ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ“ବୁଲବୁଲ” ବାତ୍ୟାର ରୂପ ନେଇଛି । ଆସନ୍ତା ୨୪ଘଣ୍ଟାରେ ସିଭିୟର ସାଇକ୍ଲୋନ ରୂପ ନେବ ବୁଲବୁଲ । ଭାରତୀୟ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ବୁଲବୁଲ ବାତ୍ୟା ଏବେ ଉତ୍ତର ଦିଗକୁ ଗତି କରୁଛି । ୯ତାରିଖରେ ଉତ୍ତର, ଉତ୍ତରପୂର୍ବ ଦିଗକୁ ଗତି କରିବ । କାଳକ୍ରମେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇବା ସମ୍ଭାବନା ରହିଛି । ଏହା ପ୍ରଭାବରେ ୮ତାରିଖ ସକାଳୁ ଓଡ଼ିଶା ଉପକୂଳରେ ସମୁଦ୍ର ଆଶାନ୍ତ ରହିବା ସହ ପ୍ରବଳ ବର୍ଷା ଆରମ୍ଭ ହେବ । ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷିବ । ସେହିପରି ୯ତାରିଖରେ ଉତ୍ତର ଓଡ଼ିଶା ସହ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବର୍ଷା ହେବ । ଏହି ପବନ ବର୍ଷାରେ କଚ୍ଚା ଘର , ବିଦ୍ୟୁତ ଖୁଣ୍ଟି, ଗଛ ଭାଙ୍ଗିବା , ରାସ୍ତା…
Author: Samikhsya Bureau
ପଞ୍ଜାବର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପାକିସ୍ତାନ ଯିବା ପାଇଁ ଜିଦ୍ ଧରି ବସିଛନ୍ତି । ଏଥିପାଇଁ ଗୁରୁବାର ବିଦେଶ ମନ୍ତ୍ରଣାଳୟକୁ ତୃତୀୟ ଚିଠି ଲେଖିଛନ୍ତି। ଏହି ଚିଠି ମାଧ୍ୟମରେ କରତ୍ତାରପୁର କରିଡର ସମାରୋହରେ ସାମିଲ ହେବାକୁ ପାକିସ୍ତାନ ଯିବା ପାଇଁ ସେ ଅନୁମତି ମାଗିଛନ୍ତି। ସୂଚନାଯୋଗ୍ୟ, କରତ୍ତାରପୁର କରିଡର ସମାରୋହ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସିଦ୍ଧୁଙ୍କୁ ଆମନ୍ତ୍ରଣ କରିଥିଲେ। ପୂର୍ବରୁ ଏନେଇ ବୈଦେଶିକ ମନ୍ତ୍ରୀ ଏ.ସ୍ ଜୟଶଙ୍କରଙ୍କୁ ସିଦ୍ଧୁ ଚିଠି ଲେଖିଥିବା ବେଳେ କୌଣସି ଜବାବ ମିଳି ନ ଥିଲା। ତେବେ ତୃତୀୟ ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଉଦ୍ଘାଟନରେ ଯିବା ପାଇଁ ବାରମ୍ବାର ସରକାରଙ୍କୁ ଅବଗତ କରାଇଥିବା ବେଳେ ତାଙ୍କ ପକ୍ଷରୁ କୌଣସି ଜବାବ ଆସୁନାହିଁ। ସେ ଉଦ୍ଘାଟନରେ ସାମିଲ ହେବେ ନା ନାହିଁ ସେନେଇ ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଯଦି…
