Author: Samikhsya Bureau

କେଦାର ମିଶ୍ର  ମାନ୍ୟବର ସୁପ୍ରିମ କୋର୍ଟ ତାଙ୍କର ୧୦୪୫ ପୃଷ୍ଠାର ଏକ ପୃଥୁଳ ରାୟରେ ରାମ ଜନ୍ମଭୂମି ଭାବରେ ବିବେଚିତ ଜମିକୁ ରାମଲାଲାଙ୍କ ନାମରେ ଫଇସଲା କରିଛନ୍ତି। ଏହି ରାୟକୁ ଭାରତୀୟ ନ୍ୟାୟିକ ଇତିହାସରେ ସବୁଠୁ ଜଟିଳ ରାୟ ବୋଲି କୁହାଯାଇପାରିବ। ସମାଧାନର ଏକ ସୂତ୍ର ବାହାର କରିବାକୁ ଯାଇ ସୁପ୍ରିମ କୋର୍ଟ ଏହି ଜମିକୁ ରାମଲାଲାଙ୍କ ନାମରେ ଡିକ୍ରି ଦେଇଥିଲେ ମଧ୍ୟ ଦୀର୍ଘ ବର୍ଷ ଧରି ଏହି ଜମି ଜମି ଉପରେ ରହିଥିବା ମସଜିଦର ଅସ୍ତିତ୍ଵକୁ ଅସ୍ଵୀକାର କରିନାହାନ୍ତି। ଅନୈତିକ ଓ ବେଆଇନ ଉପାୟରେ ବାବ୍ରୀ ମସଜିଦ ଭିତରେ ଶ୍ରୀରାମ ମୂର୍ତ୍ତି ସ୍ଥାପନା କରି  ୨୨/୨୩ ଡିସେମ୍ବର, ୧୯୪୯ରେ ଏହାକୁ ଅପବିତ୍ର କରାଯାଇଥିଲା ଓ ୬ ଡିସେମ୍ବର ୧୯୯୨ ରେ ଏହାକୁ ବେଆଇନ ଭାବରେ ଭଙ୍ଗା ଯାଇଥିଲା ବୋଲି ଦେଶର ସର୍ବ ଶ୍ରେଷ୍ଠ ଅଦାଲତ ସ୍ପଷ୍ଟ ଭାବରେ କହିଛନ୍ତି। ଉଭୟ ଧାର୍ମିକ ଆସ୍ଥା ଭିତରେ ଏକ ସମନ୍ବୟର ବାତାବରଣ କରିବାକୁ…

Read More

ଅଯୋଧ୍ୟା ଜମି ବିବାଦକୁ ନେଇ ସୁପ୍ରିମକୋର୍ଟ ପକ୍ଷରୁ ଶନିବାର ଐତିହାସିକ ରାୟ ପ୍ରକାଶ ପାଇବା ପରେ ଏବେ ଏହାକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଉଛି। ରାଷ୍ଟୀୟ ସ୍ବୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ଏହି ରାୟକୁ ସ୍ବାଗତ ଜଣାଇ କହିଛନ୍ତି ଯେ, ଏବେ ଆମେ ପୁରୁଣା ଲଢେଇ ଝଗଡା ଭୁଲି ଭବ୍ୟ ରାମମନ୍ଦିର ନିର୍ମାଣ କରିବା ଉଚିତ୍‌ । ଦୀର୍ଘ ଦଶନ୍ଧି ଧରି ଚାଲିଥିବା ଏହି ମାମଲାର ରାୟରେ ଦେଶର ଜନଭାବନା ଓ ଆସ୍ଥାକୁ ନ୍ୟାୟ ମିଳିଛି ବୋଲି ସେ କହିଛନ୍ତି। ଏହି ନିଷ୍ପତ୍ତିକୁ କୌଣସି ବିଜୟ ବା ପରାଜୟ ଦୃଷ୍ଟିକୋଣରୁ ଦେଖିବା ଉଚିତ୍‌ ନୁହେଁ ବୋଲି କହିଛନ୍ତି ଭାଗବତ । ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ ଆହ୍ବାନ ଦେଇଛନ୍ତି ଭାଗବତ। ସେହିପରି ଉଚ୍ଚତମ ନ୍ୟାୟାଳୟଙ୍କ ମସଜିଦ୍‌ ନିର୍ମାଣ ପାଇଁ ୫ ଏକର ଜମି ପ୍ରଦାନ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ମୋହନ ଭାଗବତ…

