ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ‘ବୁଲ୍ବୁଲ୍’ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଘଣ୍ଟାକୁ 6 କି.ମି. ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ବାତ୍ୟାର ସ୍ଥିତି ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଘଣ୍ଟାପ୍ରତି 6 କିମି ବେଗରେ ଆସୁଥିବା ଏହି ବାତ୍ୟା ବର୍ତ୍ତମାନ ପାରାଦୀପରୁ 810 କିମି ଦୂରରେ ରହିଛି । ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଏହା ମୁହାଁଉଥିବା ବେଳେ କେଉଁ ଉପକୂଳ ଦେଇ ଏହି ବାତ୍ୟା ଅତିକ୍ରମ କରିବ ତାହା ସ୍ପଷ୍ଟ ହୋଇନାହିଁ ।
Author: Samikhsya Bureau
ବ୍ରଜରାଜନଗର ପୋଲିସ୍ ପକ୍ଷରୁ ସଙ୍ଗଠିତ ଏକ ଏନ୍କାଉଣ୍ଟରରେ 4 ହତ୍ୟା ଅପରାଧୀ ଆହତ ହେବା ସହିତ ଗିରଫ ହୋଇଛନ୍ତି । ମଙ୍ଗଳବାର ହୋଇଥିବା ଏକ ହତ୍ୟା ମାମଲାରେ ଏହି 4ଜଣ ସମ୍ପୃକ୍ତ ଥିବା ଜଣାପଡିଛି । ପୋଲିସ୍ ପକ୍ଷରୁ ଅଭିଯୁକ୍ତଙ୍କୁ ଗିରଫ କରାଯିବାକୁ ଚେଷ୍ଟା କରାଯାଉଥିବା ବେଳେ ଅପରାଧୀ ମାନେ ଗୁଳି ଚାଳନା କରିଥିଲେ । ବ୍ରଜରାଜନଗର ଫାଣ୍ଡି ଅଧିକାରୀ ଆହତ ହେବା ପରେ ପାଲଟା ଗୁଳି ଚାଳନାରେ 4 ଅପରାଧୀ ଆହତ ହୋଇଥିଲେ । ଗିରଫ 4 ଅଭିଯୁକ୍ତ ହେଉଛନ୍ତି ଅନନ୍ତ ଧଳ, ଶୈଳେନ୍ଦ୍ର ପାତ୍ର, ନିକି ସିଂ ଓ ରଫିକ ଅନସାରୀ । ପୁଲିସ୍ 4 ଅଭିଯୁକ୍ତଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ।
ସମୀକ୍ଷା ବ୍ୟୁରୋ ବଡି ସକାଳୁ କଟକ ଏସସିବି ମେଡିକାଲ କଲେଜରେ 5ଟି ସଚିବ ଭି.କେ ପାଣ୍ଡିୟାନ। ବହୁ କର୍ମଚାରୀ ମୁହଁ ଧୋଇ ନ ଥିବା ବେଳେ ପାଣ୍ଡିୟାନ ଆସିଛନ୍ତି ଶୁଣିବା ପରେ ତରବର ହୋଇ ନିଜନିଜ କାମରେ ଲାଗିପଡିଲେ। ସବୁ ୱାର୍ଡରେ ନର୍ସଠାରୁ ଆରମ୍ଭ କରି ଡାକ୍ତରମାନେ ମଧ୍ୟ ଏହି ଖବର ଜାଣିବା ପରେ ସମସ୍ତେ କର୍ମବୀର ପରି ନିଜନିଜ କାମରେ ବ୍ୟସ୍ତ ରହିଲେ। ହେଲେ ସେମାନେ ଯେତେବେଳେ ଜାଣିଲେ ଯେ ପାଣ୍ଡିୟାନ ସା’ରେ ୱାର୍ଡକୁ ଆସିବେ ନାହିଁ ସେତେବେଳେ ଟିକିଏ ନିଶ୍ବାସ ମାରିଲେ। ପ୍ରକୃତରେ ଏସସିବି ମେଡିକାଲର ଭିତ୍ତିଭୂମି ଉପରେ ତଦାରଖ କରିବା ପାଇଁ ପାଣ୍ଡିଆନ ନିଜ ଟିମ୍ ସହିତ ସକାଳୁ ସକାଳୁ ସେଠାରେ ପହଁଚିଥିଲେ। ପାଣ୍ଡିଆନଙ୍କ ସହିତ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ଓ କଟକ ଡିସିପି ମଧ୍ୟ ଏସ୍ସିବି ପରିସରରେ ଉପସ୍ଥିତ…
କେଦାର ମିଶ୍ର ପିଆଜ କିଲୋ ସତୁରୀ ଟଙ୍କା, ପୋଟଳ କିଲୋ ଶହେ ଟଙ୍କା, ମଣିଷ ଚଳିବ କେମିତି- ବଜାରରୁ ଫେରି ଜଣେ ବନ୍ଧୁ ହତାଶ ହୋଇ ଏତକ କହିଲେ। ତାଙ୍କ କଥା ଶୁଣି ଆମର ମନେ ପଡିଗଲା, ଗତ ଦୁଇମାସ ତଳେ ପିଆଜ ଦର ଉପରେ ଗୋଟେ ଲେଖା ଲେଖି ଆମେ କେମିତି ସରକାରୀ ଭକ୍ତ ଓ ନରେନ୍ଦ୍ର ମୋଦୀଙ୍କ ବିଶାଳ ଟ୍ରୋଲ ବାହିନୀ ପାଖରୁ ଗାଳି ଖାଇଥିଲୁ। ଆମକୁ କୁହା ହୋଇଥିଲା- କଣ, କଂଗ୍ରେସ ବେଳେ ପିଆଜ ଦର ବଢୁ ନଥିଲା କି? କଂଗ୍ରେସ ବେଳେ ତମେ ସବୁ କେଉଁଠି ଶୋଇଥିଲ? ଆମର ସୈନିକ ସୀମାନ୍ତରେ ଗୁଳି ଖାଇ ମରୁଛନ୍ତି ଆଉ ତମେ ପିଆଜ କିଲୋ ସତୁରୀ ଟଙ୍କା ଦେଇ କିଣିପାରୁନ! ଭକ୍ତ ଓ ଟ୍ରୋଲ ମାନଙ୍କର ଏସବୁ ପ୍ରଶ୍ନ ବହୁ ପୁରୁଣା। ସେମାନେ ଜାଣନ୍ତି ନାହିଁ ଯେ ଦରଦାମ ବଢିଲେ, ଲୋକଙ୍କର ହା ହୁତାଶ କେମିତି ଆସେ। ଜଣେ…
ସମୀକ୍ଷା ବ୍ୟୁରୋ ଆଜି ଏସୀୟ ଦେଶମାନଙ୍କରେ ଭୂମିକମ୍ପ ମୁକାବିଲା ଲାଗି ଆୟୋଜିତ ସାଙ୍ଘାଇ ସମାବେଶରେ ଗୃହମନ୍ତ୍ରୀ ଅମିତ ଶାହ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଭାରତ ଯଥେଷ୍ଟ ସଫଳତା ଅର୍ଜନ କରିଛି। ଓଡ଼ିଶାରେ ବିଗତ ଦିନରେ ଆସିଥିବା ତିନୋଟି ବଡ଼ ବାତ୍ୟା ରେ ଲୋକଙ୍କ ଜୀବନ ବଞ୍ଚାଇବାରେ ସରକାର ସଫଳ ହୋଇଛନ୍ତି ବୋଲି ଶାହ କହିଛନ୍ତି। ତେବେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ରେ ରାଜ୍ୟ ସରକାରମାନଙ୍କ ଭୂମିକା ବିଷୟରେ ନୀରବ ରହଛନ୍ତି। ଫାଇଲିନ, ହୁଡ଼ହୁଡ ଓ ଫନୀ ବାତ୍ୟା ରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାରେ ଓ ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା କରିବାରେ ଓଡିଶା ସରକାରଙ୍କ ଉଲ୍ଲେଖନୀୟ ସଫଳତା କୁ ଶାହ ତାଙ୍କ ଭାଷଣରେ ରେଖାଙ୍କିତ କରିବା ପରିବର୍ତ୍ତେ ଏହା କେନ୍ଦ୍ର ସରକାରଙ୍କ ସଫଳତା ବୋଲି କହିଛନ୍ତି। ସଙ୍ଘୀୟ ବ୍ୟବସ୍ଥା ରେ ଏ ପ୍ରକାର ଆଚରଣ ଆଦୌ ଗ୍ରହଣୀୟ ନୁହେଁ।