ଆଜି ବିଧାନସଭା ଗୃହ କମିଟିରେ ପଡ଼ୋଶୀ ରାଜ୍ୟ ସହ ସୀମା ବିବାଦକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ଗୃହବିଭାଗକୁ କହି କୋଟିଆରେ ତୁରନ୍ତ ଥାନା ପ୍ରତିଷ୍ଠା କରାଯିବ । ରାଜ୍ୟ ସୀମାର ୫କିମି ଭିତରେ କୈାଣସି ଅନୁଷ୍ଠାନ ବନ୍ଦ ହେବନି । କୈାଣସି ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯିବ ନାହିଁ । ସୀମାବର୍ତ୍ତୀ ଅନୁଷ୍ଠାନର ଉନ୍ନତୀକରଣ ପାଇଁ ସରକାର ଚେଷ୍ଟା କରିବେ । ସୀମାନ୍ତ ଅଂଚଳର ଲଘୁ ଖଣିଜ ପଦାର୍ଥର ସୁପରିଚାଳନା କରାଯିବ ବୋଲି ଆଜି ବୈଠକରେ ଆଲୋଚନା ହୋଇଛି । ରାଜସ୍ୱ ବିଭାଗର ବୈଠକ ପରେ ଏନେଇ ପଦକ୍ଷେପ ଗ୍ରହଣ କରାଯିବ । ଗଜପତିର ୧୬ ଏବଂ ଗଞ୍ଜାମର ୧୩ବିବାଦୀୟ ଗାଁ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ । ରାସ୍ତାଘାଟ ଓ ଅନ୍ୟ ସମସ୍ୟାର ଆଞ୍ଚଳିକ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକ ଶେଷ ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ…
SRINAGAR, NOV 7 (UNI) Kashmir valley experienced seasons first heavy snowfall on Thursday.
ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଦୁଇ ଦିନ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ସମ୍ଭାବ୍ୟ ବାତ୍ୟା ‘ବୁଲ୍ ବୁଲ୍’ ପ୍ରଭାବରେ ଜଗତସିଂହପୁର, କେନ୍ଦ୍ରପଡା ଓ ପୁରୀରେ ଦୁଇଦିନ ଜିଲ୍ଲାର ସବୁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତା ୮ ଓ ୯ ତାରିଖ ଦୁଇଦିନକୁ ଛୁଟି ଦିଆଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ସାଇକ୍ଲୋନିକ ଷ୍ଟର୍ମ ‘ବୁଲବୁଲ୍’ ଏବେ ପାରାଦୀପଠାରୁ ୭୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ସ୍କୁଲ ସହ ଅଙ୍ଗନଓ୍ବାଡିଗୁଡ଼ିକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କଲେ ଜିଲ୍ଲାପାଳ । ଏହା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇଛି ।
ରାଜ୍ୟରେ ସ୍ୱାସ୍ଥ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି । ଗତକାଲି ଏସ୍ସିବିକୁ ଏମ୍ପ୍ଲସ୍ କରିବା ପାଇଁ ୧୦୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିବାବେଳେ ଆଜି ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଲିଏଟିଭ କେୟାର ପ୍ରୋଗ୍ରାମର ଶୁଭାରମ୍ଭ କରିଛନ୍ତି । ଅନେକ ସମୟରେ କର୍କଟ ରୋଗୀ ରାଜ୍ୟରେ ଉତମ ଚିକିତ୍ସା ପାଉ ନଥିବା ଅଭିଯୋଗ ହେଉଛି । ଏହାକୁ ନଜରରେ ରଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନଠାରେ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର ବିଭିନ୍ନ ମୁଖ୍ୟ ଚିକିତ୍ସାଳୟରେ କର୍କଟ ନିରାକରଣ ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ରାଜ୍ୟ ସରକାରଙ୍କ କ୍ୟାନସର୍ ଚିକିତ୍ସା ପରାମର୍ଶଦାତା ଡ. ଦୀନେଶ ପେଡନେକର ରାଜ୍ୟ ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ଦୀନେଶ ପେଡନେକର ଏବଂ ପି କେ ମେହେର୍ଦ୍ଦା ଉପସ୍ଥିତ ଥିଲେ…
ସମୀକ୍ଷା ବ୍ୟୁରୋ ତାମିଲ ସୁପରଷ୍ଟାର କମଲ ହାସନ୍ ଆଜି ୬୫ ବର୍ଷରେ ପହଞ୍ଚିଛନ୍ତି । ଜଣେ ଅଭିନେତା , ନିର୍ଦ୍ଦେଶକ, କାହାଣୀ ଲେଖକ, ପ୍ରଯୋଜକ, ଗାୟକ, ସମାଜସେବୀ ତଥା ରାଜନେତା ଭାବରେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛନ୍ତି କମଲହାସନ୍। ଭାରତୀୟ ଚଳଚ୍ଚିତ୍ର ଜଗତରେ ନିଜର ଉଲ୍ଲେଖନୀ ଅବଦାନ ପାଇଁ ବହୁ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ଏହି ମହାନ କଳାକାର ଜଣକ । ୧୯୫୪ ମସିହା ନଭେମ୍ବର ୭ ତାରିଖ ତାମିଲନାଡୁଠାରେ କମଲହାସନ ଜନ୍ମଗ୍ରହଣ କରିଥିଲେ । ମାତ୍ର ୬ ବର୍ଷ ବୟସରୁ ‘କାଲାଥୁର କନ୍ନମା’ ଫିଲ୍ମରେ ଶିଶୁ କଳାକାର ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ କମଲ ହାସନ। ଏହି ଫିଲ୍ମ ପାଇଁ ରାଷ୍ଟ୍ରପତି ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି କମଲ୍। ତେଲୁଗୁ, ମାଲାୟଲମ, କନ୍ନଡ, ବେଙ୍ଗଲୀ ଏବଂ ହିନ୍ଦୀ ଆଦି ଭାଷାରେ ୨୦୦ରୁ ଅଧିକ ଫିଲ୍ମରେ ନିଜର ଅଭିନୟର ପରାକାଷ୍ଠା ଦେଖାଇଛନ୍ତି କମଲ ହାସନ୍। ନିଜର ଉଚ୍ଚକୋଟୀର ଅଭିନୟ ପାଇଁ ଫିଲ୍ମ…
MUMBAI:Siddhant Lunawath, Co-founder of HAIQU and and Saumya Gattani, Co-founder of HAIQU unveiling the world’s largest Seamless Quartz Slabs, in Mumbai on Wednesday.
ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ୭ ପିପିଏସ୍ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି। ଭ୍ରଷ୍ଟାଚାର କାରଣରୁ ଏହି ସମସ୍ତ ଅଧିକାରୀଙ୍କୁ ଅବସର ଦିଆଯାଇଥିବା ଜଣାପଡିଛି । ତେବେ ସମସ୍ତ ଅଧିକାରୀ ଡେପୁଟି ଏସ୍ପି ଓ ସିଇଓ ପଦବୀରେ ରହିଥିଲେ । ଭ୍ରଷ୍ଟାଚାର ପାଇଁ କିଛି ଅଧିକାରୀଙ୍କୁ ନିଲମ୍ବନ ମଧ୍ୟ କରିଛନ୍ତି ଯୋଗୀ ସରକାର । ଗତ ଦୁଇ ବର୍ଷ ମଧ୍ୟରେ ଯୋଗୀ ସରକାର ବିଭିନ୍ନ ବିଭାଗରୁ ୨୦୦ରୁ ଅଧିକ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଇସାରିଛନ୍ତି । ଏହି ଦୁଇ ବର୍ଷ ମଧ୍ୟରେ ୪୦୦ରୁ ଅଧିକ ଅଫିସର ଓ କର୍ମଚାରୀଙ୍କୁ ନିଲମ୍ବନ ଚାକିରି କ୍ଷେତ୍ରରେ ଅବନତି ଆଦି ଦଣ୍ଡ ଦେଇଛନ୍ତି । ଗୃହ ବିଭାଗର ସବୁଠୁ ଅଧିକ ୫୧ ଜଣ କର୍ମଚାରୀ ତଥା ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ଅନୁଷ୍କା ସେଟ୍ଟି ଆଜି ୩୮ତମ ଜନ୍ମଦିବସ ପାଳନ କରୁଛନ୍ତି। ୧୯୮୧ ନଭେମ୍ବର ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ଅନୁଷ୍କା। ୨୦୦୫ ଫିଲ୍ମ ‘ସୁପର୍’ ଜରିଆରେ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ ଅନୁଷ୍କା। ପରେ ପରେ ସେ ‘ସିଂଘମ୍’, ରୁଦ୍ରାମହାଦେବୀ’, ମିର୍ଚ୍ଚ’, ’ଅରୁନ୍ଧତୀ’, ‘ବେଦମ୍’ ଆଦି ବ୍ଲକବ୍ଲଷ୍ଟର ଫିଲ୍ମରେ ଅଭିନୟ କରିଛନ୍ତି। ବାହୁବଲୀରେ ସେ ଦେବସେନା ଭୂମିକାରେ ଅଭିନୟ କରି ବେଶ୍ ଚର୍ଚ୍ଚିତ ରହିଥିଲେ। ତେବେ ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ଅନୁଷ୍କା ଜଣେ ଯୋଗ ଗୁରୁ ଭାବରେ କାମ କରୁଥିଲେ। ଜଣେ ନିର୍ଦ୍ଦେଶକ ତାଙ୍କ ଯୋଗ ଦେଖିବା ପରେ ତାଙ୍କୁ ଫିଲ୍ମ କରିବାକୁ ଅଫର୍ ଦେଇଥିଲେ। ବାହୁବଲୀ ଅଭିନେତା ପ୍ରଭାସଙ୍କ ସହ ତାଙ୍କ ଅନେକଗୁଡ଼ିଏ ଫିଲ୍ମ ହିଟ୍ ରହିବା ସହିତ ତାଙ୍କ ସହ ଅନୁଷ୍କାଙ୍କ କେମେଷ୍ଟ୍ରିକୁ ଦର୍ଶକେ ବହୁତ ପସନ୍ଦ କରିଥା’ନ୍ତି। ଦୁହେଁ ପ୍ରଥମ ଥର ‘ବିଲ୍ଲା’ରେ ଏକାଠି ନଜର ଆସିଥିଲେ। ପରେ ପରେ ଦୁହେଁ…
ସମୀକ୍ଷା ବ୍ୟୁରୋ ଆଜି ବି ଭାରତୀୟଙ୍କ କ୍ଷେତ୍ରରେ ସେକ୍ସ ତଥା ଯୌନ ସମ୍ପର୍କକୁ ନେଇ ଖୋଲାଖୋଲି ବିଚାର କରିବାରେ ଦ୍ବିଧା ଦେଖାଯାଉଛି। ବିବାହ ପରେ ସ୍ତ୍ରୀ ବା ପୁରୁଷ ଅନ୍ୟ ପୁରୁଷ ବା ସ୍ତ୍ରୀ ସହିତ ସମ୍ପର୍କ ରଖିବାରେ ଭାରତୀୟ ମହିଳାଙ୍କଠାରୁ ପୁରୁଷମାନେ ଆଗରେ ରହିଛନ୍ତି। ଇଣ୍ଡିଆ ଟୁଡେର ସେକ୍ସ ସର୍ଭ ୨୦୧୯ରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ବିବାହ ପରେ ଅନ୍ୟ ପୁରୁଷ ବା ସ୍ତ୍ରୀ ସହ ସମ୍ପର୍କ କ୍ଷେତ୍ରରେ ରାୟ ଜାଣିଛନ୍ତି । ଆଜି ବି ମହିଳାମାନେ ବିବାହ ପରେ ଅନ୍ୟ ସମ୍ପର୍କକୁ ଠିକ୍ରେ ଗ୍ରହଣ କରିପାରନ୍ତି ନାହିଁ। ମହିଳାମାନେ ଲୋକେ କ’ଣ କହିବେର ବିଚାର ଆଜି ବି ରଖୁଛନ୍ତି । ବିବାହ ପରେ ସମ୍ପର୍କକୁ ମହିଳାମାନେ ଧୋକ୍କା ବା ବ୍ୟଭିଚାର ବୋଲି ଅଭିହିତ କରିଛନ୍ତି । ସୁପ୍ରିମକୋର୍ଟ ପୂର୍ବରୁ ବ୍ୟଭିଚାର ସମ୍ପର୍କିତ ଆଇନକୁ ଖାରଜ କରିବା ସହିତ ଏହା କୌଣସି ଅପରାଧ ଭୁକ୍ତ ନୁହେଁ ବୋଲି କହିସାରିଛନ୍ତି…
ଜନୈକ ନାବାଳିକା ଦୁଷ୍କର୍ମକାରୀଙ୍କ ଫାଶୀ ଦଣ୍ଡାଦେଶ କାଏମ ରଖିଛନ୍ତି । 2010 ମସିହାରେ ଅଭିଯୁକ୍ତ ମନୋହରନ ଜଣେ ନାବାଳିକା ଏବଂ ତାଙ୍କ ଭାଇକୁ ଦୁଷ୍କର୍ମ ଓ ହତ୍ୟା କରିଥିଲେ । ଜଷ୍ଟିସ ଆରଏଫ୍ ନରିମାନ୍, ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ସଞ୍ଜୀବ ଖନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଭିଯୁକ୍ତଙ୍କ ଆବେଦନକୁ 2-1 ଆଧାରରେ ଖାରଜ କରିଦେଇଥିଲେ । ଦୁଷ୍କର୍ମକାରୀଙ୍କୁ କ୍ଷମା ପ୍ରଦାନ କରାଯିବ ନାହିଁ ବୋଲି ଜଷ୍ଟିସ ନରିମାନ ପ୍ରକାଶ କରିଥିଲେ । ଜଷ୍ଟିସ ନରିମାନ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ଆବେଦନ ବିପକ୍ଷରେ ଭୋଟ କରିଥିବା ବେଳେ ସଞ୍ଜୀବ ଖନ୍ନା ଆଜୀବନ କାରାଦଣ୍ଡ ସପକ୍ଷରେ ମତ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଅକ୍ଟୋବର 29, 2010ରେ ସ୍କୁଲ ଯାଉଥିବା ରାସ୍ତାରେ ଦୁଇ ଭାଇ ଭଉଣୀଙ୍କୁ ଅପହରଣ କରି ମନୋହରନ ଏବଂ ମୋହନ କ୍ରିଷ୍ଣା ଦୁଷ୍କର୍ମ ଏବଂ ହତ୍ୟା କରିଥିଲେ । ମୋହନ କ୍ରିଷ୍ଣା ଏକ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ବେଳେ ମାଡ୍ରାସ…
ଭୁବନେଶ୍ବର ( ସମୀକ୍ଷା ବ୍ୟୁରୋ ) : ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମନ୍ଦିର ଭିତରେ ହେଉଥିବା ମହାପ୍ରଭୁଙ୍କ ଦାମୋଦର ବେଶର ଫଟୋ ଭାଇରାଲ ହୋଇଛି । ପ୍ରଦୀପ୍ତ ପାତ୍ର ନାମକ ବ୍ୟକ୍ତିଙ୍କ ଫେସବୁକ୍ ଆକାଉଣ୍ଟରୁ ଏହି ଫଟୋ ଭାଇରାଲ ହୋଇଛି । ଏହି ଫଟୋ ଭାଇରାଲ୍ ହେବା ପରେ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏହି ଫଟୋଟି ପ୍ରକୃତରେ ଲିଙ୍ଗରାଜ ମନ୍ଦିରର କି ଅନ୍ୟ କୌଣସି ସ୍ଥାନରେ ତାହା ବର୍ତ୍ତମାନ ଜଣାପଡି ନାହିଁ। ଫେସବୁକରେ ଥିବା ଏହି ଫଟୋଟି ଲିଙ୍ଗରାଜ ମନ୍ଦିରର ବୋଲି ଦାବୀ କରାଯାଇଥିଲେ ମଧ୍ୟ ପ୍ରକୃତରେ ଏହି ଫଟୋଟି କେଉଁଠାରେ ତାହା ତଦନ୍ତ କରିବାର ଆବଶ୍ୟକ ମଧ୍ୟ ରହିଛି।
