Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୋଦୀ ସରକାରଙ୍କ ନୂଆ ଭାରତ, ଘର ବିକି ଘର ଚଳାଇବାର ଅର୍ଥନୀତି 
ବିଶେଷ ଖବର

ମୋଦୀ ସରକାରଙ୍କ ନୂଆ ଭାରତ, ଘର ବିକି ଘର ଚଳାଇବାର ଅର୍ଥନୀତି 

November 18, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ମୋଦୀ ସରକାରଙ୍କ ନୂଆ ଭାରତ, ଘର ବିକି ଘର ଚଳାଇବାର ଅର୍ଥନୀତି

କେଦାର ମିଶ୍ର 

ଅର୍ଥନୀତି ଏ ମାସର ସବୁଠୁ ଚିନ୍ତାର ବିଷୟ। କାରଣ ଯଥାଶୀଘ୍ର ଜିଡିପିର ତିନିମାସିଆ ଅଙ୍କ ପ୍ରକାଶ ପାଇବ ଓ ଏହା ୪.୨% ଭିତରେ ସୀମିତ ରହିବ ବୋଲି ଆକଳନ କରାଯାଉଛି। ଏହାର ଅର୍ଥ ହେଉଛି, ଆମେ ପୁଣିଥରେ ୫୦ ଓ ଷାଠିଏ ଦଶକର ଅର୍ଥନୈତିକ ଅତୀତକୁ ଫେରି ଯାଉଛି। ଗୋଟେ ସମୟରେ ପ୍ରାୟ ଅଢେଇ ରୁ ସାଢେ ତିନି ପ୍ରତିଶତ ହାରରେ ଆମର ଅର୍ଥନୈତିକ ଅଭିବୃଦ୍ଧି ଘଟୁଥିଲା ଓ ଏହାକୁ ସେତେବେଳେ କଟାକ୍ଷ କରି କୁହାଯାଉଥିଲା ହିନ୍ଦୁ ରେଟ ଅଫ ଗ୍ରୋଥ। ମନମୋହନ ସିଂ ଆସିଲା ପରେ ଅର୍ଥନୀତି ବଦଳିଲା ଓ ଗୋଟେ ସମୟରେ ଆମେ ଅଭିବୃଦ୍ଧି ହାରରେ ଦୁଇ ଅଙ୍କ ହାସଲ କରିବାର ବିରଳ ସଫଳତା ପାଇଲୁ। ୨୦୧୦ ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୧୦.୩% ରେ ପହଞ୍ଚିଥିଲା। ସେଥିଲାଗି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଆଜିର ଶାସକ ଦଳ ଯେତେ ଗାଳି କାଲେ ମଧ୍ୟ, ଅର୍ଥନୈତିକ ପରିଚାଳନାରେ ତାଙ୍କର ସମକକ୍ଷ ହେଲାଭଳି ପ୍ରତିଭା ବା ଦକ୍ଷତା ବିଜେପି ପାଖରେ ନାହିଁ। ଭାରତର ସବୁଠୁ ଅଧିକ ଅଭିବୃଦ୍ଧି ହାସଲ ହୋଇଥିବା ପାଞ୍ଚ ବର୍ଷର ତଥ୍ୟ (୧୯୮୮ ରେ ୯.୬%, ୨୦୦୫ ଓ ୦୬ ରେ ୯.୩%, ୨୦୦୮ରେ ୯.୮% ଓ ୨୦୧୦ରେ ୧୦.୩%) କୁ ଅନୁଧ୍ୟାନ କଲେ ଗୋଟିଏ କଥା ମନକୁ ଆସିବା ଯେ, ଏହି ସମୟରେ ଆର୍ଥିକ ବିକାଶ ଉପରେ ଦେଶର ରାଜନୀତି କେନ୍ଦ୍ରୀଭୂତ ଥିଲା।