Read More

ବହୁ ଚର୍ଚ୍ଚିତ ଅଯୋଧ୍ୟା ବିବାଦ ମାମଲାର ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ଶୁଣାଣି ପରେ ରାମ ମନ୍ଦିର ନିର୍ମାଣ ହେବା ନେଇ ରାସ୍ତା ସଫା ହୋଇଯାଇଛି । ସୁପ୍ରିମ୍‌କୋର୍ଟଙ୍କ ଏହି ଶୁଣାଣି ପରେ ରାଜନୈତିକ ବ୍ୟକ୍ତିବିଶେଷ ଏହି ନିଷ୍ପତ୍ତିକୁ ସମର୍ଥନ କରି ଦେଶରେ ଶାନ୍ତି ବ୍ୟବସ୍ଥା କାଏମ ରଖିବାକୁ ଅପିଲ୍‌ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ନିଜର ପ୍ରତିକ୍ରିୟା ରଖିଛି ।  ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ସମ୍ମାନ କରିବା ସହିତ ଦଳର ପ୍ରବକ୍ତା ରଣଦୀପ ସୁର୍ଜେଓ୍ବାଲା କହିଛନ୍ତି ଯେ, ମନ୍ଦିର ନିର୍ମାଣ ନେଇ ଦଳ ସମର୍ଥନ ଜଣାଉଛି । ଉଚ୍ଚତମ ନ୍ୟାୟାଳୟଙ୍କ ଏହି ନିଷ୍ପତ୍ତି ମନ୍ଦିର ନିର୍ମାଣ ପାଇଁ ରାସ୍ତା ଫିଟିଥିବାବେଳେ ଏହାକୁ ନେଇ ବିଜେପି ତଥା ଅନ୍ୟମାନଙ୍କ ରାଜନୀତିକରଣ କରିବାର ବାଟ ବନ୍ଦ ହୋଇଯାଇଛି । ସେହିପରି ରାଷ୍ଟ୍ରୀୟ ଜନତା ଦଳ ତେଜସ୍ବୀ ଯାଦବ କହିଛନ୍ତି ଯେ, ଅଯୋଧ୍ୟା ମାମଲାର ନିଷ୍ପତ୍ତି ସର୍ବମାନ୍ୟ, କିନ୍ତୁ ରାଜନୈତିକ ଦଳଙ୍କୁ ମନ୍ଦିର ମସଜିଦ୍‌ ନିର୍ମାଣ…

Read More

ବେନ୍‌ ଆଫ୍ଲେକ୍‌ଙ୍କ ଫ୍ୟାନ୍‌ ମାନଙ୍କ ପାଇଁ ଖୁସି ଖବର । ନିକଟରେ ଡିସିର ସୁପରହିରୋ କମିକ୍‌ ଚରିତ୍ର ବ୍ୟାଟମ୍ୟାନ୍‌ରୁ ଓହରିଥିବା ବେନ୍‌ ଆଫ୍ଲେକ୍‌ ନିଜର ଆଗାମୀ ଫିଲ୍ମରେ ଜଣେ ଡିଟେକ୍ଟିଭ୍‌ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଟ୍ବିଟ୍ଟର ଜରିଆରେ ନିଜେ ଆଫ୍ଲେକ୍‌ ଏହି ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି । ଫିଲ୍ମଟିର ନାମ ହିପ୍ନୋଟିକ୍‌ ରଖାଯାଇଥିବା ବେଳେ ଏହା ଆକ୍ସନ୍‌/ଥ୍ରୀଲର ଶ୍ରେଣୀର ବୋଲି ଦୁଇ ଥର ଓସ୍କାର ବିଜୟୀ ଆଫ୍ଲେକ୍‌ ସୂଚନା ଦେଇଛନ୍ତି । ରବର୍ଟ ରଡ୍ରିଗ୍ବେଜ୍‌ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଥିବା ବେଳେ ଫିଲ୍ମଟି ଏକ ବ୍ୟାଙ୍କ ଲୁଟ୍‌ ପୃଷ୍ଠଭୂମି ଉପରେ ଆଧାରିତ ବୋଲି ଜଣାପଡିଛି । ରବର୍ଟ ରଡ୍ରିଗ୍ବେଜ୍‌ ପୂର୍ବରୁ ଥ୍ରୀଲର ଫିଲ୍ମ ସିନ୍‌ ସିଟିର ନିର୍ଦ୍ଦେଶନା ଦେଇଛନ୍ତି । ଏପ୍ରିଲ୍‌ 2020ରୁ ଏହି ଫିଲ୍ମର ସୁଟିଂ ଆରମ୍ଭ କରାଯିବ ବୋଲି ଜଣାପଡିଛି ।

Read More

ବହୁ ଚର୍ଚ୍ଚିତ ଅଯୋଧ୍ୟା ରାୟ ଆସିବା ପରେ ଏହାକୁ ନେଇ ଶିବସେନା ଏକ ବଡ଼ ବୟାନ ଦେଇଛି । ଅଯୋଧ୍ୟା ମାମଲା ଉପରେ ସୁପ୍ରିମକୋର୍ଟ ଶୁଣାଣି ପରେ ବିବାଦୀୟ ଜମି ଉପରେ ରାମ ମନ୍ଦିର ନିର୍ମାଣ ହେବା ରାସ୍ତା ସଫା ହୋଇଯାଇଛି । କୋର୍ଟ ତିନି ମାସ ମଧ୍ୟରେ ରାମ ମନ୍ଦିର ନିର୍ମାଣ ନେଇ ଟ୍ରଷ୍ଟ ଗଠନ କରିବାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି । କୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ଶିବସେନା ମହାରାଷ୍ଟ୍ରରେ ସରକାର ଗଢିବା ପୂର୍ବରୁ ପ୍ରଥମେ ମନ୍ଦିର ନିର୍ମାଣର ନାରା ଦେଇଛି । ଶିବସେନାର ନେତା ସଞ୍ଜୟ ରାଉତ  ରାମ ମନ୍ଦିର ନିର୍ମାଣ ଉପରେ ନିଷ୍ପତ୍ତି ଆସିବା ପରେ ଟୁଇଟ୍‌ କରି କହିଛନ୍ତି ଯେ, ‘ପ୍ରଥମେ ମନ୍ଦିର, ପରେ ସରକାର !!! ଅଯୋଧ୍ୟାରେ ମନ୍ଦିର, ମହାରାଷ୍ଟ୍ରରେ ସରକାର… ଜୟଶ୍ରୀରାମ ।’ ମହାରାଷ୍ଟ୍ରରେ ବିଜେପି ଓ ଶିବସେନାର ମେଣ୍ଟ ଏବେ ଭାଙ୍ଗିବାର ଦ୍ବାରଦେଶରେ ପହଞ୍ଚିଛି…

Read More

ଆଜି ରାମ ଜନ୍ମଭୂମି ମାମଲା ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇଥିବା ବେଳେ ଏହି ରାୟକୁ ବିଜେପିକୁ ଆକ୍ରମଣ କରିଛି ଶିବସେନା । ସୁପ୍ରିମ୍‌କୋର୍ଟ ରାମ ମନ୍ଦିର ନିର୍ମାଣ ନେଇ ସବୁଜ ସଙ୍କେତ ପ୍ରଦାନ କରିଥିବା ବେଳେ ଏହାର ଶ୍ରେୟ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରକୁ ପ୍ରଦାନ କରାଯିବା ଅନୁଚିତ ବୋଲି ଠାକରେ କହିଛନ୍ତି । ପୂର୍ବରୁ ଶିବସେନା ପକ୍ଷରୁ ଏକ ସ୍ବତନ୍ତ୍ର ନିୟମ ଅଣାଯାଇ ମନ୍ଦିର ନିର୍ମାଣର ପ୍ରସ୍ତାବ ରଖାଯାଇଥିଲା ମାତ୍ର ବିଜେପି ସରକାର ଉକ୍ତ ପ୍ରସ୍ତାବକୁ ନେଇ ନୀରବ ରହିଥିଲେ । ତେଣୁ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ଏହାର ଶ୍ରେୟ ବିଜେପି ସରକାର ନେଇ ପାରିବେ ନାହିଁ ବୋଲି ଠାକ୍‌ରେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଜିର ନିଷ୍ପତ୍ତିରେ କୋର୍ଟ ବିବାଦୀୟ ଜମିକୁ ରାମ ମନ୍ଦିର ନିର୍ମାଣ ପାଇଁ ଛାଡିଥିବା ବେଳେ ମସ୍‌ଜିଦ୍‌ ନିର୍ମାଣ ପାଇଁ ଅଯୋଧ୍ୟାରେ 5 ଏକର ଜମି ପ୍ରଦାନ ନିଷ୍ପତ୍ତି ନେଇଛନ୍ତି…