ମହିଳାଙ୍କୁ ପୋଡ଼ି ହତ୍ୟା ମାମଲାରେ ଭାଇଭଉଣୀଙ୍କୁ ଆଜୀବନ ଦଣ୍ଡାଦେଶ ମିଳିଛି । ମୃତ ମହିଳାଙ୍କ ସ୍ବାମୀ ଏବଂ ନଣନ୍ଦଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ । ସ୍ବାମୀ ରବୀନ୍ଦ୍ର ଖଟୁଆ, ନଣନ୍ଦ କୌଶଲ୍ୟା ଖଟୁଆଙ୍କୁ ଆଜୀବନ ଜେଲ୍। ଉଭୟଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଲେ ଜିଲ୍ଲା ଓ ଦୌରା ଜଜ୍ । ୨୦୧୬ ଏପ୍ରିଲ୍ ୧୫େର ଉଦଳା ଥାନା ରାଢ ଗାଁରେ ଘଟିିଥିଲା ହତ୍ୟାକାଣ୍ଡ ।
ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ବିଡିଏ ଅଧିକାରୀ। ବିଡିଏ ଏନ୍ଫୋର୍ସମେଣ୍ଟ ଇନ୍ସପେକ୍ଟର ପୁରୁଷୋତ୍ତମ ଜେନା। ୧୫ ହଜାର ଟଙ୍କା ଲାଞ୍ଚ ନେଲାେବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ। ଜଣେ ଆବେଦନକାରୀଙ୍କ ସପକ୍ଷରେ ରିପୋର୍ଟ ଦେବା ପାଇଁ ଲାଞ୍ଚ ନେଉଥିଲେ। ସେହିପରି ପାଠ୍ୟପୁସ୍ତକ ପ୍ରକାଶନ ଓ ବିପଣନ ସଂସ୍ଥାର ସହକାରୀ ନିର୍ଦେଶକ ମଧ୍ୟ ଲାଞ୍ଚ ନେବାବେଳେ ଗିରଫ ହୋଇଛନ୍ତି । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ପ୍ରସନ୍ନ ସେନାପତି ଭିଜିଲାନ୍ସ ବିଭାଗ ଦ୍ବାରା ଧରାପଡିଛନ୍ତି ।
ଝାରସୁଗୁଡ଼ା ଜିଲ୍ଲା ବନ ଉନ୍ନୟନ ନିଗମ ଗୋଦାମ ସୁପରଭାଇଜର ଭାବେ କାର୍ଯ୍ୟରତ ସୁମନ୍ତ ପାଇକରାୟ ୧୬ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କୌଣସି ଏକ କାମ ନେଇ ଜଣେ ବ୍ୟକ୍ତିଙ୍କୁ ସୁମନ୍ତ ୧୬ହଜାର ଟଙ୍କା ଲାଂଚ ମାଗିଥିଲେ। ଭିଜିଲାନ୍ସ ଖବର ପାଇ ଆଜି ବ୍ୟକ୍ତିଙ୍କ ଠାରୁ ସୁମନ୍ତ ୧୬ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଲାଂଚ ନେଉଥିବା ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି।

