Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦୁର୍ନୀତି ନିବାରଣ କେବଳ କଥାରେ, କାମ ବେଳକୁ ବିରାଟ ଶୂନ୍ୟ 
ବିଶେଷ ଖବର

ଦୁର୍ନୀତି ନିବାରଣ କେବଳ କଥାରେ, କାମ ବେଳକୁ ବିରାଟ ଶୂନ୍ୟ 

November 10, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଦୁର୍ନୀତି ନିବାରଣ କେବଳ କଥାରେ, କାମ ବେଳକୁ ବିରାଟ ଶୂନ୍ୟ

କେଦାର ମିଶ୍ର 

 ଏବେ ଏବେ ଦୁର୍ନୀତି ନିବାରଣ ସପ୍ତାହ ସରିଛି। ରାଜ୍ୟର ସରକାରୀ କର୍ମଚାରୀମାନେ ଦୁର୍ନୀତି କରିବେ ନାହିଁ ବୋଲି ଶପଥ ନେଇଛନ୍ତି। ତେବେ ଏମିତି ଶପଥ ସବୁ ବର୍ଷ ନିଆଯାଏ ଓ ସେଇଠୁ ଉଠି “ଉପୁରି” ବିଷୟରେ ଚିନ୍ତା କରାଯାଏ। ବେଳେ ବେଳେ କୁହାଯାଏ ଓଡିଶାରେ “ପିସି ସରକାର” ଚାଲିଛି। ତେବେ ଓଡିଶାରେ ଏକଥା ଯେତିକି ସତ, ଭାରତର ସବୁ ରାଜ୍ୟ ଓ କେନ୍ଦ୍ରରେ ବି ସେତିକି ସତ। ଦୁର୍ନୀତି ସବୁଠି ଅଛି, ହେଲେ ଦୁର୍ନୀତି ବିରୋଧରେ ଭାଶଣବାଜି ବଢିଛି। ଓଡିଶାରେ ଦୁର୍ନୀତି ବିରୋଧରେ ‘ଜିରୋ ଟଲରେନ୍ସ” କଥା କୁହାଯାଉଛି। ନିୟମିତ ବ୍ୟବଧାନରେ ସରକାରୀ ବାବୁମାନଙ୍କ ବିରୋଧରେ କାର୍ୟାନୁଷ୍ଠାନ ବି ହେଉଛି। ହେଲେ ତାହା ଆବଶ୍ୟକତା ତୁଳନାରେ ଯଥେଷ୍ଟ କମ।

ଓଡିଶା ସରକାର ୨୦୧୮-୧୯ ମସିହା ପାଇଁ ତାଙ୍କର ଯେଉଁ ଅର୍ଥନୈତିକ ସର୍ବେକ୍ଷଣ ବିଧାନସଭାରେ ଉପସ୍ଥାପିତ କରିଥିଲେ, ସେଥିରେ ଦୁର୍ନୀତିକୁ ରାଜ୍ୟର ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ଏକ ବାଧକ ବୋଲି ମାନିଛନ୍ତି। ସରକାରଙ୍କ ନିଜ ଭାଷାରେ” ଦୁର୍ନୀତି ନିବାରଣ କେବଳ ଏକ ନୈତିକ ଦାୟିତ୍ଵ ନୁହେଁ, ଏହା ଏକ ଅର୍ଥନୈତିକ ଆବଶ୍ୟକତା ମଧ୍ୟ”। ଏଥିରେ ଦ୍ଵିମତ ହେବାର କୌଣସି କାରଣ ନାହିଁ। ତେବେ ସରକାରୀ ସ୍ତରରେ ଏହାକୁ ଲାଗୁ କରିବ କିଏ? ରାଜ୍ୟ ସରକାର ପ୍ରତିଷ୍ଠା କରିଥିବା ଦୁଇଟି ସ୍ଵତନ୍ତ୍ର ଦୁର୍ନୀତି ନିବାରଣ ଅଦାଲତରେ ମାତ୍ର ୪୩ ଜଣ ପ୍ରଥମ ଶ୍ରେଣୀର ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଛନ୍ତି। ତେବେ ସେମାନଙ୍କ ଭିତରୁ ଉପରିସ୍ଥ ଅଦାଲତରେ କେତେଜଣଙ୍କ ଦଣ୍ଡ କାୟମ ରହିଛି, ତାହାର ତଥ୍ୟ ରାଜ୍ୟ ସରକାର ଦେଇ ନାହାନ୍ତି। ସରକାରୀ ତଥ୍ୟ ଏ ସଙ୍କ୍ରାନ୍ତରେ ଯାହା ମିଳୁଛି, ତାହା ଅତ୍ୟନ୍ତ ନିରାଶାଜନକ।