ଆଜିର ତାରିଖରେ ଅର୍ଥନୈତିକ ବିକାଶ ଆଉ ରାଜନୀତିର ମୂଳ ଲକ୍ଷ୍ୟ ହୋଇ ରହିନାହିଁ। ମୋଦୀ ସରକାରର ରାଜନୀତି ଭାରତର ଅର୍ଥନୀତି ଅପେକ୍ଷା ସାମାଜିକ ବିଭାଜନ, ଗୋଷ୍ଠୀବାଦ, ଜାତୀୟ ସୁରକ୍ଷା ଆଳରେ ନିରନ୍ତର ଉତ୍ତେଜନା, ଦେଶର ଅର୍ଥନୀତିକୁ ବ୍ୟାପକ କ୍ଷତି ପହୁଞ୍ଚାଇଛି। ସବୁଠୁ ବଡ କଥା ହେଉଛି ବିମୂଦ୍ରାକରଣ ଓ ଜିଏସଟିର ଭୁଲ କାର୍ୟକାରିତା କାରଣରୁ ଅର୍ଥନୀତି ଦୁର୍ବଳରୁ ଦୁର୍ବଳତର ହୋଇ ଚାଲିଛି। ଯେତେବେଳେ ନରେନ୍ଦ୍ର ମୋଦୀ ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ଓ ଅରୁଣ ଜେଟଲି ଅର୍ଥମନ୍ତ୍ରୀ ଦାୟିତ୍ଵ ନେଲେ ସେତେବେଳେ ଦେଶର ଆର୍ଥିକ ଅଭିବୃଦ୍ଧି ହାର ଥିଲା ୭.୪%। କ୍ରମେ କ୍ରମେ ସରକାରର ଭୁଲ ଆର୍ଥିକ ନୀତି ଯୋଗୁଁ ଜିଡିପି ହାର କମି ଆସିଛି ଓ ଗତ ତିନି ବର୍ଷ ଭିତରେ ଆମେ ଆର୍ଥିକ ମାନ୍ଦାବସ୍ଥାରେ ପହଞ୍ଚି ଯାଇଛୁ।

ଯେଉଁମାନେ ଅର୍ଥନୀତିର ଗହନ କଥା ବୁଝନ୍ତି ନାହିଁ, ସେମାନଙ୍କ ଲାଗି ଏହା ଖୁବ ବେଶୀ ସଙ୍କଟ ମନେ ହେବ ନାହିଁ। ହେଲେ ସାଧାରଣ ଅର୍ଥରେ ଦେଖିଲେ ବର୍ତ୍ତମାନ ଆମେ ଏମିତି ଏକ ଅବସ୍ଥାକୁ ଆସି ଯାଇଛୁ, ଯେଉଁଠି ସରକାର ପାଖରେ ଆୟ ତୁଳନାରେ ବ୍ୟୟର ମାତ୍ରା ବଢି ଯାଉଛି। ଫଳରେ କରଜ ବଢୁଛି, ଫିସ୍କାଲ ଡେଫିସିଟ ବଢୁଛି। ସେଥିରୁ ମୁକୁଳିବା ପାଇଁ ଆମେ ଆମର ଯାହା ସଞ୍ଚୟ ଥିଲା ତାକୁ କାଢିବା ଆରମ୍ଭ କଲୁ। ରିଜର୍ଭ ବ୍ୟାଙ୍କରୁ ଲକ୍ଷେ ସତୁରୀ ହଜାର କୋଟି ଟଙ୍କା କାଢିଲା ପରେ ମଧ୍ୟ ଆମର ସମସ୍ୟା ତୁଟିଲା ନାହିଁ।ଏବେ ଆମେ ସେଇ ଅବସ୍ଥାରେ ପହଞ୍ଚିଛୁ, ଯେଉଁଠି ଘର ବିକି ଘର ଚଳାଇବାକୁ ପଡିବ। ସେଥିଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହି ସାରିଛନ୍ତି ଭାରତ ସରକାର ଖୁବ ଶୀଘ୍ର ଜାତୀୟ ବିମାନ ଚଳାଚଳ କମ୍ପାନୀ ଏୟାର ଇଣ୍ଡିଆ ଓ ଦେଶର ସବୁଠୁ ବଡ ଜାତୀୟ ପେଟ୍ରୋଲିୟମ କମ୍ପାନୀ ଭାରତ ପେଟ୍ରୋଲିୟମ ବିକ୍ରି କରିବେ। ଏୟାର ଇଣ୍ଡିଆ ଦୀର୍ଘ ବର୍ଷ ଧରି କ୍ଷତିରେ ଚାଲିଛି ଓ ଏହାର ଅସଂଖ୍ୟ ସମସ୍ୟା ରହିଛି। ତେଣୁ ଏହାକୁ ବିକ୍ରି କରିବାରେ ବିଶେଷ ଅସୁବିଧା ନାହିଁ। ହେଲେ ପ୍ରଚୁର ମାତ୍ରାରେ ଲାଭ କରୁଥିବା ଓ ସାରା ଦେଶର ଅର୍ଥନୈତିକ ଜୀବନ ରେଖା ଭାବରେ ପରିଚିତ ଭାରତ ପେଟ୍ରୋଲିୟମକୁ ବିକ୍ରି କରିବାର ମାନେ କଣ?

ମୋଦୀ ସରକାର ଆସିବା ପରଠୁ ଜାତୀୟ ନବରତ୍ନ କମ୍ପାନୀ ଗୁଡିକୁ ବିକ୍ରି କରିବାର ଏକ ଗୋପନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆଗକୁ ଦେଶର କୌଣସି ବି ଜାତୀୟ କମ୍ପାନୀ ରହି ନପାରେ। ହୁଏତ ଦେଶର ସବୁ ପ୍ରାକୃତିକ ସମ୍ବଳ ଓ ବଡ ଭିତ୍ତିଭୂମି ଥିବା ସଂସ୍ଥା ଯଥା- ରେଳବାଇ, ଭାରତ ସଂଚାର ନିଗମ ଇତ୍ୟାଦିକୁ ବିକ୍ରି କରି ଦିଆଯିବ। ଇତି ମଧ୍ୟରେ ଅତ୍ୟନ୍ତ ସୁଚିନ୍ତିତ ଢଙ୍ଗରେ ଦେଶର ଟେଲି ଯୋଗାଯୋଗ ବ୍ୟବସ୍ଥାକୁ ଧ୍ଵଂସ କରି କେବଳ ଗୋଟିଏ କମ୍ପାନୀର ଏକଚାଟିଆ କାରବାର ଲାଗି ସୁଯୋଗ ସୃଷ୍ଟି କରା ହୋଇଛି। ଅର୍ଥନୀତିରେ ଏ ପ୍ରକାର ଏକଚାଟିଆ କାରବାର ଅର୍ଥନୈତିକ ସଙ୍କଟ ଲାଗି ବାଟ ଫିଟାଇ ଥାଏ।

ସିଧାସଳଖ କହିବାକୁ ଗଲେ, ଏବେ ଆମେ ଆମର ସଞ୍ଚୟ ଅର୍ଥାତ ରିଜର୍ଭ ବ୍ୟାଙ୍କର ଗଚ୍ଛିତ ଅର୍ଥକୁ ବୁଡାଇ ସାରିଲା ପରେ, ଆଗକୁ ଘର ବିକି ଘର ଚଳାଇବାର ଯୋଜନା କରୁଛୁ। ବାହାରୁ ପୁଞ୍ଜି ବିନିଯୋଗ ହେଉନଥିବା ବେଳେ ଘରୋଇ କମ୍ପାନୀମାନଙ୍କ ମେରୁଦଣ୍ଡ ଉପରେ ଗୋଇଠା ମାଡ ଚାଲିଛି। କେବଳ ଟାଟା, ଆମ୍ବାନୀ ଓ ଆଦାନି ହିଁ ଏ ଦେଶରେ ରହିବେ ଓ ସାଧାରଣ ନାଗରିକର ଅଧିକାର ଥିବା କୌଣସି ଜାତୀୟ ସମ୍ପତ୍ତି ଆଉ ରହିବ ନାହିଁ, ଏମିତି ଏକ ଭୟାନକ ଭବିଷ୍ୟତ ଆଡକୁ ଆମେ ଗତି କରୁଛୁ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନ, ଆଜି ୯୩ ବର୍ଷ ବୟସରେ କଲେ ପଦାର୍ପଣ

August 3, 2026

Nasha Mukt Yuva: ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

August 2, 2026

ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦେବୀ ମନ୍ଦିରରେ କରିବେ ପୂଜାଅର୍ଚ୍ଚନା

August 2, 2026

ଓଡ଼ିଶା ହେବ ସମ୍ପୂର୍ଣ୍ଣ ନିଶାମୁକ୍ତ: ୧୦୦ ସପ୍ତାହର ବ୍ୟାପକ ‘ଜନ-ଆନ୍ଦୋଳନ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

August 2, 2026
Latest News

ଭୁବନେଶ୍ୱର ପାତ୍ରପଡ଼ାରେ ତୁଳା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

August 3, 2026

କେରଳରେ ପ୍ରବଳ ବର୍ଷାର ତାଣ୍ଡବ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

August 3, 2026

ତିନିଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ମହିଳାଙ୍କୁ ଟାଣିନେଲା କୁମ୍ଭୀର !

August 3, 2026

ଶ୍ରାବଣ ମାସର ପ୍ରଥମ ସୋମବାରରେ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.