Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗଡସେ ମୂର୍ତ୍ତି ଲାଗି ଜାଗା ଦେବେ କି ଓଡିଶା ସରକାର, ନରସିଂହ ମିଶ୍ରଙ୍କ କଟାକ୍ଷ!
ବିଶେଷ ଖବର

ଗଡସେ ମୂର୍ତ୍ତି ଲାଗି ଜାଗା ଦେବେ କି ଓଡିଶା ସରକାର, ନରସିଂହ ମିଶ୍ରଙ୍କ କଟାକ୍ଷ!

November 15, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବିଳମ୍ବରେ ହେଲେ ମଧ୍ୟ ଓଡିଶା କଂଗ୍ରେସ ଗାନ୍ଧୀଙ୍କ ହତ୍ୟା ପ୍ରସଙ୍ଗକୁ ଘୋଡାଇବାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅପପ୍ରୟାସ ବିରୋଧରେ ସ୍ଵର ଉଠାଇଛି। ଏ ସଙ୍କ୍ରାନ୍ତରେ ଗତ କିଛିଦିନ ହେଲା ଗଣମାଧ୍ୟମ, ସୋସିଆଲ ମିଡିଆ ଓ ସମାଜକର୍ମୀଙ୍କ ପ୍ରତିକ୍ରିୟା ଶୁଣିବାକୁ ମିଳୁଥିଲା। ଗାନ୍ଧୀଜୀଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ପ୍ରସ୍ତୁତ ଏକ ପୁସ୍ତିକାରେ ଗାନ୍ଧୀଙ୍କ ହତ୍ୟା ଆକସ୍ମିକ କାରଣରୁ ହୋଇଥିଲା ବୋଲି ଲେଖାଯାଇଛି ଓ ଏ ପ୍ରକାର ବିଭ୍ରାନ୍ତିକର ତଥ୍ୟ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ତେବେ ଏ ସମ୍ପର୍କରେ ସବୁ ବର୍ଗର ପ୍ରତିକ୍ରିୟା ମିଳି ସାରିବା ପରେ ଗାନ୍ଧୀଙ୍କ ନିଜ ଦଳ କଂଗ୍ରେସ ଶେଷରେ ଯାଇ ପ୍ରତିକ୍ରିୟା ରଖିଛି। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏକ ପ୍ରଶ୍ନ ପଚାରିବା ଛଳରେ, ଏହି ପ୍ରସଙ୍ଗ ଉଠାଇଥିଲେ। ରାଜସ୍ଵ ମନ୍ତ୍ରୀଙ୍କୁ ନୂଆ ଗ୍ରାମ ଗଠନ ବେଳେ ଗାନ୍ଧୀ ହତ୍ୟାକାରୀ ଗଡସେ ଲାଗି ଏକ ମୂର୍ତ୍ତି ଗଢିବାକୁ ଜାଗା ଚିହ୍ନଟ କରିବେ କି ବୋଲି ନରସିଂହ ମିଶ୍ର ତୀବ୍ର କଟାକ୍ଷ କରିଥିଲେ। ତେବେ ଅଭିଜ୍ଞ ନରସିଂହ ବାବୁଙ୍କ କଟାକ୍ଷକୁ ବୁଝି ନପାରି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଥିଲେ, ମୂର୍ତ୍ତି ଗଠନ ତାଙ୍କ ବିଭାଗ ର କାମ ନୁହେଁ, ଏହା ସଂସ୍କୃତି ବିଭାଗର କାମ।

ତେବେ ଏଠି ପ୍ରଶ୍ନ ଉଠୁଛି, ଗଡସେ ମୂର୍ତ୍ତି ଗଢିବା ଲାଗି ସତରେ ସଂସ୍କୃତି ବିଭାଗ କାମ କରିବ କି? ଜଣେ ଆତତାୟୀର ମୂର୍ତ୍ତି ଗଢିବା ରାଜ୍ୟ ସରକାରଙ୍କ ଦାୟିତ୍ଵ ନୁହେଁ ବୋଲି କହିପାରିବାର ସତସାହସ ମନ୍ତ୍ରୀଙ୍କ ପାଖରେ ବୋଧହୁଏ ନଥିଲା। ତେବେ ଏ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳର ନେତାଙ୍କ ବକ୍ତବ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥିବା ବେଳେ ସମୁଦାୟ ଘଟଣାକ୍ରମରେ କଂଗ୍ରେସର ବିଳମ୍ବିତ ପ୍ରତିକ୍ରିୟା ଅତ୍ୟନ୍ତ ନିରାଶାଜନକ।

ଗାନ୍ଧୀ କଂଗ୍ରେସର ମୂଳ ଆଧାର। ତାଙ୍କ ଜୀବନୀ ଓ ବିଚାର ଉପରେ ଯେଉଁ ପ୍ରକାର ସଙ୍ଗଠିତ ଆକ୍ରମଣ ହେଉଛି, ତାକୁ ପ୍ରତିହତ କରିବାରେ କଂଗ୍ରେସର ଭୂମିକା ସବୁବେଳେ ଶିଥିଳ ରହି ଆସିଛି। ଓଡିଶା ସରକାରଙ୍କର ଏହି ନିର୍ବୋଧତା ବିରୋଧରେ କଂଗ୍ରେସ ପ୍ରଥମରୁ ସ୍ଵର ଉତ୍ତୋଳନ କରିବ ବୋଲି ଆଶା କରାଯାଉଥିଲା।

ଯାହା ବି ହେଉ ବିଳମ୍ବରେ କଂଗ୍ରେସର ନିଦ ଭାଙ୍ଗିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ସିଲିଗୁଡ଼ି କରିଡରର ସୁରକ୍ଷା ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

August 23, 2026

୧୪୯ତମ ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ୨୭୮୦ କୋଟିର ୧୪ ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ

August 23, 2026

ଭାରତ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଲେ ପାକିସ୍ତାନର ମନ୍ତ୍ରୀ: ଜାଣନ୍ତୁ କାରଣ

August 22, 2026

“ବନ୍ଦେ ମାତରମ୍” ବିବାଦ: କଂଗ୍ରେସ ନିଷ୍ପତ୍ତିରେ କ୍ଷୁବ୍ଧ ବିଜେପି, ପାସ୍ କଲା ପ୍ରସ୍ତାବ

August 22, 2026
Latest News

ବିଶ୍ବ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ସିଲ୍ଭର ମିଟକୁ ଶୁଭାରମ୍ଭ କଲେ କ୍ରୀଡ଼ା ମନ୍ତ୍ରୀ

August 23, 2026

ସିଲିଗୁଡ଼ି କରିଡରର ସୁରକ୍ଷା ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

August 23, 2026

ବିଶାଖାପାଟଣାଠାରେ ବ୍ରିକ୍ସ ଯୁବ ମନ୍ତ୍ରୀସ୍ତରୀୟ ବୈଠକ ୨୦୨୬ ସମାପ୍ତ: ମିଳିତ ବିବୃତ୍ତି ଗୃହୀତ

August 23, 2026

୧୪୯ତମ ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ୨୭୮୦ କୋଟିର ୧୪ ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ

August 23, 2026

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୩ ତାରିଖ ରବିବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.