Read More

ବାତ୍ୟା ବୁଲ୍‌ବୁଲ୍‌ ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ, ପାରାଦୀପଠୁ ୯୫ କିମି ଦୂରରେ ରହିଛି ’ବୁଲ୍‌ବୁଲ୍‌’ । ଘଣ୍ଟା ପ୍ରତି ୧୩ କିମି ବେଗରେ ଗତି କରୁଛି ’ବୁଲ୍‌ବୁଲ୍‌’ ।  ଆଜି ଅପରାହ୍ନ ୫ଟରୁ ରାତି ୧୦ଟା ଭିତରେ ଲ୍ୟାଣ୍ଡଫଲ୍‌ କରିପାରେ ବୋଲି ସୂଚନା ଦେଇଛନ୍ତି ଏସ୍‌ଆରସି । ବୁଲ୍‌ବୁଲ୍‌ ପୂର୍ବ ଉତ୍ତର ପୂର୍ବ ଦିଗକୁ ମୋଡ଼ ନେବା ଆରମ୍ଭ କଲାଣି ।  ବୁଲ୍‌ବୁଲ୍‌ ପ୍ରଭାବରେ ଆଉ ୪ରୁ ୫ ଘଣ୍ଟା ଯାଏଁ ବର୍ଷା ଜାରି ରହିବ ବୋଲି ସୂଚନା ରହିଛି । ବିଶେଷ କରି ବାଲେଶ୍ବର, ଭଦ୍ରକରେ ବର୍ଷାର ପରିମାଣ ବଢିପାରେ । ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପ୍ରବଳ ବର୍ଷା ହୋଇଛି ।

Read More

ବହୁ ଚର୍ଚ୍ଚିତ ଅଯୋଧ୍ୟା ରାୟର ଶୁଣାଣି କରିଛନ୍ତି ସୁପ୍ରିମ୍‌କୋର୍ଟ । ସୁପ୍ରିମକୋର୍ଟଙ୍କ ଅଯୋଧ୍ୟ ରାୟକୁ ସମ୍ମାନ କରିଥିଲେ ବି ଏହି ରାୟକୁ ନେଇ ସନ୍ତୁଷ୍ଟ ନାହାନ୍ତି ଅଲ ଇଣ୍ଡିଆ ମୁସଲିମ୍ ପର୍ସନଲ ଲ ବୋର୍ଡ୍। ମୁସଲିମ୍ ପକ୍ଷଙ୍କ ଓକିଲ ଜାଫରୟାବ ଜିଲାନୀ କହିଛନ୍ତି, କୋର୍ଟଙ୍କ ରାୟକୁ ସମ୍ମାନ ଜଣାଉଛୁ, ହେଲେ ରାୟକୁ ନେଇ ସନ୍ତୁଷ୍ଟ ନୋହୁଁ। ଏବେ ମୁସଲିମ୍ ପକ୍ଷ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ମୂଲ୍ୟାଙ୍କନ କରିବେ ଏବଂ ଆଗାମୀ ପଦକ୍ଷେପ ନେବ ବୋଲି ଜଫରୟାବ ଜିଲାନୀ କହିଛନ୍ତି। ତେବେ ଅଯୋଧ୍ୟା ମାମଲା ରାୟ ଆସିବା ପରେ ଏହା କାହାରି ହାର କିମ୍ବା ଜିତ୍‌ ନୁହେଁ ବୋଲ କହିଛନ୍ତି । ତେବେ ଏହା ଉପରେ ପୁନର୍ବିଚାର ଯାଚିକା ଦାଖଲ କରାଯିବା ଉଚିତ୍‌  ବୋଲି ଜିଲାନୀ କହିଛନ୍ତି । ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ବିବାଦୀୟ ଜମିକୁ ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ୍ ରାମ ମନ୍ଦିର ସେହି ସ୍ଥାନରେ ହିଁ ହେବ।…

