ତାହା ସ୍ପଷ୍ଟ ହୋଇନାହିଁ ।
ବ୍ରଜରାଜନଗର ପୋଲିସ୍ ପକ୍ଷରୁ ସଙ୍ଗଠିତ ଏକ ଏନ୍କାଉଣ୍ଟରରେ 4 ହତ୍ୟା ଅପରାଧୀ ଆହତ ହେବା ସହିତ ଗିରଫ ହୋଇଛନ୍ତି । ମଙ୍ଗଳବାର ହୋଇଥିବା ଏକ ହତ୍ୟା ମାମଲାରେ ଏହି 4ଜଣ ସମ୍ପୃକ୍ତ ଥିବା ଜଣାପଡିଛି । ପୋଲିସ୍ ପକ୍ଷରୁ ଅଭିଯୁକ୍ତଙ୍କୁ ଗିରଫ କରାଯିବାକୁ ଚେଷ୍ଟା କରାଯାଉଥିବା ବେଳେ ଅପରାଧୀ ମାନେ ଗୁଳି ଚାଳନା କରିଥିଲେ । ବ୍ରଜରାଜନଗର ଫାଣ୍ଡି ଅଧିକାରୀ ଆହତ ହେବା ପରେ ପାଲଟା ଗୁଳି ଚାଳନାରେ 4 ଅପରାଧୀ ଆହତ ହୋଇଥିଲେ । ଗିରଫ 4 ଅଭିଯୁକ୍ତ ହେଉଛନ୍ତି ଅନନ୍ତ ଧଳ, ଶୈଳେନ୍ଦ୍ର ପାତ୍ର, ନିକି ସିଂ ଓ ରଫିକ ଅନସାରୀ । ପୁଲିସ୍ 4 ଅଭିଯୁକ୍ତଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ।
ସମୀକ୍ଷା ବ୍ୟୁରୋ ବଡି ସକାଳୁ କଟକ ଏସସିବି ମେଡିକାଲ କଲେଜରେ 5ଟି ସଚିବ ଭି.କେ ପାଣ୍ଡିୟାନ। ବହୁ କର୍ମଚାରୀ ମୁହଁ ଧୋଇ ନ ଥିବା ବେଳେ ପାଣ୍ଡିୟାନ ଆସିଛନ୍ତି ଶୁଣିବା ପରେ ତରବର ହୋଇ ନିଜନିଜ କାମରେ ଲାଗିପଡିଲେ। ସବୁ ୱାର୍ଡରେ ନର୍ସଠାରୁ ଆରମ୍ଭ କରି ଡାକ୍ତରମାନେ ମଧ୍ୟ ଏହି ଖବର ଜାଣିବା ପରେ ସମସ୍ତେ କର୍ମବୀର ପରି ନିଜନିଜ କାମରେ ବ୍ୟସ୍ତ ରହିଲେ। ହେଲେ ସେମାନେ ଯେତେବେଳେ ଜାଣିଲେ ଯେ ପାଣ୍ଡିୟାନ ସା’ରେ ୱାର୍ଡକୁ ଆସିବେ ନାହିଁ ସେତେବେଳେ ଟିକିଏ ନିଶ୍ବାସ ମାରିଲେ। ପ୍ରକୃତରେ ଏସସିବି ମେଡିକାଲର ଭିତ୍ତିଭୂମି ଉପରେ ତଦାରଖ କରିବା ପାଇଁ ପାଣ୍ଡିଆନ ନିଜ ଟିମ୍ ସହିତ ସକାଳୁ ସକାଳୁ ସେଠାରେ ପହଁଚିଥିଲେ। ପାଣ୍ଡିଆନଙ୍କ ସହିତ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ଓ କଟକ ଡିସିପି ମଧ୍ୟ ଏସ୍ସିବି ପରିସରରେ ଉପସ୍ଥିତ…
କେଦାର ମିଶ୍ର ପିଆଜ କିଲୋ ସତୁରୀ ଟଙ୍କା, ପୋଟଳ କିଲୋ ଶହେ ଟଙ୍କା, ମଣିଷ ଚଳିବ କେମିତି- ବଜାରରୁ ଫେରି ଜଣେ ବନ୍ଧୁ ହତାଶ ହୋଇ ଏତକ କହିଲେ। ତାଙ୍କ କଥା ଶୁଣି ଆମର ମନେ ପଡିଗଲା, ଗତ ଦୁଇମାସ ତଳେ ପିଆଜ ଦର ଉପରେ ଗୋଟେ ଲେଖା ଲେଖି ଆମେ କେମିତି ସରକାରୀ ଭକ୍ତ ଓ ନରେନ୍ଦ୍ର ମୋଦୀଙ୍କ ବିଶାଳ ଟ୍ରୋଲ ବାହିନୀ ପାଖରୁ ଗାଳି ଖାଇଥିଲୁ। ଆମକୁ କୁହା ହୋଇଥିଲା- କଣ, କଂଗ୍ରେସ ବେଳେ ପିଆଜ ଦର ବଢୁ ନଥିଲା କି? କଂଗ୍ରେସ ବେଳେ ତମେ ସବୁ କେଉଁଠି ଶୋଇଥିଲ? ଆମର ସୈନିକ ସୀମାନ୍ତରେ ଗୁଳି ଖାଇ ମରୁଛନ୍ତି ଆଉ ତମେ ପିଆଜ କିଲୋ ସତୁରୀ ଟଙ୍କା ଦେଇ କିଣିପାରୁନ! ଭକ୍ତ ଓ ଟ୍ରୋଲ ମାନଙ୍କର ଏସବୁ ପ୍ରଶ୍ନ ବହୁ ପୁରୁଣା। ସେମାନେ ଜାଣନ୍ତି ନାହିଁ ଯେ ଦରଦାମ ବଢିଲେ, ଲୋକଙ୍କର ହା ହୁତାଶ କେମିତି ଆସେ। ଜଣେ…
ସମୀକ୍ଷା ବ୍ୟୁରୋ ଆଜି ଏସୀୟ ଦେଶମାନଙ୍କରେ ଭୂମିକମ୍ପ ମୁକାବିଲା ଲାଗି ଆୟୋଜିତ ସାଙ୍ଘାଇ ସମାବେଶରେ ଗୃହମନ୍ତ୍ରୀ ଅମିତ ଶାହ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଭାରତ ଯଥେଷ୍ଟ ସଫଳତା ଅର୍ଜନ କରିଛି। ଓଡ଼ିଶାରେ ବିଗତ ଦିନରେ ଆସିଥିବା ତିନୋଟି ବଡ଼ ବାତ୍ୟା ରେ ଲୋକଙ୍କ ଜୀବନ ବଞ୍ଚାଇବାରେ ସରକାର ସଫଳ ହୋଇଛନ୍ତି ବୋଲି ଶାହ କହିଛନ୍ତି। ତେବେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ରେ ରାଜ୍ୟ ସରକାରମାନଙ୍କ ଭୂମିକା ବିଷୟରେ ନୀରବ ରହଛନ୍ତି। ଫାଇଲିନ, ହୁଡ଼ହୁଡ ଓ ଫନୀ ବାତ୍ୟା ରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାରେ ଓ ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା କରିବାରେ ଓଡିଶା ସରକାରଙ୍କ ଉଲ୍ଲେଖନୀୟ ସଫଳତା କୁ ଶାହ ତାଙ୍କ ଭାଷଣରେ ରେଖାଙ୍କିତ କରିବା ପରିବର୍ତ୍ତେ ଏହା କେନ୍ଦ୍ର ସରକାରଙ୍କ ସଫଳତା ବୋଲି କହିଛନ୍ତି। ସଙ୍ଘୀୟ ବ୍ୟବସ୍ଥା ରେ ଏ ପ୍ରକାର ଆଚରଣ ଆଦୌ ଗ୍ରହଣୀୟ ନୁହେଁ।