୨୦୧୮ ବର୍ଷରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ୪୨୯ ଟି ଅପରାଧିକ ମାମଲା ରୁଜୁ କରିଥିଲେ। ମାମଲା ହୋଇଥିବା ଅଧିକାରୀଙ୍କ ଭିତରେ ରହିଛନ୍ତି ୫୨ ଜଣ ପ୍ରଥମ ଶ୍ରେଣୀର ଅଧିକାରୀ, ୪୪ ଜଣ ଦ୍ଵିତୀୟ ଶ୍ରେଣୀ ଅଧିକାରୀ, ୩୯୮ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ, ୧୩ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ୧୬୫ ଜଣ ବେସରକାରୀ ବ୍ୟକ୍ତି ବିଶେଷ। ଯେଉଁ ସବୁ ମାମଲା ଦାୟର ହୋଇଛି ସେଥିରୁ ଅଧିକାଂଶ ହେଉଛି ବେଆଇନ ଭାବରେ ସମ୍ପତ୍ତି ଜମା କରିଥିବା ସମ୍ପର୍କିତ। ୯୪.୨୫ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ବିରୋଧରେ ଏହି ସବୁ ମାମଲା ହୋଇଛି। ୧୮୨ ଜଣ କର୍ମଚାରୀଙ୍କୁ ଭିଜିଲାନ୍ସ ଧାରା ପଗଡ କରିଛି।

ସେହିପରି ୪୨୨ ଜଣଙ୍କ ବିରୋଧରେ ଭିଜଲାନ୍ସ ବିଭାଗ ତଦନ୍ତ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୨୨ ଜଣ ପ୍ରଥମ ଶ୍ରେଣୀର ଅଧିକାରୀ, ୩୮ ଜଣ ଦ୍ଵିତୀୟ ଶ୍ରେଣୀ, ୪୦୮ ଜଣ ତୃତୀୟ ଶ୍ରେଣୀ, ୧୧ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ୩୪ ଜଣ ବେସରକାରୀ ଲୋକ। ୪୨୨ ଟି ତଦନ୍ତ ମାମଲାରୁ ୩୭୮ ମାମଲାରେ ରେ ବିହିତ କାର୍ୟାନୁଷ୍ଠାନ ହୋଇଛି। ୧୦୮ ଟି ମାମଲାର ତଦନ୍ତ ସାରି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ୟାନୁଷ୍ଠାନ ନେବାକୁ ବିଭିନ୍ନ ବିଭାଗକୁ ସୁପାରିଶ କରାଯାଇଛି। ସେଥିରୁ ୧୮୭ ଟି ମାମଲାକୁ ଅପରାଧିକ ବୋଲି ଘୋଷଣା କରାଯାଇଛି। ୮୩ ଟି ମାମଲା ପ୍ରମାଣ ଅଭାବରୁ ବନ୍ଦ କରି ଦିଆଯାଇଛି।

ଦୁର୍ନୀତି ଅଭଯୋଗରେ ରାଜ୍ୟର ୨୪୧ ଜଣଙ୍କୁ(୨୬ ପ୍ରଥମଶ୍ରେଣୀ, ୧୯ ଦ୍ଵିତୀୟ ଶ୍ରେଣୀ,୧୭୬ ତୃତୀୟ ଶ୍ରେଣୀ,୯ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ୫ ବେସରକାରୀ ଲୋକ)   ଗିରଫ କରାଯାଇଛି। ୩୩ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଦୁର୍ନୀତି ନିବାରଣ ଅଦାଲତ ଦ୍ଵାରା ୨୩୪ ମାମଲାର ବିଚାର କରି ୧୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଯଦିଓ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କ ହାର ୫୧%, ହେଲେ ଅଭଯୋଗ ହାର ଯଥେଷ୍ଟ କମ।

