Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଘୃଣା, ବିଭାଜନ ଓ ଧର୍ଷଣର ପାଗଳ ସମର୍ଥକମାନେ ଟେଲିଭିଜନରୁ ବିଦା ନହେଲେ ଦେଶର ଭବିଷ୍ୟତ ନଷ୍ଟ ହେବାକୁ ବାଧ୍ୟ
ବିଶେଷ ଖବର

ଘୃଣା, ବିଭାଜନ ଓ ଧର୍ଷଣର ପାଗଳ ସମର୍ଥକମାନେ ଟେଲିଭିଜନରୁ ବିଦା ନହେଲେ ଦେଶର ଭବିଷ୍ୟତ ନଷ୍ଟ ହେବାକୁ ବାଧ୍ୟ

November 20, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଘୃଣା, ବିଭାଜନ ଓ ଧର୍ଷଣର ପାଗଳ ସମର୍ଥକମାନେ ଟେଲିଭିଜନରୁ ବିଦା ନହେଲେ ଦେଶର ଭବିଷ୍ୟତ ନଷ୍ଟ ହେବାକୁ ବାଧ୍ୟ

କେଦାର ମିଶ୍ର

ମୌତ କେ ବଦଲେ ମୌତ, ବଲାତ୍କାର କେ ବଦଲେ ବଲାତ୍କାର…….ଗୋଟେ ରକ୍ତମୁଖା ପାଗଳ ପରି ଏମିତି ଭାଷାରେ ଚିତ୍କାର କରୁଥିବା ଲୋକ ଜଣକ କୌଣସି ପାଗଳଖାନାରେ ନାହିଁ। ହତ୍ୟା ଓ ଧର୍ଷଣକୁ ଦେଶପ୍ରେମର ଉତ୍ସାହ ବାକ୍ୟ ବୋଲି ବିଚାର କରୁଥିବା ଏ ବ୍ୟକ୍ତି ଜଣକ ଆମର ଜାତୀୟ ଟେଲିଭିଜନରେ ଜଣେ ମାନ୍ୟବର ବିଶେଷଜ୍ଞ ହୋଇ ବସିଛନ୍ତି। ସେ ପୁଣି ଏମିତି ସେମିତି ବିଶେଷଜ୍ଞ ନୁହଁ, ପ୍ରତିରକ୍ଷା ବିଶେଷଜ୍ଞ। ସବୁଠୁ ବଡ ଦୁର୍ଭାଗ୍ୟର ବିଷୟ ହେଉଛି, ଏ ଭଦ୍ରବ୍ୟକ୍ତି ଭାରତୀୟ ସେନାବାହିନୀର ଜଣେ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ। ନାମ ଅବସରପ୍ରାପ୍ତ ମେଜର ଜେନେରାଲ ଏସ.କେ.ସିହ୍ନା। ଟିଭି9-ଭାରତବର୍ଷ ନାମକ ଏକ ହିନ୍ଦୀ ଖବର ଚାନେଲରେ ଏ ମହାଶୟ କାଶ୍ମୀର ସମ୍ପର୍କରେ ଆଲୋଚନା ବେଳେ ସ୍ପଷ୍ଟ ଭାବରେ କହିଲେ ଯେ, କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ଲାଗି ଆମକୁ ହତ୍ୟା ବଦଳରେ ହତ୍ୟା ଓ ଧର୍ଷଣ ବଦଳରେ ଧର୍ଷଣ କରିବାକୁ ପଡିବ। ଏ ପ୍ରକାର ରକ୍ତପିପାଶୁ ପାଗଳାମୀକୁ ସେହି ଟିଭି ଷ୍ଟୂଡିଓରେ ଉପସ୍ଥିତ ଥିବା କିଛି ଲୋକ ସମର୍ଥନ କରି ତାଳି ମାରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।