Read More

ସମୀକ୍ଷା ବ୍ୟୁରୋ ଅଯୋଧ୍ୟା ମାମଲାରେ ଶେଷରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇଛି। ବିବାଦୀୟ ଜମିକୁ ରାମ ଜନ୍ମଭୂମିକୁ ପ୍ରଦାନ କରିବାର ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ଏହା ସହିତ ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ମସ୍‌ଜିଦ୍‌ ନିର୍ମାଣ ପାଇଁ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ଏକର ଜମି ପ୍ରଦାନ କରାଯିବା ସହିତ ମସ୍‌ଜିଦ୍‌ ନିର୍ମାଣରେ ସହାୟତା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହା ସହିତ ବିବାଦୀୟ ଜମିକୁ ଏକ ଟ୍ରଷ୍ଟକୁ ପ୍ରଦାନ କରି ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଆଲ୍ହାବାଦ୍‌ ହାଇକୋର୍ଟଙ୍କ ପକ୍ଷରୁ ୨୦୧୪ରେ ମାମଲାର ରାୟ ପ୍ରକାଶ ପାଇଥିବା ବେଳେ ଏହା ବିରୋଧରେ ସର୍ବୋଚ୍ଚ କୋର୍ଟରେ ୪ଟି ପକ୍ଷଙ୍କ ତରଫରୁ ୧୪ଟି ମାମଲା ରୁଜୁ କରାଯାଇଥିଲା। ମାତ୍ର ଆଜି ନିର୍ମୋହୀ ଆଖଡା ଏବଂ ସିଆ ଓ୍ବାକଫ୍‌ ବୋର୍ଡର ପିଟିସନ୍‌ ଖାରଜ କରାଯାଇଛି। ସିଆ ଓ୍ବାକଫ୍‌ ବୋର୍ଡର ସିଙ୍ଗଲ…

Read More

ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଅଯୋଧ୍ୟା ମାମଲାର ଶୁଣାଣି ଆରମ୍ଭ କରାଯାଇଛି । ଲଗାତାର 40 ଦିନର ଶୁଣାଣି ପରେ 5 ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ପ୍ରକାଶ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ 1 ନମ୍ବର କୋର୍ଟରେ ମାମଲାର ଶୁଣାଣି ଆରମ୍ଭ କରିଛନ୍ତି । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ମାମଲାର ରାୟ ପଢୁଥିବା ବେଳେ ନିର୍ମୋହୀ ଆଖଡା ଏବଂ ସିଆ ଓ୍ବାକଫ୍‌ ବୋର୍ଡର ପିଟିସନ୍‌ ଖାରଜ କରାଯାଇଛି । ସିଆ ଓ୍ବାକଫ୍‌ ବୋର୍ଡର ସିଙ୍ଗଲ ଲିଭ୍‌ ପିଟିସନ୍‌ ଖାରଜ କରାଯାଇଥିବା ବେଳେ ନିର୍ମୋହୀ ଆଖଡା ସେବାୟତ ହୋଇନଥିବାରୁ ନିର୍ମୋହୀ ଆଖଡାର ପିଟିସନ୍‌ ମଧ୍ୟ ଖାରଜ କରାଯାଇଛି ।