ମହାରାଷ୍ଟ୍ରରେ ସରକାର ଗଠନ ପୂର୍ବରୁ ନିଜର ସମସ୍ତ ବିଧାୟକଙ୍କୁ ଏକ ପଞ୍ଚତାରକା ହୋଟେଲକୁ ସ୍ଥାନାନ୍ତର କରାଯାଇଛି । ସରକାର ଗଠନର ଗୋଟିଏ ଦିନ ପୂର୍ବରୁ ଘୋଡାବେପାରରୁ ନିଜ ବିଧାୟକଙ୍କୁ ଦୂରେଇ ରଖିବା ପାଇଁ ସମସ୍ତ ବିଧାୟକଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ସମସ୍ତ ବିଧାୟକଙ୍କୁ ବାନ୍ଦ୍ରା କୁର୍ଲାର ଏକ ପଞ୍ଚତାରକା ହୋଟେଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଦଳ ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ ମାତୋଶ୍ରୀ ବାସଭବନରୁ ମାତ୍ର କିଛି ମିନିଟ୍ ଦୂରରେ ଏହି ହୋଟେଲ ଅବସ୍ଥାପିତ । ମାତ୍ର ଶିବସେନା ସାଂସଦ ସଞ୍ଜୟ ରାଉତ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ରାଉତ କହିଛନ୍ତି ଘୋଡାବେପାର ପାଇଁ କୌଣସି ଦଳ ଶିବସେନା ବିଧାୟକଙ୍କ ନିକଟରେ ପହଞ୍ଚିବାର ଦୁଃସାହସ କରିବେ ନାହିଁ । ଉଲ୍ଲେଖଯୋଗ୍ୟ ଯେ, ବିଜେପି ନିକଟରେ 105 ବିଧାୟକ ରହିଥିବା ବେଳେ ଶିବସେନା ନିକଟରେ 56 ବିଧାୟକ ରହିଛନ୍ତି । ସଂଖ୍ୟା ଗରିଷ୍ଠତା ରହିଥିଲେ ମଧ୍ୟ 50-50 ଆସନ ଭାଗବଣ୍ଟାକୁ…
ଟିପୁ ସୁଲତାନ ଜୟନ୍ତୀ ପାଳନ ଋଦ୍ଦ କରିବାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବେ କର୍ଣ୍ଣାଟକ ହାଇକୋର୍ଟ । 18 ଶହ ଶତାବ୍ଦୀର ମହୀଶୂର ସାମ୍ରାଜ୍ୟର ରାଜା ଟିପୁ ସୁଲତାନଙ୍କ ଜନ୍ମଜୟନ୍ତୀ ପାଳନ ଉପରେ ରାଜ୍ୟ ସରକାର ରୋକ ଲଗାଇଥିଲେ । ଆସନ୍ତା ଦୁଇ ମାସ ମଧ୍ୟରେ ଏହି ଉତ୍ସବ ପାଳନ ନେଇ ନିଜ ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ହାଇକୋର୍ଟଙ୍କ ପକ୍ଷରୁ ସରକାରଙ୍କୁ କୁହାଯାଇଛି । ହାଇକୋର୍ଟର ମୁଖ୍ୟ ବିଚାରପତି ଅଭୟ ଶ୍ରୀନିବାସ ଏବଂ ଜଷ୍ଟିସ୍ ଏସ୍ ଆର କ୍ରିଷ୍ଣାଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କୁ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପ୍ରତିବର୍ଷ ନଭେମ୍ବର 10 ତାରିଖରେ ଟିପୁ ସୁଲତାନ ଜୟନ୍ତୀ ପାଳିତ ହୋଇଥାଏ ।