ଗଣତାନ୍ତ୍ରିକ ସମ୍ବିଧାନକୁ ମାନି ଚାଲୁଥିବା ଏକ ଦେଶ ଓ ଆଇନର ଶାସନ ବ୍ୟବସ୍ଥାରେ ଏ ପ୍ରକାର କଥା କହି ଜଣେ ସହଜରେ ଖସି ଯାଇପାରିବ କି? ଏକ ନିର୍ଦ୍ଦିଷ୍ଟ ରାଜ୍ୟର ଲୋକଙ୍କୁ ହତ୍ୟା ଓ ଧର୍ଷଣ କରାଯାଉ ବୋଲି ଗଣମାଧ୍ୟମରେ କହିବା କଣ ଏକ ସାଧାରଣ ଘଟଣା? ଏକଥା ଯଦି କୌଣସି କାଶ୍ମୀରବାସୀ ବା ସଂଖ୍ୟାଲଘୁ ବର୍ଗର ଲୋକ କହିବେ, ତାକୁ କଣ ଆମର ଆଇନ ବ୍ୟବସ୍ଥା ଛାଡି ଦେବ?ତେବେ ଏସ.କେ.ସିହ୍ନା ମହାଶୟ ଖସିଗଲେ କେମିତି? ଖାଲି ଗୋଟିଏ ଟିଭିରେ ନୁହଁ, ଅନେକ ଟେଲିଭିଜନ ଚାନେଲରେ ସେ ଏ ପ୍ରକାର ଉନ୍ମାଦ ବ୍ୟବହାର ପ୍ରଦର୍ଶନ କରି ଆସୁଛନ୍ତି। ହିଂସା ଓ ଧର୍ଷଣ ସପକ୍ଷରେ ମତ ରଖି ଆସୁଛନ୍ତି। ତା ସତ୍ତ୍ୱେ ତାଙ୍କ ବିରୋଧରେ ଆଇନଗତ କାର୍ୟାନୁଷ୍ଠାନ ଶୂନ କାହିଁକି? କଣ ସେ ଶାସକ ବିଜେପି ଦଳର ସଦସ୍ୟ ବୋଲି ନା ତାଙ୍କ ବିଚାର ସହିତ ବିଜେପିର ପିତୃ ସଂଗଠନ ଆରଏସଏସର ବିଚାର ସମାନ ବୋଲି?

ଏସ.କେ.ସିହ୍ନା କେବଳ ଜଣେ ନୁହନ୍ତି, ଏମିତି ଆହୁରି ଅନେକ ପ୍ରତିରକ୍ଷା ବିଶେଷଜ୍ଞ ଓ ବିଚାରକ ଆମର ଟେଲିଭିଜନ ପରଦାରେ ଆସୁଛନ୍ତି, ଯାହାଙ୍କର ପ୍ରତିଭା ହେଉଛି ବଡ ପାଟିରେ ପାଗଳ କରି ଚିତ୍କାର କରିପାରିବାର ଦକ୍ଷତା।ଏମାନେ ଗଳା ଫଟେଇ ସମାଜରେ ବିଷମଞ୍ଜି ବୁଣିବାକୁ ଆସନ୍ତି। ଏମିତି ଆଉ ଜଣେ ପ୍ରତିରକ୍ଷା ବିଶେଷଜ୍ଞ ହେଉଛନ୍ତି ଅବସରପ୍ରାପ୍ତ ମେଜର ଜେନେରାଲ ଜି.ଡି.ବକ୍ସି।ୟାଙ୍କର ଗଳାଫଟା ଚିତ୍କାରରେ ଘୃଣା ଓ ବିଷଭର୍ତ୍ତି। ଅଥଚ ଆମେ ଦେଖି ଆସିଥିଲୁ, ଯେଉଁମାନେ ସେନାବାହିନୀରେ କାମ କରନ୍ତି, ସେମାନଙ୍କ ବ୍ୟବହାର ସବୁଠୁ ମାର୍ଜିତ ଓ ଶ୍ରୁଙ୍ଖଳିତ। ଏ ଅଦ୍ଭୁତ ବ୍ୟକ୍ତିତ୍ବମାନେ ସତରେ କଣ ଆମ ସେନାବାହିନୀର ଦାୟିତ୍ଵବାନ ଅଧିକାରୀ ଥିଲେ?