Read More

ବାତ୍ୟ ବୁଲ୍‌ବୁଲ୍‌ ପ୍ରଭାବରେ ରାଜ୍ୟର ବିଭିନ୍ନ ଉପକୂଳ ଅଞ୍ଚଳରେ ବର୍ଷାର ପ୍ରକୋପ ବଢିବାରେ ଲାଗିଛି । ଭଦ୍ରକର ଧାମରାରେ ପବନର ବେଗ ବଢିବା ସହିତ ଦୁଇଟି ମାଛଧରା ବୋଟ ବୁଡିଯିବାରୁ 9 ଜଣ ନିଖୋଜ ହୋଇଥିଲେ । ନିଖୋଜଙ୍କ ମଧ୍ୟରୁ ଗୋଟିଏ ବୋଟର 8ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ବୋଟରେ ଜଣଙ୍କର ପ୍ରାଣହାନି ଘଟିଛି । ଧାମରାର ତାଳଚୁଆରେ ପ୍ରବଳ ପବନ କାରଣରୁ ବୋଟରୁ ଖସି ପଡି ଯୁବକ ପ୍ରାଣ ହରାଇଥିବା ଜଣାପଡିଛି । ଏହି ସମୟ ମଧ୍ୟରେ ପାରାଦୀପ ଠାରେ ସର୍ବାଧିକ 159 ମିମି ବର୍ଷା ରେକର୍ଡ଼ କରାଯାଇଛି । ସେହିପରି ଚାନ୍ଦବାଲିରେ 143 ମିମି ଏବଂ ବାଲେଶ୍ୱରରେ 32 ମିମି ବର୍ଷା ରେକର୍ଡ଼ ହୋଇଛି ।

Read More

ଦୀର୍ଘ 70 ବର୍ଷର ଆଇନଗତ ବିବାଦ ପରେ ଆଜି ରାମ ଜନ୍ମଭୂମି ମାମଲାର ରାୟ ପ୍ରକାଶ ପାଇବାକୁ ଯାଉଥିବା ବେଳେ ଏହାକୁ ନେଇ ଉତ୍ତର ପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଶନିବାର 10.30 ମିନିଟ୍‌ ସମୟରେ ମାମଲାର ରାୟ ପ୍ରକାଶ ପାଇବାକୁ ଯାଉଥିବାରୁ ଅଯୋଧ୍ୟାରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି । ଅଯୋଧ୍ୟାରେ ଧାରା 144 ଲାଗୁ କରାଯାଇ ପୋଲିସ୍‌ ଛାଉଣୀରେ ପରିଣତ କରାଯାଇଥିବା ବେଳେ ଆଗ୍ରା ଏବଂ ଆଲିଗଡରେ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି । ସେହିପରି ଉତ୍ତର ପ୍ରଦେଶ-ନେପାଳ ସୀମାକୁ ମଧ୍ୟ ସିଲ୍ କରି ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ସମେତ ଓଡିଶା ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରିୟଙ୍କା ଗାନ୍ଧୀ ଏବଂ ମୋହନ ଭାଗବତ ଲୋକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି ।

Read More

ଶନିବାର ସୁପ୍ରିମ୍‌କୋର୍ଟରେ ଅଯୋଧ୍ୟା ରାୟ ପ୍ରକାଶ ପାଇବ । ଲଗାତାର 40 ଦିନର ଶୁଣାଣି ପରେ 5 ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ପ୍ରକାଶ କରିବେ । ଏହି ଖଣ୍ଡପୀଠରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ସମେତ ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେ, ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‌ ଏସ୍‌ ଅବ୍ଦୁଲ ନାଜୀର ସାମିଲ ଅଛନ୍ତି । ରାୟ ପ୍ରକାଶ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଟ୍ୱିଟ୍‌ କରି ଶାନ୍ତି ରକ୍ଷା ପାଇଁ ନିବେଦନ କରିଛନ୍ତି । ଦେଶବାସୀଙ୍କୁ ଆହ୍ୱାନ କରୁଛି, ଅଯୋଧ୍ୟା ରାୟ ପରେ ଶାନ୍ତି ଏବଂ ଭାଇଚାରାର ପରମ୍ପରାକୁ ଆମେ ଅକ୍ଷୁର୍ଣ୍ଣ ରଖନ୍ତୁ । ବିଭିନ୍ନ ବ୍ୟକ୍ତି ଏବଂ ସଂଗଠନ ଭାଇଚାରାର ବାତାବରଣ ବଜାୟ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ରାୟ ଆସିବା ପରେ ଆମେ ଏହି ସଦ୍‌ଭାବନା କାଏମ ରଖିବା ଉଚିତ ବୋଲି ମୋଦି କହିଛନ୍ତି…