ଉପରେ ଆମେ ଯେଉଁସବୁ ତଥ୍ୟ ଦେଖିଲେ, ସେଥିରୁ ଗୋଟେ କଥା ପ୍ରମାଣିତ ହେଉଛି ଯେ, ଉପରସ୍ତରର ଦୁର୍ନୀତି ବିରୋଧରେ କାର୍ୟାନୁଷ୍ଠାନ ସଂଖ୍ୟା ଆପାତତଃ କମ। ପ୍ରାୟତଃ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ବିରୋଧରେ ଅଧିକ ଚଢାଉ ହେଉଛି। ରାଜନୈତିକ ପ୍ରଶାସକମାନେ ଏ କ୍ଷେତ୍ରରେ ବର୍ତ୍ତି ଯାଉଛନ୍ତି। ଗତ କୋଡିଏ ବର୍ଷ ଭିତରେ ପ୍ରାୟ କୌଣସି ରାଜନୈତିକ ପ୍ରଶାସକ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। କାହିଁ କେତେ ବର୍ଷ ତଳେ ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କୁ ଏକ ନିମ୍ନ ଅଦାଲତ ଦଣ୍ଡିତ କରିଥିଲେ। ତାପରଠୁ କୌଣସି ମନ୍ତ୍ରୀ ବା ବିଧାୟକ ଏ ପ୍ରକାର ମାମଲାର ସାମ୍ନା କରିନାହାନ୍ତି। ସେହିପରି ମାମଲାରେ ପଡିଥିବା ଆଇଏଏସ ଅଧିକାରୀଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ କମ। ଉପରସ୍ତରର ଦୁର୍ନୀତିକୁ ଛୁଇଁବା ଲାଗି ଦୁର୍ନୀତି ନିବାରଣ ବିଭାଗ ବୋଧହୁଏ ସାହସ କରୁନାହାନ୍ତି।

କିରାଣୀ ଓ ତଳ ସ୍ତରର କର୍ମଚାରୀଙ୍କୁ ଗିରଫ କରି ଦୁର୍ନୀତି ବିରୋଧରେ ବଡ ପଦକ୍ଷେପ ନେଉଛୁ ବୋଲି କହିବା ହାସ୍ୟାସ୍ପଦ ହେବ। ଇତି ମଧ୍ୟରେ ରାଜ୍ୟରେ ଲୋକପାଳ ବ୍ୟବସ୍ଥା ଲାଗୁ ହୋଇ ସାରିଛି। ଲୋକପାଳଙ୍କ ରିପୋର୍ଟ ମିଳୁ ମିଳୁ ଆଉ ବର୍ଷେ ସମୟ ଲାଗିବ।ତେଣୁ ଉପରସ୍ତରରର ଦୁର୍ନୀତି ବିରୋଧରେ ଲୋକପାଳ କି ପ୍ରକାର ଆଭିମୁଖ୍ୟ ରଖୁଛନ୍ତି, ତାହା ସମୟ କହିବ। ହେଲେ ସରକାରୀ ତଥ୍ୟ ଆଧାରରେ ଆମେ ଏତିକି କହିପାରିବା ଯେ ଦୁର୍ନୀତି ନିବାରଣ ପ୍ରସଙ୍ଗରେ କେବଳ ଚୂନା ମାଛ ଇ ଧାରା ପଡ଼ୁଛନ୍ତି। ବଡ ମାଛଙ୍କୁ ଧରିବା ଲାଗି ରାଜ୍ୟ ସରକାରଙ୍କ ଜାଲ ଏବେବି ଦକ୍ଷ ହୋଇନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.