ୟେ ତ ଗଲା ମୁଦ୍ରାର ଗୋଟିଏ ପାଖ। ଆର ପାଖରେ ରହିଛି ଆମର ମହାନ ଗଣମାଧ୍ୟମ। ଖବରକୁ ମହାନାଟକ ର ରୂପ ଦେବାକୁ ଆମେ ଯେତେ ପ୍ରକାର ଉତ୍ତେଜନା ଓ ଘୃଣାର ପ୍ରୟୋଗ କରିବାକୁ ପଛଘୁଞ୍ଚା ଦେଉନୁ। ଯେମିତି ଓଡିଆ ଯାତ୍ରା ନାଟକରେ ଖଳନାୟକର କାଟତି ବେଶୀ ସେମିତି ଆମ ଟେଲିଭିଜନ ଚାନେଲ ଗୁଡିକରେ ହାଉପାଟିଆଙ୍କର ପ୍ରବଳ ପ୍ରୟୋଜନ। ସେମାନେ ନହେଲେ ଟିଭିର ବିତର୍କ ଫିକା ଲାଗେ। ତେଣୁ ଜାଣିଶୁଣି, ଏ ପ୍ରକାର ଚରିତ୍ରମାନଙ୍କୁ ଆମର ଟେଲିଭିଜନ ଚାନେଲମାନେ ଅଧିକ ଗୁରୁତ୍ଵ ଦିଅନ୍ତି। ସେମାନଙ୍କର ଘୃଣା ଓ ଉତ୍ତେଜନାରେ ଆମର ବେପାର ଚାଲେ। ସେମାନଙ୍କ ସହିତ ତାଳ ଦେଇ ଆମର “ଆଙ୍କର” ମାନେ ବି କମ ନାଟକବାଜି କରନ୍ତି ନାଇଁ। ଅର୍ଣ୍ଣବ ଗୋସ୍ଵାମୀ କିମ୍ବା ଅମିଶ ଦେବଗନ ଭଳି ବ୍ୟକ୍ତି ଯେତେବେଳେ ନିଜକୁ ସାମ୍ବାଦିକ ବୋଲି ଉପସ୍ଥାପନ କରନ୍ତି ସେଠି, ସାମ୍ବାଦିକତା ଅପମାନିତ ହୁଏ। ତେବେ ଉଣା ଅଧିକ ପ୍ରାୟ ସବୁ ଟେଲିଭିଜନ ଚାନେଲରେ ଏବେ ଘୃଣାର ଖେଳ ଚାଲିଛି ଓ ଏହାକୁ ଅଟକାଇବା ଲାଗି କୌଣସି ଆନ୍ତରିକତା କାହା ପାଖରେ ନାହିଁ। ଅତି ସରଳ ଭାଷାରେ କହିଲେ ଆମର ଟେଲିଭିଜନ ଚାନେଲ ଗୁଡିକ କ୍ରମେ କ୍ରମେ ଘୃଣା ଓ ଅସହିଷ୍ଣୁତାର ପରୀକ୍ଷାଗାର ପାଲଟି ଯାଉଛନ୍ତି।

ଏହାର ପରିଣତି ତାହେଲେ କଣ ହେବ?ଏହି ବିଷାକ୍ତ ଭୂମିରୁ ଏକ ବିଭାଜିତ, ଘୃଣା ଜର୍ଜରିତ ଓ ହିଂସ୍ର ସମାଜ ଗଢିବା ଛଡା ଆମକୁ ଅଧିକ କିଛି ମିଳିବାର ନାଇଁ। ଦୁର୍ଭାଗ୍ୟକ୍ରମେ, ଆମେ ସେମିତି ଏକ ସମାଜରେ ପ୍ରାୟତଃ ରୂପାନ୍ତରିତ ହୋଇ ସାରିଛେ ଓ ସେଥିଲାଗି ଆମର ସାମ୍ବାଦିକତାକୁ ଆମର ଭବିଷ୍ୟତ ପିଢୀ ନିଶ୍ଚୟ ଘୃଣା କରିବେ।

kedarmishra
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁରେ ପ୍ରଥମ ଥର ହେବ ‘ଚିଲିକା ପୁସ୍ତକ ମେଳା’, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରସ୍ତୁତି ବୈଠକ

April 16, 2026

କୁଟନୈତିକ ସମ୍ପର୍କ ଜାରି: ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ଏବଂ ଉନ୍ମୁକ୍ତ ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ

April 16, 2026

ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ୍ ପାଇଁ କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଜାରି କଲେ କେନ୍ଦ୍ରମନ୍ତ୍ରୀ

April 15, 2026

ଉଦ୍ୟମ ଓ ଇଚ୍ଛାଶକ୍ତି ଥିଲେ ମହିଳାମାନେ କୌଣସି କ୍ଷେତ୍ରରେ ଅଟକିବେ ନାହିଁ: ମୁଖ୍ୟମନ୍ତ୍ରୀ

April 15, 2026
Latest News

କବି ଶରତ ଚନ୍ଦ୍ର ପରିଡ଼ାଙ୍କ ମହାକାବ୍ୟ ନାରକାସୁର ବଧକୁ ଲୋକାର୍ପିତ କଲେ ବାଚସ୍ପତି

April 16, 2026

ମାଆ-ପୁଅ ଗିରଫ

April 16, 2026

ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ

April 16, 2026

ଓଡ଼ିଶା-ଝାରଖଣ୍ଡ ସୀମାରେ ହାଇ ଆଲର୍ଟ

April 16, 2026

୧୭-୧୮ ଏପ୍ରିଲରେ ଦେଶବ୍ୟାପୀ ‘ନାରୀ ଶକ୍ତି ବନ୍ଦନ ଦୌଡ଼’ ଆୟୋଜନ

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.