Read More

କେଦାର ମିଶ୍ର ଦୃଶ୍ୟଟି ଦେଖି ଭୟ ଲାଗୁଛି। ଜଣେ ବରିଷ୍ଠ ମହିଳା ପୋଲିସ ଅଧିକାରୀଙ୍କୁ ଦଳେ ଓକିଲ ଗୋଡେଇ ଗୋଡେଇ ବାଡଉଛନ୍ତି। ମହିଳା ଅଧିକାରୀ ଜଣକ ହାତ ଯୋଡି ଆଇନ ଶ୍ରୁଙ୍ଖଳା ନ ଭାଙ୍ଗିବାକୁ ନିବେଦନ କରୁଛନ୍ତି, ହେଲେ କଳା କୋଟ ପିନ୍ଧିଥିବା ଆମ ଆଇନର ମଙ୍ଗୁଆଳମାନେ ତାଙ୍କୁ ବାଡେଇ ଚାଲିଛନ୍ତି। ଏହା ପୁଣି ଘଟୁଛି ଭାରତର ରାଜଧାନୀ ନୂଆଦିଲ୍ଲୀର ପ୍ରାଣକେନ୍ଦ୍ରରେ ଥିବା ତିସ ହଜାରି ଅଦାଲତ ପରିସରରେ। ଗତ ସପ୍ତାହରେ ଏମିତି ଅନେକ ଦୃଶ୍ୟ ଆମେ ଟେଲିଭିଜନ ପରଦାରେ ଓ ସୋସିଆଲ ମିଡିଆରେ ଦେଖି ଆସୁଛୁ।ଅନ୍ୟ ଏକ ଦୃଶ୍ୟରେ ଦେଖାଯାଉଛି, ଜଣେ ପୋଲିସ ଅଧିକାରୀଙ୍କୁ ଦଳେ ଓକିଲ ଘେରିକି ମାରି ଚାଲିଛନ୍ତି। ପ୍ରାଣ ବିକଳରେ ସେ ମୋଟର ସାଇକଲ ଚଳାଇ ପଳାଉଥିବା ବେଳେ ତାଙ୍କୁ ହେଲମେଟ ବାଡେଇ ମରା ହେଉଛି। ଏହା ଦେଶର ରାଜଧାନୀରେ, ଆଇନର ମନ୍ଦିର ପରିସରରେ ଘଟିଛି। ଏହାକୁ ନେଇ ଏବେ ଦିଲ୍ଲୀରେ ପୋଲିସ ଓ ଓକିଲ…

Read More

ବାତ୍ୟା ‘ବୁଲ୍‌ବୁଲ୍‌’ ପାରାଦୀପଠାରୁ 130 କି.ମି. ଦୂରରେ ରହିଛି । ଏହା ପ୍ରଭାବରେ ଧୀରେ ଧୀରେ ପବନର ବେଗ ବଢିଥିବା ବେଳ ଉପକୂଳ ଜିଲ୍ଲା ମାନଙ୍କରେ ବର୍ଷା ହୋଇଛି । ପୁରୀ, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଭଳି କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ଜଗତସିଂହପୁର ଜିଲ୍ଲାରେ 350, ବାଲେଶ୍ୱର ଜିଲ୍ଲାରେ 311 ଓ ଭୋଗରାଇ ସୁବର୍ଣ୍ଣପୁର ଦ୍ୱୀପରୁ 25 ପରିବାରକୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଥିବା ଏସ୍‌ଆରସି ସୂଚନା ଦେଇଛନ୍ତି ।

Read More

KOLKATA, NOV 8 (UNI) – West Bengal Chief Minister Mamata Banerjee, BCCI President Sourav Ganguly and Bollywood actor Shah Rukh Khan lighting the ceremonial lamp at the inauguration of Kolkata International Film Festival at Netaji Indoor Stadium in Kolkata on Friday. UNI PHOTO-88U

Read More